୨୦୨୬ ସରକାରୀ କ୍ୟାଲେଣ୍ଡର : ୨୯ ଦିନ ସରକାରୀ ଛୁଟି, ୯ଦିନ ଇଚ୍ଛାଧିନ ଛୁଟି

0
150

୨୦୨୬ ବର୍ଷ ପାଇଁ ପ୍ରକାଶ ପାଇଛି ସରକାରୀ କ୍ୟାଲେଣ୍ଡର। ଏଥିରେ ୨୯ ଦିନ ସରକାରୀ ଛୁଟି ରହିଥିବା ବେଳେ ୯ଦିନ ଇଚ୍ଛାଧିନ ଛୁଟି ରହିଛି। ଆସନ୍ତା ବର୍ଷ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ସରକାରୀ ଛୁଟି ତାଲିକାରୁ ବାଦ ଦିଆଯାଇଛି। ୨୦୨୫ରେ ରାଜ୍ୟ ସରକାର ଏହି ଦିନକୁ କ୍ୟାଲେଣ୍ଡରରେ ଛୁଟି ଘୋଷଣା କରିଥିଲେ ବି ପରେ ଏକ ବିଜ୍ଞପ୍ତି ଜରିଆରେ ଏହାକୁ ବାତିଲ କରିଥିଲେ। ସେହିଭଳି ଦୀପାବଳି ଦିନକୁ ମଧ୍ୟ ସରକାରୀ ଛୁଟି ତାଲିକାରୁ ବାଦ ଦିଆଯାଇଛି। ତେବେ ସେପ୍ଟେମ୍ବର ୧୫ ନୂଆଖାଇ ଓ ସେପ୍ଟେମ୍ବର ୧୬ ନୂଆଖାଇ ପରଦିନ ଏହିଭଳି ଦୁଇ ଦିନ ଛୁଟି ଘୋଷଣା କରାଯାଇଛି। ମାର୍ଚ୍ଚ ୨୭ ତାରିଖ ଶ୍ରୀରାମନବମୀକୁ ସରକାରୀ ଛୁଟି କରାଯାଇଛି। ଅଗଷ୍ଟ ୨୭ ତାରିଖ ଝୁଲଣ ଯାତ୍ରାକୁ ମଧ୍ୟ ସରକାରୀ ଛୁଟି ବୋଲି କୁହାଯାଇଛି। ୨୦୨୫ରେ ସ୍ବାଧିନତା ଦିବସ ଓ ଜନ୍ମଷ୍ଟମୀ ଗୋଟିଏ ଦିନରେ ପଡିଥିଲା। ହେଲେ ୨୦୨୬ରେ ଜନ୍ମଷ୍ଟମୀ ଭିନ୍ନ ତାରିଖରେ ପଡୁଥିବାରୁ ସେପ୍ଟେମ୍ବର ୪କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି।