ଅଭିନୟରେ ନମ୍ବର ୱାନ : ନବୀନ

- Advertisement -

ଭୁବନେଶ୍ୱର : ୫ଥର ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାର ଜନ ମାନସର ନେତା ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳର ଉପଦଭାପତି ତଥା ନବୀନ ପିଲାଦିନର ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓ ନବୀନ ବହୁ ଗୁଣର ଅଧିକାରୀ ବୋଲି ନିଜର ଭାଷଣରେ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନଙ୍ଗ ଉଦୟ ସିଂହଦେଓ ଉଭୟ ଡ଼ୁନ ସ୍କୁଲର ଛାତ୍ର ଥିଲେ ।ଅନଙ୍ଗ କହିଛନ୍ତି ଯେ ନବୀନ ପାଠପଢା ସହ ଭଲ ଅଭିନୟ କରନ୍ତି ।

ନାଟକ ଅଭିନୟରେ ସେ ନମ୍ବର ୱାନ । କେବଳ ସେତିକି ନୁହେଁ, ସନ୍ତରଣ ଓ ଖେଳକୁଦରେ ବି ନବୀନ ସିଦ୍ଧ । ବିଶେଷ କରି ଜାତୀୟ ଖେଳ ହକି ପ୍ରତି ନବୀନ ଦୁର୍ବଳତା ବେଶୀ । ହକି ଦଳର ନେତୃତ୍ୱ ନେଉଥିଲେ ନବୀନ । ଏହାସହ ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ଦକ୍ଷତା ରହିଛି । କର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ଅତି ଘନିଷ୍ଠ ବନ୍ଧୁଙ୍କ ଏପରି ଭାଷଣ ଉପସ୍ଥିତ ଥିବା ବିଜେଡ଼ି ନେତାମାନେ ଶୁଣିଥିଲେ ଓ ନବୀନ ମଧ୍ୟ ନିଜେ ଶୁଣି ଟିକେ ହସିଦେଇଥିଲେ । କେବଳ ସେତିକ ନୁହେଁ, ଅନଙ୍ଗ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଏପରି ନେତା ଯେ କି କେବେ ହେଲେ ନିର୍ବାଚନ ହାରିନାହାନ୍ତି । ସେ ୬ଷ୍ଠ ଥର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଯେତେବେଳେ କି ନିର୍ବାଚନ ବୈତରଣୀରେ ସ୍ୱର୍ଗତ ଇନ୍ଧିରା ଗାନ୍ଧୀ ଓ ଅଟଳ ବିହାରୀ ବାପଜେୟୀଙ୍କ ପରି ନେତା ହାରିଛନ୍ତି । \n\n

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles