କାଲି ବିଧାନସଭା ଆଗରେ ଓୟୁଜେ ଧାରଣା : ନେତା କହିଲେ ସାଜିବୁ ସାମ୍ବାଦିକଙ୍କ ସ୍ୱର
ମୋହନ ସରକାରଙ୍କ ବିରୋଧରେ ପ୍ରଥମ ଥର ଲାଗି ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି।ରାଜ୍ୟର ସାମ୍ୱାଦିକମାନଙ୍କୁ ପେନସନ୍, ସୁରକ୍ଷା, ଆକ୍ରିଡେସନ୍ ଦାବିରେ ଆସନ୍ତାକାଲି ଓଡ଼ିଶା ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ପକ୍ଷରୁ ବିଧାନସଭା ଆଗରେ ଗଣଧାରଣା ଦିଆଯିବ। ଏହାରି ଭିତରେ ବିଜେପି ସରକାର ଦେଢବର୍ଷ ପୁରିଛି, ହେଲେ ନିର୍ବାଚନ ସମୟରେ ଦଳ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ହୋଇନାହିଁ। ଯାହାକୁ ନେଇ ଓଡିଶା ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ବାରମ୍ୱାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛି। ସରକାର ଏଯାଏ ଗୋଟିଏ ବି ପ୍ରତିଶ୍ରୁତିକୁ ପୂରଣ କରିନଥିବାରୁ ଏହାର ପ୍ରତିବାଦରେ ଓଡ଼ିଶା ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ୨୨ତାରିଖ ସୋମବାର ବିଧାନସଭା ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ। ରାଜ୍ୟ ସରକାର ସାମ୍ୱାଦିକମାନଙ୍କ ଦୀର୍ଘଦିନର ଦାବି ପେନସନ୍, ସୁରକ୍ଷା, ଆକ୍ରିଡେସନ୍ ପୂରଣ କରିବାକୁ ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ଦାବି କରିଛି। ବିଧାନସଭା ଆଗରେ ଧାରଣା ଦେବା ପୂର୍ବରୁ ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ର ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଓୟୁଜେ ଟିମ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନଙ୍କୁ ଭେଟି ଦାବିପତ୍ର ଦେବା ସହ ଏହି ପ୍ରତିବାଦ ସଭାରେ ସାମିଲ ହେବାକୁ ନିମନ୍ତ୍ରୟ କରିଛି। ବିଜେପି ବିଧାୟକ ବାବୁ ସିଂ, ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ, ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖଙ୍କୁ ଭେଟି ଓୟୁଜେ ଟିମ୍ ଆଲୋଚନା କରିଛନ୍ତି । ସାମ୍ବାଦିକଙ୍କ ଦାବୀ ଯଥାର୍ଥ ଥିବାରୁ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ବିଧାନସଭାରେ ସାମ୍ବାଦିକଙ୍କ ସ୍ଵର ସାଜି ଗୃହର ଦାବି ପୂରଣ କରିବାକୁ ସରକାରଙ୍କ ଉପରେ ଚାପ ପକାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ଆସନ୍ତା କାଲି ଓୟୁଜେର ଆନ୍ଦୋଳନରେ ଓଡ଼ିଶାର ୩୦ଜିଲ୍ଲାରୁ ଶତାଧିକ କାର୍ଯ୍ୟରତ ସାମ୍ବାଦିକ ଯୋଗଦେବେ। ଓଡିଶା ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଓୟୁଜେର ସାଧାରଣ ସମ୍ପାଦକ କମ୍ଭୁପାଣି ମିଶ୍ର, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ବରିଷ୍ଠ ସଦସ୍ୟ ପରୀକ୍ଷିତ ବିଶ୍ବାଳ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କିଶାନ ରାଉତ, ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ ଓ ଭୁବନେଶ୍ଵର ଆବାହକ ଚିନ୍ମୟ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
କ୍ଷମତା ନୁହେଁ, ମୋର ସମ୍ପର୍କ ଦର୍କାର : ବବି
ରାଜନୀତିରେ କ୍ଷମତା ଆସିବ ଓ ଯିବ। ଯେବେଠାରୁ ରାଜନୀତିର ଶବ୍ଦ ସୃଷ୍ଟି ହେଲା, ସେବେଠାରୁ ଆଜି ଯାଏ ତାହା ପ୍ରମାଣିତ ହୋଇଛି। ହେଲେ ସମ୍ପର୍କରେ ଥରେ ବାନ୍ଧିହେଲେ ସେଥିରୁ ମୁକୁଳିବା କଷ୍ଟ। ଭଲ ପାଇବା ଏପରି ଏକ ସମ୍ପର୍କ।
ସେହିଭଳି ନିଃସ୍ୱାର୍ଥପର ଭଲପାଇବା ଦେଖି ଆଜି ଭାବପ୍ରବଣ ହୋଇ ଯାଇଥିଲେ ବିଜେଡି ଉପ ସଭାପତି ତଥା ଯାଜପୁରର ଲୋକପ୍ରିୟ ନେତା ପ୍ରଣବ ପ୍ରକାଶ ଦାସ(ବବି)।
ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ଷଠିପୁର ଠାରେ କୋରେଇ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ(ବବି) ଯୋଗ ଦେଇଥିଲେ। ଏହି ଅବସରରେ ବବି କହିଥିଲେ କ୍ଷମତା ଆସିବ ଓ ଯିବ । ହେଲେ ସମ୍ପର୍କ ଆସିଲେ ଯାଏନି । କ୍ଷମତା ପଛରେ ମୁଁ ଗୋଡାଇ ନାହିଁ , ସମ୍ପର୍କ ପଛରେ ଗୋଡ଼ାଇଛି ସବୁବେଳେ । ଆଜି ମୁଁ ଖୁସି , ଏ ସଂପର୍କକୁ ମୁଁ ଭଲ ପାଇବାରେ ବାଣ୍ଟିପାରିଛି। ସେଥିପାଇଁ ମୁଁ ବହୁତ ଖୁସି। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବବିଙ୍କ ଏହି କିଛି ପଦ କଥା ଉପସ୍ଥିତ ଥିବା ଲୋକଙ୍କ ମନକୁ ଭେଦିଥିଲା। ନିଜ ବାପାଙ୍କ ଗଡରେ ବାପାଙ୍କ ଘନିଷ୍ଠ ବ୍ୟକ୍ତିମାନଙ୍କ ସହ ବେଶ କିଛି ଘଣ୍ଟା ବବି ମନଖୋଲା କଥା ହୋଇଥିଲେ ।
ଯାଜପୁରର ମୁକୁଟ ବିହୀନ ସମ୍ରାଟ ସ୍ବର୍ଗତ ଅଶୋକ ଦାସ କୋରେଇ ନିର୍ବାଚନ ମଣ୍ଡଳୀକୁ ନିଜ ପରିବାର ପରି ଭଲ ପାଇଁ ଲୋକଂକ ସୁଖ ଓ ଦୁଃଖର ସାଥି ହୋଇଥିଲେ। କୋରେଇକୁ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥିଲେ ରାଜ୍ୟ ରାଜନୀତିରେ । ବାପାଙ୍କ ପରେ ବବି ବି କୋରେଇ ପ୍ରତି ତାଙ୍କ ପରିବାରର ସେ ଭଲ ପାଇବାକୁ ଭୁଲି ନାହାଁନ୍ତି । ସେ କ୍ଷମତାରେ ଥାଆନ୍ତୁ କି ନ ଥାଆନ୍ତୁ ଭଲ ପାଇବା ଓ ସମ୍ପର୍କ କୋରେଇ ସହ ସେମିତି ଅଛି । ବବିଙ୍କ ପରିବାର ପ୍ରତି ବି କୋରେଇ ବାସୀଙ୍କର ସମାନ ଭଲ ପାଇବା ଅତୁଟ ରହିଛି ତାହା ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରମାଣିତ କରିଛି।
ନିଗମ ଓ ମନ୍ତ୍ରିମଣ୍ଡଳ : ହେବ ହେବ ବୋଲି ହୋଇପାରୁନି
୧୫ମାସ ହେବ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିପାରିନାହାନ୍ତି । ମୋହନଙ୍କ ନୂଆ ଟିମରେ କିଏ ସ୍ଥାନ ପାଇବେ ଓ କିଏ ବାଦ ପଡିବେ ତାକୁ ନେଇ ଅଙ୍କ ଛିଣ୍ଡୁନାହିଁ । ବେଶ କିଛି ଦିନ ହେବ ଚର୍ଚ୍ଚା ହେଉଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ବଣ୍ଟନ କରିବେ ମୋହନ। ଏଥିପାଇଁ ଦିଲ୍ଲୀରୁ ଓଡ଼ିଶା ଯାଏ ଚାଲିଛି କସରତ। ତଥାପି ଅଙ୍କ ଚୁଣ୍ଡୁନି। କେତେବେଳେ ନେତୃତ୍ଵ କହୁଛନ୍ତି ଖୁବଶିଘ୍ର ହେବ ତ କେତେବେଳେ କହୁଛନ୍ତି ଠିକ୍ ସମୟରେ ହେବ। କେତେବେଳେ କହୁଛନ୍ତି ପୁଣି ଶୁଭ ସମୟ। ଏହାରି ଭିତରେ ସସସ୍ପେନ୍ସ ଜାରୀ ରହିଛି। ବାରମ୍ବାର ମୂଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତ କରୁଥିବା ବେଳେ ଓଡ଼ିଶା ଦାୟିତ୍ୱରେ ଥିବା ନେତା ପ୍ରଭାରୀ, ସହ ପ୍ରଭାରୀ ମଧ୍ୟ ଘନଘନ ଓଡିଶା ଗସ୍ତରେ ଆସି ବୈଠକ ଓ ଆଲୋଚନା ଜାରୀ ରଖିଛନ୍ତି । ସୋମବାର ବିଜେପି ନେତା ଅରୁଣ ସିଂହ ଓଡିଶା ଗସ୍ତରେ ଆସି ମନ୍ତ୍ରିମଣ୍ଡଳ ଓ ନିଗମ ତାଲିକା ଫାଇନାଲ କରିଥିବା ଚର୍ଚ୍ଚା ହେଉଛି। କାରଣ ରାଜ୍ୟ ବିଜେପି ପ୍ରଭାରୀ ସଂକେତ ଦେଇଛନ୍ତି ଏହି ମାସରେ ସବୁ ଫାଇନାଲ ହେବ। ବିଜେପି ଅନ୍ଦର ମହଲର ସୂଚନା ଅନୁସାରେ
ବିବାଦୀୟ ମନ୍ତ୍ରୀଙ୍କ ଠାରୁ ବିଭାଗ କାଢିନେଇପାରନ୍ତି ମୁଖ୍ୟମନ୍ତ୍ରୀ। ବିଭାଗ ଅଦଳବଦଳ ତାଲିକାରେ ମୋହନଙ୍କ ଟିମର ହେବିଓ୍ବେଟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପ୍ରଭାତୀ ପରିଡା, ସୁରଜ ସୂର୍ଯ୍ୟବଂଶୀ , କୃଷ୍ଣଚନ୍ଦ୍ର ପାତ୍ର, ରବି ନାୟକ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି । ସେହିପରି ମନ୍ତ୍ରିମଣ୍ଡଳରୁ ବାଦ ପଡିବା ତାଲିକାରେ ଗୋକୁଳ ଚନ୍ଦ୍ର ମଲ୍ଲିକ, ପ୍ରଦୀପ ବଳସାମାନ୍ତ, ନିତ୍ୟାନନ୍ଦ ଗଣ୍ଡଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ମନ୍ତ୍ରିମଣ୍ଡଳରେ ସାମିଲ ହେବା ତାଲିକାରେ ଅଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ପ୍ରଶାନ୍ତ ଜଗଦେବ, ଇରାର୍ଷିଶ ଆଚାର୍ଯ୍ୟ, ମନରଂଜନ ଦ୍ୟାନ ସାମନ୍ତରାୟ,ଆଶ୍ରୀତ ପଟ୍ଟନାୟକ, ଅମର ନାୟକ, ପ୍ରକାଶ ସେଠି, ସଂଜଳୀ ମୁର୍ମୁ ଙ୍କ ପ୍ରମୁଖ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ବାଚସ୍ପତି ସୁରୂମା ପାଢୀକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି ମୁଖ୍ୟମନ୍ତ୍ରୀ। ଭାସ୍କର ମଢେଇଙ୍କ ନାଁ ବାଚସ୍ପତି ରେସରେ ରହିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହାରି ଭିତରେ ବିଜେପି ରାଜ୍ୟସଭାପତି, ସଂଗଠନ ସମ୍ପାଦକ,ଓ ମୁଖ୍ୟମନ୍ତ୍ରୀ ଯେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାଙ୍କ ତାଲିକା ପ୍ରସ୍ତୁତ କରି ଚୁଡାନ୍ତ ତାଲିକା ଦିଲ୍ଲୀରେ ଶୀର୍ଷ ନେତୃତ୍ଵ ମୋହର ମାରିବା ପରେ ଅରୁଣ ସିଂହ ଓଡିଶା ଗସ୍ତ କେବେ ଘୋଷଣା କରିବେ ସେ ନେଇ ଆଲୋଚନା କରିଛନ୍ତି ରାଜ୍ୟ ବିଜେପି ନେତାଙ୍କ ସହ।
ଆଜିଠୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଷୋଡ଼ଶ ପୂଜା ଆରମ୍ଭ…
() ଆଜିଠୁ ମାଆଙ୍କ ଷୋଳପୂଜା ଆରମ୍ଭ। ପୀଠରେ ଦେବୀ ଆରାଧନା ଓ ଉପାସନା ଆରମ୍ଭ ହୋଇଛି। ସମସ୍ତ ଶକ୍ତି ପୀଠ ଚଳଚଞଚଳ ହୋଇଛି। ରୀତିନୀତି ଅନୁସାରେ ବିଭିନ୍ନ ଶକ୍ତି ପୀଠରେ ପୂଜା ଆରମ୍ଭ ହୋଇଛି। ପାର୍ବଣର ମହକ ଏବେ ଚାରିଆଡେ଼ ଖେଳି ଯାଇଛି। ମାଆ କଲ୍ୟାଣିମୟୀ, ଜଗତଜନନୀ ସଭିଙ୍କ ଦୁଃଖ ଦୂରକରେ। ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠରେ ଆଜିଠାରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ। ଆଜି ରାତିରୁ ସମସ୍ତ ରୀତିନୀତି ଅନୁସାରେ ୧୬ଟି କଳସ ବସାଯାଇ ପୂଜା ଆରମ୍ଭ କରାଯିବ। ଭାରତ ବର୍ଷର ଗୋଟାଏ ଦେବୀ ପୀଠ ହେଉଛି ମା ବିରଜାଙ୍କ ପୀଠ, ଯେଉଁଠାରେ ୯ଦିନ ଧରି ମାଙ୍କ ବିଜୟା ରଥ ମନ୍ଦିର ପରିକ୍ରମଣ କରେ ବିଶ୍ଵର ମଙ୍ଗଳ ପାଇଁ ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ଶାରଦୀୟ ପୂଜା ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଛି ବିରଜା କ୍ଷେତ୍ର। ଦୂତିଆ ଠାରୁ ମାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥାଏ।ମା ଙ୍କ ର ଏହି ପୂଜା ୧୬ଦିନ ଧରି ହୋଇଥାଏ। ଆଜି ସନ୍ଧ୍ୟାରେ ମା ଙ୍କ ମନ୍ଦିର ରେ ରୀତି ନୀତି ଅନୁସାରେ ପୂଜା ଅର୍ଚ୍ଚନା କରି ବିରାଟ ପଟୁଆରରେ ମନ୍ଦିରରୁ ଛତା ତରାସ ସହ ଘଣ୍ଟ ଘଣ୍ଟା ବଜାଇ ବ୍ରହ୍ମାକୁଣ୍ଡକୁ ଯାଇ କଳସ ପୂଜା ଅର୍ଚ୍ଚନା କରାଯାଇ ୧୬ କଳସ ମଧ୍ୟରୁ ୧୦ କଳସ ସ୍ଥାପନ କରାଯାଇ ଥାଏ।ଆଜି ରାତ୍ର ଠାରୁ ମା ଙ୍କ ର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥାଏ ।ଏହା ସହ ଯଜ୍ଞ ମଣ୍ଡପରେ ଘଟ ସ୍ଥାପନ କରାଯାଇଥାଏ ।








(ଓୟୁଜେ)ପକ୍ଷରୁ ଏନେଇ ବାରମ୍ୱାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ଅବଗତ ଅଛନ୍ତି ବୋଲି ଅନୁଗୁଳ ସଭାଗୃହରେ ଅନୁଷ୍ଠିତ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଛନ୍ତି। ଦେଶର ୧୮ଟି ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ବିଚାର କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ ସଭାଗୃହରେ ଅନୁଷ୍ଠିତ ହୋଇଛି। ଏହି ବୈଠକକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ସାମ୍ବାଦିକ ଏକ ସାଧନା।
ସାମ୍ବାଦିକ ଏକ ବୃତ୍ତି ନୁହେଁ । ରାଜନୀତି ଓ ସାମ୍ବାଦିକ ଭିତରେ ସମନ୍ୱୟ ରହିଛି। ହାତରୁ ଖାଇ ନାଚିବାକୁ ଉଭୟ ନେତା ଓ ସାମ୍ବାଦିକ ନିଶା। ସରକାରଙ୍କ ବିରୋଧରେ ଯାହା ଲେଖିଲେ ବି ସାମ୍ବାଦିକଙ୍କ ଉପରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।





