ରାଜଧାନୀର ପ୍ରେମିକ ଅଛି, ହୃଦୟ ନାହିଁ 

0
97

୭୮ତମ ଜନ୍ମଦିନ ପାଳନ କରୁଛି ଭୁବନେଶ୍ୱର।ସହର ବଢିଛି ଓ ପରିସୀମା ମଧ୍ୟ ବୃଦ୍ଧି ପାଇଛି। ଜନସଂଖ୍ୟା ପ୍ରତିଦିନ ବଢ଼ିବଢ଼ି ଚାଲିଛି। ଭୁବନେଶ୍ବର ଏକ ନମ୍ବର ସ୍ମାର୍ଟ ସିଟି। ମନ୍ଦିର ମାଳିନୀ ସହର। ପୂର୍ବାଞ୍ଚଳର ଏଜୁକେଶନ ହେବ। ଅନେକ ସଫ୍ଟୱେର୍ କମ୍ପାନୀକୁ ଆକର୍ଷିତ କରିଛି ସହର। ରାଜଧାନୀ ନୂଆରୂପ ନେବା ସହ କେତେ କଣ ସ୍ବପ୍ନ ଦେଖୁଛି।

ରାଜଧାନୀ ରାଜ୍ୟର ହୃଦୟ। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ଟ୍ରେଜେରୀ, ଉତ୍କଳ ବିଶ୍ୱ ବିଦ୍ୟାଳୟ, ରମାଦେବୀ ୟୁନିଭରସିଟି, ରାଜଧାନୀ ଲ’ କଲେଜ, ୧୧ତାଲା, ୯ତାଲା, ଲୋକଭବନ ସହ ମଳମାଳ ସରକାରୀ କାର୍ଯ୍ୟାଳୟର ମୁଖ୍ୟାଳୟ ଅଛି ରାଜଧାନୀରେ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, କେଦାରଗୌରୀ, ଧଉଳି ଶାନ୍ତି ସ୍ତୁପ, ଖଣ୍ଡଗିରି,ଉଦୟଗିରି,ନନ୍ଦନକାନନ, ପଠାଣିସାମନ୍ତ ପ୍ଳାନିଟୋରିୟମ, ସାଇନ୍ସ ପାର୍କ, ଆଇଜି ପାର୍କ, ଗାନ୍ଧି ପାର୍କ, ଭୁବନେଶ୍ୱର ବିମାନ ବନ୍ଦର, ଭୁବନେଶ୍ୱର ରେଳଷ୍ଟେସନ, ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କାହିଁ କେତେ କଣ। ଏମ୍ସ, ସମ୍ ଠାରୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ଯାଏ ରହିଛି ରାଜଧାନୀରେ। ଏଠି ନେତା, ଜନତା ସମସ୍ତଙ୍କର ରହିଛି ଦବଦବା। ରାଜଧାନୀରୁ ଗାଁ ଗାଁକୁ ଯାଏ ବଡ଼ ବାର୍ତ୍ତା।

ରାଜଧାନୀରେ ବସ୍ତି ଅଛି ପୁଣି ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ। ସବୁଜ ବଳୟ ରାଜଧାନୀ ଯାଇ କଂକ୍ରିଟ ସହରରେ ପରିଣତ ହୋଇଛି। ହେଲେ ସହର ଆଗେଇଛି। ଆଧୁନିକତା ସବୁ ଛାପରେ ଛାଇ ହୋଇଯାଇଛି ଭୁବନେଶ୍ୱର। ହେଲେ ଅଭାବ ବି କିଛି କମ ନାହିଁ।

ଆରମ୍ଭରୁ କହିଛି ରାଜଧାନୀର ପ୍ରେମିକ ଅଛନ୍ତି, ହୃଦୟ ନାହିଁ। ଅନେକଙ୍କ ସ୍ବପ୍ନ ପୂରଣ କରିଛି ରାଜଧାନୀ। ହେଲେ ରାଜଧାନୀ ଦେଖୁଥିବା ସ୍ବପ୍ନକୁ କେହି ପୂରଣ କରିବାକୁ ଚାହୁଁନାହାନ୍ତି। ସମସ୍ତେ ଏଠି ନେଇଚାଲିଛନ୍ତି ଦେବାକୁ କେହି ନାହିଁ। ରାଜଧାନୀରେ ବାୟୁ ପ୍ରଦୂଷଣ ଆଜି ବଢ଼ି ବଢ଼ି ଚାଲିଛି, ଭୂତକ ଜଳ କମିବାରେ ଲାଗିଛି ଯାହା କି ଚିନ୍ତାର କାରଣ। ଆଇନ ଶୁଙ୍ଖଳା ବିଗିଡିଯାଇଛି, ଭାଇଚାରା କୁଆଡେ ହଜି ଯାଇଛି। ହଁ ସ୍ବଚ୍ଛ ସୁନ୍ଦର ଭୁବନେଶ୍ୱର କେବଳ ନାରାରେ ରହିଯାଇଛି। ମେଟ୍ରୋ ଏବେ ସାତ ସପନ ହୋଇଛି। ବଢ଼ି ବଢ଼ି ଚାଲିଛି ନିଶା କରବାର। ରାଜଧାନୀରେ ଜମି ସରି ସରି ଯାଉଛି। ଧନୀ ଓ ଗରିବଙ୍କୁ ଏକାଠି କରୁଥିବା ସହର, ଏବେ କେବଳ ଧନୀଙ୍କ ସହରରେ ପରିଣତ ହୋଇଛି। ଗରିବଙ୍କ ସ୍ଥାନ ନାହିଁ ରାଜଧାନୀରେ ଏବେ।

ରାଜ୍ୟ ଭିତରୁ ଓ ବାହାରୁ ବିଭିନ୍ନ ସ୍ବପ୍ନ ନେଇ ଆସୁଥିବା ମଣିଷଟି ରାଜଧାନୀରେ ଓଲ୍ଲେଇକି ଏବେ ଗୋଟେ କଥା କହୁଛି- ରାଜଧାନୀ ତୋ ପ୍ରେମିକ ଅନେକ ହେଲେ କାହାର ହୃଦୟ ନାହିଁ। ହୃଦୟ ଥିଲେ ଆଜି ତୁ ଦେଶରେ ଚମକୁଥାନ୍ତୁ। ସଭିଏଁ ତୋ ପ୍ରେମିକା ହେବାକୁ ପାଗଳ ହୁଅନ୍ତି। କାରଣ ତୋ ପାଖରେ ଅଛି ସବୁ ସ୍ୱାଧୀନତା।