ମଙ୍ଗଳବାର ସୋଆରେ ଆୟୋଜିତ ହେବ ଇନ୍ଷ୍ଟିଚ୍ୟୁସନ୍ସ ଇନୋଭେସନ୍ କାଉନ୍ସିଲ୍ର ଆଂଚଳିକ ସମ୍ମିଳନୀ
ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟରେ ଇନ୍ଷ୍ଟିଚ୍ୟୁସନ୍ସ ଇନୋଭେସନ୍ କାଉନ୍ସିଲ୍ (ଆଇଆଇସିର ୨୦୨୫ ନିମନ୍ତେ ଆଂଚଳିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଶିକ୍ଷା କ୍ଷେତ୍ରର ନେତୃବର୍ଗ, ନୀତି ନିର୍ଦ୍ଧାରକ, ଇନ୍କ୍ୟୁବେସନ୍ ମ୍ୟାନେଜର, ବିଭିନ୍ନ ଷ୍ଟାର୍ଟ -ଅପ୍, ଶିଳ୍ପ ଏବଂ ଉଦ୍ଭାବନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ବ୍ୟକ୍ତି ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ ହେବେ ।
କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଇନୋଭେସନ୍ ସେଲ୍ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସୋଆର ଅଟଳ ଇନ୍କ୍ୟୁବେସନ୍ ସେଂଟର (ଏଆଇସି) ସହଯୋଗ କରୁଛି ବୋଲି ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ କହିଛନ୍ତି ।
ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ୍ ଦ୍ୱାରା ଆଇଆଇସି ପ୍ରସ୍ତୁତ ହୋଇଥିବା ବେଳେ ଏହା ଏଆଇସିଟିଇ ଦ୍ୱାରା ପରିଚାଳିତ ହେଉଛି । ୨୦୧୮ରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଦ୍ଭାବନକୁ ଏକ ନୂତନ ଦିଗ ଦେବା ଲକ୍ଷ୍ୟ ନେଇ ଆଇଆଇସିକୁ ସାରା ଦେଶରେ ଆରମ୍ଭ କରାଯାଇଥିବା ବେଳେ ଏହା ବର୍ତମାନ ଦେଶର ୩୬ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୬,୪୦୦ ଉଚ୍ଚ ଶିକ୍ଷା କେନ୍ଦ୍ରରେ ନିଜର କାୟା ବିସ୍ତାର କରିଛି ବୋଲି ଏଆଇସିଟିଇର ଆସିଷ୍ଟାଂଟ ଇନୋଭେସନ୍ ଡାଇରେକ୍ଟର ଡକ୍ଟର ଦୀପନ ସାହୁ କହିଛନ୍ତି ।
ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ପାରସ୍ପରିକ ଆଲୋଚନା, ଉଦ୍ଭାବନ ଏବଂ ଷ୍ଟାର୍ଟ-ଅପ ସମ୍ବନ୍ଧୀୟ ପ୍ରଦର୍ଶନୀ, ବିଶେଷଜ୍ଞଙ୍କ ଦ୍ୱାରା ତଥ୍ୟ ଉପସ୍ଥାପନ ଏବଂ ବିଭିନ୍ନ ପାନେଲ ଆଲୋଚନା ହିଁ ଏହି ଆଇଆଇସି ଆଂଚଳିକ ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି ଡକ୍ଟର ସାହୁ କହିଛନ୍ତି ।
କାର୍ଯ୍ୟକ୍ରମରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରମ ଭର୍ଚୁଆଲି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଭାରତ ସରକାରଙ୍କ ଜାତୀୟ ଗବେଷଣା ବିକାଶ ଆୟୋଗର ସିନିୟର ରିଜିଓନାଲ୍ ମ୍ୟାନେଜର ଏବଂ ହେଡ ଆଉଟରିଚ୍ ଅଫିସ ଡକ୍ଟର ବିଜୟ କୁମାର ସାହୁ, ବିଶାଖାପାଟଣା ସ୍ଥିତ ରତନ ଟାଟା ଇନୋଭେସନ ହବ୍ର ସିଇଓ ଶ୍ରୀ ରବି ଇଶ୍ୱାରୁପୁ, ଓଡ଼ିଶା ସରକାରଙ୍କ ଅଧିନସ୍ଥ ଷ୍ଟାର୍ଟ-ଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତି ରଶ୍ମିତା ପଣ୍ଡା, ଆଇଆଇଟି, ବମ୍ବେର ପ୍ରଫେସର ଏମରିଟସ ପ୍ରଫେସର ଦୀପକ ବି. ପାଠକ, ଭାରତ ସରକାରଙ୍କ ଟେଲିକମ୍ ସେକ୍ଟର ସ୍କିଲ କାଉନ୍ସିଲର ପୂର୍ବତନ ସିଇଓ ଡକ୍ଟର ଯଦୁମଣୀ ଜେନା, ଏଆଇସିଟିଇର ଆସିଷ୍ଟାଂଟ ଇନୋଭେସନ୍ ଡାଇରେକ୍ଟର ଡକ୍ଟର ଦୀପନ ସାହୁ ଏବଂ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିବେ । ଆଇଆଇଟି ମାଡ୍ରାସର ପ୍ରଫେସର ଅଶୋକ ଝୁନଝୁନୱାଲା କାର୍ଯ୍ୟକ୍ରମରେ ଭର୍ଚୁଆଲୀ ବକ୍ତବ୍ୟ ପ୍ରଦାନ କରିବେ ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy