ବିଜୁ ଲିଗାସୀ ରାଜନୀତି, ଅତୀତ ଆଗାମୀ କାହାଣୀ

- Advertisement -
- Advertisement -

ବିଜୁ ପଟ୍ଟନାୟକ। ଓଡିଶାର ବରପୁତ୍ର, ଇଣ୍ଡୋନେସିଆର ଭୂମିପୁତ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ ଓଡିଆଙ୍କ ହୃଦୟର ମଣିଷ। ସ୍ବାଧୀନତା ସଂଗ୍ରାମୀରୁ ସଫଳ ରାଜନେତା। ତାଙ୍କ ସାହସିକା ମଧ୍ୟ ଦେଶର ଯୁବକଙ୍କ ପାଇଁ ଉଦାହରଣ। ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ଦେଶର ଶକ୍ତିଶାଳୀ ଆଂଚଳିକ ଦଳ ଭାବେ ୨୪ ବର୍ଷ ଓଡିଶାର ଶାସନ କରିଛି। ଏବେ ସଶକ୍ତ ବିରୋଧୀ ଦଳ ଭାବେ ଓଡିଶାର ସେବା କରୁଛି ବିଜେଡି। ବିଜୁଙ୍କ ନାଁରେ ଏବେ ବି ଚାଲିଛି ଓଡିଶା ରାଜନୀତି। ରାଜ୍ୟରେ ବିଜୁଙ୍କ ଭୋଟ ବ୍ୟାଙ୍କ ଆଗରେ ସବୁ ଦଳର ଭୋଟବ୍ୟାଙ୍କ ଫିକା। ଏପ୍ରିଲ ୧୭ରେ ବିଜୁ ପଟନାୟକଙ୍କ ତିରୋଧାନ ଦିବସ। ବିଜୁ ତିରୋଧାନ ଦିବସକୁ ପ୍ରତି ଜିଲ୍ଲାରେ ପାଳନ କରିବାକୁ ବିଜୁ ଜନତା ଦଳ ଜୋରଦାର ପ୍ରସ୍ତୁତି କରିଛି। ଏହାରି ଭିତରେ ଓଡିଶା ରାଜନୀତିରେ ବିଜୁ ଲିଗାସୀଙ୍କ ନେଇ ଆରମ୍ଭ ହୋଇଛି ରାଜନୀତି।

ବିଜେଡିର ଶୃଙ୍ଖଳା ଭଙ୍ଗ କରି ଦଳରୁ ବିଦା ହୋଇଥିବା ନେତାମାନେ ଏବେ ବିଜୁ ଲିଗାସୀ ନାଁରେ ଏକାଠି ହେବାକୁ ଅଣ୍ଟା। ବିଜୁ ଲିଗାସୀ ନାଁରେ ବିଜେଡି ପ୍ରତି ପ୍ରତିଶୋଧ ନେବାକୁ ନେତାଏ ଅଣ୍ଟା ଭିଡିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ। ବିଜେଡିରୁ ବିଦା ହୋଇଥିବା ନେତାମାନଙ୍କ ଏପରି ପ୍ରୟାସକୁ ନେଇ ବିଜେଡି, କଂଗ୍ରେସ ଓ ବରିଷ୍ଠ ରାଜନେତାମାନେ ମତପୋଷଣ କରିଛନ୍ତି।

ଏବେ ପ୍ରଶ୍ନ ବିଜୁ ଲିଗାସୀ କାହାର। କେତେ ସଫଳ ହେବେ ପରିକ୍ଷିତ ଓ ପ୍ରତ୍ୟାଖାତ ହୋଇଥିବା ନେତାଙ୍କ ପ୍ରୟାସ। ଯେଉଁ ନେତାମାନେ ବିଜୁ ଲିଗାସୀକୁ ନେଇ ରାଜନୈତିକ ବିକଳ୍ପ ଚିନ୍ତା କରୁଛନ୍ତି ସେମାନେ ମଙ୍ଗ ଧରିବ କିଏ। ବିଜୁ ଲିଗାସୀଙ୍କୁ ବଞ୍ଚାଇବା ପାଇଁ ଯେଉଁ କିଛି ବରିଷ୍ଠ ରାଜନେତା ବିକଳ୍ପ ରାଜନୀତି ଦଳ ଗଢିବାକୁ ଚାହୁଛନ୍ତି ସେମାନେ ଏହା ପୂର୍ବରୁ ବିଜେଡିରୁ ବାହାରିବା ପରେ ମଧ୍ୟ ଆଂଚଳକି ଦଳ କରି ବିଫଳ ହୋଇଛନ୍ତି। ବିଜୁ ଲିଗାସୀଙ୍କୁ ଆଗକୁ ନେବାକୁ ଅଣ୍ଟା ଭିଡିଥିବା ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ର ପୂର୍ବରୁ ଓଜିପି କରି ବିଫଳ ହୋଇଛନ୍ତି। ସେହିପରି ସୌମ୍ୟ ରଂଜନ ପଟ୍ଟନାୟକଙ୍କ ମାଠଆ ଚିହ୍ନ ବି ଫେଲ ମାରିଛି। ଅନ୍ୟମାନଙ୍କ କଥା ନକହିଲେ ଭଲ।

୨୦୨୬ ରାଜ୍ୟସଭା ନିର୍ବାଚନରେ ୧୧ ଜଣ ବିଧାୟକ କ୍ରସ ଭୋଟିଙ୍ଗ କରିବା ପରେ ବିଜେଡିର ବିଧାୟକମାନଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିଜୁ ଲିଗାସୀ ରାଜନୀତି ପୁଣି ମୁଣ୍ଡ ଟେକିଛି।

୧୯୯୭ ମସିହାରେ ବିଜୁଙ୍କ ପରଲୋକ ପରେ ବିଜୁ ଲିଗାସୀ ଭାବେ ତାଙ୍କ ସାନପୁଅ ନବୀନ ପଟ୍ଟନାୟକ ଓଡିଶା ରାଜନୀତିରେ ପାଦଥାପି ସଫଳ ହୋଇଛନ୍ତି। ବିଜୁଙ୍କ ପୁଅ ଭାବେ ନବୀନ ପଟ୍ଟନାୟକଙ୍କ ଓଡିଶାବାସୀ ଗ୍ରହଣ କରି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ। ହେଲେ ବିଜୁ ଲିଗାସୀ ନାଁରେ କିଛିନେତା ପ୍ରଥମେ ୧୯୯୮ ଓ ପରେ ୨୦୦୪ ମସିହାରେ ପ୍ରୟାସ କରି ବିଫଳ ହୋଇଛନ୍ତି। ବରିଷ୍ଠ ରାଜନେତା ସ୍ବର୍ଗତ ଦାମୋଦର ରାଉତ ବିଜୁ ଲିଗାସୀକୁ ନେଇ ବିଜୁ ବିଚାର ମଂଚ କରି ବିଫଳ ହୋଇଥିଲେ। ୨୦୨୬ରେ ପୁଣି ତୃତୀୟଥର ଲାଗି ବିଜୁ ଲିଗାସୀ ନାଁରେ ଓଡିଶାରେ ବିକଳ୍ପ ରାଜନୀତି ଛିଡ଼ା କରିବାକୁ ଅଣ୍ଟା ଭିଡ଼ିଥିବା ନେତାଙ୍କ ପ୍ରୟାସକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ।

ବିଜୁ ଲିଗାସୀକୁ ନେଇ ଓଡିଶାର ବରିଷ୍ଠ ରାଜନେତାମାନଙ୍କର କଣ ରହିଛି ମତ।

ପଂଚାନନ କାନୁନଗୋ,  ରାଜନେତା : ବିଜୁ ଲିଗାସୀ କେବଳ ନବୀନ ପଟନାୟକ. ନବୀନଙ୍କ ଛଡା ବିଜୁ ଲିଗାସୀ ଆଉ କେହିଁ ନାହାନ୍ତି ଓଡ଼ିଶାରେ. ୧୯୯୮ ଓ ୨୦୦୪ରେ କିଛି ନେତା ଏକାଠି ହୋଇ ବିଜୁ ଲିଗାସୀ କଥା କହିଥିଲେ. ହେଲେ ସେଥିରେ ସେମାନେ ଅସଫଳ ହୋଇଥିଲେ. ଯେଉଁମାନେ ଆଜି ନିଜକୁ ବିଜୁ ଲିଗାସୀ କଥା କହୁଛନ୍ତି ସେମାନେ ପୁଣି ଥରେ ଅସଫଳ ହେବେ. ଯେଉଁମାନେ ପୂର୍ବରୁ ଲିଗାସୀ କଥା କହି ଅସଫଳ ହୋଇଛନ୍ତି ସେମାନେ ଆଜି ପୁଣି ଲଗାସୀ କଥା ଜୋରେ କହୁଛନ୍ତି. ଓଡିଶାବାସୀ କେବଳ ବିଜୁ ଲିଗାସୀ କହିଲେ ତାଙ୍କ ପୁଅ ଓ ପରିବାରକୁ ବୁଝନ୍ତି. ବିଜୁ ଲିଗାସୀ ଭାବେ ନବୀନ ପଟନାୟକ ୨୪ ବର୍ଷ ଶାସନ କଲେ ଓ ଓଡିଶାବାସୀଙ୍କ ପ୍ରିୟ ହୋଇପାରିଛନ୍ତି. ବିଜୁ ପଟନାୟକ ଓଡିଶା ପାଇଁ ଯାହା କରିଛନ୍ତି ତାହାର ଶ୍ରେୟ କେବଳ ନବୀନ ପଟନାୟକ ହିଁ ନେବେ.

ଅରୁଣ ସାହୁ , ବରିଷ୍ଠ ବିଜେଡି ବିଧାୟକ :ବିଜୁ ଲିଗାସୀ ବିଜେପିର ବି ଟିମ । ବିଜୁ ଲିଗାସୀ କିଏ ତାହାର ଉତ୍ତର ୩୦ବର୍ଷ ଧରି ଓଡିଶାବାସୀ ଦେଇଛନ୍ତି l ବିଜୁ ଲିଗାସୀ ବିଜେପିର ବି ଟିମ ଭାବେ କାମ କରୁଛନ୍ତି l ସେଥିରେ ସେମାନେ ସଫଳ ହେବେ ନାହିଁ l ବିଜେଡି ଭାଙ୍ଗିବାକୁ ବିଜୁ ଲିଗାସୀ ଅସ୍ତ୍ର କରୁଛନ୍ତି କିନ୍ତୁ ସେମାନେ ଏହି ଉଦ୍ୟମରେ ଅସଫଳ ହେବେ।

ଭକ୍ତ ଚରଣ ଦାସ, ପିସିସି ସଭାପତି : ବିଜୁଙ୍କ କ୍ଷତି କରିଥିବା ଲୋକ ବିଜୁ ଲିଗାସୀ କଥା କହୁଛନ୍ତି. ବିଜୁ ପଟ୍ଟନାୟକଙ୍କୁ ନେଇ ମାର୍କେଟିଂ ବନ୍ଧ କରାଯାଉ. ଯେଉଁମାନେ ବିଜୁଙ୍କ କ୍ଷତି କରିଥିଲେ, ସେମାନେ ଆଜି ବିଜୁ ଲିଗାସୀ କଥା କହୁଛନ୍ତି.ବିଜେପିକୁ ଯେଉଁମାନେ ସମର୍ଥନ କରୁଛନ୍ତି ସେମାନେ ବିଜୁ ପଟନାୟକଙ୍କ କଥା କହିବାକୁ କିପରି ଚିନ୍ତା କରୁଛନ୍ତି. ବିଜୁ ବାବୁଙ୍କୁ ଏତେ ଶସ୍ତା କରୁଛନ୍ତି କାହିଁକି.ବିଜୁ ପଟନାୟକଙ୍କୁ ଅପମାନିତ କରି ପୁଣି ଲୁଗାସୀ କଥା କହୁଛନ୍ତି, ସେଥିରୁ ସେମାନେ ନିବୃତ ରୁହନ୍ତୁ.

ସାରଦା ଜେନା, ବିଜେଡି ବିଧାୟକ : ବିଜୁ ତିରୋଧାନ ଦିବସରେ ତୃତୀୟ ସାମୁଖ୍ୟ ଗଠନକୁ ନେଇ ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ଏହା ସରକାରୀ ଦଳ ଦ୍ୱାରା ବିରୋଧୀ ଦଳକୁ ଏବଂ ଓଡ଼ିଶାର ଜନମାନସକୁ ବିଭ୍ରାନ୍ତି କରିବାକୁ ପ୍ରୟାସ। ବିଜୁଙ୍କୁ ଯେତେବେଳେ ଆକ୍ରମଣ ହେଉଛି ସେତବେଳେ ବିଜୁ ଲିଗାସୀ ଆଗକୁ ଆସୁନାହାଁନ୍ତି। ସରକାରୀ ଦଳ ଅପପ୍ରଚାର କରୁଛି.

ସୌମ୍ୟ ରଂଜନ ପଟ୍ଟନାୟକ, ବରିଷ୍ଠ ରାଜନେତା :ଓଡ଼ିଶାକୁ ଭଲ ପାଉଥିବା କିଛି ବ୍ୟକ୍ତି ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ଓଡ଼ିଶା ନାଗରିକ ମଞ୍ଚ ଗଠନ ପାଇଁ ନିଷ୍ପତି ନେଇଛୁ। ସେଦିନ ଆମେ ଶ୍ରାଦ୍ଧ ପାଳନ କରୁଛୁ। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ସୁରକ୍ଷିତ ପାଇଁ ଏହି ମଞ୍ଚ ଗଠନ କରାଯାଇଛି। ଆଗୁଆ ସବୁ କହିଦେଲେ ଆଗକୁ କଣ ମଜା ରହିବ। ଆପଣ ଅପେକ୍ଷା କରନ୍ତୁ କଣ ହେଉଛି। ଚର୍ଚ୍ଚା ଯଦି କିଛି ହେଉଛି ଅପେକ୍ଷା କରନ୍ତୁ ଦେଖନ୍ତୁ। ପୁଅମାନେ କେବଳ ଲିଗସି କରିବେ ଆଉ କେହି କରିବେନି। ବିଜେଡି, ବିଜେପି କଂଗ୍ରେସ ସ୍ୱାଧୀନ ସବୁ ଯଦି ଓଡ଼ିଶା ପାଇଁ ଏକାଠି ହେବେ ଅସୁବିଧା କଣ। କିଛି ଦିନ ତଳେ ଜଗନ୍ନାଥକୁ ଚୋରି ପାଇଁ ଚେଷ୍ଟା କରିଥିଲେ ଜଗନ୍ନାଥଙ୍କୁ ପାତାଳୀ ହେବା ପାଇଁ ପଡ଼ିଥିଲା। ଯିଏ ଜଗନ୍ନାଥଙ୍କୁ ଚୋରି ପାଇଁ ଚେଷ୍ଟା କରିଥିଲା ତାଙ୍କ ଠାରୁ ବୋକା କେହି ନୁହନ୍ତି। ତେଣୁ ଆମେ କାଇଁ ବିଜୁ ଲିଗସି ଚୋରି ପାଇଁ ଚେଷ୍ଟା କରିବୁ। ସେଟା କଣ କାହା ଜମିଦାରୀ। ସେ ଓଡ଼ିଶାର ବରପୁତ୍ର।

ଅମର ଶତପଥୀ, ବରିଷ୍ଠ ନେତା :ଆସନ୍ତା ୧୭ରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ହେବ ବିରାଟ ସଭାର ଆୟୋଜନ। ଏକାଠି ହେବେ ବିଜୁ ପ୍ରେମୀ ଓ ବିଜୁବାବୁଙ୍କ ଘନିଷ୍ଠ। ଭଲ ସେ ପାଳନ ହେବ ଦିବସ।

ଇପ୍ସିତା ସାହୁ, ସଭାନେତ୍ରୀ, ବିଜୁ ଛାତ୍ର ଜନତା ଦଳ :ବିଜୁ ଲିଗାସୀ ନୁହେଁ ସେମାନେ ବେଲୁ ଲିଗାସୀ। ସେ କହିଛନ୍ତି ବିଜୁ ବାବୁ ସାର ଭାରତ ପାଇଁ ଗର୍ବ ଏବଂ ଗୌରବ। ଏବେ ଯେଉଁ ନେତାମାନେ ବିଜୁ ଲିଗାସୀ କଥା କହୁଛନ୍ତି ସେମାନଙ୍କର ଅନେକ ଇତିହାସ ରହିଛି। ସେମାନେ ବିଜୁ ଲିଗାସୀ ନୁହେଁ ସେମାନେ ବେଲୁ ଲିଗାସୀ। କଟକରେ ମଦ ଅପମୁର୍ତ୍ତୃ ହୋଇଥିଲା, ୧ ହାଜର ଲୋକ ମୃତୁ ହୋଇଥିଲା। ସେତେବେଳେ ବେହେରା କମିଶନ ବସିଥିଲା, ଯେଉଁମାନେ ଏହି ଅଘଟଣ ପାଇଁ ଦାୟୀ ସେମାନେ ଏବେ ବିଜୁ ଲିଗାସୀ କଥା କହୁଛନ୍ତି। ତେଣୁ ଜନତା ବେଳୁ ଲିଗାସୀ ବିଶ୍ୱାସ କାଟିବ ନାହିଁ। ନବୀନ ବାବୁଙ୍କ ବିନା ବିଜୁ ଲିଗାସୀର କିଛି ଅର୍ଥ ନାହିଁ। କାରଣ ନବୀନ ବାବୁ ହେଉଛନ୍ତି ବିଜୁ ବାବୁଙ୍କ ସୁପୁତ୍ର। ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ଗଣମାଧ୍ୟମ ଆଗରୁ କହିଲେ ୩ ମାସ ଆଗରୁ ଦିଲ୍ଲୀପ ରାୟଙ୍କୁ ପାର୍ଥି କରିବାକୁ ନିଷ୍ପତି ହୋଇଥିଲା। ସେଥିପାଇଁ ନବୀନ ବାବୁ ଅରବିନ୍ଦ ମହାପାତ୍ର ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles