ଅରୁଣଙ୍କ ବିକଳ୍ପ ରଣନୀତି

0
115

ବିଜେଡିକୁ ପୁରିଛି ୨୮ବର୍ଷ । ୨୪ ବର୍ଷ ଧରି ଲମ୍ବା ସମୟ ଓଡ଼ିଶାର ଶାସନ ଡୋରି ବିଜେଡି ହାତରେ ଥିଲା । ଦେଶର ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡିର ସ୍ଵତନ୍ତ୍ର ପରିଚୟ ରହିଛି। ୨୦୨୪ ନିର୍ବାଚନରେ ଦଳ ୫୧ଟି ଆସନ ଦଖଲ କରି ଓଡିଶା ବିଧାନସଭାରେ ସଶକ୍ତ ବିରୋଧୀ ଦଳ ଭାବେ ଉଭା ହୋଇଛି। ହେଲେ ପରାଜୟ ମାତ୍ର ୩ମାସ ଭିତରେ ବିଜେଡିର ରାଜନୈତିକ ଭବିଷ୍ୟତ କଣ ହେବ ତାହା ସାଧାରଣରେ ଓ ମିଡ଼ିଆରେ ଯେତେ ଚର୍ଚ୍ଚାର ବିଷୟ ହୋଇନଥିଲା ବିଜେଡି ନେତାଙ୍କ କାର୍ଯ୍ୟକଳାପ ବାଧ୍ୟ କରିଛି ବିଜେଡି ରାଜନୈତିକ ଭବିଷ୍ୟତକୁ ନେଇ । କାରଣ ନିର୍ବାଚନ ହାରିବା ପରେ ଦଳରେ ଶୁଙ୍ଖଳା ବୋଲି କିଛି ଅଛି ତାହା ଯେ କେହି ବିଜେଡି ନେତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ଜଣାପଡ଼ୁନାହିଁ। ଏପରି ସ୍ଥିତିରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ଓ ବିଜେଡିର କର୍ମୀ ଓ ନେତାଙ୍କ ମଧ୍ୟରେ ଗୋଟିଏ ଆଲୋଚନା ଦଳର ଏପରି ସଂକଟ ପରିସ୍ଥିତିରେ କିଏ ଦଳକୁ ଉଦ୍ଧାର କରିବ । ସବୁଠାରୁ ଅଧିକ ଚର୍ଚ୍ଚା ବିଜେଡିର କିଏ ହେବ ଉତ୍ତରାଧିକାରୀ । ନବୀନ ପଟ୍ଟନାୟକ ରାଜନୀତିରେ ସକ୍ରିୟ ଥିବା ବେଳେ କାହାକୁ ତାଙ୍କର ଉତ୍ତରାଧିକାରୀ କରିବେ ସେ ଚର୍ଚ୍ଚା ଥମୁନାହିଁ । ବିଜେଡି ରାଜନୀତିର ଏପରି ଅବସ୍ଥାରେ ଦଳର ଚର୍ଚ୍ଚିତ ଓ ଚତୁର ବିଧାୟକ ଅରୁଣ ସାହୁ ଓଡ଼ିଶାରେ ବିକଳ୍ପ ରାଜନୀତି ମୂଳଦୁଆ ପକାଇବାକୁ ଅଣ୍ଟା ଭିଡିଛନ୍ତି । ଏକ ଆଲୋଚନା ଚକ୍ରରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସଠିକ ସମୟରେ ସଠିକ ନିଷ୍ପତ୍ତି ହିଁ ସସମାଜକୁ ରକ୍ଷା କରିବ। ଶୀର୍ଷ ନେତୃତ୍ୱ ଏ ଦିଗ ପ୍ରତି ଦୃଷ୍ଟି ଦେଲେ ଭଲ। ଅରୁଣ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ। ସେ ଆହୁରି ମଧ୍ୟ କହୁଛନ୍ତି ଆମେ ସବୁ ବୁଝୁଛେ ଜାଣୁଛେ। କିନ୍ତୁ ମୁଁହ ଖୋଲିବାକୁ ଡରୁଛୁ।ଅଜଣା ଭୟ ଆମକୁ ଘାରୁଛି। କାହିଁକି ଅଜଣା ଆତଙ୍କରେ ଆମେ ଆତଙ୍କିତ।ଓଡ଼ିଶାରେ ଖଣିଜ ଏତେ ଖଣିଜ ସମ୍ପଦ ଥାଇ। ଓଡିଶା ଯେତିକି ଉନ୍ନତି କରିବା କଥା ତାହା କରି ପାରିନାହିଁ। ଏଥିପାଇଁ ଶାସକ ଓ ଭୁଲ ନୀତି ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାସହ ଅରୁଣ ସାହୁ କାହିଁକି ବିଜେଡି ହାରିବା ପରେ ନୂଆ ଅବତାର ନେଉଛନ୍ତି ତାହାର ମଧ୍ୟ ଉତ୍ତର ରଖିଛନ୍ତି ସେ। ବିଦ୍ରୋହ ନୁହେଁ ସେ ଯେ ବିକଳ୍ପ ସନ୍ଧାନରେ ତାହା ତାଙ୍କ ଅଭିଭାଷଣରେ ବଖାଣିଛନ୍ତି । ଲୋକ କହୁଛନ୍ତି, ଆପଣ କାହିଁକି ଏମିତି ଗୋଟେ କ୍ଲାସ ରୁମ ଖୋଲିଛନ୍ତି। କାହିଁ ବିଦ୍ରୋହର କଥା କହୁଛନ୍ତି। ମୁଁ କହେ ,କେହି ନା କେହି, କିଛି ନା କିଛି ଲୋକ ଆଗକୁ ବଢିବା ଦରକାର।ଆଉ ସମାଜର ଜଡତାକୁ ଭାଙ୍ଗିବାକୁ ପଡ଼ିବ।ଜଡତା ଭାଙ୍ଗିବା ଦରକାର।ସମାଜର ଜଡତା ନ ଭାଙ୍ଗିଲେ ଯେଉଁ ତିମିର କୁ ସେଇ ତିମିର ରେ ରହିବ।କାହିଁକି ର ପ୍ରଶ୍ନ ଯଦି ପଚାରିବ, ଆଉ ତାର ଉତ୍ତର ଖୋଜିବ, ତାହାଲେ ଯାଇଁ ଏ ଦେଶର ସୁଧାର ଆସିବ, ନହେଲେ ଆସିବନି।ଆମେ ସବୁ ମଣିଷ ଜୀବନ ପାଇଛେ। ସେ ଜୀବନ ଟା କେମିତି ବଞ୍ଚିବା ଦରକାର। ଭୟରେ, ଆତଙ୍କରେ, ସାଲିସରେ, ଚାପୁଲସିରେ , କିଛି ଗୋଟେ ପାଇବା ଆଶାରେ ଲୋକ ଜୀବନ ବଞ୍ଚୁଛନ୍ତି। ମୁଁ ସେ ଜୀବନକୁ ବିଶ୍ୱାସ କରେ ନାହିଁ। ଦେଶର ଓ ରାଜ୍ୟର ସ୍ବାର୍ଥ ପୁରଣ ହେଲେ ଯାଇଁ ନିଜର ସ୍ବାର୍ଥ ପୁରଣ ହୋଇ ପାରିବ। କିନ୍ତୁ ଏବେ ଲୋକ ନିଜ ସ୍ବାର୍ଥ ଆଗ ଦେଖୁଛନ୍ତି ନିଜ ସ୍ବାର୍ଥ ପାଇଁ ସମାଜକୁ ଜଳାଞ୍ଜଳି ଦେଇ ଦେଉଛନ୍ତି । ତାକୁ ମଣିଷ ପଣିଆ କୁହା ଯାଇନି କି ନେତୃତ୍ଵ କୁହା ଯାଏନି। ସମୁହିକ ସ୍ବାର୍ଥ କୁ ବଳିଦେଇ ନିଜସ୍ଵ ସ୍ବାର୍ଥ ସାଧନର ମାତିଛନ୍ତି ରାଜନେତା।ରାଜନୈତିକ ବ୍ୟକ୍ତି ଏକାଠି ବସିଲେ ସମାଜ ପାଇଁ ନୁହେଁ ପର ଚର୍ଚ୍ଚା କରନ୍ତି। ଆପେ ବଂଚିଲେ ବାପର ନାମ। ଭୁବନେଶ୍ୱର ବୁଦ୍ଧମନ୍ଦିରରେ ସାମାଜିକ ନ୍ୟାୟ ସାମୁଖ୍ୟ ପକ୍ଷରୁ ଆୟୋଜିତ ଆମେ କେଉଁଠି କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ଇଙ୍ଗିତ କରିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ତେବେ ବିଜେଡିରେ ରହି ବିକଳ୍ପ ରଣନୀତି କରିବେ ନାଁ ଓଡ଼ିଶାରେ ନୂଆ ଓଡ଼ିଶା ଗଠନ କରିବା ପାଇଁ ଓଡ଼ିଶାର ରାଜନୀତି ଦଳର ଢାଞ୍ଚା ଓ ନୂଆ ବିକଳ୍ପ ସୃଷ୍ଟି କରିବେ ଅରୁଣ ତାହାକୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି । ରାଜନୈତିକ ସମୀକ୍ଷକ ମତରେ ଛାତ୍ର ରାଜନୀତିରୁ କିଛି ନୂଆ କରିବାକୁ ସବୁବେଳେ ଉଦ୍ୟମ କରିଆସୁଥିବା ଅରୁଣ ସାହୁ ଏବେ ମୁଖ୍ୟ ବିହନ ହୋଇ ଓଡିଶା ରାଜନୀତିରେ ନୂଆ କିଛି କରିବାକୁ ଅଣ୍ଟା ଭିଡିଛନ୍ତି । ବିଜେଡିରେ ରହି ବିଧାୟକ ଅରୁଣ ସାହୁ ବିକଳ୍ପ ରାଜନୀତି ଆରମ୍ଭ କରିବେ ନା ବାହାରେ ରହି ତାହା ଆଗାମୀ ସମୟ କହିବ।