ଓଡ଼ିଶାର ଚିତ୍ର ଏବେ ଯୌନ ଉତପୀଡନା ଓ ନାରୀ ନିର୍ଯାତନା : ବିରୋଧୀ ଦଳ

ଓଡ଼ିଶାର ଚିତ୍ର ଏବେ ଯୌନ ଉତପୀଡନା ଓ ନାରୀ ନିର୍ଯାତନା ବୋଲି  ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଅଭିଯୋଗ କରିଛନ୍ତି । ମୂଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ତାଙ୍କ ଯୁକ୍ତି ହେଉଛି ମହିଳା ସୁରକ୍ଷା ଦେବାରେ ସରକାର ବିଫଳ। ଦୁଷ୍କର୍ମ ଦୁର୍ବ୍ୟବହାର ବୋଲି କହିବା ପ୍ରମାଣିତ କରିଛି ସରକାର ମହିଳା ସୁରକ୍ଷା ଉପରେ କେତେ ଉଦାସୀନତା ଅଛନ୍ତି । ପୋଲିସ କୁ ଅପରାଧୀଙ୍କ ଡର ନାହିଁ। ମହିଳା ସୁରକ୍ଷା ଏବେ ପ୍ରହସନରେ ପରିଣତ ହୋଇଛି। କେନ୍ଦୁଝରରୁ ମାଲକାନଗିରି ଯାଏ ସବୁଠୁ ନାବାଳିକାକୁ ଦୁଷ୍କର୍ମ କରି ଅପରାଧୀ ଏଯାଏ ଗିରଫ ହୋଇନାହିଁ। ଦିନକୁ ଦିନ ମହିଳା ନିର୍ଯାତାର ବୃଦ୍ଧି ପାଇବା ଓଡ଼ିଶା ପାଇଁ ଲଜ୍ଜ୍ୟା।
ସେହିପରି କଂଗ୍ରେସ ବିଧାୟକ ଅଶୋକ ଦାସ ତଥ୍ୟ ଦେଇ ଦେଢ଼ ବର୍ଷର ବିଜେପି ସରକାରକୁ କଡା ସମାଲୋଚନା କରିଥିଲେ।ସରକାର ମହିଳାଂକୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ସବୁବେଳେ ପୂର୍ବ ସରକାରଙ୍କ କଥା କହି ଖସିଯିବାକୁ ବସିଛନ୍ତି। ୨୦୨୪ ଜୁନ ୨୪ ତାରିଖରୁ ୨୦୨୫ ଜୁଲାଇ ୨୫ ଭିତରେ ଓଡ଼ିଶାର ୨୦୩୩ଟି ରେପ୍ ମାମଲା ରୁଜୁ ହୋଇଛି। ୮୨୭ଟି ଅପହରଣ ହୋଇଛି। ବାଲେଶ୍ଵର ଠାରୁ ଢେଙ୍କାନାଳ, ଜଳେଶ୍ଵର, ନୀଳଗିରିରୁ ମାଲକାନଗିରି mv ଘଟଣା ଯାଏ ସବୁଠି ମହିଳା ମାନେ ଅସୁରକ୍ଷିତ। ଏ ସବୁ ଘଟଣା ସାମ୍ନା କୁ ଆସିଲା ପରେ ମହିଳା ମାନେ ଓଡ଼ିଶାରେ କେତେ ସୁରକ୍ଷିତ ତାହା ସରକାର ଅନୁଭବ କରନ୍ତୁ । ସରକାର ମହିଳା ସୁରକ୍ଷା ଉପରେ ସଚେତନ ହୁଅନ୍ତୁ। ମହିଳା ସୁରକ୍ଷା ଦେବାରେ ବିଜେପି ସରକାର ଉଦାସୀନତା ଦେଖାଇ ଛନ୍ତି। କୁଆଡେ ଗଲା ସରକାର ମହିଳା ସୁରକ୍ଷା ଦେବା ନେଇ ଶୂନ୍ୟସହନଶିଲତା । ଆଜି ମା ମାନେ ଡରୁଛନ୍ତି ଝିଅ କୁ ସ୍କୁଲ ଓ କଲେଜ୍ କୁ ଛାଡ଼ିବାକୁ। ରାଜଧାନୀ ମଧ୍ୟ ଚୋରି ଓ ଡକାୟତି ବଢ଼ିଛି। ବିରୋଧି ଙ୍କ ଅଭିଯୋଗର ଜବାବ ଦେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ 21 ରି ଫାଷ୍ଟ ଟ୍ରାକ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। 45 ଟି କୋର୍ଟ ଖୋଲିବାକୁ କହିଥିଲେ କେନ୍ଦ୍ର ସରକାର୍ମହିଳା ସୁରକ୍ଷା କ୍ଷେତ୍ରରେ ସୁଭଦ୍ରା ସୁରକ୍ଷା ଯୋଜନା ସହାୟକ ହେଉଛି3.3 ପ୍ରତିଶତ ଦୁଷ୍କର୍ମ ମାମଲା ହ୍ରାସ ପାଇଛି।ଥାନା ଖାଲି ପଡୁଥିଲା ପୂର୍ବ ସରକାରରେ। କାହିଁକି ପଦବୀ ପୂରଣ କରୁନଥିଲେ ତାହା ଆଜି ବି ପ୍ରଶ୍ନ ସୃଷ୍ଟି କରୁଛି।ମୁଲତବୀ ଆଲୋଚନା ସମୟରେ ଗୃହରେ ଉତ୍ତର ରଖି କହିଛନ୍ତି ଆଇନ ମନ୍ତ୍ରୀ।

ଚାଷୀଙ୍କ ଭାଗ୍ୟ ସହ ଖେଳୁଛନ୍ତି ସରକାର, ସତର୍କ କଲେ ବିଜେଡି ର ବରିଷ୍ଠ ବିଧାୟକ

ଧାନ କିଣା ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ. ଧାନ କିଣାରେ ପ୍ରବଳ ଅବ୍ୟବସ୍ଥା ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି. DLPC ନିଷ୍ପତ୍ତି ଅନୁସାରେ ଆଜିଠାରୁ ବରଗଡ ଓ ସମ୍ବଲପୁର ଜିଲ୍ଲାରେ ଧାନ ଉଠିବା କଥା. ହେଲେ ବରଗଡରେ ଏଯାଏଁ ଉଠି ନାହିଁ. ମଣ୍ଡି ଆଗରେ ଧାନ ଧରି ଚାଷୀ ଠିଆ ହୋଇଛନ୍ତି. ହଜାର ହଜାର ସଂଖ୍ୟାରେ ଚାଷୀ ପଞ୍ଜିକରଣ ହୋଇ ନାହାନ୍ତି. ଯେଉଁଥି ପାଇଁ ଅଭାବୀ ବିକ୍ରି ଆରମ୍ଭ ହୋଇ ଗଲାଣି. ମିଲର କହୁଛନ୍ତି ସ୍ଥାନ ନାହିଁ ଧାନ ରଖିବାକୁ. ହେଲେ ସରକାର କହୁଛନ୍ତି ଜାଗା ଅଛି. ଯଦି ଜାଗା ଅଛି, ଅଭାବୀ ବିକ୍ରି କାହିଁକି ହେଉଛି? FCI ଚାଉଳ ଉଠାଉ ନାହିଁ. ଡବଲ ଇଂଜିନ ସରକାରରେ ଗୋଟେ ଇଂଜିନ ଆଉ ଗୋଟେ ଇଂଜିନକୁ ସମର୍ଥନ କରୁନି. ଗତ ବର୍ଷ ଖରିଫରେ ବି ଅଧିକ ଚାଉଳ ଉଠାଇଲା ନାହିଁ FCI. ରାଜ୍ୟ ସରକାରଙ୍କୁ ଟଙ୍କା ବି ଦେଉନି FCI. ସରକାର କିଛି କରି ପାରୁ ନାହାନ୍ତି. ଆଖି ଥାଉ ଥାଉ ଅନ୍ଧ ହୋଇ ଗଲେଣି ସରକାର. ଚାଷୀ ହନ୍ତସନ୍ତ ହେଲେଣି. ସେପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଲେ ଯେ ଧାନ ରଖିବାକୁ ପର୍ଯ୍ୟାପ୍ତ ଅଛି. ଯେଉଁଠି ଧାନ ପ୍ରସ୍ତୁତ ହେଲାଣି, ସେଠି ଚାଷୀଙ୍କୁ ମଣ୍ଡି ଦିଆ ସରିଲାଣି. ବରଗଡ଼ରେ ଆଜି ଠାରୁ ଆରମ୍ଭ ହେଲା. ଜାନୁଆରୀରେ ଉପକୂଳ ଓଡ଼ିଶାରେ ମଣ୍ଡି ଖୋଲିବ. ବିରୋଧୀ ଯାହା କହି ପାରିବେ. ହେଲେ ଗତ ବର୍ଷ ଧାନ କିଣା ହେଲା ଓ ସବସିଡି ମିଳିଲା. ଚଳିତ ବର୍ଷ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି. ଚାଷୀ କେମିତି ଭଲ ଟଙ୍କା ପାଇବେ, ତାହା ସରକାର ଦେଖୁଛନ୍ତି. ଡ୍ରୋନ ସର୍ଭେ ପରେ ସବୁ ତଦନ୍ତ କରି ଚାଷୀ ବାଦ ପଡିଛନ୍ତି । କଂଗ୍ରେସ ମଧ୍ୟ ଧାନ କିଣା ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଛି।

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

 ଶନିବାରୁ ଠାରୁ ଆରମ୍ଭ ହେବ ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ନଭେମ୍ବର ୨୯ ଓ ୩୦ ତାରିଖରେ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଛି ।
ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି ସାହିତ୍ୟ ଉତ୍ସବ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷର୍ର ପ୍ରସଙ୍ଗ ରହିଛି ‘କଲ୍‌ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ’ ଅର୍ଥାତ୍ ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା ।
ଉତ୍ସବର ପ୍ରଥମ ଦିନ ଅର୍ଥାତ ନଭେମ୍ବର ୨୯ ତାରିଖ ଶନିବାର ଦିନ ସୋଆ ସାହିତ୍ୟ ଉତ୍ସବକୁ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଉଦ୍‌ଘାଟନ କରିବେ ।
ଏହି ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ ।
ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ବର୍ଷ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ ।
ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।
ଏହି କାର୍ଯ୍ୟକ୍ରମରେ ଶବ୍ଦର ଯାଦୁକର ଜାଭେଦ ଅଖତର ସମ୍ମାନ ଗ୍ରହଣ କରିବା ସହ ନିଜର ଅଭିଭାଷଣ ରଖିବେ ।
କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଏବଂ ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ସୋଆ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ଉପସ୍ଥିତ ରହି ବକ୍ତବ୍ୟ ରଖିବେ ।
ସେହିପରି ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ଅର୍ଥାତ ନଭେମ୍ବର ୩୦ ତାରିଖ ରବିବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିବା ସହ ନିଜର ଅଭିଭାଷଣ ରଖିବେ ।
ଆୟୋଜିତ ଏହି ଉତ୍ସବର ଦ୍ୱିତୀୟ ଦିନରେ ଜନଜାତି ସଂସ୍କୃତିକୁ ନେଇ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି । ଏହି ସ୍ୱତନ୍ତ୍ର ଅଧିବେଶନର ପ୍ରସଙ୍ଗ ରହିଛି ‘କଲ୍‌ଚର: ଦ ହେରିଟେଜ ୱି ମଷ୍ଟ ପ୍ରିଜର୍ଭ’ ଅର୍ଥାତ ‘ଜନଜାତି ସଂସ୍କୃତି: ଏହାର ଐତିହ୍ୟକୁ ଆମେ ସଂରକ୍ଷିତ ରଖିବା ଉଚିତ୍‌’ ରହିଛି ।
ଏହି ଅବସରରେ ଓଡ଼ିଆ ଯୁବ କବି ଓ ଲେଖକ ସୁର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ପୁରସ୍କାର ୨୦୨୫ ସମ୍ମାନରେ ସମ୍ମାନିତ କରାଯିବ ।
ବର୍ଷା ପ୍ରକାଶନୀ ଦ୍ୱାରା ୨୦୨୪ରେ ପ୍ରକାଶିତ ଶ୍ରୀ ତ୍ରିପାଠୀଙ୍କର କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆ ପୁଚି ନାରଙ୍ଗ’ ନିମନ୍ତେ ବିଚାରକ ମଣ୍ଡଳୀ ସର୍ବସମ୍ମତି କ୍ରମେ ତାଙ୍କ ନାମକୁ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି । ଏହି ସଂକଳନରେ ୧୨ଟି ଗଳ୍ପ ରହିଛି ଯେଉଁଥିରେ ଲେଖକ ମଣିଷର ମନସ୍ତତ୍ୱ ଏବଂ ସମସାମୟିକ ଅନୁଭୂତିର ନିଚ୍ଛକ ପରିପ୍ରକାଶ କରିଛନ୍ତି ।
ଦ୍ୱିତୀୟ ଦିନର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ପି.କେ. ପାତ୍ର ଅଧ୍ୟକ୍ଷତା କରିବେ ଏବଂ ପ୍ରାଚୀନର ମୁଖ୍ୟ ପ୍ରଫେସର ପଣ୍ଡା ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଦାସ ଉପସ୍ଥିତ ରହିବେ ।
ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ବିଶିଷ୍ଟ ଲେଖକ, କବି, ଚିତ୍ରକର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନିଆ ଏହି ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ।

ଆସୁଛନ୍ତି ଶବ୍ଦର ଯାଦୁକର ଜାଭେଦ ଅଖତର ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ହେବେ ସମ୍ବର୍ଦ୍ଧିତ

ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରର ଉଜ୍ୱଳ ତାରକା, ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରାଯିବ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ ।
ଏହି ସମ୍ମାନ ଗ୍ରହଣ କରିବା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଂଚିବେ ଜାଭେଦ ଅଖତର । ସମ୍ମାନ ଗ୍ରହଣ କରିବା ନେଇ ଜାଭେଦ ଅଖତର ନିଜେ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ସୂଚନା ଦେଇଛନ୍ତି । ନିଜ ଭିଡ଼ିଓ ବାର୍ତାରେ ଜାଭେଦ ଅଖତର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ସୋଆ ସାହିତ୍ୟ ସମ୍ମାନ ଗ୍ରହଣ କରିବା ନିମନ୍ତେ ଆସୁଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏଥି ସହିତ ସାହିତ୍ୟ ଉତ୍ସବର ଆୟୋଜକ ଏବଂ ଏଥିରେ ଭାଗ ନେଉଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସବର ସଫଳତା ନେଇ ଆଶା ବ୍ୟକ୍ତ କରିଛନ୍ତି ।
ଅଖତର ଏକାଧାରରେ ଜଣେ ସଂଳାପ ଲେଖକ, ଗୀତିକାର, କବି ଏବଂ ଚିନ୍ତକ । ତାଙ୍କର ଲେଖନୀ ଆଧୁନିକ ଭାରତର ଭାବପ୍ରବଣ ଓ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଆସିଛି । ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିଛି ।
ବିଶିଷ୍ଟ ଊର୍ଦ୍ଦୁ କବି ଓ ସଂଳାପ ଲେଖକ ଜାନ ନିସାର ଅଖତର ଏବଂ ଶିକ୍ଷୟତ୍ରୀ ଓ ଲେଖିକା ସାଫିଆ ଅଖତରଙ୍କ ସୁପୁତ୍ର ଜାଭେଦ ଅଖତରଙ୍କ ସାତ ପିଢ଼ି ସାହିତ୍ୟ ସାଧନାରେ ଜଡ଼ିତ ରହିଥିବାର ସୂଚନା ରହିଛି । ପାଂଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମ ଭୁଷଣ ଓ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କର କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି । ଭାରତୀୟ ସିନେମାର ଶବ୍ଦର ଯାଦୁକର ଭାବେ ପରିଚିତ ଜାଭେଦ ଅଖତରଙ୍କ ସାହିତ୍ୟ କୃତି ଯୁବପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରି ଆସିଛି ।
ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତୀ ଓ ଉତରୀୟ ପ୍ରଦାନ କରାଯିବ । ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।
ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍‌ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା । ଏହି ସୂଚନା ଦେଇଛନ୍ତି ପ୍ରାଚୀନର ମୁଖ୍ୟ ତଥା ଉତ୍ସବର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା ।
ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଲେଖକ, କବି, ଚିତ୍ରକାର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନିଆ ଏହି ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ବୋଲି ପ୍ରଫେସର ପଣ୍ଡା ସୂଚନା ଦେଇଛନ୍ତି ।

ମଙ୍ଗଳବାର ସୋଆରେ ଆୟୋଜିତ ହେବ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍‌ର ଆଂଚଳିକ ସମ୍ମିଳନୀ

  ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଇନ୍‌ଷ୍ଟିଚ୍ୟୁସନ୍‌ସ ଇନୋଭେସନ୍ କାଉନ୍‌ସିଲ୍ (ଆଇଆଇସିର ୨୦୨୫ ନିମନ୍ତେ ଆଂଚଳିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଶିକ୍ଷା କ୍ଷେତ୍ରର ନେତୃବର୍ଗ, ନୀତି ନିର୍ଦ୍ଧାରକ, ଇନ୍‌କ୍ୟୁବେସନ୍ ମ୍ୟାନେଜର, ବିଭିନ୍ନ ଷ୍ଟାର୍ଟ -ଅପ୍‌, ଶିଳ୍ପ ଏବଂ ଉଦ୍‌ଭାବନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ବ୍ୟକ୍ତି ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ ହେବେ ।
କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଇନୋଭେସନ୍ ସେଲ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସୋଆର ଅଟଳ ଇନ୍‌କ୍ୟୁବେସନ୍ ସେଂଟର (ଏଆଇସି) ସହଯୋଗ କରୁଛି ବୋଲି ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ କହିଛନ୍ତି ।
ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ୍ ଦ୍ୱାରା ଆଇଆଇସି ପ୍ରସ୍ତୁତ ହୋଇଥିବା ବେଳେ ଏହା ଏଆଇସିଟିଇ ଦ୍ୱାରା ପରିଚାଳିତ ହେଉଛି । ୨୦୧୮ରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଦ୍‌ଭାବନକୁ ଏକ ନୂତନ ଦିଗ ଦେବା ଲକ୍ଷ୍ୟ ନେଇ ଆଇଆଇସିକୁ ସାରା ଦେଶରେ ଆରମ୍ଭ କରାଯାଇଥିବା ବେଳେ ଏହା ବର୍ତମାନ ଦେଶର ୩୬ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୬,୪୦୦ ଉଚ୍ଚ ଶିକ୍ଷା କେନ୍ଦ୍ରରେ ନିଜର କାୟା ବିସ୍ତାର କରିଛି ବୋଲି ଏଆଇସିଟିଇର ଆସିଷ୍ଟାଂଟ ଇନୋଭେସନ୍ ଡାଇରେକ୍ଟର ଡକ୍ଟର ଦୀପନ ସାହୁ କହିଛନ୍ତି ।
ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ପାରସ୍ପରିକ ଆଲୋଚନା, ଉଦ୍‌ଭାବନ ଏବଂ ଷ୍ଟାର୍ଟ-ଅପ ସମ୍ବନ୍ଧୀୟ ପ୍ରଦର୍ଶନୀ, ବିଶେଷଜ୍ଞଙ୍କ ଦ୍ୱାରା ତଥ୍ୟ ଉପସ୍ଥାପନ ଏବଂ ବିଭିନ୍ନ ପାନେଲ ଆଲୋଚନା ହିଁ ଏହି ଆଇଆଇସି ଆଂଚଳିକ ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି ଡକ୍ଟର ସାହୁ କହିଛନ୍ତି ।
କାର୍ଯ୍ୟକ୍ରମରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରମ ଭର୍ଚୁଆଲି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଭାରତ ସରକାରଙ୍କ ଜାତୀୟ ଗବେଷଣା ବିକାଶ ଆୟୋଗର ସିନିୟର ରିଜିଓନାଲ୍ ମ୍ୟାନେଜର ଏବଂ ହେଡ ଆଉଟରିଚ୍ ଅଫିସ ଡକ୍ଟର ବିଜୟ କୁମାର ସାହୁ, ବିଶାଖାପାଟଣା ସ୍ଥିତ ରତନ ଟାଟା ଇନୋଭେସନ ହବ୍‌ର ସିଇଓ ଶ୍ରୀ ରବି ଇଶ୍ୱାରୁପୁ, ଓଡ଼ିଶା ସରକାରଙ୍କ ଅଧିନସ୍ଥ ଷ୍ଟାର୍ଟ-ଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତି ରଶ୍ମିତା ପଣ୍ଡା, ଆଇଆଇଟି, ବମ୍ବେର ପ୍ରଫେସର ଏମରିଟସ ପ୍ରଫେସର ଦୀପକ ବି. ପାଠକ, ଭାରତ ସରକାରଙ୍କ ଟେଲିକମ୍ ସେକ୍ଟର ସ୍କିଲ କାଉନ୍‌ସିଲର ପୂର୍ବତନ ସିଇଓ ଡକ୍ଟର ଯଦୁମଣୀ ଜେନା, ଏଆଇସିଟିଇର ଆସିଷ୍ଟାଂଟ ଇନୋଭେସନ୍ ଡାଇରେକ୍ଟର ଡକ୍ଟର ଦୀପନ ସାହୁ ଏବଂ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିବେ । ଆଇଆଇଟି ମାଡ୍ରାସର ପ୍ରଫେସର ଅଶୋକ ଝୁନଝୁନୱାଲା କାର୍ଯ୍ୟକ୍ରମରେ ଭର୍ଚୁଆଲୀ ବକ୍ତବ୍ୟ ପ୍ରଦାନ କରିବେ ।

ମହିଳା ସଶକ୍ତୀକରଣ ଶାସନ ସୁଦୃଢ଼ୀକରଣ ପାଇଁ ଏକ ରଣନୀତିକ ଆବଶ୍ୟକତା: କୂଟନୀତିଜ୍ଞ

 ଶାସନ ସୁଦୃଢ଼ୀକରଣ ଓ ଏକ ଅନ୍ତର୍ଭୁକ୍ତ ସଂସ୍କୃତି ସୃଷ୍ଟି ନିମନ୍ତେ ମହିଳା ସଶକ୍ତୀକରଣ ଏକ ରଣନୈତିକ ଆବଶ୍ୟକ ବୋଲି ଭାରତରେ ଅବସ୍ଥାପିତ ୮ଟି ଦେଶର କୂଟନୀତିଜ୍ଞ ଓ ପ୍ରତିନିଧି ସୋମବାର ମତ ପ୍ରଦାନ କରିଛନ୍ତି ।
ଚିରାଚରିତ ପୁରାତନ ପ୍ରଥାକୁ ଭାଙ୍ଗି ମହିଳାମାନଙ୍କୁ ସମାନ ଅଧିକାର ଦେବା ସହ ବିକାଶ ଏବଂ ସୁଶାସନ ନିମନ୍ତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ରିଡିଫାଇନିଂ ଲିଡରସିପ୍ : ଦ ରାଇଜ ଅଫ୍ ୱିମେନ୍ ଇନ୍ ଗ୍ଲୋବାଲ ଗଭର୍ଣ୍ଣାନ୍ସ’ ଶୀର୍ଷକ ପ୍ରସଙ୍ଗରେ ଏହି ବକ୍ତାମାନେ ମତ ରଖିଛନ୍ତି ।
ଶାସନ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନର ଆବଶ୍ୟକତା ରହିଛି ଏବଂ ସେମାନେ ପୂର୍ଣ୍ଣମାତ୍ରାରେ ଏଥି ସହିତ ଜଡ଼ିତ ହେବା ଉଚିତ୍ । କାରଣ ସେମାନେ ଯାହା ବି କାର୍ଯ୍ୟ କରିଥାନ୍ତି ସେଥିରେ ନୂତନ ଉଦ୍‌ଭାବନ ଏବଂ ନୂତନତ୍ୱର ଛାପ ରହିଥାଏ ବୋଲି କହିଛନ୍ତି ସ୍ପେନ୍‌ର ରାଷ୍ଟ୍ରଦୂତ ଶ୍ରୀ ଜୁଆନ୍ ଆନ୍‌ଟୋନିଓ ମାର୍ଚ ପୁଜୋଲ ।
ଶାସନର କେନ୍ଦ୍ର ସ୍ଥଳରେ ମଣିଷର ସମ୍ମାନ ରହିବା ଉଚିତ୍ ଏବଂ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ନେତୃତ୍ୱ କେବଳ କିଛି ହାତଗଣତିଙ୍କ ଦାୟିତ୍ୱ ନୁହେଁ । ଏହା ସାମୁହିକ ଏବଂ ଦୟାପୂର୍ବକ ହେବା ଉଚିତ୍ ବୋଲି ଶ୍ରୀ ପୁଜୋଲ କହିଛନ୍ତି ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଗାଏନାର ରାଷ୍ଟ୍ରଦୂତ ଶ୍ରୀ ଧର୍ମକୁମାର ସିରାଜ, ଆଲଜେରିଆର ରାଷ୍ଟ୍ରଦୂତ ଡକ୍ଟର ଆବଡେନୋର ଖେଲିଫି, ମାଲଦ୍ୱୀପର ହାଇକମିଶନର ଶ୍ରୀମତି ଆଇସେତ ଆଜିମା, ସେସେଲ୍ସର ହାଇକମିଶନର ଶ୍ରୀମତି ହାରିସୋଆ ଲାଲାଟିଆନା ଆକୋଉଚେ, ଗାଏନା ଏମ୍ବାସୀର ଫାଷ୍ଟ ସେକ୍ରେଟାରୀ ଶ୍ରୀ କେଶଭ ପରସାଉଦ ତେୱାରୀ, ଟିମୋର ଲେଷ୍ଟ ଏମ୍ବାସୀର ସେକେଣ୍ଡ ସେକ୍ରେଟାରୀ ଶ୍ରୀ ଆନେ୍‌ଟୋନିଓ ମାରିଆ ଦେ ଜେସସ୍ ଦୋସ ସାନ୍ତୋଷ ଏବଂ ବଲିଭିଆ ଏମ୍ବାସୀର କାଉନ୍‌ସେଲର ଶ୍ରୀମତି ଆର୍ଲେଟ ଗାବ୍ରିଏଲା ବୁସ୍ତାମାଂଟେ ଗାର୍ସିଆ ବକ୍ତବ୍ୟ ରଖିଥିଲେ । ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ପ୍ରସଙ୍ଗକୁ ରୋଚକ ବୋଲି ଦର୍ଶାଇ ଶ୍ରୀ ସିରାଜ କହିଥିଲେ ଯେ ଗାଏନା ୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏକ ଛୋଟ ଦେଶ ହୋଇଥିଲେ ମଧ୍ୟ ମହିଳାମାନେ ଏଠାକାର ଶାସନ କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଥିବା ବେଳେ ଶାସନତନ୍ତ୍ରରେ ଏକତା ଓ ସମାନତା ଆଣିବା ଏହି ଦେଶର ପ୍ରୟାସ । ମହିଳାମାନଙ୍କର ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ସଶକ୍ତୀକରଣ କ୍ଷେତ୍ରରେ ଏହି ସରକାର ଖୁବ ଯତ୍ନବାନ ବୋଲି ସେ କହିଥିଲେ ।
ଗାଏନାରେ ପ୍ରାୟ ୯୦ ହଜାର ମହିଳା ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ନେଇସାରିଥିବା ବେଳେ ଆହୁରି ଅନେକ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଦେଶର ୩୭ ପ୍ରତିଶତ ଲୋକ ସଂଖ୍ୟା ମୂଳ ଭାରତୀୟ ଅଟନ୍ତି ।
ଆଲ୍‌ଜେରିଆର ରାଷ୍ଟ୍ରଦୂତ ଡକ୍ଟର ଖେଲିଫି କହିଥିଲେ ଯେ ତାଙ୍କ ଦେଶରେ ମହିଳାମାନେ ନେତୃତ୍ୱ କ୍ଷେତ୍ରରେ ଅସୀମ ସାହସ ପ୍ରଦର୍ଶନ କରିଥିବା ବେଳେ ମହିଳାମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗ ନେବା ନିମନ୍ତେ ସମସ୍ତ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଆଲଜେରିଆର ୫୦ ପ୍ରତିଶତ ବିଚାରପତି ମହିଳା ହୋଇଥିବା ବେଳେ ଦେଶର ବିଶ୍ୱବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୩ ପ୍ରତିଶତ ଛାତ୍ରୀ ।
ମାଳଦ୍ୱୀପର ହାଇକମିଶନର ଶ୍ରୀମତି ଆଜିମା କହିଥିଲେ ଯେ ପ୍ରଚଳିତ ବ୍ୟବସ୍ଥାରେ ମହିଳାମାନେ ତାଙ୍କ ଦେଶର ସମାଜର ମେରୁଦଣ୍ଡ ଭାବେ ଉଭା ହୋଇଥିିବା ବେଳେ ଜଳବାୟୁ ପରିବର୍ତନ ମୁକାବିଲା କ୍ଷେତ୍ରରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ।
ସେସଲ୍ସର ହାଇକମିଶନର ଶ୍ରୀମତି ଆକୋଉଚେ କହିଥିଲେ ଯେ ନେତୃତ୍ୱ ପୁରୁଷ କିମ୍ବା ମହିଳା ନୁହେଁ ବରଂ ଦକ୍ଷତା ବଳରେ ପ୍ରତିପାଦିତ ହୋଇଥାଏ । ଦୁଇ ସପ୍ତାହ ପୂର୍ବରୁ ସେସଲ୍‌ସରେ ନୂଆ ସରକାର ଶପଥ ଗ୍ରହଣ କରିଥିବା ବେଳେ ଏହାର ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୮ ଜଣ ମହିଳା ଅଟନ୍ତି । ସେହିପରି ଜାତୀୟ ଆସେମ୍ବ୍ଲିର ବାଚସ୍ପତି ଭାବେ ଜଣେ ୩୫ ବର୍ଷର୍ୀୟା ମହିଳା ଦାୟିତ୍ୱ ନିର୍ବାହ କରୁଛନ୍ତି ।
କାର୍ଯ୍ୟକ୍ରମ ଶେଷରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସୋଆରେ ୩ – ଦିନିଆ ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ

0

 ଡିଜିଟାଲ୍ ଦୃଶ୍ୟପଟ୍ଟରେ ସାମାଜିକ ପରିବେଶ ପୁନଃଚିନ୍ତନ ବର୍ତମାନ ପରିସ୍ଥିତିରେ ମଣିଷ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛି । ବୈଷୟିକ ଜ୍ଞାନ କୌଶଳ କିଭଳି ଭାବରେ ଆମ ସମ୍ପର୍କକୁ ପରିବେଶ ସହ ଅଫଲାଇନ୍ ଏବଂ ଅନ୍‌ଲାଇନ୍‌ରେ ଯୋଡ଼ିବାରେ ଲାଗିଛି ସେହି ପ୍ରସଙ୍ଗକୁ ନେଇ ବିଶେଷଜ୍ଞମାନେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ, ସୋସାଇଟି ଅଫ୍ ଏକ୍ସଟେନ୍‌ସନ୍ ଏଜୁକେସନ୍‌, ଆଗ୍ରା ଏବଂ ସେଂଟ୍ରାଲ୍ ୟୁନିଭର୍ସିଟି ଅଫ୍ ଓଡ଼ିଶା, କୋରାପୁଟର ମିଳିତ ସହଭାଗିତାରେ ଦ୍ୱିତୀୟ ଇନଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ ହୋଇଛି । ସୋଆର କ୍ୟାମ୍ପସ – ୪ ସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମର ପ୍ରସଙ୍ଗ ରହିଛି ‘ ରିଥିଙ୍କିଙ୍ଗ ସୋସିଆଲ୍ ଇକୋଲଜି ଇନ୍ ଏ ଡିଜିଟାଲ୍ ଲ୍ୟାଣ୍ଡସ୍କେପ୍‌’ ଅର୍ଥାତ ଡିଜିଟାଲ୍ ଦୃଶ୍ୟପଟ୍ଟରେ ସାମାଜିକ ପରିବେଶର ପୁନଃଚିନ୍ତନ ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି କାଯ୍ୟଁକ୍ରମ ସୋଆର ଗବେଷକ, ଛାତ୍ରଛାତ୍ରୀ ଏବଂ କୃଷି କ୍ଷେତ୍ରରେ ଗବେଷଣା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସହାୟକ ହେବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଣ୍ଡିଆନ୍ ରିସର୍ଚ୍ଚ ଜର୍ଣ୍ଣାଲ୍ ଅଫ୍ ଏକ୍ସଟେନ୍‌ସନ୍ ଏଜୁକେସନ୍‌ର (ଆଇଆରଜେଇଇ) ୨୫ ବର୍ଷ ପୂର୍ତିୀ ଅବସରରେ ଲୋଗୋ ଉନ୍ମୋଚନ କରାଯାଇଥିଲା ।
ଏହି ଅବସରରେ ସୋସାଇଟି ଅଫ୍ ଏକ୍ସଟେନ୍‌ସନ୍ ଏଜୁକେସନ୍‌, ଆଗ୍ରାର ସାଧାରଣ ସମ୍ପାଦକ ପ୍ରଫେସର ଜୀତେନ୍ଦ୍ର କୁମାର ଚୌହ୍ୱାନ୍‌, ଏସ୍‌ଇଇଏ ଏବଂ ଆଇଆର୍‌ଜେଇଇ ର ସଫଳତା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ପଶ୍ଚିମ ବଂଗ ସ୍ଥିତ ଉତର ବଂଗ କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବବ୍ରତ ବସୁ, ଜିବି ପନ୍ତ ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲଜିର କୁଳପତି ପ୍ରଫେସର ଏମ୍‌. ଏସ୍ ଚୌହ୍ୱାନ୍‌, କୋରାପୁଟ ସ୍ଥିତ ସେଂଟ୍ରାଲ୍ ୟୁନିଭର୍ସିଟି ଅଫ ଓଡ଼ିଶାର କୁଳପତି ପ୍ରଫେସର ଏନ୍‌.ସି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତନ, ମଣିଷ ଓ କୃଷି ଉପରେ ଏହାର ପ୍ରଭାବ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳର ଯୁଗରେ ସାମାଜିକ ଗଣମାଧ୍ୟମ ସହ ଖାପ ଖୁଆଇ ମଣିଷ କିଭଳି ଗତି କରୁଛି ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
ସୋସାଇଟି ଅଫ୍ ଏକ୍ସଟେନସନ୍ ଏଜୁକେସନ୍‌ର ସଭାପତି ତଥା ସେଂଟ୍ରାଲ୍ ଏଗ୍ରିକଲ୍‌ଚରାଲ ୟୁନିଭର୍ସିଟି (ସିଏୟୁ), ଇମ୍ଫାଲ୍‌ର ପୂର୍ବତନ କୁଳପତି ପ୍ରଫେସର ଏମ୍‌. ପ୍ରେମଜିତ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏୟୁର କୁଳପତି ପ୍ରଫେସର ଅନୁପମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ବିଷୟବସ୍ତୁକୁ ନେଇ ସୃ୍‌ଷ୍ଟି ହୋଇଥିବା ଆହ୍ୱାନ୍ ଓ ସୁଯୋଗ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଅନ୍‌ଲାଇନ୍‌ରେ ଯୋଡ଼ି ହୋଇଥିବା ମଣିଷ କିଭଳି ଅଫ୍‌ଲାଇନ୍‌ରେ ଉପୁଜୁଥିବା ପରିବେଶ ଜନିତ ସମସ୍ୟାର ସମାଧାନ କରିପାରିବ ସେ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଆଇଇଇସି ୨୦୨୫ର ଅର୍ଗାନାଇଜିଂ ସେକ୍ରେଟାରୀ କୌଶିକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ୩- ଦିନିଆ କାର୍ଯ୍ୟକ୍ରମର କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ସୋଆ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଥିବା ବେଳେ ସହ ଅଧ୍ୟକ୍ଷ ଭାବେ ପ୍ରଫେସର ବିବୁଧ ପରାଶର ଏବଂ ଅର୍ଗାନାଇଜିଂ ସେକ୍ରେଟାରୀ ଭାବେ ଆସୋସିଏଟ୍ ପ୍ରଫେସର ଡକ୍ଟର ଅଂଶୁମାନ ଜେନା ଦାୟିତ୍ୱ ନିର୍ବାହ କରୁଛନ୍ତି ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ସୋଆ କୁଳପତି ପ୍ରଦୀପ୍ତ କୁମାର ନନ୍ଦ, ସେଂଟ୍ରାଲ୍ ୟୁନିଭର୍ସଟି ଅଫ୍ ଓଡ଼ିଶା, କୋରାପୁଟର କୁଳପତି ପ୍ରଫେସର ଏନ୍‌.ସି. ପଣ୍ଡା, ଜିବି ପନ୍ତ ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲଜିର କୁଳପତି ପ୍ରଫେସର ଏମ୍‌. ଏସ୍‌. ଚୌହ୍ୱାନ୍‌, ସିଏୟୁ ଇମ୍ଫାଲ୍‌ର କୁଳପତି ପ୍ରଫେସର ଅନୁପମ ମିଶ୍ର, ଉତର ପ୍ରଦେଶ ମଥୁରା ସ୍ଥିତ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଏମ୍‌.ବି ଛେତ୍ରି, କର୍ଣ୍ଣାଟକ ସ୍ଥିତ ରାୟଚୁର ସ୍ଥିତ ୟୁଏଏସ୍ ର ପୂର୍ବତନ କୁଳପତି ପ୍ରଫେସର ଏସ୍‌.କେ. ମେତି, କେରଳ ସ୍ଥିତ କାୟାମକୁଲମର କ୍ରିଷ୍ଣାପୁରମ୍ ସ୍ଥିତ ଆଇସିଏଆର୍ ସିପିସିଆରଆଇ ରିଜିଓନାଲ ଷ୍ଟେସନ୍‌ର ପ୍ରିନ୍ସିପାଲ୍ ସାଇନ୍‌ଟିଷ୍ଟ ଡକ୍ଟର ଅନୀଥାକୁମାରୀ ପି. ଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡରେ ସମ୍ମାନିତ କରାଯାଇଥିବା ବେଳେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କୁ ଏସଇଇ ଫେଲୋ ଆୱାର୍ଡରେ ସମ୍ମାନିତ କରାଯାଇଛି ।

ସୁଜିତଙ୍କ ରାଜ୍ୟସଭା ଗଣିତ : ୪ଟି ଆସନରୁ ୩ଟି ବିଜେପି ଖାତାରେ

୨୦୨୬ ଏପ୍ରିଲରେ ଓଡ଼ିଶାର ୪ ଟି ରାଜ୍ଯସଭା ସିଟ୍ ଖାଲି ହେବ। ନୂଆପଡ଼ା ପରେ ବିଜେପିର ମିଶନ ରାଜ୍ଯ ସଭା। ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ମମତା ମହାନ୍ତ, ମୁନା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରିବ। ରାଜ୍ୟସଭା ନିର୍ବାଚନର ୫ମାସ ପୂର୍ବରୁ ଖାଲି ପଡ଼ିବାକୁ ଯାଉଥିବା ୪ଟି ଆସନରେ କିଏ ଯିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠାରୁ ବଡ ଚର୍ଚ୍ଚା ୪ଟି ଆସନରୁ କାହା ଖାତାକୁ କେତେ ଆସନ ଯିବ। ବିଜେପି କେତୋଟି ଆସନ ନେବ ତାହାକୁ ନେଇ ଓଡ଼ିଶା ରାଜନୀତି ଧୀରେ ଧୀରେ ଜମିବାରେ ଲାଗିଛି। ଉଭୟ ବିଜେଡି ଓ ବିଜେପି ଶିବିରରେ ରାଜ୍ୟସଭା ଗଣିତକୁ ନେଇ ପ୍ରାରମ୍ଭିକ ଅଙ୍କ କଷା ଆରମ୍ଭ ହୋଇଛି। ଏହାରି ଭିତରେ ବିଜେପିର ରାଜ୍ୟସଭା ସାଂସଦ ସୁଜିତ୍ କୁମାର ରାଜ୍ୟସଭା ଗଣିତକୁ ନେଇ ବଡ ଆକଳନ କରିଛନ୍ତି ।
ଆସନ୍ତା ବର୍ଷ ଖାଲି ହେବାକୁ ଥିବା 4 ରାଜ୍ୟ ସଭା ସିଟ୍ ରୁ ଦୁଇଟି ବିଜେପି ର କ୍ଲିୟର ଅଛି। ଗୋଟିଏ ବିଜେଡ଼ିକୁ ଯିବ। ଗୋଟିଏ ସିଟ୍ ରେ ସଂଖ୍ୟା ଦ୍ୱନ୍ଦ ରହିଛି। ବିଜେପି ଚତୁର୍ଥ ସିଟ୍ କୁ ନେବାର ଯଥେଷ୍ଟ ସମ୍ଭାବନା ରହିଚି ବୋଲି ୫ମାସ ଆଗରୁ ଖୋଲାଖୋଲି କହିଛନ୍ତି ସାଂସଦ ସୁଜିତ କୁମାର। ବର୍ତ୍ତମାନର ରାଜନୈତିକ ସ୍ଥିତି ନେଇ ସୁଜିତ କୁମାର ଏପରି ଆଗୁଆ ଗୁଗୁଲି ଛାଡ଼ିଛନ୍ତି ଗଣମାଧ୍ୟମରେ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ସୁଜିତ ଯୁକ୍ତି ହେଉଛି ବିଜେପି ଚତୁର୍ଥ ସିଟ୍ ନେବ । ଏଥିପାଇଁ ଦଳୀୟ ସ୍ଥଳରେ ଆଲୋଚନା ହୋଇଛି କି ବୋଲି ପ୍ରଶ୍ନ ହେବାରୁ ଏତେ ଆଗରୁ ସେକଥା କହିହେବନି ବୋଲି ସୁଜିତ କହିଛନ୍ତି । ନୂଆପଡ଼ାରେ ଦଖଲ ପରେ ସୁଜିତ୍ ଙ୍କ କାର୍ଯ୍ୟକୁ ଗତକାଲି ମୁଖ୍ୟମନ୍ତ୍ରୀ ପ୍ରସଂଶା କରିଥିଲେ। ଦଳ ତାଙ୍କୁ ରିୱର୍ଡ ଦେଇପାରେ ବୋଲି ଚର୍ଚ୍ଚା ବିଜେପି ଶିବିରରେ। ସୁଜିତ୍ କୁମାର ତାଙ୍କର ସାଂଗଠନିକ ଦକ୍ଷତା ଦେଖାଇଛନ୍ତି ନୂଆପଡ଼ା ନିର୍ବାଚନରେ । ଆପଣ ଆଉ ଥରେ ରାଜ୍ୟ ସଭାକୁ ଯିବେ କି ବୋଲି ପ୍ରଶ୍ନ ହେବାରୁ ସୁଜିତ କହିଥିଲେ ଦଳର ସଂସଦୀୟ ବୋର୍ଡ ଚୁଡାନ୍ତ ନିଷ୍ପତ୍ତି ନେବ।

ସତର ସାତସପନ ଏବେ ସ୍ବପ୍ନ, ଇଚ୍ଛା ଅଛି ଉପାୟ ନାହିଁ

ଓଲୁଅ, ପିରିକ ଶାଗ, ତାଳଗଜା, କଇଆ ମଞ୍ଜି, କଦଳୀ ଭଣ୍ଡା, କାଞ୍ଚି, ବିଭିନ୍ନ ପ୍ରକାର ବରା, କଇଥ ଚଟଣୀ, ଉଖୁଡା, ଖଇ, କୋବି ପତ୍ର ଶାଗ, କଖାରୁ ମଞ୍ଜି, ପଣସ ମଞ୍ଜି, ଆତ୍ ,ଆମ୍ବଡା, ତାଳଗଜା,କଣ୍ଟି କୋଳି, ତାଳ ,ନାଲି ଉଷୁନା ଚାଉଳ ଏପରି ଅନେକ ଖାଦ୍ୟ ଏବେ ଓଡିଆ ମାନଙ୍କ ପାଇଁ ସ୍ବପ୍ନ ହେଲାଣି । ସେହିପରି ମଞ୍ଜା, ପିତାଗମ୍, ବିରି ଡାଲି, କୋଳଥ ଡାଲି, ଓଲ କୋବି, ଡଙ୍କ, ବିଭିନ୍ନ ପ୍ରକାର କଳା ମାଛ ଯଥା ଗଡିଶ, ଶେଉଳ, ଚେଙ୍ଗ, ତୋଡି ମାଛ, ବାଳିଆ, କଣ୍ଟିଆ ମାଛ, ସଜନା ଶାଗ, ସୁନୁସୁନିଆ ଶାଗ, ଛୁଡ଼ା କଦଳୀ, ମୁଡୀ , ପଖାଳ, ପରି ଅନେକ ଖାଦ୍ୟ ଅଛି ଯାହା ଓଡିଆ ଖାଦ୍ୟ ଥାଳି ଧୀରେ ଧୀରେ କମି କମି ଯାଉଛି ।
କେବଳ ଖାଦ୍ୟ ନୁହେଁ, ବେଦପାଠ, ପ୍ରାର୍ଥନା ବୋଲିବା, ସକାଳୁ ଗୁରୁଜନ ମାନଙ୍କୁ ଜୁହାର ହେବା (ପ୍ରଣାମ ହେବା) , ମନ୍ଦିରରେ ସକାଳ ଓ ସନ୍ଧ୍ୟାରେ ଆଳତୀ ଦେଖିବା, ଘଣ୍ଟ ବଜାଇବା ଅଭ୍ୟାସ ପୁରା କମି ଗଲାଣି। ମନ୍ଦିରରେ ମେସିନ ଘଣ୍ଟି ବାଜି ଠାକୁର ପୂଜା ଓ ଆଳତୀ କରାଯାଉଛି।
ପୂଜାପର୍ବରେ ବି ପିଠାପଣା କଥା ସାତସପନ ହୋଇଛି। ଅନେକ ପୂଜା ସହରରେ ଲୋକେ ଜାଣି ନାହାନ୍ତି ଅବା ଜାଣି ଜାଣି ବି ପାଳନ କରୁନାହାନ୍ତି । ଅଷ୍ଟମୀ ପରେ କାଞ୍ଜିଓଳା ପୂଜା (ସୁକୁଆ ପୂଜା) , ବାଟ ଓଷା, ବୁଧେଇ ଓଷା, ଅଗ୍ନିଉତ୍ସଵ ପରି ଅନେକ ଓଷା ଓ ବ୍ରତ କରିବାକୁ ଲୋକେ ଭୁଲିଗଲେଣି। ସମାଜ ଯେତେ ଶିକ୍ଷିତ ହେଉଛି ଧର୍ମ ଓ ପରମ୍ପରା ସେତେ ଅପସରି ଯାଉଛି।
ଆଧୁନିକ ଛାପରେ ମଣିଷ ଖାଇବା, ଶୋଇବା, ଉଠିବା ଆଦିର କିଛି ସମୟ ରହୁନାହିଁ । ଭଜନ ଓ କୀର୍ତ୍ତନ କରିବାକୁ କାହା ପାଖରେ ଏବେ ସମୟ ଅଛି ।
ସମୟ ଆସିଛି ଭାବିବାକୁ । ଖାଦ୍ୟ ଠାରୁ ଆରମ୍ଭ କରି ଜୀବନଶୈଳୀ ଯାଏ କିପରି ବୈପ୍ଲବିକ ପରିବର୍ତ୍ତନ ଆସୁଛି ଆମ ଭିତରେ ଓ ସମାଜରେ। ଆମର ସଂସ୍କୃତି, ପରମ୍ପରା, ଖାଦ୍ୟ ଜୀବନଶୈଳୀକୁ ଆମେ କେଉଁଠି ଜାଣିଜାଣି ଛାଡି ଦେଉଛନ୍ତି ନାଁ ସମୟର ଦ୍ୱାହି ଦେଇ ନିଜେ ନିଜର କ୍ଷତି କରୁଛନ୍ତି ତାହା ଚିନ୍ତା କରିବା କଥା।

୨୦୨୬ ସରକାରୀ କ୍ୟାଲେଣ୍ଡର : ୨୯ ଦିନ ସରକାରୀ ଛୁଟି, ୯ଦିନ ଇଚ୍ଛାଧିନ ଛୁଟି

୨୦୨୬ ବର୍ଷ ପାଇଁ ପ୍ରକାଶ ପାଇଛି ସରକାରୀ କ୍ୟାଲେଣ୍ଡର। ଏଥିରେ ୨୯ ଦିନ ସରକାରୀ ଛୁଟି ରହିଥିବା ବେଳେ ୯ଦିନ ଇଚ୍ଛାଧିନ ଛୁଟି ରହିଛି। ଆସନ୍ତା ବର୍ଷ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ସରକାରୀ ଛୁଟି ତାଲିକାରୁ ବାଦ ଦିଆଯାଇଛି। ୨୦୨୫ରେ ରାଜ୍ୟ ସରକାର ଏହି ଦିନକୁ କ୍ୟାଲେଣ୍ଡରରେ ଛୁଟି ଘୋଷଣା କରିଥିଲେ ବି ପରେ ଏକ ବିଜ୍ଞପ୍ତି ଜରିଆରେ ଏହାକୁ ବାତିଲ କରିଥିଲେ। ସେହିଭଳି ଦୀପାବଳି ଦିନକୁ ମଧ୍ୟ ସରକାରୀ ଛୁଟି ତାଲିକାରୁ ବାଦ ଦିଆଯାଇଛି। ତେବେ ସେପ୍ଟେମ୍ବର ୧୫ ନୂଆଖାଇ ଓ ସେପ୍ଟେମ୍ବର ୧୬ ନୂଆଖାଇ ପରଦିନ ଏହିଭଳି ଦୁଇ ଦିନ ଛୁଟି ଘୋଷଣା କରାଯାଇଛି। ମାର୍ଚ୍ଚ ୨୭ ତାରିଖ ଶ୍ରୀରାମନବମୀକୁ ସରକାରୀ ଛୁଟି କରାଯାଇଛି। ଅଗଷ୍ଟ ୨୭ ତାରିଖ ଝୁଲଣ ଯାତ୍ରାକୁ ମଧ୍ୟ ସରକାରୀ ଛୁଟି ବୋଲି କୁହାଯାଇଛି। ୨୦୨୫ରେ ସ୍ବାଧିନତା ଦିବସ ଓ ଜନ୍ମଷ୍ଟମୀ ଗୋଟିଏ ଦିନରେ ପଡିଥିଲା। ହେଲେ ୨୦୨୬ରେ ଜନ୍ମଷ୍ଟମୀ ଭିନ୍ନ ତାରିଖରେ ପଡୁଥିବାରୁ ସେପ୍ଟେମ୍ବର ୪କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news