ଦଳ ବିରୋଧୀ କାର୍ଯ୍ୟ କରିଥିବା ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳର ପ୍ରତିବାଦ

ବିଜେଡି ସୁପି୍ରମୋ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକୁ ଅବମାନନା କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡିର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନାଙ୍କ ବିଜେବି ନଗର ସ୍ଥିତ ବାସଭବନ ସମ୍ମୁଖରେ ଆଜି ଏକ ପ୍ରତିବାଦ ସଭା ଆୟୋଜନ କରିବା ସହ ଶ୍ରୀମତୀ ଜେନା କରିଥିବା ଦଳ ବିରୋଧୀ କାର୍ଯ୍ୟକୁ କଡ଼ା ନିନ୍ଦା କରିଛି ବିଜୁ ମହିଳା ଜନତା ଦଳ ।

ଏହି ପ୍ରତିବାଦ ସଭାର ନେତୃତ୍ୱ ନେଇଥିବା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ଶ୍ରୀମତୀ ସୁଭାସିନୀ ଜେନା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳରୁ ଟିକେଟ ପାଇ ନିର୍ବାଚିତ ହୋଇଥିଲେ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳର ସୁପି୍ରମୋଙ୍କ ନିଦେ୍ର୍ଦଶ ଯାହା ରହିବ, ତାକୁ ମାନିବି ବୋଲି କହୁଥିବା ଶ୍ରୀମତୀ ଜେନା ନିର୍ବାଚନ ଦିନ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜୁ ଜନତା ଦଳ ସହିତ ରହି, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ଦଳ ବିରୋଧୀ କାର୍ଯ୍ୟ କରିବା ସହ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ବିଶ୍ୱାସଘାତକତା କରିଥିବା ଶ୍ରୀମତୀ ଜେନାଙ୍କୁ ଆଗାମୀ ଦିନରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ ।

ଶ୍ରୀମତୀ ଛୁରିଆ ଆହୁରି କହିଥିଲେ ଯେ, ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରରେ ସାମିଲ ହୋଇ ଅର୍ଥ ଲୋଭରେ ଶ୍ରୀମତୀ ଜେନା ଯେଉଁ ଦଳବିରୋଧୀ କାର୍ଯ୍ୟ କରିଛନ୍ତି, ଯଦି ନୈତିକ ସାହସ ଅଛି, ତେବେ ସେ ତୁରନ୍ତ ବିଧାୟିକା ପଦରୁ ଇସ୍ତଫା ଦିଅନ୍ତୁ ।

ଏହି ପ୍ରତିବାଦ ସଭା କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ସର୍ବଶ୍ରୀ ଭାରତୀ ସିଂହ, ନୃପେସ ନାୟକ, କେ. ଶାନ୍ତି, ମାନସୀ ସୁନ୍ଦରରାୟ, ରଞ୍ଜୁଲତା ରାୟ, ପ୍ରଭାସିନୀ ସେଠୀ, ଅଲିଅଳୀ ମଲ୍ଲିକ, ବରିଷ୍ଠ ନେତ୍ରୀ ସାରଳା ସ୍ୱାଇଁ, ସସ୍ମିତା ନନ୍ଦ, ବନଜା ମହାନ୍ତି, ଲୋରା ମହାପାତ୍ର, ଜ୍ୟୋତ୍ସ୍ନା ପରିଡ଼ା, ରୁନୁ ଜେନା, ମୋନାଲିସା ଗନ୍ତାୟତ, ଲକ୍ଷ୍ମୀ ସାହୁ, ଈଲା ସ୍ୱାଇଁ, ତିଳୋତ୍ତମା ଚୌଧୁରୀ, ସ୍ମିତା ସ୍ୱାଇଁ, ସୁସ୍ମିତା ଦାସ ଏବଂ ବିଜୁ ମହିଳା ଜନତା ଦଳର ହଜାର ହଜାର ମହିଳା ସମର୍ଥକ ସାମିଲ ହୋଇଥିଲେ ।

କଟକ ମେଡିକାଲ ଅଗ୍ନିକାଣ୍ଡରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଭୁବେଶ୍ୱରର ଜିଲ୍ଲା କଂଗ୍ରେସର ବିକ୍ଷୋଭ।*

– କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁବରଣ କରିଥିବା ରୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ଓଡ଼ିଶାର ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କ ସୁରକ୍ଷା ପ୍ରତି ଉଦାସୀନ ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କୁଶପୁତ୍ତଳିକ ଦାହ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ କହିଥିଲେ ଯେ ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିରୀହ ରୋଗୀଙ୍କର ହତ୍ୟାକାରୀ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ରାଜ୍ୟର ସବୁଠାରୁ ଭରସାଯୋଗ୍ୟ ସରକାରୀ ଚିକିତ୍ସାଳୟରେ ରୋଗୀ ଅସୁରକ୍ଷିତ ଏବଂ ଏଭଳି ଯେଉଁ ମର୍ମତୁନ୍ଦ ଘଟଣା ଘଟିଲା ସେଥିରୁ ଏ ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡ଼ିକର ଅବସ୍ଥା କ’ଣ ତାହା ସ୍ପଷ୍ଟ ବାରିହୋଇପଡ଼ୁଛି ।

ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା କହିଲେ ଯେ ମୃତକମାନଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଓ ଆହତମାନଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉ । ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା ଦାବି କରିଅଛନ୍ତି । ଏପରି ମର୍ମନ୍ତୁଦ ଘଟଣା ଯେପରି ପୁର୍ନବାର ନଘଟେ ସେଥିପ୍ରତି ଧ୍ୟାନ ଦେବାପାଇଁ କଟକ ବଡ଼ଡାକ୍ତରଖାନା କତୃପକ୍ଷଙ୍କୁ ଶ୍ରୀଯୁକ୍ତ ଜେନା ଚେତାବନୀ ଦେଇଛନ୍ତି । ଏହି ଦାୟୀତ୍ୱରେ ଥିବା କର୍ମଚାରୀ ଏବଂ ମେଡିକାଲ କଲେଜର ମୁଖ୍ୟଙ୍କ ଉପରେ ମଧ୍ୟ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ନିଆଯାଉ ।

ଏହି ବିକ୍ଷୋଭରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ତାରାପ୍ରସାଦ ବାହିନୀପତି, କିଶୋର ଜେନା, ମନୋରଞ୍ଜନ ଦାଶ, ମୀନାକ୍ଷୀ ବାହିନୀପତି, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ସୁବତ୍ର ମହାପାତ୍ର, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ସୌମେନ୍ଦ୍ର ମହାନ୍ତି, ଜୟକୃଷ୍ଣ ମଲ୍ଲିଆ, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ ଦାସ, ମୋହନ ଜେନା, ଯୋଗିନାଥ ବାହୁବଳେନ୍ଦ୍ର, ସୂର୍ଯ୍ୟକାନ୍ତ ଜେନା, ମନୋରଞ୍ଜନ ଜେନା, ସତ୍ୟବ୍ରତ ନାୟକ, ଦେଓ ପ୍ରସାଦ, କୈଳାସ ସାହୁ, ସୁଧାଂଶୁ ଦେଓ, ଜୟଶ୍ରୀ ପଟ୍ଟନାୟକ, ବିନୁ ପାଣି, ଗୀତାଞ୍ଜଳି ମହାନ୍ତି, ଶ୍ରୀୟା ମହାନ୍ତି, ଶ୍ରିୟାସ୍ମିତା ପଣ୍ଡା, ନିରୁପମା ପାତ୍ର, ବିଶ୍ୱକଲ୍ୟାଣୀ କର, ରାଜକିଶୋର ବାରିକ, ଆଲୋକ ମହାନ୍ତି, ଅନ୍ତର୍ଯ୍ୟାମୀ ଦିକ୍ଷିତ, ଉଦ୍ଦିତ ପ୍ରଧାନ, ମାନସ କର, ଆତ୍ମାରାମ ପତି, ଦେବାଶିଷ ଦାସ, ମଂଟୁ ମଲ୍ଲିକ, ନିରଞ୍ଜନ ନାୟକ, ଖଗେଶ୍ୱର ମଲ୍ଲିକ, ଦେବରାଜ ମିଶ୍ର, ଜୟସ୍ମିତା ମହାନ୍ତି, ରଜନୀ ମହାନ୍ତି, ସୁନିତା ବିଶ୍ୱାଳ, ଉର୍ବଶ୍ରୀ ମିଶ୍ର, ଅପସନା ବେଗମ, ପ୍ରୀତିଛନ୍ଦା ରାଉତରା, ଚୈତାଳୀ ପଟ୍ଟନାୟକ, ମଞ୍ଜୁ ମିଶ୍ର, ବୈଲୋଚନ ସାହୁ, ନିରଞ୍ଜନ ନାୟକ, ମାନସ ସେଠୀ, ସାଇ ପସ୍ରାଦ ରାଉ, ଜିନେଶ ନାୟକ, ଚନ୍ଦନ ସାହୁ, ଏସ୍‌କେ ବନି ଅମିନ, ଆଦିତ୍ୟ ଅଂଶୁମାନ ପାତ୍ର, ଭାଗବତ ଜେନା, ଆୟୁଷ୍ମାନ ମହାପାତ୍ର, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଭି, ଭବାନି ଶଙ୍କର ପ୍ରମୁଖ ଯୋଗଦେଇଥିଲେ

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ*

ଗ୍ରୀଷ୍ମପ୍ରବାହ ସମୟରେ ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ଆମର ପ୍ରାଥମିକତା – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ହେବ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା

ନିରବଚ୍ଛିନ୍ନ ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ ନିମନ୍ତେ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଶାରୀରିକ କାର୍ଯ୍ୟରେ ନିୟୋଜିତ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ରାଜ୍ୟରେ ସମ୍ଭାବ୍ୟ ହିଟ୍ ୱେଭ୍ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରିବା ସହ ମାନବଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ l ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମଡେଲ୍ କୁଲିଂ ସେଲଟର୍ ବ୍ୟବସ୍ଥା କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିଶୁମାନଙ୍କ ପାଇଁ ଏବଂ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଗୁରୁତ୍ଵାରୋପ କରିଥିଲେ l ଏଥିସହିତ ହିଟ୍ ୱେଭ୍ ପ୍ରସଙ୍ଗର ଗୁରୁତ୍ଵ ଉପଲବ୍ଧି କରି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଜନସାଧାରଣଙ୍କ ସୁରକ୍ଷା ଏବଂ ତ୍ଵରିତ ସମସ୍ୟା ସମାଧାନ ପାଇଁ ନିଜନିଜ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଗୁରୁତ୍ୱାରୋପ କରିବା ସହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପ୍ରଶାସନକୁ ସହଯୋଗ ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ l ସ୍ଵତନ୍ତ୍ର ସାହାଯ୍ୟ ଆୟୁକ୍ତ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଗ୍ରୀଷ୍ମ ପ୍ରବାହ ସହ ସମ୍ଭାବ୍ୟ କାଳବୈଶାଖୀର ମୁକାବିଲା କରିବା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଥିଲେ l

ବୈଠକରେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଶ୍ରମିକ ତଥା ଅନ୍ୟ ଶାରୀରିକ କାର୍ଯ୍ୟରେ ନିୟୋଜିତ ରହୁଥିବା ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଅର୍ଥାତ୍ ଦିନ ୧୧ରୁ ୩ ଘଟିକା ଯାଏ କୌଣସି ବି ନିର୍ମାଣ ଆଦି ଶାରୀରିକ କାର୍ଯ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା l ଏଥିରେ ଖିଲାପ କରି ଶ୍ରମିକ ବା ସାଧାରଣ ଲୋକଙ୍କୁ କାମରେ ଲଗାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ବିଦ୍ୟାଳୟ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସର୍ବସାଧାରଣ ଅନୁଷ୍ଠାନ ଏବଂ ସ୍ଥାନମାନଙ୍କରେ ଆବଶ୍ୟକ ଅନୁଯାଇ ଜଳଛତ୍ର, ପାନୀୟ ଜଳ, ଫାଷ୍ଟ୍ – ଏଡ୍ ବକ୍ସ୍, ଓଆରଏସ୍ ପାଉଡର୍, ଶୀତଳ କକ୍ଷ ଆଦିର ବ୍ୟବସ୍ଥା ନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଥିଲା l ବିଦ୍ୟାଳୟରେ ଶିଶୁମାନଙ୍କ ପାଇଁ ନିୟମିତ ବ୍ୟବଧାନରେ ପାଣି ପିଇବା ନିମନ୍ତେ ସ୍ଵତନ୍ତ୍ର ବେଲ୍ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଥିଲା l ଜନବହୁଳ ଟ୍ରାଫିକ୍ ସ୍ଥାନମାନଙ୍କରେ ଅସ୍ଥାୟୀ ସେଡ୍ ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା l ବୈଠକରେ ଡାକ୍ତରଖାନାମାନଙ୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଅଂଶୁଘାତ ୱାର୍ଡର ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ସମସ୍ତ ଗ୍ରାମପଞ୍ଚାୟତମାନଙ୍କରେ ନଳକୂପ ମରାମତି ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆବଶ୍ୟକସ୍ଥଳେ ପାଣି ଟ୍ୟାଙ୍କର୍ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା l

ସେହିପରି ଖରାଦିନେ ବିଦ୍ୟୁତ୍ କାଟ ନିୟମିତ ସମସ୍ୟା ସୃଷ୍ଟି କରୁଥିବାରୁ ଏ ନେଇ ଶକ୍ତି ବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯିବା ସହ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଅଧିକ ଶକ୍ତି ସଂରକ୍ଷଣ କରି ରଖିବାକୁ ଆଲୋଚନା ହୋଇଥିଲା l ସାଧାରଣ ଲୋକେ ଫୋନ୍ କରି ହେଲ୍ପ୍ ଲାଇନ୍ ନମ୍ଵରରେ ଶକ୍ତି ବିଭାଗ ସହ ଯୋଗାଯୋଗ କରିବାକୁ ଚାହିଁଲେ ବିଭାଗ ପକ୍ଷରୁ ସେମାନଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣି ଆଶ୍ୱାସନା ଦେଇ ସମସ୍ୟାର ସମାଧାନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲେ l ଝାରସୁଗୁଡ଼ା, ବ୍ରଜରାଜନଗର, ଅନୁଗୁଳ, ତାଳଚେର ଆଦି ଅଞ୍ଚଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବା ଯୋଗୁ ସେସବୁ ଅଞ୍ଚଳରେ ବିଶେଷ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା l ବିଭିନ୍ନ ଖଣି ଅଞ୍ଚଳ ଏବଂ କଳକାରଖାନାମାନଙ୍କରେ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ସହ କୁଲିଂ ସେଲଟର୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ଏଥିସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଶୀତତାପ ନିୟନ୍ତ୍ରିତ ବସ୍ ସେବା ଯୋଗାଇ ଦେବାକୁ ଆଲୋଚନା ହୋଇଥିଲା l ସେହିପରି ଦୀର୍ଘମିଆଦୀ ସୂତ୍ରରେ ସହରାଞ୍ଚଳରେ କ୍ଷୁଦ୍ର ଜଙ୍ଗଲୀକରଣ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ଖାଲି ଥିବା ସରକାରୀ ଜମି ଯୋଗାଇ ଦିଆଯିବାକୁ ଆଲୋଚନା ହୋଇଥିଲା l ବିଭିନ୍ନ ବଡ଼ବଡ଼ କୋଠାର ବାହାର କାନ୍ଥରେ ସବୁଜିମାର କଭରରେ ଆଚ୍ଛାଦିତ କରିବାକୁ ମଧ୍ଯ ଆଲୋଚନା ହୋଇଥିଲା l

ସେହିପରି ନିୟମିତ ଭାବରେ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସୂଚନା ଦିଆଯାଇ ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ଆଗାମୀ ଗ୍ରୀଷ୍ମଦିନେ ସାଧାରଣଲୋକେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ଏବଂ ସେମାନଙ୍କର ଜୀବନ ସୁରକ୍ଷିତ ରହିବ ; ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ଏହାର ସୁପରିଚାଳନା ନିମନ୍ତେ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ସୂଚନା ଦିଆଯାଇଥିଲା l ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ଵତନ୍ତ୍ର ସାହାଯ୍ୟ ଆୟୁକ୍ତ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଶକ୍ତି ବିଭାଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ସମସ୍ତ ଆରଡିସି, ଜିଲ୍ଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନର ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ l

.

ନ୍ୟାୟ ଦେବେ କି କନକ ବର୍ଦ୍ଧନ? ମିଟର ନାଁରେ ଲୁଟୁଛି ଟାଟା ପାୱାର :ଅହଙ୍କାରୀ କର୍ମଚାରୀଙ୍କ ପାଇଁ ବଦନାମ ଶକ୍ତି ବିଭାଗ 

ନ୍ୟାୟ ଦେବେ କି କନକ ବର୍ଦ୍ଧନ,

 ମିଟର ନାଁରେ ଲୁଟୁଛି ଟାଟା ପାୱାର :ଅହଙ୍କାରୀ କର୍ମଚାରୀଙ୍କ ପାଇଁ ବଦନାମ ଶକ୍ତି ବିଭାଗ

ବିଜେପି ସରକାର ଏହି 18ମାସରେ ଯଦି କାହା ପାଇଁ ଗାଁ ଗାଁ ରେ ସରକାରଙ୍କ ବିରୋଧରେ ଅଧିକ ଜନ ଅସନ୍ତୋଷ ଦେଖା ଦେଇଛି ତାହା ହେଉଛି ଶକ୍ତି ବିଭାଗ l ଶକ୍ତି ବିଭାଗର ଜଣେ ଅଭିଜ୍ଞ, ଦକ୍ଷ, ସ୍ଵଛ ନିର୍ମଳ ଭାବମୃତ୍ତି ଥିବା ଓଡ଼ିଶାର ଲୋକପ୍ରିୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଦାୟିତ୍ୱରେ ଅଛନ୍ତି l ହେଲେ ମନ୍ତ୍ରୀଙ୍କ ବାରମ୍ବାର ତାଗିଦ ସ୍ୱତ୍ତ୍ୱେ ଟାଟା ପାୱାର ଅଧିକାରୀମାନେ କିନ୍ତୁ ସେମାନଙ୍କ ପ୍ରକୃତି ଛାଡୁ ନାହାନ୍ତି l କେଉଁଠି ସୌଭାଗ୍ୟ ଯୋଜନା ନାଁ ରେ ସଂଯୋଗ ନଦେଇ ଉପଭୋକ୍ତାଙ୍କୁ ବିଲ ବୃଦ୍ଧି କରି ଜୋରଜବର ଦସ୍ତ ଆଦାୟ କରାଯାଉଛି ତ କେଉଁଠି ମିଟର ନାଁ ଇଂରେଜ ସମୟର ଜିଜିଆ କର ପରି ବିଜୁଳି ବିଲ ଆଦାୟ କରାଯାଉଛି l ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଯାଜପୁର ଟାଉନରୁ ଆସିଥିବା ଗୋଟେ ଅଭିଯୋଗକୁ ନେଇ ଏ ରିପୋର୍ଟ l ଯାହାକୁ ନେଇ ଦିନକୁ ଦିନ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି l ସୂତାରେ ଛିଣ୍ଡୁ ଥିବା ସମସ୍ୟାକୁ ଟାଟା ପାୱାର କର୍ମଚାରି ମାନେ କୁଡାରୀ ଲଗାଇ କାଟିବାକୁ ବି ପଛାଉ ନାହାନ୍ତି l

 ଟାଟା ପାୱାର ନାଁ ରେ ଏପରୀ ମାଳମାଳ ଅଭିଯୋଗ ଆସିବା ପରେ ବିଧାନସଭାର ବଜେଟ ଅଧିବେଶନରେ ବିରୋଧୀ ଏ ପ୍ରସଙ୍ଗକୁ ନେଇ ମୁଲତବି ପ୍ରସ୍ଥାବ ଆଣି ସରକାରଙ୍କୁ ନିଶାନା କରିଛନ୍ତି l କିଛି ଦିନ ପୂର୍ବରୁ ବିଧାନସଭାରେ

କଂଗ୍ରେସ ପକ୍ଷରୁ “ଟାଟା ପାୱାର ଦ୍ୱାରା ଉପଭୋକ୍ତାଙ୍କୁ ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା, ମନ ଇଚ୍ଛା ବିଲ ଦେବା ଓ ଅଘୋଷିତ ବିଦ୍ୟୁତ୍ କାଟ କରିବା ସମ୍ପର୍କରେ” ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇସାରିଛି l ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ପବିତ୍ର ସାଉଁତାଙ୍କ କହିଥିଲେ, ବିଜୁଳି ସାଧାରଣ ଲୋକଙ୍କ ସହ ସିଧାସଳଖ ଜଡିତ ଥିବା ସମସ୍ୟା। ଅଘୋଷିତ ବିଦ୍ୟୁତ କାଟ ସମସ୍ତଙ୍କୁ ହଇରାଣ କରୁଛି। ଶିକ୍ଷା, ସ୍ୱାସ୍ଥ୍ୟ ,ଶିଳ୍ପ ସବୁଥିରେ ବିଦ୍ୟୁତ ଆବଶ୍ୟକ। ରାଜ୍ୟରେ 25 ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉ ଥିବା ବେଳେ ଆନେକ ଗାଁକୁ ବିଜୁଳି ଯାଇ ପାରି ନାହିଁ। ଯାହାକି ଦୁର୍ଭାଗ୍ୟ ଜନକ ଚିତ୍ର। ଟାଟା ପାୱାରକୁ ସାଗମାଛ ଦରରେ ସରକାର ଟେକି ଦିଆଯାଇଛି। ଲୋକଙ୍କୁ 1000 ଭତ୍ତା ଦେଉଥିବା ବେଳେ ଗରିବ ଲୋକ ଇଲେକ୍ଟ୍ରି ବିଲ କେମିତି ଦେବେ। ଗରିବ ଲୋକଙ୍କୁ ହଜାର ହଜାର ଟଙ୍କା ବିଲ ଆସୁଛି l ସ୍ମାର୍ଟ ମିଟର ବ୍ୟବସ୍ଥା କାହିଁକି କରାଗଲା l ଟାଟା ପାୱାର ମନ ଇଛା ବିଲ ଦେଉଛନ୍ତି l ମୋ ନିର୍ବାଚନ ମଣ୍ଡଳିରେ କେବଳ 400 କୋଟି ଟଙ୍କା ଫାଇନ ପକାଇଛି ଟାଟା ପାୱାର। ସାରା ରାଜ୍ୟରେ 5000 କୋଟି ଫାଇନ ପକେଇଛନ୍ତି l ଆଜି ରାଜ୍ୟ ସରକାର 80 ହଜାର କୋଟି ଟଙ୍କା ଶିଳ୍ପ ସାଂସ୍ଥା ରିହାତି ହେଇଛନ୍ତି l ହେଲେ କୃଷି କ୍ଷେତ୍ରରେ ଦେଉ ନାହାନ୍ତି। ଆମ ରାଜ୍ୟରେ ମାତ୍ର 2 ପ୍ରତିଶତ ବିଦ୍ୟୁତକୁ କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଛି। କୃଷି କ୍ଷେତ୍ରରେ ଚାଷୀଙ୍କୁ ସୁବିଧା ନ ଦେଲେ କେମିତି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହେବ। ସବୁ ଦେଖି ବିଭାଗୀୟ ମନ୍ତ୍ରୀ ଚୁପ କାହିଁକି । ଗାଁରେ ଅଘୋଷିତ ପାୱାର କଟ ଫଳରେ ପିଲାଙ୍କ ପାଠ ପଢା ଠିକରେ ହୋଇ ପାରୁ ନାହିଁ। ବିଦ୍ୟୁତ ଦର ରାଜ୍ୟରେ ବଢୁଛି। ରାଜ୍ୟରେ ସବୁ ସମ୍ବଳ ଥାଇ ମଧ୍ୟ ଦର ରାଜ୍ୟରେ କମୁ ନାହିଁ କାହିଁକି ।ସରକାର ବିଦ୍ୟତ ଦର କମାଉ ନାହାନ୍ତି । ନିର୍ବଛିନ୍ନ ସହ କୃଷକଙ୍କୁ କମ ଦରରେ ବିଦ୍ୟୁତ ଦିଅନ୍ତୁ ସରକାର। ମାଗଣା 300 ୟୁନିଟ ମାଗଣା ବିଜୁଳି ଗଲା କୁଆଡେ। ଅନ୍ୟ ରାଜ୍ୟରେ ଲୋକଙ୍କୁ ଫ୍ରି ବିଜୁଳି ଦିଆଯାଉଛି। ହେଲେ ଆମ ଠି କାହିଁକି ନାହିଁ। ବିପିଏଲ ଧାରୀ ଲୋକଙ୍କୁ ମାଗଣାରେ ବିଜୁଳି ମିଳିବା ଉଚିତ l ସେହିପରି

ମୁଲତବୀ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ କହିଥିଲେ ପାରମ୍ପରିକ ରୀତିରେ ବିରୋଧୀ ଦଳଙ୍କ ପ୍ରଶ୍ନ ରେ ସରକାର ମିଛ କହିଛନ୍ତି କହିଲେ ସମସ୍ୟାର ସମାଧାନ ହେବ ନାହିଁ। ସ୍ମାର୍ଟ ମିଟରକୁ ଲୋକଙ୍କ ଉପରେ ଲଦି ଦିଆଯାଉଛି। ଫଳରେ ଲୋକଙ୍କୁ ଶୋଷଣ କରାଯାଉଛି। ଓଇଆରସି ବୈଠକରେ ଟାଟା ପାୱାରକୁ static meter.କୁ କାହିଁକି ବଦଳାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। static meterକୁ

ପରିବର୍ତ୍ତନ କଲେ 800 ଟଙ୍କା ଚର୍ଚ୍ଚା ହେବ। ହେଲେ କାହିଁକି 5000 ଟଙ୍କା ଦେଇ ସ୍ମାର୍ଟ ମିଟର ଲଗାଯିବ। ଟାଟା କମ୍ପାନୀ ଯାହା କମ ଖର୍ଚ୍ଚରେ ହେବ ତାହା ନ କରି ଲୋକଙ୍କୁ ଖର୍ଚ୍ଚାନ୍ତ କରୁଛନ୍ତି। ଏପଟେ ସରକାର 735 କୋଟି ଟଙ୍କା ବେଜେଟରେ କାହିଁକି ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ଟାଟା କମ୍ପାନୀକୁ କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି। ସରକାର ଲୋକଙ୍କର । ହେଲେ ତାଙ୍କ ପ୍ରତି ଦରଦ ବଦଳରେ କମ୍ପାନୀକୁ କାହିଁକି ଏତେ ଦରଦ ଦେଖାଉଛନ୍ତି। ସ୍ମାର୍ଟ ମିଟର କମ୍ପାନୀ ନିଜ ପୁଞ୍ଜିରୁ ଲଗେଇବା ଉଚିତ। ଏହା ନ କରି ଲୋକ କାହିଁକି ଟଙ୍କା ଦେବେ। ଲୋକଙ୍କୁ ଶୋଷଣ କଣ ପାଇଁ କରୁଛନ୍ତି। ଅତିରିକ୍ତ ସୁରକ୍ଷା ଜମା ରାଶି ବାବଦରେ ଆପଣ 13 ମାସର ଟଙ୍କା ଟାଟା କମ୍ପାନୀ ନେଲା। ଫଳରେ ଖାଉଟିଙ୍କୁ ଶୋଷଣ କରାଗଲା। ଏହାକୁ ଅସ୍ବୀକାର କରିବେ କି। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଆପଣ ମଧ୍ୟ ଏହା ଜାଣିଛନ୍ତି । ଏହା ଦୁର୍ଭାଗ୍ୟ ଜନକ। ଆମେ ଉଚିତ ଦରରେ ଉଚ୍ଚ ମାନର ନିରବଛିନ୍ନ ବିଦ୍ୟୁତ ଚାହୁଁ l

ମୁଲତବୀ ଆଲୋଚନାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅନୁପସ୍ଥିତିରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଙ୍କ ଉତ୍ତର କହିଥିଲେ କେବଳ ଚର୍ଚ୍ଚା ପାଇଁ ଅଭିଯୋଗ ଆଣିଛନ୍ତି ବିରୋଧୀ । ସେମାନେ ଯେତେବେଳେ ସରକାରରେ ଥିଲେ କଣ ବ୍ୟବସ୍ଥା ଥିଲା ସେମାନେ ଜାଣିଛନ୍ତି । ଲୋ ଭୋଲ୍ଟେଜ ସତ୍ତ୍ୱେ ବିଦ୍ୟୁତ୍ ବିଲ୍ ଆସୁଥିଲା l ଲୋକ ବିଦ୍ୟୁତ୍ ପାଉନଥିଲେ l ସୌଭାଗ୍ୟ ଯୋଜନା ମାଧ୍ୟମରେ 9.57 ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ହୋଇଛି l ସେମାନେ ବିଦ୍ୟୁତ୍ ଯୋଗାଣରେ କୌଣସି ସଂସ୍କାର ଆଣି ନାହାନ୍ତି l ସ୍ମାର୍ଟ ମିଟର ଦ୍ୱାରା ତ୍ରୁଟି ଶୂନ୍ୟ ହେଉଛି l ଉପଭୋକ୍ତା ଲାଭବାନ୍ ହେଉଛନ୍ତି l ଲୋ ଭୋଲ୍ଟେଜ ନାହିଁ କି ଅଘୋଷିତ ବିଦ୍ୟୁତ୍ କାଟ ହେଉନାହିଁ l ସମଗ୍ର ଦେଶରେ ଫେବୃଆରୀ ସୁଦ୍ଧା 5.80 କୋଟି ସ୍ମାର୍ଟ ମିଟର ସ୍ଥାପନ କରାଯାଇଛି l ସ୍ମାର୍ଟ ମିଟର ଦ୍ୱାରା ମିଟର ରିଡିଙ୍ଗ ଓ ବିଲିଂ ତ୍ରୁଟି ଶୂନ୍ୟ ହୋଇଥାଏ l ରାଜ୍ୟରେ କୌଣସି ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ କରାଯାଉନାହିଁ l ବନ୍ୟା, ବାତ୍ୟା, ଝଡ଼ ବର୍ଷା ଭଳି ବିପର୍ଯ୍ୟୟ ଯୋଗୁଁ କ୍ଷୟକ୍ଷତି ରୋକିବା ପାଇଁ ସାମୟିକ ଭାବେ ବିଦ୍ୟୁତ୍ କାଟ କରାଯାଇଥାଏ l ବିଦ୍ୟୁତ୍ ଚୋରି ପାଇଁ ଫାଇନ ଆଦାୟ କରାଯାଉଛି । ଏହାର ଉଚ୍ଚ ବିଦ୍ୟୁତ ଦର ଅଭିଯୋଗ ସହ କୌଣସି ସମ୍ପର୍କ ନାହିଁ । ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ଗ୍ରାହକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବିଦ୍ୟୁତ୍ ଯୋଗାଣ ମାନରେ ମଧ୍ୟ ବୃଦ୍ଧି ପାଇଛି । ଆଗାମୀ ଦିନରେ ବିଦ୍ୟୁତ୍ ବିଲ୍ ଓଡ଼ିଆରେ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି କହିଥିଲେ l

ଟାଟା ପାୱାର ନାଁରେ ଏତେ ଅଭିଯୋଗ ହେବା ପରେ ପୁଣି ଯାଜପୁରରୁ ସାଧାରଣ ଉପଭୋକ୍ତା ଧ୍ରୁବ କୁମାର ମହାପାତ୍ରଙ୍କୁ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ନଦେଇ ଲଗାତର ଭାବେ ବକେୟା ବିଲ ଆଦାୟ ଆଳରେ ହାଇରାଣ କରାଯାଉଛି l ଏତିକିରେ ଟାଟା ପାୱାର ଅଧିକାରୀଙ୍କ ମନଶାନ୍ତି ହୋଇନଥିଲା ଯେ ସେମାନେ କୌଣସି ସୂଚନା ନଦେଇ ଉପଭୋକ୍ତାଙ୍କୁ କୌଣସି ସୂଚନା ନଦେଇ ତାଙ୍କର ବିଜୁଳି ସଂଯୋଗ କାଟିଦେଇଥିଲେ l ଯାଜପୁର ସହରରୁ ଆସିଥିବା ଏହି ଅଭିଯୋଗ ଏବେ ଲୋକପ୍ରିୟ ଉପ ମୁଖ୍ୟମନ୍ତ୍ରିଙ୍କ ପାଖରେ ପହଂଚିଛି l ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଏ କଥାକୁ ଗୁରୁତ୍ୱ ଦେଇ ଟାଟା ପାୱାର ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଲେ l ହେଲେ ଟାଟା ପାୱାର ଉପ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖବର ପହଂଚି ଯିବାରୁ ସବୁ ବୃଦ୍ଧି ଲଗାଇ ରାଗ ତମ ତମ ହୋଇ ଯାଜପୁର ଉପଭୋକ୍ତାଙ୍କ ଅଭିଯୋଗକୁ ମିଛ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି l ଏପରିକି କାହିଁକି ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କଲ ବୋଲି ପ୍ରଶ୍ନ କରିଛନ୍ତି l ଯାହା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ l ତେବେ ସାଧାରଣ ଉପଭୋକ୍ତା କେବେ ଟାଟା ପାୱାର ଏପରି ମନମୁଖି ବିଲ ଆଦାୟରୁ ମୁକ୍ତି ପାଇବ ତାହା ଉପରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

ବର୍ଷ ବର୍ଷ ଧରି ଗୋଟିଏ ଡିଭିଜନରେ କାମ କରୁଥିବା ଅଧିକାରୀମାନଙ୍କ ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ଟାଟା ପାୱାର ଓ ଶକ୍ତି ବିଭାଗ ବଦନାମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଏନେଇ ଟାଟା ପାୱାର ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଇନାହିଁ l

ମନମୋହନ, ସୁଜିତ,ଦିଲ୍ଲୀପ ଓ ସଂତୃପ୍ତ ବିଜୟୀ : ହାରିଲେ ଦତ୍ତେଶ୍ବର

ଯାହା ଆକଳନ କରାଯାଉଥିଲା ତାହା ହେଲା l ରାଜ୍ୟସଭା ଗଣିତ ସଂଖ୍ୟାରେ ବିଜେପି 3ଟି ଓ ବିଜେଡି ଗୋଟିଏ ଆସନରେ ବିଜୟୀ ଲାଭ କରିଛନ୍ତି l  ରାଜ୍ୟସଭା ନିର୍ବାଚନ ଓଡିଶା ରାଜନୀତିକୁ ନୂଆ ଦିଗ ଦେଇଛି। ବିଜେଡି ଓ କଂଗ୍ରେସ ମେଣ୍ଟକୁ ଝଟକା ଦେଇ ବିଜେପି ସମର୍ଥିତ ଦିଲ୍ଲୀପ ରାୟ ୩୪ ଭୋଟରେ ବିଜୟୀ ଲାଭ କରିଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ୍ କୁମାର ୩୫ ଲେଖାଏଁ ପ୍ରଥମ ପସନ୍ଦ ଭୋଟ ପାଇ ଜିତିଥିବାବେଳେ ବିଜେଡିର ସନ୍ତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଦୀର୍ଘ ଅଢ଼େଇ ଦଶନ୍ଧି ପରେ ରାଜ୍ୟସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ୧୧ଜଣ ବିଧାୟକ କ୍ରସଭୋଟିଂ କରି ଦିଲ୍ଲୀପଙ୍କ ଜିତିବା ମାର୍ଗ ପ୍ରଶସ୍ତ କରି ଇତିହାସର ପୁନରାବୃତ୍ତି କରାଇଛନ୍ତି। ବିଜେପି ନିଜର ଦୁଇ ପ୍ରାର୍ଥୀ ମନମୋହନ ଓ ସୁଜିତଙ୍କ ସପକ୍ଷରେ ଜିତିବା ପାଇଁ ଆବଶ୍ୟକ (୨୯୪୧ ଭୋଟ ମୂଲ୍ୟ)ଠୁ ଢ଼େର ଅଧିକ ଭୋଟ୍ ପକାଇ ମଧ୍ୟ ଦିଲ୍ଲୀପ ରାୟ ବିରୋଧୀଙ୍କ କ୍ରସଭୋଟିଂ ସହାୟତାରେ ଏହି ନିର୍ବାଚନ ଜିତିବାରେ ସକ୍ଷମ ହୋଇଛନ୍ତି।

ବିଧାନସଭା ସୂତ୍ରରୁ ଜଣାପଡ଼ିଛି ଯେ,୪ଟି ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ଥିବାରୁ ଆଜି ମତଦାନ ହୋଇଥିଲା। ସମସ୍ତ ୧୪୭ ବିଧାୟକ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ ପ୍ରତ୍ୟେକ ବିଧାୟକଙ୍କର ଭୋଟ ମୂଲ୍ୟ ୧୦୦ ହୋଇଥିବାବେଳେ ଜଣେ ପ୍ରାର୍ଥୀ ଜିତିବା ନିମନ୍ତେ ପ୍ରଥମ ପସନ୍ଦର ୩୦ ଜଣ ବିଧାୟକ ବା ୨୯୪୧ ଭୋଟ ମୂଲ୍ୟର ସମର୍ଥନ ଆବଶ୍ୟକ। ପ୍ରଥମ ପସନ୍ଦର ଭୋଟ ଭାବେ ବିଜେପିର ମନମୋହନ ସାମଲଙ୍କୁ ୩୫ (ଅର୍ଥାତ୍ ୩୫୦୦ ଭୋଟ ମୂଲ୍ୟ) ଓ ସୁଜିତ୍ କୁମାରଙ୍କୁ ୩୫ (୩୫ଶହ ଭୋଟ ମୂଲ୍ୟ) ବିଧାୟକଙ୍କ ଭୋଟ ମିଳିଥିବାବେଳେ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କୁ ୩୧ଖଣ୍ଡ (୩୧୦୦ ଭୋଟ ମୂଲ୍ୟ) ବିଧାୟକଙ୍କ ଭୋଟ ମିଳିଥିଲା। ସେହିପରି ବିଜେଡି-କଂଗ୍ରେସ-ସିପିଆଇଏମ୍ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ୨୩ ଜଣ(୨୩୦୦ ଭୋଟ ମୂଲ୍ୟ) ବିଧାୟକଙ୍କ ଭୋଟ ମିଳିଥିଲା। ବିଜେପି ସମର୍ଥିତ ଦିଲ୍ଲୀପ ରାୟଙ୍କୁ ମଧ୍ୟ ସେହିଭଳି ୨୩ ଜଣ (୨୩୦୦ ଭୋଟ ମୂଲ୍ୟ) ବିଧାୟକଙ୍କ ଭୋଟ ମିଳିଥିଲା।

ତେବେ ଦ୍ୱିତୀୟ ପସନ୍ଦର ଭୋଟ ହିଁ ଦିଲ୍ଲୀପଙ୍କୁ ବୃହତ୍ ବିଜୟ ଆଡ଼କୁ ନେଇଯାଇଥିଲା। ଦ୍ୱିତୀୟ ପସନ୍ଦର ଭୋଟ ଭାବେ ଦିଲ୍ଲୀପଙ୍କ ସପକ୍ଷରେ ଭୋଟ୍ ୧୧୧୮ ମିଳିବା ପରେ ତାଙ୍କର ମୋଟ୍ ଭୋଟ ମୂଲ୍ୟ ୩୪୧୮ ହୋଇଥିଲା। ଆଉ ଡାକ୍ତର ହୋତାଙ୍କୁ ବାଜିମାତ କରି ସେ ବିଜୟୀ ଲାଭ କରିଛନ୍ତି। ଦିଲ୍ଲୀପଙ୍କ ଜିତିବାରେ ବିଜେଡିର ୮ ଓ କଂଗ୍ରେସର ୩ ବିଧାୟକଙ୍କ କ୍ରସଭୋଟିଂ ସହାୟକ ହୋଇଛି।

ବିଜେପି ନିଜର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରଥମ ପସନ୍ଦର ୭୦ଜଣ ବିଧାୟକଙ୍କ ଭୋଟ୍ ଦେଇଦେବା ପରେ ଦିଲ୍ଲୀପଙ୍କ ସପକ୍ଷରେ ମାତ୍ର ୧୨ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍ ରହିଥିଲା। ଆଉ ବିଜେଡି ଓ କଂଗ୍ରେସର ୧୧ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟରେ ଦିଲ୍ଲୀପଙ୍କୁ ୨୩ ଜଣ ବିଧାୟକଙ୍କ ଭୋଟ ମିଳିଥିଲେ ମଧ୍ୟ ଦ୍ୱିତୀୟ ପସନ୍ଦର ଭୋଟଗୁଡ଼ିକ ଦିଲ୍ଲୀପଙ୍କ ପାଖକୁ ଚାଲିଯାଇଥିବାରୁ ସେ ସହଜରେ ୩୪୧୮ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଆଗକୁ ଏ ଗଣିତ ରାଜ୍ୟ ରାଜନୀତିକୁ ନୂଆ ରୂପଦେବ l

୧୧ ବିଧାୟକ କଲେ କ୍ରସ ଭୋଟିଂ

0

 ଦିଲ୍ଲୀପ ରାୟ କହିଥିଲେ 2002ପରି 2026ରେ ସମାନ ସ୍ଥିତି ହେବ l ତାହା ଆଜି ପୁଣି ପ୍ରମାଣିତ ହୋଇଛି l ନୀତି ଓ ନୈତିକତାକୁ ଭୁଲି ଦଳ ବିରୋଧରେ ଭୋଟ ଦେଇଛନ୍ତି ବିଧାୟକମାନେ l ରାଜ୍ୟସଭା  ନିର୍ବାଚନରେ ୧୧ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ବିଜେଡିର ୬ ବିଧାୟକଙ୍କ ସହ ୨ଜଣ ବିଜେଡିରୁ ନିଲମ୍ବିତ ବିଧାୟକ ଏବଂ କଂଗ୍ରେସରୁ ତିନିଜଣ ବିଧାୟକ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି। କଂଗ୍ରେସରୁ ବାରବାଟି-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା। ସେହିଭଳି ବିଜେଡିରୁ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବସ୍ତା ବିଧାୟିକା ସୁବାସିନୀ ଜେନା, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଦଳୀୟ ନିର୍ଦ୍ଦେଶର ଅବମାନନା କରି ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି।

ବାପା ଆଗ ପରେ ଦଳ : ବିଧାୟକ ପୁଅ ଓ ଝିଅ କଲେ କ୍ରସ ଭୋଟିଙ୍ଗ

0

ରାଜ୍ୟସଭା ନିର୍ବାଚନର ମତଦାନରେ ସମ୍ପର୍କ କଥା କହିଛି l କିଏ ବାପାଙ୍କ ପାଇଁ ଦଳୀୟ ହୁଇପକୁ ମାନିନାହିଁ ତ କିଏ ସ୍ୱାମୀଙ୍କ ପାଇଁ l ପୁଣି କିଏ ନିଜ ଭବିଷ୍ୟତ ଓ ବ୍ୟବଶାୟୀ ପାଇଁ l ଯାହା ରାଜ୍ୟସଭା ନିର୍ବାଚନରେ ଓଡିଶା ରାଜନୀତିକୁ ନୂଆ ମୋଡ଼ ଦେଇଛି l ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ ଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀ, ମହମଦ ମୋକିମଙ୍କ ଝିଅ ସୋଫିଆ ଫରୀଦୋଷ ଆଜି ମତଦାନରେ ବାପାଙ୍କ ନିଷ୍ପତି ସବୁଠାରୁ ବଡ଼ ନିଷ୍ପତି ବୋଲି ପ୍ରମାଣିତ କରିଛନ୍ତି l ସମସ୍ତେ ପ୍ରତିଶୋଦ ନିଆଁରେ ଦଳ ବିରୋଧରେ ମତଦାନ କରିଛନ୍ତି ଦଳୀୟ ହୁଇପ କୁ ନମାନି l ଆସନ୍ତୁ ନଜର ପକାଇବା କିଏ କଣ କହିଛନ୍ତି l

ପିତା ଧର୍ମ ସେ ପରମ ସ୍ୱର୍ଗ. ବାପା ପ୍ରଭାତ ବିଶ୍ୱାଳ ଓ ମାଆଙ୍କ ପାଇଁ ମୁଁ ଆଜି ଅଛି. ସମସ୍ତେ ନିଜ ବାପା ମାଆଙ୍କ ସହ ରୁହ. ମୋ ଉପରେ ଆଗରୁ କାର୍ଯ୍ୟାନୁଷ୍ଠାନ ନେବାର ଥିଲା. କାହିଁକି ନେଲେନି? ନବୀନ ନିବାସରେ ମୁଁ ଓ ବାପା ଥିଲୁ. ବାପାଙ୍କୁ ବହିଷ୍କାର କଲେ, ମୋତେ କଲେନି. ପ୍ରଭାତ ବିଶ୍ୱାଳ ସତ କହିଥିଲେ. ସତ କହିଲେ ନବୀନ ପଟ୍ଟନାୟକ ବହିଷ୍କାର କରନ୍ତି. ବାପା କହିଥିଲେ ରାଜ୍ୟସଭା ପବିତ୍ର ପଦ. ସେହି ପଦ ପାଇଁ ବିଜେଡି ଆଗକୁ ନେବା ପରି ଲୋକ ଦରକାର. ନୂଆ ଟ୍ରଷ୍ଟ କଥା ସେ କହିଥିଲେ ନବୀନ ପଟ୍ଟନାୟକଙ୍କୁ. ଅତ୍ୟାଚାର ଅନ୍ୟାୟ ହୋଇଛି ବାପାଙ୍କ ସହ. ଅଟକାଇ ପାରିବେ ନାହିଁ. ମନରେ ପ୍ରତିଶୋଧ ଅଛି. ଚିଟଫଣ୍ଡ ଟଙ୍କା ଖାଇଲା କିଏ, ନବୀନ ପଟ୍ଟନାୟକଙ୍କ ଗାଡି କାଚ ଭାଙ୍ଗିଲା କିଏ, ଦୋଷ ମୁଣ୍ଡାଇଲା କିଏ. ବୋଲି ସୋଉଦ୍ଭିକ ବିଶ୍ୱାଳ, କହିଛନ୍ତି l ସେହିପରି ବାପାଙ୍କ କଥାରେ ଭୋଟ ଦେଇ ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି ଯେ

ମୁଁ କ୍ରସ ଭୋଟିଙ୍ଗ କରିନି. ଦଳ ପ୍ରାର୍ଥୀ ଚୂଡାନ୍ତ କରିବା ସମୟରେ ମୋତେ ଡାକି ନଥିଲେ. ଡାକ୍ତର ଦତ୍ତ୍ୱେଶ୍ୱର ହୋତା ମୋ ସହ ଘରେ ଦେଖା ହୋଇଥିଲା. ସେ କହିଥିଲେ ରାଜନୀତି ପାଇଁ ଦେଖା ନୁହେଁ. ହେଲେ ଦଳ ପକ୍ଷରୁ ଥରେ ବି ମୋତେ ଭୋଟ ଦେବାକୁ କି ପ୍ରାର୍ଥୀ ନେଇ କହି ନଥିଲେ. ନିଲମ୍ବନ ହୋଇଛି. ସ୍ୱାଧୀନ ବିଚାର ମୋର. ରାଜ୍ୟସଭା ନିର୍ବାଚନରେ whip ନଥାଏ. ଯିଏ କହୁଛନ୍ତି, ଏହା ବୋକାମୀ. ସବୁଠାରୁ ଅଭିଜ୍ଞ, ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଦିଲ୍ଲୀପ ରାୟ. ସେ ମୋତେ ଯୋଗାଯୋଗ କରିଥିଲେ. ମୁଁ ବିବେକ ଅନୁସାରେ ଭୋଟ ଦେଇଛି. ପ୍ରତିଶୋଧ ନୁହେଁ. ମୋ ସହ ଆଲୋଚନା କରିବା ପରେ ଯଦି ମୁଁ ମନା କରିଥାନ୍ତି, ତେବେ କ୍ରସ ଭୋଟିଙ୍ଗ କହିଥାନ୍ତେ.l ଦେବୀ ରଂଜନ ତ୍ରିପାଠୀ କିନ୍ତୁ ଖୋଲା ଖୋଲି ଗଣ ମାଧମରେ ନିଜ ବାପାଙ୍କ ପ୍ରତି ଦଳ କରିଥିବା ଅନ୍ୟାୟ ବଖାଣିବା ସହ ବିଜେଡି ଓ କଂଗ୍ରେସ ମେଣ୍ଟକୁ ବିରୋଧ କରି ଭୋଟ ଦେଇଥିବା କହିଛନ୍ତି l ସୋଫିଆ କିନ୍ତୁ ଭୋଟ ପରେ କୌଣସି ମତ ଦେଇନାହାନ୍ତି l ସୁଭାଷିନୀ ଜେନା ସ୍ୱାମୀଙ୍କ ପାଇଁ ଦଳୀୟ ହୁଇପ କୁ ଭୁଲି ଭୋଟ ଦେଇଥିଲେ ମଧ୍ୟ ଗଣମାଧ୍ୟମରେ ଏହାକୁ ମାନିନଥିଲେ l

ଚର୍ଚ୍ଚାରେ ଉପାସନାଙ୍କ ଭୋଟ : ୪୦ ମିନିଟ ଧରି ଅଟକିଲା ଭୋଟ ଗ୍ରହଣ ପ୍ରକ୍ରିୟା 

0

ଶାସକ ବିଜେପି ବିଧାୟକ ଉପାସନା ମହାପାତ୍ର ରାଜ୍ୟସଭା ନିର୍ବାଚନରେ ଚର୍ଚ୍ଚାକୁ ଆସିଛନ୍ତି l ତାଙ୍କ ଭୋଟ ପ୍ରକ୍ରିୟାକୁ ନେଇ ବିଜେଡି ପ୍ରଶ୍ନ ଉଠାଇବା ପରେ ପ୍ରାୟ 40ମିନିଟ ମତଦାନ ବନ୍ଧ ରହିଥିଲା l ରାଜ୍ୟସଭା ଭୋଟିଂ ପ୍ରକୋଷ୍ଠ ରେ ବିଧାୟିକା ଉପାସନା ମହାପାତ୍ର ଙ୍କ ଭୋଟ ଦାନ ପ୍ରକ୍ରିୟାକୁ ନେଇ ତୁମୁଳ କାଣ୍ଡ ହୋଇଛି । ତାଙ୍କ ଭୋଟ କୁ ନାକଚ କରିବା ପାଇଁ ବିଜେଡି ଏଜେଣ୍ଟ ପ୍ରାର୍ଥୀ ଓ ସଦସ୍ୟମାନେ ଅଡି ବସିଥିବା ବେଳେ ତୀବ୍ର ଆପତ୍ତି ଉଠାଇଛନ୍ତି । ଏମିତି କି ଏହି ଭୋଟ ରେ ଅନିୟମିତତା ହୋଇଥିବ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ହେଲେ ସମସ୍ତ ଯୁକ୍ତି ତର୍କ ପରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଉପାସନା ଙ୍କୁ ଦ୍ୱିତୀୟ ଥର ବାଲଟ ପେପର ଯୋଗାଇ ଦିଆଯାଇଛି ଓ ସେ ଭୋଟ ଦେଇଛନ୍ତି ।

 ରାଜ୍ୟସଭା ଭୋଟିଂ ବେଳେ ଉପାସନା ମହାପାତ୍ର ଭୋଟ ଦେବା ପାଇଁ ଆସିଥିଲେ । ପ୍ରଥମେ ସେ ନିର୍ବାଚନ ଅଧିକାରୀଙ୍କ ଠାରୁ ବାଲଟ ପେପର ନେଇ ମତଦାନ କରିଥିଲେ।

  ମାତ୍ର ଭୋଟ ବାକ୍ସରେ ବାଲଟ ପେପର ପକାଇବା ପୂର୍ବରୁ ଏଥିରେ ଓଭର ରାଇଟିଙ୍ଗ ହୋଇଯାଇଥିବା ନେଇ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ । ତେଣୁ ତାଙ୍କୁ ଆଉ ଗୋଟିଏ ବାଲଟ ପେପର ଯୋଗାଇଦେବାକୁ କହିଥିଲେ । ହେଲେ ଏହାକୁ ନେଇ ବିଜେଡି ଦଳୀୟ ଏଜେଣ୍ଟ ପ୍ରତାପ ଦେବ ଓ ପୋଲିଂ ଏଜେଣ୍ଟ ପ୍ରମିଳା ମଲ୍ଲିକ ଏହାକୁ ବିରୋଧ କରିଥିଲେ। ରୁଲ ୪୧ ଅନୁଯାୟୀ ଜଣେ ଭୋଟର ଙ୍କୁ ଦୁଇଟି ବାଲଟ ପେପର ଦିଆଯାଇପାରିବ ନାହିଁ ବୋଲି ସେମାନେ ଦର୍ଶାଇଥିଲେ । ବିଜେପି ପକ୍ଷରୁ ଇରାସିସ ଆଚାର୍ଯ୍ୟ ଓ ସନ୍ତୋଷ ଖଟୁଆ ଉପାସନାଙ୍କ ସପକ୍ଷରେ ଯୁକ୍ତି କରିବା ସହ ତାଙ୍କୁ ପୁନର୍ବାର ବାଲଟ ପେପର ଯୋଗାଇ ଦେବାକୁ ଦାବି କରିଥିଲେ। କଂଗ୍ରେସର ପ୍ରତିନିଧି ଅରବିନ୍ଦ ଦାସ ମଧ୍ୟ ଦ୍ୱିତୀୟ ବାଲଟ ପେପର ପ୍ରଦାନ ଉପରେ ଆପତ୍ତି ଉଠାଇଥିଲେ । ଓଭର ରାଇଟିଙ୍ଗ ବିଷୟରେ ସର୍ବ ସମ୍ମୁଖରେ ପ୍ରକାଶ କରିଥିବାରୁ ଏହି ଭୋଟ ନାକଚ ହେବା ଉଚିତ୍ ବୋଲି ପ୍ରତାପ ଦେବ ଦାବି କରିଥିଲେ। ପରେ ପରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ମିଳିତ ପ୍ରାର୍ଥୀ ଦାଟେଶ୍ୱର୍ ହୋତା ମଧ୍ୟ ଏହି ଭୋଟ କୁ ନାକଚ କରିବାକୁ ଦାବି କରିଥିଲେ । ଏହି ଯୁକ୍ତିତର୍କ ଯୋଗୁଁ ଭୋଟ ଦାନ ପ୍ରକ୍ରିୟାକୁ ପ୍ରାୟ ୪୦ ମିନିଟ ଧରି ବନ୍ଦ ରହିବା ସହ ବିବାଦ ତୀବ୍ର ହୋଇଥିଲା। ଶେଷରେ ନିର୍ବାଚନ ଅଧିକାରୀ ଉପାସନା ଙ୍କ ଯୁକ୍ତିର ସନ୍ତୋଷ ବ୍ୟକ୍ତ କରି ତାଙ୍କୁ ଦ୍ୱିତୀୟ ଥର ବାଲଟ ପେପର ଦେବାକୁ ନିଷ୍ପତ୍ତି ନେଇଥିଲେ ।

ଭୋଟର ବିଧାୟକଙ୍କୁ ନେବା ଲାଗି ଭିଡ଼ା ଓଟରା  : ବିଜେଡି – ବିଜେପି ବିଧାୟକ ମୁହାଁମୁହିଁ 

ବିଧାନସଭା ଇତିହାସରେ ପ୍ରଥମ l ରାଜ୍ୟସଭା ନିର୍ବାଚନରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ l ବିଜେଡି ବିଧାୟକ ନବ ମଲ୍ଲିକ ଙ୍କୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି ବିଧାୟକ ରାଜ୍ୟସଭା ନିର୍ବାଚନ ରାଜନୀତିରେ ଘୋଡ଼ା ବେପାର, କ୍ରସ ଭୋଟିଂ, ରିସର୍ଟ ପଲିଟିକ୍ସ ଭଳି ରଣନୀତି ନୂଆ ନୁହେଁ । ହେଲେ ଜଣେ ଭୋଟର ବିଧାୟକଙ୍କୁ ନିଜ ସପକ୍ଷରେ ଭୋଟ କରିବାକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ବିଧାୟକ ମାନେ ଭିଡ଼ା ଓଟରା ହେବା ଘଟଣା ଆଜି ଓଡ଼ିଶା ବିଧାନସଭାରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି।

ସୋମବାର ବିଧାନସଭାରେ ରାଜ୍ୟସଭା ନିର୍ବାଚନ ଲାଗି ଭୋଟିଂ ଅନୁଷ୍ଠିତ ହୋଇଛି । ଭୋଟିଂ ଆରମ୍ଭରୁ ସୁରୁଖୁରୁରେ ଚାଲିଥିବା ବେଳେ ଅପରାହ୍ନରେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ନବ ଚରଣ ମଲ୍ଲିକ ଏକ ବାହାର ଲୋକଙ୍କ ସହ ଭୋଟ ଦେବକୁ ଆସିବା ନେଇ ବିଜେଡି ବିଧାୟକ ମାନେ ବିରୋଧ କରିଥିଲେ । ଠିକ୍ ସମୟରେ ନବଙ୍କୁ ବିଜେପି ବିଧାୟକ ମାନେ ଭୋଟ ଦାନ କକ୍ଷକୁ ଉଦ୍ୟମ କରିଥିଲେ । ଏହି ସମୟରେ ବିଜେଡି ଓ ବିଜେପି ବିଧାୟକଙ୍କ ମଧ୍ୟରେ ପ୍ରଥମେ କଥା କଟା କଟି ଓ ପରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠ ସାମ୍ନାରେ ଭିଡ଼ା ଭିଡ଼ି ହୋଇଥିବା ଦେଖିବାକୁ ମିଳିଥିଲା। ନବ ମଲ୍ଲିକଙ୍କୁ ନେଇ ଦୁଇ ଦଳର ବିଧାୟକମାନେ ମୁହାଁମୁହିଁ ପରିସ୍ଥିତି ଓ ହୋହାଲ୍ଲା ହୋଇଥିଲେ।

ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜଣେ ଅଜଣା ବ୍ୟକ୍ତି( ସେ ବିଧାୟକ ନୁହେଁ) ତାଙ୍କୁ ଧରି ବିଧାନସଭାକୁ ଆଣିଥିଲେ । ସେ ଭୋଟ ଦେବାକୁ ଲାଇନ୍ ରେ ଛିଡା ହୋଇଥିବା ବେଳେ ତାଙ୍କ ହାତକୁ ଧରି ଟାଣିଲେ । ଆମେ ତାଙ୍କୁ ଟଙ୍କା ଦେଇଛୁ, ଭୋଟ ଦେବାକୁ ଚାପ ପକାଇଥିଲେ । ବିଜେଡି ସଦସ୍ୟମାନେ ଏହି କଥାକୁ ନେଇ ଆପତ୍ତି ଉଠାଇଲେ । ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି । ଏତେ ସୁରକ୍ଷା ଥିବା ସତ୍ତ୍ୱେ ବିଧାନସଭା ପରିସରକୁ ଜଣେ ଅଜଣା ବ୍ୟକ୍ତି ପଶିବା ଓ ଘୋଡ଼ା ବେପାର କଥା କହିବାକୁ ନେଇ ଶ୍ରୀ ବେହେରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଥିଲେ ଯେ, ଆମେ ବିଧାୟକଙ୍କୁ ସୁରକ୍ଷା ଦେଇଥିଲୁ। ସେମାନେ ତାଙ୍କୁ ଧମକ ଦେଉଥିଲେ । ବିଜେଡି ଓ ବିଜେପି ଟଣା ଓଟରା ଭିତରେ କିନ୍ତୁ କଂଗ୍ରେସ ନଥିଲା l

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

0

  ଗଣମାଧ୍ୟମ ଏବଂ ତତସମ୍ପର୍କିତ କ୍ଷେତ୍ରରେ କାର୍ଯ୍ୟରତ ମହିଳା ପେଶାଜୀବୀମାନଙ୍କର ମଞ୍ଚ ଓଡ଼ିଶା ଉଇମେନ୍ ଇନ୍ ମିଡିଆ (OWM) ର ୩ୟ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି. ଏହି ଅବସରରେ ସାମିଲ ହୋଇଥିବା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥିମାନେ ସୁଖୀ ଜୀବନ ଲାଭ କରିବାର ଉପାୟ ବିଷୟରେ ସେମାନଙ୍କ ମତାମତ ରଖିଥିଲେ ଏବଂ ବୃତ୍ତିଗତ ଦାୟିତ୍ୱ ସହ ବ୍ୟକ୍ତିଗତ ସୁସ୍ଥତା ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଆତ୍ମଯତ୍ନ (Self-care)ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ବରିଷ୍ଠ ସାମ୍ବାଦିକ ପାମେଲା ଫିଲିପୋଜ୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। କୌଣସି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ସ୍ୱୀକୃତି ଓ ପ୍ରଶଂସା କେତେ ଗୁରୁତ୍ୱପୂର୍ଣ୍ଣ ତାହାର ବିଶ୍ଳେଷଣ କରି ସେ ନ୍ୟୁଜରୁମରେ ତାଙ୍କର ଦଶକ ଦୀର୍ଘ ଅନୁଭବ କଥା କହିଥିଲେ। “ସେତେବେଳେ ମହିଳାମାନଙ୍କ ପାଇଁ ସୁବିଧା କମ୍ ଥିଲେ ମଧ୍ୟ ଆମର କାର୍ଯ୍ୟପରିବେଶ ସହଯୋଗମୂଳକ ଥିଲା। ଏଠାରେ ମହିଳା ସାମ୍ବାଦିକମାନଙ୍କର ଶକ୍ତିଶାଳୀ ନେଟୱର୍କ ଦେଖି ମୁଁ ଖୁସି। ସେମାନେ ପରସ୍ପର ସହ ଦୃଢ଼ ଭାବରେ ବାନ୍ଧି ହୋଇ ରହୁଛନ୍ତି। OWM ବହୁତ ପ୍ରଭାଵଶାଳୀ ଏବଂ ଏହା ମୋତେ ଆନନ୍ଦିତ କରିଛି ,” ବୋଲି ସେ କହିଥିଲେ। ସେ ମହିଳାମାନଙ୍କୁ ସାମ୍ବାଦିକତାରେ ଉତ୍ସାହ ସହ କାମ କରିବାକୁ ପ୍ରେରଣା ଦେଇ କହିଥିଲେ, “ଯୋଗାଯୋଗ ମାଧ୍ୟମରେ ଜୀବିକା ଅର୍ଜନ କରିବା ନିଶ୍ଚୟ ଭାବରେ ଏକ ନିଆରା ଅନୁଭବ।”

ବେଦାନ୍ତ ଏଲୁମିନିଅମର CSR ମୁଖ୍ୟ ହରମିତ ସେହରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସୁଖ ଏକ ପସନ୍ଦ ଓ ମାନସିକତା । “ଆମେ ନିଜେ ଆମ ନିୟମ ନିଜେ ଲେଖିପାରୁ,” ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ, “ପେଶାଦାର ଜୀବନରେ ମହିଳାମାନେ ପରସ୍ପର ସହ କାନ୍ଧରେ କାନ୍ଧ ମିଲାଇ କାମ କଲେ ଏବଂ ପରସ୍ପରକୁ ସଶକ୍ତ କଲେ ତାହାରେ ସେମାନେ ଅଧିକ ଉନ୍ନତି କରନ୍ତି। ଅନେକ ମହିଳା ନିଜ ସାମର୍ଥ୍ୟ ବା ଶକ୍ତି କୁ ବୁଝିପାରୁନାହାନ୍ତି। ନମ୍ରତାକୁ ଗ୍ରହଣ କରନ୍ତୁ, କିନ୍ତୁ ତାହା ସହିତ ଆତ୍ମବିଶ୍ୱାସ ସଂଯୁକ୍ତ ରଖନ୍ତୁ । ଶୃଙ୍ଖଳା ଆପଣଙ୍କ ପାଖରେ ଅଛି, ଏବେ ସେଥିରେ ନିୟମିତତା ଯୋଡ଼ନ୍ତୁ। ଏବଂ ସବୁଠାରୁ ବଡ କଥା ହେଉଛି ବିଶ୍ୱାସର ସହ ଆଗକୁ ବଢ଼ିବାର ସାହସ ରଖନ୍ତୁ ।”

ଏହି ଅବସରରେ ପ୍ରଥମ OWM ଲାଇଫଟାଇମ୍ ଏଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହୋଇଥିବା ବରିଷ୍ଠ ସାମ୍ବାଦିକା ଶାନ୍ତି ମିଶ୍ର ଡେସ୍କ କାମର ଚାହିଦା ବିଷୟରେ କହିଥିଲେ, ଯେଉଁଥି ପାଇଁ ସଦା ମାନସିକ ପ୍ରସ୍ତୁତି ଆବଶ୍ୟକ ବୋଲି କହିଥିଲେ । “ସାମ୍ବାଦିକମାନେ ସହକର୍ମୀ ଓ ପାଠକମାନଙ୍କର ପ୍ରଶଂସା ଓ ସ୍ୱୀକୃତିରୁ ବହୁତ ଆନନ୍ଦ ପାଆନ୍ତି। ବହୁ ସମସ୍ୟା ସମ୍ମୁଖୀନ ହୋଇ ଏବଂ ସେଗୁଡ଼ିକୁ ଅତିକ୍ରମ କରି ଆଜି ସେମାନେ ଏ ସୋପାନରେ ପହଂଚିପାରିଛନ୍ତି ,” ବୋଲି ସେ କହିଥିଲେ।

ଏହା ପରେ ବହୁପ୍ରତୀକ୍ଷିତ ପୁରସ୍କାର ବିତରଣ ଅନୁଷ୍ଠିତ ହେବା ସହ ଓ OWMର ବାର୍ଷିକ ପତ୍ରିକା ‘ଆରୋହୀ’ର ଉନ୍ମୋଚନ କରାଯାଇଥିଲା। ଓଡ଼ିଶା ରିପୋର୍ଟରର ସ୍ୱାତି ଜେନା ଏବଂ ଓଡ଼ିଆ ଦୈନିକ ସମ୍ବାଦର ଗାର୍ଗୀ ସତପଥୀଙ୍କୁ ୨୦୨୬ ମସିହାର OWM ଏକ୍ସେଲେନ୍ସ ଆୱାର୍ଡ ରେ ସମ୍ମାନିତ କରାଯାଇଥିଲା ।

ଉଦଯାପନୀ ଅଧିବେଶନରେ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏଣ୍ଡ ସମ୍ ହସ୍ପିଟାଲ୍ର ଅତିରିକ୍ତ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡା. ତପସୀ ପତିଙ୍କ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ. ଏହି ଅଧିବେଶନରେ ମହିଳାମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ, ଆରାମର ଗୁରୁତ୍ୱ ଏବଂ ସମୟ ସମୟରେ ସୋସିଆଲ୍ ମିଡିଆରୁ ବିରତି ନେବାର ଲାଭ ବିଷୟରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ମହିଳା ସାମ୍ବାଦିକ ଏବଂ ଲୋକସମ୍ପର୍କ ପେଶାଜୀବୀ ଉପସ୍ଥିତ ଥିଲେ.

Follow us

20,832FansLike
0FollowersFollow
14,700SubscribersSubscribe

Latest news