ସରକାରଙ୍କୁ ବିଜୁଳି ଚୋର ଚିନ୍ତା…..

- Advertisement -

ଭୁବନେଶ୍ବର :ବିଦ୍ୟୁତ ଚୋରି ରୋକିବାକୁ ସେସୁର ଘନ ଘନ ବୈଠକ। 10℅ ଚୋରି ପାଇଁ 90℅ ଲୋକ ପ୍ରଭାବିତ ହେଉଛନ୍ତି। ସେସୁ ବି 30℅କ୍ଷତି ସହୁଛି। ତେଣୁ ସୋସିଆଲ ମିଡ଼ିଆ ହେଉ ବା ଅନ୍ୟ ମଧ୍ୟମରେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ସେସୁ ceo ଅରୁଣ ବୋଥରା। ସୂଚନଦାତାଙ୍କ ନାମ ଗୋପନ ରଖାଯିବ। କିଛି ଦିନ ତଳେ ସାଲେପୁର ଓ ପରାଜଙ୍ଗରୁ ଲୋକଙ୍କ ଖବର ପାଇ ରେଡ଼ ହୋଇଥିଲା। ଫାଇନ ବି ଆଦାୟ ହୋଇଛି। ସୂଚନଦାତାଙ୍କୁ ଫାଇନ ଆଦୟର 10℅ ରାଶି ପୁରସ୍କାର ମିଳିବ। ପାର୍ବଣ ଋତୁରେ ଯେପରି ଭଲ ବିଦ୍ୟୁତ ସେବା ମିଳିବ, ତାକୁ ଗୁରୁତ୍ବ ଦିଆଯାଉଛି। ସେସୁ ଅଧିକାରୀଙ୍କୁ ବି ଲୋକଙ୍କ ଅଭିଯୋଗ ଶୁଣିବାକୁ କୁହାଯାଇଛି। ଲୋକ ବି ଧର୍ଯ୍ୟ ରଖନ୍ତୁ। ସମୟ ଲାଗିବ। ହେଲେ କାମ ହେବ। ସରକାର ଵିଜୁଳି ଚୋରି ରୋକିବାକୁ ଯେଉଁ ଚିନ୍ତା କରିଛନ୍ତି ତାହା କେତେ ସଫଳ ହେବ ତାହା ଦେଖିବାର କଥା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles