ଆଦାନୀ ଚଳାଉଛି ଓଡିଶା ସରକାର: ରାହୁଲ ଗାନ୍ଧି 

ବରମୁଣ୍ଡା ପଡିଆ ରେ ସମ୍ବିଧାନ ବଞ୍ଚାଅ ସମାବେଶ ରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ରେ ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।ସମ୍ବିଧାନ ସମାବେଶ ଷ୍ଟେଜ ରୁ ଉଭୟ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାର କୁ ଟାର୍ଗେଟ କରିଛନ୍ତି।ଡବଲ ଇଞ୍ଜିନ ସରକାର କିପରି ଓଡିଶାବାସୀଙ୍କ ସହ ବିଶ୍ୱାସଘାତ ଓ ପ୍ରତାରଣା କରିଛି । ତାର ତଥ୍ୟ ଦେଇ କଂଗ୍ରେସ କର୍ମୀ ଓ ନେତାଙ୍କ ମନରେ ଉତ୍ସାହ ଭରିଛନ୍ତି ଯୁବରାଜ ରାହୁଲ ଗାନ୍ଧି। ଆଦାନୀ ଓଡ଼ିଶା ସରକାର ଚଳାଉଛି ଆଉ ମୋଦିଙ୍କୁ ବି ଚଳାଉଛି ରାହୁଲ ଗାନ୍ଧି ବଡ଼ ଅଭିଯୋଗ କରିଛନ୍ତି ।ଜଗନ୍ନାଥ ରଥଯାତ୍ରା ସମୟରେ ଏକ ଡ୍ରାମା ହେଲା। ଆଦାନୀଙ୍କ ପରିବାର ପାଇଁ ରଥକୁ ଅଟକାଇ ଦିଆଗଲା। ଏଥିରୁ ସ୍ପଷ୍ଟ ଓଡିଶା ସରକାର ଲୋକଙ୍କ ର ନୁହଁ। ଆରବ ପତି ଙ୍କ ର। ଓଡ଼ିଶା ଯୁବ ଙ୍କୁ କେତେ ରୋଜଗାର ଦେଲେ ଏହି ସରକାର।ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ରାହୁଲ।ଏତେ ଗରମରେ ବି ମୋ ବାର୍ତ୍ତା ଶୁଣିବାକୁ ଆସିଥିବା ରୁ ଆପଣ ମାନଙ୍କୁ ଧନ୍ୟବାଦ। ଡିଏନଏ, ରକ୍ତ ରେ କଂଗ୍ରେସ ଥିବା କାର୍ଯ୍ୟ କର୍ତ୍ତା ଆମର ବବର ଶେର। ଓଡିଶା ଲୋକଙ୍କ ଠାରୁ ଚୋରି କରିବା କାମ ଏଠିକା ସରକାର କରୁଛି। ପୂର୍ବରୁ ବିଜେଡ଼ି ଏହା କରୁଥିଲା। ସରକାର ବିରୋଧରେ ଏହି ଲଢେଇ କଂଗ୍ରେସ ଜନତା ଙ୍କ ସହିତ ମିଶି ଜିତି ପାରିବ। ସବୁ ସ୍ଥାନରେ ସମ୍ବିଧାନ ଉପରେ ବିଜେପି ଆକ୍ରମଣ କରୁଛି।ମହାରାଷ୍ଟ୍ର ଭଳି ବିହାର ରେ ନିର୍ବାଚନ ଚୋରି କରୁଛି। ନିର୍ବାଚନ କମିଶନ ନିଜ କାମ ନକରି ବିଜେପି ମନର କାମ କରୁଛନ୍ତି। ଭୋଟର ତାଲିକା ଓ ଭିଡିଓ ମାଗି ଲୁ କିନ୍ତୁ ମିଳିନଥିଲା। ବିହାର ରେ ଆମେ ଚୋରି ହେବାକୁ ଦେବୁନି ରାହୁଲ କହିଛନ୍ତି ।ଓଡ଼ିଶାରେ ଜଳ ଜଙ୍ଗ ଲ ଜମି ଆଦିବାସୀ ଙ୍କ ର ଥିଲା ଓ ରହିବ। ପେସା ଆଇନ୍ ଲାଗୁ ନକରି ଆଦିବାସୀ ଙ୍କୁ ଏଠାରୁ ହଟେଇ ଦିଆଯାଉଛି। ବିକାଶ ୨, ୩ ପ୍ରତିଶତ କିମ୍ବା ଆରବପତି ଙ୍କୁ ନେଇ ହୁଏନି। ବିକାଶ ଗରିବ ଓ ଚାଷୀ ଙ୍କୁ ନେଇ ହୁଏ। ଚାଷୀ କିମ୍ବା ଆଦିବାସୀ, ଯାହା ଉପରେ ଆକ୍ରମଣ ହେବ, କଂଗ୍ରେସ ଛିଡା ହେବ।ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ ସାରା ଦେଶରେ। କିନ୍ତୁ ଗରିବ ଚାଷୀ ଙ୍କ ଠାରୁ ପଇସା ନେଲା ଆଉ 4 ଟି ବଡ କମ୍ପାନୀ କୁ ଦେଲା। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଚାଷୀ ଙ୍କୁ ସହାୟତା ମିଲୁନି। ଓଡିଶା ର ଯେ କୌଣସି ଚାଷୀ ଙ୍କୁ ପଚାର, ସମସ୍ତେ କହିବେ ଟଙ୍କା ମିଳିନି।ସମ୍ବିଧାନ ଗରିବ ଚାଷୀ ଓ ମଜଦୁରଙ୍କ ରକ୍ଷା କରେ। ଆଦାନୀ କି ଅମ୍ବାନୀର ନୁହେଁ। ଓଡିଶା ହେଉ କି ଛତିଶଗଡ ଯେଉଁଠି ଦେଖିବ କେବଳ ଆଦାନୀ ବୋଲି ରାହୁଲ କହିଛନ୍ତି । 40 ହଜାର ମହିଳା ନିଖୋଜ। କିନ୍ତୁ ସରକାର ଙ୍କ ର କିଛି ଯାଏ ଆସେ ନାହିଁ। ମୁଁ ଏବଂ କଂଗ୍ରେସ ଆପଣଙ୍କ ସହିତ ଅଛୁ।ଆମେ ତେଲେଙ୍ଗାନା ଜାତି ଜନଗଣନା କରେଇଲୁ। ଭଲ ରେଜଲ୍ଟ ଆସିଲା। ବିକାଶ ରେ ପଛୁଆ ବର୍ଗ ଙ୍କୁ ସଠିକ ଭାଗ ମିଳୁ। ଓଡ଼ିଶା ରେ ପଛୁଆ ବର୍ଗ ଅବହେଳିତ। ମୁଁ ଭକ୍ତ ଦାସ ଓ ଅଜୟ ଲଲୁ ଙ୍କୁ କହିଚି ଲୋକଙ୍କୁ ବୁଝା। ଜାତି ଜନଗଣନା କେତେ ଗୁରୁତ୍ୱପୂର୍ଣ୍ଣ। ସେହିପରି ବିଜେପି ସରକାର ଡ୍ରାଇଭର୍ ସଂଘ ଉପରେ ଚାପ ପକାଇ ଡରାଇଲେ। ହେଲେ ମୁଁ ଧନ୍ୟବାଦ ଦେଉଛି ସେମାନେ ଏହି କାର୍ଯ୍ୟ କ୍ରମ କୁ ସଫଳ କଲେ। ଡ୍ରାଇଭର୍ ସଂଘ ର ସମସ୍ତ ଦାବି ପୂରଣ ହେବା ଦରକାର ବୋଲି ରାହୁଲ କହିଛନ୍ତି ।

ଶିକ୍ଷକଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

( )ଶିକ୍ଷକଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପୁବଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଶତପଥୀଙ୍କୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।ଏନେଇ ଆୟୋଜିତ ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବସନ୍ତ କୁମାର ଦାସ ,ମୁଖ୍ୟ ଅତିଥି ଭାବେ ସୁକିନ୍ଦା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ନାରାୟଣ ଦାସ ,ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ,ଗୋବର୍ଦ୍ଧନ ପ୍ରଧାନ ସମ୍ମାନୀତ ଅତିଥି ପ୍ରେମାଞ୍ଜଳୀ ନାୟକ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ସାର୍ ଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ , ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ପରିବାର ବର୍ଗ ତଥା ସମସ୍ତ ଅତିଥି ବୃନ୍ଦ ନିଜର ସ୍ମରଣୀୟ ମୂହୁର୍ତ୍ତ ବଖାଣିବା ସହିତ ଉପହାର ପ୍ରଦାନ କରି ଦୀର୍ଘାୟୁ କାମନା କରିଥିଲେ। ଶେଷରେ ବିଦ୍ୟାଳୟ ତରଫରୁ ଅତିଥିଙ୍କ ଦ୍ବାରା ମାନପତ୍ର ଉତରୀୟ ସହିତ ସମ୍ବର୍ଦ୍ଧନା କରାଯାଇଥିଲା।ଏବେ ସେ ଚାକିରି ଜୀବନରୁ ଅବସର ନେଉଛନ୍ତି । ସଭାରେ ସମସ୍ତ ଛାତ୍ରଛାତ୍ରୀ ,ପୂରାତନ ଛାତ୍ରଛାତ୍ରୀ ,ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କ ସହ ଗ୍ରାମ ବାସୀ ଉପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଆଖିରେ ଲୁହ ଘନେଇ ଆସିଥିଲା । ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଚିରସ୍ମରଣୀୟ ରହିବେ ବୋଲି ବକ୍ତା ଓ ଅତିଥି ମାନେ ମତ ଦେଇଛନ୍ତି । ଶିକ୍ଷକଙ୍କୁ ବିଦ୍ୟାଳୟରୁ ବାଜା ବାଣ ରୋଷଣୀ କରି ତାଙ୍କ ବାସଭବନରେ ପହଞ୍ଚାଇ ଥିଲେ ।

ସୁସ୍ଥ ହେଲେନବୀନ: ହସ୍ପିଟାଲରୁ ଡିସଚାର୍ଜ

ହସପିଟାଲରୁ ଡିସଚାର୍ଜ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରୁ ଆଜି ଡିସଚାର୍ଜ ହୋଇଛନ୍ତି । ଏବେ ସପ୍ତାହେ ମୁମ୍ବାଇରେ ରହିବେ, ନବୀନଙ୍କ ଚାଲିବ ଫିଜିଓଥେରାପି । ମୁମ୍ବାଇରେ ହୋଇଥିଲା ସର୍ଭିକାଲ ଆର୍ଥ୍ରାଇଟିସ ଅପରେସନ। ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁରା ଓଡ଼ିଶାରେ ଖୁସିର ଲହରୀ ଖେଳି ଯାଇଛି। ନବୀନ ଙ୍କ ରାଜନୈତିକ ସଚିବ ଏହି ସୂଚନା ଦେଇଛନ୍ତି ।

ଜମିବ ମୋହନ –ମନମୋହନ ଯୋଡି

ସରକାର ଓ ଶାସନକୁ ସାଙ୍ଗରେ ନେଇ ବିଜେପି ଓଡିଶାରେ ଆଗେଇବ। ସରକାର ଓ ଦଳ ଭିତରେ ରହିବନି କୌଣସି ମତପାର୍ଥକ୍ୟ। ସରକାର କଥା ବୁଝିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂଗଠନ କଥା ସମ୍ଭାଳିବେ ଦକ୍ଷ ସଂଗଠନ ମନମୋହନ ସାମଲ। ଓଡିଶାରେ ବିଜେପି ଏକାକୀ ସରକାର ଗଠନ ପରେ ମନମୋହନ ସାମଲକୁ ସଭାପତି କରି ବିଜେପି କେନ୍ଦ୍ରୀୟ ନେତୃତ୍ବ ଏପରି ବାର୍ତ୍ତା ଦେଇଛି। କେନ୍ଦ୍ରୀୟ ନେତୃତ୍ବ ଓଡିଶା ବିଜେପିରେ କୌଣସି ଗୋଷ୍ଠୀ କିପରି ନରହିବ ସେଥିପାଇଁ ସେଥିପାଇଁ ତୃତୀୟଥର ଲାଗି ମନମୋହନ ସାମଲ ରାଜ୍ୟ ସଭାପତିର ମଙ୍ଗ ଧରାଇ ମାଷ୍ଟ୍ରରଷ୍ଟ୍ରୋକ ଦେଇଛି । ଯାହା ମୋହନଙ୍କ ଶାସନ ରାସ୍ତାରେ ଫୁଲପଡିଲା ପରି । ଲମ୍ବା ରାଜନୈତିକ କ୍ୟାରିୟର ଭିତରେ ତୃତୀୟଥର ଲାଗି ମନମୋହନ ସାମଲ ରାଜ୍ୟ ସଭାପତିର ମଙ୍ଗ ଧରିଛନ୍ତି । ୧୯୯୯ରୁ ୨୦୦୪, ଦ୍ବିତୀୟ ଥର ୨୦୨୩ରେ ହେବା ପରେ ୨୦୨୫ରେ ପୁଣିଥରେ ଦଳ ତାଙ୍କୁ ସଂଗଠନର ଗୁରୁ ଦାୟିତ୍ବ ଦେଇଛି । ଜୁଏଲଙ୍କ ପରେ ମନମୋହନ ସଭାପତି ପଦରେ ହ୍ୟାଟ୍ରିକ ମାରିଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମନମୋହନ ସାମଲ ସଭାପତି ହେବା ପରେ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆର କମିଛି ଓ ମନମୋହନ ଓ ମୋହନଙ୍କ ଦବଦବା ବଢିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ମନମୋହନ ସଭାପତି ହେବା ପରେ ବିଜେପି ସଂଗଠନରେ ବହୁ ପରିବର୍ତ୍ତିନ ହେବା ସହ ସେ ତାଙ୍କର ନୂଆମଟିମ ଗଢିବେ । କେନ୍ଦ୍ରୀୟ ନେତୃତ୍ବଙ୍କ ଆସ୍ଥା ମନମୋହନ ସାମଲ ଜିଣିଥିବାରୁ ସେ ଅଖଣ୍ଡ କ୍ଷମତାଶାଳୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମନମୋହନ ସାମଲ ଯୋଡିର ପ୍ରଭାବ ଆଗାମୀ ଦିନରେ ସଂଗଠନ ଓ ସରକାରରେ ଦେଖିବାକୁ ମିଳିବ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଠାରୁ ଆରମ୍ଭ କରି ନିଗମ ବଣ୍ଟନ ଯାଏ ଏହି ଯୋଡି ଚୁଡାନ୍ତ ନିଷ୍ପତି ନେବ । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ ଏହି ମାସରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ବଣ୍ଟନ କରାଯିବ । ନେତା କି ଗୋଷ୍ଠୀ ନୁହେଁ ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ଦଳ ଆଗକୁ ଆଣିବ । ଚର୍ଚ୍ଚା ଅନୁସାରେ ମନମୋହନ ସାମଲ ସଭାପତି ହେବା ପରେ ବହୁମନ୍ତ୍ରିଙ୍କ ବିଭାଗ ପରିବର୍ତ୍ତିନ ହେବା ସହ ଦଳପ୍ରତି ଆନୁଗତ୍ୟ ଥିବା କିଛି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଟିମରେ ସାମିଲ କରିବେ । ଯେଉଁଥିରେ କେନ୍ଦ୍ରୀୟ ନେତୃତ୍ବ ର ସହମତି ପୂର୍ଣ୍ଣ ସହମତି ରହିବ। ମନମୋହନ ତୃତୀୟ ଥର ସଭାପତି ହେବା ପରେ ଆଗକୁ ବିଜେପି ରାଜନୀତିରେ କି ମୋଡ ନେଉଛି ତାହା ଉପରେ ସଭିଁଙ୍କ ନଜର ।

ମିନାକ୍ଷୀ ବାହିନିପତି ମହିଳା କଂଗ୍ରେସ ସଭାନେତ୍ରୀ

କଂଗ୍ରେସ ତା’ର ସଂଗଠନକୁ ନବକଳେବର ରୂପ ଦେବା ପାଇଁ ଏବେ ପୁନଃର୍ବାର କଂଗ୍ରେସର ବରିଷ୍ଠ ନେତ୍ରୀ ମୀନାକ୍ଷି ବାହିନିପତିଙ୍କୁ ଦ୍ୱିତୀୟଥର ପାଇଁ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଏ.ଆଇ.ସି.ସି. ଘୋଷଣା କରିଛି । ମୀନାକ୍ଷି ବାହିନିପତିଙ୍କୁ ମହିଳା ସଭାନେତ୍ରୀ ଭାବେ ଏ.ଆଇ.ସି.ସି. ଘୋଷଣା କରିଥିବାରୁ ରାଜ୍ୟ ପିିସିସି ସଭାପତି ଭକ୍ତ ଚରଣ ଦାସ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପକ୍ଷରେ ଶ୍ରୀମତୀ ବାହିନିପତି ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ଘୋଷିତ ହେବା ପରେ ଖୁସିବ୍ୟକ୍ତ କରିବା ସହିତ ଏ.ଆଇ.ସି.ସି.ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ଲୋକସଭା ବିରୋଧିଦଳର ନେତା ତଥା ଜନନାୟକ ରାହୁଲ ଗାନ୍ଧୀ, ସୋନୀଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେ.ସି. ଭେନୁଗୋପାଳ, କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀମତୀ ବାହିନିପତି ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ସହରରୁ ପଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଛି । କେଉଁଠି ବି ନାରୀ ସୁରକ୍ଷିତ ନୁହେଁ । ପ୍ରତ୍ୟେକ ଦିନ ରାଜ୍ୟର କେଉଁଠି ନା କେଉଁଠି ମା’-ଝିଅ ଓ ବୋହୁ ମାନେ ସୁରକ୍ଷିତ ନୁହଁନ୍ତି । ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ନେତା ଜନନାୟକ ରାହୁଲ ଗାନ୍ଧୀ ଯେଉଁ ଅଭିଯାନ ଚଳାଇଛନ୍ତି ତାହାକୁ ଆଗକୁ ନେବି । ରାଜ୍ୟର ମହିଳା ସଂଗଠନକୁ ସଂଗଠିତ କରିବା ସହ ସେମାନେ କିପରି କଂଗ୍ରେସର ଆଭିମୁଖ୍ୟକୁ ଆଗେଇ ନେଇ ନାରୀମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗ୍ରାମ ଜାରି ରଖିବେ ସେ ଉପରେ ଗୁରୁତ୍ୱ ଦେବି ବୋଲି ଶ୍ରୀମତୀ ବାହିନିପତି ତାଙ୍କ ବକ୍ତବ୍ୟରେ କହିଛନ୍ତି ।
ପ୍ରକାଶଥାଉକି, ଶ୍ରୀମତୀ ବାହିନିପତି ଏଥିପୂର୍ବରୁ କୋରାପୁଟ ଏନ୍‌.ଏ.ସି ଅଧ୍ୟକ୍ଷା, କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ୧୦ ବର୍ଷର ସୂଚାରୁ ରୂପେ ଦାୟିତ୍ୱ ସଂପାଦନ କରିବା ସହ ସାଂଗଠନିକ ଦକ୍ଷତା ପ୍ରତିପାଦିତ କରିଛନ୍ତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ସଭାନେତ୍ରୀ ଭାବେ ଦାୟିତ୍ୱ ନେଇ ମହିଳା ସଂଗଠନକୁ ସୁଦୃଢ଼ କରିବାରେ ପ୍ରୟାସ କରିଥିଲେ । ନିର୍ବାଚନ ପରେ ଏ.ଆଇ.ସି.ସି. ଓଡ଼ିଶା କଂଗ୍ରେସର ସଂଗଠନକୁ ଭାଙ୍ଗି ଦେଇଥିଲେ । ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ ସଂଗଠନର ଦାୟିତ୍ୱ ଏ.ଆଇ.ସି.ସି. ଦେଇଛି । ଗତ ୪ ମାସ ଭିତରେ ଭକ୍ତ ଚରଣ ଦାସ ରାଜ୍ୟ ସଂଗଠନକୁ ନୂଆ ରୂପ ଦେବା ପାଇଁ ପଦକ୍ଷେପ ନେଇଥିଲେ । ବିଜେଡ଼ି ଓ ବିଜେପି ମହିଳା ଭୋଟରଙ୍କୁ ହାତେଇବା ପାଇଁ ପ୍ରୟାସ କରୁଥିବାବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ରାଜ୍ୟର ବିଜେପି ଶାସନରେ ସବୁଠାରୁ ମହିଳା ମାନଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି । ରାଜ୍ୟର ବିଜେପି ସରକାର କ୍ଷମତାକୁ ଆସିବା ଦିନଠାରୁ ୬୦ ରୁ ଉର୍ଦ୍ଧ୍ୱ ମହିଳା ଗଣବଳତ୍କାରର ଶିକାର ହୋଇଛନ୍ତି । ଏହା କେବଳ ଜାତୀୟ ପ୍ରସଙ୍ଗ ହୋଇରହି ନାହିଁ ବରଂ ଅର୍ନ୍ତଜାତୀୟ ପ୍ରସଙ୍ଗ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ନାଗରିକଙ୍କୁ ଓଡ଼ିଶା ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ଏ.ଆଇ.ସି.ସି. ୫ ଜଣ ବରିଷ୍ଠ କଂଗ୍ରେସ ନେତ୍ରୀ ଓ ସାଂସଦଙ୍କୁ ଓଡ଼ିଶାର ଗୋପାଳପୁର ଓ କେନ୍ଦୁଝର ଆଦି ଅଞ୍ଚଳକୁ ପଠାଇ ସତ୍ୟାସତ ଅନୁସନ୍ଧାନ କରିଛି । ମହିଳାଙ୍କ ସମସ୍ୟା ଓଡ଼ିଶାରେ ଉତ୍କଟ ରୂପ ଧାରଣ କରିଥିବାରୁ ଏ.ଆଇ.ସି.ସି. ଜଣେ ଟାଣୁଆ ମହିଳା ନେତ୍ରୀ ମୀନାକ୍ଷି ବାହିନିପତି ସଭାନେତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି । ଶ୍ରୀମତୀ ବାହିନିପତିଙ୍କୁ ଦଳ ପକ୍ଷରୁ ବହୁ ତୁଙ୍ଗନେତା, କର୍ମୀ ଓ ମହିଳା ନେତ୍ରୀମାନେ ସ୍ୱାଗତ ଜଣାଇ ସମର୍ଥନ ଜ୍ଞାପନ କରିଛନ୍ତି

ମହଣ ମହଣ ସୁନାରେ ସୁନାବେଶରେ ମଣିମା 

0

ରଥ ଉପରେ ମହଣ ମହଣ ସୁନାରେ ମଣିମା କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବଡ ଦାଣ୍ଡରେ ବ୍ରହ୍ମାଣ୍ଡ ନାୟକ ସୁନା ବେଶରେ ରଥାରୁଢ଼ ହୋଇଛନ୍ତି। ସୁନା ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଜନ ସମୁଦ୍ର ପାଲଟିଛି ପୁରୀ। ବର୍ଷକୁ ୫ଥର ସୁନା ବେଶ ହୁଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଆକର୍ଷଣୀୟ ସୁନାବେଶ ରଥ ଉପରେ ଦେଖିଲେ କୋଟିପୂର୍ଣ୍ଣ ମିଳିଥାଏ।

ସାଆନ୍ତେଙ୍କ ଚାହାଣୀ ପ୍ରେମ

ସମ୍ପର୍କର ଯାତ୍ରା ହେଉଛି ଘୋଷଯାତ୍ରା। ବର୍ଷକୁ ଥରେ ଜଗତର ନାଥ ଜଗନ୍ନାଥ ଏହି ସମ୍ପର୍କ ପାଇଁ ରତ୍ନବେଦିରୁ ଜନ୍ମବେଦିକୁ ଓହ୍ଲାଇଆସନ୍ତି। ୯ ଦିନର ମାନବୀୟ ଲୀଳା କରି ପୁଣି ଫେରିଯାଆନ୍ତି ବଡ ଦେଉଳକୁ। ଭକ୍ତ ଓ ଭାଗବନଙ୍କ ମହାମିଳନର ପର୍ବ ରଥଯାତ୍ରା । ସମ୍ପର୍କ ଅନେକ ଚିତ୍ର ସାମ୍ନାକୁ ଆସେ ରଥଯାତ୍ରାରେ। ଭକ୍ତ,ଭକ୍ତି, ଭାବନା, ମାଟି, ମା, ଭାଇ,ଭଉଣୀ,ମାଉସୀ ପ୍ରେମରେ କିପରି ସାଆନ୍ତେ ଏହି ୯ଦିନ ବୁଡି ରହନ୍ତି ତାହା ଦେଖେ ପୁରା ବିଶ୍ବ। ବିଶ୍ବର ଦେବତାଙ୍କ ମାନବୀୟ ଲୀଳା ବଡ ବିଚିତ୍ର। ଆଉ ତା ଭିତରୁ ସାଆନ୍ତେଙ୍କ ପ୍ରେମଭରା ଚାହାଣୀ ବି ଟିକେ ନିଆରା। ସାଆନ୍ତାଣିଙ୍କୁ ଦେଉଳରେ ଛାଡ଼ି ସାଆନ୍ତେ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦିକୁ ଆସନ୍ତି। ପିଲାଦିନର ସ୍ମୃତି ଗୁଣ୍ଡିଚା ମା ମନ୍ଦିରରେ ବେଶ ଆନନ୍ଦରେ ସମୟ କାଟନ୍ତି। ଦେଉଳରେ ସାଆନ୍ତାଣି ଯେତେବେଳେ ଜାଣନ୍ତି ତାଙ୍କୁ ଛାଡି ସାଆନ୍ତେ ଭାଇ ଓ ଭଉଣୀକୁ ସାଙ୍ଗରେ ଧରି ଯାଇଛନ୍ତି, ସେତେବେଳ ସାଆନ୍ତାଣି ଅଭିମାନ କରନ୍ତି। ସାଆନ୍ତାଣିଙ୍କ ରାଗ ଏତେ ବଢିଯାଏ ଯେ ହେରାପଞ୍ଚମୀ ଦିନ ଯାଇ ସାଆନ୍ତେ ଯାଇଥିବା ରଥକୁ ରାଗ ତମ ତମ ରେ ଭାଙ୍ଗିଦିଅନ୍ତି। ଆଉ ମନେ ମନେ କହନ୍ତି, ଆସ ଦେଉଳକୁ ତମ କଥା ମୁଁ ବୁଝିବି। ସାଆନ୍ତାଣି ରାଗିବା ଜାଣି କାଳିଆ ସାଆନ୍ତେ ରଥକୁ ଦକ୍ଷିଣ ମୋଡ କରନ୍ତି। ଇଚ୍ଛା ନଥିଲେ ବି ଜନ୍ମବେଦିରୁ ବିଦାୟ ନେବାକୁ ବାହାରି ପଡ଼ନ୍ତି। ବାହୁଡ଼ା ଯାତ୍ରାରେ ସାଆନ୍ତେଙ୍କ ରଥ ସିଂହଦ୍ଵାରା ଆଭିମୁଖେ ବାହାରେ, ସେତେବେଳେ ମା ରାଗକୁ ଶାନ୍ତ କରିବା ପାଇଁ ଶ୍ରୀନଅର ଆଗରେ ନନ୍ଦିଘୋଷ ଅଟକିଯାଏ। ଶ୍ରୀମନ୍ଦିର ଆଗ ଦେଇ ଭାଇବୋହୂ ଯିବେ ବୋଲି ବଡ଼ଭାଇ ବଳଭଦ୍ରଙ୍କ ରଥ ଆଗରେ ରଥରେ ଘେର କପଡ଼ା ଦିଆଯିବା ପରେ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପାଲିଙ୍କିରେ ମହାଲକ୍ଷ୍ମୀ ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଆସିନ୍ତି ରାଗ ତମ ତମ ହୋଇ । ସେଠାରେ ଗଜପତି ମହାରାଜାଙ୍କ ମଧ୍ୟସ୍ଥତାରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଥିଲା। ଆଉ ସାଆନ୍ତେଙ୍କ ରଥ ଉପରୁ ପ୍ରେମ ଭରା ଚାହାଣୀ ସାଆନ୍ତାଣିଙ୍କ ରାଗକୁ ବହୁ ମାତ୍ରାରେ ଶାନ୍ତ କରିଦିଏ। ଲକ୍ଷ୍ମୀ ନାରାୟଣଙ୍କ ଭେଟର ଏ ଅପୂର୍ବ ଚାହାଣି ସବୁ ପ୍ରେମ ବନ୍ଧନର ମୂଳମନ୍ତ୍ର। ସାଆନ୍ତେଙ୍କ ଚାହାଣି ପୁରା ବିଶ୍ବକୁ ପ୍ରେମ ବନ୍ଧନରେ ବାନ୍ଧି ରଖେ। ଚକାଚକା ଆଖିର ବ୍ୟାଙ୍କଚାହାଣୀ ପ୍ରେମରେ ପୁରା ଜଗତ ପାଗଳ। ମା ସାଆନ୍ତାଣି କେମିତି ଏଥିରୁ ବାଦ ପଡିବେ। ଅଭିମାନୀ ମା ଲକ୍ଷ୍ମୀଙ୍କୁ ଚାହାଣି ମାଧ୍ୟମରେ ପ୍ରେମ ଜାଲରେ ପକାଇ କାଳିଆ ସାଆନ୍ତେ ଲକ୍ଷ୍ମୀଙ୍କୁ ବୁଝାଇବାରେ ବହୁମାତ୍ରାରେ ସଫଳ ହୁଅନ୍ତି। କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଚାହାଣିରେ ଭାବର ଆଦାନ ପ୍ରଦାନ ସମୟରେ ସାଆନ୍ତେଙ୍କ ମନରେ ଯେଉଁ ଭୟ ଦେଖିବାକୁ ମିଳେ ଏହି ଭେଟଘାଟ ସମୟରେ ତାହା ପୁରା ବିଶ୍ବଦେଖେ। ଘରଣୀର ରାଗ ତମ ତମ ସମୟରେ ସ୍ବାମୀ କେମିତି ଭୟରେ ଆଖିରେ ଆଖି ମିଶାଇବାକୁ ଭୟ କରେ ତାହା କାଳିଆ ଶ୍ରୀନଅରେ ଲକ୍ଷ୍ମୀ ନାରାୟଣ ଭେଟ ଘାଟର ଅପୂର୍ବ ମିଳନରୁ ଜଣାପଡେ।

ଜୟ ଜଗନ୍ନାଥ

ଶ୍ରୀମନ୍ଦିରକୁ ବାହୁଡିବେ ଶ୍ରୀଜିଉ 

ଜନ୍ମ ବେଦିରେ ବଡ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ସାଆନ୍ତେ ଲାଲୀଳାଖେଳା କଲେ। ଅତୀତର ସ୍ମୃତିକୁ ମନେପକାଇ କେତେ କଣ ଭଲମନ୍ଦ ଆଲୋଚନା କଲେ। ମାଉସୀ ମା ସହ ସମୟ କାଟିଲେ। ତାହାରି ଭିତରେ ଭକ୍ତଙ୍କୁ ମନ ଖୋଲି ଦର୍ଶନ ବି ଦେଲେ। ଜନ୍ମବେଦିରେ ମହାଆନନ୍ଦରେ ସମୟ କାଟିଛନ୍ତି ଜଗତକର୍ତ୍ତା। ରାତି ପାହିଲେ ବାହୁଡା଼ ଯାତ୍ରା। ଶ୍ରୀମନ୍ଦିରକୁ ବଡ ଭାଈ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ବାହୁଡିବେ ସାଆନ୍ତେ। ମନ ନାହିଁ ଯିବାକୁ ଜନ୍ମବେଦିରୁ। ହେଲେ ସେ ମଣିମା ପା, ମାନବୀୟ ଲୀଳା କରୁଛନ୍ତି । ସମୟ ଅନୁସାରେ ସବୁ କାମ କରନ୍ତି । ତେଣୁ ଆଡପ ମଣ୍ଡପରେ ଚଳିତବର୍ଷ ଶେଷ ଦର୍ଶନ ଦେଇ ଶ୍ରୀଜିଉ ଏବେ ଜନ୍ମ ଜନ୍ମବେଦିରୁ ରତ୍ନବେଦୀକୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସଂସାର ସମ୍ପର୍କର ଯାତ୍ରା ହେଉଛି ରଥଯାତ୍ରା। ଦାୟିତ୍ୱ କଣ ଜଣେ ସଂସାରୀ ମଣିଷର ତାହା ବି ବୁଝନ୍ତି ସାଆନ୍ତେ । ସେ ପା ମଣିଷ ଦିଅଁ । ଧର୍ମପତ୍ନୀ ଜଗତର ମା ‘ମା’ ଲକ୍ଷ୍ମୀଙ୍କୁ ଦେଉଳରେ ଏକା ଛାଡ଼ି ମହାପ୍ରଭୁ ପା ଜନ୍ମବେଦିକୁ ଭାଇ ଓ ଭଉଣୀ ସହ ଆସିଥିଲେ ମାନବୀୟ ଲୀଳା କରିବା ପାଇଁ। ମା ଲକ୍ଷ୍ମୀଙ୍କୁ ଏକୁଟିଆ ଛାଡି ମହାପ୍ରଭୁ ରଥରେ ଏକୁଟିଆ ଆସିଥିବାରୁ ମା ଲକ୍ଷ୍ମୀ ରାଗିଛନ୍ତି ସାଆନ୍ତେଙ୍କ ଉପରେ। ରାଗ ଏମିତି ଯେ ସାଆନ୍ତଙ୍କ ରଥକୁ ହେରାପଞ୍ଚମୀ ଦିନ ଭାଙ୍ଗିଛନ୍ତି ମା ଲକ୍ଷ୍ମୀ। ତେଣୁ ଘରଣୀକୁ ଆଉ ବେଶୀ ଦିନ ଦେଉଳରେ ଛାଡ଼ି ସାଆନ୍ତେ କେମିତି ରହିପାରିବେ ଜନ୍ମବେଦିରେ। ତେଣୁ ଇଚ୍ଛା ନଥିଲେ ବି ସାଆନ୍ତେ ପୁଣିଥରେ ଦେଉଳକୁ ଫେରିବାକୁ ବାହାରିଛନ୍ତି। ସେ ପା ମନୁଆ ଠାକୁର, ମନକୁ ବୁଝାଇ ଜନ୍ମମାଟି ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସହ ସାଆନ୍ତେ ନିଜମନକୁ ମନେଇବାରେ ଲାଗିଛନ୍ତି ଜନ୍ମ ବେଦିରେ। ବ୍ୟାକୁଳ ହେଉଛି ମନ ଦୁଇଟି କଥାକୁ ନେଇ। ଛାଡିବେ ଜନ୍ମବେଦୀ, ଆସିବେ ରତ୍ନବେଦୀ। ସାଆନ୍ତେ ଜାଣିଛନ୍ତି ଆପଣ ଆପଣଙ୍କର ଏହି ମାନବୀୟ ଲୀଳା ଦେଖିବା କଣ ସମସ୍ତଙ୍କର ଭାଗ୍ୟରେ ଅଛି କି? ଇଚ୍ଛା ଥାଇ ବି ଲକ୍ଷ ଲକ୍ଷ ସାଲବେଗ ଆସିପାରିନାହାନ୍ତି । ଯିଏ ଯେ ଯେଉଁଠି ପାରିଛି ତମକୁ ଡାକିଛି ଓ ଦେଖିଛି। ସାଆନ୍ତେ ଆପଣ ତ ବିଶ୍ଵକର୍ତ୍ତା। ପୁରା ବିଶ୍ଵର ଭଲମନ୍ଦ କଥା ଜାଣନ୍ତି। ଦୁଃଖ ଓ ସୁଖ ରହିବ ଜୀବନରେ। ହେଲେ ସଭିଙ୍କର ଇଚ୍ଛା ସାଆନ୍ତେଙ୍କୁ ପେଟପୂରା ଦେଖିବି ଓ ମନ ବୁଝିଲା ଯାଏ ଗପିବେ ଚକା ଚକା ଆଖିକୁ ଦେଖି। ତମେ କାଳେ ସଭିଙ୍କ ଠାକୁର। ସମସ୍ତେ ତମର, ତମେ ସଭିଙ୍କର। ଭଲରେ ଭଲରେ ଆପଣ ରତ୍ନବେଦିକୁ ଯାଆନ୍ତୁ। ସୁନାବେଶ ଦର୍ଶନ ଦେଇ ସଭିଙ୍କୁ ମନରେ ଆନ୍ଦନ ଭରି ଦିଅନ୍ତୁ ସାଆନ୍ତେ।

ଜୟ ଜଗନ୍ନାଥ

ମିଳିତ ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ସୋଆ ଏବଂ ଇଗ୍‌ନୁ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

 ବିଜ୍ଞାନ କ୍ଷେତ୍ରରେ ମିଳିତ ଭାବରେ ଦୂରଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ୭ଟି ଶିକ୍ଷା କାର୍ଯ୍ୟକ୍ରମ ପ୍ରବର୍ତନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଇନ୍ଦିରା ଗାନ୍ଧି ନ୍ୟାସ୍‌ନାଲ୍ ଓପନ୍ ୟୁନିଭର୍ସିଟି (ଇଗ୍‌ନୁ) ମଧ୍ୟରେ ଏକ ବୁଝମଣା ସ୍ୱାକ୍ଷରିତ ହୋଇଯାଇଛି । ସୋଆରେ ଇଗ୍‌ନୁ ପକ୍ଷରୁ ଏକ ଲର୍ଣ୍ଣର ସପୋର୍ଟ ସେଂଟର (ଏଲ୍‌ଏସ୍‌ସି) ଆରମ୍ଭ କରାଯାଇ ଏହି ଶିକ୍ଷା କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ବୁଝାମଣାରେ ଦର୍ଶାଯାଇଛି । ସମାଜରେ ଶିକ୍ଷାର ସୁଯୋଗକୁ ବିସ୍ତୃତ କରିବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ ଏହି ଏଲ୍‌ଏସ୍‌ସି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ଆରମ୍ଭ କରାଯିବାର ଯୋଜନା ରହିଥିବା ବେଳେ ପ୍ରାଥମିକ ସ୍ତରରେ ଅର୍ଗାନିକ ଫାର୍ମିଂ, ବି କିପିଙ୍ଗ୍ ଓ ପୋଲ୍‌ଟ୍ରି ଫାର୍ମିଂରେ ସାର୍ଟିଫିକେଟ ପ୍ରୋଗ୍ରାମ ପ୍ରଦାନ କରାଯିବ । ସେହିପରି ହର୍ଟିକଲ୍‌ଚର୍ ଏବଂ ଡାଇରୀ ଟେକ୍ନୋଲଜିରେ ଡିପ୍ଲୋମା ପ୍ରୋଗ୍ରାମ୍ ଏବଂ ଏଗ୍ରିବିଜିନେସ ଓ ଏଗ୍ରିକଲ୍‌ଚରାଲ୍ ପଲିସିରେ ପୋଷ୍ଟ ଗ୍ରାଜୁଏଟ୍ ସାର୍ଟିଫିକେଟରେ ପାଠ୍ୟକ୍ରମ ରହିବ । ଆଗାମୀ ଦିନରେ ଏହି ପାଠ୍ୟକ୍ରମଗୁଡ଼ିକ ବୃଦ୍ଧି ପାଇବାର ଯୋଜନା ରହିଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଇଗ୍‌ନୁର ନିର୍ଦ୍ଦେଶକ (ଆର୍‌ଏସ୍‌ଡି) ଡକ୍ଟର ମନୋରମା ସିଂ ବୁଝାମଣାରେ ସ୍ୱାକ୍ଷର କରିଥିଲେ । ବୁଝାମଣା ଅନୁଯାୟୀ ସୋଆ ପକ୍ଷରୁ ଏହି କାର୍ଯ୍ୟକ୍ରମ ନିମନ୍ତେ ସ୍ଥାନ, କ୍ଲାସ ରୁମ୍‌, ଲାବୋରେଟୋରୀ ଏବଂ କମ୍ପ୍ୟୁଟର ସୁବିଧା ପ୍ରଦାନ କରାଯିବ । ସେହିପରି ଇଗ୍‌ନୁ ଶିକ୍ଷାର୍ଥୀମାନଙ୍କୁ ସୋଆରେ ଲାଇବ୍ରେରୀର ସୁବିଧା ମଧ୍ୟ ପ୍ରଦାନ କରାଯିବା ସହ ଆବଶ୍ୟକୀୟ ସରଞ୍ଜାମ ଏବଂ କମ୍ପ୍ୟୁଟର, ପ୍ରିଂଟର, ସ୍କାନର ଏବଂ ଇନ୍‌ଟରନେଟ ସୁବିଧା ପ୍ରଦାନ କରାଯିବ । ଏହି ଅବସରରେ ଏଠାରେ ଗୁରୁବାର ସୋଆର କୁଳପତି ପ୍ରଫେସର ନନ୍ଦ ଏବଂ ଇଗ୍‌ନୁର ଭୁବନେଶ୍ୱର ସ୍ଥିତ ଆଂଚଳିକ କେନ୍ଦ୍ରର ଯୁଗ୍ନ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ ସ୍ୱାକ୍ଷରିତ ବୁଝାମଣା ପତ୍ର ଆଦାନ ପ୍ରଦାନ କରିଥିଲେ ।

ଏହି ଅବସରରେ ଇଗ୍‌ନୁର ଭୁବନେଶ୍ୱର ସ୍ଥିତ ଆଂଚଳିକ କେନ୍ଦ୍ରର ଉପନିର୍ଦ୍ଦେଶକ ଡକ୍ଟର ବିମଳ ଚନ୍ଦ୍ର ନନ୍ଦ ଏବଂ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ନାରୀ ନେତ୍ରୀଙ୍କ ପ୍ରତି ସନ୍ତୋଷ ଖଟୁଆଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ: ନବୀନ

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଦ୍ୱାରା ବିଜେଡିର ଜଣେ ସମ୍ମାନନୀୟା ନାରୀନେତ୍ରୀ ଙ୍କ ପ୍ରତି ଏପରି ଅପମାନଜନକ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦ ଏବଂ କଦାପି ଗ୍ରହଣୀୟ ନୁହେଁ।ରାଜନୈତିକ ପ୍ରତିଉତ୍ତର ଭାବରେ ସର୍ବସାଧାରଣରେ ଜଣେ ମହିଳାଙ୍କ ଚରିତ୍ର ସଂହାର କରିବା ରୁଗ୍ଣ ମାନସିକତାର ପରିଚୟ ଏବଂ ମହିଳାଙ୍କ ସ୍ୱର ଚପାଇ ଦେବାକୁ ଉଦ୍ଦିଷ୍ଟ। ଏହା ଦର୍ଶାଉଛି ସବୁ ମହିଳା ଚୁପ୍ ହୋଇ ରୁହନ୍ତୁ।ସବୁଠୁ ଅଧିକ ଦୁଃଖର ବିଷୟ ହେଉଛି ବିଜେପି ନେତାମାନଙ୍କର ଗଭୀର ନୀରବତା। ଜଣେ କେହି ବି ନେତା ଏପରି ଘୃଣ୍ୟ ମନ୍ତବ୍ୟକୁ ନିନ୍ଦା କରିବା ସହିତ ବିଧାୟକଙ୍କୁ ଉତ୍ତରଦାୟୀ କରିବାକୁ ମଧ୍ୟ ଆଗକୁ ଆସୁନାହାନ୍ତି।ଏପରି ବ୍ୟବହାର ନେଇ ସଭିଙ୍କ ନୀରବତା ସରକାରୀ ଦଳର ଆଭିମୁଖ୍ୟ ବେଶ୍ ସ୍ପଷ୍ଟ ଭାବେ ସର୍ବସାଧାରଣରେ ଦର୍ଶାଉଛି।

ମହିଳାଙ୍କ ସଶକ୍ତିକରଣ ବିଷୟରେ ଉପଦେଶ ଦେବା ପୂର୍ବରୁ, ରାଜନେତାମାନେ ପ୍ରଥମେ ମହିଳାଙ୍କୁ ସମ୍ମାନ ଜଣାଇବାର ମୌଳିକ ନୀତି ଶିଖିବା ଦରକାର। ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ମୁହଁରୁ ଏପରି ଅପମାନଜନକ କଥା ଶୁଣିବା ଅତ୍ୟନ୍ତ ଅସହ୍ୟ ଓ ଅମାନବିକ। ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ଏପରି ଲଜ୍ଜାଜନକସ୍ତରକୁ ଆସିବା ବେଶ୍ ବିରଳ।ମୁଁ ଓଡ଼ିଶାର ସମସ୍ତ ସଚେତନ ନାଗରିକଙ୍କୁ ଆହ୍ୱାନ କରୁଛି—ଏପରି ରୁଗ୍ଣ ମାନସିକତା ଥିବା ତଥା ନାରୀ ବିରୋଧୀ ମନୋଭାବ ରଖି ରାଜ୍ୟ ବିଧାନସଭାରେ ସ୍ଥାନ ଜମାଇଥିବା ଲୋକମାନଙ୍କର ଅସଲ ଚେହେରାକୁ ଚିହ୍ନନ୍ତୁ। ଆସନ୍ତୁ, ଦଳମତ ନିର୍ବିଶେଷରେ ଏହାକୁ ବିରୋଧ କରିବା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଏକ ହେବା। ନଚେତ ଏକ ରାଜ୍ୟ ଭାବେ ଆମେ ଆମ ଝିଅ ତଥା ମା’ମାନଙ୍କ ଆଗରେ ବିଫଳ ହେବା।

Follow us

20,832FansLike
0FollowersFollow
14,700SubscribersSubscribe

Latest news