ଯାଜପୁର ଓୟୁଜେର କାର୍ଯ୍ୟକାରୀ ବୈଠକ

- Advertisement -

ଯାଜପୁର : ସ୍ଥାନୀୟ ବରୁହାଁରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ( ଓୟୁଜେ)ର ପରିବଦ୍ଧିତକାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଓୟୁଜେର ସଭାପତି ସମରଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ଓୟୁଜେର ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ଯାଜପୁରରେ କରିବା ନେଇ ଏକ ସର୍ବ ସହମତ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବକୁ ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ଶାଖାକୁ ପଠାଯିବ । ଏହି ବୈଠକରେ ଜିଲ୍ଳାର ୬୦ର ଅଧିକ ସାମ୍ବାଦିକ ଏକାଠି ହୋଇ ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ଯୋଜନା ଲାଗୁ କରିବା ସହ ସାମ୍ବାଦିକ କଲ୍ୟାଣ ନେଇ ସରକାର କରିଥିବା ଯୋଜନାର ନୀତି ପ୍ରଣ୍ରନ କରିବାକୁ ଦାବି କରିଥିଲେ । ଏହି ବୈଠକରେ ବାଲିଚନ୍ଦ୍ରପୁର ବହୁ କାର୍ଯ୍ୟରତ ସାମ୍ବାଦିକ ବିଧିବଦ୍ଧ ଭାବେ ଯାଜପୁର ଓୟୁଜେରେ ସାମିଲ ହୋଇଥିଲେ । ଯାହା ଯାଜପୁର ଶାଖାକୁ ଅଧିକ ମଜବୁତ କରିବା ବୋଲି ଜିଲ୍ଳା ଓୟୁଜେ ସଭାପତି ଓ କାର୍ଯ୍ୟକାରୀ ସଭାପତି କହିଛନ୍ତି । ଏହି ବୈଠକରେ କାର‌୍ୟ୍ୟକାରୀ ସଭାପତି ଅଭୟ ପତି , ସମ୍ପାଦକ ରଂଜିତ ରାଉତ, ଓୟୁଜେ ଟ୍ରିବ୍ୟୁନାଲ ଅଧୃକ୍ଷ ରାଜୀବ ମହାନ୍ତି, ବିଗ ନ୍ୟୁଜ ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକ ଅଜୟ ସାହୁଙ୍କ ସମେତ ଜିଲ୍ଳାର ଉପ ସଭାପତି , ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles