ବବିଙ୍କ କ୍ରେଜ :ଜନତାରୁ ମିଡିଆ ଯାଏ
ରାଜ୍ୟ ରାଜନୀତିର ଯୁବ ଚାଣକ୍ୟ ତଥା ଦୃଢ ସଂଗଠକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୁଷ୍ଟି କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ (ବବି ଦାସ ) l 2024 ନିର୍ବାଚନ ଫଳାଫଳର 18 ମାସ ପରେ ଶାସନ ପରିବର୍ତନ ହୋଇଥିଲେ ସୁଦ୍ଧା ବବି ଦାସଙ୍କ କ୍ରେଜ କିନ୍ତୁ ଅତୁଟ ରହିଛି ଓଡିଶା ରଣନୀତିରେ l କ୍ଷମତାରେ ଥିବା ବେଳେ ଯେମିତି ଜନସେବାକୁ ମୂଳମନ୍ତ୍ର କରି ପ୍ରଣବ ଲୋକଙ୍କ ସହ 24 ଘଣ୍ଟା ରହି ସେମାନଙ୍କ ଦୁଃଖ ଓ ସୁଖର ସାଥି ହେଉଥିଲେ ଠିକ ସେମିତି କ୍ଷମତାରେ ନଥାଇ ମଧ୍ୟ ସବୁବେଳେ ଲୋକଙ୍କ ସହ ରହୁଛନ୍ତି l ଜଣେ ଯୁବ ରାଜନେତା ଭାବେ ବବିଙ୍କ ଏପରି ରାଜନୀତି ମନଭାବ ଆଜି ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ l ରାଜନୈତିକ ସମୀକ୍ଷକ ମତରେ ଜନତାଙ୍କ ସେବକ ସାଜିଥିବା ନେତା ସବୁବେଳେ ଜନତାଙ୍କ ପ୍ରିୟ ହୋଇ ରହିବେ, ସେ କ୍ଷମତାରେ ଥାଆନ୍ତୁ କି ନଥାନ୍ତୁ ସେଥିରେ କିଛି ଫରକ ପଡେନାହିଁ l ଯାହା ପ୍ରମାଣିତ ହୋଇଛି ବବି ଦାସଙ୍କ କ୍ଷେତ୍ରରେ l ଯାଜପୁରରେ ବବି ଦରବାରରେ ସାଧାରଣ ଜନତାଙ୍କ ଗହଳି ହେଉ ଅବା ସଭା ସମିତିରେ ଜନସମୁଦ୍ର ଭିଡ ତାହା ପ୍ରମାଣିତ କରୁଛି ନେତାଙ୍କ ପ୍ରତି ଲୋକଙ୍କ ଭଲ ପାଇବା l 2026 ନୂଆ ବର୍ଷ ଆରମ୍ଭରୁ ନିଜ ଜିଲ୍ଲା ଯାଜପୁରରୁ ବିଜେଡିକୁ ପୁଣି ଥରେ କିପରି କ୍ଷମତାକୁ ଫେରିବ ସେନେଇ ବବି ଉଦ୍ୟମ ଆରମ୍ଭ କରିଛନ୍ତି l ନିଜ ବାପାଙ୍କ ଗଡରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି ସେ l ଯାହା ଏବେ ରାଜ୍ୟ ରାଜନୀତିରେ ହଲଚଲ ସୁଷ୍ଟି କରିଛି l
କୋରେଇ ବିଧାନସଭାର ଏକ ନମ୍ବର ୱାର୍ଡରେ ବବି ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିଲେ l ଏହି କାର୍ଯ୍ୟକ୍ରମରେ ୱାର୍ଡବାସୀଙ୍କୁ ବବି ନିଜ ଅଭିଭାଷଣରେ କହିଥିଲେ ଯେ ପ୍ରଥମେ ମନ ଭିତରେ ଥିବା ବିଦ୍ୱେଷ ଓ ଅସୂୟା ଭାବ ଦୂର କରନ୍ତୁ। ନିର୍ବାଚନ ଯେତେବେକେ ଆସିବ ସେତେବେକେ ଗଣତନ୍ତ୍ରର ମାଲିକ ଲୋକମାନେ ଯାହା ନିଷ୍ପତି ନେବେ l ହେଲେ ଆମେ ଏପରି ଏକ ହୋଇ ପରସ୍ପର ସହ ସମ୍ପର୍କ ରେ ଯୋଡି ହୋଇ ରହିବା ଓ କାମ କରିବା l କୋରେଇରେ ଆଜି ଏତେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଯେ ଯାହା ଦ୍ୱାରା କୋରେଇରେ ଅବିଶ୍ୱାସର ବାତାବରଣ ବଢ଼ିଯାଇଛି। ସେହି ଅବିଶ୍ୱାସକୁ ଭାଙ୍ଗିବା ପାଇଁ ଆମେ ଏଭଳି ପ୍ରତ୍ୟେକ ୱାର୍ଡରେ ବନ୍ଧୁ ମିଳନ କରିବା ବୋଲି କହିଥିଲେ ବବି l ବବିଙ୍କ ଏହି କେହି ପଦ ବନ୍ଧୁ ମିଳନରେ ସାମିଲ ହୋଇଥିବା ବିଜେଡି ପ୍ରେମୀଙ୍କ ମନକୁ ବେଶ ଛୁଇଁଥିଲା l ଯାହା ପରବର୍ତୀ ସମୟରେ ଗଣମାଧ୍ୟମର ହେଡ଼ ଲାଇନ ହୋଇଥିଲା l ବବିଙ୍କ କୋରେଇ ଭାଷଣ ପୁରା ଓଡିଶାକୁ ବ୍ୟାପୀଯାଇଛି ଆଜି l ଯାହା ବିଜେଡି କର୍ମୀ ଓ ନେତାଙ୍କ ମନରେ ଜୋସ ଭରିଛି l ବବି ଦାସ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜରିଆରେ ମୋ ୱାର୍ଡ ସଂଗଠନକୁ ଫୋକସ କରିଛନ୍ତି ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି l ହେଲେ କ୍ଷମତା ରେ ନଥାଇ ବବିଙ୍କ କ୍ରେଜ ଜନତାରୁ ମିଡ଼ିଆ ଯାଏ ରହିବା ତାଙ୍କ ସାଙ୍ଗଠନିକ ଦକ୍ଷତା କୁ ପୁଣିଥରେ ପ୍ରମାଣିତ କରୁଛି ବୋଲି ସମୀକ୍ଷକ କହିଛନ୍ତି l
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy