ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌)ର ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭଗବତୀପୁର ଗ୍ରାମରେ ଚଳିତ ମାସ ୧୭ରୁ ୨୩ ତାରିଖ ସାତ ଦିନ ଧରି ସ୍ୱତନ୍ତ୍ର ସେବା ଶିବିର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି ।
ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆ ଏନଏସ୍‌ଏସ୍ ଶାଖାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ, ସରପଂଚ ଲକ୍ଷ୍ମୀପ୍ରିୟା ସାହୁ, ଭାବଗ୍ରାହୀ ସାହୁ, ୱାର୍ଡମେମ୍ବର ବିଭୀଷଣ ନାୟକ, ଅଙ୍ଗନବାଡୀ କର୍ମୀ ମୌସୁମୀ ପରିଡା ଏବଂ କାର୍ଯ୍ୟକ୍ରମ ଅଧିକାରୀ ସହ-ପ୍ରାଧ୍ୟାପକ ଡକ୍ଟର ରାକେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଶିବିର ମାଧ୍ୟମରେ ଫାର୍ମାସୀ ବିଭାଗର ସ୍ୱେଚ୍ଛାସେବୀମାନେ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଷୟରେ ସଚେତନତା ପ୍ରଦାନ କରିଥିବାବେଳେ ଏହି ଗ୍ରାମର ସମସ୍ତ ମହିଳା ଓ ନାବାଳିକାମାନଙ୍କୁ ସ୍ୱଚ୍ଛତା, ମାସିକ ଋତୁସ୍ରାବ, ନାରୀମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକାରର ସଚେତନତା ଓ ନିୟମ ସଂପର୍କରେ ଅବଗତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ “ମା ପାଇଁ ଗଛଟିଏ” ସହ ମୌଳିକ ଆଇନ ସହାୟତାର ବିଭିନ୍ନ ଦିଗ ବିଷୟରେ ଶିବିର ଓ ପଦଯାତ୍ରା ଆଦି ଆୟୋଜନ କରାଯାଇଥିଲା ।
ଏହି ସାତଦିନିଆ ଶିବିରରେ ଗ୍ରାମୀଣ ପରିବେଶରେ ସରକାରଙ୍କ ଦ୍ୱାରା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନେବାର ଲକ୍ଷ୍ୟ ନିଆଯାଇଥିଲା ।

ଧରାପୃଷ୍ଟରେ ଜଗତଜନନୀ

ମା ଆସିଛନ୍ତି । ମନରେ ଜାଗ୍ରତ ହୋଇଛି ଶକ୍ତି, ସାହସ ଓ ସାମର୍ଥ। ସବୁଠି ଖୁସିର ମାହୋଲ । ମା ଙ୍କୁ ସ୍ଵାଗତ କରିବାକୁ ପ୍ରକୃତିରାଣୀ କାଶତଣ୍ଡି ଧଳା ଫର ଫର ହୋଇ ନଦୀକୂଳ, ବିଲ ଓ ରାସ୍ତାଘାଟରେ ପସରା ମେଲାଇ ସ୍ଵାଗତ କରୁଛି । ତାର ଖୁସି ନ କହିଲେ ଭଲ। ଆଜି ମା ଧରାଅବତରଣ କରିବା ପରେ ସବୁଠି ଆନନ୍ଦ ଆଉ ଆନନ୍ଦ। ମା ଥିଲେ ସବୁ ଅଛି। ଦୁଃଖ ସେ ବୁଝିବ, ସବୁ ବିପଦରେ ସାହା ହେବ। ସେ ଦୟାମୟୀ, ଦୟାସାଗର, କୃପାମୟୀ, କରୁଣାଦାୟୀ। ସଭିଙ୍କ ସଂସାରକୁ ଜଗିଛି ମା । ମା ସବୁବେଳେ ଓ ସବୁ ସମୟରେ ଆମର ଦୁଃଖ ଲାଘବ କରେ। ମା ପୁଣି ଆମକୁ ଶିକ୍ଷା ଦିଏ ଓ ଆଗକୁ ବଢିବାକୁ ସାହସ ଜୁଟାଏ । ମା ଆଶିର୍ବାଦ ଥିଲେ ଦୁନିଆରେ ସମସ୍ତେ ବଳବାନ। ତା ଆଖିରେ ସବୁ ସମସ୍ତେ ସମାନ।
ଶାରଦୀୟ ପୂଜା ଆସିଲେ କାହିଁକି କେଜାଣେ ମନରେ ଆଶା ସଂଚାର ହୁଏ। ବହୁତ କିଛି କରିବାର ଇଚ୍ଛା ଶକ୍ତି ପାଇଁ ଜଗତ ଜନନୀ ଯେମିତି ସଭିଙ୍କ ଭିତରେ ଶତ ସାହସ ଭରିଦିଅନ୍ତି । ସେଥିପାଇଁ ତ ମାଙ୍କ ଆଗମନରେ ସବୁଠି ଉତ୍ସବ ମୁଖର। ମା ଲୋ ତୁ ଏ ସଂସାରକୁ ଭଲରେ ଆଗେଇ ନେ। ସଭିଙ୍କ ଭିତରେ ଭଲ ପାଇବା ଓ ସହାନୁଭୂତି ମନୋଭାବ ସୃଷ୍ଟି କରିଦେ । ଭଲମନ୍ଦ ବିଚାର ସବୁବେଳେ ଓ ସବୁ ସମୟରେ ସମସ୍ତଙ୍କ ମନରେ ଉଦଜୀବିତ ହେଉ । ଦୟା, କ୍ଷମାର ବିଶାଳ ହୃଦୟ ସଭିଙ୍କ ଭିତରେ ରହୁ। କୁ ପ୍ରଥା, କୁ ସଂସାର ମା ହରଣକରିନେ । ମା ଭଲ ପାଇବାର ମହାମନ୍ତ୍ର ସମାଜକୁ ବାନ୍ଧିରଖ । ଏତିକି ପ୍ରାର୍ଥନା।

ବଦଳି ନାହାନ୍ତି ବବି

ପ୍ରଣବ ପ୍ରକାଶ ଦାସ (ବବି) । କ୍ଷମତାରେ ଥିଲେ ଯେମିତି, ଆଜି ବି ସେ ସେମିତି। ଶନିବାର ଓ ରବିବାର ବବିଙ୍କ ଜନଶୁଣାଣୀ ଚାଲେ କାଳୀମେଘାରେ। ଜନ ଶୁଣାଣୀ ସକାଳୁ ୬ରୁ ଆରମ୍ଭ ହୋଇଯାଏ। ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ପରିବାରର ସଦସ୍ୟ ଭାବେ ବବି ଶତ ସାହସ ଜୁଟାଇ ଥାଆନ୍ତି ଜନ ଶୁଣାଣୀକୁ ଆସିଥିବା ପ୍ରତ୍ୟେକ ଲୋକଙ୍କ ମନରେ।
ବବିଙ୍କ ଜନ ଶୁଣାଣୀରେ ଯେମିତି କେହି ବି ଜଣେ ନିରାଶ ହୋଇ ନଯିବେ ତାହାକୁ ଅଧିକ ଗୁରୁତ୍ଵ ଦିଅନ୍ତି ସେ। ସେ ଶାସନରେ ଥିବା ବେଳେ ଯେମିତି ଲୋକଙ୍କ ସମସ୍ୟା ଦୂର କରିବାକୁ ତାଙ୍କର ଟିମକୁ ନିୟୋଜିତ କରିଥାନ୍ତି, କ୍ଷମତାରୁ ଗଲା ପରେ ବି ସେହିଧାରା ଜାରୀ ରହିଛି। ନିଜର ଦାୟିତ୍ବକୁ ଭୂଲି ନାହାନ୍ତି ବବି। ଶାସନରେ ଥିଲା ବେଳେ ଯେମିତି ତତପର ଓ କର୍ମଠ। କ୍ଷମତାରେ ନଥାଇ ବି ସମାନ ମନୋଭାବ। ଗୋଟିଏ ଲକ୍ଷ୍ୟ ଜନସେବା । ହିଁ ଯାଜପୁର ବିକାଶ ରଥ ବବି ଦାସ କ୍ଷମତାରୁ ଗଲା ପରେ ଠପ୍ ହୋଇଯାଇଛି ବୋଲି ଜିଲ୍ଲା ବାସୀ ଅନୁଭବ କଲେଣି । ହେଲେ ଯାଜପୁରବାସୀଙ୍କ ହୃଦୟରରେ କିନ୍ତୁ ନିଜର କାମ ପାଇଁ ଆଜି ବି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ପ୍ରଣବ। ଶାସନର ପରିବର୍ତ୍ତନ ହେବାର ଦେଢ଼ବର୍ଷ ଭିତରେ ଅନେକ କିଛି ପରିବର୍ତ୍ତନ ଘଟିଛି, ଅନେକ ସମାଲୋଚନା ଶିକାର ହୋଇଛନ୍ତି ପ୍ରଣବ। ହେଲେ ଏଥିରେ ସେ କେବେ ବିଚଳିତ ହୋଇନାହାନ୍ତି। କାରଣ ୨୦୦୯ ମସିହାରୁ ୨୦୨୪ ଯାଏ ପ୍ରଣବ ପାୱାର କରିଡର ସବୁଠାରୁ ପାୱାର ଫୁଲ ଯୁବନେତା ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଯାହା କହୁଥିଲେ ମୁଖ୍ୟମନ୍ତ୍ରୀ ଆଖି ବୁଝି ବବିଙ୍କ ସବୁ ଇଚ୍ଛାକୁ ପୂରଣ କରୁଥିଲେ। କାରଣ ନବୀନ ମାପି ଦେଇଥିଲେ ବବିର ଜନସେବା ମନବୃତ୍ତିକୁ। ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ପ୍ରଣବ କାମ କରିବାର ଦକ୍ଷତା ଦେଖାଇଥିଲେ। ମୟୂରଭଞ୍ଜରୁ କୋରାପୁଟ, ଯାଜପୁରରୁ ବାଲେଶ୍ଵର, ଭଦ୍ରକରୁ ବାରିପଦା। ୨୪ ଘଣ୍ଟା ଭିତରେ ବବି ୪ରୁ ୫ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକୁ ଆଗେଇ ନିଅନ୍ତି। ସେଥିପାଇଁ ନବୀନଙ୍କ ଅତି ଘନିଷ୍ଠ ଓ ପ୍ରିୟପାତ୍ର ହୋଇପାରିଥିଲେ ସେ । ଜଣେ ଯୁବ ନେତା ଭାବେ ତାଙ୍କର କାମ ସବୁବେଳେ କଥା କହେ। ଯାଜପୁରକୁ ଯିଏ ଯାଇଛି ସେ ଜାଣିଛି ଜଣେ ବିଧାୟକ ଭାବେ ବବି ଦାସ କିପରି ଯାଜପୁରର ବିକାଶ ନକ୍ସାକୁ ବଦଳାଇଦେଇଥିଲେ ତାଙ୍କ ଶାସନ ସମୟରେ। କାରଣ ସେ ହେଉଛନ୍ତି ଭିଡ ଭିତର ନେତା ଓ ଲୋକଙ୍କ ସେବକ। ସେଥିପାଇଁ ତ ବବି ବିଧାୟକ ଥିଲେ ଯେମିତି, ଆଜି ବି ସେମିତି ଲୋକଙ୍କ ପାଖରେ।

ରାଷ୍ଟ୍ର ଗଠନ ପ୍ରକ୍ରୀୟା ଶ୍ରେଣୀ ଗୃହରୁ ହିଁ ଆରମ୍ଭ ହୋଇଥାଏ : ଭାରତର ପୂର୍ବତନ ମୁଖ୍ୟ ବିଚାରପତି

ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଆଗେଇ ଚାଲିଥିବା ବେଳେ ଦେଶ ସମ୍ମୁଖରେ ଏବେ ବି ଅନେକ ଆହ୍ୱାନ ରହିଛି ବୋଲି ଶୁକ୍ରବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତୀ ଗୋପାଳ ବଲ୍ଳଭ ପଟ୍ଟନାୟକ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶିକ୍ଷା ଓ ଅନୁସନ୍ଧାନ ବକ୍ତୃତା ପ୍ରଦାନ କରିବା ଅବସରରେ ନ୍ୟାୟମୂର୍ତୀ ପଟ୍ଟନାୟକ କର୍ମ ଯୋଗାଣରେ ବୃଦ୍ଧି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବା ଉପରେ ଦେଶକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମନ୍ତବ୍ୟ ଦେବା ସହ ଡିଜିଟାଲ ଟେକ୍ନୋଲଜିକୁ ଅଧିକ ପ୍ରସାରିତ କରିବାକୁ ହେବ ବୋଲି କହିଥିଲେ ।
ଭାରତ ଏକ ବିକଶିତ ଦେଶ ହୋଇପାରିବ କି ନାହିଁ ତାହା ବର୍ତମାନ ପ୍ରଶ୍ନ ନୁହେଁ । ଆମେ ଏଥି ନିମନ୍ତେ କିପରି ଆବଶ୍ୟକୀୟ ପ୍ରଚେଷ୍ଟା କରିପାରିବା ତାହା ଗୁରୁତ୍ୱ ରଖେ ବୋଲି ସେ କହିଥିଲେ ।
ଯଦିଓ ଭାରତର ଭିତିଭୂମି ବୃଦ୍ଧି ପାଉଛି, ଡିଜିଟାଲ୍ ଟେକ୍ନୋଲଜି ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରୁଛି ଏବଂ ବୈଜ୍ଞାନିକ ସଫଳତା ଶିଖର ଛୁଇଁଛି ତଥାପି ଆମକୁ ବୃହତର ଚିତ୍ରକୁ ଗୁରୁତ୍ୱ ଦେବାକୁ ପଡ଼ିବ ।
ଭାରତର ଭବିଷ୍ୟତ କେବଳ ସଂସଦ କିମ୍ବା ନୀତି ନିର୍ଦ୍ଧାରଣରେ ସୀମିତ ନୁହେଁ ବରଂ ଏହା ଶ୍ରେଣୀ ଗୃହ, ଲାବୋରେଟୋରୀ, ବିଚାରାଳୟ, ଡାକ୍ତରଖାନା, ଗ୍ରାମ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକରେ ସନ୍ନିହିତ ଅଟେ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ସୁପ୍ରିମ୍ କୋର୍ଟ ଅଫ୍ ଇଣ୍ଡିଆର ପୂର୍ବତନ ବିଚାରପତି ଏବଂ ଦେଶର ପ୍ରଥମ ଲୋକପାଳ ନ୍ୟାୟମୂର୍ତୀ ପିନାକୀ ଚନ୍ଦ୍ର ଘୋଷ ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ ।
‘ଷ୍ଟୁଡେଂଟସ ଆଜ ନ୍ୟାସ୍‌ନ ବିଲ୍ଡର -ଦ ପାୱାର ଅଫ୍ ୟଙ୍ଗ ମାଇଣ୍ଡ ଇନ୍ ସେପିଙ୍ଗ ଦ ଫ୍ୟୁଚର’ (ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା- ଭବିଷ୍ୟତ ନିର୍ମାଣରେ ଯୁବଶକ୍ତି) ଶୀର୍ଷକ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ଅବସରରେ ନ୍ୟାୟମୂର୍ତୀ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା କେବଳ ପରୀକ୍ଷାର ମାର୍କ, ଡିଗ୍ରୀ କିମ୍ବା ପ୍ଲେସମେଂଟରେ ସୀମିତ ନୁହେଁ ମାତ୍ର ଏହା ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ଳେଷଣାତ୍ମକ ବିଚାରର ବିକାଶ, ନିଜ ଦାୟିତ୍ୱକୁ ହୃଦୟଙ୍ଗମ କରିବା ଏବଂ ସଠିକ ଚିନ୍ତା ନେଇ ଛିଡ଼ା ହେବାର ମାର୍ଗ ।
ଛାତ୍ରଛାତ୍ରୀମାନଙ୍କୁ ସେ କହିଥିଲେ ଯେ କ୍ଲାସ୍ ରୁମ୍‌ରୁ ହିଁ ରାଷ୍ଟ୍ର ଗଠନର ଆରମ୍ଭ ହୋଇଥାଏ । ଦେଶ କଂକ୍ରିଟରେ ନୁହେଁ ଚରିତ୍ର ଦ୍ୱାରା ଗଠନ ହୋଇଥାଏ ବୋଲି ସେ କହିଥିଲେ ।
ଭାରତରେ ମୂଲ୍ୟବୋଧ ବିହୀନ ଟପ୍ପରମାନଙ୍କର ଆବଶ୍ୟକତା ନାହିଁ ବରଂ ସଚ୍ଚୋଟ ସରକାରୀ ଅଧିକାରୀ, କରୁଣାମୟ ଡାକ୍ତର, ନୈତିକ ମୂଲ୍ୟବୋଧ ଥିବା ଆଇନଜୀବି, ସାହସୀ ସାମ୍ବାଦିକ, ଦାୟିତ୍ୱବାନ ବୈଜ୍ଞାନିକ ଏବଂ ସଚ୍ଚୋଟ ନୀତିନିର୍ଦ୍ଧାରକଙ୍କର ଆବଶ୍ୟକତା ରହିଛି ବୋଲି ନ୍ୟାୟମୂର୍ତୀ ପଟ୍ଟନାୟକ କହିଥିଲେ ।
ଛାତ୍ରଛାତ୍ରୀ ଭାବେ ନିଜ ଚରିତ୍ରକୁ ଏଭଳି ବଳିଷ୍ଠ କରିବା ଦରକାର ଯାହା ଫଳରେ ଭବିଷ୍ୟତରେ ବୃତିଗତ ଜୀବନରେ କେବେ ବି ପରିବର୍ତନ ହେବ ନାହିଁ ବୋଲି ଉପଦେଶ ଦେବା ସହ ନିଜ ଶିକ୍ଷକ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ । ବିକଶିତ ରାଷ୍ଟ୍ର ଗଠନ କ୍ଷେତ୍ରରେ ଏହି ମହାନ ଦେଶର ପ୍ରତ୍ୟେକ ନାଗରିକଙ୍କର ଭୂମିକା ରହିଛି ବୋଲି ନ୍ୟାୟମୂର୍ତୀ ପଟ୍ଟନାୟକ କହିଥିଲେ ।
ସୋଆ ଅଡିଟୋରିୟମ୍‌ରେ ଉପସ୍ଥିତ ଥିବା ଆଇନ୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଜଷ୍ଟିସ୍ ପଟ୍ଟନାୟକ କହିଥିଲେ ଯେ ଆଇନ ସେମାନଙ୍କ ପାଇଁ କେବଳ ଏକ ବୃତି ନ ହୋଇ ଏକ ନୈତିକ ଦାୟିତ୍ୱ ଅଟେ ଯାହାକି ଜନସାଧାରଣଙ୍କ ଅଧିକାର ଓ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇପାରିବ ।
ଆଇନ ଛାତ୍ରଛାତ୍ରୀମାନେ ସମ୍ବିଧାନର ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବା ସହ ନିଷ୍ପେସିତଙ୍କ ସ୍ୱର ହେବା ଉଚିତ୍ ବୋଲି କହିବା ସହ ଜଣେ ଭଲ ଆଇନଜୀବି ଆଇନ୍‌କୁ ଜାଣିଥିବା ବେଳେ ଜଣେ ମହାନ ଆଇନଜୀବି ନ୍ୟାୟକୁ ବୁଝିଥାଏ ବୋଲି ସେ କହିଥିଲେ ।
ନ୍ୟାୟମୂର୍ତୀ ପଟ୍ଟନାୟକ ଶିକ୍ଷା ଓ ଅନୁସନ୍ଧାନକୁ ପ୍ରଶଂସା କରି ଏହି ଅନୁଷ୍ଠାନ ଉତ୍କର୍ଷତାର ଏକ ପ୍ରତୀକ ବୋଲି କହିବା ସହ ଏହାର ସମସ୍ତ ଶ୍ରେୟ ସୋଆର ପ୍ରତିଷ୍ଠାତା ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ଦେଇଥିଲେ । ପ୍ରଫେସର ନାୟକଙ୍କର ଦୂରଦର୍ଶିତା ଏବଂ ଅଦମ୍ୟ ଉଦ୍ୟମ ଯୋଗୁଁ ହିଁ ଏଭଳି ଅସାଧାରଣ ଅନୁଷ୍ଠାନ ଗଢ଼ି ଉଠିଛି ବୋଲି ସେ କହିଥିଲେ ।
ଏହି ଅବସରରେ ନ୍ୟାୟମୂର୍ତୀ ଘୋଷ ଭାରତୀୟ ସମ୍ବିଧାନର ମୌଳିକ ଢ଼ାଂଚା ଏବଂ ସମ୍ବିଧାନକୁ ରକ୍ଷା କରିବା ଦିଗରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ ।
ସମ୍ବିଧାନର ମୌଳିକ ଢ଼ାଂଚାକୁ ନେଇ ଭାରତର ସୁପ୍ରିମକୋର୍ଟ ୧୯୭୩ ମସିହାରେ ଐତିହାସିକ କେଶବାନନ୍ଦ ଭାରତୀ ମାମଲାର ରାୟ ମାଧ୍ୟମରେ ଆଇନର ଶାସନ, ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ନ୍ୟାୟପାଳିକାର ସ୍ୱତନ୍ତ୍ରତାର ପ୍ରାଧାନ୍ୟକୁ ସ୍ଥାପନ କରିଥିଲେ ।
ନ୍ୟାୟମୂର୍ତୀ ଘୋଷ କହିଥିଲେ ଯେ ୧୩ ଜଣ ବିଚାରପତିଙ୍କୁ ନେଇ ଗଠିତ ସବୁଠାରୁ ବଡ଼ ସାମ୍ବିଧାନିକ ବେଂଚ ଏହି କେସ୍‌ର ଶୁଣାଣୀ କରିବା ସହ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ସମ୍ବିଧାନର ସଂଶୋଧନ ଦ୍ୱାରା ଏହାର ମୂଳ ତତ୍ୱର ପରିବର୍ତନ କରାଯାଇପାରିବ ନାହିଁ ଯଦ୍ୱାରା ମୌଳିକ ଅଧିକାରର ସୁରକ୍ଷା ବଳବତର ରହିବ ।
ଏହାକୁ ନେଇ କେହି ବ୍ୟକ୍ତି ପ୍ରଶ୍ନ ଉଠାଇ ପାରନ୍ତି କିନ୍ତୁ ଆମେ ଏହି ସିଦ୍ଧାନ୍ତକୁ ସମ୍ମାନ ଦେବା ଉଚିତ୍ ବୋଲି ସେ କହିଥିଲେ ।
କାଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ନୀତା ମହାନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦୁଇ ପୂର୍ବତନ ବିଚାରପତିଙ୍କୁ ସ୍ୱାଗତ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର (ଡକ୍ଟର) ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

୨୯ରୁ ମେଫେୟାରରେ ଦାଣ୍ଡିଆ ରାସ୍‌ ଲାଇଭ୍ ମ୍ୟୁଜିକ୍ ସହ ମିଳିବ ଖାଦ୍ୟ

ଏଂଟରଟେନ୍ ଇଭେଂଟ ଆଣ୍ଡ ପ୍ରମୋସନ୍ସ ଓ ହୋଟେଲ ମେଫେୟାର ସହଭାଗିତାରେ ଆସନ୍ତା ସେପ୍ଟେମ୍ବର ୨୯ରୁ ଜୟଦେବ ବିହର ସ୍ଥିତ ହୋଟେଲ ମେଫେୟାର ଲାଗୁନରେ ନବରାତ୍ରି ମହୋତ୍ସବ – ଦାଣ୍ଡିଆ ରାସ୍ ଆୟୋଜନ ହେବ । ଏହା ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ । ଏହି ଚାରି ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲରେ ଆକର୍ଷଣୀୟ ନୃତ୍ୟ, ଲାଇଭ ମ୍ୟୁଜିକ୍‌, ଲୋକପ୍ରିୟ ଡିଜେ, ବ୍ୟାଣ୍ଡ ଓ ବିଭିନ୍ନ ରାଜ୍ୟର ଲୋକପ୍ରିୟ ଖାଦ୍ୟ ମିଳିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏହି ଅବସରରେ ସଂସ୍ଥାର ମ୍ୟାନେଜିଂ ପାର୍ଟନର ସରୋଜ ମାଲିଆ କହିଛନ୍ତି ଯେ ଏହି ମହୋତ୍ସବରେ ବଲିଉଡ୍ ଓ ଓଲିଉଡ୍ କଳାକାର, ଗାୟକ ସାମିଲ ହେବେ । ଲୋକପ୍ରିୟ ଡିଜେ ତାଳେ ତାଳେ ଦର୍ଶକ ମତୁଆଲା ହେବେ । ଟିକେଟ୍ ମୂଲ୍ୟ ୧୫୦୦ଟଙ୍କା ରହିଛି । ଯେଉଁଥିରେ ମନୋରଞ୍ଜନ ସହ ଖାଦ୍ୟ ଉପଲବ୍ଧ ରହିଛି । ସେଫ୍ ସନ୍ତୋଷ ସାହୁ କହିଥିଲେ ଯେ, ଏହି ମହୋତ୍ସବରେ ଦର୍ଶକମାନଙ୍କ ପାଇଁ ୩୦ରୁ ୪୦ ପ୍ରକାର ଆସୀମିତ ଖାଦ୍ୟ ରହିଛି । ଓଡିଆ ସହ ରାଜସ୍ଥାନୀ, ବେଙ୍ଗଲୀ, ଗୁଜୁରାଟିର ପ୍ରସିଦ୍ଧ ଖାଦ୍ୟ ମିଳିବ । ଏଫ ଅଣ୍ଡ ବି ଏଜିଏମ୍ ଅରୁନଭ୍ ଦେ କହିଛନ୍ତି ଏହି ହୋଟେଲରେ ପ୍ରଥମେ ଦାଣ୍ଡିଆ ଆରମ୍ଭ ହୋଇଥିଲା । ଏହା ସବୁଠୁ ନିରାପଦ ସ୍ଥାନ । ସଂସ୍ଥାର ଅନ୍ୟତମ ପାର୍ଟନର ରାଣା ବିଶ୍ୱାଳ କହିଛନ୍ତି ଯେ ଦାଣ୍ଡିଆ ସହ ପିଲାଙ୍କୁ ନେଇ ଟ୍ୟାଲେଂଟ ସୋ ଓ ମହିଳାମାନେ ରଙ୍ଗୋଲୀ ରେ ଭାଗ ନେଇପାରିବେ ।

ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ୱାକାଥନ ଆୟୋଜିତ

 ସେପ୍ଟେମ୍ବର ୨୫ ତାରିଖ ବିଶ୍ୱ ଫାର୍ମାସିଷ୍ଟ ଦିବସ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବୁଧବାର ୱାକାଥନ ଆୟୋଜିତ ହୋଇଛି।
ସୁସ୍ଥ ରୁହନ୍ତୁ, ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ ଓ ଔଷଧ ଦୋକାନରୁ ବିନା ପ୍ରେସ୍କିପ୍ସନରେ କିଣନ୍ତୁ ନାହିଁ। ଏହି ବାର୍ତା ନେଇ ବୁଧବାର ସମ୍ ହସ୍ପିଟାଲ ଫାର୍ମାସିଷ୍ଟ ବିଭାଗ ପକ୍ଷରୁ ଏକ ୱାକାଥନ ସମ୍ ହସ୍ପିଟାଲ ନିକଟରେ ଆୟୋଜିତ ହୋଇଯାଇଛି। ହସ୍ପିଟାଲ କର୍ତୃପକ୍ଷ ଓ କର୍ମଚାରୀ ବ୍ଳଡ ବ୍ୟାଙ୍କ ଅଂଚଳରୁ ବାହାରି ହସ୍ପିଟାଲର ନିକଟବର୍ତୀ ଅଂଚଳ ପର୍ଯ୍ୟନ୍ତ ୱାକାଥନ କରି ଏକ ବାର୍ତା ଦେଇଛନ୍ତି।
କେବଳ ସାଧାରଣ ଲୋକ ନୁହଁନ୍ତି ଫାର୍ମାସିଷ୍ଟମାନେ ମଧ୍ୟ ପ୍ରେସକ୍ରିପ୍ସନ ନ ଦେଖି ଔଷଧ ଦେବା ଉଚିତ ନୁହେଁ ବୋଲି ଏହି ୱାକାଥନ୍‌ରେ ବାର୍ତା ପ୍ରଦାନ କରାଯାଇଛି। ଅନେକ ସମୟରେ ମନଇଚ୍ଛା ଔଷଧ ସେବନ କରିବା ଦ୍ୱାରା ଅନେକ ପାଶ୍ୱର୍ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ୱାକାଥନରେ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର କର୍ତୃପକ୍ଷ।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ସୋଆ ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଜସ୍ମିନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟ ସେବାରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ: ସୋଆ ଉପସଭାପତି

ସ୍ୱାସ୍ଥ୍ୟ କଥା ଚିନ୍ତା କଲାବେଳେ ଫାର୍ମାସିଷ୍ଟମାନଙ୍କ କଥା ଚିନ୍ତା କରିବାକୁ ପଡ଼ିବ କାରଣ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଠିକ୍ ଅନୁପାତର ଔଷଧ ହିଁ ରୋଗ ଉପଶମ କରିବାରେ ସହାୟକ ହୋଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ମତ ବ୍ୟକ୍ତ କରିଛନ୍ତି ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫାର୍ମାସୀ ବିଭାଗ ପକ୍ଷରୁ ଗୁରୁବାର ଆୟୋଜିତ ବିଶ୍ୱ ଫାର୍ମାସିଷ୍ଟ ଦିବସ ‘ଏଲିକ୍‌ଜିର -୨୦୨୫’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ନାମ ‘ଏଲିକ୍‌ଜିର’ ହିଁ ଫାର୍ମାସିଷ୍ଟମାନଙ୍କର କାର୍ଯ୍ୟକୁ ପ୍ରତିପାଦିତ କରୁଛି।
ଚିକିତ୍ସା ପଦ୍ଧତିରେ ଡାକ୍ତରମାନଙ୍କ ଦ୍ୱାରା ଲିଖିତ ପ୍ରେସ୍କ୍ରିପ୍‌ସନ୍ ଅନୁସାରେ ଔଷଧ ପ୍ରଦାନ ଓ ସେଗୁଡ଼ିକ ସେବନ କରିବାର ବିଧି ଫାର୍ମାସିଷ୍ଟମାନେ ହିଁ ନିରୂପଣ କରିଥାନ୍ତି। ନିଷ୍ଠାର ସହ ଏହି କାର୍ଯ୍ୟକୁ ସେମାନେ ତୁଲାଇବା ଦ୍ୱାରା ସମାଜର ପ୍ରଭୂତ ଉପକାର ସାଧନ କରୁଛନ୍ତି ବୋଲି ଶ୍ରୀମତି ଦାସ କହିଥିଲେ।
ଚଳିତ ବର୍ଷର ବିଶ୍ୱ ଫାର୍ମାସିଷ୍ଟ ଦିବସର ପ୍ରସଙ୍ଗ ‘ଥିଙ୍କ ହେଲ୍‌ଥ, ଥିଙ୍କ ଫାର୍ମାସିଷ୍ଟ’ ସମ୍ପର୍କରେ ମତ ବ୍ୟକ୍ତ କରି ଶ୍ରୀମତି ଦାସ କହିଥିଲେ ଯେ ଫାର୍ମାସିଷ୍ଟମାନଙ୍କର ଭୂମିକାକୁ ଶ୍ରେୟ ଦେବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୫ ତାରିଖକୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ରୂପେ ପାଳନ କରାଯାଉଛି।
ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଫାର୍ମାସିଷ୍ଟମାନେ ଯେଉଁଭଳି ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଛନ୍ତି ସେଥି ନିମନ୍ତେ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସୋଆ ଉପସଭାପତି କହିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶାର ଡ୍ରଗ୍ସ କଂଟ୍ରୋଲର ଶ୍ରୀମତି ମାମିନା ପଟ୍ଟନାୟକ ବକ୍ତା ଭାବେ ଯୋଗ ଦେଇ ଫାର୍ମାସିଷ୍ଟମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ବର୍ତମାନର ଯୁବପିଢ଼ି ନିଶା ଠାରୁ ଦୂରେଇ ରହିବା ଉପରେ ମତ ରଖିଥିଲେ।
ଏଥିରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ପ୍ରମୁଖ ଦାୟିତ୍ୱ ବହନ କରିଥାନ୍ତି ବୋଲି କହିଥିଲେ।
ସୋଆ ଫାର୍ମାସୀ ବିଭାଗର ମୁଖ୍ୟ ଡକ୍ଟର ଯସ୍ମୀନ୍ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ମେଡିକାଲ୍ ସୁପିରଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍‌ରେ ଫାର୍ମାସିଷ୍ଟମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ, ଫାର୍ମାସିଷ୍ଟମାନଙ୍କୁ ଏବଂ ଏହି ବିଭାଗ ସହିତ ଜଡ଼ିତ ବିଭିନ୍ନ କର୍ମଚାରୀମାନଙ୍କୁ ସୋଆ ଉପସଭାପତି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡକ୍ଟର ଯସ୍ମିନ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଭିକାସା ଗ୍ରୁପ ପକ୍ଷରୁ ଗୋପାଳପୁରରେ ମେଗା ବୃକ୍ଷରୋପ

ରାଜ୍ୟର ପ୍ରତିଷ୍ଠିତ କଂପାନୀ ସେରନ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର ସହଯୋଗୀ ସଂସ୍ଥା ଭିକାସା ପକ୍ଷରୁ ସ୍ଥାନୀୟ ଗୋପାଳପୁରରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁରର ରୋଟାରୀ କ୍ଲବ୍ ସହଯୋଗରେ ଚିଲିକେଶ୍ବର ମହାଦେବଙ୍କ ମନ୍ଦିର ନିକଟରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶ ସୁରକ୍ଷା କରିବା ସହ ସତେତନତାର ବାର୍ତ୍ତା ନେଇ ଭିକାସା ପକ୍ଷରୁ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ମୋଟ୍ ୧୨୦୦ ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଦକ୍ଷିଣ ଓଡ଼ିଶାରେ ଭିକାସା ଗ୍ରୁପ ପକ୍ଷରୁ ଏକ ନୂଆ ହୋଟେଲ୍ ଆରମ୍ଭ ହେବାକୁ ଯାଉଛି। ଏବେ ଏହି ହୋଟେଲ୍ ନିର୍ମାଣ ପର୍ଯ୍ୟାୟରେ ରହିଛି। ମୋଟ୍ ୩୨ ହଜାର ସ୍କୋୟାରଫୁଟ ଅଞ୍ଚଳ ପରିସରରେ ଏହି ହୋଟେଲ ନିର୍ମାଣ କରାଯିବ। ଏହାର ୭୦ ପ୍ରତିଶତ ଅଞ୍ଚଳକୁ ସବୁଜିମାରେ ପରିପୂର୍ଣ୍ଣ କରାଯିବ। ଆସନ୍ତା ବର୍ଷ ଦୁର୍ଗାପୂଜାରେ ଏହାର ନିର୍ମାଣ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଦିଗରେ ଏହା ଅଧିକ ସହାୟତା କରିବ।
ଏହି କାର୍ଯ୍ୟକ୍ରମରେ ସେରନ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଡ଼କ୍ଟର ଆଞ୍ଚଲ ଚୌଧୁରୀ, ଅନ୍ୟତମ ନିର୍ଦ୍ଦେଶିକା ସିଏ ଏମ. ବୈଷ୍ଣବୀ, CMA ସିଲା ସ୍ନେହା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଭିକାସା ଗ୍ରୁପ ପକ୍ଷରୁ ଶୈଳେନ୍ଦ୍ର ନାଗାଲିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ସହଯୋଗୀ କେ. ନଗସରନ୍ ସୁବୁଦ୍ଧି ଏବଂ ଜା ଅନିଶ ଉପସ୍ଥିତ ଥିଲେ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଖଲ୍ଲିକୋଟ ଶାଖାର ମୁଖ୍ୟ ସୌମ୍ୟ ରଂଜନ ଚୌଧୁରୀ, ଆକୃତି ମିଡ଼ିଆର ନିର୍ଦ୍ଦେଶକ ଅବିନାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭିକାସାର ଲକ୍ଷ୍ୟକୁ ସାଧୁବାଦ୍ ଦେଇଥିଲେ।

ହୋଟେଲ୍ ଭିକାସା ଆଧୁନିକ ବିଳାସତା ଓ ଆରାମର ଏକ ଅନୁପମ ସମନ୍ୱୟ ନେଇ ଗୋପାଳପୁରରେ ନିଜର ସେବା ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି। ଗୋପାଳପୁରରେ ଖୁବଶୀଘ୍ର ଆରମ୍ଭ ହେବ ହୋଟେଲ୍ ଭିକାସା। ଏକ ତିନି ତାରକା ଆଧୁନିକ ବିଳାସପୂର୍ଣ୍ଣ ରିସର୍ଟ, ଅତିଥିମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି । “ଜୀବନ ଓ ଆରାମର ସଂଗମ” ମୂଳମନ୍ତ୍ର ସହିତ ଏହି ରିସର୍ଟ ଅତିଥିମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଅଭିଜ୍ଞତା ପ୍ରଦାନ କରିବ। ଏହି ହୋଟେଲରେ ମୋଟ୍ ୫୦ଟି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ରୁମ୍ ରହିବ। ଓଡ଼ିଶାର ସାଂସ୍କୃତିକ ଚିନ୍ତାଧାରାକୁ ପାଥେୟ କରି ଏହି ବିଳାଷପୂର୍ଣ୍ଣ ରିସର୍ଟ ବିଦେଶୀ ପର୍ଯ୍ୟଟକ ଓ ଅତିଥିଙ୍କୁ ପ୍ରକୃତି କୋଳରେ ଅନୁପମ ସୁବିଧା ଦେବାକୁ ପ୍ରତିବଦ୍ଧ। ବଙ୍ଗୋପସାଗର ଉପକୂଳରେ ରହିଥିଲା ପ୍ରସିଦ୍ଧ ଗୋପାଳପୁରର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ସହ ଏକ ଭବ୍ୟ ଅନୁଭବ ଦେବାକୁ ଭିକାସା ପ୍ରତିଶୃତି ଦେଉଛି। …

କର୍କଟ ହାରିବ, ଜୀବନ ଜିତିବ

ଆଜି କର୍କଟରେ ପୀଡିତ ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇଁ ସମଗ୍ର ବିଶ୍ଵ #WorldRoseDay ପାଳନ କରୁଛି। ଏହି ଅବସରରେ ବିଧାନସଭା ପରିସରରେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ ରବି ନାୟକ,
ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମ ଚନ୍ଦ୍ର କାଡମ୍,ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ , ମାନ୍ୟବର ବିଧାୟକ ଆକାଶ ଦାସ ନାୟକ, ମାନ୍ୟବର ବିଧାୟକ ସାଗର ଦାସ, ମାନ୍ୟବର ବିଧାୟକ ସତ୍ୟଜିତ ଗମାଙ୍ଗ, ମାନନୀୟା ବିଧାୟିକା ଉପାସନା ମହାପାତ୍ର, ମାନନୀୟା ବିଧାୟିକା ସୋଫିଆ ଫିର୍ଦୋଶ ପ୍ରମୁଖ ଉପସ୍ଥିତ ରହି କର୍କଟ ଯୋଦ୍ଧାଙ୍କ ସହ ସାକ୍ଷାତ କରି ସେମାନଙ୍କୁ ଗୋଲାପ ଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ।

ନିଜେ କର୍କଟକୁ ପରାସ୍ତ କରି ଏବେ ଅନ୍ୟମାନଙ୍କୁ ଲଢିବାକୁ ପ୍ରେରିତ କରୁଥିବା ସ୍ବାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ Awaaken ଟ୍ରଷ୍ଟ ଦ୍ବାରା କର୍କଟ ମୁକ୍ତ ଭାରତ ଗଠନ ପାଇଁ ଯେଉଁ ଭଳି ସଚେତନତା କାର୍ଯକ୍ରମ କରୁଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ବାଚସ୍ପତି ଓ ବିଧାନସଭା ସଦସ୍ୟ ମାନେ କହିଥିଲେ। । ତାଙ୍କର ପ୍ରୟାସ ଆଜି ଅନେକଙ୍କ ଜୀବନରେ ନୂଆ ଉତ୍ସାହ ଏବଂ କର୍କଟ ବିରୁଦ୍ଧରେ ଲଢିବା ପାଇଁ ଆତ୍ମବିଶ୍ୱାସ ଏବଂ ମନୋବଳ ବଢାଇବାର ଏକ ମାଧ୍ୟମ ସାଜିଛି।

ପେନ୍‌ସନ୍, ପ୍ରୋଟେକ୍‌ସନ୍ ଓ ଆକ୍ରିଡ଼େସନ୍ ଦାବିରେ ବିଧାନସଭା ସମ୍ମୁଖରେ ଓୟୁଜେର ଧାରଣା

ପେନ୍‌ସନ୍, ପ୍ରୋଟେକ୍‌ସନ୍ ଓ ଆକ୍ରିଡ଼େସନ ଦାବିରେ ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିରେ ଓୟୁଜେ ପକ୍ଷରୁ ଗଣଧାରଣା ଦିଆଯାଇଛି ମୋହନ ସରକାର ବିରୋଧରେ । ଏଥିରେ ୩୦ଟି ଜିଲ୍ଲା ଶାଖାରୁ ପ୍ରାୟ ପାଞ୍ଚଶହରୁ ଊର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇ ଦାବି ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ । ପ୍ରତିଶ୍ରୁତି ଦେଇ ବିଜେପି ସରକାର କିପରି ସାମ୍ବାଦିକଙ୍କ ଗୋଟିଏ ବି ଦାବି ପୂରଣ କରିନାହାନ୍ତି ତାହାକୁ ପ୍ରତିବାଦ ସଭାରେ ବଖାଣିଥିଲେ ଓଡ଼ିଶାର ବିଭିନ୍ନ କୋଣରୁ ଆସିଥିବା ସାମ୍ବାଦିକମାନେ। ବିରୋଧୀ ବିଜେଡ଼ି ଓ କଂଗ୍ରେସର ବିଧାୟକମାନେ ସମାବେଶରେ ଯୋଗଦେଇ ସାମ୍ବାଦିକଙ୍କ ଦାବି ସପକ୍ଷରେ ମତ ରଖିଥିଲେ। ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ ଯେ ସାମ୍ବାଦିକଙ୍କ ଦାବିକୁ ଆମ ଦଳ ସମର୍ଥନ କରୁଛି। ରାଜ୍ୟର ଆଜି ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁ ଧାରଣା ସ୍ଥଳରେ ସାମ୍ବାଦିକମାନେ ଅନ୍ୟ ସଙ୍ଗଠନ ସମସ୍ୟାକୁ ସରକାରଙ୍କ ପାଖରେ ପହଞ୍ଚାଇବା କଥା ସେମାନେ ଆଜି ଆନ୍ଦୋଳନ କରୁଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ସରକାର ତୁରନ୍ତ ସାମ୍ବାଦିକଙ୍କ ଦାବିକୁ ପୂରଣ କରନ୍ତୁ। କଂଗ୍ରେସ ଦଳ ସବୁବେଳେ ସାମ୍ବାଦିକଙ୍କ ଦାବି ସହ ଅଛି ଓ ରହିବ। ଓୟୁଜେର ସଭାପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଗଣସମାବେଶରେ ବରିଷ୍ଠ କଂଗ୍ରେସ ନେତା, ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡ଼ି ବିଧାୟକ ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା, ସଞ୍ଜୀବ ମଲ୍ଲିକ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶାରଦା ଜେନା, ପ୍ରଦୀପ ସାହୁ, ମାଧବ ଧଡ଼ା ଓ ରୂପେଶ ପାଣିଗ୍ରାହୀ ପ୍ରମୁଖ ଉଦ୍‌ବୋଧନ ଦେଇ ଓୟୁଜେ ପକ୍ଷରୁ ଉପସ୍ଥାପିତ ଦାବି ଯଥାର୍ଥ ଓ ଏହାକୁ ବିଧାନସଭାରେ ପ୍ରଭାବୀ ଢଙ୍ଗରେ ଉତ୍‌ଥାପନ କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ।ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ, ଓୟୁଜେ ଉପସଭାପତି ରାଜେଶ ପଟ୍ଟନାୟକ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କିଶାନ ରାଉତ, ପ୍ରମୋଦ ସାମନ୍ତରାୟ, ସମ୍ପାଦକ ପ୍ରସନ୍ନ ପାଇକରାୟ, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ସଂଯୋଜକ ସନ୍ତୋଷ ସିଂଦେଓ, ଦେବପ୍ରସାଦ ଦାସ, ବଦ୍ରିନାରାୟଣ ମିଶ୍ର, ଆଦିତ୍ୟ ମେକାପ, ରୂପେଶ ସାହୁ ଓ ରାମନାରାୟଣ ଶତପଥୀ ପ୍ରମୁଖ ବକ୍ତବ୍ୟ ରଖି ସାମ୍ବାଦିକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତୁରନ୍ତ ପାଳନ କରାଯାଉ ବୋଲି ଦାବି କରିଥିଲେ। ଶେଷରେ ସଭାପତି ଶ୍ରୀ ମହାନ୍ତି ଗଣଧାରଣାର ଏହିଭଳି ବ୍ୟାପକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ଓୟୁଜେର ଏକ ପ୍ରତନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟି ଦାବିପତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ ଦାବି ପ୍ରତି ଅବଗତ ଥିବା କହିଥିବା ଓୟୁଜେ ପ୍ରେସ ବାର୍ତ୍ତା ରେ ଜଣାଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news