ସମ୍ବିଧାନ ରକ୍ଷା କରିବାକୁ ଓଡିଶାର ଜନତାଙ୍କୁ ଏକ ହେବାକୁ ପଡିବ : ମଲ୍ଲିକା ଅର୍ଜୁନ ଖଡ଼ଗେ

0
189

() ଦେଶର ଉର୍ନତି ପାଇଁ ଯେଉଁ ମହାପୁରୁଷ କାଯ୍ୟ କରିଛନ୍ତି ତାଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି ।ମୋଦି ଜୀ ଓଡିଶା ପାଇଁ କଣ କଣ ଉର୍ନତି କରିଛନ୍ତି? ଭୁବନେଶ୍ୱର କୁ ରାଜଧାନୀ ଭାବରେ ପଣ୍ଡିତ ଜବହାରଲାଲ ନେହୁରୁ ନିର୍ମାଣ କରିଥିଲେ । ଓଡିଶା ପାଇଁ ମୋଦି ଜିଙ୍କ କାଯ୍ୟ ହେଉଛି ଜିରୋ ।କଂଗ୍ରେସ ଦଳ ଓଡ଼ିଶାର ଉର୍ନତି ପାଇଁ ଅନେକ କିଛି କାଯ୍ୟ କରିଛି ।ଏବେ ରାଜ୍ୟରେ ଜମି, ପାଣି, ଖଣି ବିକ୍ରି ହେଉଛି ।।ମୋଦି ତାଙ୍କ ବନ୍ଧୁମାନଙ୍କୁ ଏହାକୁ ବିକ୍ରି କରିଛନ୍ତି । 55 ବର୍ଷ ମଧ୍ୟରେ 160 ପବ୍ଲିକ ସେକ୍ଟର ଆମେ ନିର୍ମାଣ କରିଛୁ ।ଏବେ ମୋଦି ସରକାର ଏହା ଭିତରୁ ଅଧାରୁ ଅଧିକ ପବ୍ଲିକ ସେକ୍ଟର ବିକ୍ରି କରିଦେଇଛନ୍ତି ।ସୋନିଅ ଗାନ୍ଧୀ ଆଦିବାସୀ ଏବଂ ଗରିବ ଙ୍କ ରକ୍ଷା ପାଇଁ ଆନେକ କାଯ୍ୟ କରିଛନ୍ତି ।ଛତିଶଗଡ ରେ ମଧ୍ୟ ଆଦିବାସୀଙ୍କ ଜମିକୁ ସରକାର ବିକ୍ରି କରୁଛି। ବିକାଶ ନାରେ ଜମିକୁ ବିକ୍ରି କରିଛନ୍ତି ଛତିଶଗଡ ସରକାର ।ମହାରାଷ୍ଟ୍ରରେ ଚୋରୀ କି ସରକାର ଚାଲିଛି । ଭୋଟ ଚୋରୀ କରି ସେଠାରେ ସରକାର ହୋଇଛି। ଏହା କଣ ଗଣତନ୍ତ୍ରରେ ପରିଭାଷା କି ବୋଲି ପ୍ରଶ୍ନ କରିଛନ୍ତି ଖଡ଼ଗେ । ଶିକ୍ଷା, ସ୍ୱାସ୍ଥ୍ୟ ମୌଳିକ ସୁବିଧାକୁ ରକ୍ଷା କରିବାକୁ ହେଲେ ଆମକୁ ଏକ ହୋଇ ରହିବାକୁ ପଡିବ ।ସମ୍ବିଧାନ ରକ୍ଷା କରିବାକୁ ଓଡିଶାର ଜନତାଙ୍କୁ ଏକ ହେବାକୁ ପଡିବ । ସମ୍ବିଧାନକୁ ବଂଚେଇବାକୁ ଏବଂ ଦେଶକୁ ଏକ କରିବାକୁ ହିଁ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କରିଥିଲେ ।ମୋଦି ଏବଂ ଅମିତ ସହ ଇଡି ଏବଂ ସିବିଆଇକୁ ଢାଳ କରିଛନ୍ତି ।କିନ୍ତୁ ଆମେକୁ ଡରିବାର ନାହିଁ। କାରଣ ଯିଏ ଡରିବ ସିଏ ମରିଯିବ ।ଡବଲ ଇଂଜିନ ସରକାର ଅଦାନୀକୁ ଜମି ବିକ୍ରି କରିବାରେ ବ୍ୟସ୍ତ ।ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଦୁଇ ଦଳିତଙ୍କୁ ମାଡ ମରାଗଲା, ଏହା କଣ ଯାତନା ନୁହେଁ ।ବିଜେପି ସରକାରରେ ଦଳିତଙ୍କୁ ନ୍ୟାୟ ମିଳିପାରିବ ନାହିଁ ।ରାଜ୍ୟରେ ବିଜେପି ସରକାର ଗୋଟିଏ ବର୍ଷରେ ମହିଳା ଙ୍କ ଉପରେ ଅତ୍ୟାଚାର ବଢିଚାଲିଛି ।ରାଜ୍ୟରେ କମିଶନ ଖିଆ ସରକାର ଚାଲିଛି… ଏଭଳି ଲୋକଙ୍କୁ ଓଡିଶା ଲୋକ ହିଁ ଠିକ ବାଟକୁ ଆଣିପାରିବେ । ଭଗବାନ ନା ନେଇ ବିଜେପି ଜନତାଙ୍କୁ ଠକୁଛନ୍ତି ।ମୁହଁରେ ରାମ ନାମ ନେଇ ପାଖରେ ଛୁରୀ ରଖିଛନ୍ତି । ବିଜେପି ଏବଂ ଆରଏସ୍ଏସ କେଉଁ ନେତା ଅଛନ୍ତି, ଯିଏ କି ଦେଶ ପାଇଁ ଜୀବନ ଦେଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ବିଜେପିକୁ ପ୍ରଶ୍ନ କରିଛନ୍ତି ।