ଓକାକ ଏଆଇ କ୍ଷମତାଯୁକ୍ତ କ୍ଲାସରୁମ୍‌ର ଟେଣ୍ଡର ବାତିଲ କରୁ : ୟାସିର ନୱାଜ 

- Advertisement -

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ କ୍ଷମତାଯୁକ୍ତ କ୍ଲାସ ରୁମ୍‌ର ଟେଣ୍ଡର ସଂପର୍କରେ ଖୋଲାସା କରିଥିଲେ । ସେ କହିଥିଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ଓକାକ୍ ଏ.ଆଇ. କ୍ଷମତା ଯୁକ୍ତ ଡିଜିଟାଲ ଆସେସ୍‌ମେଣ୍ଟ ସହିତ ଭର୍ଚ୍ୟୁଆଲ କ୍ଲାସ୍ ରୁମ୍ କରିବା ପାଇଁ ଟେଣ୍ଡର ଆହ୍ୱାନ କରିଥିଲା । ବିଶେଷ କରି ଓସେପା ଏବଂ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସ୍କିମ୍ କରାଯାଉଛି । ଏହାଦ୍ୱାରା ୫୩୭୦ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ସରକାରୀ ସ୍କୁଲରେ ଏହି କ୍ଲାସ ରୁମ୍ ସ୍ଥାପନ କରାଯିବ । ଏହା ଏକ ୫ ବାର୍ଷିକ କାର୍ଯ୍ୟନ୍ୱୟନ ଏବଂ ରକ୍ଷଣାବେକ୍ଷଣ ଯୋଜନା । ଏଥିରେ ଇଲୋଟ୍ରୋନିକ୍ସ ଏବଂ ଇନ୍‌ଫରମେସନ ଟେକ୍ନୋଲୋଜି ବିଭାଗର ମଧ୍ୟ ଦାୟିତ୍ୱ ରହିଛି । ଏବେ ଏହି ଯୋଜନାର ପ୍ରଣୟନ ପାଇଁ ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟୟ ପାଇଁ ସ୍ଥିର କରାଯାଇଛି ।

 ଏହି ଯୋଜନା ସ୍ୱାଗତଯୋଗ୍ୟ ମାତ୍ର ଭିତ୍ତିଭୂମି ନଥାଇ ଏଭଳି ଯୋଜନାର ପ୍ରଣୟନ ସନ୍ଦେହପୂର୍ଣ୍ଣ ମଧ୍ୟ । ଓଡ଼ିଶାରେ ଏକ ଦୟନୀୟ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଚାଲିଛି । ପ୍ରାୟ ୫୦ ହଜାର ସରକାରୀ ସ୍କୁଲରୁ ଅର୍ଦ୍ଧାଧିକ ସ୍କୁଲରେ ଶିକ୍ଷକ ମରୁଡି ପଡିଛି । ୨୦ ହଜାର ସରକାରୀ ସ୍କୁଲରେ ଡେସ୍କ, ବେଞ୍ଚ ନଥିବାରୁ ପିଲାମାନେ ତଳେ ବସୁଛନ୍ତି । ୧୫ ଶହ ସରକାରୀ ସ୍କୁଲରେ ବିଜୁଳି ସଂଯୋଗ ନାହିଁ । ୧୭୬୩ ସରକାରୀ ସ୍କୁଲରେ କୋଠା ବିପଦ ସଂକୁଳ ଅବସ୍ଥାରେ ଅଛି । କମ୍ପ୍ୟୁଟର ଶିକ୍ଷକ ନଥିବାରୁ ବହୁ ସ୍କୁଲରେ କମ୍ପ୍ୟୁଟର ଖତ ଖାଉଛି । ମାତ୍ର ୩୦ ପ୍ରତିଶତ ଶିକ୍ଷକଙ୍କର କମ୍ପ୍ୟୁଟର ଜ୍ଞାନ ଅଛି । ୩.୯ ପ୍ରତିଶତ ସରକାରୀ ସ୍କୁଲରେ ନିଜର ପିସିଏସ ବା ଡେସ୍କଟପ୍ ବ୍ୟବସ୍ଥା ରହିଛି । ୨୫.୭ ପ୍ରତିଶତ ଫଙ୍କସ୍‌ନାଲ ସ୍ମାଟ ରୁମ୍ ରହିଛି । ୨୯ ପ୍ରତିଶତ ସରକାରୀ ସ୍କୁଲ ମୋବାଇଲ ଫୋନ୍ ବ୍ୟବହାର କରି ଶିକ୍ଷାଦାନ କରୁଛନ୍ତି । ସୁତରାଂ ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା ଏକ ବିପଜ୍ଜୟ ଅବସ୍ଥାରେ ରହିଛି । ଯେଉଁଠାରେ ମୌଳିକ ଭିତ୍ତିଭୂମି ନାହିଁ । ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ିଚାଲିଛି ।

 ଏଭଳି ପରିସ୍ଥିତିରେ ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟୟ କରି ଏଆଇ କ୍ଷମତାଯୁକ୍ତ ଡିଜିଟାଲ ଆସେସ୍‌ମେଣ୍ଟ ସହିତ ଭର୍ଚ୍ୟୁଆଲ କ୍ଲାସ୍ ରୁମ୍ କରିବା କେତେଦୂର ଯୁକ୍ତିଯୁକ୍ତ? ‘କାନ୍ଥ ନଥାଇ ଛାତ’ କଥାଟି ଶୁଣିବାକୁ କିପରି ଲାଗୁଛି । ଏହି ଯୋଜନାର ପ୍ରଣୟନ କଥାଟି ସେଇଆ । ଓଡ଼ିଶା ସରକାରଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ତଥା ଆଇଟି ସଚୀବ ବିଶାଳ ଦେବ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍କ ମିଳିତ ଷଡଯନ୍ତ୍ରରେ ଅର୍ଥ ଆତ୍ମସାତ୍ କରିବା ପାଇଁ ଏହା ଏକ ଯୋଜନା ନୁହେଁ ତ? ମୂଳ ନ ସଜାଡି କିଭଳି ଏପରି ବ୍ୟବସ୍ଥା କରାଯାଉଛି ତାହା ଆଶ୍ଚର୍ଯ୍ୟଜନକ । ପୂର୍ବ ସରକାରରେ ଅର୍ଥସଚୀବ ଥିଲାବେଳେ ବିଶାଳ ଦେବଙ୍କ ଉଦ୍ୟମରେ ଏଭଳି ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା ଏବଂ ପରବର୍ତ୍ତି ପର୍ଯ୍ୟାୟରେ ତାହା ବାତିଲ ହୋଇଛି । ଏକ ଏଆଇ କ୍ଲାସ ରୁମ୍ ପାଇଁ ଯେଉଁ ଭିତ୍ତିଭୂମିର ଆବଶ୍ୟକତା ରହିଛି ଆମର ଶିକ୍ଷା ବ୍ୟବସ୍ଥା ତା’ଠାରୁ ବହୁ ଦୂରରେ । ପ୍ରଥମେ ଉଜୁଡି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ । ନ ହେଲେ କେବଳ ଟଙ୍କା ହରିଲୁଟ୍ କରିବା ପାଇଁ ଏହା ବ୍ୟବସ୍ଥିତ ବୋଲି ନିଶ୍ଚିତ ଭାବରେ ଲୋକେ କହିବେ ।

 ଅନ୍ୟପକ୍ଷରେ ଏହି ଟେଣ୍ଡରରେ ଭୟଙ୍କର ତ୍ରୁଟି ଏବଂ ସାଜିସ୍ ଭରି ରହିଛି ବୋଲି ହାଇକୋର୍ଟରେ ଚ୍ୟାଲେଞ୍ଜ କରାଗଲାଣି । ଏହି ଟେଣ୍ଡରକୁ ବାତିଲ କରିବା ପାଇଁ କେସ୍ କରାଯାଇଛି । ଟେଣ୍ଡର ପ୍ରକ୍ରିୟାରେ ବହୁ ନିୟମ ଉଲଘଂନ ହୋଇଛି । ଏକ ସ୍ୱତନ୍ତ୍ର ସୂତ୍ରରୁ ଜଣାପଡିଛି ଯେ ସେଲ୍‌କନ୍‌, ଇମ୍‌ଟେକ୍ସ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାକୁ କାର୍ଯ୍ୟଭାର ଦେବା ପାଇଁ ସରକାରୀ ଉଦ୍ୟମ ହେଉଛି । ମାତ୍ର ଏହି କମ୍ପାନୀ ଏକ ଠକ କମ୍ପାନୀ । ଏହି କମ୍ପାନୀ ନିଜର ଆର୍ଥିକସ୍ଥିତିକୁ ବଢ଼ାଚଢ଼ା କରି ଉପସ୍ଥାପନ କରିଛି । କମ୍ପାନୀ ନାମରେ ଠକେଇ, ଜାଲିଆ, ଆର୍ôଥକ ଅପରାଧ, ଭୟସୃଷ୍ଟିକାରୀ, ଷଡଯନ୍ତ୍ରକାରୀ ପ୍ରଭୁତି ବିଭିନ୍ନ ମକ୍କଦ୍ଦମା ହାଇଦ୍ରାବାଦରେ ଚାଲିଛି । ଏଭଳି ଏକ ଠକ କମ୍ପାନୀକୁ କିଭଳି ଭାବରେ ଦାୟିତ୍ୱ ଦିଆଯିବ ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ । ଟେଣ୍ଡରଟିକୁ ଦେଖି ଜଣାପଡୁଛି ଆଗରୁ ସବୁ ନିଷ୍କତ୍ତି ସରିଛି । ଏହା କେବଳ ଟେଣ୍ଡର ନୁହେଁ, ଛାତ୍ରମାନଙ୍କର ଭବିଷ୍ୟତର ପ୍ରଶ୍ନ । ଏଥିରେ ଜନତାଙ୍କର ଅର୍ଥ ରହିଛି । ଓଡ଼ିଶାରେ ଏଆଇ ଶିକ୍ଷକ ଅଛନ୍ତି ସେ ବାବଦରେ ମଧ୍ୟ ରାଜ୍ୟସଭାରେ ସାଂସଦ ପ୍ରଶ୍ନ କରିଛନ୍ତି । ଯଦି କିଛି ବ୍ୟବସ୍ଥା ଠିକ୍ ନାହିଁ ତେବେ କାହା ସ୍ୱାର୍ଥରେ ଏଆଇ କ୍ଲାସ ରୁମ୍ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ପ୍ରଶ୍ନ କରିଛନ୍ତି । ସରକାରଙ୍କ ପାଖରେ ଯଦି ଏହା ସଠିକ୍ ଉତ୍ତର ନାହିଁ ତେବେ ଟେଣ୍ଡର କ୍ୟାନ୍‌ସଲ କରାଯାଉ । ନତୁବା ୭୨ ଘଣ୍ଟା ମଧ୍ୟରେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ।

 ଏହି ସାମ୍ବାଦିକ ସମ୍ମିଳନୀରେ ଗୋପନ ମାର୍ଥା, ସ୍ୱାର୍ଗତ କର, ଜାଭେଦ ଅକ୍‌ତର ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles