ବାପା ଆଗ ପରେ ଦଳ : ବିଧାୟକ ପୁଅ ଓ ଝିଅ କଲେ କ୍ରସ ଭୋଟିଙ୍ଗ

0
141

ରାଜ୍ୟସଭା ନିର୍ବାଚନର ମତଦାନରେ ସମ୍ପର୍କ କଥା କହିଛି l କିଏ ବାପାଙ୍କ ପାଇଁ ଦଳୀୟ ହୁଇପକୁ ମାନିନାହିଁ ତ କିଏ ସ୍ୱାମୀଙ୍କ ପାଇଁ l ପୁଣି କିଏ ନିଜ ଭବିଷ୍ୟତ ଓ ବ୍ୟବଶାୟୀ ପାଇଁ l ଯାହା ରାଜ୍ୟସଭା ନିର୍ବାଚନରେ ଓଡିଶା ରାଜନୀତିକୁ ନୂଆ ମୋଡ଼ ଦେଇଛି l ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ ଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀ, ମହମଦ ମୋକିମଙ୍କ ଝିଅ ସୋଫିଆ ଫରୀଦୋଷ ଆଜି ମତଦାନରେ ବାପାଙ୍କ ନିଷ୍ପତି ସବୁଠାରୁ ବଡ଼ ନିଷ୍ପତି ବୋଲି ପ୍ରମାଣିତ କରିଛନ୍ତି l ସମସ୍ତେ ପ୍ରତିଶୋଦ ନିଆଁରେ ଦଳ ବିରୋଧରେ ମତଦାନ କରିଛନ୍ତି ଦଳୀୟ ହୁଇପ କୁ ନମାନି l ଆସନ୍ତୁ ନଜର ପକାଇବା କିଏ କଣ କହିଛନ୍ତି l

ପିତା ଧର୍ମ ସେ ପରମ ସ୍ୱର୍ଗ. ବାପା ପ୍ରଭାତ ବିଶ୍ୱାଳ ଓ ମାଆଙ୍କ ପାଇଁ ମୁଁ ଆଜି ଅଛି. ସମସ୍ତେ ନିଜ ବାପା ମାଆଙ୍କ ସହ ରୁହ. ମୋ ଉପରେ ଆଗରୁ କାର୍ଯ୍ୟାନୁଷ୍ଠାନ ନେବାର ଥିଲା. କାହିଁକି ନେଲେନି? ନବୀନ ନିବାସରେ ମୁଁ ଓ ବାପା ଥିଲୁ. ବାପାଙ୍କୁ ବହିଷ୍କାର କଲେ, ମୋତେ କଲେନି. ପ୍ରଭାତ ବିଶ୍ୱାଳ ସତ କହିଥିଲେ. ସତ କହିଲେ ନବୀନ ପଟ୍ଟନାୟକ ବହିଷ୍କାର କରନ୍ତି. ବାପା କହିଥିଲେ ରାଜ୍ୟସଭା ପବିତ୍ର ପଦ. ସେହି ପଦ ପାଇଁ ବିଜେଡି ଆଗକୁ ନେବା ପରି ଲୋକ ଦରକାର. ନୂଆ ଟ୍ରଷ୍ଟ କଥା ସେ କହିଥିଲେ ନବୀନ ପଟ୍ଟନାୟକଙ୍କୁ. ଅତ୍ୟାଚାର ଅନ୍ୟାୟ ହୋଇଛି ବାପାଙ୍କ ସହ. ଅଟକାଇ ପାରିବେ ନାହିଁ. ମନରେ ପ୍ରତିଶୋଧ ଅଛି. ଚିଟଫଣ୍ଡ ଟଙ୍କା ଖାଇଲା କିଏ, ନବୀନ ପଟ୍ଟନାୟକଙ୍କ ଗାଡି କାଚ ଭାଙ୍ଗିଲା କିଏ, ଦୋଷ ମୁଣ୍ଡାଇଲା କିଏ. ବୋଲି ସୋଉଦ୍ଭିକ ବିଶ୍ୱାଳ, କହିଛନ୍ତି l ସେହିପରି ବାପାଙ୍କ କଥାରେ ଭୋଟ ଦେଇ ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି ଯେ

ମୁଁ କ୍ରସ ଭୋଟିଙ୍ଗ କରିନି. ଦଳ ପ୍ରାର୍ଥୀ ଚୂଡାନ୍ତ କରିବା ସମୟରେ ମୋତେ ଡାକି ନଥିଲେ. ଡାକ୍ତର ଦତ୍ତ୍ୱେଶ୍ୱର ହୋତା ମୋ ସହ ଘରେ ଦେଖା ହୋଇଥିଲା. ସେ କହିଥିଲେ ରାଜନୀତି ପାଇଁ ଦେଖା ନୁହେଁ. ହେଲେ ଦଳ ପକ୍ଷରୁ ଥରେ ବି ମୋତେ ଭୋଟ ଦେବାକୁ କି ପ୍ରାର୍ଥୀ ନେଇ କହି ନଥିଲେ. ନିଲମ୍ବନ ହୋଇଛି. ସ୍ୱାଧୀନ ବିଚାର ମୋର. ରାଜ୍ୟସଭା ନିର୍ବାଚନରେ whip ନଥାଏ. ଯିଏ କହୁଛନ୍ତି, ଏହା ବୋକାମୀ. ସବୁଠାରୁ ଅଭିଜ୍ଞ, ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଦିଲ୍ଲୀପ ରାୟ. ସେ ମୋତେ ଯୋଗାଯୋଗ କରିଥିଲେ. ମୁଁ ବିବେକ ଅନୁସାରେ ଭୋଟ ଦେଇଛି. ପ୍ରତିଶୋଧ ନୁହେଁ. ମୋ ସହ ଆଲୋଚନା କରିବା ପରେ ଯଦି ମୁଁ ମନା କରିଥାନ୍ତି, ତେବେ କ୍ରସ ଭୋଟିଙ୍ଗ କହିଥାନ୍ତେ.l ଦେବୀ ରଂଜନ ତ୍ରିପାଠୀ କିନ୍ତୁ ଖୋଲା ଖୋଲି ଗଣ ମାଧମରେ ନିଜ ବାପାଙ୍କ ପ୍ରତି ଦଳ କରିଥିବା ଅନ୍ୟାୟ ବଖାଣିବା ସହ ବିଜେଡି ଓ କଂଗ୍ରେସ ମେଣ୍ଟକୁ ବିରୋଧ କରି ଭୋଟ ଦେଇଥିବା କହିଛନ୍ତି l ସୋଫିଆ କିନ୍ତୁ ଭୋଟ ପରେ କୌଣସି ମତ ଦେଇନାହାନ୍ତି l ସୁଭାଷିନୀ ଜେନା ସ୍ୱାମୀଙ୍କ ପାଇଁ ଦଳୀୟ ହୁଇପ କୁ ଭୁଲି ଭୋଟ ଦେଇଥିଲେ ମଧ୍ୟ ଗଣମାଧ୍ୟମରେ ଏହାକୁ ମାନିନଥିଲେ l