
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଗୁରୁବାର ହସ୍ପିଟାଲ ପରିସରରେ ନୂଆବର୍ଷ ପାଳନ କରାଯାଇଛି ।
ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ରଙ୍କ ତତ୍ୱାବଧାନରେ ପାଳନ କରାଯାଇଥିଲା । ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ପ୍ରଫେସର (ଡାକ୍ତର) ମିଶ୍ର ୨୦୨୫ ବର୍ଷରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଯେଉଁ ସଫଳତା ହାସଲ କରିଛି ତାହାର ସମସ୍ତ ଶ୍ରେୟ ହସ୍ପିଟାଲ୍ର ସମସ୍ତ ବିଭାଗୀୟ ମୁଖ୍ୟ, ଡାକ୍ତର, ନର୍ସ, ଫାର୍ମାସିଷ୍ଟସ, ହାଉସ୍କିପିଂ ଷ୍ଟାଫ୍ଙ୍କ ସମେତ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଜଣାଇଥିଲେ ।
ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସହଯୋଗ ଓ ଅବଦାନ ଯୋଗୁଁ ଆଇଏମ୍ଏସ ଆଣ୍ଡ ସମ ହସ୍ପିଟାଲ୍ ଶୀର୍ଷରେ ପହଂଚିପାରିଛି ବୋଲି ପ୍ରଫେସର ମିଶ୍ର କୃତଜ୍ଞତା ଜ୍ଞାପନ କରିଥିଲେ ।
କାର୍ଯ୍ୟକ୍ରମରେ ହସ୍ପିଟାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ହସ୍ପିଟାଲ୍ର ସମସ୍ତ ବିଭାଗୀୟ ମୁଖ୍ୟ, ଡାକ୍ତର, ନର୍ସ, ଫାର୍ମାସିଷ୍ଟସ, ହାଉସ୍କିପିଂ ଷ୍ଟାଫ୍ଙ୍କ ସମେତ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ ୨୦୨୫ରେ ଦେଶର ୧୫ତମ ଶ୍ରେଷ୍ଠ ମେଡିକାଲ୍ ଶିକ୍ଷାନୁଷ୍ଠାନ ଭାବରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ସ୍ଥାନୀତ ହୋଇଛି । ସ୍ୱାସ୍ଥ୍ୟ ସେବା, ବିଶ୍ୱାସ, ରୋଗୀଙ୍କ ମୁଖରେ ହସ ଫୁଟାଇବା, ଉତ୍ସାହର ସହ ସେବା ପ୍ରଦାନ କରିବା ସହିତ ନିଜର ଦାୟିତ୍ୱ ପ୍ରତି ତତ୍ପର ହେବା ପାଇଁ ମେଡିକାଲ୍ ସୁପରିଟେଣ୍ଡେଂଟ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ସେହିପରି ହସ୍ପିଟାଲ୍ର ସର୍ଜରୀ ବିଭାଗର ଏମିରେଟସ୍ ପ୍ରଫେସର ବିଶ୍ୱନାରାୟଣ ମହାନ୍ତି ଯୋଗ ଦେଇ କହିଥିଲେ ଯେ ଡାକ୍ତରୀ ଶିକ୍ଷା ଗ୍ରହଣ ନିମନ୍ତେ ଦେଶ ତଥା ବିଦେଶର ଛାତ୍ରଛାତ୍ରୀମାନଙ୍କର ପ୍ରଥମ ପସନ୍ଦ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ହସ୍ପିଟାଲ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କମ୍ୟୁନିଟି ମେଡିସିନ ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ସ୍ମିତି ମଧୁସିକ୍ତା ସ୍ୱାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଚିକେନ ପକୋଡା, ମାଛ ଭଜା ତାପରେ ମଟନ ଭାତ ଅବା ରୁଟି ସାଙ୍ଗକୁ ଚିକେନ କଷା l ଆଉ କେଉଁଠି ସାଙ୍ଗ ସାଥି ସହ ମଟନ କି ଚିକେନ କଷା ସହ ନିଶା ପାଣିର ଆସରl l ପୁଣି କେଉଁଠି ତାରକା ହୋଟେଲରେ ନାଚ, ଗୀତ ସହ ନିଶାରେ ଝୁମି ଝୁମି ନୂତନ ବର୍ଷକୁ ସ୍ୱାଗତ l ପୁଣି ସାଙ୍ଗ ସାଥିରେ ପିକନିକ ଯିବା ମଜା l ଡ଼ିସେମ୍ବର ଆରମ୍ଭରୁ ଜାନୁଆରୀ ଅଧା ଯାଏ ଏମିତି ଚାଲେ ନୂଆବର୍ଷର ମାହୋଲ l ମାତ୍ର 5 ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଏ l
ନୂଆ ବର୍ଷ ଅନେକ ବହୁ ସଂକଳ୍ପ ନିଅନ୍ତି l କିଏ କଣ ସଂକଳ୍ପ ନିଏ ତାହା ସଂକଳ୍ପ ନେଉଥିବା ଲୋକ ହିଁ ଜଣେ l ହେଲେ ତାକୁ ବାସ୍ତବ ରୂପ ଦେବା ଯେ କେତେ କଷ୍ଟ ତାହା ଯିଏ ସଂକଳ୍ପ ନେଇଛି ସେ ଜାଣିଛି l
ଛାଡ଼ନ୍ତୁ ସେ କଥା, ଆଜି ଜୀବନଟା ଏତେ ଅନିଶ୍ଚିତତା ହୋଇଛି ଯେ କେତେବେଳେ କଣ ବି ଘଟିପାରେ l ତେଣୁ ଚାଲ ଜିଇଁବା ମଣିଷ ପରି l ଦୟା, କ୍ଷମା, ଭଲ ପାଇବା ଭକ୍ତି ଭାବ ସହ ପରସ୍ପରକୁ ପ୍ରେମ ବନ୍ଧନରେ ବାନ୍ଧି ଦେବା l ପ୍ରକୃତି ଯେମିତି କାହା ପାଇଁ ବାଧକ ସୁଷ୍ଟି କରୁନାହିଁ l ଠିକ ସେମିତି ଆମେ ବି କାହା ପାଇଁ ବାଧକ ହେବା ନାହିଁ l ନିଜ ପାଇଁ ନୁହେଁ, ଅନ୍ୟ ପାଇଁ ବଂଚିବା ଓ ହସି ହସି ଜୀବନକୁ ବିତାଇବା l ସଞ୍ଜ ନଇଲେ ସକାଳ ଆସିବ l ତେଣୁ ଜୀବନ ଥିଲେ ଚ୍ୟାଲେଞ୍ଚ ବି ଆସିବ l ସବୁକୁ ସାଙ୍ଗରେ ନେଇ ଆଗକୁ ବଢିବାକୁ ହେବ l ସଭିଙ୍କ ଖୁସିରେ ଖୁସି ଓ ଦୁଃଖରେ ସାଥି ହୋଇ ଚାଲିବାକୁ ହେବ l ପ୍ରଭୁଙ୍କ ପ୍ରତି ସମର୍ପିତ ହେବା ଓ ପ୍ରଭୁ ସେବାରେ ଲାଗି ପଡିବା l ନୂଆ ବର୍ଷର ନୂଆରୂପ ଅନ୍ୟ ମୁହଁ ରେ ହସ ଫୁଟା ଇବା ପାଇଁ ହେଉ l ତେବେ ଯାଇ ସିନା ନୂଆରୂପ ବା ନୂଆବର୍ଷ ସଭିଙ୍କ ପାଇଁ ମଙ୍ଗଳମୟ ହେବ l ପୁରୁଣା ବର୍ଷର ଭୂଲକୁ ସୁଧାରି, ଚାଲ ସମସ୍ତଙ୍କ ଭିତରେ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ନୂତନ ବର୍ଷରେ ଭରିଦେବା l ସବୁ କିଛି ସମାନ କେବଳ ସମୟକୁ ଅପେକ୍ଷା ନକରି ଲକ୍ଷ୍ୟ ପଥରେ ଆଗେଇ ଯିବା ଆବଶ୍ୟକ l

ସମୟ କେବେ କାହାକୁ ଅପେକ୍ଷା କରେନି l ଯେମିତି ଆସେ ଯେମିତି ଯାଏl ଖରାପ ସମୟ ହେଉ କି ଭଲ ସମୟ ସବୁବେଳେ ରହେନାହିଁ l ଜୀବନ ରାସ୍ତାରେ କେବେ ଝୁଣ୍ଟିବାକୁ ପଡେ ତ କେବେ ପାହାଚ ପରେ ପାହାଚ ଚଢିବାକୁ. ତାହାରି ଭିତରେ ଶୀଖିବେ, ଠକିବେ ଓ ସଫଳତା ବି ପାଇବେ l କେତେବେଳେ ଏଥିପାଇଁ ଖୁସି ହୁଅନ୍ତି ତ ଆଉ କେତେବେଳେ ଦୁଃଖ, ତଥାପି ଜୀବନର ରଥ ଗଡିଚାଲେ କେତେ ଅଜଣା ବାଟ ଦେଇ. ବାଟରେ କେତେ ସ୍ମୃତି, କେତେ କାହାଣୀ ଛାପ ଲାଗିଯାଏ l ଏହି ଛାପ ତ ଭିତରେ ମଣିଷ ବଞ୍ଚେ ଆଉ ଆଗକୁ ବଢ଼େ.ବର୍ଷ ପରେ ବର୍ଷ ବିତିଯାଏ. ଅନେକ ସ୍ବପ୍ନ ପୂରଣ ହୁଏ କିଛି ବାକି ରହେ. ସବୁଦିନ ସକାଳ ହୁଏ ଠିକ ସମୟରେ ସଂଧ୍ୟା ବି l ସବୁଦିନ ନୂଆ ସକାଳ ଓ ନୂଆ ସମ୍ଭାବନା ନେଇ ଆସେ. ଏଥିରେ କିଛି ବି ବ୍ୟତିକ୍ରମ ନଥାଏ, ହଁ ଜୀବନ ଜଂଜାଳ ଭିତରେ ଆମେ କିନ୍ତୁ ଏ ସକାଳ ଓ ସମୟକୁ ନିଜ ପସନ୍ଦରେ ବିତାନ୍ତି l ଆଜି ଯିଏ ନୂଆ, କାଲି ସେ ପୁରୁଣା l କେବଳ ସମୟ ଆମକୁ ଶୀଖାଇ ଦିଏ ମୁଁ ନୂଆ ଆଉ ମୁଁ ପୁରୁଣା. ଯେମିତି ପୁରୁଣା ବର୍ଷକୁ ବିଦାୟ ଦେଇ ଆମେ ନୂଆ ବର୍ଷକୁ ସ୍ୱାଗତ କରନ୍ତି l ଏ ତ ବାସ୍ତବ l ତଥାପି ଆମେ ଏ ମାୟାଜାଲରେ ଛନ୍ଦି ହୋଇ କେବେ ବାହାରକୁ ଆସିବାକୁ ଚେଷ୍ଟା କଲେ ବି ଆସି ପାରନ୍ତିନି l କାରଣ ଏ ମାୟା ପ୍ରେମଟା ଠିକ ପ୍ରଥମ ପ୍ରେମ ପରି l ଯେତେ ଯାହା କଲେ ବି କଣ କିଏ ସେ ପ୍ରେମକୁ ଭୁଲି ପାରିବ l ସବୁ ବର୍ଷ ଆମକୁ କିଛି ଶିକ୍ଷା ଦିଏ ଅନେକ ସଫଳତା ଓ ବିଫଳତାର ପରୀକ୍ଷା ନେଇ ଆମକୁ ସଶକ୍ତ କରେ l ବର୍ଷ ପରେ ବର୍ଷ ଭିତରେ ମଣିଷ ନିଜର ଅଭିନୟ କରିଚାଲେ l ତେଣୁ ବିଦାୟ ଆଉ ସ୍ୱାଗତ ସବୁ ସମାନ l
ସଂଙ୍କଳ୍ପ, ସମ୍ଭାବନା, ସ୍ବପ୍ନ ସବୁ କିଛି ସମ୍ଭବ ଏହି ନୂଆ ଓ ପୁରୁଣା ଭିତରେ l କେବଳ ଆମେ ସମୟ ସହ ତାହା ଦେଇ ସାହସର ସହ ଆଗକୁ ବଢିଲେ ଜୀବନଟା ସୁନ୍ଦର ଓ ସରସ ହୋଇପାରିବl ମୁଁ କାଲି ଯାହା ଆଜି ବି ତାହା, କେବଳ ବର୍ଷ ବିତି ଚାଲିବl

ଟାଟା କମ୍ପାନୀର ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷିକ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବାକୁ ନେଇ ପାୱାର ହାଉସ ଛକ ନିକଟସ୍ଥ ଟାଟା ପାୱାର ଅଫିସ ଆଗରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଓ ପିସିସି ସଭାପତି ତଥା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ପରେ ସେଠାରୁ ଏକ ପଦଯାତ୍ରାରେ ଟାଟା ପାୱାର ଅଫିସକୁ ଯାଇ ଅଫିସ ଗେଟରେ ପିସିସି ସଭାପତି ତାଲା ପକାଇଥିଲେ। ବିକ୍ଷୋଭ ପ୍ରଦର୍ଶନ ସଭାରେ ଶ୍ରୀ ଦାସ କହିଲେ ଲୋକଙ୍କ ଘରେ ବିଜୁଳୀବତୀ ଜଳୁ ନଥିବାବେଳେ ସରକାର ଲକ୍ଷ କୋଟି ଟଙ୍କାର ବିଜୁଳି କଳ କାରଖାନାକୁ ଅନୁକମ୍ପା ପ୍ରଦର୍ଶନ କରୁଛି। ବିଜୁଳି ଖାଦ୍ୟ ବସ୍ତ୍ର ବାସଗୃହ ଭଳିଆ ବର୍ତମାନ ଏକ ମୌଳିକ ଆବଶ୍ୟକତା। ଏହା ଯୋଗାଣ ବନ୍ଦ ହେଲେ ଜୀବନ ଠପ ପଡ଼ିଯିବ। କେଉଁ ଗରିବ ଘରେ କିଏ ବେମାରରେ ପଡ଼ିଛି, ଛାତ୍ର ଛାତ୍ରୀଙ୍କ ପାଠ ପଢିବା ଅଛି। ତେଣୁ ସରକାର ବିନା ମୂଲ୍ୟରେ ବିଜୁଳି ଯୋଗାଣ କରନ୍ତୁ। ଅନ୍ୟ ରାଜ୍ୟ ମାନଙ୍କ କୃଷକ ମାନଙ୍କୁ ବିଜୁଳି ଛାଡ଼ ଥିବାବେଳେ ଓଡ଼ିଶାରେ କୌଣସି ଛାଡ଼ ନାହିଁ। ଏଭଳି ସ୍ଥଳେ ରାଜ୍ୟରେ କୃଷିର ଉନ୍ନତି କିଭଳି ହେବ ଏବଂ ଚାଷୀ କିପରି ହସିବ ବୋଲି ସେ ପ୍ରଶ୍ନ ପଚାରିଥିଲେ ଓ କହିଥିଲେ ଆଜି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ତାଲା ପକା ଅଭିଯାନ କରାଯାଇଛି। ଯେପର୍ୟ୍ୟନ୍ତ ସୁରକ୍ଷା ରାଶି ନେବା ପ୍ରତ୍ୟାହାର ଓ ଘରୋଇ କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ ନକରିବେ ପୁର ପଲ୍ଲୀ ସବୁଠାରେ ଆନ୍ଦୋଳନ ହେବ। ଶ୍ରୀ ଦାସ ସାଧାରଣ ଜନତାଙ୍କୁ ନିବେଦନ କରି କହିଥିଲେ ଟାଟା ପାୱାରର ଶୋଷଣ ବିରୁଦ୍ଧରେ ମୁହଁ ଖୋଲନ୍ତୁ, ପ୍ରତିବାଦ କରନ୍ତୁ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଟାଟା ପାୱାର ଅନ୍ୟ ରାଜ୍ୟରେ କମ୍ପାନୀକୁ ୮ ଟଙ୍କାରେ ବିକ୍ରୀ କରୁଥିବା ବେଳେ ଓଡ଼ିଶାରେ ୪ ଟଙ୍କା ୫୦ ପଇସାରେ ଯୋଗାଉଛି ବୋଲି ଅଭିଯୋଗ କରି କହିଥିଲେ। ଓଇଆରସି ଓ ଟାଟା ପାୱାର ମଧ୍ୟରେ ଗୁପ୍ତ ବୁଝାମଣା ଯୋଗୁଁ ସାଧାରଣ ଜନତାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। କଂଗ୍ରେସର ଦାବୀ ଜନତା ଏବଂ କୃଷକଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣା ବିଜୁଳି ଯୋଗାଣ। ଉପସ୍ଥିତ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଲେ ଯଦି ସରକାର ବିଜୁଳି ମାଗଣାରେ ଦେବେ ନାହିଁ ତେବେ ସରକାରକୁ ଶାନ୍ତିରେ ରହିବାକୁ ଦେବୁ ନାହିଁ। ଆନ୍ଦୋଳନ ଭୁବନେଶ୍ୱରରୁ ପଲ୍ଲୀ ପର୍ୟ୍ୟନ୍ତ ପରିବ୍ୟାପ୍ତ ହେବ।
ଏହି ବିକ୍ଷୋଭ ପ୍ରଦର୍ଶନରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, କିଶୋର ଜେନା, ଅରବିନ୍ଦ ଦାସ,ପବିତ୍ର ସାଉଁଟା, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, କୈଳାସ ସାହୁ, ଚିନ୍ମୟ ସୁନ୍ଦର ଦାସ, ବିଶ୍ୱଜିତ ଦାଶ, ମାନସ ଆଚାର୍ଯ୍ୟ, ନିରଞ୍ଜନ ନାୟକ, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତ୍ତି, ରଞ୍ଜିତ ପାତ୍ର, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ଜୟଶ୍ରୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ତରୁଣ ମିଶ୍ର, କୃଷ୍ଣ ଚନ୍ଦ୍ର ଶଗରିଆ, ପ୍ରଭାତ ପ୍ରତାପ ସିଂ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ଆଲୋକ ମହାନ୍ତି, ଜୟକୃଷ୍ଣ ମଲ୍ଲିଆ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ମଂଟୁ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ

ଘରେ ରହୁଥିବା ଗେଲବସରିଆ ପୋଷା ପ୍ରାଣୀଙ୍କ ଉପଯୁକ୍ତ ଯତ୍ନ ଏବଂ ସ୍ୱାସ୍ଥ୍ୟ ପରିଚାଳନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ ହଜ୍ବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍)ରେ ଖୋଲିଛି ସ୍ପା ଏବଂ ଗ୍ରୁମିଂ ସେଂଟର ।
ପ୍ରାଣୀ ବିଜ୍ଞାନୀ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତ୍ୟାଧୁନିକ କୁଶଳୀ ଏବଂ ପ୍ରଶିକ୍ଷତ ବୃତିଗତ ଗ୍ରୁମର ଏହି ସେଂଟରରେ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ଆଇଭିଏସ୍ଏଏଚ୍ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ।
ପ୍ରାଣୀ ଏବଂ ପକ୍ଷୀ ନିଜର ଭାବନାକୁ ପ୍ରକାଶ କରିପାରନ୍ତି ନାହିଁ ଏବଂ ଯେତେବେଳେ ସେମାନେ କଷ୍ଟ ପାଆନ୍ତି ପ୍ରାଣୀ ଚିକିତ୍ସକମାନେ ହିଁ ତାଙ୍କ ସମସ୍ୟା ଏବଂ କଷ୍ଟକୁ ବୁଝି ପାରନ୍ତି ବୋଲି କହିଛନ୍ତି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।
ଏହି ସେଂଟରର ସବୁ ୟୁନିଟ ଗୁଡ଼ିକ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଠାରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସେବା ଓ ଚିକିତ୍ସା ପ୍ରଦାନ କରାଯିବ ।
ପ୍ରାଣୀମାନଙ୍କ କ୍ଷେତ୍ରରେ କେଶ ଝଡ଼ିବା, କାନରୁ ତୈଳ ନିର୍ଗତ ହେବା, କେଶ ଏବଂ ନଖ ବଢ଼ିବା ହେଉଛି ପ୍ରାକୃତିକ ପ୍ରକ୍ରିୟା ଏବଂ ଏହାର ସଠିକ୍ ଉପଚାର ନ କରାଗଲେ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଥାଏ । ସେହିପରି ଭାରତର ଜଳବାୟୁରେ ବାରମ୍ବାର ପରିବର୍ତନ ଯୋଗୁଁ ପୋକ, ଉକୁଣି ଏବଂ ମଶା ଭଳି ବାହ୍ୟ ପରଜୀବି ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ଘୂରି ବୁଲିଥାନ୍ତି ଯାହାକି ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।
ଏହି ପରଜିବୀ ଗୁଡ଼ିକ ରକ୍ତ ଶୋଷିବା ସହ ଶରୀରର ଚର୍ମକୁ ନଷ୍ଟ କରିଥାନ୍ତି, ଶରୀରରେ ଆଲର୍ଜି ବୃଦ୍ଧି କରିବା ସହ ବେବ୍ସିୟୋସିସ, ଆନାପ୍ଲାସ୍ମୋସିଷ୍ଟ ଏବଂ ଏହରିଲିସିୟୋସିସ ଭଳି ବ୍ୟାଧି ଦ୍ୱାରା ସଂକ୍ରମିତ କରିଥାନ୍ତି ଯାହାକି ପରବର୍ତୀ ସମୟରେ ଶରୀରର ଅନ୍ୟ ଅଂଗଗୁଡ଼ିକୁ ନଷ୍ଟ କରିବା ଦିଗରେ ଅଗ୍ରଗତି କରିଥାଏ । ଏଥି ନିମନ୍ତେ ନିୟମିତ ଚିକିତ୍ସା ଏବଂ ଯତ୍ନର ଆବଶ୍ୟକତା ରହିଥିବା ଆଇଭିଏସ୍ଏଏଚ୍ର ଚିଫ୍ ମେଡିକାଲ୍ ଅଫିସର ପ୍ରଫେସର ନିରଞ୍ଜନ ସାହୁ କହିଛନ୍ତି ।
ଏହି ସ୍ପା ଏବଂ ଗ୍ରୁମିଂ ସେଂଟରରେ ଗୃହପାଳିତ ପ୍ରାଣୀମାନଙ୍କ ଶରୀରକୁ ସଫା କରିବା, କେଶ କାଟିବା, ନଖ କାଟିବା, କାନ ସଫା କରିବା, ମୁଖର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ଏବଂ ହେୟାର ବ୍ରସିଂ ଭଳି ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । ସ୍ମଲ, ମିଡିୟମ୍ ଏବଂ ଲାର୍ଜ ସମସ୍ତ ପ୍ରକାରର ବ୍ରିଡ୍ମାନଙ୍କ ନିମନ୍ତେ ଏହି ସୁବିଧା ଉପଲବ୍ଧ ଅଛି । ଗୃହପାଳିତ ପ୍ରାଣୀମାନଙ୍କ ଯତ୍ନ ନିମନ୍ତେ ଇଚ୍ଛୁକ ଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ହେୟାର କଟ୍ ନିମନ୍ତେ ମଧ୍ୟ ଅନୁରୋଧ କରିପାରିବେ ।
ସେମାନଙ୍କର ଚର୍ମ, କାନ ଏବଂ ନଖର ଯତ୍ନ ସହ ସ୍ୱାସ୍ଥ୍ୟ ସେବା ମଧ୍ୟ ଏଠାରେ ଉପଲବ୍ଧ । ଏହି ସ୍ପା ସେଂଟରରେ ସେମାନଙ୍କ ଡେଡ୍ ସ୍କିନ୍ ଏବଂ ଶରୀରରେ ଜମି ଥିବା ଅପରିଷ୍କାର ବସ୍ତୁକୁ ବାହାର କରାଯିବା ସହ ରକ୍ତ ସଂଚାଳନକୁ ତ୍ୱରାନ୍ୱିତ କରାଯାଇଥାଏ, କେଶ ଝଡିବା କମ୍ କରିବା ଦିଗରେ ମଧ୍ୟ ଯତ୍ନ ନିଆଯାଇଥାଏ । ଏଥି ସହିତ ଶରୀରର ଚର୍ମରେ କୌଣସି ପ୍ରକାର ସମସ୍ୟା ଏବଂ ଗଣ୍ଠି, ଭାତୁଡ଼ି, ପୋକ ସୃଷ୍ଟି ହୋଇଥିଲେ ତାହାର ମଧ୍ୟ ଚିକିତ୍ସା ଏଠାରେ କରାଯାଇଥାଏ ।
ସେହିପରି ନଖ କାଟିବା ଏବଂ ଟ୍ରିମ୍ କରିବା ଦ୍ୱାରା ଗୃହପାଳିତ ପ୍ରାଣୀମାନଙ୍କର ଆର୍ଥ୍ରାଇଟିସ୍ ଏବଂ ଅସ୍ଥି ଜନିତ ସମସ୍ୟାର ସମ୍ଭାବନା କମିବା ସହ କାନକୁ ସଫା କରିବା ଦ୍ୱାରା ସଂକ୍ରମଣର ଭୟ ମଧ୍ୟ କମିଥାଏ ।
ସ୍ପା ସେଂଟରକୁ ଏହି ପ୍ରାଣୀମାନେ ନିୟମିତ ଆସିଲେ ସେମାନେ ବେଶ ସୁନ୍ଦର ଏବଂ ସୁସ୍ଥ ହୋଇ ରହିବେ ବୋଲି ପ୍ରଫେସର ସାହୁ କହିଛନ୍ତି ।
ଏହି ସେବା ସପ୍ତାହର ପ୍ରତ୍ୟେକ ଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଉପଲବ୍ଧ । ଗୃହପାଳିତ ପ୍ରାଣୀମାନଙ୍କର ତତ୍ୱାବଧାରକମାନେ କୌଣସି ପ୍ରକାର ସେବା ନିମନ୍ତେ ଇନ୍ଷ୍ଟିଚ୍ୟୁଟ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ ହଜ୍ବ୍ୟାଣ୍ଡରୀ, କ୍ୟାମ୍ପସ-୪ ସୋଆ ବିଶ୍ୱବିଦ୍ୟାଳୟକୁ ଆସିପାରିବେ । ଏଥି ସହିତ ମୋବାଇଲ ନମ୍ବର ୭୬୦୮୯୨୧୭୭୭ରେ ଯୋଗାଯୋଗ କରିପାରିବେ ବୋଲି ପ୍ରଫେସର ସାହୁ ସୂଚନା ଦେଇଛନ୍ତି ।
ଲୋକଙ୍କ ସ୍ୱର ସାଜିଛି ବିଜେଡି. 29 ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହା କହିଛନ୍ତି. ସୋସିଆଲ ମିଡ଼ିଆରେ ନବୀନ କହିଛନ୍ତି ଯେ ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ। ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ। ବିଜୁ ବାବୁଙ୍କ ଆଦର୍ଶ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତୁ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା।

୨୯ ବର୍ଷରେ ପାଦ ଥାପିଛି ବିଜେଡି। ୨୮ଟି ପାହାଚ ଭିତରେ ୨୪ଟି ପାହାଚ ଶାସନର ଅତିବାହିତ ଥିବା ବେଳେ ପାଖାପାଖି ୫ ବର୍ଷ ବିରୋଧୀ ଦଳ ପାହଚ ଚଡିଛି ବିଜେଡି । ୨୯ ବର୍ଷ ଯାତ୍ରା ସମୟରେ ଅନେକ ବାଧାବିଘ୍ନ ଆସିଥିବା ବେଳେ ଦଳ ଦେଶର ଶକ୍ତିଶାଳୀ ଆଂଚଳିକ ଦଳ ଭାବେ ଉଭା ହୋଇଛି । କ୍ଷମତାରୁ ଗଲା ପରେ ବି ଜନତାଙ୍କ ହୃଦୟରେ ବିଜେଡିର ସ୍ବତନ୍ତ୍ର ସ୍ଥାନ ରହିଛି । ୨୦୨୪ ନିର୍ବାଚନରେ ଦଳ କ୍ଷମତାରୁ ଗଲା ପରେ ଦଳରେ ମାତ୍ର ୧୮ ମାସରେ ଯାହା ସ ବୁ ଘଟୁଛି ତାହା ବିଜେଡିରେ କେବେ ଘଟିନଥିଲା । ଓଡିଶା ରାଜନୀତିରେ ସବୁଠୁ ଶୃଙ୍ଖଳିତ ଦଳ ଭାବେ ଡିଣ୍ଡିମ ପିଟୁଥିବା ବିଜେଡି ଯେ ଆଜି ସବୁଠୁ ବିଶୃଙ୍ଖଳିତ ଦଳ ଭାବେ ଓଡିଶା ରାଜନୀତିରେ ଉଭା ହୋଇଛି ତାହା କାହାକୁ ବା ଅଛପା ! ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ଦଳର ସର୍ବେସର୍ବା ହେଉଛନ୍ତି ବିଜୁଙ୍କ ନନ୍ଦନ ନବୀନ ପଟ୍ଟନାୟକ ।କେବଳ ଓଡିଶା କାହିକିଁ ପୁରା ଭାରତ ବର୍ଷରେ ନବୀନଙ୍କ ରହିଛି ସ୍ବତନ୍ତ୍ର ପରିଚୟ ଅଛି । ନବୀନ ୨୪ ବର୍ଷ ଶାସନ, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଜନ କଲ୍ୟାଣ ଯୋଜନା ବିଜେଡିର ବଡ ପୁଞ୍ଜି, ଯାହା ବିଜେଡିକୁ ପୁଣି କ୍ଷମତା ଟ୍ରାକକୁ ଫେରାଇବାକୁ ଅନେକ ସମ୍ଭାବନା ରଖିଛି । ଶକ୍ତିଶାଳୀ ଆଂଚଳିକ ଦଳ ଭାବେ ବିଜେଡିର ଓଡିଶା ରାଜନୀତିରେ ଆଜି ବି ଦବଦବା ରହିଛି । ୧୪୭ ବିଧାନସଭା ଆସନରୁ ବିଜେଡି ୫୦ଟି ଆସନ ଦଖଲ କରିଛି। ଏତେ ସବୁ ପୁ୍ଞ୍ଜିଥାଇ ମଧ୍ୟ ବିଜେଡି ନେତାମାନେ ଏହାର ସଠିକ ଉପଯୋଗ ନକରି ପତିଆର ଲଢେଇରେ ମାତିଛନ୍ତି। ଦଳୀୟ ନେତାଙ୍କ କାର୍ଯ୍ୟକଳାପ ଏବେ ଦଳକୁ ଯେତିକି କ୍ଷତି କରୁଛି l ଦଳୀୟ ନେତାଙ୍କ ଭବିଷ୍ୟତକୁ ମଧ୍ୟ ସେତିକି କ୍ଷତାକ୍ତ କରୁଛି ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି। ପ୍ରତ୍ୟେକ ଦିନ ଦଳର ସାଂଗଠନିକ ସ୍ଥିତି ଓ ଭବିଷ୍ୟତ ନେଇ ନେତାଙ୍କ ବୟାନବାଜି ଦଳର ଆଗାମୀ ଦିନର ଅସ୍ତିତ୍ବକୁ ନେଇ ନାନା ପ୍ରଶ୍ନ ଉଠିଛି । ଯେ କୌଣସି ମୁହୃର୍ତ୍ତରେ ବିଜେଡି ଭାଗଭାଗ ହେବ ସେ ସମ୍ଭାବନା ବି ବିଜେଡିକୁ ଅତି ନିକଟରେ ଦେଖୁଥିବା ରାଜନୈତିକ ସମୀକ୍ଷକମାନେ ମତ ଭବିଷ୍ୟତବାଣୀ ଦେଇଛନ୍ତି। ଯାହା ସୁହାଉଛି ବର୍ତ୍ତମାନର ବିଜେଡି ରାଜନୀତିକୁ । କାହିକିଁ ଦଳରେ ଆଉ ଶୃଙ୍ଖଳାକୁ ଗୁରୁତ୍ବ ଦିଆଯାଉନାହିଁ? କାହିକିଁ ବିରୋଧୀ ଦଳ ଭୁମିକାରେ ଆସିବା ପରେ ବିଜେଡିରେ ବହୁନେତା ଦଳର ସର୍ବେ ସର୍ବା ସାଜିଥିବା ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଉଛନ୍ତି? କାହିକିଁ ବିଜେଡି ଦ୍ବିତୀୟ ନେତା ସୃଷ୍ଟି କରୁନାହିଁ? କାହିକିଁ ବିଜେଡି ବିଜେପି ବିରୋଧରେ ଶାଣିତ ଆଭିମୁଖ୍ୟ ନେଉନାହିଁ? କାହିକିଁ ନବୀନ କୌଣସି ନିଷ୍ପତି ନେବାକୁ ଭୟ କରୁଛନ୍ତି? କାହିକିଁ ବିଜେଡି ନେତାମାନେ ଏକଜୁଟ ହୋଇପାରୁନାହାନ୍ତି? ଯଦି ସୁଜତା ପାଣ୍ଡିଆନ ଦଳରେ ସାମିଲ ହେବେ ତେବେ ବିଳମ୍ବ କାହିକିଁ । କାହିକିଁ ଭୋଜି ଆଳରେ ନେତାଏ ମେଳି ବାନ୍ଧୁଛନ୍ତି , ହେଲେ ନିଷ୍ପତି ନେଉନାହାନ୍ତି । ଏପରି ଅଶୁମାରୀ ପ୍ରଶ୍ନ ବିଜେଡିକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ନବୀନ ନିରବ ଅଛନ୍ତି । ନିରବ ରହିବା କଣ ନବୀନଙ୍କ ନୂଆ ରଣନୀତି କି ? ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସର ପୂର୍ବରୁ ଦଳର ହଜାର ହଜାର କର୍ମୀ ଓ ଛାମୁଆ ନେତା ନିଜର ଭବିଷ୍ୟତ ଖୋଜୁଛନ୍ତି କାହଁକି. ଯାହା ବିଜେଡି ପାଇଁ ବଡ ଚ୍ୟାଲେଂଜ ଭାବେ ଛିଡା ହୋଇଛି । ବିଜେଡିର ଏପରି ସ୍ଥିତିରେ ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ଯେ ଓଡିଶାରେ ଏକ ରାଜନୈତିକ ଗ୍ୟାଫ ସୃଷ୍ଟି ହୋଇଛି । ସେହି ଶୂନ୍ୟସ୍ଥାନକୁ ଭରିବା ପାଇଁ ଅନେକ ନୂଆ ରାଜନୈତିକ ବିକଳ୍ପ ଖୋଜାଚାଲିଛି ଓଡିଶା ରାଜନୀତିରେ ।

ସମ୍ମମରେ ଦୁଇ ଦିନିଆ ‘ସମ୍ମିଟ ୨୦୨୫’ ଆୟୋଜିତ
ଭୁବନେଶ୍ୱର, ୨୧/୧୨: ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଉଛନ୍ତି। ଭିଜନ୍ ଓଡ଼ିଶା ୨୦୩୬ ନିମନ୍ତେ ରାଜ୍ୟ ସରକାର ମହତ୍ୱକାଂକ୍ଷୀ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ୨୦୩୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ କରିବାର ଲକ୍ଷ୍ୟ ରଖିଛନ୍ତି। ରବିବାର ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା।
ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍) ଆନୁକୂଲ୍ୟରେ ଆୟୋଜିତ ୨-ଦିନିଆ ‘ସମ୍ ଅଲ୍ଟିମେଟ ମେଡିକେୟାର ମିଟ୍ ଅନ୍ ଇମେଜିଂ ଆଣ୍ଡ ଇନ୍ଟରଭେନ୍ସନାଲ୍ ଥେରାପି’ ସମ୍ମିଟ -୨୦୨୫ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡ଼ା ଏହା ପ୍ରକାଶ କରିଥିଲେ।
ଶ୍ରୀମତି ପ୍ରଭାତୀ ପରିଡ଼ାଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ୱାଗତ କରିଥିଲେ।
ଏଥି ସହିତ ପ୍ରତ୍ୟେକ ଜିଲ୍ଲାରେ ଟେଲିମେଡିସିନ୍, ଟେଲିଟେକ୍ନୋଲଜି ଭଳି ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ସ୍ଥାପନ ସହ ଡାକ୍ତରୀ ଶିକ୍ଷା ଏବଂ ଗବେଷଣା କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ ଦିଆଯିବ ବୋଲି ଶ୍ରୀମତି ପରିଡ଼ା କହିଥିଲେ। ଓଡ଼ିଶାକୁ ଅତ୍ୟାଧୁନିକ, ସୁଲଭ ଏବଂ ଅନୁକମ୍ପାମୂଳକ ସ୍ୱାସ୍ଥ୍ୟ ସେବାର ଆଂଚଳିକ ହବ୍ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବଦ୍ଧପରିକର ବୋଲି ସେ କହିଥିଲେ।
ଏହି ସମ୍ମିଳନୀରେ ଯେଉଁ ସବୁ ପ୍ରସ୍ତାବ ପାରିତ ହେବ ତାକୁ କାର୍ଯ୍ୟରେ ପରିଣତ କରିବା ଦିଗରେ ସରକାର ଯତ୍ନବାନ ହେବେ ବୋଲି କହିବା ସହ ସାଧାରଣ ବ୍ୟକ୍ତି ଏପରିକି ଡାକ୍ତରମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍)ର କାର୍ଯ୍ୟଧାରକୁ ଉଚ୍ଚ ପ୍ରଶଂସା କରି ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିବା ଶ୍ରୀମତି ପରିଡ଼ା କହିଥିଲେ ଯେ ମେଡିକାଲ୍ ଟୁରିଜିମ କ୍ଷେତ୍ରରେ ସମ୍ମମ ଅଗ୍ରଣୀ ଭୂମିକା କରିଛି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଂଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ବିହାର ପ୍ରଭୃତି ରାଜ୍ୟରୁ ରୋଗୀମାନେ ଚିକିତ୍ସା ପାଇଁ ସମ୍ମମକୁ ହିଁ ଚୟନ କରୁଛନ୍ତି ବୋଲି ସେ କହିଥିଲେ।
‘ଆଡଭାନ୍ସ ପେସେଂଟ କେୟାର ୱିଥ୍ ଇନ୍ଟରଭେନ୍ସନାଲ ରେଡିଓଲୋଜି ଆଣ୍ଡ କାର୍ଡିଆକ୍ ଇମେଜିଂ ହ୍ୱେନ୍ ଇମେଜିଂ ଲିଡ୍ସ, ଇନ୍ଟଭେନ୍ସନ୍ସ ହିଲ୍ସ’ ପ୍ରସଙ୍ଗକୁ ନେଇ ଆୟୋଜିତ ଏହି ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଥିଲେ ଯେ ସ୍ୱାସ୍ଥ୍ୟ ସେବା ପ୍ରଦାନ, ଗବେଷଣା ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ କାର୍ଯ୍ୟ ହାତକୁ ନେଇଛି।
ମାତ୍ର ୫ ବର୍ଷର ଏହି ହସ୍ପିଟାଲ୍ର ଶଯ୍ୟା ସଂଖ୍ୟା ବର୍ତମାନ ୫୭୫ରେ ପହଂଚିଥିବା ବେଳେ ଏଠାରେ ରୋଗୀ ସେବା କ୍ଷେତ୍ରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା ଡକ୍ଟର ଦାଶ କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମିଟ–୨୦୨୫ର ଅର୍ଗାନାଇଜିଂ ଚେୟାରମ୍ୟାନ ତଥା ସମ୍ ଅଲ୍ଟିମେଟ ମେଡିକେୟାରର ରେଡ଼ିଓଲୋଜି ବିଭାଗର ସିନିୟର କନ୍ସଲଟାଂଟ ଡାକ୍ତର ସୁଦୀପ ଆଚାର୍ଯ୍ୟ, ଇଣ୍ଡିଆନ୍ ସୋସାଇଟି ଅଫ୍ ଭାସ୍କୁଲାର ଆଣ୍ଡ ଇନ୍ଟରଭେନ୍ସନାଲ ରେଡିଓଲୋଜି (ଆଇଏସ୍ଭିଆଇଆର)ର ପ୍ରେସିଡେଂଟ ଇଲେକ୍ଟ ଡାକ୍ତର ଅମର ମୁକୁନ୍ଦ, ଓଡ଼ିଶା ରେଡ଼ିଓଲୋଜି ଆଣ୍ଡ ଇମେଜିଂ ଆସୋସିଏସନ୍ (ଓରିଆ)ର ପ୍ରେସିଡେଂଟ ତଥା ଏସ୍ସିବି ମେଡିକାଲ କଲେଜର କନ୍ସଲ୍ଟାଂଟ ରୋଡିଓଲୋଜିଷ୍ଟସ ଡାକ୍ତରର ପ୍ରଫୁଲ୍ଲ କୁମାର ଦାସ, ଓରିଆର ସେକ୍ରେଟାରୀ ତଥା ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ର ରେଡିଓ-ଡାଏଗ୍ନୋସିଷ୍ଟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ର ଏବଂ ସମ୍ମିଟ-୨୦୨୫ର ଅର୍ଗାନାଇଜିଂ ଭାଇସ-ଚେୟାରମ୍ୟାନ ତଥା ସମ୍ମମ୍ର ରେଡିଓଲୋଜି ବିଭାଗର କନ୍ସଲଟାଂଟ ଡାକ୍ତର ଗୋଲକ ନାଥ ପାସା ଅତ୍ୟାଧୁନିକ କାର୍ଡିଆକ୍ ଇମେଜିଂ ଏବଂ ଇନ୍ଟରଭେନ୍ସନାଲ୍ ରେଡିଓଲୋଜି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର ଡାକ୍ତର ବିରାଜ ମୋହନ ମିଶ୍ର ଏବଂ ବରିଷ୍ଠ କର୍ମକର୍ତା ଓ ଡାକ୍ତରମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ସମ୍ମିଟ-୨୦୨୫ର ଅର୍ଗାନାଇଜିଂ ସେକ୍ରେଟାରୀ ତଥା ସମ୍ମମ୍ର ଇନ୍ଟରଭେନ୍ସନାଲ୍ ରେଡ଼ିଓଲୋଜି ବିଭାଗର କନ୍ସଲଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟ ଧନ୍ୟବାଦ ଅର୍ପଣ କରିଥିଲେ।
ଦୁଇ ଦିନିଆ ସମ୍ମିଳନୀରେ କାର୍ଡିଆକ୍ ଇମେଜିଂ ଏବଂ ଇନ୍ଟରଭେନ୍ସନାଲ୍ ରେଡ଼ିଓଲୋଜି ସମ୍ପର୍କରେ ବିଭିନ୍ନ ସାଇନ୍ଟିଫିକ୍ ସେସନ୍ ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା।
କିଛି ଦିନର ନିରବତା ପରେ ପୁଣି ବିଜେଡି ରାଜନୀତିରେ ହେବ ହଲଚଲ। ଦିଲ୍ଲୀରେ ମୟୁରଭଞ୍ଜ ମୁଢ଼ି ମାଂସ ଖାଇ ଦଳ ଛାଡିବାର ସଂକେତ ଦେଲେଣି ଦଳର ଦୁଇ ଚର୍ଚ୍ଚିତ ରାଜ୍ୟସଭା ସାଂସଦ ମୁନା ଖାଁ ଓ ନିରଂଜନ ବିଶି। ବିଜେପି ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ନୈଶ୍ୟ ଭୋଜିରେ ସାମିଲ ହୋଇ ବିଜେଡିର ଏହି ଦୁଇ ସାଂସଦ ଏବେ ଚର୍ଚ୍ଚାରେ । ସଂସଦ ଅଧିବେସନ ଚାଲିଥିବା ବେଳେ ବିଜେଡିର ଦୁଇ ସାଂସଦ ବିଜେପି ସାଂସଦଙ୍କ ସହ ମିଶି ମାଂସ, ମୁଢି ଖାଇ ଫୋଟୋ ଭାଇରାଲ ହୋଇଛି।
ଏନେଇ ଦୁଇ ସାଂସଦଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପୂର୍ବରୁ ବିଜେଡି ଦୁଇ ଜଣ ସାଂସଦ ସୁଜିତ୍ କୁମାର ଓ ମମତା ମହନ୍ତ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇ ରାଜ୍ୟସଭା ଯାଇଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତା ଡିସେମ୍ବର ୧୮ ତାରିଖରେ ଓଡ଼ିଶା ଏଆଇ ସିମ୍ପୋସିୟମ୍ ଆୟୋଜିତ ହେବାକୁ ଥିବା ବେଳେ ଏହି ସମ୍ମିଳନୀରେ ଦେଶ ତଥା ବିଦେଶର ବିଶିଷ୍ଟ ଏଆଇ ବିଶେଷଜ୍ଞମାନେ ଏକତ୍ରିତ ହେବେ । ନିକଟରେ ସ୍ୱୀକୃତିପ୍ରାପ୍ତ ହୋଇଥିବା ଓଡ଼ିଶା ଏଆଇ ନୀତିକୁ ଉନ୍ନତ କରିବା ସହ ରାଜ୍ୟରେ ଏଆଇର ବିକାଶକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି ।
ସୋଆ, ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ (ଓସା) ଏବଂ ଆଇଆଇଟି ଭୁବନେଶ୍ୱରର ଏଆଇ ଆଣ୍ଡ ଏଚ୍ପିସି ରିସର୍ଚ୍ଚ ସେଂଟରର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ଏଥିରେ ବିଶିଷ୍ଟ ନୀତି ନିର୍ଦ୍ଧାରକ, ଶିଳ୍ପ କ୍ଷେତ୍ରର ନେତୃତ୍ୱ, ଉଦ୍ଭାବକ, ଉଦ୍ୟୋଗୀ ଏବଂ ନିବେଶକମାନେ ଗୋଟିଏ ମଂଚରେ ଏକତ୍ରିତ ହୋଇ ସ୍ୱାସ୍ଥ୍ୟ ସେବା ଏବଂ କୃଷି ସମେତ ବିଭିନ୍ନ କ୍ଷେତ୍ରରେ କିଭଳି ଏଆଇକୁ ବ୍ୟବହାର କରାଯାଇ ପାରିବ ସେ ଦିଗରେ ଆଲୋଚନା କରିବେ ବୋଲି ମଙ୍ଗଳବାର ସାମ୍ବାଦିକମାନଙ୍କୁ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି ।
ଏହି ସମ୍ମିଳନୀରେ ଭାରତ ଏବଂ ବିଦେଶର ବିଶିଷ୍ଟ ଏଆଇ ବିଶେଷଜ୍ଞମାନେ ବକ୍ତବ୍ୟ ରଖିବା ସହ ଶିକ୍ଷା, ଶିଳ୍ପ, ନୀତି, ଗବେଷଣା, ଉଦ୍ଭାବନ, ଷ୍ଟାର୍ଟ-ଅପ୍ ଓ କର୍ପୋରେଟ ଜଗତର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।
ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟୁଏସ୍ଏର ଅରିଜୋନା ଷ୍ଟେଟ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଚିତ ବରାଳ, ଆଇଆଇଟି ଭୁବନେଶ୍ୱରର ଏଆଇ ଆଣ୍ଡ ଏଚ୍ପିସି ରିସର୍ଚ୍ଚ ସେଂଟରର କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ କୁମାର ନନ୍ଦ, ୟୁଏସଏର ଟଫ୍ଟସ ଇନଷ୍ଟିଚ୍ୟୁଟ୍ ଫର ଏଆଇର ମ୍ୟାଥେମେଟିକ୍ସ ଏବଂ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ତଥା ଡାଟା ସାଇନ୍ସର କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ଅବନୀ ପାତ୍ର, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଏସ୍. ସାମନ୍ତରାୟ ଏବଂ ସୋଆ ପରିଚାଳିିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ସ୍ୱାସ୍ଥ୍ୟ ସେବାକୁ ଉନ୍ନତ କରିବା କ୍ଷେତ୍ରରେ ଏଆଇକୁ ବିଶାଳ ଭାବେ ବ୍ୟବହାର କରିବାର ସୁଯୋଗ ରହିଥିବା ସୋଆ କୁଳପତି କହିଥିଲେ । ଏହି ସମ୍ମିଳନୀରେ ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରେ ଏଆଇକୁ କିଭଳି ବିନିଯୋଗ କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସେବା, କୃଷି ଓ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏଆଇର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯିବା ସହ ଓଡ଼ିଶାକୁ କିଭଳି ଏ ଦିଗରେ ଆଗକୁ ନିଆଯାଇ ପାରିବ ସେ ନେଇ ବିଚାରବିମର୍ଶ କରାଯିବ ବୋଲି ପ୍ରଫେସର ବରାଳ କହିଛନ୍ତି ।
ଏହି ସମ୍ମିଳନୀରେ ଏଜେଂଟିକ୍ ଏଆଇ ସମ୍ପର୍କିତ ଏକ ଆଲୋଚନାଚକ୍ର ରହିଛି ଯାହାକି ଏକ ଅତ୍ୟାଧୁନିକ ମାନର ଏଆଇ । ଏଥିରେ ସଫ୍ଟୱେୟାର ଏଜେଂଟମାନେ ଯୋଜନା କରିବା ସହ ଜଟିଳ କାର୍ଯ୍ୟକୁ ମନୁଷ୍ୟର ନ୍ୟୁନତମ ହସ୍ତକ୍ଷେପ ବିନା କରିପାରିବା କ୍ଷମତା ରଖନ୍ତି । ଏହି ଆଲୋଚନାଚକ୍ରର ନାମ ରହିଛି ‘ ବିୟଣ୍ଡ ଦ ପ୍ରମ୍ପଟ:ଡିକୋଡିଙ୍ଗ ଗୁଗୁଲ୍ସ ଏଜେଂଟିକ୍ ଏଆଇ’ ।
୨୦୨୬ରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟର ଏହା ହେଉଛି ସରକାରୀ ସ୍ତରର ଏକ ପୂର୍ବ ପ୍ରସ୍ତୁତି । କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ଇଣ୍ଡିଆନ୍ ଏଆଇ ମିଶନ୍ ସହ ସୋଆ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗୀ ରହିବ ।
ଦ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା) ହେଉଛି ସର୍ବପୁରାତନ ଏବଂ ପ୍ରଭାବ ସମ୍ପନ୍ନ ବିଶ୍ୱସ୍ତରୀୟ ଅନୁଷ୍ଠାନ ଯାହାକି ବିଦେଶରେ ଥିବା ଓଡ଼ିଆମାନଙ୍କର ପ୍ରତିନିଧିତ୍ୱ କରେ । ଏହି ସମ୍ମିଳନୀରେ ଓସାର ସହଭାଗିତା ବିଶ୍ୱ ଦରବାରରେ ଓଡ଼ିଶାର ସ୍ଥାନକୁ ଆହୁରି ସୁଦୃଢ଼ କରିବ । ଏଆଇ ଆଣ୍ଡ ଏଚ୍ପିସି ରିସର୍ଚ୍ଚ ସେଂଟର (ଏଏଚ୍ଆରସି) ଆଇଆଇଟି ଭୁବନେଶ୍ୱରର ଏକ ଗବେଷଣା କେନ୍ଦ୍ର ଯାହା ମେ ୨୦୨୩ ରେ ପ୍ରତିଷ୍ଠିତ ହୋଇଛି ।
1...171819...448Page 18 of 448
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy