
ସମୟ ଯେମିତି ଗତିଶୀଳ, ସମ୍ପର୍କ ମଧ୍ୟ ଠିକ ସେହିପରି। ଜୀବନ ଓ ମୃତ୍ୟୁ ଭିତରେ ସମ୍ପର୍କ ଡୋରିକୁ ଯିଏ ବୁଝିଛି ସେ ଜାଣିଛି ସମ୍ପର୍କ କେତେ ଗୁରୁତ୍ୱ ବହନ କରେ ସମୟ ଅନୁସାରେ। ସମୟ ଓ ସମ୍ପର୍କକୁ ତାଳଦେଇ ଜୀବନ କଟିଯାଏ।ଜନ୍ମ ଠାରୁ ମୃତ୍ୟୁ ଯାଏ ଅନେକ ସମ୍ପର୍କ ସହ ଯୋଡିହୋଇଯାଏ ମଣିଷ। ଜୀବନର ମହାସମୁଦ୍ର ଭିତରେ ସମ୍ପର୍କର କେତେ ଯେ ନଈ, ନାଳ ପାଣିର ମିଶ୍ରଣ ହୋଇଯାଏ ତାହା କେବଳ ଅନୁଭବ କରିହୁଏ। ହେଲେ ତଥାପି ଜୀବନଟା ସ୍ୱଚ୍ଛ ଓ ନିର୍ମଳ ମହାସମୁଦ୍ର ପରି। ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ କାଳବୈଶାଖୀ ବର୍ଷା ପରେ ହାଲକା ଥଣ୍ଡାର ସଂଧ୍ୟାରେ ଅମି ମନେପଡିଛି ତାରା ପିଲାଦିନର କେତେକ ସମ୍ପର୍କ କଥା।
ମୁନି ମଧ୍ୟ ସମୟ ସହ ତାଳ ଦେଇ ଅମି ସହ ନିବିଡ଼ ସମ୍ପର୍କରେ ଯୋଡି ହୋଇଯାଇଥିଲା। ଠିକ କାଳ ବୈଶାଖୀ ବର୍ଷା ପରି, ସେ ସମ୍ପର୍କ ଅମି ଦେହରେ ଥଣ୍ଡା ଅନୁଭବ ଆଣିଥିଲା। ହେଲେ ହୁଦୟରେ କାଳ ବୈଶାଖୀର ଝଡ ପରି ଅଦିନିଆ କ୍ଷତି ସୁଷ୍ଟି କରିଥିଲା। କଣ ଥିଲା ସେ ସମର୍କ ମୁନି ସହ କେଜାଣି ଅମି ସେ ପୁରୁଣା ସ୍ମୃତିକୁ ମନେ ପକାଇ ହଠାତ କହୁଥାଏ ସମ୍ପର୍କ ଟା ଏମିତି, ସମୟ ସହ ଚାଲିଗଲା। ଠିକ ଏତିକି ବେଳେ ଅମିର ଫୋନ ରିଙ୍ଗ ହେଲା, ହଆଉ କିଏ ଜଣେ ଫୋନରେ କହୁଥାଏ ତମର ମୋର ସମ୍ପର୍କ ଟା ଏମିତି। ତମର କଣ କଲ ନାହିଁ, କଣ ହୋଇଛି ଆଜି। ଅମି ମୁହଁରୁ ଗୋଟିଏ ଶବ୍ଦ ସମୟ ଓ ସମ୍ପର୍କର ଏତ ବାସ୍ତବତା। ତମେ କଣ ବୁଝୁଛ ମୁଁ ଜାଣେ ନାହିଁ, ମୁଁ ବୁଝିଲି ସମୟ ଅନୁସାରେ ଜୀବନରେ ଏମିତି ଅନେକ ସମ୍ପର୍କ ଯୋଡିହୁଏ ଆପେ ଆପେ, ଚାଲିଯାଏ ଆପେ ଆପେ। ଆଉ ସେ ସମ୍ପର୍କର ମିଠାପଣ ଏମିତି କାଳ ବୈଶାଖୀ ଝଡ଼ ପରେ ସମୟ ମନେ ପକାଇ ଦିଏ। ସେ ଅମି ହେଉ କି ମୁନି ଅବା ଆଉ କେଉଁ ଚରିତ୍ର।

ସାମ୍ବାଦିକମାନଙ୍କର ବିଭିନ୍ନ ମୌଳିକ ଦାବି ପୂରଣ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉ ନଥିବାରୁ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି। ଏଭଳି ଉଦାସୀନତା ପ୍ରତିବାଦରେ ଆସନ୍ତା ମଇ ଦିବସ ଦିନ ରାଜ୍ୟବ୍ୟାପୀ ପ୍ରତିବାଦ ସୂଚକ ଧାରଣା ଦେବା ପାଇଁ ୟୁନିଅନ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ରବିବାର ଦିନ ଓୟୁଜେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ୍ର କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ପେନ୍ସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡେସନ୍ ପ୍ରସଙ୍ଗ ନେଇ ଓୟୁଜେ ଲଗାତାର ଭାବେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଏ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏଥିରେ ଅଧ୍ୟକ୍ଷତା କରି ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ବିଗତ ନିର୍ବାଚନରେ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଥିଲାବେଳେ ସାମ୍ବାଦିକମାନଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ ବୋଲି ଦର୍ଶାଇଥିଲେ। ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଦିଗରେ କୌଣସି ଆନ୍ତରିକତା ନ ଦେଖାଇବା ସାମ୍ବାଦିକମାନଙ୍କ ପ୍ରତି ପ୍ରତାରଣା ବୋଲି ସେ ଦର୍ଶାଇଥିଲେ। ଦୀର୍ଘ ୧୮ବର୍ଷ ଧରି ରାଜ୍ୟରେ ଅଧିସ୍ୱୀକୃତି କମିଟି ଗଠନ ନ ହେବା, ୧୮ଗୋଟି ରାଜ୍ୟରେ ପେନ୍ସନ୍ ମିଳୁଥିଲାବେଳେ ଓଡ଼ିଶାରେ ଏ ଦିଗରେ କୌଣସି ନିଷ୍ପତ୍ତି ନ ହେବା, ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ବଢିଚାଲିଥିଲାବେଳେ ସରକାର ସାମ୍ବାଦିକ ସୁରକ୍ଷା ଦାବିକୁ ଅଣଦେଖା କରିବା, ମହିଳା ସାମ୍ବାଦିକମାନଙ୍କ ବୃତ୍ତିଗତ ନିରାପତ୍ତା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଓ ଆବେଦନରତ ସଂଖ୍ୟାଧିକ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମାର ପରିସରଭୁକ୍ତ ନ କରିବାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ବୋଲି ସେ ଉଲ୍ଲେଖ କରିବା ସହ ଏହାର ପ୍ରତିବାଦରେ ଆସନ୍ତା ମଇ ଦିବସ ଦିନ ସାମ୍ବାଦିକମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଦର୍ଶାଇଥିଲେ।
ଓୟୁଜେର ସାଧାରଣ ସମ୍ପାଦକ କିଷାନ କୁମାର ରାଉତ ସରକାରଙ୍କ ସାମ୍ବାଦିକ ବିରୋଧୀ ମନୋଭାବକୁ ସମାଲୋଚନା କରିବା ସହ ଆଗାମୀ ଦିନରେ ଓୟୁଜେ ଏହାର ଦୃଢ ପ୍ରତିବାଦ କରିବ ବୋଲି ଦର୍ଶାଇଥିଲେ। ଉପସଭାପତି ସନ୍ତୋଷ କୁମାର ସିଂଦେଓ, କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ସ୍ୱାଇଁ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ କୁମାର ସାହୁ, ପ୍ରମୋଦ କୁମାର ସାମନ୍ତରାୟ, ସମ୍ପାଦକ ଦେବପ୍ରସାଦ ଦାଶ, ଋତୁରାଜ ସିଂ, ରୂପେଶ କୁମାର ସାହୁ, ଆଦିତ୍ୟ ମେକାପ, ରବୀନ୍ଦ୍ର ମହାକୁଡ଼, ଲୋକନାଥ ସିଂ, ରବୀନ୍ଦ୍ରନାଥ ମଲ୍ଲିକ, ଶୁଭଙ୍କର ଜେନା, ଜୀତେନ୍ଦ୍ର ପଟ୍ଟନାୟକ, ସୁଧାଂଶୁ ପାତ୍ର, ରାଜୀବ ମହାନ୍ତି, ନିରଞ୍ଜନ ପଣ୍ଡା, ସ୍ୱାତୀ ଜେନା ଓ ଚିନ୍ମୟ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ପୂରଣ ଦିଗରେ ସରକାର ତତ୍ପରତା ପ୍ରକାଶ କରିବାକୁ ଦାବି କରିଥିଲେ।
ଲୋକସେବା ଭବନରେ ପ୍ରବେଶ ବ୍ୟବସ୍ଥାର ସରଳୀକରଣ କରିବା , ପୂର୍ଵ ଘୋଷିତ ସମସ୍ତ ସୁବିଧା ସୁଯୋଗକୁ ଅଧିକୃତଭାବେ ଲାଗୁ କରିବା ଓ କମିଟି ଗଠନ କରି ଆବେଦନକାରୀ ସମସ୍ତ ସାମ୍ବାଦିକଙ୍କୁ ତୁରନ୍ତ ଅଧିସ୍ୟୁକୃତି ପ୍ରଦାନ କରିବାକୁ ବୈଠକରେ ଦାବି କରାଯାଇଥିଲା | ପ୍ରତିବାଦ ସତ୍ୱେ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା |

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ ଟୁ ବି ବିଶ୍ୱବିଦ୍ୟାଳୟର ଫାକଲଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ରେ ୩-ଦିନିଆ ଟେକ୍ନୋ କଲ୍ଚରାଲ୍ ଫେଷ୍ଟ “ଚକ୍ରବ୍ୟୁହ” ଏବଂ “ଜେନେସିସ” ଶୁକ୍ରବାର ଉଦଘାଟିତ ହୋଇଥିଲା ହୋଇଯାଇଛି।ଆଇଟିଇଆର ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ଏହି ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ କୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ।
ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସର୍ବ ପୁରାତନ ଅନୁଷ୍ଠାନ ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ୍ (ଏନ୍ଆଇ ଆରଏଫ୍) ରାଙ୍କିଙ୍ଗସ ୨୦୨୫ରେ ଦେଶର ୨୨ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜର ମାନ୍ୟତା ପାଇଛି ବୋଲି କହିବା ସହ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଏ ନେଇ ଗର୍ବ କରିବା ଉଚିତ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।
ସେ କହିଥିଲେ ଯେ ଆଇଟିଇଆର ର ଛାତ୍ରଛାତ୍ରୀ ମାନେ ବିଶ୍ୱର କୋଣ ଅନୁକୋଣରେ ନିଜକୁ ପ୍ରତିଷ୍ଠିତ କରି ପାରିଥିବା ଗୌରବର ବିଷୟ। ସେମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶିକ୍ଷାନୁଷ୍ଠାନ ପାଇଁ ଆନନ୍ଦର କଥା।
ଏହି ଅବସରରେ ସୋଆ ଉପ କୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ଆହରଣ କରିବାକୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମରେ ଆଇଟିଇଆରର ଡିନ ପ୍ରଫେସର ପ୍ରଦୀପ କୁମାର ସାହୁ ଉପସ୍ଥିତ ଥାଇ ଏହି ଶିକ୍ଷାନୁଷ୍ଠାନ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା କୁ ଅଧିକ ଗୁରୁତ୍ୱ ଦେଇଥାଏ ବୋଲି କହିଥିଲେ।
ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ କହିଥିଲେ ଯେ ଏହି ଅନୁଷ୍ଠାନ ୨୫ ବର୍ଷ ଧରି ନିଜକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ କରିଥିବା ବେଳେ ଏଠାରେ ବିଭିନ୍ନ ଷ୍ଟୁଡେଣ୍ଟ କ୍ଲବ ରହିଛି। ଏହା ଛଡା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ନେସନାଲ ସୋସିଆଲ ସର୍ଭିସ ସ୍କିମ, ଅଟଳ ଇନକ୍ୟୁବେଶନ ସେଣ୍ଟର୍ – ସୋଆ ଫାଉଣ୍ଡେସନ ଇତ୍ୟାଦି ବିଭିନ୍ନ ଛାତ୍ରଛାତ୍ରୀ କୈନ୍ଦ୍ରିକ କାର୍ଯ୍ୟକ୍ରମ ରହିଛି।
ଏହି ଉତ୍ସବରେ ଆଇଟିଇଆର ର ଆଡିସନାଲ ଡିନ (ଷ୍ଟୁଡେଣ୍ଟ ଆଫେଆର୍ସ ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଚିଫ ୱାର୍ଡେନ ପ୍ରଫେସର ରଞ୍ଜନ ମଲ୍ଲିକ ବକ୍ତବ୍ୟ ରଖିଥିଲେ…ଆଡିସନାଲ ୱାର୍ଡେନ ପ୍ରଫେସର ଦେବାହୁତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବେ।
ଉଦ୍ଘାଟନୀ ସମାରୋହରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ “ଜାଗୋ” ପ୍ରୟାସ ମାଧ୍ୟମରେ ପାଠ ପଢ଼ାରେ ସେମାନଙ୍କ ଦ୍ୱାରା ସାହାଯ୍ୟ ପାଉଥିବା ବିଭିନ୍ନ ବସ୍ତି ଅଞ୍ଚଳର ଶିଶୁ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷିତ ହୋଇଥିଲା।

କିଛି ଟଙ୍କା, ପଦବୀ ଆଉ କ୍ଷମତାରେ ଅନ୍ଧ ଥିବା ବ୍ୟକ୍ତି ମାନଙ୍କ ପାଇଁ ମାନବିକତା ଆଜି ବନ୍ଦୀ ଜୀବନ କାଟୁଛି. ମଣିଷ ଭିତରେ ଏ ବନ୍ଦୀର ଜାଲ ଏତେ ମାତ୍ରରେ ରହିଛି ଯେ ସେଥିରୁ ସେ ବାହାରିପାରୁନି.ସମାଜରେ ବସବାସ କରି ମଧ୍ୟ ସେ ସାମାଜିକ ଜୀବନ ଭିତରେ ଚଳିପାରୁନାହିଁ. କିଛି ଟଙ୍କା, ପଦବୀ ଆଉ କ୍ଷମତାର କ୍ଷଣସ୍ଥାୟୀ ଶକ୍ତି ପାଇଁ ତାହା ଭିତରେ ଅହଂକାର ଏତେ ମାତ୍ରାରେ ବଢ଼ିଯାଉଛି ଯେ ସେ ତାର ମାନବିକତାକୁ ଭୁଲି ଯାଉଛି. ମଣିଷ ହୋଇ ମଧ୍ୟ ସମାଜରେ ବସବାସ କରୁଥିବା ଅନ୍ୟ ମଣିଷକୁ ସେ ମଣିଷ ବୋଲି ଭାବୁନାହିଁ. ତାର ବ୍ୟବହାର, କଥା ବାର୍ତ୍ତା ଠାରୁ ଆରମ୍ଭ କରି ନୀତି ଦିନ ଜୀବନ ଶୈଳୀ ଆଜି ଆମ ସାମାଜକି ବ୍ୟବସ୍ଥାରେ କଳଙ୍କ ଲଗାଇଛି.ଆରେ ଭାଇ ମାନବିକତାକୁ ଟିକେ ଚି଼ହ୍ନ, ନିଜକୁ ଚି଼ହ୍ନ ଓ ଭଗବାନ ତମକୁ କାହିଁକି ଏ ସଂସାରକୁ ପଠାଇଛି ତାହା ଜାଣ. କଥାରେ ଅଛି ଆଜି ଯେ ରାଜା କାଲି ସେ ଫକୀର. ତେଣୁ ଏତେ ଗର୍ବ ଓ ଅହଂକାର କାହିଁକି. କାଲି ନା କିଛି ଥିଲା ତମର, ନା ଆଜି ଯାହା ଅଛି ତମ ପାଖରେ ସେ ବି ତମର. କେବଳ ସମୟ ଅନୁସାରେ ସେ ସବୁ ଆସିବ ଆଉ ଯିବ. ଆଉ ଡେରୀ ନକରି ଚାଲ ନିଜକୁ ଚିହ୍ନିବା ଓ ନିଜ ଭିତରେ ଥିବା ଅମୁଲ୍ୟ ମାନବିକତାର ଧନକୁ ଜାଣିବା. କେତେ ଦିନ ଆଉ ମିଛଟାରେ ନିଜର ମାନବିକତାକୁ ବନ୍ଦୀ କରି ରଖିବା କିଛି ଟଙ୍କା, ପଦବୀ ଆଉ କ୍ଷମତା ପାଇଁ.
ସକାଳେ ଚା ଦୋକାନୀ, ପାନ ଦୋକାନୀ ଠାରୁ ଆରମ୍ଭ କରି ପରିବା ଵାଲା ଓ ଅଟୋ ଵାଲାଠାରୁ ନେଇ ନିଜ ଅଫିସର ତଳିଆ କର୍ମଚାରୀ ମାନଙ୍କ ପର୍ଯ୍ୟନ୍ତ, ବାବୁ ମାନଙ୍କର ବ୍ୟବହାର ଓ ଆଭିମୁଖ୍ୟ ମାନବିକତାର ସମସ୍ତ ସମ୍ବେଦନାକୁ ନଷ୍ଟ କରି ଦେଇଛି. ଉଚ୍ଚ ନୀଚର ଭେଦଭାବ ନା ମାନୁଛି ବୟସ ନା ଅଛି ସଂସ୍କୃତି ଓ ପରମ୍ଫରାର ମାପକାଠି. ଏମାନଙ୍କ ଠାରୁ ସଂମ୍ମାନ ଓ ଆଦର ଆଶା କରିବା ବୃଥା ଅଟେ.ସମାଜରେ ଦିନକୁ ଏମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି.
କଣ ହେବ ସେ 5ତାଲା ଅଟ୍ଟାଳିକା ଘର, କେଉଁ କାମରେ ଲାଗିବ ସେ 5କୋଟିର ଗାଡି.କଣ ହେବ ସେ କୋଟି କୋଟି ବେନାମୀ ଟଙ୍କା. ଯାହା ପାଇଁ ତମ ମଣିଷପଣିଆର ମାନବିକତା ବନ୍ଦୀ ଜୀବନ କାଟିବ ନିଶ୍ୱାସ ଥିବା ଯାଏ. ମଣିଷ ହୋଇ ମଣିଷକୁ ଠିକ ସେ ଚିହ୍ନି ନପାରିବା ପଶୁ ସହ ସମ୍ମାନ ନୁହେଁକି. ପଶୁ ଭିତରେ ଚିନ୍ତା ଚେତନା ନଥାଇ ସେ ଆମକୁ ଅନେକ ଶିକ୍ଷା ଦେଉଛି.ହେଲେ ଆମେ ମୁକ୍ତ ବିହଙ୍ଗ ହୋଇ କାହିଁକି କିଛି ଟଙ୍କା, ପଦବୀ ଆଉ କ୍ଷମତା ପାଇଁ ବନ୍ଦୀ ଜୀବନ ବିତାଇବା. ଏବେ ସମୟ କରିବାର ଆସିଛି, ବେଳ ଥାଉ ଥାଉ ସଚେତନ ହେବା ଓ ଏ ବନ୍ଦୀରୁ ନିଜକୁ ମୁକ୍ତ କରିବା.

ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ସ୍ୱାଦ ନେବା ସହ ଏହାର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସଏଚ୍ଏମ୍) ପକ୍ଷରୁ ବୁଧବାର ଏକ ୫-ଦିନିଆ ପଖାଳ ଉତ୍ସବ ଆରମ୍ଭ ହୋଇଛି ।
ଏସ୍ଏଚ୍ଏମ୍ରେ ଆୟୋଜିତ ହୋଇଥିବା ପଖାଳ ଉତ୍ସବକୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍ଘାଟନ କରିବା ସହିତ ଓଡ଼ିଆ ଅସ୍ମିତାକୁ ବଜାୟ ରଖି ଉତ୍କଳ ଦିବସ ପରିପ୍ରେକ୍ଷୀରେ ପଖାଳ ଉତ୍ସବ ପାଳନ କରିବା ପ୍ରତି ଓଡ଼ିଆ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ । ଓଡ଼ିଶାର ଘରେ ଘରେ ଏହି ପାରମ୍ପାରିକ ଖାଦ୍ୟ ବେଶ ଆଦୃତ ହୋଇଥିବା ବେଳେ ସାରା ବିଶ୍ୱରେ ଏହାର ଚାହିଦା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ପାଇଁ ପଖାଳ ଏକ ଔଷଧ ପରି କାମ କରିବା ସହିତ ଏହାର ତୋରାଣି ଅଂଶୁଘାତ ସମୟରେ ବେଶ ସହାୟକ ହୋଇଥାଏ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଓଡ଼ିଶାର ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ ସହିତ ଏହାର ଇତିହାସ, ଜୀବନଶୈଳୀ, ପରମ୍ପରା ଓ ସଂସ୍କୃତିକୁ ବାନ୍ଧି ରଖିବାର ପ୍ରୟାସ ଏହି ପଖାଳ ଉତ୍ସବର ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।
ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏସ୍ଏଚ୍ଏମ୍ ପକ୍ଷରୁ ଏପ୍ରିଲ୍ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି । ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଥିଲେ ।
ଓଡ଼ିଶାର କଳା ଓ ସଂସ୍କୃତି ସହିତ ବିଭିନ୍ନ ଜିଲ୍ଲାର ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ, ପରମ୍ପରା ଓ ଗ୍ରାମୀଣ ପରିବେଶ ଏବଂ ଏସ୍ଏଚ୍ଏମ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭିନ୍ନ ଭିନ୍ନ ହସ୍ତକଳାର ଏକ ଝଲକ ଏହି ଉତ୍ସବରେ ଦେଖିବାକୁ ମିଳିଛି ।
ଅତିଥିମାନଙ୍କୁ ଏହି ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ । ଏହି ଉତ୍ସବକୁ ଏସ୍ଏଚ୍ଏମ୍ର ଛାତ୍ରଛାତ୍ରୀମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ଖାଦ୍ୟ ପରିଷିବେ । ଏହି ଉତ୍ସବକୁ ଛାତ୍ରଛାତ୍ରୀମାନେ ସଂଚାଳନ କରୁଥିବା ବେଳେ ସେମାନଙ୍କୁ ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରୁଛନ୍ତି ।
ଏହି ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ଇତ୍ୟାଦି ପରଷା ଯିବାର ବ୍ୟବସ୍ଥା ହୋଇଛି । ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, କୁକୁଡା କଷା, ଚୁନା ମାଛ ଭଜା, ଚିଙ୍ଗୁଡି ଝରଝରି, ପୋହଳା ମାଛ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ପୋଡା ଆଳୁ , ଗୋଟା ଭେଣ୍ଡି ଭଜା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ, ପଣସ ପିଠଉ ଭଜା, ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ବୁଧବାର ୯୧ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସୋଆର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ବରିଷ୍ଠ କର୍ମକର୍ତାଗଣ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନର ମହାନ ବରପୁତ୍ର ମାନଙ୍କର ସ୍ମୃତି ଚାରଣ କରିଥିଲେ ।
ଏହି ଅବସରରେ ଉପସ୍ଥିତ ବ୍ୟକ୍ତି ବିଶେଷ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମକୁ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିଲେ ।

ଏଥର ରାଜ୍ୟସଭା ନିର୍ବାଚନରେ ୧୧ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ବିଜେଡିର ୬ ବିଧାୟକଙ୍କ ସହ ୨ଜଣ ବିଜେଡିରୁ ନିଲମ୍ବିତ ବିଧାୟକ ଏବଂ କଂଗ୍ରେସରୁ ତିନିଜଣ ବିଧାୟକ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ । କଂଗ୍ରେସରୁ ବାରବାଟି-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା। ସେହିଭଳି ବିଜେଡିରୁ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବସ୍ତା ବିଧାୟିକା ସୁବାସିନୀ ଜେନା, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଦଳୀୟ ନିର୍ଦ୍ଦେଶର ଅବମାନନା କରି ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇ ଚର୍ଚ୍ଚାରେ ରହିବା ସହ ବିଧାୟକ ମାନେ ଦଳରୁ ନିଲମ୍ବିତ ହୋଇଛନ୍ତି l ଘୋଡା ବେପାରେ ସାମିଲ ହୋଇ ବିଧାୟକ ମାନେ ଦଳୀୟ ଶୁଙ୍ଖଳା ଭାଙ୍ଗ କରିଛନ୍ତି ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି l ଯାହାକୁ ନେଇ ରାଜନୈତିକ ଉଷ୍ମତା ଲାଗି ରହିଛି l ଏହାରି ଭିତରେ ବ୍ୟୟ ମଂଜୁର ବିଲ ଆଲୋଚନା ରେ ଏହି ଚର୍ଚ୍ଚାକୁ ଅଧିକ ଉଷ୍ମତା ବଢ଼ାଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ l ବିଧାନସଭାରେ ଅରୁଣଙ୍କ ଘୋଡା ଉପାଖ୍ୟାନ ଆଜି କ୍ରସ ଭିଟିଂ କରିଥିବା ବିଧାୟକଙ୍କୁ ପୁଣି ଥରେ ଓଡିଶାବାସୀଙ୍କ ଆଗରେ ବିଶ୍ୱାସ ଘାତକ ବୋଲି ପ୍ରମାଣିତ କରି ବିଧାୟକ ମାନଙ୍କ ନୂଆ ନାମକରଣ କରି ବିଜେଡି ବିଧାୟକ ଅରୁଣ ସାହୁ ପୁରା ଚର୍ଚ୍ଚାରେ l
ବ୍ୟୟ ମଂଜୁର ବିଲ ବଜେଟ ଆଲୋଚନା ବେଳେ ସରକାରଙ୍କୁ କଟାକ୍ଷ କରି ଘୋଡାର ଦାମ କେତେ ବୋଲି ପ୍ରଶ୍ନ କରିବା ସହ ଘୋଡାଙ୍କ ପ୍ରକାରଭେଦ କରିଥିଲେ। ଏମିତି କି *ଘୋଡା କେ ନେବ ଘୋଡା* ଡାକରା ଦେଇ ୧୧ ପ୍ରକାର ଘୋଡ଼ାର ନାଁ କହିଥିଲେ।
୧. ଆରବ ଘୋଡା
୨. ତଟୁ ଘୋଡା
୩. ଚଲାଖୀଆ ଘୋଡା
୪. ଗେଡା ଘୋଡା
୫. ଗେଧା ଘୋଡା
୬. ବଚା ଘୋଡା
୭. ପ୍ରଭୁଭକ୍ତ ବେଇମାନ ଘୋଡା
୮. ନାଳୁଆ ଘୋଡା
୯. ବେଙ୍ଗେଇ ଘୋଡା
୧୦. ସୁକୁମାରିଆ ଘୋଡା
୧୧.ଅଲମ୍ପିକ୍ ଘୋଡା
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ ଅରୁଣଙ୍କ ଏହି ଚତୁର କଟାକ୍ଷ ଏବେ ଚର୍ଚ୍ଚାରେ l

ଡବଲ ଇଂଞ୍ଜନ ସରକାର ଓଡିଶାକୁ ଡବଲ ଧୋକା ଦେଇଛି l ରାଜ୍ୟରେ ଗଣତନ୍ତ୍ର କେମିତି ଚାଲିଛି ତାହା ବିଧାନସଭାରେ ଶାସକ ଦଳ ବିରୋଧୀଙ୍କୁ ପ୍ରଶ୍ନ ପଚାରି ଉତ୍ତର ଦାବି କରିବାରୁ ଜଣା ପଡୁଛି ବୋଲି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି l
ବ୍ୟୟ ମଂଜୁର ବିଲ ଆଲୋଚନାରେ ବିଜେପି ସରକାରର ଓଡ଼ିଆ ଅସ୍ମିତା ନାରାକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ l 200କୋଟିର ଓଡ଼ିଆ ଅସ୍ମିତା ଗଲା କୁଆଡେ l କୋଟିଆରେ କୁଆଡେ ଗଲା ଓଡ଼ିଆ ଅସ୍ମିତା l ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡିଶା ବୁଡ଼ୁଛି, ମହାନଦୀ ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା କୁଆଡେ ଗଲା l ମନ୍ତ୍ରୀ କମିଟି କାହିଁକି କଲେ ନାହିଁ l ବିଜୁବାବଙ୍କୁ ଅପମାନିତ କରାଗଲା କୁଆଡେ ଗଲା ଓଡ଼ିଆ ଅସ୍ମିତା l ଲୋକସଭାରେ ବିଜେପିର 20ଜଣ ସାଂସଦ ମୁହଁରେ ତୁଣ୍ଡି ପକାଇ ବସିବା କି ପ୍ରକାର ଓଡ଼ିଆ ଅସ୍ମିତା l ଓଡ଼ିଆ ଅସ୍ମିତା ଆଜି ଧ୍ୱଂସ ହୋଇଛି l ବଜେଟ ରେ ଘୋଡାଙ୍କ ଦାମ କେତେ ବୋଲି କହି କଟାକ୍ଷ କରି ଶାସକ ଦଳକୁ ସମାଲୋଚନା କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ରାଜ୍ୟସଭା ନିର୍ବାଚନକୁ ଇଙ୍ଗିତ କରି ଅରୁଣ ବ୍ୟୟ ମଂଜୁର ବିଲରେ ମାରିଥିଲେ ଘୋଡା ବେପାର ତେରଛା ବାଣ l ରାଜ୍ୟରେ ଆଇନ ଶୁଙ୍ଖଳା ପୁରା ବିଗିଡି ଯାଇଛି l 2025-26ରେ 21 ପ୍ରତିଶତ ଅପରାଧ ବୃଦ୍ଧି ପାଇଛି l ବିଧାୟକ ଗୁଳି ଫୁଟାଉଛନ୍ତି pso ବଳି ପଡୁଛନ୍ତି l ଭୁବନେଶ୍ୱରରୁ ରାଉଲକେଲା ଓ ପୁରା ଓଡ଼ିଶାରେ ସରକାରୀ କର୍ମଚାରୀଙ୍କୁ ମାଡ଼ l ପୋଲିସ ପୋଲିସ ବିରୋଧରେ ମାମଲା ରୁଜୁ କରୁଛି l ଏହା ପ୍ରମାଣିତ କରୁଛି ରାଜ୍ୟରେ ଆଇନ ଶୁଙ୍ଖଳା କେଉଁ ସ୍ଥିତିରେ ଅଛି l ବିଜେପି ସରକାର ଆସିଲା ପରେ ଗଣତନ୍ତ୍ରକୁ ହତ୍ୟା କରୁଛି l ସରକାରୀ ଦଳ ଏବେ ବିରୋଧୀ ଦଳକୁ ପ୍ରଶ୍ନ କରୁଛି l ଗଣତନ୍ତ୍ରକୁ ଜନତନ୍ତ୍ରରେ ପରିଣତ କରିଛି ବିଜେପି l ଡରେଇ ଧମକେଇ ଶାଶନ କରୁଛି l ଆଜି ଭାରତ ବର୍ଷରେ ମଧ୍ୟ୍ ସମାନ ସ୍ଥିତି l ବ୍ରିଟିଶ ପାଖରେ ମୁଣ୍ଡ ନୁଆଁଇନଥିବା ଭାରତ ବାସି ଆଜି ଆମେରିକା ପାଖରେ ଆମେ ମୁଣ୍ଡ ନୁଆଁଇଛନ୍ତି l ଏସଆଇଆର ଜରିଆରେ ଭାରତ ବର୍ଷର 10କୋଟି ଲୋକଙ୍କ ନାଁ ଭୋଟର ଲିଷ୍ଟ ରୁ କଟିବ l ସେମାନେ ଭାରତ ବର୍ଷରେ ସବୁ ସୁବିଧା ପାଇଁ ଭୋଟ ଦେଇପାରିବେନି l ବିଧାନସଭାରେ ସବଳ ମୁଖ୍ୟମନ୍ତ୍ରୀ ନା ଦୁର୍ବଳ ମୁଖ୍ୟମନ୍ତ୍ରୀ ଏକଥା ପ୍ରମାଣିତ କରିବାକୁ ଆଣ୍ଠେଇପଡିଲେଣି ଶାସକ ଦଳ l ବଜେଟ ପରେ ବଜେଟ ଆଣୁଛନ୍ତି ବିଜେପି ସରକାର l ହେଲେ ଏହାକୁ ଖର୍ଚ୍ଚ କରିପାରୁନାହାନ୍ତି l ବଡ଼ ବଜେଟ ସହ ରାଜ୍ୟର ଋଣ ଭାର ଏବେ ବଢ଼ି ବଢ଼ି ଚାଲିଛି l 2ବର୍ଷରେ ବିଜେପି ସରକାର 50ହଜାର କୋଟି ଟଙ୍କା ଋଣ କରି ସାରିଲାଣି l ଋଣ କରି ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନ କରିବାକୁ ସ୍ବପ୍ନ ଦେଖୁଛି ବିଜେପି l 2029ରେ ବିଜେପି କେବେ ବି ଶାଶନକୁ ଆସିପାରିବନି l ଡବଲ ଇଞ୍ଜନ ସରକାର ବ୍ୟାଗ ଗୀୟରରେ ଚାଲିଛି l ଡବଲ ଇଞ୍ଜନ ସରକାର ଓଡିଶାକୁ ଡବଲ ଧୋକା ଦେଇଛି l ଡବଲ ଇଞ୍ଜନ ସରକାରର ସ୍ପ୍ରିଡ଼ କେତେ? ପଂଚାୟତ ଓ ପୌର ନିର୍ବାଚନରେ 27ପ୍ରତିଶତ ସଂରକ୍ଷଣ ଦେବେ କି? ବଜେଟ ରେ ଘୋଡାଙ୍କ ଦାମ କେତେ ବୋଲି କହି କଟାକ୍ଷ କରି ଶାସକ ଦଳକୁ ସମାଲୋଚନା କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ରାଜ୍ୟସଭା ନିର୍ବାଚନକୁ ଇଙ୍ଗିତ କରି ଅରୁଣ ବ୍ୟୟ ମଂଜୁର ବିଲରେ ମାରିଥିଲେ ଘୋଡା ବେପାର ତେରଛା ବାଣ l

ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ଗ୍ରାଜିଆ ଟ୍ରେଣ୍ଡସେଟର୍ସ ୨୦୨୬ ସମ୍ମାନ ପ୍ରଦାନ କରାଯାଇଛି । ଏଥି ସହିତ ଶୈକ୍ଷିକ ଓ ନେତୃତ୍ୱ କ୍ଷେତ୍ରରେ ଉତ୍କୃଷ୍ଟତା ନିମନ୍ତେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ମଧ୍ୟ ଗ୍ରାଜିଆ ଟ୍ରେଣ୍ଡସେଟର୍ସ ୨୦୨୬ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।
ଗତ ବୁଧବାର କୋଲକାତା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟ ଏବଂ କୁଳପତି ପ୍ରଫେସର ନନ୍ଦଙ୍କୁ ଗ୍ରାଜିଆ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବଲିଉଡ୍ ତାରକା ରସିକା ଦୁଗଲ, ତାହା ଶାହା ବାଦୁଶାହ, ପରମବ୍ରତ ଚାଟ୍ଟାର୍ଜୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଗ୍ରାଜିଆ ସମ୍ମାନ ପ୍ରଦାନ କରିଥିଲେ ।
ଗ୍ରାଜିଆ ହେଉଛି ବିଶ୍ୱର ଏକ ଅଗ୍ରଣୀ ମହିଳା ସାପ୍ତାହିକ ପ୍ରତ୍ରିକା ଯାହାର କି ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ପ୍ରକାଶନ ରହିଛି । କଳା, ସଂସ୍କୃତି, ଶିକ୍ଷା, ଉଦ୍ୟୋଗୀକରଣ, ଚଳଚ୍ଚିତ୍ର, ଫ୍ୟାସନ୍ ଓ ଡିଜାଇନ୍ ପ୍ରଭୃତିକୁ ପ୍ରୋତ୍ସାହନ ଦେବାରେ ଏହି ପ୍ରତ୍ରିକାର ପ୍ରମୁଖ ଭୂମିକା ରହିଛି । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଗ୍ରାଜିଆ ପକ୍ଷରୁ ଏହି ସମ୍ମାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଦେଶର ଟପ୍ ୨୮ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ବିଜୁ ପଟ୍ଟନାୟକଙ୍କ ପରେ ଦ୍ଵିତୀୟ ରାଜନେତା ଭାବେ ଦିଲ୍ଲୀ ଦରବରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦବଦବା ଜାହିର କରିଛନ୍ତି l ରାଜନେତା ଭାବେ ସେ ତାଙ୍କର ଦକ୍ଷତା ବିଭିନ୍ନ ସମୟରେ ଦେଖାଇ ଚର୍ଚ୍ଚାରେ ରହିଛନ୍ତି l ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ଆସାମ, ଓଡିଶା ସହ ଦେଶର ବିଭିନ୍ନ ରାଜ୍ୟରେ ବିଜେପି ସରକାର ଗଠନ କରିବାରେ ତାଙ୍କର ଉଲ୍ଲେଖନିୟ ଅବଦାନ ଅଛି l ମୋଦୀ ସରକାରରେ ଲମ୍ବା ସମୟ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ l ଜଣେ ସାଙ୍ଗଠନିକ ଦକ୍ଷତା ଓ ରାଜନୈତିକ ଦୂରଦୂଷ୍ଟି ଯୋଗୁଁ
ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଉଲ୍ଲେଖନୀୟ ସଫଳତା ଲାଭ କରିଛନ୍ତି। ପୂର୍ବରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଭାବେ ସେ ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ କରି କେନ୍ଦ୍ରରେ ବହୁତ ପ୍ରଶଂସା ଲାଭ କରିଛନ୍ତି। ଶିକ୍ଷା ମନ୍ତ୍ରୀ ଭାବେ ସେ ଦେଶରେ ନୂତନ ଶିକ୍ଷା ନୀତି (NEP) କୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
କେବଳ ମନ୍ତ୍ରୀ ଭାବେ ନୁହେଁ, ଦଳର ଏକ ଦକ୍ଷ ନେତା ଭାବେ ମଧ୍ୟ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପାଦନ କରିଛନ୍ତି। ବିହାର ଓ ହରିୟାଣାରେ ତାଙ୍କ ନେତୃତ୍ୱରେ ବିଜେପି ବିପୁଳ ବିଜୟ ଲାଭ କରିଥିଲା।ଆଜି ତାଙ୍କର ନାମ ଦେଶର ଟପ୍ ୨୮ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛି, ଯାହା ଓଡ଼ିଶା ପାଇଁ ଏକ ବଡ଼ ଗୌରବର ବିଷୟ l ଓଡିଶା ବିଜେପିର ଜଣେ ଟାଣୁଆ ରାଜନେତା ଭାବେ ସେ ଉଭା ହୋଇଛନ୍ତି l ସମ୍ବଲପୁର ସାଂସଦ ଭାବେ କେନ୍ଦ୍ରମନ୍ତ୍ରୀ ଏହି ସଫଳତା ପାଇଁ ପୁରା ଦେଶରୁ ତାଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି l
1...91011...448Page 10 of 448
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy