ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ  

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଓଡ଼ିଶାର କୃଷିଭିତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ନୂଆଗାଁ ସ୍ଥିତ ସୋଆ ଅନ୍ତର୍ଗତ ଆଇ.ଏନ.ଏସ ଫାର୍ମ ଓ ବିଂଝଗିରି ସ୍ଥିତ ଏ.ଆର.ଏସ ଫାର୍ମରେ ପର୍ଯ୍ୟାୟ କ୍ରମେ ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇଯାଇଛି ।

ଏହି ଉତ୍ସବରେ ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କୃଷି ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏଗ୍ରିକଲଚର ରିସର୍ଚ୍ଚ କୋଅର୍ଡିନେଟର ପ୍ରଫେସର ଜେ.ଏମ.ଏଲ ଗୁଲାଟି, କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବାସୁଦେବ ବେହେରା, ପରୀକ୍ଷା ସଂଯୋଜକ ପ୍ରଫେସର ରବୀନ୍ଦ୍ର ପାଇକରାୟ, ଫୁଲଚାଷ ଓ ସୌନ୍ଦର୍ଯ୍ୟକରଣ ବିଭାଗର ମୁଖ୍ୟ ପ୍ରଫେସର ଶଶିକଳା ବେଉରା, ଉଦ୍ଭିଦ ଶରୀରତତ୍ୱ ବିଭାଗର ପ୍ରାଧ୍ୟାପିକା ଡକ୍ଟର ନନ୍ଦିତା ଜେନା ପ୍ରମୁଖ ଯୋଗ ଦେଇ ପାରଂପରିକ ରୀତିନୀତି ଅନୁସାରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଉତ୍ସବରେ କୃଷି ମହାବିଦ୍ୟାଳୟର ସମସ୍ତ ରିସର୍ଚ୍ଚ ସ୍କଲାର, ଫାର୍ମ କର୍ମଚାରୀ ଓ ବିଂଝଗିରିର ସ୍ଥାନୀୟ କୃଷକମାନେ ଯୋଗ ଦେଇଥିଲେ । ଏହି ଉତ୍ସବଟିକୁ ଫାର୍ମ ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ମହାନ୍ତି ଓ ପ୍ରଫେସର ମଧୁସୂଦନ ବେହେରା ପରିଚାଳନା କରିଥିଲେ ।

ବିଜୁ ଲିଗାସୀ ସାଜିଲା ଓଡ଼ିଶା ନାଗରିକ ମଞ୍ଚ : ଟାର୍ଗେଟରେ ସିଧା ନବୀନ

ଓଡ଼ିଶା ନାଗରିକ ମଞ୍ଚ ଓଡିଶାବାସୀଙ୍କ ସ୍ୱର ହେବ। 30 ଜିଲ୍ଲାରେ ସଭାସମିତି ହେବ। ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ଆଗକୁ ନେବ। ବିଜୁଙ୍କ ତିରୋଧାନ ଦିବସରେ ରାଜଧାନୀରୁ ଏପରି ଋଣହୁଙ୍କାର ଦେଇଛନ୍ତି ବିଜୁ ଲିଗାସୀ ନେତା କହୁଥିବା ନେତାମାନେ। ସଭା ମଞ୍ଚ ରୁ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଲେ ବିଜୟ ମହାପାତ୍ର। ଯଦି ଏହି ସଭା ହୋଇ ନଥାନ୍ତା ତେବେ ନବୀନ ବାବୁ ଦିଲ୍ଲି ରେ ତିରୋଧାନ ଦିବସ ପାଳନ କରିନଥାନ୍ତେ ସାଂସଦ ଙ୍କ ସହିତ। ଯାହା ହେଉ ବହୁଦିନ ପରେ ନବୀନ ବାବୁଙ୍କ ର ବାପା ଙ୍କ କଥା ମନେପଡିଲା। ନବୀନ ନିବାସ ଓ 3 ଔରଙ୍ଗ ଯେବ ରୋଡ ବିଜୁ ବାବୁଙ୍କ ଘର ଜାତୀୟ ସମ୍ପତ୍ତି। ସେ ଘର କୁ ଜଣେ ଅଣଓଡିଆ ଲୋକ trust କରି ନେଇଯିବ। ଆମେ ଚୁପ୍ ହେଇ ବସିବା! ସେବେଠାରୁ ମୁଁ ଚିନ୍ତିତ।

ଓଡିଶା ନାଗରିକ ମଞ୍ଚ ଓଡିଶା ବାସୀ ଙ୍କ ସ୍ଵର ହେବ। ବିଜୁ ବାବୁ କହିଥିଲେ politics is a experiment in life। ଓଡିଶା ନାଗରିକ ମଞ୍ଚ ସେହି experiment ହେଇ ଆଗକୁ ଯିବ।

ବିଜୁ ବାବୁ ଙ୍କୁ ଆମେ ସେତିକି ସମ୍ମାନ ଦେଇପାରିଲେ ନାହିଁ। ଠିକଣା ମାର୍ଗ ବର୍ତ୍ତମାନ ନାହିଁ।

ଆଜିଠାରୁ ମୂଳ ଦୁଆ ପଡିଲା। ପରୀକ୍ଷା ର ସମୟ। ଆଜି ମୋର ଚିନ୍ତା ଦୂର ଯେ ଏହି ମଞ୍ଚ ଜରିଆରେ ଓଡିଶା ବାସୀ ଙ୍କ ସବୁ ପ୍ରଶ୍ନ ର ଉତ୍ତର ମିଳିବ।

ଗୋଟିଏ ପରେ ଗୋଟିଏ ନୀତି ଓ ଷ୍ଟାଣ୍ଡ ପରିବର୍ତ୍ତନ ଓଡ଼ିଶା ରାଜନୀତିରେ ନଥିଲା ବୋଲି ବିଜୟ ମହାପାତ୍ର କହିଛନ୍ତି l

ଓଡ଼ିଶା ନାଗରିକ ମଞ୍ଚ ରେ ବିଜେଡି କୁ ଟାର୍ଗେଟ କଲେ ପ୍ରଭାତ ତ୍ରିପାଠୀ| ବିଜୁ ବାବୁଙ୍କ ନା ରେ ଯେଉଁ ସର୍କାର 24 ବର୍ଷ ଧରି ରହିଲା ସେଠି କିଛି ହେଇନି | ବିଜୁ ଆଦର୍ଶ କୁ ହତ୍ୟା କରିବା ପାଇଁ ବିଜୁ ଫୋଟ କୁ ରାତି ଅଧିଆ ହଟେଇବା ପାଇଁ ଷଡଯନ୍ତ୍ର ହୋଇଛି | ନାଗରିକ ମଞ୍ଚ ବିଜୁ ବାବୁଙ୍କ ସ୍ୱପ୍ନ ଆଦର୍ଶ ପୂରଣ କରିବା ପାଇଁ କାର୍ଯ୍ୟକ୍ରମ ଆଗକୁ ନେବ | ଓଡ଼ିଶାର ସ୍ୱର ମାଲକାନଗିରି ରୁ ରାୟଗଡା ପଯ୍ୟନ୍ତ ଶୁଭିଛି | ବିଜୁ ବିଚାର ସହ ସାମିଲ ହୋଇଛନ୍ତି | ଅତୀତ କୁ ମନେ ପକାଇବା ସହ ଭବିଷ୍ୟତ ର ମାର୍ଗ କୁ ପ୍ରସ୍ତୁତ କରିବାର ଆହ୍ୱାନ ଓଡ଼ିଶା ନାଗରିକ ମଞ୍ଚ ପାଖରେ | ନିର୍ଦ୍ଧିଷ୍ଟ ଦିଗ ଆମ ସମସ୍ତ ଙ୍କୁ ମାର୍ଗଦର୍ଶନ କରିବା ପାଇଁ ଉପସ୍ଥିତ | ସେ ଦିଗରେ ଚିନ୍ତା କରିବା ଦରକାର | ଦୁଇ ବର୍ଷ ଧରି ଓଡ଼ିଶାର ଅସ୍ମିତା, ବିକାଶ ପାଉ ସରକାର ହେଇଛି ପ୍ରଭାତ ତ୍ରିପାଠୀ କହିଛନ୍ତି l ସେହିପରି ସୌମ୍ୟ ପଟନାୟକ କହିଥିଲେ ବିଜୁ ବାବୁ ଅସୁସ୍ଥତା ଥିବା ସତ୍ତ୍ୱେ ସେ ଓଡ଼ିଶା କଥା କହୁଥିଲେ। ଓଡ଼ିଶାର ଏତେ ସମ୍ପତି ଥାଇ ଓଡ଼ିଆ ମାନେ ଗରିବ ରହିବେ କାହିଁକି। ଜଗନ୍ନାଥ ଭୂଇଁ ତଳେ, ଉପରେ, କଡ଼ରେ ଯେତିକି ଦେଇଛନ୍ତି ଆଉ କେଉଁଠି ନାହିଁ। ଏକଥାର ଉତ୍ତର ରାଜନୈତିକ ଲୋକ ଦେବା କଥା। ଓଡ଼ିଶା କାହିଁକି ଗରିବ।

ମୁଁ ଭିନ୍ନ ଜାତିର। ମୁଁ ୧୯୯୫ ମସିହାରେ ବିଜେପି ଟିକେଟରେ ବିଜୁ ବାବୁଙ୍କ ବିରୋଧରେ ନିର୍ବାଚନ ଲଢ଼ି ଥିଲି।ନିର୍ବାଚନ ଫଳ ପ୍ରକାଶ ପାଇବା ଦିନ ମୋତେ ଫୋନ୍ କରି ରାତ୍ର ଭୋଜ କରିବାକୁ ଡାକିଲେ। ମୁଁ ଝିଅ ସହ ଯାଇ ରାତ୍ରି ଭୋଜନ କରିଥିଲି। ସେ କହିଥିଲେ ତୁ ଆସେ, ଆମେ ମିଶି ଓଡ଼ିଶାକୁ ଆଗକୁ ନେବା। ସେଇ ଦିନୁ ମୁଁ ବିଜୁଙ୍କ ନିକଟତର ହୋଇଥିଲି।

ବିଜୁ ଲିଗସି କଥା ଆମେ ନ ବୁଝି ପ୍ରଚାର କରୁଛୁ। ବିଜୁ ଲିଗସୀ କହିଲେ, ତାଙ୍କା ଭଳି ସାହାସୀ ଆଉ କାହା ପାଖରେ ନାହିଁ। ଓଡ଼ିଶାକୁ ଯଦି ଭଲ ପାଇବାର ପ୍ରମାଣ ଖୋଜିଲେ, ବିଜୁ ବାବୁ ଯେମିତି ଓଡ଼ିଶାକୁ ଭଲ ପାଉଥିଲେ ସେମିତି ଭଲ ପାଇ ଦେଖେଇ ଦିଆନାଗରିକ ମଞ୍ଚର ଏକମାତ୍ର କାମ କ୍ଷମତାସୀନ ବ୍ୟକ୍ତିଙ୍କୁ ବାଟକୁ ଆଣିବା।
ଏଠି ସବୁ ଦଳକୁ ସ୍ୱାଗତ ଅଛି। ବୁଦ୍ଧିଜୀବୀ ମାନେ ରହିଛନ୍ତି। ଯାହାଙ୍କ ପାଖରେ ଓଡ଼ିଆତ୍ୱ ଅଛି ସେମାନେ ଏକାଠି ହୋଇ ନାଗରିକ ମଞ୍ଚ ଗଢ଼ିଛନ୍ତି।ଓଡ଼ିଶା ନାଗରିକ ମଞ୍ଚ ରାଜନୈତିକ ଦଳ ନୁହେଁ।
ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କଲେ ସ୍ୱର ଉତ୍ତୋଳନ କରିବାକୁ ଲୋକଙ୍କ ଅଭାବ ରହିବ ନାହିଁ।ଓଡ଼ିଶାକୁ ଭଲ ପାଉଥିବା ଭଲ ଲୋକଙ୍କ ଏକ ବିରାଟ ମଞ୍ଚ l ଓଡ଼ିଶାର ପ୍ରତ୍ୟେକ ବ୍ଲକ୍ ଓ ପଞ୍ଚାୟତରେ ହେବ ନାଗରିକ ମଞ୍ଚ।ବର୍ତ୍ତମାନର ଦଳ ମାନଙ୍କ ପାଇଁ ଏହା ସତର୍କ ଘଣ୍ଟି।

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ମାତ୍ର ୭୭୨ ଗ୍ରାମ ଓଜନର ଶିଶୁକୁ ନୂଆ ଜୀବନ ଦେଲା ସମ୍ ନବଜାତ ଶିଶୁରୋଗ ବିଭାଗ

0

ଜନ୍ମ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬ ସପ୍ତାହରେ ଜନ୍ମିତ ମାତ୍ର ୭୭୨ ଗ୍ରାମ ଓଜନର ଶିଶୁ କନ୍ୟାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍ ।

ଶିଶୁକନ୍ୟା ଜନ୍ମ ହେବା ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଭିଷଣ କଷ୍ଟ ଅନୁଭବ କରିବାରୁ ତାକୁ ତୁରନ୍ତ ନବଜାତ ଶିଶୁରୋଗ ବିଭାଗର ଆଇସିୟୁରେ ଭର୍ତି କରାଯାଇଥିଲା ।

ଶିଶୁଟିକୁ ମେକାନିକାଲ୍ ଭେନ୍‌ଟିଲେସନ୍ ଏବଂ ଆଡଭାନ୍ସ ଲାଇଫ ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଇଥିଲା । ଚିକିତ୍ସାରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟିଥିଲା ଏବଂ ତା’ ଶରୀରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ କାରଣରୁ ଯେଉଁ ସବୁ ସମସ୍ୟା ଓ ଜଟିଳତା ଥିଲା ତାହା ଦୂର ହେବା ଆରମ୍ଭ ହୋଇଥିଲା । ଯଦିଓ ତା’ର ଜୀବନ ପ୍ରତି ବିପଦ ଥିଲା ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଏବଂ ମେଡିକାଲ୍ ଟିମ୍‌ର ସାହାଯ୍ୟ ଓ ସହଯୋଗ ବଳରେ ଶିଶୁଟି ୩ ମାସ ହସ୍ପିଟାଲ୍‌ର ଏନ୍‌ଆଇସିୟୁରେ ରହି ସୁସ୍ଥ ହୋଇପାରିଥିଲା ।

ଶିଶୁଟି ସୁସ୍ଥ ହେବା ପରେ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ ଖୁସି ବ୍ୟକ୍ତ କରିବା ସହ ଡାକ୍ତରୀ ଟିମ୍‌ର ନିରନ୍ତର ପ୍ରଚେଷ୍ଟା ଏବଂ ଶିଶୁର ବାପା-ମା’ଙ୍କର ଧୈର୍ଯ୍ୟ ଓ ସହଯୋଗକୁ ପ୍ରଶଂସା କରିଥିଲେ ।

ଏହି ଡାକ୍ତରୀ ଟିମ୍‌ରେ ଡାକ୍ତର ଭାବଗ୍ରାହୀ ମଲ୍ଲିକ, ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନୀତ କୁମାର ପାଣିଗ୍ରାହୀ, ଡାକ୍ତର ସୁରେଶ କୁମାର ତ୍ରିପାଠୀ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ଶ୍ରୁତିପ୍ରଜ୍ଞା କର, ଡାକ୍ତର ପ୍ରତ୍ୟୁଷ ଦ୍ୱିବେଦୀ, ଡାକ୍ତର ଶିତିକଣ୍ଠ ନାୟକ, ଡାକ୍ତର କଳ୍ପିତା ସାହୁ, ଡାକ୍ତର ପୁଜିଥା ଏବଂ ଡାକ୍ତର ଶରଥ ଚନ୍ଦ୍ରିକା ସାମିଲ ଥିଲେ ।

କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଟେକ୍ନିକ୍ସକୁ ନେଇ ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

 ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ବିଗ୍ ଡାଟା ଆନାଲିଟିକ୍ସ, ଡିପ୍ ଲର୍ଣ୍ଣିଙ୍ଗ, କ୍ଲାଉଡ୍ ଆଣ୍ଡ ଫଗ୍ କମ୍ପ୍ୟୁଟିଙ୍ଗ୍‌, ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ ଓ ଇଭେଲ୍ୟୁସନାରୀ କମ୍ପ୍ୟୁଟିଙ୍ଗ ଭଳି ବିବିଧ ବିଷୟକୁ ନେଇ ଗତ ଏପ୍ରିଲ୍ ୧୦ ଏବଂ ୧୧ ଦୁଇ ଦିନ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ‘ଇମର୍ଜିଂ ଟ୍ରେଣ୍ଡସ ଇନ୍ ଆଡଭାନ୍ସମେନ୍ସ ଆଣ୍ଡ ଆପ୍ଲିକେସନ୍ସ ଅଫ୍ କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଟେକ୍ନିକ୍ସ’ (ଇଟିଏଏସିଟି ୨୦୨୬) ଆୟୋଜିତ ହୋଇଯାଇଛି ।

ହାଇବ୍ରିଡ୍ ମୁଡ୍‌ରେ ଆୟୋଜିତ ଏହି ସମ୍ମିଳନୀରେ ବିଶ୍ୱସ୍ତରୀୟ ଗବେଷକ, ଶିକ୍ଷାବିତ୍‌, ବୈଜ୍ଞାନିକ, ଶିଳ୍ପ ବିଶେଷଜ୍ଞ ଯୋଗ ଦେଇଥିଲେ ।

ନ୍ୟୁରୋଲା ନେଟୱାର୍କ, ଅପ୍ଟିମାଇଜେସନ୍ ଟେକ୍ନିକ୍ସ ଓ ସିକ୍ୟୁରିଟି ଟେକ୍ନୋଲଜି ଭଳି ପ୍ରସଙ୍ଗକୁ ନେଇ ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ବିଶେଷଜ୍ଞମାନଙ୍କ ମଧ୍ୟରେ ବିଟ୍ସ ପିଲାନି, ଦୁବାଇ କ୍ୟାମ୍ପସ୍‌ର ପ୍ରଫେସର ଅମିତାଭ ମୁଖାର୍ଜୀ, ଆଇଆଇଟି, ପାଟନାର ପ୍ରଫେସର ସୋମନାଥ ତ୍ରିପାଠୀ, ୟୋନସେଇ ବିଶ୍ୱବିଦ୍ୟାଳୟ, ସାଉଥକୋରିଆର ପ୍ରଫେସର ସୁଙ୍ଗ-ବେ ସୋ ଏବଂ ଏନ୍‌ଆଇଟି, ରାଉରକେଲାର ପ୍ରଫେସର ବିଭୁଦତ ସାହୁ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ ।

ସମ୍ମିଳନୀରେ ମୁଖ୍ୟତଃ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଆଣ୍ଡ ଡାଟା ସାଇନସେସ୍‌, ନ୍ୟୁରାଲ ନେଟୱାର୍କସ ଆଣ୍ଡ ଫଜି ଲଜିକ, ଅପ୍ଟିମାଇଜେସନ୍ ଟେକ୍ନିକ୍ସ, ଆପ୍ଲାଏଡ୍ ମେସିନ୍ ଲର୍ଣ୍ଣିଙ୍ଗ୍‌, ସିକ୍ୟୁରିଟି ଟୁଲ୍ସ ଆଣ୍ଡ ବ୍ଲକ୍‌ଚେନ୍‌, ସର୍ଚ୍ଚ ଇଞ୍ଜିନ୍ ଆଣ୍ଡ ଇନ୍‌ଫର୍ମେସନ୍ ରିଟ୍ରିଭାଲ୍‌, କ୍ଲାଉଡ କମ୍ପ୍ୟୁଟିଙ୍ଗ୍‌, ପାରାଲାଲ୍ କମ୍ପ୍ୟୁଟିଙ୍ଗ, ଫେଡେରେଟେଡ୍ ଲର୍ଣ୍ଣିଙ୍ଗ ଓ ଇନ୍‌ଟେରନେଟ୍ ଅଫ୍ ଥିଙ୍ଗସ ଭଳି ୭ଟି ନିର୍ଦ୍ଦିଷ୍ଟ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ୟୁକେ, ୟୁଏସଏ, ଥାଇଲ୍ୟାଣ୍ଡ, ୟୁଏଇ, ମାଲେସିଆ, ଜର୍ମାନୀ, ନ୍ୟୁଜିଲ୍ୟାଣ୍ଡ ଏବଂ ଜୋର୍ଡାନ୍ ଭଳି ଦେଶରୁ ପ୍ରାୟ ୨୦୦୦ ଗବେଷଣା ସନ୍ଦର୍ଭ ଏହି ସମ୍ମିଳନୀରେ ସଂଗୃହୀତ ହୋଇଥିଲା ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଏବଂ କମ୍ପ୍ୟୁଟର ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଯୋଗ ଦେଇଥିଲେ ।

ସମ୍ମିଳନୀର ପ୍ରୋଗ୍ରାମ ଚେୟାର ଡକ୍ଟର ରଶ୍ମିତା ଦାଶ ଆଲୋଚନା ଗୁଡ଼ିକୁ ପରିଚାଳନା କରିଥିବା ବେଳେ ତାଙ୍କୁ ଟିପିସି ଚେୟାର ଡକ୍ଟର ରାଜଶ୍ରୀ ଦାଶ ଏବଂ ଅର୍ଗାନାଇଜିଂ ଚେୟାର ଡକ୍ଟର ରଶ୍ମିତା ରାଉତରାୟ ସହଯୋଗ କରିଥିଲେ ।

ଆଇଇଇଇ ଭୁବନେଶ୍ୱର ସେକ୍ସନ୍ ପକ୍ଷରୁ କନ୍‌ଜ୍ୟୁମର ଟେକ୍ନୋଲଜି ସୋସାଇଟି ଚାପ୍‌ଟରର ଚେୟାର ଡକ୍ଟର ନିରଞ୍ଜନ କୁମାର ରାୟ ସମ୍ମିଳନୀରେ ସାମିଲ ହୋଇଥିଲେ ।

ନୀରବତା ଭାଙ୍ଗି ବର୍ଷିଲେ ବବି : ଦଳ ବିରୋଧୀ ବାପା ପୁଅଙ୍କୁ ସିଧା ଟାର୍ଗେଟ

ବବିଙ୍କ ଟାର୍ଗେଟରେ ବାପ ପୁଅ। ରାଜନୀତିରେ ନୀତି ଓ ଆଦର୍ଶକୁ ଭୁଲି କ୍ଷମତା ପଛରେ କିପରି ସ୍ୱାର୍ଥ ପାଇଁ ବିକ୍ରି ହୋଇ ଯାଇଛନ୍ତି ତାହା ସିଧା ସଳଖ ସାଧାରଣ ସଭାରେ ବର୍ଷିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) ଦାସ। ନିରବତା ଭାଙ୍ଗି ବବି ବିଜେଡିରୁ ନିଲମ୍ବିତ ହୋଇଥିବା ବାପ ଓ ପୁଅଙ୍କ ପୋଲ ଖୋଲିଛନ୍ତି। ସେ ହେଉଛନ୍ତି ରାଜ୍ୟସଭାରେ କ୍ରସ ଭୋଟ କରିଥିବା ସୌଭିକ ବିଶ୍ୱାଳ। ଆଉ ତାଙ୍କ ବାପା ପ୍ରଭାତ ବିଶ୍ୱାଳ କିପରି ଟଙ୍କା ପାଇଁ ବିକ୍ରି ହୋଇଯାଆନ୍ତି ତାହା ବଖାଣିଛନ୍ତି ବବି । ରାଜ୍ୟସଭା ନିର୍ବାଚନ ଘୋଡା ବେପାର ର ଖୋଲିଲେ ଗୁମର।କହିଲେ କୁତା ବଫାଦାର ପ୍ରଭାତ ବିଶ୍ୱାଳ କୃତଘ୍ନ ।ପ୍ରଭାତ ବିଶ୍ୱାଳ ଓ ପୁଅ ସୌଭିକ ଙ୍କ ସହ ପରିବାର କୁ କଲେ ଟାର୍ଗେଟ ।କହିଲେ ରାଜ୍ୟସଭା ନିର୍ବାଚନ ରେ ବିଜେଡି କୁ ଭୋଟ ଦେବା ପାଇଁ 8 କୋଟି ମାଗିଥିଲେ ପ୍ରଭାତ । ବିଜେଡି ବିଧାୟକ ଧ୍ରୁବ ସାହୁ ଅଛନ୍ତି ସାକ୍ଷୀ । 8 କୋଟି ଟଙ୍କା ଋଣ ଅଛି ବବି ଶୁଝିଲେ ଦେବି ଭୋଟ।24 ଘଣ୍ଟା ସ୍ୱାର୍ଥ ରେ ଥାନ୍ତି ପ୍ରଭାତ ବିଶ୍ୱାଳ । କିଛି ଭଲ ସାଧୁ ଥାନ୍ତି ଆଉ କିଛି ଭଣ୍ଡ ।ଭଲ ସାଧୁ କଥା କହିବନି ଯିଏ ଭଣ୍ଡ ଖାଲି ଗପିବ । ଖଇରିଆ ପିନ୍ଧିଛ ଆରେ ତତେ କିଏ କହିଲା ଖଇରିଆ ପିନ୍ଧିବାକୁ ।ଦଳରେ ସେ ନାହାନ୍ତି ତେଣୁ ତାଙ୍କ ମୁଖା ଖୋଲିବା ଦରକାର।

ମିଡିନାଇଟ ଅପରେସନ ରେ ଜଦି ବବି ଥିଲା ବବି ସଂଗଠନ ସମ୍ପାଦକ ତୁ ସସ୍ପେଣ୍ଡ ।କ୍ଷମତା ପାଗଳ ଲୋକ ପ୍ରଭାତ ବିଶ୍ୱାଳ, କ୍ଷମତା ପାଇଁ ସବୁ କହିବେ ।ବଦ୍ରି ପାତ୍ର ଙ୍କୁ ଶହେ ସଲାମ ।ପ୍ରଭାତ ବିଶ୍ୱାଳ ମତେ କହିଲେ 2 ହଜାର କୋଟି 8 ହଜାର କୋଟି ନେଇଛି ।

ଯେଉଁଦିନ ସୌଭିକ ବିଶ୍ୱାଳ ବାପାଙ୍କୁ ଟିକେଟ ଦିଆଗଲା ନାହିଁ, ପୁଅ କହିଥାନ୍ତା ବାପା ଚାଲ ଯିବା ସ୍ୱାଧୀନ ଛିଡା ହେବା ।2019 ରେ ଟିକେଟ ନେବି 2024 ରେ ଟିକେଟ ନେବି ତାପରେ ବିକ୍ରି ହେଇ କହିବି ମୁଁ ସ୍ୱାଧୀନ ।ମୁଁ ଏଥିପାଇଁ ପ୍ରଭାତ ବିଶ୍ୱାଳ ବିରୁଦ୍ଧରେ କହୁନଥିଲେ କାରଣ ସେତବେଳେ ଦଳରେ ଥିଲେ ।ମୋ ପାଇଁ ଜଦି କାହାର ଭୋଟ ମିଳୁଛି ଦଳ ପାଇଁ ମୁଁ ସବୁ କରିବି ।ଯୌଥ ପରିବାର ରୁ ଆସିଛି ସହିବା ଶିଖିଚି, ସ୍ୱାଭିମାନ ଶିଖିଚି ।ଦଳ ପାଇଁ ଚୁପ ଥିଲି ।ମୁଁ ପ୍ରଭାତ ବିଶ୍ୱାଳ ଦ୍ୱାର ଦେଖିନି ବାପା, ପୁଅ, ମା 500 ଥର ମୋ ପାଖକୁ ଆସିଛନ୍ତି ।କଣ ନେଇଛନ୍ତି ସେଟା ଛୋଟ କଥା କହିବିନି । ଯଦି ଆବଶ୍ୟକ ପଡେ ମୁଁ ଡକୁମେଣ୍ଟ ଦେଖେଇବି ।ଜାଣିଛି ସେ ରେସ୍ପଣ୍ଡ କରିବେ ପାଗଳ ଲୋକ ।ଜଣେ ବଦ୍ରି ପାତ୍ର ଜଣେ ପ୍ରଭାତ ବିଶ୍ୱାଳ । ପ୍ରଭାତ ବିଶ୍ୱାଳ ମୋ ବିରୁଦ୍ଧରେ କହିଛନ୍ତି ବଦ୍ରି ପାତ୍ର ମତେ ପୁଅ ଭଳି ସ୍ନେହ କରିଛନ୍ତି ।ତାଙ୍କ ଅଭିମାନ, ଦରଦ ରହିବ ।କିନ୍ତୁ ଭୋଟ ଦେଲାବେଳେ କେନ୍ଦୁଝର ର ମୁଖ୍ୟମନ୍ତ୍ରୀ କିନ୍ତୁ ସେଟା ସେ ଦେଖିନାହାନ୍ତି ।ବବି ବିରୁଦ୍ଧରେ କହିଲେ ସ୍ୱାଗତ କାରଣ ଦଳ ପାଇଁ କାମ କରିଛି । 2004,2009,2014,2019 ରେ 2024 ରେ ପୁଅକୁ ଦଳ ଜିତେଇଲା । ସେତବେଳେ ସ୍ୱାଭିମାନ ନଥିଲା ବାପା ପାଇଁ ଏୟା କରିଥିଲେ ମୁଁ ବାପା ପାଇଁ ବାହରିଛି । ଆରେ ବାପା ପାଇଁ ବାହାରିଥାନ୍ତୁ 2019 ରେ ଟିକେଟ ନେଇନଥାନ୍ତୁ ସ୍ୱାଧୀନ ଜିତିଥାନ୍ତୁ ।ଜାଣିଥାନ୍ତୁ ତୋ ବାପା ସ୍ୱାଭିମାନ ।ନେଲା ବେଳକୁ ନେବେ।ପାଣ୍ଡିଆନ ଙ୍କୁ ଟେକିଲେ କାଳେ କ୍ଷମତା ମିଳିବ । ସେତବେଳେ ଟେକିଲୁ ।ରାଜ୍ୟସଭା ରେ ଭୋଟ ଦେଇକି ବବି ବିରୁଦ୍ଧରେ କହିଥିଲେ ଜଷ୍ଟିଫାଏ ରହିଥାନ୍ତା । ଆରେ ସଂତୃପ ତୋର କଣ ଖାଇଲା । ଦଳ ପାଇଁ ଭଦ୍ର ଲୋକ ।ଯେତବେଳେ ଯୁଦ୍ଧ କରିବୁ ଖାତା ଖତିଆନ ଧରିବୁ । କଟକ ଚୌଦ୍ୱାର ହେଲା ବିଜୁ ବାବୁଙ୍କ ଜାଗା । ଯେତବେଳେ ବିଜୁ ବାବୁଙ୍କ ବିରୁଦ୍ଧରେ ସାଂସଦ କହିଲେ ସେତବେଳେ କୋଉଠି ଥିଲେ ଭଣ୍ଡ ବାବା ପଦେ କହିଲେନି ।ମୁଁ 5 ଜଣିଆ ଟିମ କରୁଛି ଆପଣ ଯାନ୍ତୁ ଧ୍ରୁବ ସାହୁ ଘରକୁ କହିବେ ପ୍ରଭାତ ବିଶ୍ୱାଳ କହିଲେ ମୋର ଲୋନ ଅଛି 8କୋଟି ଶୁଝିଦେଲେ ମୁଁ ବିଜେଡି କୁ ଭୋଟ ଦେବି । କାରଣ ଦରକାର ବିକ୍ରି ହେବା ପାଇଁ ।ମୁଁ ଯଦି ତାଙ୍କ ପୁଅ ହେଇଥାନ୍ତି 2019 ମସିହା ରେ ଟିକେଟ ନେଇନଥାନ୍ତି ବୋଲି ପ୍ରଣବ ପ୍ରକାଶ ଦାସ ସିଧା ସୌଭିକୁ ପିତୃଭକ୍ତି କଣ ତାହା ବୁଝାଇ ଦେଇଛନ୍ତି। ବହୁ ଦିନ ନୀରବତା ପରେ ପ୍ରଣବଙ୍କ ଏ ଉଗ୍ର ରୂପ ଏବେ ଚର୍ଚାରେ।

ମଙ୍ଗରାଜ ଧରିଲେ ସଂସଦରେ ବିଜେଡି ମଙ୍ଗ

ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଗୁରୁ ଦାୟିତ୍ୱ ଦେଲେ ବିଜେଡି ସଭାପତି ନବୀନ ପଟନାୟକ l ସବୁବେଳେ ସଂସଦରେ ଓଡିଶା ପ୍ରସଙ୍ଗ ଓଡ଼ିଶା ହକ ପାଇଁ ଜୋରଦାର ଲଢେଇ କରିଛନ୍ତି ସାଂସଦ ମାନସ ମଙ୍ଗରାଜ l ଯେଉଁଥି ପାଇଁ ନବୀନ ପଟନାୟକ ମାନସ ରଞ୍ଜନ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳ ନେତା ଦାୟିତ୍ୱ ଦେଇଛନ୍ତି । ସେହିଭଳି ସୁଲତା ଦେଓକୁ ବିଜେଡି ସଂସଦୟ ଦଳ ଉପନେତା ସହ ମୁଖ୍ୟ ସଚେତକର ଦାୟିତ୍ୱ ମିଳିଛି। ମାନସ ରଞ୍ଜନ ମଙ୍ଗରାଜ ଏବେ ମୁଖ୍ୟ ସଚେତକ ଦାୟିତ୍ୱରେ ଥିବାବେଳେ ପୂର୍ବରୁ ସୁଲୋତା ଦେଓ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇ ଥିଲେ। ଏହି ଦୁଇ ଜଣଙ୍କ ଚୟନ କୁ ଅନୁମୋଦନ ଦେଇ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆସନ୍ତା 2028 ଯାଏଁ ଉଭୟ ସାଂସଦଙ୍କ କାର୍ଯ୍ୟକାଳ ରହିଛି l

ରାଜଧାନୀର ପ୍ରେମିକ ଅଛି, ହୃଦୟ ନାହିଁ 

୭୮ତମ ଜନ୍ମଦିନ ପାଳନ କରୁଛି ଭୁବନେଶ୍ୱର।ସହର ବଢିଛି ଓ ପରିସୀମା ମଧ୍ୟ ବୃଦ୍ଧି ପାଇଛି। ଜନସଂଖ୍ୟା ପ୍ରତିଦିନ ବଢ଼ିବଢ଼ି ଚାଲିଛି। ଭୁବନେଶ୍ବର ଏକ ନମ୍ବର ସ୍ମାର୍ଟ ସିଟି। ମନ୍ଦିର ମାଳିନୀ ସହର। ପୂର୍ବାଞ୍ଚଳର ଏଜୁକେଶନ ହେବ। ଅନେକ ସଫ୍ଟୱେର୍ କମ୍ପାନୀକୁ ଆକର୍ଷିତ କରିଛି ସହର। ରାଜଧାନୀ ନୂଆରୂପ ନେବା ସହ କେତେ କଣ ସ୍ବପ୍ନ ଦେଖୁଛି।

ରାଜଧାନୀ ରାଜ୍ୟର ହୃଦୟ। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ଟ୍ରେଜେରୀ, ଉତ୍କଳ ବିଶ୍ୱ ବିଦ୍ୟାଳୟ, ରମାଦେବୀ ୟୁନିଭରସିଟି, ରାଜଧାନୀ ଲ’ କଲେଜ, ୧୧ତାଲା, ୯ତାଲା, ଲୋକଭବନ ସହ ମଳମାଳ ସରକାରୀ କାର୍ଯ୍ୟାଳୟର ମୁଖ୍ୟାଳୟ ଅଛି ରାଜଧାନୀରେ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, କେଦାରଗୌରୀ, ଧଉଳି ଶାନ୍ତି ସ୍ତୁପ, ଖଣ୍ଡଗିରି,ଉଦୟଗିରି,ନନ୍ଦନକାନନ, ପଠାଣିସାମନ୍ତ ପ୍ଳାନିଟୋରିୟମ, ସାଇନ୍ସ ପାର୍କ, ଆଇଜି ପାର୍କ, ଗାନ୍ଧି ପାର୍କ, ଭୁବନେଶ୍ୱର ବିମାନ ବନ୍ଦର, ଭୁବନେଶ୍ୱର ରେଳଷ୍ଟେସନ, ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କାହିଁ କେତେ କଣ। ଏମ୍ସ, ସମ୍ ଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ଯାଏ ରହିଛି ରାଜଧାନୀରେ। ଏଠି ନେତା, ଜନତା ସମସ୍ତଙ୍କର ରହିଛି ଦବଦବା। ରାଜଧାନୀରୁ ଗାଁ ଗାଁକୁ ଯାଏ ବଡ଼ ବାର୍ତ୍ତା।

ରାଜଧାନୀରେ ବସ୍ତି ଅଛି ପୁଣି ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ। ସବୁଜ ବଳୟ ରାଜଧାନୀ ଯାଇ କଂକ୍ରିଟ ସହରରେ ପରିଣତ ହୋଇଛି। ହେଲେ ସହର ଆଗେଇଛି। ଆଧୁନିକତା ସବୁ ଛାପରେ ଛାଇ ହୋଇଯାଇଛି ଭୁବନେଶ୍ୱର। ହେଲେ ଅଭାବ ବି କିଛି କମ ନାହିଁ।

ଆରମ୍ଭରୁ କହିଛି ରାଜଧାନୀର ପ୍ରେମିକ ଅଛନ୍ତି, ହୃଦୟ ନାହିଁ। ଅନେକଙ୍କ ସ୍ବପ୍ନ ପୂରଣ କରିଛି ରାଜଧାନୀ। ହେଲେ ରାଜଧାନୀ ଦେଖୁଥିବା ସ୍ବପ୍ନକୁ କେହି ପୂରଣ କରିବାକୁ ଚାହୁଁନାହାନ୍ତି। ସମସ୍ତେ ଏଠି ନେଇଚାଲିଛନ୍ତି ଦେବାକୁ କେହି ନାହିଁ। ରାଜଧାନୀରେ ବାୟୁ ପ୍ରଦୂଷଣ ଆଜି ବଢ଼ି ବଢ଼ି ଚାଲିଛି, ଭୂତକ ଜଳ କମିବାରେ ଲାଗିଛି ଯାହା କି ଚିନ୍ତାର କାରଣ। ଆଇନ ଶୁଙ୍ଖଳା ବିଗିଡିଯାଇଛି, ଭାଇଚାରା କୁଆଡେ ହଜି ଯାଇଛି। ହଁ ସ୍ବଚ୍ଛ ସୁନ୍ଦର ଭୁବନେଶ୍ୱର କେବଳ ନାରାରେ ରହିଯାଇଛି। ମେଟ୍ରୋ ଏବେ ସାତ ସପନ ହୋଇଛି। ବଢ଼ି ବଢ଼ି ଚାଲିଛି ନିଶା କରବାର। ରାଜଧାନୀରେ ଜମି ସରି ସରି ଯାଉଛି। ଧନୀ ଓ ଗରିବଙ୍କୁ ଏକାଠି କରୁଥିବା ସହର, ଏବେ କେବଳ ଧନୀଙ୍କ ସହରରେ ପରିଣତ ହୋଇଛି। ଗରିବଙ୍କ ସ୍ଥାନ ନାହିଁ ରାଜଧାନୀରେ ଏବେ।

ରାଜ୍ୟ ଭିତରୁ ଓ ବାହାରୁ ବିଭିନ୍ନ ସ୍ବପ୍ନ ନେଇ ଆସୁଥିବା ମଣିଷଟି ରାଜଧାନୀରେ ଓଲ୍ଲେଇକି ଏବେ ଗୋଟେ କଥା କହୁଛି- ରାଜଧାନୀ ତୋ ପ୍ରେମିକ ଅନେକ ହେଲେ କାହାର ହୃଦୟ ନାହିଁ। ହୃଦୟ ଥିଲେ ଆଜି ତୁ ଦେଶରେ ଚମକୁଥାନ୍ତୁ। ସଭିଏଁ ତୋ ପ୍ରେମିକା ହେବାକୁ ପାଗଳ ହୁଅନ୍ତି। କାରଣ ତୋ ପାଖରେ ଅଛି ସବୁ ସ୍ୱାଧୀନତା।

ଓକାକ ଏଆଇ କ୍ଷମତାଯୁକ୍ତ କ୍ଲାସରୁମ୍‌ର ଟେଣ୍ଡର ବାତିଲ କରୁ : ୟାସିର ନୱାଜ 

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ କ୍ଷମତାଯୁକ୍ତ କ୍ଲାସ ରୁମ୍‌ର ଟେଣ୍ଡର ସଂପର୍କରେ ଖୋଲାସା କରିଥିଲେ । ସେ କହିଥିଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ଓକାକ୍ ଏ.ଆଇ. କ୍ଷମତା ଯୁକ୍ତ ଡିଜିଟାଲ ଆସେସ୍‌ମେଣ୍ଟ ସହିତ ଭର୍ଚ୍ୟୁଆଲ କ୍ଲାସ୍ ରୁମ୍ କରିବା ପାଇଁ ଟେଣ୍ଡର ଆହ୍ୱାନ କରିଥିଲା । ବିଶେଷ କରି ଓସେପା ଏବଂ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସ୍କିମ୍ କରାଯାଉଛି । ଏହାଦ୍ୱାରା ୫୩୭୦ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ସରକାରୀ ସ୍କୁଲରେ ଏହି କ୍ଲାସ ରୁମ୍ ସ୍ଥାପନ କରାଯିବ । ଏହା ଏକ ୫ ବାର୍ଷିକ କାର୍ଯ୍ୟନ୍ୱୟନ ଏବଂ ରକ୍ଷଣାବେକ୍ଷଣ ଯୋଜନା । ଏଥିରେ ଇଲୋଟ୍ରୋନିକ୍ସ ଏବଂ ଇନ୍‌ଫରମେସନ ଟେକ୍ନୋଲୋଜି ବିଭାଗର ମଧ୍ୟ ଦାୟିତ୍ୱ ରହିଛି । ଏବେ ଏହି ଯୋଜନାର ପ୍ରଣୟନ ପାଇଁ ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟୟ ପାଇଁ ସ୍ଥିର କରାଯାଇଛି ।

 ଏହି ଯୋଜନା ସ୍ୱାଗତଯୋଗ୍ୟ ମାତ୍ର ଭିତ୍ତିଭୂମି ନଥାଇ ଏଭଳି ଯୋଜନାର ପ୍ରଣୟନ ସନ୍ଦେହପୂର୍ଣ୍ଣ ମଧ୍ୟ । ଓଡ଼ିଶାରେ ଏକ ଦୟନୀୟ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଚାଲିଛି । ପ୍ରାୟ ୫୦ ହଜାର ସରକାରୀ ସ୍କୁଲରୁ ଅର୍ଦ୍ଧାଧିକ ସ୍କୁଲରେ ଶିକ୍ଷକ ମରୁଡି ପଡିଛି । ୨୦ ହଜାର ସରକାରୀ ସ୍କୁଲରେ ଡେସ୍କ, ବେଞ୍ଚ ନଥିବାରୁ ପିଲାମାନେ ତଳେ ବସୁଛନ୍ତି । ୧୫ ଶହ ସରକାରୀ ସ୍କୁଲରେ ବିଜୁଳି ସଂଯୋଗ ନାହିଁ । ୧୭୬୩ ସରକାରୀ ସ୍କୁଲରେ କୋଠା ବିପଦ ସଂକୁଳ ଅବସ୍ଥାରେ ଅଛି । କମ୍ପ୍ୟୁଟର ଶିକ୍ଷକ ନଥିବାରୁ ବହୁ ସ୍କୁଲରେ କମ୍ପ୍ୟୁଟର ଖତ ଖାଉଛି । ମାତ୍ର ୩୦ ପ୍ରତିଶତ ଶିକ୍ଷକଙ୍କର କମ୍ପ୍ୟୁଟର ଜ୍ଞାନ ଅଛି । ୩.୯ ପ୍ରତିଶତ ସରକାରୀ ସ୍କୁଲରେ ନିଜର ପିସିଏସ ବା ଡେସ୍କଟପ୍ ବ୍ୟବସ୍ଥା ରହିଛି । ୨୫.୭ ପ୍ରତିଶତ ଫଙ୍କସ୍‌ନାଲ ସ୍ମାଟ ରୁମ୍ ରହିଛି । ୨୯ ପ୍ରତିଶତ ସରକାରୀ ସ୍କୁଲ ମୋବାଇଲ ଫୋନ୍ ବ୍ୟବହାର କରି ଶିକ୍ଷାଦାନ କରୁଛନ୍ତି । ସୁତରାଂ ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା ଏକ ବିପଜ୍ଜୟ ଅବସ୍ଥାରେ ରହିଛି । ଯେଉଁଠାରେ ମୌଳିକ ଭିତ୍ତିଭୂମି ନାହିଁ । ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ିଚାଲିଛି ।

 ଏଭଳି ପରିସ୍ଥିତିରେ ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟୟ କରି ଏଆଇ କ୍ଷମତାଯୁକ୍ତ ଡିଜିଟାଲ ଆସେସ୍‌ମେଣ୍ଟ ସହିତ ଭର୍ଚ୍ୟୁଆଲ କ୍ଲାସ୍ ରୁମ୍ କରିବା କେତେଦୂର ଯୁକ୍ତିଯୁକ୍ତ? ‘କାନ୍ଥ ନଥାଇ ଛାତ’ କଥାଟି ଶୁଣିବାକୁ କିପରି ଲାଗୁଛି । ଏହି ଯୋଜନାର ପ୍ରଣୟନ କଥାଟି ସେଇଆ । ଓଡ଼ିଶା ସରକାରଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ତଥା ଆଇଟି ସଚୀବ ବିଶାଳ ଦେବ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍କ ମିଳିତ ଷଡଯନ୍ତ୍ରରେ ଅର୍ଥ ଆତ୍ମସାତ୍ କରିବା ପାଇଁ ଏହା ଏକ ଯୋଜନା ନୁହେଁ ତ? ମୂଳ ନ ସଜାଡି କିଭଳି ଏପରି ବ୍ୟବସ୍ଥା କରାଯାଉଛି ତାହା ଆଶ୍ଚର୍ଯ୍ୟଜନକ । ପୂର୍ବ ସରକାରରେ ଅର୍ଥସଚୀବ ଥିଲାବେଳେ ବିଶାଳ ଦେବଙ୍କ ଉଦ୍ୟମରେ ଏଭଳି ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା ଏବଂ ପରବର୍ତ୍ତି ପର୍ଯ୍ୟାୟରେ ତାହା ବାତିଲ ହୋଇଛି । ଏକ ଏଆଇ କ୍ଲାସ ରୁମ୍ ପାଇଁ ଯେଉଁ ଭିତ୍ତିଭୂମିର ଆବଶ୍ୟକତା ରହିଛି ଆମର ଶିକ୍ଷା ବ୍ୟବସ୍ଥା ତା’ଠାରୁ ବହୁ ଦୂରରେ । ପ୍ରଥମେ ଉଜୁଡି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ । ନ ହେଲେ କେବଳ ଟଙ୍କା ହରିଲୁଟ୍ କରିବା ପାଇଁ ଏହା ବ୍ୟବସ୍ଥିତ ବୋଲି ନିଶ୍ଚିତ ଭାବରେ ଲୋକେ କହିବେ ।

 ଅନ୍ୟପକ୍ଷରେ ଏହି ଟେଣ୍ଡରରେ ଭୟଙ୍କର ତ୍ରୁଟି ଏବଂ ସାଜିସ୍ ଭରି ରହିଛି ବୋଲି ହାଇକୋର୍ଟରେ ଚ୍ୟାଲେଞ୍ଜ କରାଗଲାଣି । ଏହି ଟେଣ୍ଡରକୁ ବାତିଲ କରିବା ପାଇଁ କେସ୍ କରାଯାଇଛି । ଟେଣ୍ଡର ପ୍ରକ୍ରିୟାରେ ବହୁ ନିୟମ ଉଲଘଂନ ହୋଇଛି । ଏକ ସ୍ୱତନ୍ତ୍ର ସୂତ୍ରରୁ ଜଣାପଡିଛି ଯେ ସେଲ୍‌କନ୍‌, ଇମ୍‌ଟେକ୍ସ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାକୁ କାର୍ଯ୍ୟଭାର ଦେବା ପାଇଁ ସରକାରୀ ଉଦ୍ୟମ ହେଉଛି । ମାତ୍ର ଏହି କମ୍ପାନୀ ଏକ ଠକ କମ୍ପାନୀ । ଏହି କମ୍ପାନୀ ନିଜର ଆର୍ଥିକସ୍ଥିତିକୁ ବଢ଼ାଚଢ଼ା କରି ଉପସ୍ଥାପନ କରିଛି । କମ୍ପାନୀ ନାମରେ ଠକେଇ, ଜାଲିଆ, ଆର୍ôଥକ ଅପରାଧ, ଭୟସୃଷ୍ଟିକାରୀ, ଷଡଯନ୍ତ୍ରକାରୀ ପ୍ରଭୁତି ବିଭିନ୍ନ ମକ୍କଦ୍ଦମା ହାଇଦ୍ରାବାଦରେ ଚାଲିଛି । ଏଭଳି ଏକ ଠକ କମ୍ପାନୀକୁ କିଭଳି ଭାବରେ ଦାୟିତ୍ୱ ଦିଆଯିବ ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ । ଟେଣ୍ଡରଟିକୁ ଦେଖି ଜଣାପଡୁଛି ଆଗରୁ ସବୁ ନିଷ୍କତ୍ତି ସରିଛି । ଏହା କେବଳ ଟେଣ୍ଡର ନୁହେଁ, ଛାତ୍ରମାନଙ୍କର ଭବିଷ୍ୟତର ପ୍ରଶ୍ନ । ଏଥିରେ ଜନତାଙ୍କର ଅର୍ଥ ରହିଛି । ଓଡ଼ିଶାରେ ଏଆଇ ଶିକ୍ଷକ ଅଛନ୍ତି ସେ ବାବଦରେ ମଧ୍ୟ ରାଜ୍ୟସଭାରେ ସାଂସଦ ପ୍ରଶ୍ନ କରିଛନ୍ତି । ଯଦି କିଛି ବ୍ୟବସ୍ଥା ଠିକ୍ ନାହିଁ ତେବେ କାହା ସ୍ୱାର୍ଥରେ ଏଆଇ କ୍ଲାସ ରୁମ୍ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ପ୍ରଶ୍ନ କରିଛନ୍ତି । ସରକାରଙ୍କ ପାଖରେ ଯଦି ଏହା ସଠିକ୍ ଉତ୍ତର ନାହିଁ ତେବେ ଟେଣ୍ଡର କ୍ୟାନ୍‌ସଲ କରାଯାଉ । ନତୁବା ୭୨ ଘଣ୍ଟା ମଧ୍ୟରେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ।

 ଏହି ସାମ୍ବାଦିକ ସମ୍ମିଳନୀରେ ଗୋପନ ମାର୍ଥା, ସ୍ୱାର୍ଗତ କର, ଜାଭେଦ ଅକ୍‌ତର ପ୍ରମୁଖ ଉପସ୍ଥିତ ଥିଲେ ।

ବିଜୁ ଲିଗାସୀ ରାଜନୀତି, ଅତୀତ ଆଗାମୀ କାହାଣୀ

ବିଜୁ ପଟ୍ଟନାୟକ। ଓଡିଶାର ବରପୁତ୍ର, ଇଣ୍ଡୋନେସିଆର ଭୂମିପୁତ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ ଓଡିଆଙ୍କ ହୃଦୟର ମଣିଷ। ସ୍ବାଧୀନତା ସଂଗ୍ରାମୀରୁ ସଫଳ ରାଜନେତା। ତାଙ୍କ ସାହସିକା ମଧ୍ୟ ଦେଶର ଯୁବକଙ୍କ ପାଇଁ ଉଦାହରଣ। ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ଦେଶର ଶକ୍ତିଶାଳୀ ଆଂଚଳିକ ଦଳ ଭାବେ ୨୪ ବର୍ଷ ଓଡିଶାର ଶାସନ କରିଛି। ଏବେ ସଶକ୍ତ ବିରୋଧୀ ଦଳ ଭାବେ ଓଡିଶାର ସେବା କରୁଛି ବିଜେଡି। ବିଜୁଙ୍କ ନାଁରେ ଏବେ ବି ଚାଲିଛି ଓଡିଶା ରାଜନୀତି। ରାଜ୍ୟରେ ବିଜୁଙ୍କ ଭୋଟ ବ୍ୟାଙ୍କ ଆଗରେ ସବୁ ଦଳର ଭୋଟବ୍ୟାଙ୍କ ଫିକା। ଏପ୍ରିଲ ୧୭ରେ ବିଜୁ ପଟନାୟକଙ୍କ ତିରୋଧାନ ଦିବସ। ବିଜୁ ତିରୋଧାନ ଦିବସକୁ ପ୍ରତି ଜିଲ୍ଲାରେ ପାଳନ କରିବାକୁ ବିଜୁ ଜନତା ଦଳ ଜୋରଦାର ପ୍ରସ୍ତୁତି କରିଛି। ଏହାରି ଭିତରେ ଓଡିଶା ରାଜନୀତିରେ ବିଜୁ ଲିଗାସୀଙ୍କ ନେଇ ଆରମ୍ଭ ହୋଇଛି ରାଜନୀତି।

ବିଜେଡିର ଶୃଙ୍ଖଳା ଭଙ୍ଗ କରି ଦଳରୁ ବିଦା ହୋଇଥିବା ନେତାମାନେ ଏବେ ବିଜୁ ଲିଗାସୀ ନାଁରେ ଏକାଠି ହେବାକୁ ଅଣ୍ଟା। ବିଜୁ ଲିଗାସୀ ନାଁରେ ବିଜେଡି ପ୍ରତି ପ୍ରତିଶୋଧ ନେବାକୁ ନେତାଏ ଅଣ୍ଟା ଭିଡିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ। ବିଜେଡିରୁ ବିଦା ହୋଇଥିବା ନେତାମାନଙ୍କ ଏପରି ପ୍ରୟାସକୁ ନେଇ ବିଜେଡି, କଂଗ୍ରେସ ଓ ବରିଷ୍ଠ ରାଜନେତାମାନେ ମତପୋଷଣ କରିଛନ୍ତି।

ଏବେ ପ୍ରଶ୍ନ ବିଜୁ ଲିଗାସୀ କାହାର। କେତେ ସଫଳ ହେବେ ପରିକ୍ଷିତ ଓ ପ୍ରତ୍ୟାଖାତ ହୋଇଥିବା ନେତାଙ୍କ ପ୍ରୟାସ। ଯେଉଁ ନେତାମାନେ ବିଜୁ ଲିଗାସୀକୁ ନେଇ ରାଜନୈତିକ ବିକଳ୍ପ ଚିନ୍ତା କରୁଛନ୍ତି ସେମାନେ ମଙ୍ଗ ଧରିବ କିଏ। ବିଜୁ ଲିଗାସୀଙ୍କୁ ବଞ୍ଚାଇବା ପାଇଁ ଯେଉଁ କିଛି ବରିଷ୍ଠ ରାଜନେତା ବିକଳ୍ପ ରାଜନୀତି ଦଳ ଗଢିବାକୁ ଚାହୁଛନ୍ତି ସେମାନେ ଏହା ପୂର୍ବରୁ ବିଜେଡିରୁ ବାହାରିବା ପରେ ମଧ୍ୟ ଆଂଚଳକି ଦଳ କରି ବିଫଳ ହୋଇଛନ୍ତି। ବିଜୁ ଲିଗାସୀଙ୍କୁ ଆଗକୁ ନେବାକୁ ଅଣ୍ଟା ଭିଡିଥିବା ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ର ପୂର୍ବରୁ ଓଜିପି କରି ବିଫଳ ହୋଇଛନ୍ତି। ସେହିପରି ସୌମ୍ୟ ରଂଜନ ପଟ୍ଟନାୟକଙ୍କ ମାଠଆ ଚିହ୍ନ ବି ଫେଲ ମାରିଛି। ଅନ୍ୟମାନଙ୍କ କଥା ନକହିଲେ ଭଲ।

୨୦୨୬ ରାଜ୍ୟସଭା ନିର୍ବାଚନରେ ୧୧ ଜଣ ବିଧାୟକ କ୍ରସ ଭୋଟିଙ୍ଗ କରିବା ପରେ ବିଜେଡିର ବିଧାୟକମାନଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିଜୁ ଲିଗାସୀ ରାଜନୀତି ପୁଣି ମୁଣ୍ଡ ଟେକିଛି।

୧୯୯୭ ମସିହାରେ ବିଜୁଙ୍କ ପରଲୋକ ପରେ ବିଜୁ ଲିଗାସୀ ଭାବେ ତାଙ୍କ ସାନପୁଅ ନବୀନ ପଟ୍ଟନାୟକ ଓଡିଶା ରାଜନୀତିରେ ପାଦଥାପି ସଫଳ ହୋଇଛନ୍ତି। ବିଜୁଙ୍କ ପୁଅ ଭାବେ ନବୀନ ପଟ୍ଟନାୟକଙ୍କ ଓଡିଶାବାସୀ ଗ୍ରହଣ କରି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ। ହେଲେ ବିଜୁ ଲିଗାସୀ ନାଁରେ କିଛିନେତା ପ୍ରଥମେ ୧୯୯୮ ଓ ପରେ ୨୦୦୪ ମସିହାରେ ପ୍ରୟାସ କରି ବିଫଳ ହୋଇଛନ୍ତି। ବରିଷ୍ଠ ରାଜନେତା ସ୍ବର୍ଗତ ଦାମୋଦର ରାଉତ ବିଜୁ ଲିଗାସୀକୁ ନେଇ ବିଜୁ ବିଚାର ମଂଚ କରି ବିଫଳ ହୋଇଥିଲେ। ୨୦୨୬ରେ ପୁଣି ତୃତୀୟଥର ଲାଗି ବିଜୁ ଲିଗାସୀ ନାଁରେ ଓଡିଶାରେ ବିକଳ୍ପ ରାଜନୀତି ଛିଡ଼ା କରିବାକୁ ଅଣ୍ଟା ଭିଡ଼ିଥିବା ନେତାଙ୍କ ପ୍ରୟାସକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ।

ବିଜୁ ଲିଗାସୀକୁ ନେଇ ଓଡିଶାର ବରିଷ୍ଠ ରାଜନେତାମାନଙ୍କର କଣ ରହିଛି ମତ।

ପଂଚାନନ କାନୁନଗୋ,  ରାଜନେତା : ବିଜୁ ଲିଗାସୀ କେବଳ ନବୀନ ପଟନାୟକ. ନବୀନଙ୍କ ଛଡା ବିଜୁ ଲିଗାସୀ ଆଉ କେହିଁ ନାହାନ୍ତି ଓଡ଼ିଶାରେ. ୧୯୯୮ ଓ ୨୦୦୪ରେ କିଛି ନେତା ଏକାଠି ହୋଇ ବିଜୁ ଲିଗାସୀ କଥା କହିଥିଲେ. ହେଲେ ସେଥିରେ ସେମାନେ ଅସଫଳ ହୋଇଥିଲେ. ଯେଉଁମାନେ ଆଜି ନିଜକୁ ବିଜୁ ଲିଗାସୀ କଥା କହୁଛନ୍ତି ସେମାନେ ପୁଣି ଥରେ ଅସଫଳ ହେବେ. ଯେଉଁମାନେ ପୂର୍ବରୁ ଲିଗାସୀ କଥା କହି ଅସଫଳ ହୋଇଛନ୍ତି ସେମାନେ ଆଜି ପୁଣି ଲଗାସୀ କଥା ଜୋରେ କହୁଛନ୍ତି. ଓଡିଶାବାସୀ କେବଳ ବିଜୁ ଲିଗାସୀ କହିଲେ ତାଙ୍କ ପୁଅ ଓ ପରିବାରକୁ ବୁଝନ୍ତି. ବିଜୁ ଲିଗାସୀ ଭାବେ ନବୀନ ପଟନାୟକ ୨୪ ବର୍ଷ ଶାସନ କଲେ ଓ ଓଡିଶାବାସୀଙ୍କ ପ୍ରିୟ ହୋଇପାରିଛନ୍ତି. ବିଜୁ ପଟନାୟକ ଓଡିଶା ପାଇଁ ଯାହା କରିଛନ୍ତି ତାହାର ଶ୍ରେୟ କେବଳ ନବୀନ ପଟନାୟକ ହିଁ ନେବେ.

ଅରୁଣ ସାହୁ , ବରିଷ୍ଠ ବିଜେଡି ବିଧାୟକ :ବିଜୁ ଲିଗାସୀ ବିଜେପିର ବି ଟିମ । ବିଜୁ ଲିଗାସୀ କିଏ ତାହାର ଉତ୍ତର ୩୦ବର୍ଷ ଧରି ଓଡିଶାବାସୀ ଦେଇଛନ୍ତି l ବିଜୁ ଲିଗାସୀ ବିଜେପିର ବି ଟିମ ଭାବେ କାମ କରୁଛନ୍ତି l ସେଥିରେ ସେମାନେ ସଫଳ ହେବେ ନାହିଁ l ବିଜେଡି ଭାଙ୍ଗିବାକୁ ବିଜୁ ଲିଗାସୀ ଅସ୍ତ୍ର କରୁଛନ୍ତି କିନ୍ତୁ ସେମାନେ ଏହି ଉଦ୍ୟମରେ ଅସଫଳ ହେବେ।

ଭକ୍ତ ଚରଣ ଦାସ, ପିସିସି ସଭାପତି : ବିଜୁଙ୍କ କ୍ଷତି କରିଥିବା ଲୋକ ବିଜୁ ଲିଗାସୀ କଥା କହୁଛନ୍ତି. ବିଜୁ ପଟ୍ଟନାୟକଙ୍କୁ ନେଇ ମାର୍କେଟିଂ ବନ୍ଧ କରାଯାଉ. ଯେଉଁମାନେ ବିଜୁଙ୍କ କ୍ଷତି କରିଥିଲେ, ସେମାନେ ଆଜି ବିଜୁ ଲିଗାସୀ କଥା କହୁଛନ୍ତି.ବିଜେପିକୁ ଯେଉଁମାନେ ସମର୍ଥନ କରୁଛନ୍ତି ସେମାନେ ବିଜୁ ପଟନାୟକଙ୍କ କଥା କହିବାକୁ କିପରି ଚିନ୍ତା କରୁଛନ୍ତି. ବିଜୁ ବାବୁଙ୍କୁ ଏତେ ଶସ୍ତା କରୁଛନ୍ତି କାହିଁକି.ବିଜୁ ପଟନାୟକଙ୍କୁ ଅପମାନିତ କରି ପୁଣି ଲୁଗାସୀ କଥା କହୁଛନ୍ତି, ସେଥିରୁ ସେମାନେ ନିବୃତ ରୁହନ୍ତୁ.

ସାରଦା ଜେନା, ବିଜେଡି ବିଧାୟକ : ବିଜୁ ତିରୋଧାନ ଦିବସରେ ତୃତୀୟ ସାମୁଖ୍ୟ ଗଠନକୁ ନେଇ ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ଏହା ସରକାରୀ ଦଳ ଦ୍ୱାରା ବିରୋଧୀ ଦଳକୁ ଏବଂ ଓଡ଼ିଶାର ଜନମାନସକୁ ବିଭ୍ରାନ୍ତି କରିବାକୁ ପ୍ରୟାସ। ବିଜୁଙ୍କୁ ଯେତେବେଳେ ଆକ୍ରମଣ ହେଉଛି ସେତବେଳେ ବିଜୁ ଲିଗାସୀ ଆଗକୁ ଆସୁନାହାଁନ୍ତି। ସରକାରୀ ଦଳ ଅପପ୍ରଚାର କରୁଛି.

ସୌମ୍ୟ ରଂଜନ ପଟ୍ଟନାୟକ, ବରିଷ୍ଠ ରାଜନେତା :ଓଡ଼ିଶାକୁ ଭଲ ପାଉଥିବା କିଛି ବ୍ୟକ୍ତି ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ଓଡ଼ିଶା ନାଗରିକ ମଞ୍ଚ ଗଠନ ପାଇଁ ନିଷ୍ପତି ନେଇଛୁ। ସେଦିନ ଆମେ ଶ୍ରାଦ୍ଧ ପାଳନ କରୁଛୁ। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ସୁରକ୍ଷିତ ପାଇଁ ଏହି ମଞ୍ଚ ଗଠନ କରାଯାଇଛି। ଆଗୁଆ ସବୁ କହିଦେଲେ ଆଗକୁ କଣ ମଜା ରହିବ। ଆପଣ ଅପେକ୍ଷା କରନ୍ତୁ କଣ ହେଉଛି। ଚର୍ଚ୍ଚା ଯଦି କିଛି ହେଉଛି ଅପେକ୍ଷା କରନ୍ତୁ ଦେଖନ୍ତୁ। ପୁଅମାନେ କେବଳ ଲିଗସି କରିବେ ଆଉ କେହି କରିବେନି। ବିଜେଡି, ବିଜେପି କଂଗ୍ରେସ ସ୍ୱାଧୀନ ସବୁ ଯଦି ଓଡ଼ିଶା ପାଇଁ ଏକାଠି ହେବେ ଅସୁବିଧା କଣ। କିଛି ଦିନ ତଳେ ଜଗନ୍ନାଥକୁ ଚୋରି ପାଇଁ ଚେଷ୍ଟା କରିଥିଲେ ଜଗନ୍ନାଥଙ୍କୁ ପାତାଳୀ ହେବା ପାଇଁ ପଡ଼ିଥିଲା। ଯିଏ ଜଗନ୍ନାଥଙ୍କୁ ଚୋରି ପାଇଁ ଚେଷ୍ଟା କରିଥିଲା ତାଙ୍କ ଠାରୁ ବୋକା କେହି ନୁହନ୍ତି। ତେଣୁ ଆମେ କାଇଁ ବିଜୁ ଲିଗସି ଚୋରି ପାଇଁ ଚେଷ୍ଟା କରିବୁ। ସେଟା କଣ କାହା ଜମିଦାରୀ। ସେ ଓଡ଼ିଶାର ବରପୁତ୍ର।

ଅମର ଶତପଥୀ, ବରିଷ୍ଠ ନେତା :ଆସନ୍ତା ୧୭ରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ହେବ ବିରାଟ ସଭାର ଆୟୋଜନ। ଏକାଠି ହେବେ ବିଜୁ ପ୍ରେମୀ ଓ ବିଜୁବାବୁଙ୍କ ଘନିଷ୍ଠ। ଭଲ ସେ ପାଳନ ହେବ ଦିବସ।

ଇପ୍ସିତା ସାହୁ, ସଭାନେତ୍ରୀ, ବିଜୁ ଛାତ୍ର ଜନତା ଦଳ :ବିଜୁ ଲିଗାସୀ ନୁହେଁ ସେମାନେ ବେଲୁ ଲିଗାସୀ। ସେ କହିଛନ୍ତି ବିଜୁ ବାବୁ ସାର ଭାରତ ପାଇଁ ଗର୍ବ ଏବଂ ଗୌରବ। ଏବେ ଯେଉଁ ନେତାମାନେ ବିଜୁ ଲିଗାସୀ କଥା କହୁଛନ୍ତି ସେମାନଙ୍କର ଅନେକ ଇତିହାସ ରହିଛି। ସେମାନେ ବିଜୁ ଲିଗାସୀ ନୁହେଁ ସେମାନେ ବେଲୁ ଲିଗାସୀ। କଟକରେ ମଦ ଅପମୁର୍ତ୍ତୃ ହୋଇଥିଲା, ୧ ହାଜର ଲୋକ ମୃତୁ ହୋଇଥିଲା। ସେତେବେଳେ ବେହେରା କମିଶନ ବସିଥିଲା, ଯେଉଁମାନେ ଏହି ଅଘଟଣ ପାଇଁ ଦାୟୀ ସେମାନେ ଏବେ ବିଜୁ ଲିଗାସୀ କଥା କହୁଛନ୍ତି। ତେଣୁ ଜନତା ବେଳୁ ଲିଗାସୀ ବିଶ୍ୱାସ କାଟିବ ନାହିଁ। ନବୀନ ବାବୁଙ୍କ ବିନା ବିଜୁ ଲିଗାସୀର କିଛି ଅର୍ଥ ନାହିଁ। କାରଣ ନବୀନ ବାବୁ ହେଉଛନ୍ତି ବିଜୁ ବାବୁଙ୍କ ସୁପୁତ୍ର। ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ଗଣମାଧ୍ୟମ ଆଗରୁ କହିଲେ ୩ ମାସ ଆଗରୁ ଦିଲ୍ଲୀପ ରାୟଙ୍କୁ ପାର୍ଥି କରିବାକୁ ନିଷ୍ପତି ହୋଇଥିଲା। ସେଥିପାଇଁ ନବୀନ ବାବୁ ଅରବିନ୍ଦ ମହାପାତ୍ର ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

ସୋଆ ଆଇଏଏସ୍ ର ୨-ଦିନିଆ ବାର୍ଷିିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଉତ୍ସବର ଶୁଭାରମ୍ଭ

 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ବୁଧବାର ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ଅର୍ଣ୍ଣ-୨୦୨୬’ ଆରମ୍ଭ ହୋଇଛି ।

ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନର ଲକ୍ଷ୍ୟସ୍ଥଳରେ ପହଂଚିବା ନିମନ୍ତେ କଠିନ ପରିଶ୍ରମ, ଅଧ୍ୟବସାୟ ଓ ସମୟାନୁବର୍ତିତା ଆବଶ୍ୟକ ବୋଲି କହିଥିଲେ । ନିଜ ଭିତରେ ସଦାସର୍ବଦା ସକରାତ୍ମକ ଚିନ୍ତାଧାରା ଓ ମନୋଭାବ ଆଣିବା ଜରୁରୀ । କାରଣ ନକରାତ୍ମକ ଚିନ୍ତାଧାରା ଓ ଏହାର କୁପ୍ରଭାବ ଛାତ୍ରଛାତ୍ରୀମାନୁ ଅବନତି ଆଡ଼କୁ ନେଇଯାଇଥାଏ ବୋଲି ପ୍ରଫେସର କର କହିଥିଲେ ।

ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ଜୀବନରେ ପିତାମାତା ଓ ଅଧ୍ୟାପକ ଅଧ୍ୟାପିକା ଗୁରୁ ସାଜିଥିବା ବେଳେ ସେମାନଙ୍କୁ ସମ୍ମାନ ଦେବା ଉଚିତ୍ ବୋଲି ପ୍ରଫେସର କର କହିଥିଲେ । ସାମ୍ପ୍ରତିକ ଯୁଗରେ କୃଷି କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନର ସୂତ୍ର ବାହାର କରିବା ସହିତ ସୋଆ କୃଷି ଛାତ୍ରଛାତ୍ରୀମାନେ ଭବିଷ୍ୟତରେ କୃଷି ଉଦ୍ୟୋଗୀ ହୋଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ଶିକ୍ଷାନୁଷ୍ଠାନରେ ଅଭିନବ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଏହା ଅନେକ ସଫଳତା ହାସଲ କରିପାରିଛି । ତେବେ ଶୃଙ୍ଖଳା, ସମୟାନୁବର୍ତିତା ଓ ଅଧ୍ୟବସାୟ ଭଳି ଗୁଣ ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କ ଠାରେ ରହିବା ଜରୁରୀ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବଦା କିଛି ନୂଆ ଶିଖିବାର ଉତ୍କଣ୍ଠା ରହିବା ଜରୁରୀ ଯାହା ସେମାନଙ୍କୁ ଗବେଷଣା କ୍ଷେତ୍ରରେ ବିଶେଷ ସାହାଯ୍ୟ କରିବ । କୃଷି ଭିତିକ ବିଭିନ୍ନ ପ୍ରକାର ସମସ୍ୟା ଗୁଡିକର ସମାଧାନ ପାଇଁ କିପରି କୃଷକମାନେ ମହାବିଦ୍ୟାଳୟ ସହିତ ଜଡିତ ହୋଇପାରିବେ ସେ ବିଷୟରେ ସେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆର କଂଟ୍ରୋଲର ଅଫ୍ ଏଗଜାମିନେସ୍‌ନ ପ୍ରଫେସର (ଡକ୍ଟର) ମଞ୍ଜୁଳା ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କେବଳ ପୁସ୍ତକ ଜ୍ଞାନ ଦ୍ୱାରା ଶିକ୍ଷାକୁ ସୀମିତ ନ ରଖି ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାଗୁଡିକୁ ବିକଶିତ କରିବା ଜରୁରୀ । ନିଜ ଉପରେ ବିଶ୍ୱାସ ରଖି ପ୍ରତି ମୁହୂର୍ତରେ କିଛି ଶିଖିବାର ଉତ୍କଣ୍ଠା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିବା ଦରକାର ବୋଲି ସେ କହିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବା ନିମନ୍ତେ ଆହ୍ୱାନ ଦେଇଥିଲେ । ନିଜର ଅଭିଭାବକ ଓ ଶିକ୍ଷକମାନଙ୍କୁ ସଦାସର୍ବଦା ସମ୍ମାନ ପ୍ରଦାନ କରିବା ଆବଶ୍ୟକ । ସେମାନଙ୍କର ଆର୍ଶୀବାଦ ଓ ନିଜ ଭିତରେ ଥିବା ସକାରାତ୍ମକ ଚିନ୍ତାଧାରା ହିଁ ସେମାନଙ୍କୁ ନିଜ ଲକ୍ଷ୍ୟ ସାଧନ କରିବାରେ ସହାୟକ ହେବ । ନିଜର ଓ ସମାଜ ପାଇଁ କିଛି କରିବାର ମନୋଭାବ ରଖିବା ଆବଶ୍ୟକ ଓ ଏଥି ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଆବେଗକୁ ସଦାସର୍ବଦା ଅନୁସରଣ କରି ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରୟାସ କରିବା ଜରୁରୀ ବୋଲି ପ୍ରଫେସର ଦାସ କହିଥିଲେ ।

ଏହି ଅବସରରେ କୃଷି ମହାବିଦ୍ୟାଳୟର ବାର୍ଷିକ ସ୍ମରଣିକା “ଅର୍ଣ୍ଣ-୨୦୨୬” ଉନ୍ମୋଚିତ ହୋଇଥିଲା ।

କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଇଏଏସ୍‌୍‌ର ଏକ୍ସଟେନ୍ସନ ଆଣ୍ଡ କମ୍ୟୁନିକେସନ୍ ବିଭାଗର ମୁଖ୍ୟ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଉତ୍ସବରେ ଆଇଏଏସ୍‌ର ବରିଷ୍ଠ ପ୍ରଫେସର, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ପୂର୍ବରୁ ଆୟୋଜିତ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିôଲା । ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news