ଭୋଟର ବିଧାୟକଙ୍କୁ ନେବା ଲାଗି ଭିଡ଼ା ଓଟରା : ବିଜେଡି – ବିଜେପି ବିଧାୟକ ମୁହାଁମୁହିଁ
ବିଧାନସଭା ଇତିହାସରେ ପ୍ରଥମ l ରାଜ୍ୟସଭା ନିର୍ବାଚନରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ l ବିଜେଡି ବିଧାୟକ ନବ ମଲ୍ଲିକ ଙ୍କୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି ବିଧାୟକ ରାଜ୍ୟସଭା ନିର୍ବାଚନ ରାଜନୀତିରେ ଘୋଡ଼ା ବେପାର, କ୍ରସ ଭୋଟିଂ, ରିସର୍ଟ ପଲିଟିକ୍ସ ଭଳି ରଣନୀତି ନୂଆ ନୁହେଁ । ହେଲେ ଜଣେ ଭୋଟର ବିଧାୟକଙ୍କୁ ନିଜ ସପକ୍ଷରେ ଭୋଟ କରିବାକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ବିଧାୟକ ମାନେ ଭିଡ଼ା ଓଟରା ହେବା ଘଟଣା ଆଜି ଓଡ଼ିଶା ବିଧାନସଭାରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି।
ସୋମବାର ବିଧାନସଭାରେ ରାଜ୍ୟସଭା ନିର୍ବାଚନ ଲାଗି ଭୋଟିଂ ଅନୁଷ୍ଠିତ ହୋଇଛି । ଭୋଟିଂ ଆରମ୍ଭରୁ ସୁରୁଖୁରୁରେ ଚାଲିଥିବା ବେଳେ ଅପରାହ୍ନରେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ନବ ଚରଣ ମଲ୍ଲିକ ଏକ ବାହାର ଲୋକଙ୍କ ସହ ଭୋଟ ଦେବକୁ ଆସିବା ନେଇ ବିଜେଡି ବିଧାୟକ ମାନେ ବିରୋଧ କରିଥିଲେ । ଠିକ୍ ସମୟରେ ନବଙ୍କୁ ବିଜେପି ବିଧାୟକ ମାନେ ଭୋଟ ଦାନ କକ୍ଷକୁ ଉଦ୍ୟମ କରିଥିଲେ । ଏହି ସମୟରେ ବିଜେଡି ଓ ବିଜେପି ବିଧାୟକଙ୍କ ମଧ୍ୟରେ ପ୍ରଥମେ କଥା କଟା କଟି ଓ ପରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠ ସାମ୍ନାରେ ଭିଡ଼ା ଭିଡ଼ି ହୋଇଥିବା ଦେଖିବାକୁ ମିଳିଥିଲା। ନବ ମଲ୍ଲିକଙ୍କୁ ନେଇ ଦୁଇ ଦଳର ବିଧାୟକମାନେ ମୁହାଁମୁହିଁ ପରିସ୍ଥିତି ଓ ହୋହାଲ୍ଲା ହୋଇଥିଲେ।
ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜଣେ ଅଜଣା ବ୍ୟକ୍ତି( ସେ ବିଧାୟକ ନୁହେଁ) ତାଙ୍କୁ ଧରି ବିଧାନସଭାକୁ ଆଣିଥିଲେ । ସେ ଭୋଟ ଦେବାକୁ ଲାଇନ୍ ରେ ଛିଡା ହୋଇଥିବା ବେଳେ ତାଙ୍କ ହାତକୁ ଧରି ଟାଣିଲେ । ଆମେ ତାଙ୍କୁ ଟଙ୍କା ଦେଇଛୁ, ଭୋଟ ଦେବାକୁ ଚାପ ପକାଇଥିଲେ । ବିଜେଡି ସଦସ୍ୟମାନେ ଏହି କଥାକୁ ନେଇ ଆପତ୍ତି ଉଠାଇଲେ । ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି । ଏତେ ସୁରକ୍ଷା ଥିବା ସତ୍ତ୍ୱେ ବିଧାନସଭା ପରିସରକୁ ଜଣେ ଅଜଣା ବ୍ୟକ୍ତି ପଶିବା ଓ ଘୋଡ଼ା ବେପାର କଥା କହିବାକୁ ନେଇ ଶ୍ରୀ ବେହେରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଥିଲେ ଯେ, ଆମେ ବିଧାୟକଙ୍କୁ ସୁରକ୍ଷା ଦେଇଥିଲୁ। ସେମାନେ ତାଙ୍କୁ ଧମକ ଦେଉଥିଲେ । ବିଜେଡି ଓ ବିଜେପି ଟଣା ଓଟରା ଭିତରେ କିନ୍ତୁ କଂଗ୍ରେସ ନଥିଲା l
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy