ନଡିଆ ଚାଷୀଙ୍କୁ ରିଲିଫ…

- Advertisement -

ଫନି ବାତ୍ୟାଜନିତ କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ରିଲିଫ ପ୍ରଦାନ ଏବଂପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ସଫଳ କାର୍ଯ୍ୟକାରିତା ପ୍ରସଙ୍ଗରେକେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କଲା ରାଜ୍ୟ ବିଜେପି ଫନି ବାତ୍ୟା କାରଣରୁ ନିଜ ନିଜ ଜୀବନ ଜୀବିକା ହରାଇ ବ୍ୟାପକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ସ୍ପେସିଆଲ ରିଲିଫ ପ୍ରଦାନ କରିବାକୁ ଦାବି ଯଥାଶୀଘ୍ର ସଠିକ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର, ତା.୦୨/୦୯: ଫନି ବାତ୍ୟା କାରଣରୁ ରାଜ୍ୟର ବ୍ୟାପକ କ୍ଷତି ହୋଇଛି । ଘଂଟା ପ୍ରତି ୨୫୦କିମିରୁ ଉର୍ଦ୍ଧ ପବନର ବେଗ ଏବଂ ପ୍ରବଳ ବର୍ଷା କାରଣରୁ ପୁରୀ ସମେତ ଉପକୂଳବର୍ତୀ ୧୩ଟି ଜିଲ୍ଲାଗୁଡିକରେ ବ୍ୟାପକ କ୍ଷତି ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ପାଖାପାଖି ୧୫ ଲକ୍ଷରୁ ଉର୍ଦ୍ଧ ନଡିଆ ଗଛ ସଂପୂର୍ଣ୍ଣ ନଷ୍ଟ ହେବା କାରଣରୁ ନଡିଆ ଚାଷ ସର୍ବାଧିକ ପ୍ରଭାବିତ ହୋଇଛି । ଫନି ବାତ୍ୟା କାରଣରୁ ନିଜ ନିଜ ଜୀବନ ଜୀବିକା ହରାଇ ବ୍ୟାପକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ସ୍ପେସିଆଲ ରିଲିଫ ପ୍ରଦାନ କରିବାକୁ ବିଜେପିର ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି । ଏହା ଦ୍ୱାରା ସେମାନଙ୍କ ଜୀବନ ଓ ଜୀବିକାର ପୁନରୁ୍ଦ୍ଧାର ଶିଘ୍ର ଓ ତ୍ୱରାନ୍ୱିତ ହୋଇପାରିବ ବୋଲି ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ କହିଛନ୍ତି ।ରାଜ୍ୟର ଉପକୂଳବାସିନ୍ଦା ଚାଷୀକୁଳ ପାଇଁ ନଡିଆ ଚାଷ ପ୍ରମୁଖ୍ୟ ଭୁମିକା ଗ୍ରହଣ କରିବା ସହ ପ୍ରାୟ ୫ଟି ଜିଲ୍ଲାବାସୀଙ୍କ ପାଇଁ ଅତିରିକ୍ତ ରୋଜଗାର ଅଟେ । ଗୋଟିଏ ନଡିଆ ଗଛ ସଂପୂର୍ଣ୍ଣ ବା ଆଂଶିକ ଭାବେ ନଷ୍ଟ ହୋଇଗଲେ ଆଉ ଫଳପ୍ରଦ ହୋଇନଥାଏ । ସେହିପରି ଗୋଟିଏ ନୂଆ ଗଛ ଫଳ ଦେବା ପାଇଁ ପ୍ରାୟ ୪ ରୁ ୫ ବର୍ଷ ସମୟ ଲାଗିଥାଏ । ଫନି ବାତ୍ୟା ଜନିତ ନଡିଆ ଚାଷ ନଷ୍ଟ ହୋଇଥିବା କାରଣରୁ ହଜାର \nହଜାର ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ସେହିପରି ରାଜ୍ୟରେ କତା ଶିଳ୍ପ ପାଇଁ ନଡିଆ ଚାଷ ପ୍ରମୁଖ ଭୁମିକା ଗ୍ରହଣ କରିଅଛି । ଏହି କତା ଶିଳ୍ପ କାରଣରୁ ହସ୍ତତନ୍ତ୍ର ଦ୍ରବ୍ୟ ଉତ୍ପାଦ କରୁଥିବା ଅନେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀମାନେ ପ୍ରଭାବିତ ହୋଇଥିବାର ଏହି ପ୍ରତନିଧି ଦଳ ସ୍ମାରକ ପତ୍ର ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।ବର୍ତମାନ ସୁଦ୍ଧା ରାଜ୍ୟର ପାଖାପାଖି ୩୦ ଲକ୍ଷରୁ ଉର୍ଦ୍ଧ ଚାଷୀ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ତାଲିକାରୁ ବାଦ୍ ପଡି ସମସ୍ତ କେନ୍ଦ୍ରୀୟ ଯୋଜନାର ସୁବିଧା ପାଇବାକୁ ବଂଚିତ ହୋଇଛନ୍ତି । ଯଥାଶୀଘ୍ର ସଠିକ ଲାଭାର୍ଥୀ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ଡ.ଲେଖାଶ୍ରୀ ସାମନ୍ତସିଂହାର, ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗୋଲକ ମହାପାତ୍ର ଓ ଜୀବନ ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ମହେଶ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles