ନ୍ୟାୟ ଦେବେ କି କନକ ବର୍ଦ୍ଧନ? ମିଟର ନାଁରେ ଲୁଟୁଛି ଟାଟା ପାୱାର :ଅହଙ୍କାରୀ କର୍ମଚାରୀଙ୍କ ପାଇଁ ବଦନାମ ଶକ୍ତି ବିଭାଗ 

- Advertisement -

ନ୍ୟାୟ ଦେବେ କି କନକ ବର୍ଦ୍ଧନ,

 ମିଟର ନାଁରେ ଲୁଟୁଛି ଟାଟା ପାୱାର :ଅହଙ୍କାରୀ କର୍ମଚାରୀଙ୍କ ପାଇଁ ବଦନାମ ଶକ୍ତି ବିଭାଗ

ବିଜେପି ସରକାର ଏହି 18ମାସରେ ଯଦି କାହା ପାଇଁ ଗାଁ ଗାଁ ରେ ସରକାରଙ୍କ ବିରୋଧରେ ଅଧିକ ଜନ ଅସନ୍ତୋଷ ଦେଖା ଦେଇଛି ତାହା ହେଉଛି ଶକ୍ତି ବିଭାଗ l ଶକ୍ତି ବିଭାଗର ଜଣେ ଅଭିଜ୍ଞ, ଦକ୍ଷ, ସ୍ଵଛ ନିର୍ମଳ ଭାବମୃତ୍ତି ଥିବା ଓଡ଼ିଶାର ଲୋକପ୍ରିୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଦାୟିତ୍ୱରେ ଅଛନ୍ତି l ହେଲେ ମନ୍ତ୍ରୀଙ୍କ ବାରମ୍ବାର ତାଗିଦ ସ୍ୱତ୍ତ୍ୱେ ଟାଟା ପାୱାର ଅଧିକାରୀମାନେ କିନ୍ତୁ ସେମାନଙ୍କ ପ୍ରକୃତି ଛାଡୁ ନାହାନ୍ତି l କେଉଁଠି ସୌଭାଗ୍ୟ ଯୋଜନା ନାଁ ରେ ସଂଯୋଗ ନଦେଇ ଉପଭୋକ୍ତାଙ୍କୁ ବିଲ ବୃଦ୍ଧି କରି ଜୋରଜବର ଦସ୍ତ ଆଦାୟ କରାଯାଉଛି ତ କେଉଁଠି ମିଟର ନାଁ ଇଂରେଜ ସମୟର ଜିଜିଆ କର ପରି ବିଜୁଳି ବିଲ ଆଦାୟ କରାଯାଉଛି l ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଯାଜପୁର ଟାଉନରୁ ଆସିଥିବା ଗୋଟେ ଅଭିଯୋଗକୁ ନେଇ ଏ ରିପୋର୍ଟ l ଯାହାକୁ ନେଇ ଦିନକୁ ଦିନ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି l ସୂତାରେ ଛିଣ୍ଡୁ ଥିବା ସମସ୍ୟାକୁ ଟାଟା ପାୱାର କର୍ମଚାରି ମାନେ କୁଡାରୀ ଲଗାଇ କାଟିବାକୁ ବି ପଛାଉ ନାହାନ୍ତି l

 ଟାଟା ପାୱାର ନାଁ ରେ ଏପରୀ ମାଳମାଳ ଅଭିଯୋଗ ଆସିବା ପରେ ବିଧାନସଭାର ବଜେଟ ଅଧିବେଶନରେ ବିରୋଧୀ ଏ ପ୍ରସଙ୍ଗକୁ ନେଇ ମୁଲତବି ପ୍ରସ୍ଥାବ ଆଣି ସରକାରଙ୍କୁ ନିଶାନା କରିଛନ୍ତି l କିଛି ଦିନ ପୂର୍ବରୁ ବିଧାନସଭାରେ

କଂଗ୍ରେସ ପକ୍ଷରୁ “ଟାଟା ପାୱାର ଦ୍ୱାରା ଉପଭୋକ୍ତାଙ୍କୁ ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା, ମନ ଇଚ୍ଛା ବିଲ ଦେବା ଓ ଅଘୋଷିତ ବିଦ୍ୟୁତ୍ କାଟ କରିବା ସମ୍ପର୍କରେ” ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇସାରିଛି l ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ପବିତ୍ର ସାଉଁତାଙ୍କ କହିଥିଲେ, ବିଜୁଳି ସାଧାରଣ ଲୋକଙ୍କ ସହ ସିଧାସଳଖ ଜଡିତ ଥିବା ସମସ୍ୟା। ଅଘୋଷିତ ବିଦ୍ୟୁତ କାଟ ସମସ୍ତଙ୍କୁ ହଇରାଣ କରୁଛି। ଶିକ୍ଷା, ସ୍ୱାସ୍ଥ୍ୟ ,ଶିଳ୍ପ ସବୁଥିରେ ବିଦ୍ୟୁତ ଆବଶ୍ୟକ। ରାଜ୍ୟରେ 25 ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉ ଥିବା ବେଳେ ଆନେକ ଗାଁକୁ ବିଜୁଳି ଯାଇ ପାରି ନାହିଁ। ଯାହାକି ଦୁର୍ଭାଗ୍ୟ ଜନକ ଚିତ୍ର। ଟାଟା ପାୱାରକୁ ସାଗମାଛ ଦରରେ ସରକାର ଟେକି ଦିଆଯାଇଛି। ଲୋକଙ୍କୁ 1000 ଭତ୍ତା ଦେଉଥିବା ବେଳେ ଗରିବ ଲୋକ ଇଲେକ୍ଟ୍ରି ବିଲ କେମିତି ଦେବେ। ଗରିବ ଲୋକଙ୍କୁ ହଜାର ହଜାର ଟଙ୍କା ବିଲ ଆସୁଛି l ସ୍ମାର୍ଟ ମିଟର ବ୍ୟବସ୍ଥା କାହିଁକି କରାଗଲା l ଟାଟା ପାୱାର ମନ ଇଛା ବିଲ ଦେଉଛନ୍ତି l ମୋ ନିର୍ବାଚନ ମଣ୍ଡଳିରେ କେବଳ 400 କୋଟି ଟଙ୍କା ଫାଇନ ପକାଇଛି ଟାଟା ପାୱାର। ସାରା ରାଜ୍ୟରେ 5000 କୋଟି ଫାଇନ ପକେଇଛନ୍ତି l ଆଜି ରାଜ୍ୟ ସରକାର 80 ହଜାର କୋଟି ଟଙ୍କା ଶିଳ୍ପ ସାଂସ୍ଥା ରିହାତି ହେଇଛନ୍ତି l ହେଲେ କୃଷି କ୍ଷେତ୍ରରେ ଦେଉ ନାହାନ୍ତି। ଆମ ରାଜ୍ୟରେ ମାତ୍ର 2 ପ୍ରତିଶତ ବିଦ୍ୟୁତକୁ କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଛି। କୃଷି କ୍ଷେତ୍ରରେ ଚାଷୀଙ୍କୁ ସୁବିଧା ନ ଦେଲେ କେମିତି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହେବ। ସବୁ ଦେଖି ବିଭାଗୀୟ ମନ୍ତ୍ରୀ ଚୁପ କାହିଁକି । ଗାଁରେ ଅଘୋଷିତ ପାୱାର କଟ ଫଳରେ ପିଲାଙ୍କ ପାଠ ପଢା ଠିକରେ ହୋଇ ପାରୁ ନାହିଁ। ବିଦ୍ୟୁତ ଦର ରାଜ୍ୟରେ ବଢୁଛି। ରାଜ୍ୟରେ ସବୁ ସମ୍ବଳ ଥାଇ ମଧ୍ୟ ଦର ରାଜ୍ୟରେ କମୁ ନାହିଁ କାହିଁକି ।ସରକାର ବିଦ୍ୟତ ଦର କମାଉ ନାହାନ୍ତି । ନିର୍ବଛିନ୍ନ ସହ କୃଷକଙ୍କୁ କମ ଦରରେ ବିଦ୍ୟୁତ ଦିଅନ୍ତୁ ସରକାର। ମାଗଣା 300 ୟୁନିଟ ମାଗଣା ବିଜୁଳି ଗଲା କୁଆଡେ। ଅନ୍ୟ ରାଜ୍ୟରେ ଲୋକଙ୍କୁ ଫ୍ରି ବିଜୁଳି ଦିଆଯାଉଛି। ହେଲେ ଆମ ଠି କାହିଁକି ନାହିଁ। ବିପିଏଲ ଧାରୀ ଲୋକଙ୍କୁ ମାଗଣାରେ ବିଜୁଳି ମିଳିବା ଉଚିତ l ସେହିପରି

ମୁଲତବୀ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ କହିଥିଲେ ପାରମ୍ପରିକ ରୀତିରେ ବିରୋଧୀ ଦଳଙ୍କ ପ୍ରଶ୍ନ ରେ ସରକାର ମିଛ କହିଛନ୍ତି କହିଲେ ସମସ୍ୟାର ସମାଧାନ ହେବ ନାହିଁ। ସ୍ମାର୍ଟ ମିଟରକୁ ଲୋକଙ୍କ ଉପରେ ଲଦି ଦିଆଯାଉଛି। ଫଳରେ ଲୋକଙ୍କୁ ଶୋଷଣ କରାଯାଉଛି। ଓଇଆରସି ବୈଠକରେ ଟାଟା ପାୱାରକୁ static meter.କୁ କାହିଁକି ବଦଳାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। static meterକୁ

ପରିବର୍ତ୍ତନ କଲେ 800 ଟଙ୍କା ଚର୍ଚ୍ଚା ହେବ। ହେଲେ କାହିଁକି 5000 ଟଙ୍କା ଦେଇ ସ୍ମାର୍ଟ ମିଟର ଲଗାଯିବ। ଟାଟା କମ୍ପାନୀ ଯାହା କମ ଖର୍ଚ୍ଚରେ ହେବ ତାହା ନ କରି ଲୋକଙ୍କୁ ଖର୍ଚ୍ଚାନ୍ତ କରୁଛନ୍ତି। ଏପଟେ ସରକାର 735 କୋଟି ଟଙ୍କା ବେଜେଟରେ କାହିଁକି ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ଟାଟା କମ୍ପାନୀକୁ କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି। ସରକାର ଲୋକଙ୍କର । ହେଲେ ତାଙ୍କ ପ୍ରତି ଦରଦ ବଦଳରେ କମ୍ପାନୀକୁ କାହିଁକି ଏତେ ଦରଦ ଦେଖାଉଛନ୍ତି। ସ୍ମାର୍ଟ ମିଟର କମ୍ପାନୀ ନିଜ ପୁଞ୍ଜିରୁ ଲଗେଇବା ଉଚିତ। ଏହା ନ କରି ଲୋକ କାହିଁକି ଟଙ୍କା ଦେବେ। ଲୋକଙ୍କୁ ଶୋଷଣ କଣ ପାଇଁ କରୁଛନ୍ତି। ଅତିରିକ୍ତ ସୁରକ୍ଷା ଜମା ରାଶି ବାବଦରେ ଆପଣ 13 ମାସର ଟଙ୍କା ଟାଟା କମ୍ପାନୀ ନେଲା। ଫଳରେ ଖାଉଟିଙ୍କୁ ଶୋଷଣ କରାଗଲା। ଏହାକୁ ଅସ୍ବୀକାର କରିବେ କି। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଆପଣ ମଧ୍ୟ ଏହା ଜାଣିଛନ୍ତି । ଏହା ଦୁର୍ଭାଗ୍ୟ ଜନକ। ଆମେ ଉଚିତ ଦରରେ ଉଚ୍ଚ ମାନର ନିରବଛିନ୍ନ ବିଦ୍ୟୁତ ଚାହୁଁ l

ମୁଲତବୀ ଆଲୋଚନାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅନୁପସ୍ଥିତିରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଙ୍କ ଉତ୍ତର କହିଥିଲେ କେବଳ ଚର୍ଚ୍ଚା ପାଇଁ ଅଭିଯୋଗ ଆଣିଛନ୍ତି ବିରୋଧୀ । ସେମାନେ ଯେତେବେଳେ ସରକାରରେ ଥିଲେ କଣ ବ୍ୟବସ୍ଥା ଥିଲା ସେମାନେ ଜାଣିଛନ୍ତି । ଲୋ ଭୋଲ୍ଟେଜ ସତ୍ତ୍ୱେ ବିଦ୍ୟୁତ୍ ବିଲ୍ ଆସୁଥିଲା l ଲୋକ ବିଦ୍ୟୁତ୍ ପାଉନଥିଲେ l ସୌଭାଗ୍ୟ ଯୋଜନା ମାଧ୍ୟମରେ 9.57 ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ହୋଇଛି l ସେମାନେ ବିଦ୍ୟୁତ୍ ଯୋଗାଣରେ କୌଣସି ସଂସ୍କାର ଆଣି ନାହାନ୍ତି l ସ୍ମାର୍ଟ ମିଟର ଦ୍ୱାରା ତ୍ରୁଟି ଶୂନ୍ୟ ହେଉଛି l ଉପଭୋକ୍ତା ଲାଭବାନ୍ ହେଉଛନ୍ତି l ଲୋ ଭୋଲ୍ଟେଜ ନାହିଁ କି ଅଘୋଷିତ ବିଦ୍ୟୁତ୍ କାଟ ହେଉନାହିଁ l ସମଗ୍ର ଦେଶରେ ଫେବୃଆରୀ ସୁଦ୍ଧା 5.80 କୋଟି ସ୍ମାର୍ଟ ମିଟର ସ୍ଥାପନ କରାଯାଇଛି l ସ୍ମାର୍ଟ ମିଟର ଦ୍ୱାରା ମିଟର ରିଡିଙ୍ଗ ଓ ବିଲିଂ ତ୍ରୁଟି ଶୂନ୍ୟ ହୋଇଥାଏ l ରାଜ୍ୟରେ କୌଣସି ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ କରାଯାଉନାହିଁ l ବନ୍ୟା, ବାତ୍ୟା, ଝଡ଼ ବର୍ଷା ଭଳି ବିପର୍ଯ୍ୟୟ ଯୋଗୁଁ କ୍ଷୟକ୍ଷତି ରୋକିବା ପାଇଁ ସାମୟିକ ଭାବେ ବିଦ୍ୟୁତ୍ କାଟ କରାଯାଇଥାଏ l ବିଦ୍ୟୁତ୍ ଚୋରି ପାଇଁ ଫାଇନ ଆଦାୟ କରାଯାଉଛି । ଏହାର ଉଚ୍ଚ ବିଦ୍ୟୁତ ଦର ଅଭିଯୋଗ ସହ କୌଣସି ସମ୍ପର୍କ ନାହିଁ । ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ଗ୍ରାହକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବିଦ୍ୟୁତ୍ ଯୋଗାଣ ମାନରେ ମଧ୍ୟ ବୃଦ୍ଧି ପାଇଛି । ଆଗାମୀ ଦିନରେ ବିଦ୍ୟୁତ୍ ବିଲ୍ ଓଡ଼ିଆରେ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି କହିଥିଲେ l

ଟାଟା ପାୱାର ନାଁରେ ଏତେ ଅଭିଯୋଗ ହେବା ପରେ ପୁଣି ଯାଜପୁରରୁ ସାଧାରଣ ଉପଭୋକ୍ତା ଧ୍ରୁବ କୁମାର ମହାପାତ୍ରଙ୍କୁ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ନଦେଇ ଲଗାତର ଭାବେ ବକେୟା ବିଲ ଆଦାୟ ଆଳରେ ହାଇରାଣ କରାଯାଉଛି l ଏତିକିରେ ଟାଟା ପାୱାର ଅଧିକାରୀଙ୍କ ମନଶାନ୍ତି ହୋଇନଥିଲା ଯେ ସେମାନେ କୌଣସି ସୂଚନା ନଦେଇ ଉପଭୋକ୍ତାଙ୍କୁ କୌଣସି ସୂଚନା ନଦେଇ ତାଙ୍କର ବିଜୁଳି ସଂଯୋଗ କାଟିଦେଇଥିଲେ l ଯାଜପୁର ସହରରୁ ଆସିଥିବା ଏହି ଅଭିଯୋଗ ଏବେ ଲୋକପ୍ରିୟ ଉପ ମୁଖ୍ୟମନ୍ତ୍ରିଙ୍କ ପାଖରେ ପହଂଚିଛି l ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଏ କଥାକୁ ଗୁରୁତ୍ୱ ଦେଇ ଟାଟା ପାୱାର ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଲେ l ହେଲେ ଟାଟା ପାୱାର ଉପ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖବର ପହଂଚି ଯିବାରୁ ସବୁ ବୃଦ୍ଧି ଲଗାଇ ରାଗ ତମ ତମ ହୋଇ ଯାଜପୁର ଉପଭୋକ୍ତାଙ୍କ ଅଭିଯୋଗକୁ ମିଛ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି l ଏପରିକି କାହିଁକି ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କଲ ବୋଲି ପ୍ରଶ୍ନ କରିଛନ୍ତି l ଯାହା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ l ତେବେ ସାଧାରଣ ଉପଭୋକ୍ତା କେବେ ଟାଟା ପାୱାର ଏପରି ମନମୁଖି ବିଲ ଆଦାୟରୁ ମୁକ୍ତି ପାଇବ ତାହା ଉପରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

ବର୍ଷ ବର୍ଷ ଧରି ଗୋଟିଏ ଡିଭିଜନରେ କାମ କରୁଥିବା ଅଧିକାରୀମାନଙ୍କ ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ଟାଟା ପାୱାର ଓ ଶକ୍ତି ବିଭାଗ ବଦନାମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଏନେଇ ଟାଟା ପାୱାର ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଇନାହିଁ l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles