ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦିଅନ୍ତୁ : ମୀନାକ୍ଷି ବାହିନିପତି
ଗୋଟିକ ପରେ ଗୋଟିଏ ହୃଦୟ ବିଦାରକ ଘଟଣାରେ ଛାତ୍ରୀମାନେ ନିଆଁରେ ପୋଡିବା ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ‘ବେଟି ପଢ଼ାଓ ବେଟି ବଚାଓ’ ସ୍ଲୋଗାନ ଦେଉଥିବା ବିଜେପି ସରକାରଙ୍କ ଶାସନରେ ମହିଳା, ଛାତ୍ରୀମାନେ ସବୁଠାରୁ ଅସୁରକ୍ଷିତ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବାରୁ ଶେଷରେ ଏଫ୍. ଏମ୍. କଲେଜ ଆଗରେ ନିଜକୁ ଜାଳିଦେଲେ । ତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଓଡ଼ିଶାରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ନାରୀକୁ ନ୍ୟାୟ ଦେବା ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହାକୁ ଅଧୂକ ସକ୍ରିୟ କରିବା ପାଇଁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନିପତି ଆଗଭର ହୋଇଛନ୍ତି। ସୌମ୍ୟାଶ୍ରୀଙ୍କ ପରେ ନିମାପଡା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ବଳଙ୍ଗା ଠାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଦୁବୃତ୍ତମାନେ ନିଆଁରେ ପୋଡି ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାସ ଭବନ ରାଜ୍ୟ ମହିଳା ସଭାନେତ୍ରୀ ମୀନାକ୍ଷି ବାହିନିପତିଙ୍କ ନେତୃତ୍ୱରେ ଘେରାଉ କରାଯାଇଥିଲା । ପିଡ଼ିତା ଛାତ୍ରୀ ଜଣଙ୍କ ୭୨ ଭାଗ ପୋଡିଯାଇଥିବାବେଳେ ଏମ୍ଏସ୍ରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ମୀନାକ୍ଷି ବାହିନିପତିଙ୍କ ନେତୃତ୍ବରେ ଏକ ମହିଳା ଦଳ ଯାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭକରିଥିଲେ । ରାଜ୍ୟ ସରକାରଙ୍କ ବିଫଳତା ଏବଂ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିଗିଡି ଯାଇଥିବାବେଳେ ନାରୀ ଆଉ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି। ନିଜେ ରାଜ୍ୟ ସରକାର ଏକ ଅଧ୍ୟାଦେଶରେ ସଂନ୍ଧ୍ୟା ୫ ଟା ପରେ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନେ ନ ରହିବା ପାଇଁ ନିର୍ଦ୍ଦେଶାନାମ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତ୍ୟୟମାନ ହୁଏ ଯେ ରାଜ୍ୟ ସରକାର ନାରୀକୁ ସୁରକ୍ଷା ଦେବା ପାଇଁ ଅସମର୍ଥ । ଏଭଳି ସରକାର ଶାସନ ଗାଦିରେ ବସିବାର ସମସ୍ତ ନୈତିକ ଅଧିକାର ହରାଇ ବସିଛନ୍ତି ବୋଲି ଶ୍ରୀମତୀ ବାହିନି ପତି କହିଛନ୍ତି।
ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହୁତି ଉଦ୍ୟମ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଯୁବ ଓ ଛାତ୍ର କଂଗ୍ରେସ
ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଆଜି ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ପ୍ରାୟ ୧ଘଂଟା କାଳ ଧସ୍ତାଧସ୍ତି ହେବାପରେ ପୋଲିସ ବ୍ୟାରିକେଡକୁ ଆନ୍ଦୋଳନକାରୀ ମାନେ ଭାଙ୍ଗିଦେଇଥିଲେ । ପୋଲିସ ସେଠାରୁ ଭ୍ୟାନ ଯୋଗେ ଆନ୍ଦୋଳନକାରୀ ମାନଙ୍କୁ ଉଠାଇ ନେଇଥିଲା । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ପ୍ରଦେଶ ଯୁବ କଂଗ୍ରେସ ସଭାପତି କହିଥିଲେ ଯେ ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୂର୍ଣ୍ଣଭାବେ ମହାବିଦ୍ୟାଳୟ କର୍ତୃପକ୍ଷ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ । ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗକୁ ପରିଚାଳନା କରିବାରେ ବିଫଳ ଅଯୋଗ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏ ସମଗ୍ର ଘଟଣାପାଇଁ ଦାୟୀ ଏବଂ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ । ଓଡ଼ିଶାରେ ସରକାରୀ ଓ ବେସରକାରୀ ଶିକ୍ଷାବିଭାଗର କ୍ୟାମ୍ପସରେ ମହିଳା ଅସୁରକ୍ଷିତ । ସୁତରାଂ କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷା ଦେଇପାରୁନଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଯୁବ କଂଗ୍ରେସ ଦାବି କରୁଛି । ସେହିଭଳି ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ କହିଲେ ଯେ ମୋହନ ସରକାର ଏକ ଛାତ୍ରବିରୋଧି ସରକାର । ପୀଡ଼ିତା ସୌମ୍ୟାଶ୍ରୀ ବିଶି ନ୍ୟାୟ ପାଇବାପାଇଁ କଲେଜର ଅଧ୍ୟକ୍ଷ, ଥାନା, ବାଲେଶ୍ୱର ସାଂସଦ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ସମସ୍ତଙ୍କୁ ଯୋଗାଯୋଗ କରିଛନ୍ତି । କିନ୍ତୁ ତାଙ୍କୁ ନ୍ୟାୟ ମିଳିନାହିଁ । ଶେଷରେ ହତାସ ହୋଇ ସେ ଆତ୍ମଦାହ କରିବାପାଇଁ ନିଷ୍ପତ୍ତି ନେଲେ । ଏବିଭିପି ଛାତ୍ର ସଂଗଠନଙ୍କର ସେ ଜଣେ ସଭ୍ୟା ଥାଇ ମଧ୍ୟ ତାଙ୍କ ନିଜ ସଂଗଠନ ଓ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ । ତେଣୁ ଓଡ଼ିଶାର ସମସ୍ତ କ୍ୟାମ୍ପସରେ ଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ଏହି ଘଟଣାରେ ଏବିଭିପି ଛାତ୍ର ସଂଗଠନର ଅସଲ ମୁଖା ଖୋଲିଯାଇଛି । ଏହି ସଂଗଠନର ଜଣେ ସଭ୍ୟାଙ୍କୁ ନ୍ୟାୟ ଦେବାପାଇଁ ଏବିଭିପି ସରକାରର ବିଫଳତା ଉପରେ ମୁହଁ ଖୋଲୁ ନାହିଁ । ଏବେଠାରୁ ଏବିଭିପି ସଂଗଠନରେ ନୂଆ ଛାତ୍ରଛାତ୍ରୀମାନେ ଯୋଗଦେବା ଉଚିତ କି? ଛାତ୍ରୀ ସୌମ୍ୟାଶ୍ରୀ ପ୍ରତି ଅନ୍ୟାୟ କରିଥିବା ଅଧ୍ୟାପକ ଓ ଅଧ୍ୟକ୍ଷକଙ୍କୁ ଚାକିରୀରୁ ବରଖାସ୍ତ କରାଯାଉ । ଅଧ୍ୟକ୍ଷଙ୍କୁ ଗିରଫ କରାଯାଉ । ଅଭିଯୋଗ ପାଇଲାପରେ ସ୍ଥାନୀୟ ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଥାନା ଅଧିକାରୀଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏବେ ଅଭିଭାବକ ମାନେ ତାଙ୍କର ଝିଅ ମାନଙ୍କୁ ଶିକ୍ଷାନୁଷ୍ଠାନକୁ ପଠାଇବେ କେମିତି? ଯିଏ ବାଡ଼ ସିଏ ଫସଲ ଖାଉଛି । ଅଧ୍ୟାପକ ମାନେ ଅତ୍ୟାଚାର କରୁଛନ୍ତି । ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ସରକାରଙ୍କର ସମସ୍ତ ସିଷ୍ଟମ ନିଷ୍କ୍ରିୟ ଓ ବିଫଳ ବୋଲି ପ୍ରମାଣିତ । ସୁତରାଂ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ଦିଆଯାଉ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ନିହାର ବେହେରା, ତୁଷାରକାନ୍ତି ତସ୍ୱସୀ, ମହମ୍ମଦ ଗୁଲଫାମ, ବଳରାମ ନନ୍ଦ, ବିରଞ୍ଚି ବାରିକ, ସାହାରୁଖ ଖାନ, ଆଶିଷ ମହାନ୍ତ, ସୁନିଲ ସାହୁ ଗାନ୍ଧୀ, ଲିପିକା ପାତ୍ର, ଲିପ୍ସା ନାୟକ, ସାଗର ପଟ୍ଟନାୟକ, ରଣଜିତ ସେନାପତି, ଆଦିତ୍ୟ ପାତ୍ର, ବାଦଲ ନାୟକ, ରାଜେଶ ଦାଶ, ସୁରଜ ରାଉତ, କାର୍ତ୍ତିକେଶ୍ୱର କାଣ୍ଡି, ଜଗଦିଶ ରାଉତ, ପବିତ୍ର ସେଠୀ, ପ୍ରଶାନ୍ତି ପରମାଣିକ, ବାବୁଲ ଲିପୁ, ତାପସ ଦେଓ, ଚଣ୍ଡି ପ୍ରସାଦ ମହାପାତ୍ର, ମହମ୍ମଦ ତାକ୍ୟୁଇନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।






ନବୀନଙ୍କ ନୀତିରେ କଥା କମ, କାମ ଅଧିକରେ ବିଶ୍ୱାସ ରଖନ୍ତି l ଦଳ କ୍ଷମତାରେ ଥିଲା ବେଳେ ଯେମିତି କ୍ଷମତାରୁ ଗଲା ପରେ ମଧ୍ୟ ବବିଙ୍କ କାମ କରିବାର ତରିକା ପୁରା ସମାନ। ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ବୁଝନ୍ତି। ଶନିବାର ଓ ରବିବାରରେ ଯାଜପୁର କାଳୀମାଘରେ ବସେ ବବିଙ୍କ ଦରବାର। ବବି ନାଁ ବିଧାୟକ ନା ମନ୍ତ୍ରୀ କି ସାଂସଦ। ହେଲେ ଯାଜପୁରବାସୀଙ୍କ ପାଇଁ ଆଜି ବି ତାଙ୍କ ବବି ଭାଇ ପ୍ରଭାବଶାଳୀ ଓ କ୍ଷମତାଶାଳୀ। କାରଣ ବବି ହେଉଛନ୍ତି ବିଶ୍ୱାସ ଓ ଭରସାର ପ୍ରତୀକ। ସବୁବେଳେ ଯାଜପୁର ବାସୀଙ୍କ ସୁଖ ଓ ଦୁଃଖରେ ସେ ଓ ତାଙ୍କ ପରିବାର ଠିଆ ହୋଇଥାନ୍ତି ପରିବାରର ସଦସ୍ୟ ଭାବେ। କ୍ଷମତାରେ ଥିବା ବେଳେ ତାଙ୍କ କାମ ଆଜି ତାଙ୍କୁ ଯାଜପୁର ବିକାଶର ନୂତନ ବିନ୍ଧାଣୀ ଭାବେ ପୁରା ରାଜ୍ୟରେ ପରିଚିତ କରିଛି। ସହରର ରାସ୍ତାଘାଟ ଠାରୁ ଆରମ୍ଭ କରି ମେଡିକାଲ,ସ୍କୁଲ, କଲେଜ, ପର୍ଯ୍ୟଟନ ସ୍ଥଳି, ମନ୍ଦିର, ସହ ଯାଜପୁର ଭିତ୍ତିଭୂମିକୁ ସେ ସୁଦୃଢ଼ କରି ନୂଆ ରୂପ ଦେଇଛନ୍ତି ଯାଜପୁର ସହରକୁ। କାମ ହିଁ ତାଙ୍କର ପରିଚୟ। ଜୁନ ତାରିଖ ବିଜେଡି ଶାସନରୁ ଗଲା ପରେ ବବିଙ୍କୁ ବଦନାମ କରିବାକୁ କିଛି କୁଚକ୍ରୀ ଗୋଷ୍ଠୀ ଲାଗିପଡିଲେ। ଯେଉଁମାନେ କି କ୍ଷମତାଶାଳୀ ଥିବା ବେଳେ ବହୁତ କିଛି ଫାଇଦା ପାଇଛନ୍ତି ବାବିଙ୍କ ଠାରୁ। ସେମାନେ ସମସ୍ତେ ଲାଗିପଡିଲେ ବବିଙ୍କ ପଛରେ। ହେଲେ ରାଜନୀତିକୁ ଆସିବା ଦିନଠୁ ପ୍ରଣବ ପଦପଦବୀ କି କ୍ଷମତା ଲୋଭୀ ନଥିଲେ। ପଦପଦବୀ ଠାରୁ ଦୂରେଇ ରହି ନେତା ଓ ଦଳ ପାଇଁ ଦିନରାତି କାମ କରିବାର ଦକ୍ଷତା ସେ ଦେଖାଇସାରିଛନ୍ତି । ଓଡ଼ିଶାର ୧ନମ୍ୱର୍ ଟିଭି ଚ୍ୟାନେଲ ଯେତେବେଳେ ରାଜ୍ୟ ୧ ନମ୍ୱର୍ ମନ୍ତ୍ରୀ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ଏକ ସର୍ଭେ କାର୍ଯ୍ୟକ୍ରମ ଜରିଆରେ ମାନ୍ୟତା ଦେଇଥିଲା। ଠିକ୍ ତାର କେହି ଦିନ ଭିତରେ ଦଳର ଆବଶ୍ୟକତା ଦୃଷ୍ଟିରୁ ସଙ୍ଗଠନ ପାଇଁ ମନ୍ତ୍ରୀ ପଦଛାଡ଼ି ପ୍ରଣବ ଜନସେବାରେ ନିଜକୁ ନିୟୋଜିତ ହୋଇଥିଲେ ନବୀନଙ୍କ ନିର୍ଦ୍ଦେଶରେ।
ପ୍ରଣବ ଯେବେ ରାଜ୍ୟ ରାଜନୀତିରେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ସେତେବେଳ ବିରୋଧୀ ଦଳ ନେତାମାନଙ୍କ ପ୍ରତି ବହୁତ ସମ୍ମାନ ଦିଅନ୍ତି ପ୍ରଣବ। ଯାହା ବର୍ତ୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସେତେବେଳର ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ ପ୍ରଥମ ବିଧାନସଭା ଭାଷଣ ଶେଷରେ ଦେଖିବାକୁ ମିଳିଥିଲା। ପ୍ରଣବ ନିଜ ଆସନରୁ ଉଠି ଆସି ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ଭଲ ଭାଷଣ ଦେଇଥିବାରୁ ପିଠି ଥାପୁଡାଇ ଦେଇଥିଲେ। ଏପରି ଅନେକ ଘଟଣା ୧୫ବର୍ଷ ବିଧାୟକ ଥିବାବେଳେ ପ୍ରଣବଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ଆଜି ଓଡ଼ିଶାରେ ରଣନୀତିରେ ଯାହା ଘଟୁଛି ତାହା ପଛରେ ପ୍ରଣବଙ୍କ ହାତ ଅଛି ବୋଲି କହି କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କୁ ବଦନାମ କରୁଛନ୍ତି ବୋଲି ଯାଜପୁରବାସୀ ଅଭିଯୋଗ କରିଛନ୍ତି । ସେ ଟ୍ରକ ଡ୍ରାଇଭର ଆନ୍ଦୋଳନ ହେଉ ଅବା ବିଧାନସଭା , କି ଓଏଏସ
ଆନ୍ଦୋଳନ।ସବୁଠି ପ୍ରବଣଙ୍କୁ ଟାଣି ମିଥ୍ୟା ବଦନାମ କରାଯାଉଛି। ହେଲେ ପ୍ରଣବ ପ୍ରକାଶ ଦାସ (ବବି) ଏଥିରେ ବିବ୍ରତ କି ବିଚଳିତ ହୁଅନ୍ତୁନି। ରାଜନୀତିରେ ଏମିତି ସବୁ ସାମ୍ନା କରିବାକୁ ହୁଏ, ତାହା ସେ ଭଲ ସେ ବୁଝିଛନ୍ତି । ଏବେ କ୍ଷମତା ନଥାଇ ବି ଲୋକଙ୍କ ବଳରେ ପ୍ରଣବ ଆଜି ବଳବାନ। ତେଣୁ ମିଥ୍ୟା ବଦନାମ ଯିବ ତା ବାଟରେ ବୋଲି ପ୍ରବଣଙ୍କୁ ଭଲ ପାଉଥିବା ଓଡିଶାର କୋଣ ଅନୁକୋଣରୁ ଲୋକେ କହୁଛନ୍ତି। କାରଣ ସେ ଭିଡ ଭିତରର ନେତା।

ବିମାନବନ୍ଦରରେ। ନିଜର ପ୍ରିୟର ନେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ବିମାନ ବନ୍ଦରରୁ ନବୀନ ନିବାସ ଯାଏ ଲୋକଙ୍କ ଭିଡ। ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ କର୍ମୀଙ୍କ ଭିଡ଼। ଜୁନ ୨୨ରେ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଆଜି ଫେରିଛନ୍ତି ନବୀନ ।
ଓଡିଶାବାସୀଙ୍କ ହୃଦୟରେ ନବୀନ ସ୍ବତନ୍ତ୍ର ସ୍ଥାନ ଅଧୀକାର କରିଛନ୍ତି। ବିଜେଡି ଭବିଷ୍ୟତ ଓ ଦଳ ପୁଣିଥରେ କ୍ଷମତାକୁ ଫେରିବାର ଏକମାତ୍ର ପୁଞ୍ଚି ହେଉଛନ୍ତି ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ବିଜେଡି କ୍ଷମତାରୁ ଗଲା ପରେ ବର୍ଷେ ଭିତରେ ନବୀନଙ୍କ ଲୋକପ୍ରିୟତା କମିବା ପରିବର୍ତ୍ତେ ଦୁଇ ଗୁଣିତ ହୋଇଛି । ନବୀନ ଅସୁସ୍ଥ ଏପରି ମି୍ଥ୍ୟା ଖବର ଭାଇରାଲ କରି ବିରୋଧୀ ବିଜେଡିର ଜନ ସମର୍ଥନକୁ ଛଡାଇ ନେବାକୁ ପ୍ରୟାସ ଜାରୀ ରଖିଛନ୍ତି ବାରମ୍ବାର ବିଜେଡି ନେତା ଅଭିଯୋଗ କରିଛନ୍ତି । ଏହାରି ଭିତରେ ନବୀନ ମୁମ୍ବାଇରୁ ସୁସ୍ଥ ହୋଇ ପୁଣିଥରେ ଓଡିଶାବାସୀଙ୍କ ସେବା କରିବାକୁ ଅଣ୍ଟା ଭିଡିଛନ୍ତି। ଯାହା ଦୁଇ ଜାତୀୟ ଦଳ ପାଇଁ ଚିନ୍ତାର କାରଣ ସାଜିଛି। କାରଣ ଓଡିଶାରେ ଘରେ ଘରେ ନବୀନଙ୍କ ପ୍ରତି ଛୁଆ ଠାରୁ ବଢା ଯାଏ ଗୋଟେ ଇମୋସନ ରହିଛି । ନବୀନ ରାଜନୀତିରେ ଯେତେ ସକ୍ରୀୟ ହେଉଛନ୍ତି, ବିଜେଡି ତୃଣମୂଳସ୍ତରରେ ସେତେ ମାତ୍ରାରେ ସଶକ୍ତ ହେଉଛନ୍ତି । କାରଣ ୨୦୨୪ ନିର୍ବାଚନରେ ଓଡିଶାବାସୀ ବିଜେଡି ସର୍ବାଧୀକ ଭୋଟ ଦେଇ ନିଜର ପ୍ରଥମ ପସନ୍ଦ ବାଛିଥିବା ବେଳେ ସଂଖ୍ୟା ଖେଳରେ ବିଜେଡି ଶାସକ ଦଳରୁ ବିରୋଧୀ ଦଳ ଆସନରେ ବସିଛି । ବର୍ଷେ ଭିତରେ ବିଜେପି ସରକାର ଯେପରି ଜନ ଆକ୍ରୋଶର ଶିକାର ହୋଇଛି ଓ ବିଭିନ୍ନ ଘଟଣାରେ ବଦନାମ ହୋଇଛି ତାହା ନବୀନଙ୍କ ଲୋକପ୍ରିୟତା ବୃଦ୍ଧି କରିବାରେ ବେଶ ସହାୟକ ହୋଇଛି ।କାରଣ ଶାସକ ଦଳରେ ଥିବା ବେଳେ ଯେମିତି , ବିରୋଧୀ ଦଳରେ ମଧ୍ୟ ଠିକ ସେମିତି। କଥା କମ, କାମ ଅଧିକ। ସବୁବେଳେଓଡିଶାବାସୀଙ୍କ ସେବାରେ ନିଜକୁ ଓ ନିଜ ଦଳକୁ ଉତ୍ସଗୀକୃତ କରିଛନ୍ତି ନବୀନ ପଟ୍ଟନାୟକ। ଖାସ ସେଥିପାଇଁ ଓଡିଶାବାସୀଙ୍କ ପ୍ରିୟତ ନେତା ସାଜିଛନ୍ତି ନବୀନ ପଟ୍ଟନାୟକ ।




