ରଙ୍ଗକୁ ନେଇ ଚର୍ଚ୍ଚାରେ ବବି

- Advertisement -

ବବି ଦାସ, କ୍ଷମତାରୁ ଗଲା ପରେ ସବୁବେକେ ଚର୍ଚ୍ଚାରେ ରହୁଛନ୍ତି । ଯାଜପୁରରୁ ରାଜଧାନୀ ଯାଏଁ ଦକ୍ଷ ସଂଗଠକ ପ୍ରଣବ ପ୍ରକାଶ ଦାସ (ବବି) ଚର୍ଚ୍ଚାରେ ରହିବା ତାଙ୍କର ସାଙ୍ଗଠନିକ ଦକ୍ଷତା ପ୍ରମାଣିତ କରୁଛି l କେତେବେଳେ ବିଜେଡି ରାଜନୀତିରେ ବବିଙ୍କୁ ନେଇ ଗଣମାଧ୍ୟମରେ ନାନା ଆକଳନ ତ କେତେବେଳ ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା କରାଯାଉଛି l 19ମାସ ହେଲା ରାଜ୍ୟରେ ବିଜେପି ସରକାର ଚାଲିଥିଲେ ମଧ୍ୟ ବବି ଗଣମାଧ୍ୟମର ଶିରୋନମାରେ ରହୁଛନ୍ତି l

ଯାଜପୁରରେ ଅନ୍ୱେଷଣ ଅନୁଷ୍ଠାନ କାର୍ଯ୍ୟକ୍ରମରେ ଫୋଟୋ ଷ୍ଟାଣ୍ଡ ଅତିଥି ଫୋଟୋ ଲାଗିଥିଲା l ଅନ୍ୟ ଅତିଥି ପରି ଫୋଟୋ ଷ୍ଟାଣ୍ଡରେ ପୂର୍ବତନ ବିଧାୟକ ବବି ଦାସଙ୍କ ଫୋଟୋ ଲାଗିଥିଲା l ଫୋଟୋ ଷ୍ଟାଣ୍ଡର ରଙ୍ଗକୁ ନେଇ ବବିଙ୍କୁ ପୁଣି ଚର୍ଚ୍ଚାରେ ଟଣା ଯିବାକୁ ନେଇ ଯାଜପୁର ବିଧାୟକ ସୁଜାତା ସାହୁ କହିଛନ୍ତି ଯେ ରଙ୍ଗମରା ରାଜନୀତି ଠାରୁ ଦୂରରେ ରହିବା ଦରକାର l କାହାର ପରିଚୟ କେଉଁ ରଙ୍ଗରେରେ ନଥାଏ, ବରଂ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱରେ ଥାଏ l ଏଭଳି ଚର୍ଚ୍ଚାରୁ ସମସ୍ତେ ଦୁରେଇ ରହିବା ଦରକାର l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles