ବାଟ ଦେଖାଇଲା କରୋନା : ଆନ୍ଧ୍ର ପ୍ରଦେଶରୁ ଯାଜପୁର ଚାଲି ଚାଲି..

- Advertisement -

ଯାଜପୁର :ପାଦରେ ଚାଲି ଚାଲି ଆନ୍ଧ୍ର ପ୍ରଦେଶରୁ ଯାଜପୁର । କଥାଟି ଶୁଣିବାକୁ ମିଛ ଲାଗୁଥିଲେବି କରୋନା କିନ୍ତୁ ଏହାକୁ ସତ କରି ଦେଇଛି । କରୋନା ପ୍ରଭାବରେ ସାରା ଦେଶ ଲକଡାଉନ ଥିବା ବେଳେ ପରିବାରର ମୋହ ଆଉ କାର୍ଯ୍ୟସ୍ଥଳୀ ବାଧ୍ୟ କରିଥିଲା ପାଦରେ ଚଳେଇ ଘରକୁ ଆଣିବାକୁ । ଆନ୍ଧ୍ରପ୍ରଦେଶ ମଣ୍ଡା ପେଟାରେ ଏକ ହୋଟେଲରେ କାମ କରୁଥିବା ରମାକାନ୍ତ ଜେନା(୩୮)ଗତ ୧୧ ତାରିଖରୁ ବାହାରି ୫ ନମ୍ବର ଜାତୀୟ ରାଜପଥରେ ଚାଲି ଚାଲି ଆସିଛନ୍ତି ଯାଜପୁରକୁ। ମାତ୍ର ବାଟରେ ଏକ ଟ୍ରକ ମାଧ୍ୟମରେ ଦୁଇଶହ କିଲୋମିଟର ରାସ୍ତା ଆସିବା ପରେ ପୁଣି ପଦାରେ ଚାଲି ଚାଲି ଆସିଥିଲେ ରମାକାନ୍ତ । ରମାକାନ୍ତଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପାଟପୁର ଗାଁରେ । କାମ କରୁଥିବା ହୋଟେଲ ବନ୍ଦ ହୋଇଯିବା ଫଳରେ ହୋଟେଲ ମାଲିକ ଦରମା ବନ୍ଦ କରି ଦେଇଥିଲା । ଗୋଟେ ପଟେ ପରିବାରରେ ସ୍ତ୍ରୀ ଆଉ ତିନି ଛୋଟ ପିଲାଙ୍କ ମୁହଁ ଆଖି ଆଗରେ ନାଚି ଯାଉଥିବା ବେଳେ ସେପଟେ ପେଟର ଭୋକ ବାଧ୍ୟ କରିଥିଲା ରମାକାନ୍ତ ଙ୍କୁ ପାଦରେ ଚାଲି ଚାଲି ଆସିବାକୁ । ରମାକାନ୍ତ ଯାଜପୁର ସହର ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଯାଜପୁର ଟାଉନ ଥାନା ଅଧିକାରୀ ରମାକାନ୍ତଙ୍କୁ ସାନିଟାଇଜ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ବହିର ବିଭାଗରେ ଡାକ୍ତର ପରାମର୍ଶ କରାଇବା ସହ ଦଶରଥପୁର ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ କରାଇଦେଇଥିଲେ । ତେବେ ଆଧୁନିକ ଯୁଗରେ କରୋନା ପଦାରେ ଚାଲି ବାକୁ ବାଧ୍ୟ କରିଥିବା ବେଳେ ପରିବାରର ମମତା ରମାକାନ୍ତଙ୍କୁ ଯାଜପୁରରେ ଆଣି ପହଞ୍ଚାଇ ଦେଇଛି । ପୂର୍ବରୁ ସାଇକେଲରୁ ବି ଜଣେ ଆସିଥିଲେ ଯାଜପୁର l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles