ପ୍ରସନ୍ନ ସଭାପତି, କିଷାନ ସାଧାରଣ ସମ୍ପାଦକ
ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦୁଇବର୍ଷ ପାଇଁ ଅନୁଷ୍ଠିତ ଏହି ନିର୍ବାଚନରେ ବରିଷ୍ଟ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପୁଣି ଥରେ ସଭାପତି ନିର୍ବାଚିତ ହୋଇଥିବା ବେଳେ କିଷାନ କୁମାର ରାଉତ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ଦିନ ଅନୁଷ୍ଠିତ ୟୁନିଅନର ସାଧାରଣ ପରିଷଦ ବୈଠକ ଓ ପ୍ରତିଷ୍ଠା ଦିବସ ସମାରୋହରେ ନିର୍ବାଚନ ଅଧିକାରୀ ଅଜୟ କୁମାର ଦାସ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଭାବେ ପରୀକ୍ଷିତ ବିଶ୍ଵାଳ ଓ ସନ୍ତୋଷ କୁମାର ସିଂହଦେଓ ନିର୍ବାଚିତ ହୋଇଥିବା ବେଳେ ଅମୂଲ୍ୟ ରଞ୍ଜନ ସ୍ଵାଇଁ ପୁଣି ଥରେ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଚାର୍ଯ୍ୟ ବିଶ୍ବରଂଜନ, ଦେବପ୍ରସାଦ ଦାସ, ଋତୁରାଜ ସିଂ ଓ ରୁପେସ କୁମାର ସାହୁ ସଂପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ରବୀନ୍ଦ୍ର କୁମାର ମହାକୁଡ଼, ଶୁଭଙ୍କର ଜେନା, ଅଶୋକ କୁମାର ମହାକୁଡ଼ ଓ ସୁକାନ୍ତ ସାହୁ ସଙ୍ଗଠନ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ କାର୍ଯ୍ୟକାରୀ କମିଟିକୁ ୨୫ ଜଣ ନିର୍ବାଚିତ ହୋଇଛନ୍ତି। ସେହିପରି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଭାବେ ଆଦିତ୍ୟ ମେକାପ, ଉପାଧ୍ୟକ୍ଷ ଭାବେ ଉପନ ସାହୁ ଓ ମେମ୍ବର ଭାବରେ ଅଜୟ ଦାସ, ପ୍ରଦୀପ୍ତ ମିଶ୍ର, ପ୍ରସାନ୍ତ ବେହେରାଙ୍କୁ ମନୋନୀତ କରାଯାଇଥିଲା ।
ଏହି ଅବସରରେ ଅପରାହ୍ନରେ ଓୟୂଜେ କାର୍ଯ୍ୟାଳୟରେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥଲା।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy