ଡେଡିକେଟେଡ଼ ଭିକେପି

- Advertisement -

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ(ଭିକେପି) ପାୱାର କରିଡର ଠାରୁ ଆରମ୍ଭ କରି ଗାଁ ଗହଳି ଯାଏଁ ବେଶ ଚର୍ଚ୍ଚାରେ । ଲୋକସେବା ଭବନରେ ସେ ଡେଡିକେଟେଡ଼ ଭିକେପି ନାମରେ ପରିଚିତ । କାରଣ ୨ହଜାର ବ୍ୟାଚର ଏହି ଆଇଏଏସ ଅଫିସର ନିଜର ଦକ୍ଷତା ବଳରେ ଆଜି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । କାମ ପ୍ରତି ମନୋଭାବ ଓ ସମୟ ଅନୁସାରେ ଦାୟିତ୍ୱ ତୁଲାଇବାରେ ସେ ବେଶ ସିଦ୍ଧହସ୍ତ ।ପାୱାର କରିଡରର ସବୁ କାଟାଗୋରୀ ସହ ସୁସମ୍ପର୍କ ରଖି ସେ କାମ କରାଇନିଅନ୍ତି ।

ଗଞ୍ଜାମ ଜିଲ୍ଲାପାଳ ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଲେ । ଆଉ ସେହି ଦିନରୁ ସେ ନବୀନଙ୍କ ପ୍ରତି ନିଜକୁ ସମର୍ପି ଦେଇଛନ୍ତି ।ସକାଳ ହେଉ, ସନ୍ଧ୍ୟା ହେଉ ଅବା ଅଧରାତି ସବୁବେଳେ ସରକାରୀ କର୍ତ୍ତବ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ସେ ଦାୟିତ୍ୱର ସହ ତୁଲାଇଛନ୍ତି । ନବୀନଙ୍କ ପ୍ରତି ତାଙ୍କ ସମର୍ପଣ ଭାବ ଏତେ ଅଧିକ ଯେ, ତାଙ୍କ କାର‌୍ୟ୍ୟଶୈଳୀକୁ ଯିଏ ଫଲୋ କରିଛି ସେ ଜାଣିଛି । ମୁଖ୍ୟମନ୍ତ୍ରୀ ଯେପରି କୌଣସି ବିପଦରେ ନପଡିବେ ସେ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ ପାଖେ ପାଖେ ଥାଆନ୍ତି । ଲୋକସେବା ଭବନର ତୃତୀୟ ମହଲା ହେଉ ବା ଦିଲ୍ଲୀ ସବୁଠି ନବୀନଙ୍କ ସହ ପାଣ୍ଡିୟାନ । ଏଥିପାଇଁ ବହୁ ସମୟରେ ବିଭିନ୍ନ ରାଜନୈତିକ ଦଳ ତାଙ୍କୁ କଡା ସମାଲୋଚନା କରିବା ସହ ତାଙ୍କ ବ୍ୟକ୍ତିତ୍ୱକୁ କଡା ସମାଲୋଚନା କରିଛନ୍ତି । ଗଣମାଧ୍ୟମ ମଧ୍ୟ ତାଙ୍କୁ କଟାକ୍ଷ କରିବାକୁ ପଛାଇ ନାହିଁ । ହେଲେ ଏସବୁକୁ ଦୃଷ୍ଟି ନଦେଇ ଏହି ଅଣଓଡ଼ିଆ ଆଇଏଏସ ଅଫିସର ନବୀନଙ୍କ ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛନ୍ତି ।

ବାବୁଙ୍କ ଦକ୍ଷତା ମାର୍କରେ ୧୦ରୁ ୧୦ ପାଇଥିଲେ ଭି.କେ. ପାଣ୍ଡିୟାନ । ନବୀନଙ୍କୁ ସେ କେତେ ଭଲ ପାଆନ୍ତି ତାହା ୨୦୧୯ ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ କେଇ ମିନିଟ ଭିତରେ ଭାଇରାଲ ହେବାରୁ ଜଣାପଡେ । ଖାସ ସେଥିପାଇଁ ପାୱାର କରିଡରରେ ଏବେ ଗୋଟିଏ ଚର୍ଚ୍ଚା ପାଣ୍ଡିୟାନଙ୍କୁ ନେଇ । ତୃତୀୟ ମହଲାର ବାବୁ ଏବେ ବନି ଯାଇଛନ୍ତି ଡେଡିକେଟେଡ଼ ଭିକେପି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles