ସମାଜରେ ତୃତୀୟ ଲିଙ୍ଗୀଙ୍କୁ ସମ୍ମାନ ମିଳିବା ଉଚିତ: ଯାଜପୁର ସାଂସଦ

- Advertisement -

ବ୍ୟାସଦେବ ଟାଉନହଲ ଠାରେ ବ୍ୟାସନଗର ପ୍ରେସ ଫୋରମର ୧୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ସଭାପତି ଡକ୍ଟର ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାକୁ ସଂପୂର୍ଣ ରୂପେ ‘କିନ୍ନର ସମାଜ’କୁ ଉତ୍ସର୍ଗ କରାଯାଇଥିଲା ବେଳେ ତୃତୀୟ ଲିଙ୍ଗୀଭାବେ ସେମାନଙ୍କୁ ଉଚିତ ସମ୍ମାନ ମିଳିବା ଉଚିତ ବୋଲି ଚତୁର୍ଥ ସ୍ତମ୍ଭ ପ୍ରେସ ଫୋରମ ପକ୍ଷରୁ କରାଯାଇଥିବା ପ୍ରୟାସ ସ୍ଵାଗତ ଯୋଗ୍ୟ ବୋଲି ଉଦଘାଟକ ଭାବେ ଯୋଗଦାନକରି ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି। ମୁଖ୍ୟଅତିଥିଭାବେ କୋରାଇର ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ମହାଭାରତ ଓ ରାମାୟଣ ସମୟରେ କିନ୍ନରଙ୍କ ଭୂମିକା ଶୀର୍ଷ ସ୍ଥାନରେ ରହିଥିଲା। ବର୍ତମାନ ସେମାନଙ୍କ ସମସ୍ୟାକୁ ସମାଧନ କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ପ୍ରସଙ୍ଗାନୁଯାଇ କହିଥିଲେ। ମୁଖ୍ୟବକ୍ତା ଭାବେ ଏସିଆନଏଜର ରାଜ୍ୟ ପ୍ରତିନିଧି ଅକ୍ଷୟ କୁମାର ସାହୁ ଯୋଗଦେଇ ବ୍ୟାସନଗର ପ୍ରେସ ଫୋରମ ଆଜି ଯେଉଁ ଥିମରେ ଉତ୍ସବ ପାଳନ କରିଛି; ତାହା ବାସ୍ତବରେ ପ୍ରସଂଶାଯୋଗ୍ୟ। ସମ୍ମାନିତ ଅତିଥିଭାବେ କଳିଙ୍ଗନଗରର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ ଯୋଗଦେଇ ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ, ସେମାନଙ୍କର ଗୋଟିଏ ଗୋଟିଏ ଲେଖା ସମାଜକୁ ପରିବର୍ତନ କରିଦେଇ ପାରେ |ଉତ୍ସବର ମୁଖ୍ୟ ଆକାର୍ଷଣ ରାଜ୍ୟ କିନ୍ନର ମହାସଂଘର ସଭାପତି ମୀରା ପରିଡା ଅତିଥିଭାବେ ଯୋଗଦେଇ ପ୍ରଥମ କରି ସାମ୍ବାଦିକ ମାନଙ୍କ ପକ୍ଷରୁ କିନ୍ନରମାନଙ୍କ ସମସ୍ୟାକୁ ନେଇ ସଭା ଆୟୋଜନ କରିବା ଏକ ଯୁଗାନ୍ତକରି ପଦକ୍ଷପ ବୋଲି କହିଥିଲେ ।ପ୍ରାରମ୍ଭରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ମୃତିମୟୀ ମାଝୀଙ୍କ ଦ୍ଵାରା ନୃତ୍ୟପରିବେଶଣ କରାଯାଇଥିଲା ବେଳେ ଅନୁଷ୍ଠାନର ମୁଖପତ୍ର ‘ବ୍ୟାସଜ୍ୟୋତି’କୁ ଅତିଥିଙ୍କ ଦ୍ବାରା ଲୋକାର୍ପିତ କରାଯାଇଥିଲା। ଫୋରମର ସମ୍ପାଦକ ମଳୟ କୁମାର ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠକରିଥିଲା ବେଳେ ଉପସଭାପତି ଦୟାନିଧି ନାୟକ ଅତିଥି ପରିଚୟ ଓ ମୁଖ୍ୟପରାମର୍ଶ ଦାତା ଉଦୟନାଥ ଖଣ୍ଡାଇ ସ୍ଵାଗତ ଭାଷଣ ଦେଇଥିଲେ। ଏହି ଅବସରେ ବିଶିଷ୍ଠ ଶିକ୍ଷାବିତ କୈଳାସ ଚନ୍ଦ୍ର ନାୟକ, ବିଶିଷ୍ଟ ସାହିତ୍ୟିକ ଡ. ଅକ୍ଷୟ କୁମାର ମହାନ୍ତି, ବରିଷ୍ଠ ଚିକିତ୍ସକ ଡା. ବିରଂଚି ନାରାୟଣ ମହାପାତ୍ର, କ୍ରୀଡାବିତ ଏସ.କେ ଜହର ଅଲ୍ଲୀ, କ୍ରୀଡାସଂଗଠକ ରାଜେନ୍ଦ୍ର ପ୍ରସାଦ ସ୍ଵାଇଁ, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ, ସାମ୍ବାଦିକ ଭକ୍ତଚରଣ ସାହୁ, ନୃତ୍ୟଶିଳ୍ପୀ ସୁଶ୍ରୀ ଦିବ୍ୟାଙ୍ଗୀ ସେନାପତି, କିନ୍ନର ସମ୍ମାନ ମୀର ପରିଡା, ସମାଜ ସେବୀ ଡକ୍ଟର ଦଇତାରୀ ଧଳ, ସ୍ଵତନ୍ତ୍ର ସମ୍ମାନ ଉଦୟନାଥ ଖଣ୍ଡାଇ, ଓ ବିତରକ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ବିଭିନ୍ନ ବିଭାଗର ପ୍ରତିଭାଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବନ୍ଧିତ କରାଯାଇଥିଲା । ସେହିପରି ବ୍ୟାସନଗର କିନ୍ନର ସଂଘର ସଭାପତି ଓ ସମ୍ପାଦିକା କାଜଲ ଓ ଲଭଲିଙ୍କ ସମେତ ବିଭିନ୍ନ ଜିଲାରୁ ଆସିଥିବା କିନ୍ନର ସଂଘର କର୍ମକର୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ଡକ୍ଟର ସୂର୍ଯ୍ୟମଣି ଖୁଣ୍ଟିଆ, ଡା. ରୁଦ୍ରନାରାୟଣ ପୃଷ୍ଟି, ଆଇନଜୀବୀ ବିବେକାନନ୍ଦ ମହାନ୍ତି, ଅସ୍ମିତା ପତି, ସଂଯୁକ୍ତା ମହାପାତ୍ର, ପ୍ରସନ୍ନ ସାମଲ, ନିରଞ୍ଜନ ଘଡାଇ, ପ୍ରମୋଦ କୁମାର ବଳ, ଦୀପ୍ତିମୟୀ କୂଅଁର, ଅଚ୍ୟୁତାନନ୍ଦ ଦାସ, ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ, ହର୍ଷବର୍ଦ୍ଧନ ବେହେରା, ସୁବାସ ଧଳ, ସୁଜିତ ମଲ୍ଲିକ,କୈଳାଶ ରାଉତ, ପବିତ୍ର ମୋହନ ରାଉତ ରାୟ ପ୍ରମୁଖ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ,ରାଜନେତା ଓ ସାହିତ୍ୟିକ ଯୋଗ ଦେଇଥିଲେ। ଶେଷରେ କାର୍ଯ୍ୟାଳୟ ସମ୍ପାଦକ ବାଇଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ, ଉପସଭାପତି ଜ୍ଞାନରଞ୍ଜନ ଓଝା, ସହସଂପାଦକ ଆଶୁତୋଷ ମହାନ୍ତି, ପ୍ରମୋଦ କୁମାର ପାତ୍ର, କୋଷାଧ୍ୟକ୍ଷ ଅଜୟ ସାହୁ, ବରିଷ୍ଠ ସଦସ୍ୟ ଆଶୁତୋଷ ମିଶ୍ର, ଅସିତାନନ୍ଦ ବିଶ୍ବାଳ, ନାରାୟଣ ରାଉତରାୟ, ଚିତରଞ୍ଜନ ବୋଇତେଇ, ଜିତେନ୍ଦ୍ର କୁମାର ରାଉତ, ଦୀପକ ଦାସ, ମାନସ ଆଇଚ, କୁଞ୍ଜ ବିହାରୀ ମହାନ୍ତି, ସୁଶାନ୍ତ ଭୂୟାଁ, ପ୍ରକାଶ କୁମାର ସାହୁ, ପ୍ରହଲ୍ଲାଦ ଦେଓ, ପ୍ରଶାନ୍ତ ଗେଡି, ସଞ୍ଜୟ ସରକାର, ଆଶିଷ ରାଉତ, ସୌରଭ ଖୁଣ୍ଟିଆ, ସତ୍ୟନାରାୟଣ ନାୟକ ପ୍ରମୁଖ କର୍ମକର୍ତା ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles