କଟକ ମେଡିକାଲ ଅଗ୍ନିକାଣ୍ଡରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଭୁବେଶ୍ୱରର ଜିଲ୍ଲା କଂଗ୍ରେସର ବିକ୍ଷୋଭ।*
– କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁବରଣ କରିଥିବା ରୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ଓଡ଼ିଶାର ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କ ସୁରକ୍ଷା ପ୍ରତି ଉଦାସୀନ ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କୁଶପୁତ୍ତଳିକ ଦାହ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ କହିଥିଲେ ଯେ ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିରୀହ ରୋଗୀଙ୍କର ହତ୍ୟାକାରୀ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ରାଜ୍ୟର ସବୁଠାରୁ ଭରସାଯୋଗ୍ୟ ସରକାରୀ ଚିକିତ୍ସାଳୟରେ ରୋଗୀ ଅସୁରକ୍ଷିତ ଏବଂ ଏଭଳି ଯେଉଁ ମର୍ମତୁନ୍ଦ ଘଟଣା ଘଟିଲା ସେଥିରୁ ଏ ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡ଼ିକର ଅବସ୍ଥା କ’ଣ ତାହା ସ୍ପଷ୍ଟ ବାରିହୋଇପଡ଼ୁଛି ।
ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା କହିଲେ ଯେ ମୃତକମାନଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଓ ଆହତମାନଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଉ । ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା ଦାବି କରିଅଛନ୍ତି । ଏପରି ମର୍ମନ୍ତୁଦ ଘଟଣା ଯେପରି ପୁର୍ନବାର ନଘଟେ ସେଥିପ୍ରତି ଧ୍ୟାନ ଦେବାପାଇଁ କଟକ ବଡ଼ଡାକ୍ତରଖାନା କତୃପକ୍ଷଙ୍କୁ ଶ୍ରୀଯୁକ୍ତ ଜେନା ଚେତାବନୀ ଦେଇଛନ୍ତି । ଏହି ଦାୟୀତ୍ୱରେ ଥିବା କର୍ମଚାରୀ ଏବଂ ମେଡିକାଲ କଲେଜର ମୁଖ୍ୟଙ୍କ ଉପରେ ମଧ୍ୟ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ନିଆଯାଉ ।
ଏହି ବିକ୍ଷୋଭରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ତାରାପ୍ରସାଦ ବାହିନୀପତି, କିଶୋର ଜେନା, ମନୋରଞ୍ଜନ ଦାଶ, ମୀନାକ୍ଷୀ ବାହିନୀପତି, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ସୁବତ୍ର ମହାପାତ୍ର, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ସୌମେନ୍ଦ୍ର ମହାନ୍ତି, ଜୟକୃଷ୍ଣ ମଲ୍ଲିଆ, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ ଦାସ, ମୋହନ ଜେନା, ଯୋଗିନାଥ ବାହୁବଳେନ୍ଦ୍ର, ସୂର୍ଯ୍ୟକାନ୍ତ ଜେନା, ମନୋରଞ୍ଜନ ଜେନା, ସତ୍ୟବ୍ରତ ନାୟକ, ଦେଓ ପ୍ରସାଦ, କୈଳାସ ସାହୁ, ସୁଧାଂଶୁ ଦେଓ, ଜୟଶ୍ରୀ ପଟ୍ଟନାୟକ, ବିନୁ ପାଣି, ଗୀତାଞ୍ଜଳି ମହାନ୍ତି, ଶ୍ରୀୟା ମହାନ୍ତି, ଶ୍ରିୟାସ୍ମିତା ପଣ୍ଡା, ନିରୁପମା ପାତ୍ର, ବିଶ୍ୱକଲ୍ୟାଣୀ କର, ରାଜକିଶୋର ବାରିକ, ଆଲୋକ ମହାନ୍ତି, ଅନ୍ତର୍ଯ୍ୟାମୀ ଦିକ୍ଷିତ, ଉଦ୍ଦିତ ପ୍ରଧାନ, ମାନସ କର, ଆତ୍ମାରାମ ପତି, ଦେବାଶିଷ ଦାସ, ମଂଟୁ ମଲ୍ଲିକ, ନିରଞ୍ଜନ ନାୟକ, ଖଗେଶ୍ୱର ମଲ୍ଲିକ, ଦେବରାଜ ମିଶ୍ର, ଜୟସ୍ମିତା ମହାନ୍ତି, ରଜନୀ ମହାନ୍ତି, ସୁନିତା ବିଶ୍ୱାଳ, ଉର୍ବଶ୍ରୀ ମିଶ୍ର, ଅପସନା ବେଗମ, ପ୍ରୀତିଛନ୍ଦା ରାଉତରା, ଚୈତାଳୀ ପଟ୍ଟନାୟକ, ମଞ୍ଜୁ ମିଶ୍ର, ବୈଲୋଚନ ସାହୁ, ନିରଞ୍ଜନ ନାୟକ, ମାନସ ସେଠୀ, ସାଇ ପସ୍ରାଦ ରାଉ, ଜିନେଶ ନାୟକ, ଚନ୍ଦନ ସାହୁ, ଏସ୍କେ ବନି ଅମିନ, ଆଦିତ୍ୟ ଅଂଶୁମାନ ପାତ୍ର, ଭାଗବତ ଜେନା, ଆୟୁଷ୍ମାନ ମହାପାତ୍ର, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଭି, ଭବାନି ଶଙ୍କର ପ୍ରମୁଖ ଯୋଗଦେଇଥିଲେ
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy