ସୁର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ପୁରସ୍କାର ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ

ଓଡ଼ିଆ ଯୁବ କବି ଓ ଲେଖକ ସୂର୍ଯ୍ୟସ୍ନାତ ତ୍ରିପାଠୀ ପାଇବେ ସୋଆ ଯୁବ ସାହିତ୍ୟ ପୁରସ୍କାର ୨୦୨୫ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉତ୍ସବ ନଭେମ୍ବର ୩୦ ତାରିଖରେ ଶ୍ରୀ ତ୍ରିପାଠୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।
ବର୍ଷା ପ୍ରକାଶନୀ ଦ୍ୱାରା ୨୦୨୪ରେ ପ୍ରକାଶିତ ଶ୍ରୀ ତ୍ରିପାଠୀଙ୍କର କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆପୁଚି ନାରଙ୍ଗ’ ନିମନ୍ତେ ବିଚାରକ ମଣ୍ଡଳୀ ସର୍ବସମ୍ମତି କ୍ରମେ ତାଙ୍କ ନାମକୁ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି । ଏହି ସଂକଳନରେ ୧୨ଟି ଗଳ୍ପ ରହିଛି ଯେଉଁଥିରେ ଲେଖକ ମଣିଷର ମନସ୍ତତ୍ୱ ଏବଂ ସମସାମୟିକ ଅନୁଭୂତିର ନିଚ୍ଛକ ପରିପ୍ରକାଶ କରିଛନ୍ତି । ତାଙ୍କର କବିତା ପରି ସ୍ୱପ୍ନ ଏବଂ ପ୍ରେମ ତାଙ୍କ ଗଳ୍ପର ମୁଖ୍ୟ ସ୍ୱର ।
ସେ ବର୍ତମାନ ଆଇଆଇଟି ରୁପାର ର ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ୧୯୯୧ ମସିହାରେ ଜନ୍ମିତ ସୁର୍ଯ୍ୟସ୍ନାତ ତ୍ରିପାଠୀଙ୍କର ୭ଟି କବିତା ସଂକଳନ, ଗୋଟିଏ କ୍ଷୁଦ୍ର ଗଳ୍ପ ସଂକଳନ ପ୍ରକାଶ ପାଇଛି । ସେ ଧରମବୀର ଭାରତୀଙ୍କ ଲିଖିତ ‘କନୁପ୍ରିୟା’ର ଓଡ଼ିଆ ଅନୁବାଦ କରିଛନ୍ତି । ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାରରେ ସମ୍ମାନିତ ହୋଇଥିବା ଶ୍ରୀ ତ୍ରିପାଠୀ ହାଇଦ୍ରାବାଦ ସ୍ଥିତ ନାଟକ ସଂସ୍ଥା ‘କାସ’, ‘କିସ୍‌ସା ଗୋ’ ଏବଂ ‘ପ୍ଲେ ଅଫ୍ ଶିବା’ ଭଳି ଅନୁଷ୍ଠାନ ଗୁଡ଼ିକ ନିମନ୍ତେ ନାଟକର ସଂଳାପ ଲେଖିଥିବା ବେଳେ ‘ବୋତଲ ଅର୍ଜ ହେ, ଲାଷ୍ଟ ୱିସ, ଜେନେରେସନ୍ସ ଅଫ୍ ନ୍ୟୁଟନ୍ ଭଳି ନାଟକର ସଂଳାପ ଲେଖିଛନ୍ତି । ନିକଟରେ ସେ ଓଡ଼ିଆ ସିନେମା ଇନ୍ଦ୍ରଧନୁ ସମେତ ୨ଟି କ୍ଷୁଦ୍ର ଚଳଚ୍ଚିତ୍ର ‘ମାଟି ମୁହାଣ’ (ଓଡ଼ିଆ) ଏବଂ ‘ଖିଡ଼କିୟାନ୍‌’ (ହିନ୍ଦୀ) ନିମନ୍ତେ ସଂଳାପ ରଚନା କରିଛନ୍ତି ।
କବିତା, ଗଳ୍ପ, ଉପନ୍ୟାସ ଆଦି ସାହିତ୍ୟର ସୃଜନାତ୍ମକ କ୍ଷେତ୍ରରେ ଲେଖୁଥିବା ଯୁବପିଢ଼ିଙ୍କୁ ପ୍ରୋତ୍ସାହନ ଦେବା ସହ ଉତ୍ସାହିତ କରିବା ନିମନ୍ତେ ଚଳିତ ବର୍ଷ ଠାରୁ ସୋଆ ଯୁବ ସାହିତ୍ୟ ପୁରସ୍କାର ପ୍ରଦାନ କରିବା ନିମନ୍ତେ ସ୍ଥିର କରାଯାଇଛି । ଏହି ଅବସରରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ରୌପ୍ୟ ଫଳକ ଓ ଉତରୀୟ ପ୍ରଦାନ କରାଯିବ ।
ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଏବଂ ଚିନ୍ତକ ଜାଭେଦ ଅଖତରଙ୍କୁ ଭାରତୀୟ ସିନେମା ଏବଂ ସାହିତ୍ୟ କ୍ଷେତ୍ରରେ ତାଙ୍କର ଜୀବନବ୍ୟାପୀ ସାଧନା ଏବଂ ଅବଦାନ ନିମନ୍ତେ ନଭେମ୍ବର ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ମାନିତ କରାଯିବ ।
ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍‌ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା ।
ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଲେଖକ, କବି, ଚିତ୍ରକାର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନିଆ ଏହି ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ବୋଲି ପ୍ରାଚୀନର ମୁଖ୍ୟ ତଥା ଉତ୍ସବର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସୂଚନା ଦେଇଛନ୍ତି ।

ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ

ଯୋଗାଣ ମନ୍ତ୍ରୀଙ୍କ ଜାଲି ପ୍ୟାନକାର୍ଡ କାରବାର

ସତ୍ୟପାଠ ଖୋଲୁଛି ଗୁମର, ପୂର୍ବରୁ ସମ୍ପତ୍ତି ବର୍ତ୍ତମାନ ଜାଲି ପ୍ୟାନ କାର୍ଡ

ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ

 ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନରେ ୫୫ ନମ୍ବର ଢ଼େଙ୍କାନାଳ ବିଧାନସଭା ଆସନ ପାଇଁ କୃଷ୍ଣଚନ୍ଦ୍ର ପାତ୍ର ଭାରତୀୟ ଜନତାପାର୍ଟି ଦଳ ତରଫରୁ ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ସେ ମଧ୍ୟ ସେହି ଆସନରୁ ବିଜୟୀ ହେବା ସହିତ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହୋଇଛନ୍ତି ।
କିନ୍ତୁ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ନାମାଙ୍କନ ପତ୍ର ଦାଖଲ କଲାବେଳେ ଯେଉଁ ପାନ ନମ୍ବରଟି ଦେଇଛନ୍ତି ତାହା ହେଉଛି ଏକେକେକେପିପି୩୩୪୨ଆର୍ (AKKPP3342R)। ଏହି ପାନ ନମ୍ବରଟି ତାଙ୍କର ନୁହେଁ । ତାଙ୍କ ପତ୍ନୀଙ୍କ ପାନ ନମ୍ବର ଠିକ ଥିଲା ବେଳେ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପାନକାର୍ଡ ସଂପୂର୍ଣ୍ଣ ବେନାମୀ ଅଟେ । ଆୟକର ବିଭାଗର କର୍ତୃପକ୍ଷଙ୍କ ପାଖରୁ ଏହି ପାନକାର୍ଡର ସତ୍ୟାସତ୍ୟ ବାବଦରେ ଖବର ନେବାପରେ ଜଣାପଡ଼ିଲା ଯେ ଏହି ପାନକାର୍ଡଟି ଏକ ଇନଭ୍ୟାଲିଡ ପାନ କାର୍ଡ ଅଟେ ଅର୍ଥାତ ଏହି ପାନକାର୍ଡ଼ କାହାରିକୁ ଦିଆଯାଇ ନାହିଁ ବୋଲି ନିଜେ ବିଭାଗୀୟ କର୍ତୃପକ୍ଷ କହିଛନ୍ତି । ଜନପ୍ରତିନିଧିତ୍ୱ ଅଧି ନିୟମ ୧୯୫୧ ଧାରା ୪ଏ ଅନୁସାରେ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମୟରେ ଫର୍ମ-୨୬ ସହିତ ଏକ ସତ୍ୟପାଠ ବା ଶପଥପତ୍ର ମଧ୍ୟ ଦାଖଲ କରିଥାନ୍ତି ଏହାର ଅର୍ଥ ନିଜେ ପ୍ରାର୍ଥୀ ଶପଥ ପାଠରେ ଘୋଷଣା କରିଥାନ୍ତି ଯେ ତାଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ତଥ୍ୟ ସଂପୂର୍ଣ୍ଣଭାବେ ଠିକ ଓ ନିର୍ଭୁଲ ଅଟେ । କିନ୍ତୁ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ରିଟନିଂ ଅଫିସର ତାଙ୍କର ଏହି ମିଥ୍ୟା ତଥ୍ୟ ଯାହା ଦାଖଲ କରିଛନ୍ତି ତାହାକୁ ଜାଣିଶୁଣି ବା ଅଜାଣତରେ ଛାଡ଼ି ଦେଇଛନ୍ତି କି? ଫର୍ମ-୨୬ ରେ ମିଛ ତଥ୍ୟ ଦେଇଥିବା ହେତୁ ତାଙ୍କ ନାମାଙ୍କନ ପତ୍ର ଖାରଜ ହେବା ପରିବର୍ତ୍ତେ କିପରି ଯାଞ୍ଚ ପ୍ରକ୍ରିୟାରେ କାୟମ ରହିଲା ଏହାକୁ ନେଇ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଏ ପ୍ରଶ୍ନକୁ ସାମ୍ବାଦିକଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଶ୍ରୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଛନ୍ତି ଯେ ଯଦି ତାଙ୍କ ନାମାଙ୍କନ ପତ୍ରରେ ଯେଉଁ ପାନ ନମ୍ବର ଦେଇଛନ୍ତି ଯଦି ତାହା ତାଙ୍କର ନୁହେଁ ତାହାଲେ ଏହା କାହାର । ଏ କଥାର ସ୍ପଷ୍ଟିକରଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରଖନ୍ତୁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଗତ ପାଞ୍ଚ ବର୍ଷର ସେ ଯେଉଁ ୫ ବର୍ଷର ଆୟକର ଦାଖଲ କରିଥିବାର ତଥ୍ୟ ପ୍ରଦାନ କରିଛନ୍ତି ତାହା କେଉଁ ପାନ ନମ୍ବର ଅନୁସାରେ ଦେଇଛନ୍ତି ଏହା ନିର୍ବାଚନ ଆୟୋଗ ଯାଞ୍ଚ କରୁ । ଜଣେ ଇନଭାଲିଡ ପାନକାର୍ଡରେ ଆୟକର ଦାଖଲ କିଭଳି କରିବେ? ଏହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । ବିଧାୟକ ତଥା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଟି ପାନକାର୍ଡ ରଖିଛନ୍ତିକି? ଯଦି ଏହା ହୋଇଥାଏ ଏହାମଧ୍ୟ ଏକ ଧର୍ତ୍ତବ୍ୟ ଅପରାଧ । ମିଛ ତଥ୍ୟ ପ୍ରଦାନ ଜନପ୍ରତିନିଧି ଆଇନ-୧୯୫୧ର ୪ଏର ସଂପୂର୍ଣ୍ଣ ଉଲ୍ଲଙ୍ଘନ । ନିର୍ବାଚନ ଆୟୋଗ ଏ ଖବର ଜାଣିଲାପରେ ସେତେବେଳର ରିଟଣ୍ଣିଂ ଅଫିସରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେକି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ମହାନ୍ତି ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ଜନପ୍ରତିନିଧି ଆଇନ-୧୯୫୧ ଧାରା ୩୨ ଓ ୩୩ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯଦି ଜଣେ ବ୍ୟକ୍ତି ମିଛ ତଥ୍ୟ ଦେଇ ନାମାନଙ୍କ ପତ୍ର ଦାଖଲ କରିବା ସହିତ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିମାନେ ନିର୍ବାଚନ ଆୟୋଗ ଦ୍ୱାରା ଦିଅଯାଇଥିବା ଧାର୍ଯ୍ୟ ସମୟ ଭିତରେ ଯଦି ଅଭିଯୋଗ କରି ନାହାନ୍ତି ତାହାଲେ ମଧ୍ୟ ନିର୍ବାଚିତ ପ୍ରତିନିଧି ବିରୋଧରେ ଅପରାଧିକ ମାମଲା ଦାୟର କରାଯାଇ ତାଙ୍କୁ ଦଣ୍ଡିତ କରାଯାଇ ପାରିବ । ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ଗଣତନ୍ତ୍ରର ସୁସ୍ଥ ପରମ୍ପରାକୁ ବଜାୟ ରଖନ୍ତୁ ବୋଲି ସେ କହିବା ସହିତ ବିଧାୟକ ତଥା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦକୁ ତୁରନ୍ତ ରଦ୍ଦ କରାଯାଉ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନଳିନୀ କାନ୍ତ ନାୟକ ଓ ଡ. ମନିଷାଦାସ ପଟ୍ଟନାୟକ ଉପସ୍ଥିତ ଥିଲେ ।

କମ୍ପିଲା କୋମନା : ସାଙ୍ଗଠନିକ ଶକ୍ତି ଦେଖାଇଲେ ବବି

ନୂଆପଡା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗୀନି ଛୁରିଆଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡାର କୋମନା ବ୍ଲକରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । କୋମନା ବ୍ଲକରେ ନବୀନଙ୍କ ସଭାରେ ଜନ ସମୁଦ୍ର ପାଲଟିଥିଲା । ଯାହା ନବୀନଙ୍କ ଲୋକପ୍ରିୟତାକୁ ପୁଣି ପ୍ରମାଣିତ କରିଛି । ପୁରା ଓଡିଶାର ନଜର ଥିଲା କୋମନା ବ୍ଲକରେ ନବୀନଙ୍କ ନିର୍ବାଚନୀ ସଭା ଉପରେ। କାରଣ ବିଜେଡି ଏବେ ଶାସନରେ ନାହିଁ । ଶାସନରେ ଥିବା ବେଳେ ନବୀନ ପଟ୍ଟନାୟକ ସଭାରେ ଯେଉଁ କ୍ରେଜ୍ ରହୁଥିଲା, ଶାସନରୁ ଗଲା ପରେ ତାହା ଅତୁଟ ରହିଛି କି ନାହିଁ ପୁରା ଓଡ଼ିଶାବାସୀ ଓ ତୃତୀୟ ମହଲାର ନଜର ରହିଥିଲା। ହେଲେ ଜନ ନାୟକଙ୍କ ଜନତା ସଭା ଜନ ସମୁଦ୍ର ପାଲଟିବା ନୂଆପଡ଼ା ଉପ ନିର୍ବାଚନର ମହୋଲ ବଦଳାଇ ଦେଇଛି। ବିଜେଡି ତୃଣମୂଳସ୍ତରରେ କେତେ ଶକ୍ତିଶାଳୀ ତାହା ନୂଆପଡାର କୋମନା ବ୍ଲକରୁ ରାଜ୍ୟ ରାଜନୀତିକୁ ବାର୍ତ୍ତା ଆସିଛି ।
ନୂଆପଡା ଉପ ନିର୍ବାଚନ ପାଇଁ ନବୀନ ଶହେରୁ ଅଧିକ ନେତାଙ୍କୁ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ବଡ ବ୍ୟବଧାନ ଭୋଟରେ ବିଜୟ କରିବା ପାଇଁ ସେନାପତି ଭାବେ ନିଯୁକ୍ତି ଦେଇଛନ୍ତି । କୋମନା ବ୍ଲକରେ ବିଜେଡିର ପୂର୍ବତନ ସଂଗଠନ ସମ୍ପାଦକ ତଥା ଉପ ସଭାପତି ପ୍ରଣବ ପ୍ରକାଶ ଦାସ(ବବି)ଦାସଙ୍କୁ ଗୁରୁଦାୟିତ୍ବ ଦେଇଥିଲେ ନବୀନ। ନିଜର ସାଂଗଠନିକ ଦକ୍ଷତା ପାଇଁ ଓଡିଶା ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃ୍‌ଷ୍ଟି କରିଥିବା ବବି କୋମନାର ମଧ୍ୟ ନିଜର ସାଂଗଠନିକ ଦକ୍ଷତା ଦେଖାଇଛନ୍ତି । ଓଡିଶା ଜନନେତା ନବୀନ ପଟ୍ଟନାୟକଙ୍କ ସଭା ଜନ ସମୁଦ୍ରରେ ପାଲିଟିବା ତାହାର ପ୍ରମାଣ । କୋମନା ନିର୍ବାଚନୀ ସଭାକୁ ସଫଳ କରିବା ପାଇଁ ଦିନରାତି ଏକ କରି ବବି ଦାସ କାମ କରିଥିଲେ । ବ୍ଲକ ଦାୟିତ୍ବରେ ଥିବା ନେତାଙ୍କୁ ସାଙ୍ଗରେ ନେଇ ବବି ନବୀନଙ୍କ ସଭାକୁ ସଫଳ କରିଥିଲେ । ପୁରା ଓଡିଶା ଦେଖିଲା ବବିଙ୍କ ସାଂଗଠନିକ ଦକ୍ଷତା । ନବୀନ ପଟ୍ଟନାୟକ ମଧ୍ୟ ଜନସମାବେଶକୁ ଦେଖି ଖୁସିବ୍ୟକ୍ତ କରିଛନ୍ତି ।
ସିଧାସଳଖ ନବୀନ ପଟ୍ଟନାୟକ ବିଜେଡି ଆଭିମୁଖ୍ୟକୁ କୋମନା ବ୍ଲକରୁ ବାର୍ତ୍ତା ଦେଇଛନ୍ତି ଓଡ଼ିଶା ବାସୀଙ୍କୁ । ବିଜେଡି ଆଗକୁ ବିଜେପି ବିରୋଧରେ ଜୋରଦାର ଲଢେଇ କରିବ। ବିଜେପକୁ କୋମନା ନର୍ବଚନୀ ସଭାରେ ସିଧା ନିଶାନା କରି ନବୀନ କହିଛନ୍ତି ବିଜେପି ଆସିବା ଦିନଠୁ ଓଡିଶାର ବିକାଶ ଠପ ହୋଇଛି । ବିଜେପି ସରକାର କେବଳ ରଙ୍ଗବୋଳା ସରକାର।
ଜୟ ମା ମାଣିକେଶ୍ୱରୀରୁ ଭାଷଣ ଆରମ୍ଭ କଲେ ନବୀନ। ବିଜେଡିର ନେତା ତଥା ଆପଣଙ୍କ ପ୍ରିୟ ବିଧାୟକ ରାଜୁ ଭାଇ ଆଜି ଆମ ଭିତରେ ନାହାନ୍ତି। ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନବୀନ। ନୂଆପଡା ଜିଲା କଥା ଆସିଲେ ବିଜୁ ବାବୁଙ୍କ କଥା ମନକୁ ଆସେ। ବିଜୁ ବାବୁ ନୂଆପଡା ଜିଲ୍ଲା ଗଢ଼ିଥିଲେ। ସରକାର ସମୟରେ ନୂଆପଡା ବିକାଶ ସହ ଯୋଡି ହୋଇଥିଲା। ନୂଆପଡା ବିକାଶ ପାଇଁ ରାଜୁ ଭାଇ ବିକାଶ ପାଇଁ ଯାହା ଅନୁରୋଧ କରିଥିଲେ ମୁଁ ସବୁ ପୁରା କରିଥିଲି। ଯାହା ମାଗିଥଲେ ଓ ଯାହା ନ ମାଗୁଥିଲେ ସେସବୁ ନୂଆପଡା ପାଇଁ ଦେଇଛି। ବିଜୁ ଏକ୍ସପ୍ରେସ ବେ, ୧୦ ହଜାର ହେକ୍ଟରରୁ ଅଧିକ ଜଲସେଚନ, ସୁନାଦେଇ ମନ୍ଦିର ବିକାଶ, ଏଜୁକେସନ କମ୍ପ୍ଲେକ୍ସ ବିକାଶ, ପିଲାଙ୍କ ପାଠପଢା ପାଇଁ ଭଲ ସ୍କୁଲ ହୋଇଛି, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଲା। ମହିଳାଙ୍କୁ ଲୋନ ମିଳିଲା। କିନ୍ତୁ ଲୋକଙ୍କ ସହ ବିଜେଡି ସହ ମୋ ସହ କେମିତି ବେଇମାନି ହୋଇଛି। ସେଥିପାଇଁ ଆପଣଙ୍କ ମନରେ ଦୁଃଖ ଓ ରାଗ ଅଛି। ୧୧ ତାରିଖରେ ଇଭିଏମ ରେ ଯବାବ ଦେବେ ଓ ପ୍ରତିଶୋଧ ନେବେ। ଆଗରୁ ଭୋଟ ଚୋରି କରି ସରକାର କରିଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ଏହି ୧୬ ମାସରେ ବିଜେପି କେବଳ ପ୍ରଚାରରେ ହିରୋ କିନ୍ତୁ କାମରେ ଜିରୋ। ବିକାଶ ପୁରା ବନ୍ଦ। ୩୦୦ ୟୁନିଟ ମାଗଣା ବିଜୁଳି ମିଳୁଛି କି। ବୁଢ଼ାବୁଢ଼ୀଙ୍କୁ ୩୫୦୦ ପେନସନ ମିଳୁଛି କି। ଚାଷୀଙ୍କୁ ସାର ମିଳୁଛି କି। କଟନୀ ଛଟନୀ ବନ୍ଦ ହେଲା କି। ପ୍ରତି ପଂଚାୟତରେ ୧୦୦ ଜଣ ଯୁବକଙ୍କୁ ଚାକିରି ଦେବ କହିଥିଲା। କେତେ ପାଇଛନ୍ତି। ମିଶନ ଶକ୍ତି ମହିଳାଙ୍କୁ ଲୋନ ମିଳୁଛି କି। ଆଠ ମାସ ହେଲା ଦରମା ପାଇ ନାହାନ୍ତି ମିଶନ ଶକ୍ତି ମହିଳା। ବିଏସକେୱାଇ ଭଲ ଥିଲା ନା ଆୟୁସମାନ ବୋଲି ଲୋକଙ୍କୁ ପ୍ରଶ୍ନ କଲେ ନବୀନ। ମହିଳାଙ୍କ ଉପରେ ଅତ୍ୟାଚାର ଲିମିଟ କ୍ରସ କଲାଣି। ଗେମ ଚେଞ୍ଜର କହୁଥିଲା କିନ୍ତୁ ସେମାନେ କେବଳ ନେମ ଚେଞ୍ଜର। ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ପଶ୍ଚିମ ଓଡିଶାର ବିକାଶ ପାଇଁ ସବୁବେଳେ ସେ ଲଢ଼ିଛନ୍ତି। ନୂଆପଡା ମାଟି ସହ ତାଙ୍କର ଇମୋସନାଲ ସମ୍ପର୍କ ରହିଛି। ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ନୂଆପଡ଼ାବାସୀଙ୍କୁ ଭୋଟ ଭିକ୍ଷା କରିଥିଲେ ନବୀନ । ମା ମାନଙ୍କୁ ଗୁହାରି ମୋତେ ଆଶୀର୍ବାଦ କରନ୍ତୁ । ଶେଷ ଜୀବନଯାଏ ଓଡିଶାର ସେଵା ଜାରି ରଖିବି ବୋଲି କହିବା ସହ ଜୟ ଜଗନ୍ନାଥ କହି ଅଭିଭାଷଣ ଶେଷ କଲେ ନବୀନ। ନବୀନ କୋମନା ସଭା ସଫଳ ହେବା ପରେ ଛନକା ପଶିଛି ବିଜେପି ଓ କଂଗ୍ରେସ ଶିବିରରେ। ବବିଙ୍କ ରାଜନୈତିକ ଗୋଟିଚାଳନା ଓ ସାଙ୍ଗଠନିକ ଦକ୍ଷତା ଏବେ ପୁରା ଓଡ଼ିଶାରେ ବିତର୍କ ସୃଷ୍ଟି କରିଛି।

୧୧ ତାରିଖରେ ଭୋଟରେ ନୂଆପଡାବାସୀ ଏ ବିଶ୍ୱାସ ଘାତକତା ର ଜବାବ ଦେଵେ : ନବୀନ ପଟ୍ଟନାୟକ

କୋମନା ରେ ନବୀନ ପଟ୍ଟନାୟକ ଙ୍କ ବିରାଟ ସମାବେଶ|

ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ସପକ୍ଷରେ ପ୍ରଚାର କଲେ ନବୀନ ପଟ୍ଟନାୟକ|

ବିଜେପି ସରକାର ମିଛ ପ୍ରଚାର ରେ ହିରୋ,କାମ ରେ zero |
୧୬ ମାସ ହେଲା
ରାଜ୍ୟ ସାରା ବିକାଶ କାମ ବନ୍ଦ |
ମାଗଣା ବିଜୁଳି ମିଳିଲାନି,କି ସବୁ ବୁଢ଼ା ବୁଢୀଙ୍କୁ ବର୍ଦ୍ଧିତ ଭତ୍ତା ମିଳିଲାନି |
ଚାଷୀ ୟୁରିଆ ପାଉନି, କି
କଟନୀ ଛଟଣି ବନ୍ଦ ହେଲାନି |
ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି |
ମିଶନ ଶକ୍ତି ମା ମାନେ ୮ ମାସ ହେଲା ଦରମା ପାଇ ନାହାନ୍ତି |
BSKY ସୁବିଧା କଥା ବି ମନେ ପକେଇଦେଲେ |
ଭୋଟ ଚୋରି କରି ସରକାର ଗଢ଼ିଥିଲେ ଏଵେ ପ୍ରାର୍ଥୀ ଚୋରି କରିଛନ୍ତି|
ଏ ସରକାର Game ଚେଞ୍ଜର ନୁହେଁ Name changer ସରକାର |
ରଙ୍ଗ ମରା ସରକାର |

ଲୋକଙ୍କ ସହ,ବିଜୁ ଜନତା ଦଳ ସହ ଓ ମୋ ସହ ବେଇମାନି ହୋଇଛି | ଲୋକଙ୍କ ମନରେ ଏ ସରକାର ପ୍ରତି ପ୍ରବଳ କ୍ରୋଧ ରହିଛି |
୧୧ ତାରିଖରେ ଭୋଟରେ ରେ ନୂଆପଡା ବାସୀ ଏ ବିଶ୍ୱାସ ଘାତକତା ର ଜବାବ ଦେଵେ | ନବୀନ ପଟ୍ଟନାୟକ.

ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ବାଚନ ପ୍ରଚାର ପାଇଁ ନୂଆପଡା ରେ ପହଂଚିଛନ୍ତି |କୋମନା ବ୍ଲକ ର ତାରାବୋଡ଼,ଧାନମଣ୍ଡି ପଡିଆ ରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ହଜାର ହଜାର ଲୋକ ଙ୍କୁ ଉଦବୋଧନ ଦେଇ ନୂଆପଡା ଉପନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ |
ଶ୍ରୀ ପଟ୍ଟନାୟକ ତାଙ୍କ ଉଦବୋଧନ ରେ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଥିଲେ |
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟ ରେ ନୂଆପଡା ଜିଲ୍ଲା ର ପ୍ରଭୁତ ଉନ୍ନତି ହୋଇଥିଲା |ବିଜୁ ଏକ୍ସପ୍ରେସ way ଠାରୁ ଆରମ୍ଭ କରି ଭଲ ପିଇବା ପାଣି,୧୦ହଜାର ହେକଟର ରୁ ଅଧିକ ଜମି କୁ ପାଣି ଦିଆଯାଇଛି |ସୁନାବେଡା ଅଭୟରଣ୍ୟ ର ଲୋକ ଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା|
କିନ୍ତୁ ବିଜେପି ସରକାର ଆସିବା ପାରେ ପରିସ୍ଥିତି ପୁରା ବଦଳି ଯାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ | ସେ କହିଥିଲେ ଯେ ସାରା ରାଜ୍ୟ ରେ ଏଵେ ବିକାଶ କାମ ପୁରା ବନ୍ଦ ହୋଇଯାଇଛି |ଆଇନ ଶୃଙ୍ଖଳା ପୁରା ଭୁଶୁଡି ଯାଇଛି| ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି | ଭାଇଚାରା ର ରାଜ୍ୟ ଓଡିଶା ସୁନାମ ଆଜି ନଷ୍ଟ ହୋଇଗଲାଣି |

ମିଶନ ଶକ୍ତି ମା ମାନେ ରାଜ୍ୟ ରେ ଏକ ନୀରବ ଆନ୍ଦୋଳନ ଆଣିଥିଲେ |କିନ୍ତୁ ଏ ସରକାର ମିଶନ ଶକ୍ତି ମା ମାନେ ଆଜି loan ପାଉନାହାନ୍ତି | ୮ ମାସ ହେଲା ମିଶନ ଶକ୍ତିମା ମାନେ ଦରମା ପାଉ ନ ଥିବାରୁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ |ଏ ସରକାର କେବଳ ମିଛ ପ୍ରଚାର ରେ ମାତିଛି | ମିଛ ପ୍ରଚାର ରେ ହିରୋ |କିନ୍ତୁ କାମ ରେ zero |ଏ ସରକାର Game ଚେଞ୍ଜର ନୁହେଁ Name ଚେଞ୍ଜର |ରଙ୍ଗ ମରା ସରକାର |
ଶ୍ରୀ ପଟ୍ଟନାୟକ ତାଙ୍କ ଭାଷଣରେ ସରକାର ଙ୍କ ପ୍ରତିଶ୍ରୁତି, ଯଥା ୩୦୦ unit ମାଗଣା ବିଜୁଳି, ସବୁ ବୁଢ଼ା ବୁଢ଼ୀ ଙ୍କୁ ୩୫୦୦ ଟଙ୍କା ଭତ୍ତା ,ସବୁ ପଂଚାୟତ ର ୧୦୦ ଯୁବକ ଙ୍କୁ ଚାକିରୀ, ଚାଷୀଙ୍କୁ ୟୁରିଆ ସାର ମିଳିବା, କଟନୀ ଛଟନୀ ବନ୍ଦ ହେବା, BSKY ଭଲ କି ଆୟୁଷ୍ମାନ card ଭଲ ଆଦି ବିଷୟ ରେ
ପଚାରି ବୁଝିଥିଲେ |
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ଭୋଟ ଚୋରି କରି ସରକାର ଗଢ଼ିଥିଲା | ଏଵେ ପ୍ରାର୍ଥୀ ଚୋରି କରିଛନ୍ତି | ନୂଆପଡା ବାସୀଙ୍କ ସହ,ବିଜୁ ଜନତା ଦଳ ସହ ଓ ତାଙ୍କ ସହ ବେଇମାନି ହୋଇଛି |ଏଥି ପାଇଁ ଲୋକ ମାନଙ୍କ ମନ ରେ କ୍ରୋଧ ରହିଛି | ଏ ବିଶ୍ୱାସ ଘାତକତା ର ଜବାବ ନୂଆପଡା ବାସୀ ଭୋଟ ରେ ଦେଵେ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ |

ଏ ସଭା ରେ ବିଜେଡି ର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନୋଜ ମିଶ୍ର , ସାଂସଦ ନିରଞ୍ଜନ ବିଶି, ଟୁକୁନି ସାହୁ,ଅବନୀ ଯୋଶୀ ବିଧାୟକ ଅଧୀରାଜ ପାଣିଗ୍ରାହୀ,ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ|

ନୂଆପଡ଼ାରେ ଅରୁଣଙ୍କ ହଂସ କୁକୁଡ଼ା ଉପାଖ୍ୟାନ : କହିଲେ ବିଜେପି ଓ କଂଗ୍ରେସକୁ ଖୋଜିଲେ ମଧ୍ୟ ମିଳୁନାହାନ୍ତି

ଅରୁଣ ସାହୁ। ଛାତ୍ର ଜୀବନରୁ ଚତୁର ରାଜନେତା ଭାବେ ପୁରା ଓଡ଼ିଶାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଅଳ୍ପ କହିନ୍ତି, ଯାହା କହନ୍ତି  ତାହା ସାଧାରଣ ଲୋକଙ୍କ ମନକୁ ବେଶ ଛୁଏ। ତର୍କ, ବିତର୍କ ଓ ଚ୍ୟାଲେଞ୍ଜକୁ ସବୁବେଳେ ଗ୍ରହଣ କରି କାମ କରନ୍ତି।   ନୂଆପଡାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କ ବିଜୟ ମୁକୁଟ ପିନ୍ଧାଇବାକୁ ସାଜିଛନ୍ତି ଦଳର ଷ୍ଟାର ପ୍ରଚାରକ। ନୂଆପଡ଼ା ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଘମାଘୋଟ ପ୍ରଚାର କରି ଅରୁଣ ସଭିଙ୍କ ମନକୁ ଜିଣୁଛନ୍ତି । ନବୀନ ପଟ୍ଟନାୟକ କୋମନା ଗସ୍ତ ପୂର୍ବରୁ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ନୂଆପଡ଼ାରେ ଏକ ପାଖିଆ ଜିତିବ ବିଜେଡି। ପ୍ରାର୍ଥୀ ଘୋଷଣା ବେଳେ ବିରୋଧୀ କହୁଥିଲେ ନୂଆପଡ଼ାରେ ବିଜେଡି ନାହିଁ। ହେଲେ ୧୫ଦିନ ଭିତରେ ପରିସ୍ଥିତି ବଦଳିଲା। ଏବେ ବିଜେପି ଓ କଂଗ୍ରେସକୁ ଖୋଜିଲେ ମଧ୍ୟ ମିଳୁ ନାହାନ୍ତି। ଆସନ୍ତା କାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସୁଛନ୍ତି। ଦେଖିବେ ଲୋକ କେମିତି ସ୍ୱତଃ ପ୍ରଭୃତ ଭାବରେ ଆସିବେ । ଆଗକୁ ଆପଣ କହୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଆସିବେ। ସେମାନେ ଉଭୟ ମୁଖ୍ୟମନ୍ତ୍ରୀ ଜଣେ ବିଜେପି ଓ ଅନ୍ୟ ଜଣେ କଂଗ୍ରେସ ପାଇଁ ପ୍ରଚାର କରିବେ। ହେଲେ ବିଜେଡି ପାଇଁ ପ୍ରଚାର କରିବେ ବିଜେଡିର ଚିର ସବୁଜ, ଓଡ଼ିଶାବାସୀଙ୍କ ମନର ମଉଡ଼ମଣି ଓ ହୃଦୟର ମଣିଷ ଆସୁଛନ୍ତି। ଏଥିରୁ ଆପଣ ଫରକ ବୁଝନ୍ତୁ। ନବୀନଙ୍କ ଜନ ଜନପ୍ରିୟତାର ଉଚ୍ଚତା ସହିତ କେହି ସମକକ୍ଷ ହେବେ ନାହିଁ। ନବୀନଙ୍କୁ ଦେଖିବାକୁ ଅନେକ ଲୋକ ଆପେ ଆପେ ଆସନ୍ତି। ବିଜେପିର ନିର୍ବାଚନ ପରିଚାଳନାକୁ ନେଇ ବିଧାୟକ ଅରୁଣ ସାହୁଙ୍କ କଟାକ୍ଷ କରି କହିଛନ୍ତି ଯେ ନଈରେ ହଂସ ପହଁରୁ ଥିଲା। ନଈ ହୁଡାରେ କୁକୁଡ଼ା ଖାଇ ପିଇ ବୁଲୁଥିଲା। ଦେଖିଲା ହଂସ ପହଁରୁଛି। ତେଣୁ କୁକୁଡ଼ା ନଇକୁ ଡେଇଁଲା। ଆଉ ମଲା। ଠିକ ସେହିପରି ବିଜେପିର ସ୍ଥିତି ହେବ। ଜୟ ଢୋଲକିଆ କୁ ଚୋରେଇ ନେଇ ବିଜେଡି ଯେଉଁ ବିଜୟର ସ୍ବପ୍ନ ଦେଖୁଛି ତାହାକୁ ଅରୁଣ ନିଜର ଚତୁର ବୟାନରେ କାଉଣ୍ଟର କରିଛନ୍ତି । ସେ ବିଧାନସଭା ହେଉ କି ନିର୍ବାଚନୀ ସଭା ସବୁବେଳେ ଅରୁଣ ନିଜର ବୟାନ ଓ ଯୁକ୍ତି ବଳରେ ବିରୋଧୀଙ୍କୁ ଘାଇଲା କରିଥାନ୍ତି ।

ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋଟେନଚୁଆଁ ପଞ୍ଚାୟତରେ ବଜେପିର ଵିଶାଳ ସମାବେଶ*

 ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଗେଶ୍ଵର ମଣ୍ଡଳର କୋଟେନଚୁଆଁ ଗ୍ରାମ ପଞ୍ଚାୟତର ଝାଞ୍ଜିମୁଣ୍ଡା ଠାରେ ବିଜେପି ପକ୍ଷରୁ ଆଜି ଏକ ବିଶାଳ ଜନ ସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ଶହେରୁ ଉର୍ଦ୍ଧ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଏହି ସମାବେଶରେ ଭୋଟର ମାନଙ୍କୁ ଉଦଵୋଧନ ଦେବା ସହ ବିଜେପି କୁ ବିପୁଳ ଭୋଟଦେଇ ଜୟଯୁକ୍ତ କରାଇବାକୁ ନିବେଦନ ଭିକ୍ଷା କରିଥିଲେ। ପରେ ପରେ ଏକ ବାଇକ ଶୋଭାଯାତ୍ରା ନେଇ କୋଟେନଚୁଆଁ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାରରେ ଯାଇଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଢୋଲକିଆ। ଏଥିରେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଙ୍କ ସମେତ ପୂର୍ବତନ ମନ୍ତ୍ରୀ ସମୀର ଦାସ, ପୂର୍ବତନ ବିଧାୟକ ଶଙ୍କର ଓରାମ ଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

ବିଜେପି ବିଧାୟକଙ୍କ ଗିରଫଦାରୀ ଦାବି କଲା ବିଜେଡି

 ନୂଆପଡ଼ା ଉପନିର୍ବାଚନ ପାଇଁ ରକ୍ତମୁଖା ସାଜିଛି ବିଜେପି । ଶାନ୍ତିପ୍ରିୟ ଓଡ଼ିଶାରେ ୟୁପି, ବିହାର ଭଳି ନିର୍ବାଚନୀ ହିଂସା ଆରମ୍ଭ କରିଛି ଶାସକ ବିଜେପି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କୋମନା ବ୍ଲକ୍ରେ ବିଜେପି ବିଧାୟକ ରଘୁରାମ ମାଛଙ୍କ ପିଏସ୍ଓଙ୍କ ଦ୍ୱାରା ଫାଙ୍କା ଗୁଳି ଚାଳନା । ଏହା ଗଣତନ୍ତ୍ର ପ୍ରତି ବିପଦ ଏବଂ ବିଜେଡି ଏହାର ଦୃଢ଼ ନିନ୍ଦା କରୁଛି । ଏହାକୁ ନୂଆପଡ଼ାବାସୀ କେବେ ବରଦାସ୍ତ କରିବେ ନାହିଁ ବୋଲି ବିଜେଡି ନେତ୍ରୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡ଼ ସାମନ୍ତସିଂହାର କହିଥିଲେ ଯେ, ହିଂସାକାଣ୍ଡ ଘଟାଇବା ସହ ପ୍ରଶାସନକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି ବିଜେପି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିପାରିବେ ନାହିଁ ବୋଲି ବିଜେପି ଜାଣିସାରିଲାଣି । ସେଥିପାଇଁ ପ୍ରତିପକ୍ଷ ଦଳର ନେତାଙ୍କୁ ଧମକାଇବା, ଗୁଳି ଚଳାଇବା ଭଳି କାର୍ଯ୍ୟ ଜରିଆରେ ଆତଙ୍କର ବାତାବରଣ ସୃଷ୍ଟି କରାଯାଉଛି ।
ଆଜିର ଗୁଳିକାଣ୍ଡ ଘଟଣାରେ ବିଜେପି ବିଧାୟକ ଶ୍ରୀ ମାଛକୁ ତୁରନ୍ତ ଗିରଫ କରାଯାଉ ବୋଲି ଡ଼ ସାମନ୍ତସିଂହାର ଦାବି କରିଛନ୍ତି । ସେ କହିଥିଲେ ଯେ, ପୁଲିସ ପ୍ରଶାସନ ବିଜେଡି ନେତା ଓ କର୍ମୀମାନଙ୍କୁ ଧମକାଉଛନ୍ତି । ବିନା ୱାରେଣ୍ଟରେ ବିଜେଡି ନେତାଙ୍କ ଘର ତଲାସୀ କରାଯାଉଛି, ଅଯଥାରେ ବିଜେଡି ନେତାଙ୍କ ଗାଡ଼ିକୁ ବାରମ୍ୱାର ଯାଞ୍ଚ କରାଯାଉଛି । କିନ୍ତୁ ବିଜେପି ବିଧାୟକ ଗୁଳି ଚଳାଇ ଲୋକଙ୍କୁ ଭୟଭୀତ କରୁଛନ୍ତି । ବିଜେପି ନେତାମାନଙ୍କ ପାଇଁ ସତେ ଯେପରି ଆଇନ କାନୁନ ବୋଲି କିଛି ନାହିଁ । ବିଜେପି ନେତାମାନେ ହିଂସାକାଣ୍ଡ ଘଟାଉ ଥିବାବେଳେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି । ଗତ ୧୬ ମାସ ହେଲା ବିଜେପି ଅହଂକାରରେ ଅନ୍ଧ ହୋଇଯାଇଛି । ଆଜି କେବଳ ବିଧାୟକଙ୍କ ପିଏସ୍ଓ ଗୁଳି ଚଳାଇ ନାହାନ୍ତି ବରଂ ଏହି ଗୁଳି ସରକାର ଚଳାଇଛନ୍ତି । ବନ୍ଧୁକ ମୂନରେ ନିର୍ବାଚନ ଜିତିବା ପାଇଁ ବିଜେପି ଉଦ୍ୟମ କରିଛି । ଏହି ଘଟଣା ନୂଆପଡ଼ା ନୁହେଁ, ଶାନ୍ତିପ୍ରିୟ ଓଡ଼ିଶାକୁ ନିନ୍ଦିତ କରିଛି ବୋଲି ଡ଼ ସାମନ୍ତସିଂହାର କହିଛନ୍ତି ।

ବିଜେଡିକୁ ସମର୍ଥନ ଲୋଡ଼ିଲା ଛାତ୍ର ଓ ଯୁବ ବିଜେଡି

ନୂଆପଡ଼ାରେ ଆଜି ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ବିଶାଳ ପଥପ୍ରାନ୍ତ ସଭାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନିର୍ବାଚନର ପ୍ରଚାର କରାଯାଇଛି । ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସୀତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜନସଭାରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟସଭା ସାଂସଦ ମୁନା ଖାନ୍, ବିଧାୟକ ଗୌତମବୁଦ୍ଧ ଦାସ, ଆୟୁବ ଖାନ, ରାଜେଶ ନିଗମ, ସୁବ୍ରତ ସିଂ, ଅମିତ ସିଂଦେଓ ପ୍ରମୁଖ ଯୋଗଦେଇ ବିଜେଡିକୁ ଆଶୀର୍ବାଦ କରିବା ପାଇଁ ନିବେଦନ କରିଥିଲେ ।

ପୁଣି ପ୍ରମାଣିତ ହେଲା ବବି ଦୃଢ଼ ସଂଗଠକ

ଲୋୟର ପିଏମଜିରୁ ନୂଆପଡା, ସବୁଠି ଚର୍ଚ୍ଚାରେ ପ୍ରଣବ ପ୍ରକାଶ ଦାସ (ବବି ଦାସ) । ବବିଙ୍କ ରାଜନୈତିକ ରଣନୀତି ଆଗରେ ଘାଇଲା ହେଉଛନ୍ତି ବିରୋଧୀ ଦଳ। ସମସ୍ତଙ୍କୁ ସାଙ୍ଗରେ ନେଇ କର୍ମୀଙ୍କୁ ଭଗବାନ ପରି ମାନୁଥିବା ପ୍ରଣବଙ୍କ ରଣନୀତି ଆଗରେ ଫିକା ପଡ଼ୁଛି ବିରୋଧୀଙ୍କ ସବୁ ରଣକୌଶଳ। ଯାହାକୁ ନେଇ ନୂଆପଡାରେ ବିରୋଧୀ ଶିବିର ଚିନ୍ତାରେ। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ବବିଙ୍କ ନିର୍ବାଚନ ପରିଚାଳନା ଦକ୍ଷତା ଦେଖି ଭୟବିତ ହୋଇଛନ୍ତି । ବିଶେଷ କରି ଶାସକ ବିଜେପିର ବେଶୀ ଭୟବିତ ହୋଇଥିବା ବିଜେଡି ଅଭିଯୋଗ କରିଛି। ଖାସ ସେଥିପାଇଁ ପ୍ରଶାସନ କଳ ଲଗାଇ ବବି ଦାସଙ୍କୁ ରୋକିବାକୁ ଜୋରଦାର ଉଦ୍ୟମ କରାଯାଉଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ, ବିଜେଡ଼ି ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ନୂଆପଡ଼ାରେ ବିଜେପି ଭୟ କରୁଥିବାରୁ ଉଭୟଙ୍କ ନାଁରେ ମିଥ୍ୟା ମାମଲା ଛନ୍ଧିବାକୁ ପ୍ରୟାସ କରୁଛି ଶାସକ ଦଳ। ହେଲେ ଏଥିରେ ସେମାନେ ଭୟବିତ୍ ହେବେ ନାହିଁ ବୋଲି ବିଜେଡି କହିଛି। ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି ଯେ ପ୍ରାର୍ଥୀ ଚୋରି କରିବା ପରେ କର୍ମୀ ଚୋରି କରିବା ଆରମ୍ଭ କରିଛି ବିଜେପି। କାରଣ ନୂଆପଡାରେ ବିଜେପି ହାରିବା ଦେଖିପାରୁଥିବାରୁ ଏପରି ଶସ୍ତା ରାଜନୀତି କରୁଛି। ପୋଲିସ ଯଦି ନୂଆପଡାରେ ଅଧିକ ରାଜନୈତିକ ହସ୍ତକ୍ଷେପ କରେ ତେବେ ବିଜେଡିର କର୍ମୀମାନେ ମାନସିକ ଭାବେ ପ୍ରସ୍ତୁତ ହେଲେଣି ଏହା ବିରୋଧରେ ଲଢ଼େଇ କରିବାକୁ। ଯେଉଁ ପ୍ରାୟୋଜିତ ଏତଲା ଦିଆଯାଇ ପ୍ରବଣ ପ୍ରକାଶ ଦାସଙ୍କ ମନବଳ ଭାଙ୍ଗିବାକୁ ଶାସକ ଦଳ ରଣନୀତି କରିଛି ଏହା ଦ୍ବାରା ସେମାନେ ସଫଳ ହେବେ ନାହିଁ ବୋଲି ବିଜେଡି କହିଛି। ଅନ୍ୟପଟେ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢୁଛି। ଯାହାକୁ ନେଇ ବିଜେପି ଓ ବିଜେଡ଼ି ମୁହାମୁହିଁ।

ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ

 ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବ।
ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ।
ଅଖତର ଏକାଧାରରେ ଜଣେ ସଂଳାପ ଲେଖକ, ଗୀତିକାର, କବି ଏବଂ ଚିନ୍ତକ। ତାଙ୍କର ଲେଖନୀ ଆଧୁନିକ ଭାରତର ଭାବପ୍ରବଣ ଓ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଆସିଛି। ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହୋଇଛି।
ପାଂଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମ ଭୁଷଣ ଓ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କର କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି।
ଉନ୍ନତ ଚିନ୍ତାଧାରା ସମ୍ପନ୍ନ ଅଖତର ହାର୍ଭାଡ, ଅକ୍ସଫୋର୍ଡ ଏବଂ କେମ୍ବ୍ରିଜ୍ ଭଳି ପୃଥିବୀର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ଓ ପ୍ରଫେସର ମାନଙ୍କୁ ସମ୍ବୋଧିତ କରିଛନ୍ତି।
ଭାରତୀୟ ସିନେମାର ଶବ୍ଦର ଯାଦୁକର ଭାବେ ପରିଚିତ ଜାଭେଦ ଅଖତରଙ୍କ ସାହିତ୍ୟ କୃତି ଯୁବପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରି ଆସିଛି।
ଜାଭେଦ ଅଖତରଙ୍କୁରେ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତୀ ଓ ଉତରୀୟ ପ୍ରଦାନ କରାଯିବ। ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।
ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍‌ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା। ଏହି ସୂଚନା ଦେଇଛନ୍ତି ପ୍ରାଚୀନର ମୁଖ୍ୟ ତଥା ଉତ୍ସବର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା।
ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଲେଖକ, କବି, ଚିତ୍ରକାର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନିଆ ଏହି ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ବୋଲି ପ୍ରଫେସର ପଣ୍ଡା ସୂଚନା ଦେଇଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news