ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ୧୧ ବ୍ଲକ ଓ ତିନି ସହରରେ କାର୍ଯ୍ୟରତ ୨୦୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ। ଏହି ଅବସରରେ ମିଡ଼ିଆ କେୟାର୍ସର ରାଜ୍ୟ ସଭାପତି ଭକ୍ତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟର ବରିଷ୍ଠ ସାମ୍ବାଦିକ ଶୁଭଦର୍ଶନି ମିଶ୍ର, ରଞ୍ଜନ କୁମାର ଦାସ, ନାରାୟଣ ସାହୁ, ସମୀର ଆଚାର୍ଯ୍ୟ, ବାଲାଜି ସାହୁ, ଭବାନୀ ମିଶ୍ର, ରାଜେନ୍ଦ୍ର କୁମାର ଦାସ, ସତ୍ୟଜିତ ମହାନ୍ତି, ପବିତ୍ର ମୋହନ ସେଠୀ, ଉତ୍ତମ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଡ଼ିଆ କେୟାର୍ସ ସଭ୍ୟ ଓ ସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୋଆ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶନି ମିଶ୍ର ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ ଅବଗତ କରିଥିବା ବେଳେ ସୋଆ ପରିଚାଳନା ନିର୍ଦ୍ଦେଶକ କିଭଳି ସେବା ପ୍ରଦାନ କରିଥିଲେ ଓ ସହାୟତା ହାତ ବଢ଼ାଇଥିଲେ ତାହାର ସୂଚନା ଦେଇଥିଲେ। ମିଡ଼ିଆ କେୟାର୍ସ ଜିଲ୍ଲା ସଭାପତି ବାଦଲ କୁମାର ତା ବୈଠକରେ ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏଥିସହ ଜିଲ୍ଲାର ସାମ୍ବାଦିକଙ୍କ ପାଇଁ ସଂଗଠନ ପକ୍ଷରୁ ଗ୍ରହଣ ହୋଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ ଏବଂ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ସାଧାରଣ ସମ୍ପାଦକ ରଞ୍ଜନ କୁମାର ରଥ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହ କରୋନା କାଳରେ କେଉଁଭଳି ସହାୟତା ସାମ୍ବାଦିକଙ୍କୁ ପ୍ରଦାନ ହୋଇଥିଲା ତାହାର ସୂଚନା ଦେଇଥିଲେ। ଏହି ଅବସରରେ ମିଡ଼ିଆ କେୟାର୍ସ ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ ମିଡିଆ କେୟାର୍ସ
ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍ଘାଟିତ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ସୋମବାର ଦୁଇ ଦିନିଆ ‘ପ୍ରଥମ ସୋଆ ପୁଷ୍ପ ଉତ୍ସବ’ ଉଦ୍ଘାଟିତ ହୋଇଯାଇଛି ।
ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦ ତାରିଖରେ ଦୁଇ ଦିନ ଧରି ସୋଆ କ୍ୟାମ୍ପସ -୪ କୃଷି ମହାବିଦ୍ୟାଳୟ ପରିସରରେ ଏହି ପୁଷ୍ପ ଉତ୍ସବର ଆୟୋଜନ କରାଯାଇଛି ।
ଏହି ଅବସରରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଷ୍ପ ଉତ୍ସବକୁ ଉଦ୍ଘାଟନ କରିବା ସହ ପ୍ରଥମ ଥର ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଥିଲେ । ଚାଷୀ, ଛାତ୍ରଛାତ୍ରୀ, ଫୁଲ ବ୍ୟବସାୟୀ ଏବଂ ଗୃହିଣୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନେ ପୁଷ୍ପ ଚାଷ ଦ୍ୱାରା କିପରି ସ୍ୱାବଲମ୍ବୀ ହୋଇପାରିବେ ତାହା ହିଁ ଏହି ଉତ୍ସବର ମୂଳ ଲକ୍ଷ୍ୟ ବୋଲି ଶ୍ରୀମତି ଦାସ କହିଥିଲେ । ଏହି ଉତ୍ସବରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ପ୍ରକାରର ଫୁଲ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ଶ୍ରୀମତି ଦାସ । ଆଗାମୀ ଦିନରେ ଏହି ଉତ୍ସବ ଆହୁରି ବଡ଼ ଭାବରେ କରାଯିବ ବୋଲି ସେ କହିଥିଲେ ।
ଏହି ଉଦ୍ଘାଟନୀ ଉତ୍ସବରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏଭଳି ଉତ୍ସବ ଦ୍ୱାରା ଛାତ୍ରଛାତ୍ରୀଙ୍କ ବ୍ୟତୀତ ଗୃହିଣୀ, ଚାଷୀ ଓ ବ୍ୟବସାୟୀମାନେ ଲାଭବାନ ହେବା ସହିତ ଆଧୁନିକ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଏହାକୁ ବିକଶିତ କରିପାରିବେ । ସୋଆର ଏହି ଭଳି ପ୍ରୟାସ ଦ୍ୱାରା ଲୋକମାନଙ୍କ ମଧ୍ୟରେ ପୁଷ୍ପକୁ ନେଇ ଉତ୍ସାହ ବୃଦ୍ଧି କରିବା ଏବଂ ଆଗ୍ରହ ସୃଷ୍ଟି କରିବା ଏକ ମହତ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।
ଏହି ଉତ୍ସବରେ ପୁଷ୍ପ ପ୍ରଦର୍ଶନୀ ନିମନ୍ତେ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଯୋଗଦାନ ପାଇଁ ଏବଂ ପୁଷ୍ପ ସମ୍ବନ୍ଧିତ ଆଲୋଚନାରେ ଭାଗ ନେବା ପାଇଁ ଫୁଲ ଚାଷୀ, ଫୁଲ ଉଦ୍ୟୋଗୀ, ବିଭିନ୍ନ ନର୍ସରୀ, ଅନୁଷ୍ଠାନ ଓ ଫୁଲ ପ୍ରେମୀମାନଙ୍କୁ ଆହ୍ୱାନ କରାଯାଇଛି । ଏହି ପୁଷ୍ପ ଉତ୍ସବ ଫୁଲ ପ୍ରେମୀମାନଙ୍କ ଭିତରେ ଏକ ନିଆରା ଉତ୍ସାହ ଭରିଦେବା ସହ ଚାଷୀମାନଙ୍କ ଆତ୍ମ ବିଶ୍ୱାସକୁ ସୁଦୃଢ଼ କରିବ ବୋଲି କୁଳପତି କହିଥିଲେ ।
ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପୁଷ୍ପ ଉତ୍ସବରେ ୧୮ଟି ଷ୍ଟଲ ଏବଂ ୯୦ଟି ବର୍ଗର ଫୁଲକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିବା ବେଳେ ଏହାକୁ ସାଧାରଣ ଲୋକଙ୍କ ପ୍ରଦର୍ଶନ ନିମନ୍ତେ ଦିନ ୧୧ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରଖାଯାଇଛି । ପ୍ରତିଯୋଗିତାରେ ଫ୍ଲୋରାଲ ରଙ୍ଗୋଲୀ, ଲୁଜ ଫ୍ଲାୱାର ସେକ୍ସନ୍, ଫ୍ଲାୱାର ଆରେଞ୍ଜମେଂଟ, ଫୁଲତୋଡା ଇତ୍ୟାଦି ଅନ୍ତର୍ଭୁକ୍ତ ଅଛି ।
ପ୍ରଥମ ଦିବସରେ ଭିନ୍ନ ଭିନ୍ନ ଫୁଲର ପ୍ରଦର୍ଶନୀ ସହ ଫୁଲକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ ଫୁଲ ଚାଷର ବୈଜ୍ଞାନିକ ପ୍ରଣାଳୀ, ଫୁଲ ଚାଷ ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ, ବ୍ୟାଙ୍କରୁ ମିଳୁଥିବା କୃଷି ଋଣ ତଥା ପୁଷ୍ପ ଉଦ୍ୟୋଗୀକରଣ ସମ୍ପର୍କିତ ଆଲୋଚନାଚକ୍ରରେ ବିଶିଷ୍ଟ ପୁଷ୍ପ ବିଜ୍ଞାନୀ, ବ୍ୟାଙ୍କ ଅଫିସର, ଉଦ୍ୟାନ ନିର୍ଦ୍ଦେଶାଳୟ ଏବଂ ସଫଳ ପୁଷ୍ପ ଉଦ୍ୟୋଗୀ ଯୋଗ ଦେଇ ଆଗାମୀ ୫ ବର୍ଷ ମଧ୍ୟରେ ଫୁଲ ଚାଷୀ ସୃଷ୍ଟି କରିବା ସହିତ ସେମାନେ କିପରି ସ୍ୱାବଲମ୍ବୀ ହେବେ ଓ ଫୁଲ ଚାଷୀମାନଙ୍କୁ କୃଷି କ୍ଷେତ୍ରରେ କିପରି ଉତ୍ସାହିତ କରାଯାଇପାରିବ ତାହା ହିଁ ଉଦ୍ଦେଶ୍ୟ ବୋଲି ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି ।
ଏହି ଉଦ୍ଘାଟନୀ ଉତ୍ସବରେ କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ ହଜ୍ବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍)ର ଡିନ୍ ପ୍ରଫେସର ସୁଶାନ୍ତ ଦାସ, ପୁଷ୍ପ ମହୋତ୍ସବର ପରିଚାଳିକା ତଥା ପୁଷ୍ପ ଓ ଉଦ୍ୟାନ ବିଭାଗର ମୁଖ୍ୟ ପ୍ରଫେସର ଶଶୀକଳା ବେଉରା, କୃଷି ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ, ପ୍ରଫେସର, ଛାତ୍ରଛାତ୍ରୀ ଓ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶାରେ କୃଷକମାନେ ଜର୍ବେରା, ଗୋଲାପ ଓ ଅର୍କିଡ ଆଦି ଚାଷ କରି ବାହାରକୁ ରପ୍ତାନୀ କରି ଲକ୍ଷ ଲକ୍ଷ ଟଙ୍କା ଲାଭ କରିପାରୁଛନ୍ତି । ସେହିପରି ବିଭିନ୍ନ ପ୍ରକାରର ଋତୁଜିବୀ ପୁଷ୍ପ ପାଇଁ ବ୍ୟବହୃତ ଗଛର ମଞ୍ଜି ଉତ୍ପାଦନ ମଧ୍ୟ ଏକ ଲାଭବାନ ବ୍ୟବସାୟରେ ପରିଣତ ହୋଇପାରିବ ।
ଓଡ଼ିଶାରେ ବର୍ତମାନ ପ୍ରାୟ ୧୦,୦୦୦ ହେକ୍ଟର ଜମିରେ ଫୁଲ ଚାଷ କରାଯାଉଛି ଏବଂ ରାଜ୍ୟର ଭୌଗୋଳିକ ଅବସ୍ଥିତି, ଜଳବାୟୁ ଓ ମୃତିକା ଫୁଲ ଚାଷ ନିମନ୍ତେ ଖୁବ୍ ଉପଯୋଗୀ ହୋଇଥିବାରୁ ଓଡ଼ିଶାର କୃଷକମାନେ ଚିରାଚରିତ କୃଷି ସହିତ ଗୋଲାପ, ରଜନୀଗନ୍ଧା, ଗେଣ୍ଡୁ, ଗ୍ଲାଡିଓଲସ୍, ମଲ୍ଲୀ, ସେବତୀ, ଇଟିମାଳା ଆଦି ଫୁଲ ଚାଷ ଦିଗରେ ମନ ଦେଉଛନ୍ତି ।
ବିରଜା କ୍ଷେତ୍ର ଫେଷ୍ଟିଭାଲ ଉଦଘାଟିତ
ଶକ୍ତି ପୀଠ ଯାଜପୁର ସହର ମଧ୍ୟରେ ସଂସ୍କୃତି ଭବନ ପ୍ରେଖାୟାଳୟରେ ବିରଜା କଲ୍ଚରାଲ ଏକାଡେମୀ ଦ୍ୱାରା ପ୍ରାୟୋଜିତ ତୃତୀୟ ବିରଜା କ୍ଷେତ୍ର ଫେଷ୍ଟିଭାଲ ଅନୁଷ୍ଠାନର ସଭାପତି ଗୁରୁ ଆଶିଷ କୁମାର ଦାସଙ୍କ ସଭାପତିତ୍ବରେ ମାନ୍ୟବର ବିଧାୟିକା ଶ୍ରୀମତୀ ସୁଜାତା ସାହୁଙ୍କ କରକମାଳରେ ଉଦ୍ଘାଟିତ ହୋଇଯାଇଛି । ସ୍ୱନ୍ତ୍ରତ ଅତିଥି ଏବଂ ଉତ୍ସବର ଆକର୍ଷଣ ପଦ୍ମଶ୍ରୀ Dr ଇଲିଆନା ସିତାରିଷ୍ଟ ଏହି ସନ୍ଧ୍ୟାର ମହନୀୟତା ଏଵଂ ଓଡ଼ାସି ନୃତ୍ୟର ପ୍ରଚାର, ପ୍ରସାର ଦିଗରେ ଏହି ଅନୁଷ୍ଠାନ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ମତ ବ୍ୟକ୍ତ କରିଥିଲେ। ଓଡ଼ିଶା ଷ୍ଟେଟ ବର୍ କାଉନସିଲ ଭାଇସ ଚେୟାରମେନ ଶ୍ରୀ ରାଜୀବ କୁମାର ମହାନ୍ତି ଯୋଗ ଦେବା ସହିତ ସ୍ଵାଗତ ଭାଷଣ ରଖିଥିଲେ ବରିଷ୍ଠ ଆଇନୀଯିବି ଶ୍ରୀ ଦୀପ୍ତି ରଞ୍ଜନ ମହାନ୍ତି ।ଅନୁଷ୍ଠାନର ସମ୍ପାଦିକା ଗୁରୁ ସସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିବା ପରେ ଗୁରୁ ଆଶିଷ ଦାସଙ୍କ ସଂଯୋଜନା ଓ ପରିଚାଳନା ସମ୍ପାଦିକା ଶ୍ରୀମତୀ ପ୍ରତିମା ମିଶ୍ରଙ୍କ ସହଯୋଗରେ ଅନୁଷ୍ଠାନର ଶିଳ୍ପୀମାନେ ଜୟ ରାସେଶ୍ୱରୀ ରାଧେ,ଦେଖ ଗୋ ସଖୀ ରାଧାରାଣୀ ସଙ୍ଗେ ନାଚେ ଏଵଂ ବିଭିନ୍ନ ଲୋକନୃତ୍ୟ ପ୍ରାୟ ୫୦ ଜଣ ଶିଳ୍ପୀ ପରିବେଷଣ କରିଥିଲେ। ଉତ୍ସବରେ ସହଯୋଗ କରିଥିଲେ ସୃତି ମିଶ୍ର,ପ୍ରିୟ ଦର୍ଶନି ସାମନ୍ତ, ମହମ୍ମଦ ସଜିଦ୍ ଖାଁ, Dr ସୁବାଷ ଚନ୍ଦ୍ର ବେହେରା ଏଵଂ କାମାକ୍ଷା ପ୍ରସାଦ ନନ୍ଦ ।
ବିଶିଷ୍ଟ ଶିକ୍ଷାବିତ୍ ତଥା ସୋଆର ପ୍ରଫେସର ଏମିରିଟସ ଆର୍.ଏନ୍.ପି ଚୌଧରୀଙ୍କ ପରଲୋକ
ଭୁବନେଶ୍ୱର, ଜାନୁଆରୀ ୧୨: ବିଶିଷ୍ଟ ଶିକ୍ଷାବିତ୍, ଗବେଷକ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଏମିରିଟସ୍ ଆର୍. ଏନ୍. ପି. ଚୌଧରୀଙ୍କ ରବିବାର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।
ପ୍ରଫେସର ଚୌଧରୀ ୟୁକେର ଏଡିନ୍ବରା ବିଶ୍ୱବିଦ୍ୟାଳୟରୁ ପି.ଏଚ୍ ଡି ଡିଗ୍ରୀ ହାସଲ କରିଥିବା ବେଳେ ଆଇଆଇଟି ଖଡ଼ଗପୁରର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ ।
ସେ ଆପ୍ଲାଏଡ ଫିଜିକ୍ସରେ ଗବେଷଣା କରିଥିବା ବେଳେ ଡାଇଲେଟ୍ରିକ୍ ଏବଂ ଫେରୋଇଲେକ୍ଟ୍ରିକ୍ ମ୍ୟାଟେରିଆଲ୍ସ ଉପରେ ଅଧିକ ମନୋନୀବେଶ କରିଥିଲେ । ସେ ଅନେକ ଗବେଷଣା ପ୍ରସୂତ ସନ୍ଦର୍ଭ ପ୍ରସ୍ତୁତ କରିଥିବା ବେଳେ ୟୁଏସଏର ଷ୍ଟାନ୍ଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ଗବେଷକଙ୍କ ତାଲିକାରେ ଆପ୍ଲାଏଡ୍ ଫିଜିକ୍ସରେ ଗବେଷଣା କାର୍ଯ୍ୟ ନେଇ କ୍ରମାଗତ ଭାବେ ସ୍ଥାନୀତ ହୋଇଥିଲେ ।
ତାଙ୍କର ପତ୍ନୀ, ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପ୍ରଫେସର ଚୌଧରୀଙ୍କ ମୃତ୍ୟୁ ଗଭୀର କ୍ଷତି ଘଟାଇଲା ବୋଲି କହିଛନ୍ତି ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ଚୌଧରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ସେ ଜଣେ ଉଚ୍ଚକୋଟୀର ଶିକ୍ଷକ ଏବଂ ଗବେଷକମାନଙ୍କର ମାର୍ଗଦର୍ଶକ ଥିଲେ ବୋଲି କହିଛନ୍ତି ।


ଗଠନ ସମ୍ପର୍କରେ ସୂଚନା ଦେବା ସହ କରୋନା ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ସମ୍ ହସ୍ପିଟାଲ ମିଡିଆ କେୟାର୍ସ ସାମ୍ବାଦିକଙ୍କୁ କିଭଳି ସାହାଯ୍ୟ ପ୍ରଦାନ କରୁଛି ତାହାର ସୂଚନା ଦେଇଥିଲେ। ଏହି ଅବସରରେ ସୋଆ ପରିଚାଳନା ନିର୍ଦ୍ଦେଶକ ମନୋଜ ରଞ୍ଜନ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଭକ୍ତ। କରୋନା ସମୟରେ ମିଡିଆ କେୟାର୍ସ ଗଠନର ପରିକଳ୍ପନା କରାଯାଇଥିଲା। ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଏହା ଗଠନ ହୋଇଛି ବୋଲି ସୂଚନା ଦେବା ସହ ଗୋଷ୍ଠୀ ବୀମା କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବରିଷ୍ଠ ସଭ୍ୟ ରଶ୍ମି ରଞ୍ଜନ ଦୋରା ମଞ୍ଚ ପରିଚାଳନା କରିଥିବା ବେଳେ ଗୋପ ରଞ୍ଜନ ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦୟାନନ୍ଦ ଖାଡଙ୍ଗା, ଗୁରୁ ପ୍ରସାଦ ସାହୁ, ଅଜୟ କୁମାର ରଥ, ଗୌରି ଶଙ୍କର ପଟ୍ଟନାୟକ, ଅନିଲ୍ ସାହୁକାର, ଦୀପକ ପୃଷ୍ଟି, ସୀମାଞ୍ଚଳ ପଣ୍ଡା, ରବିନ୍ଦ୍ର ପାଟଖଣ୍ଡାଳ, ଶିବ ପ୍ରସାଦ ପାଢ଼ୀ, ଗଣେଶ କୁମାର ସାହୁ, ଯୋଗେଶ୍ୱର ଦାସ, ଏମ୍. ବିଦ୍ୟାସାଗର, ବିଜୟ ଦାସ, ମନୋଜ ସାହୁ, ଜନ୍ମେଜୟ ସ୍ବାଇଁ, ମୁନା ପାଣି, ରାଜେନ୍ଦ୍ର ମିଶ୍ର, ଶିବ ପ୍ରସାଦ ନରେନ୍ଦ୍ର, ପ୍ରମୋଦ ପଣ୍ଡା, ଗୁପ୍ତେଶ୍ୱର କୌସଲ୍ୟା ଓ ନରେନ୍ଦ୍ର ନିସାଲ ପ୍ରମୁଖ ପରିଚାଳନା କରିଥିଲେ।
ଏହି ଅବସରରେ ସୁନାମଧନ୍ୟ ଡାକ୍ତର ରାଜେନ୍ଦ୍ର ମଣ୍ଡଳ ଓ ସ୍ବାସ୍ଥ୍ୟ ବିଭାଗ ଏପିଏମ୍ କିରଣ କୁମାର ପାତ୍ରଙ୍କୁ ମିଡ଼ିଆ କେୟାର୍ସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।








ସାମ୍ବାଦିକମାନେ ନିର୍ଭୀକଭାବେ ସରକାରଙ୍କ ଦୋଷତ୍ରୁଟିକୁ ସମାଲୋଚନା କରିବାରେ କୌଣସି ସମସ୍ୟା ନାହିଁ। ବରଂ ସାମ୍ବାଦିକଙ୍କ ମନ୍ତବ୍ୟକୁ ନେଇ ସରକାର ନିଜର ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଥିଲେ। ଏକ ବିକଶିତ ଓଡ଼ିଶା ଗଠନ ଲାଗି ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ଏଥିରେ ହିଁ ସାମ୍ବାଦିକମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ବୋଲି ସେ ଆହ୍ୱାନ
ଦେଇଥିଲେ। ଓୟୁଜେର ଦାବିକ୍ରମେ ବିଭିନ୍ନ ସରକାରୀ ବଙ୍ଗଳା ଓ ଆବାସସ୍ଥଳୀ ଲାଗି ବୃଦ୍ଧି ହୋଇଥିବା ଦେୟକୁ ସାମ୍ବାଦିକମାନଙ୍କ ଲାଗି ୩୦୦ଟଙ୍କାକୁ କମାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଘୋଷଣା କରିଥିଲେ।

କରିଥିଲେ।





