ଅନାସ୍ଥା ବିଜେଡି ଆଣୁ ନଚେତ୍ କଂଗ୍ରେସ ଆଣିବ: ଭକ୍ତ

ରାଜ୍ୟରେ ହେଉଥିବା ନାରୀ ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ କଂଗ୍ରେସ ଦଳର ଅବିରାମ ସଂଗ୍ରାମ ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଆହ୍ଵାନ କ୍ରମେ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ସଭାପତି ଶ୍ରୀ ଦାସ ଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,ଜୟଦେବ ଜେନା ପ୍ରମୁଖ ନାରୀ ନ୍ୟାୟ ଆନ୍ଦୋଳନ ଏକ ସନ୍ତୋଷଜନକ ପର୍ଯ୍ୟାୟକୁ ଏବଂ ଅତ୍ୟାଚାରୀତ ନାରୀଙ୍କ ପାଇଁ ନ୍ୟାୟର ଉପଯୁକ୍ତ ବ୍ୟବସ୍ଥା ନକଲା ପର୍ଯ୍ୟନ୍ତ ଏହା ଆଗକୁ ଯୋରଦାର ହେବା ସହିତ ଅବିରାମ ଜାରି ରହିବ ବୋଲି ବକ୍ତାଗଣ ପ୍ରକାଶ କରିଛନ୍ତି । ତେବେ ଏତେସବୁ ବିଭତ୍ସ ଘଟଣା ଘଟିବା ପରେ ମଧ୍ୟ ସରକାରଙ୍କୁ ସାମାନ୍ୟତମ ଲଜ୍ଜାବୋଧ ହେଉନି ବୋଲି ପିସିସି ସଭାପତି ଶ୍ରୀ ଦାସ କଟୁକ୍ତି ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ନିଜ ବକ୍ତବ୍ୟରେ ଶ୍ରୀ ଦାସ କହିଥିଲେ ଯେ ପ୍ରତ୍ୟହ ନାରୀ ନିର୍ଯାତନା ପାଇଁ ରାଜ୍ୟର ଜନତା ମର୍ମାହତ ଏବଂ ଲଜ୍ଜିତ । କିନ୍ତୁ ରାଜ୍ୟ ସରକାର କିଛି ହୃଦୟଙ୍ଗମ କଲାଭଳି ଦେଖାଯାଉ ନାହିଁ । ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତପରେ ଆମେରିକା ରାଷ୍ଟ୍ରପତି, ଆମେରିକୀୟ ନାଗରିକ ନଯିବା ପାଇଁ ବାରଣ କରିଛନ୍ତି । ଆମ ଦଳର ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେଜୀ ଏବଂ ଲୋକସଭା ବିରୋଧି ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ତାଙ୍କ ଓଡ଼ିଶାଗସ୍ତ ସମୟରେ ନାରୀ ନିର୍ଯାତନା ବିଷୟରେ ସରକାରଙ୍କୁ ସୂଚାଇଥିଲେ । ଏପରିକି ବର୍ତ୍ତମାନ ସୁପ୍ରିମକୋର୍ଟ ଓଡ଼ିଶାରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଆମକୁ ଲଜ୍ଜା ଅନୁଭବ ହେଉଛି ବୋଲି ନିଜ ତରଫରୁ ଉଲ୍ଲେଖ କରିଛନ୍ତି । ବିଧାନସଭାରେ ଗଣ୍ଡଗୋଳ ହେବା ସମୟରେ ଆମେ ଗୃହ କମିଟି ଗଠନ କରିବା ପାଇଁ ଦାବି କରିଥିଲୁ କିନ୍ତୁ ସରକାର କର୍ଣ୍ଣପାତ କଲେ ନାହିଁ । ଯାହାଫଳରେ ଜଗତସିଂହପୁର, ନୟାଗଡ଼, ଗୋପାଳପୁର, ବାଲେଶ୍ୱର ଏବଂ ବଳଙ୍ଗା ଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟି ଚାଲିଛି । ଆମେ କିନ୍ତୁ ବିରୋଧି ଦଳ ହିସାବରେ ଲଜ୍ଜିତ । ତେଣୁ ଆମେ ଚୁପ ହୋଇ ବସିପାରିବୁ ନାହିଁ । ନିର୍ବାଚନ ବର୍ତ୍ତମାନ ନାହିଁ ଏବଂ ଏହା ନିର୍ବାଚିତ ରାଜନୀତି ପାଇଁ ନୁହଁ । ଏହା କେବଳ ନାରୀଙ୍କ ନ୍ୟାୟ ପାଇଁ ଆମେ ଲଢ଼ୁଛୁ ।

 ସରକାର ନା କିଛି କରୁଛନ୍ତି ନା ଗାଦି ଛାଡ଼ୁଛନ୍ତି । ତେଣୁ ମୁଖ୍ୟ ବିରୋଧି ଦଳ ହିସାବରେ ବିଜେଡ଼ି ଅନାସ୍ଥା ପ୍ରସ୍ତାବ ଆଣୁ ଏବଂ କଂଗ୍ରେସ ତାକୁ ସମର୍ଥନ କରିବ । ଯଦି ନ ଆଣୁଛି ତେବେ କଂଗ୍ରେସ ଅନସ୍ଥା ପ୍ରସ୍ତାବ ଆଣିବ ଏବଂ ବିଜେଡ଼ି ସମର୍ଥନ କରୁ । ଯଦି ବିଜେଡ଼ି କିଛିବି କରେନାହିଁ ତେବେ ନାରୀଙ୍କ ନ୍ୟାୟ ପାଇଁ ମୂଲ୍ୟହୀନ ପ୍ରହସନ ରାଜରାସ୍ତାରେ ବନ୍ଦ କରୁ ।

 ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ ଯେ ସ୍ୱାଧୀନତାକୁ ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଏଭଳି ଲଜ୍ଜାଜନକ ଘଟଣା ସବୁ ଘଟୁଛି ଏବଂ ଆଇନ ଶୃଙ୍ଖଳାକୁ ସମ୍ଭାଳିବାରେ ସରକାର ବିଫଳ ହେଉଛନ୍ତି । ଓଡ଼ିଶାର ବିଜେପି ସରକାର ବିରୋଧରେ କଂଗ୍ରେସ ଯେଉଁ ଅଭିଯୋଗ ଆଣିଥିଲା ସୁପ୍ରିମକୋର୍ଟ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆଜି ମୋହର ଲଗାଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ଭତ୍ସନାପରେ ସରକାର ଅନ୍ତତଃ ଇସ୍ତଫା ଦେଇଦେବା ଉଚିତ । ଏହା ସହିତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଲେ ଯେ ସ୍ୱତଃପ୍ରବୃତ ଭାବେ ଓଡ଼ିଶାର ଜନସାଧାରଣ ଯେଭଳି ଶାନ୍ତପୂର୍ଣ୍ଣ ବନ୍ଦକୁ ସଫଳ କଲେ ଏହା ଜଣାଇ ଦେଉଛି ଯେ ଓଡ଼ିଶାର ଜନସାଧାରଣ ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବେ ନାହିଁ ।

 ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତରରେ ପିସିସି ସଭାପତି ଶ୍ରୀ ଦାସ ଡବଲ ଇଞ୍ଜିନ ସରକାରର ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ କେହି ମଧ୍ୟ ଲଜ୍ଜିତ ନୁହଁନ୍ତି, ଯଦି ଥା’ନ୍ତେ ତେବେ ଘଟୁଥିବା ନାରୀ ଅତ୍ୟାଚାର ବାବଦରେ ରାଜ୍ୟବାସୀଙ୍କୁ ପଦୁଟିଏ ନିଶ୍ଚିତ କହିଥାନ୍ତେ । ଦମ ଯଦି ଅଛି ତେବେ ଛାତିଫାଡ଼ି ନ୍ୟାୟଦିଅ । ନହେଲେ ହଟିଯାଅ ବୋଲି ସେ ସରକାରଙ୍କୁ ଆହ୍ୱାନ କରିଥିଲେ । ଗଣମାଧ୍ୟମର ଅନ୍ୟ ଏକ ପ୍ରସଙ୍ଗର ଉତ୍ତର ରଖି ସଭାପତି ଶ୍ରୀ ଦାସ କହିଲେ ଯେ ନବୀନ ସବୁବେଳେ ଅନ୍ଧକାର ଭିତରେ।ତାଙ୍କୁ ଭେଟିବାକୁ କେବଳ ଜଣଙ୍କୁ ଅନୁମତି ଅଛି । ଭଗବାନ କରନ୍ତୁ ଆମେ ଆହ୍ୱାନ କରିଥିବା ଅନାସ୍ଥା ପ୍ରସ୍ତାବ ବିଷୟ ତାଙ୍କ ପାଖରେ ପହଞ୍ଚୁ ।

 ମୁଁ ପିସିସି ସଭାପତି ଦାୟିତ୍ୱ ନେବ ପରଠୁ ଦୀର୍ଘ ୫ ମାସ ହେଲା ପରିବାର ସହିତ ଶାନ୍ତିରେ ଦିନଟିଏ ମଧ୍ୟ ବିତାଇ ପାରିନି । ଅନବରତ ରାଜ୍ୟ ଜନତାଙ୍କ ପାଇଁ କାମ କରି ଚାଲିଛି । ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ପରଦିନଠୁ ଯେଭଳି ରାଜ୍ୟରେ ନାରୀ ନିର୍ଯାତନା ଘଟି ଚାଲିଛି ମୋତେ ଘୋର ବ୍ୟଥିତ କରିବା ସହିତ ଲଜ୍ଜା ଅନୁଭୁତ ହେଉଛି । ତେଣୁ ନାରୀ ନ୍ୟାୟ ଆନ୍ଦୋଳନ ବର୍ତ୍ତମାନ ରାଜ୍ୟର ପ୍ରଥମ ଆବଶ୍ୟକତା ଚିନ୍ତାକରି କଂଗ୍ରେସ ଦଳ ନାରୀ ନ୍ୟାୟ ଆନ୍ଦୋଳନ ଆରମ୍ଭ କଲା । କେତେବେଳେ କେମିତି ମୋ ବକ୍ତବ୍ୟ କଡ଼ା ହୋଇଯାଏ କିନ୍ତୁ ଏହା ସରକାରଙ୍କୁ କ୍ରିୟାଶୀଳ କରିବା ହେଉଛି ମୋର ଉଦ୍ଦେଶ୍ୟ । କାହାକୁ ବ୍ୟକ୍ତିଗତ କହେନି ଯାହାବି କହେ ରାଜ୍ୟର ସ୍ୱାର୍ଥରେ କୁହେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।

 ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପ ସଭାପତି ତାରା ପ୍ରସାଦ ବାହିନୀପତି,ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର,ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନାରୀ ନ୍ୟାୟ ପାଇଁ ଲଢ଼ିବ ନାରୀ ନ୍ୟାୟ ବାହିନୀ

 ନ୍ୟାୟ ପାଇଁ ଲଢ଼ିବ ନାରୀ ନ୍ୟାୟ ବାହିନୀ। ଆଉ ବାରମ୍ବାର ନାରୀ ଅତ୍ୟାଚାର ହେବନି।ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ। ନାରୀ ନ୍ୟାୟ ସ୍ୱତଃ ଓଡ଼ିଶାରେ ଜାଗି ଉଠୁ। ସମାଜରେ ନାରୀ ଆଉ ଶୋଷିତ ହେବନି। ଭଗବାନ ରାମଙ୍କୁ ମାଆ ସୀତାଙ୍କୁ ନ୍ୟାୟ ଦେବା ପାଇଁ ଚଉଦ ବର୍ଷ କଷ୍ଟ କରିବାକୁ ପଡିଥିଲା।ସେହିପରି ଦ୍ରୌପଦୀଙ୍କୁ ନ୍ୟାୟ ଦେବା ପାଇଁ ଶ୍ରୀକୃଷ୍ଣ ଆଗେଇଆସିଥିଲେ । ରାଜ୍ୟ କଂଗ୍ରେସର ସମସ୍ତ ଶକ୍ତି ନାରୀ ନ୍ୟାୟ ପାଇଁ ସମର୍ପିତ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।

   ବୁଧବାର ନାରୀ ନ୍ୟାୟ ବାହିନୀ ଆପ ଉନ୍ମୋଚନ ଅବସରରେ ଭକ୍ତ କହିଛନ୍ତି, ଯୁଗ ଯୁଗରେ ନାରୀ ପ୍ରତି ଅତ୍ୟାଚାର ହୋଇ ଆସିଛି। ୟା ପୂର୍ବରୁ ବି ହେଉଥିଲା। ଏବେବି ବିଭିନ୍ନ ସ୍କୁଲ, କଲେଜରେ, ରାସ୍ତା, ଘାଟରେ ନାରୀ ପ୍ରତି ଅନ୍ୟାୟ ହେଉଛି। ଗତକାଲି ରାତିରେ, ଯେଉଁଠି ମନ୍ତ୍ରୀ ରହୁଛନ୍ତି ପିଏମଜି ଛକରେ ଜଣେ ନାରୀଙ୍କୁ ଦୁର୍ବୃତ୍ତ ଟାଣି ନେଲେ।ରାଜ୍ୟରେ ମହିଳା ଏବେ ସୁରକ୍ଷିତ ନୁହନ୍ତି। ରାହୁଲ ଗାନ୍ଧୀ, ଖଡ଼ଗେ ଓଡିଶା ଆସିଲେ। ନାରୀ ନ୍ୟାୟ ଦେବା ପାଇଁ ଆହ୍ୱାନ ଦେଲେ। ଏବେ ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି। କଂଗ୍ରେସ ଏଥିରେ ସାମିଲ ହେବ। ନାରୀ ନ୍ୟାୟକୁ ନେଇ କଂଗ୍ରେସ ରାଜନୀତି କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତ କହିଥିଲେ।

ଏହି ଅବସରରେ ସମାଜସେବୀ ରଂଯୁକ୍ତା କୁମାରୀ ବେହେରା ନାରୀ ନ୍ୟାୟ ଆପ ଉଦଘାଟନ କରି କହିଥିଲେ,ଏବେବି ବହୁ ନାରୀଙ୍କ ନିର୍ଯାତନା ମାମଲା ଲୋକଲୋଚନକୁ ଆସି ପାରୁନି। ଆମେ ବ୍ଲକ ସ୍ତରରେ ସଚେତନ କାର୍ଯ୍ୟକ୍ରମ କରିବୁ। ସେମାନେ କେମିତି ବାହାରକୁ ଆସିବେ, ଏବଂ କହିବେ ତାହା ଚେଷ୍ଟା କରିବୁ ବୋଲି ରଞ୍ଜିତା କହିଛନ୍ତି। ନାରୀ ନ୍ୟାୟ ବାହିନୀ ଆବାହକ ତଥା ସଂଯୋଜିକା ଗାୟତ୍ରୀ ବିଶ୍ଵାଳ କହିଥିଲେ, ସମାଜରେ ଏବେକାର ବ୍ୟବସ୍ଥାରେ ବହୁ ନାରୀ ହିଂସାର ଶିକାର ହେଉଛନ୍ତି। ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି। ବହୁ ସମୟରେ ନାରୀଟିଏ ଅତ୍ୟାଚାର ହେବା ପରେ କେଉଁଠି ଅଭିଯୋଗ କରିବେ, ତାହା ଜାଣି ପାରୁନାହାନ୍ତି। ତେଣୁ ଗାଁକୁ ଯିବ ନାରୀ ନ୍ୟାୟ ବାହିନୀ। ଲୋକଙ୍କୁ ସଚେତନ କରିବ। ଓଡିଶାର ନାରୀମାନେ କିଭଳି ନ୍ୟାୟ ପାଇବେ, ସେ ନେଇ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି।ଆଇନଜୀବୀ ସୂର୍ଯ୍ୟସ୍ମିତା ପଣ୍ଡା କହିଲେ, ନାରୀଙ୍କୁ ସଶକ୍ତିକରଣ କରିବା ପାଇଁ ପୁରୁଷ ମନରେ ଚିନ୍ତାର ପରିବର୍ତ୍ତନ ଆବଶ୍ୟକ। ପୁରୁଷମାନେ ଆଗକୁ ଆଗେଇ ଆସିଲେ ନାରୀକୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ସୂର୍ଯ୍ୟସ୍ମିତା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶେଫାଳି ଶର୍ମା, ସୃଷ୍ଟି ସୋମେନ୍, ନିବେଦିତା ପଟ୍ଟନାୟକ ପ୍ରମୁଖ ନାରୀ ନ୍ୟାୟ ପାଇଁ ଆଗ ଭଲରେ ଚେଷ୍ଟା କରିବୁ, ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବୁ ବୋଲି ସେମାନେ କହିଛନ୍ତି।

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘରକୁ ଅଣ୍ଡା ଫୋପାଡି ଗିରଫ ଛାତ୍ର ନେତା ଜେଲରୁ ମୁକୁଳିଲେ

ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ବାସଭବନ କୁ ଅଣ୍ଡା ମାଡ଼ କରି ଗିରଫ ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ, ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟରଞ୍ଜନ ଜେନା, ସାଧାରଣ ସମ୍ପାଦକ ସୁଭଙ୍କର ସେଠୀ, ଛାତ୍ର ନେତା ବଳରାମ ସାହୁ ଝାରପଡା ଜେଲରୁ ଆଜି ମୁକୁଳିଛନ୍ତି।ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକ ଏବଂ କଂଗ୍ରେସ ନେତା ନିରଞ୍ଜନ ନାୟକ ପ୍ରମୁଖ ଉକ୍ତ ଛାତ୍ର ନେତାଙ୍କୁ ପୂଷ୍ପଗୁଛ ଦେଇ ସ୍ବାଗତ କରି ସେମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନ ନେଇଥିଲେ । ସେଠାରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସେମାନଙ୍କୁ ସ୍ବାଗତ କରିବା ସହ କହିଥିଲେ କି ଆମ ଛାତ୍ର ନେତା ମାନେ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିଥିଲେ କିନ୍ତୁ ତାଙ୍କୁ ଜାଣି ଶୁଣି ଗିରଫ କରାଗଲା । ଆମ ପିଲାଙ୍କୁ ଜେଲର ଭୟ ଦେଖାଇ ଭୟଭୀତ କରିବା ପାଇଁ ଚେଷ୍ଟା କରାଯାଇଛି। ଯେଉଁ ପର୍ଯ୍ୟନ୍ତ ସୌମ୍ୟାଶ୍ରୀ କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଶ୍ରୀ ଯୁକ୍ତ ଦାସ ଚେତେଇ ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମହୃତି ଦେଇ ମୃତ୍ୟୁ ବରଣ କରିଥିବା ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗତ ୧୬ ତାରିଖ ଦିନ ଛାତ୍ର କଂଗ୍ରେସ କର୍ମୀମାନେ ଘେରାଉ କରିଥିବାବେଳେ ତାଙ୍କ ବାସଭବନକୁ ଅଣ୍ଡାମାଡ ହୋଇଥିଲା । ଆଜି ମୁକୁଳିଥିବା ଛାତ୍ର ନେତାଙ୍କୁ ପୁଲିସ ଅଗଣତାନ୍ତ୍ରିକ ଉପାୟରେ ଜେଲ ପଠାଇଥିଲା ।

ସୌମ୍ୟାଶ୍ରୀଙ୍କ ଜନ୍ମମାଟିରେ ବିଜେଡିର ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୁତି ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଆଜି ତାଙ୍କ ଜନ୍ମମାଟି ଭୋଗରାଇରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇ ଯାଇଛି। ଏଥିରେ, ବିଜେଡିର ରାଜ୍ୟସ୍ତରୀୟ ବରିଷ୍ଠ ନେତାମାନେ ଯୋଗ ଦେଇ ସୌମ୍ୟାଶ୍ରୀଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ଉଚ୍ଚ ନ୍ୟାୟାଳୟର ଏକ କାର୍ୟ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବୀକୁ ଦୋହରାଇଛନ୍ତି।

ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପୌରହିତ୍ୟରେ ପରିଚାଳିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଥିଲେ ଯେ ସୌମ୍ୟାଶ୍ରୀ ଥିଲେ ବହୁ ପ୍ରତିଭାର ଅଧିକାରିଣୀ, ତାଙ୍କୁ ଏ ବିଜେପି ସରକାର ନ୍ୟାୟ ଦେଇ ନପାରିବାରୁ ଶେଷରେ ବାଧ୍ୟହୋଇ ନିଜକୁ ଆତ୍ମାହୁତି ଦେଲା, ମାତ୍ର ତାର ମୃତ୍ୟୁ ପାଇଁ ଦାୟୀଥିବା ବ୍ୟକ୍ତି ମାନଙ୍କୁ ଦଣ୍ଡ ନ ମିଳିବା ପର୍ୟ୍ୟନ୍ତ ଏ ଲଢେ଼ଇ ଜାରି ରହିବ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶା ରାଜ୍ୟର ଯେଉଁ ଇମେଜ ରହିଥିଲା ତାହା ଏକ ବର୍ଷ ମଧ୍ୟରେ ବିଜେପି ସରକାର ଧୂଳିସାତ କରିଛନ୍ତି। ଆଜି ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସମସ୍ତଙ୍କ ଆଖି ଖୋଲିଦେଇଛି । ତାର ମୃତ୍ୟୁ ହୋଇନାହିଁ, ବରଂ ସେ ବଳିଦାନ ଦେଇଛନ୍ତି। ଏହି ବଳୀଦାନ କେବେ ବ୍ୟର୍ଥ ଯିବ ନାହିଁ। ଓଡ଼ିଶାର ମହିଳାମାନେ ଆଜି ଅସୁରକ୍ଷିତ ତେଣୁ ଆଜିଠାରୁ ମହିଳାମାନଙ୍କ ସୁରକ୍ଷା ପାଇଁ ଲଢେଇ ହେବ।

ପୂର୍ବତନ ମନ୍ତ୍ରୀ ତଥା ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସୁଦାମ ମାରାଣ୍ଡି କହିଛନ୍ତି, ନାରୀମାନେ ଜନ୍ମ ହୋଇନାହାନ୍ତି ପୁରୁଷ ପ୍ରଧାନ ସମାଜ ପାଇଁ । ମହିଳା ମାନେ ଦୁର୍ଗା ହୋଇ ଖଣ୍ଡା ଧରନ୍ତୁ ଏବଂ ମହିଷାସୁର ପରି ସଂହାର କରନ୍ତୁ। ସୌମ୍ୟାଶ୍ରୀଙ୍କ ପାଇଁ ଏହି ମାଟିରୁ ସଂଗ୍ରାମ ଆରମ୍ଭ ହୋଇଛି, ଏହା ଆଗକୁ ସାରା ରାଜ୍ୟକୁ ବ୍ୟାପିବ ବୋଲି କହିଥିଲେ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଥିଲେ ସଂଘର୍ଷର ଅନ୍ୟ ନାମ ସୌମ୍ୟାଶ୍ରୀ। ଝିଅଟି ସଂଘର୍ଷ କରି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ବାଛିନେଲା । ସମଗ୍ର ରାଜ୍ୟରେ ଆଜି ନାରୀ ସୁରକ୍ଷିତ ନାହାନ୍ତି । ସେଥିପାଇଁ ଆମକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲିକ କହିଛନ୍ତି ଆମ ଝିଅକୁ କିଏ ନିଆଁ ଲଗାଇଲା କିଏ ପେଟ୍ରୋଲ ଆଣିଲା ଏହି ଆତ୍ମହତ୍ୟା ସହଯୋଗ କିଏ କରିଥିଲେ ତାହାର ବିଧିବଦ୍ଧ ତଦନ୍ତ ନହେବା ପଯ୍ୟନ୍ତ ଲଢେଇ ଜାରୀ ରହିବ। ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ କହିଥିଲେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସରକାରଙ୍କ ବ୍ୟବସ୍ଥାର ନିଦଭାଙ୍ଗି ପାରେ। ଏହି ଘଟଣାରେ ଏ ବିଜେପି ଦଳର ସ୍ଥାନୀୟ ସାଂସଦ, ବିଧାୟକଙ୍କ ସହ ଏ ସରକାରଙ୍କ ପୋଲିସ ପ୍ରଶାସନକୁ ମଧ୍ୟ କାଠଗଡ଼ାକୁ ଟାଣି ନେଇଛି।

ଅନ୍ୟମାନଙ୍କ ମଧ୍ୟରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ର ସୈାମ୍ୟାଶ୍ରୀଙ୍କ ବିଚାର ଧାରାକୁ ଆଗକୁ ନେବା ପଯ୍ୟନ୍ତ ଦୋଷୀକୁ ଦଣ୍ଡ ନ ଦେବା ପଯ୍ୟନ୍ତ ଆମେ ଆନ୍ଦୋଳନ ଚାଲୁରହିବ ବୋଲି କହିଥିଲେ। ବିଜେଡି ମୁଖପାତ୍ର ଡ଼ଃ ଲେଲିନ ମହାନ୍ତି କହିଥିଲେ ଯେ ଏହା ସୌମ୍ୟାଶ୍ରୀଙ୍କ ପାଇଁ କେବଳ ଶ୍ରଦ୍ଧାଞ୍ଜଳି ସଭା ନୁହଁ ଏହା ଆଗାମୀ ଦିନପାଇଁ ଆନ୍ଦୋଳନର ଆହ୍ୱାନ । ନାରୀନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ ଉଭୟ ବିଜେପି ନେତା ଓ ଏଭିବିପି ଛାତ୍ର ମାନେ ସୌମ୍ୟାଶ୍ରୀଙ୍କୁ ମାରିଦେଇଛନ୍ତି। ଭଦ୍ରକ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ମହିଳା ଜନତା ଦଳ ଆମ ଝିଅ ପାଇଁ ଲଢେଇ ଜାରିରଖିବ ବୋଲି କହିଥିଲେ। ବିଜୁ ଜନତାଦଳର ମୁଖପାତ୍ର ଇପ୍ସିତା ସାହୁ କହିଥିଲେ ଯେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ ବିଜୁଜନତା ଦଳର ମହିଳା ମାନେ ରାଜ ରାସ୍ତାରେ ସଂଗ୍ରାମ ଜାରି ରହିବ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ପୂର୍ବତନ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋର ବିଧାୟକ ମାଧବ ଧଡ଼ା, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବିଜେଡି ମୁଖପାତ୍ର ସୋଫିଆ ଆଲମ, ପୂର୍ବତନ ବିଧାୟକ ସ୍ୱରୂପ ଦାସ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ରେମୁଣା ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ା, ରେମୁଣା ବିଧାୟକ ପ୍ରାର୍ଥୀ ଦେବସ୍ମିତା ମହାନ୍ତି, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ମୟୁରଭଞ୍ଜ ବିଜେଡି ନେତ୍ରୀ ବାସନ୍ତୀ ହେମ୍ବ୍ରମ, ପ୍ରମୁଖ ବିଭିନ୍ନ ବ୍ଳକ ରୁ ଆସିଥିବା ବ୍ଲକ ଅଧ୍ୟକ୍ଷ, ଏବଂ ବିଜେଡି ନେତା ମାନେ ଯୋଗଦେଇ ଦିବଙ୍ଗତ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିବା ସହିତ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଥିଲେ।

ସଭା ପ୍ରାରମ୍ଭରେ ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ କରିଥିବା ବେଳେ ବିଜେଡି ସଭାପତି ରମାକାନ୍ତ କରଣ ଧନ୍ୟବାଦ ଅର୍ପଣ କରିଥିଲେ। ଭୋଗରାଇ ବ୍ଲକ ଉପାଧ୍ୟକ୍ଷା ମୀନାରାଣୀ ସାସମଲ, ଜିଲ୍ଲା ପରିଷଦ ସଭ୍ୟା ଦମୟନ୍ତୀ ସାହୁ, ନିବେଦିତା ମହାନ୍ତି, କବିତା ମହାନ୍ତି, ପ୍ରତିମା ଚାନ୍ଦ ପ୍ରମୁଖଙ୍କ ସହ ବିଭିନ୍ନ ପଞ୍ଚାୟତର,ବିଜେଡି ସମର୍ଥୀତ ସମସ୍ତ ସରପଞ୍ଚ ସଦସ୍ୟ ସଦସ୍ୟା ଓ ବିଜୁଜନତା ଦଳର ସମସ୍ତ କର୍ମୀ ମାନେ ଉପସ୍ଥିତ ଥିଲେ। ସଭା ଶେଷରେ ସମସ୍ତ ନେତୃମଣ୍ଡଳୀ ସୌମ୍ୟାଶ୍ରୀଙ୍କ ବାସଭବନକୁ ଯାଇ ତାଙ୍କ ବାପା ବଳରାମ ବିଶି ଓ ମାଆ ତଥା ଭାଇଙ୍କୁ ସାକ୍ଷାତ କରିବା ସହିତ ସମବେଦନା ଜଣାଇଥିଲେ।

ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ନ୍ୟୁରୋସର୍ଜରୀ କଲେ ସମ୍ ନ୍ୟୁରୋସର୍ଜନ

ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲର ଡାକ୍ତରୀ ଟିମ୍ ସଫଳତାର ସହ ଏକ ଅତ୍ୟାଧୁନିକ ତଥା ଜଟିଳ ନ୍ୟୁରୋସର୍ଜରୀ ସମ୍ପାଦିତ କରିଛନ୍ତି । ରୋଗୀକୁ ସଚେତନ ଅବସ୍ଥାରେ ରଖି କର୍ଟିକାଲ୍ ଓ ସବ୍‌କର୍ଟିକାଲ୍ ବ୍ରେନ୍ ମ୍ୟାପିଂ ପଦ୍ଧତିରେ ମସ୍ତିଷ୍କର ଜଟିଳ ସ୍ଥାନରେ ଥିବା ବ୍ରେନ୍ ଟ୍ୟୁମରକୁ ଚିହ୍ନଟ କରି ଅସ୍ତ୍ରୋପଚାର କରିବାରେ ଏହି ନ୍ୟୁରୋସର୍ଜନ ସଫଳ ହୋଇଛନ୍ତି ।

ମଙ୍ଗଳବାର ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେଇ ନ୍ୟୁରୋସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ସ୍ୱାଇଁ କହିଛନ୍ତି ଯେ ଜଣେ ୩୭ ବର୍ଷୀୟ ଯୁବକଙ୍କର ମସ୍ତିଷ୍କର ସ୍ପିଚ୍ ଓ ମୋଟର କଂଟ୍ରୋଲ୍ ଅଂଚଳରେ ଟ୍ୟୁମର ଚିହ୍ନଟ ହୋଇଥିବା ବେଳେ ସେ ସଚେତନ ଥିବା ଅବସ୍ଥାରେ ତାଙ୍କ ଶରୀରରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଛି ।

ଡାକ୍ତର ସ୍ୱାଇଁଙ୍କ ନେତୃତ୍ୱରେ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ଡାକ୍ତର ଏବଂ ଅନ୍ୟ ସଦସ୍ୟମାନେ ମିଳିତ ଭାବେ ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି । ଏହି ଟିମ୍‌ରେ ନ୍ୟୁରୋଲଜି ବିଭାଗର ଆସୋସିଏଟ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ଏବଂ ନ୍ୟୁରୋ ଆନେସ୍‌ଥେସିଷ୍ଟ ଡାକ୍ତର ଦେବୀ ପ୍ରସାଦ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ପ୍ରଦାନ କରି ଡାକ୍ତର ସ୍ୱାଇଁ କହିଥିଲେ ଯେ କର୍ଟିକାଲ୍ ଏବଂ ସବକର୍ଟିକାଲ୍ ବ୍ରେନ୍ ମ୍ୟାପିଂ ଦ୍ୱାରା ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଧାରା ଗୁଡ଼ିକୁ ସୁରକ୍ଷିତ ରଖାଯାଇ ଜୀବନ ପ୍ରତି ବିପଦ ଥିବା ଟ୍ୟୁମରଗୁଡ଼ିକୁ ବାହାର କରାଯାଇଥାଏ ।

ଡାଇରେକ୍ଟ ବ୍ରେନ୍ ଷ୍ଟିମୁଲେସନ୍ ଦ୍ୱାରା ଅସ୍ତ୍ରୋପଚାର ସମୟରେ ଅତ୍ୟାଧୁନିକ ପ୍ରକ୍ରିୟା ମାଧ୍ୟମରେ ଡାକ୍ତରୀ ଟିମ୍ ମସ୍ତିଷ୍କର ବିଭିନ୍ନ ଅଂଶ ଯାହାକି ଶରୀରର ବିିଭିନ୍ନ ସ୍ଥାନର କାର୍ଯ୍ୟଧାରାରେ ସହାୟତା କରିଥାଏ ସେସବୁକୁ ଚିହ୍ନଟ ଏବଂ ପୃଥକ କରିବାରେ ସଫଳ ହୋଇଥାନ୍ତି ବୋଲି ସେ କହିଛନ୍ତି । ଅସ୍ତ୍ରୋପଚାର ପରେ ରୋଗୀ ଜଣକ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏହି ସଫଳ ଅସ୍ତ୍ରୋପଚାରକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହା ଓଡ଼ିଶା ପାଇଁ ଏକ ଗର୍ବର କଥା ବୋଲି କହିଥିଲେ ।

କର୍ଟିକାଲ୍ ଏବଂ ସବ୍‌କର୍ଟିକାଲ୍ ବ୍ରେନ୍ ମ୍ୟାପିଂ ଏକ ଉଚ୍ଚମାନର ଅତ୍ୟାଧୁନିକ ନ୍ୟୁରୋଲଜିକାଲ୍ ପ୍ରକ୍ରିୟା ଏବଂ ଏହାର ସଫଳତା ରାଜ୍ୟର ନ୍ୟୁରୋଲଜିକାଲ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷକୁ ଦର୍ଶାଉଛି ବୋଲି ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ସୋଆର ପୂର୍ବତନ କୁଳପତି ପ୍ରଫେସର ମହାପାତ୍ର କହିଛନ୍ତି ।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ପୂର୍ବ ଭାରତର ପ୍ରଥମ ଥର ପାଇଁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଭଳି ଜଟିଳ ଅସ୍ତ୍ରୋପଚାର ପାଇଁ ରୋଗୀମାନଙ୍କୁ ଆଉ ଦେଶର ଅନ୍ୟ ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ବ୍ରେନ୍ ଟ୍ୟୁମର, ଏପିଲେପ୍ସି ଏବଂ ଅତ୍ୟାଧୁନିକ ବ୍ରେନ୍‌ମ୍ୟାପିଂ ଟେକ୍ନିକ୍ ଭଳି ଅତ୍ୟାଧୁନିକ ନ୍ୟୁରୋଲଜିକାଲ୍ ସ୍ୱାସ୍ଥ୍ୟ ସେବାର ଆଂଚଳିକ କେନ୍ଦ୍ର ଭାବେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ ଏବଂ ନ୍ୟୁରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

ବଳଙ୍ଗା ଛାତ୍ରୀର ନ୍ୟାୟ ଦାବି ସହ ମୁଖ୍ୟମନ୍ତ୍ରୀ , ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କଲା ପୁରୀ ଜିଲ୍ଲା ଯୁବ କଂଗ୍ରେସ।

0

ରାଜ୍ୟରେ ଆଇନ କାନୁନ ବିପର୍ଯ୍ୟୟ ପରିସ୍ଥିତି ରେ। ନାରୀ ସୁରକ୍ଷା କଥା କହିଲେ ନ ଚଳେ, କେତେବେଳେ ଗୋପାଳପୁର ରେ, କେତେବେଳେ ବାଲେଶ୍ୱର ଏଫ.ଏମ କଲେଜ ଏବଂ ଗତ କାଲି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଳଙ୍ଗା ର ଛାତ୍ରୀ ଅବସ୍ଥା ଯାହା ହୋଇଛି ତାହା ସମସ୍ତଙ୍କୁ ଜଣା।୭୦ ଭାଗ ଶରୀର ପଡିଥିବା ଛାତ୍ରୀ ହସ୍ପିଟାଲ ରେ ଜୀବନ ସହ ସଙ୍ଘର୍ଷ କରୁଛି।ଏଠି ପ୍ରଶ୍ନ ଉଠୁଛି ବିଜେପି ସରକାର ଯୋଉ କଥା ପ୍ରଚାର କରୁଥିଲା “ବର୍ଷ ଏକ ବିକାଶ ଅନେକ” ଏଠି କିନ୍ତୁ ଅଲଗା କଥା ” ବର୍ଷ ଏକ ନାରୀ ନିଯ୍ୟାତିତ,ବେବିଚାର ଓ ଧର୍ଷଣ ଅନେକ” ନିମାପଡ଼ା ର ଝିଅ ଖୋଦ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ନିର୍ବାଚନ ମଣ୍ଡଳୀରେ ସକାଳ ୮ଟା ରେ କୁନି ଭଉଣୀ ୧୫ବର୍ଷ ର ଛାତ୍ରୀଙ୍କୁ ବଳଙ୍ଗା ର ଏକ ବନ୍ଧ କଡରେ କିଛି ଆତଙ୍କୀ ତା ଦେହରେ ନିଆଁ ଲଗେଇଦେଲେ।ତାଙ୍କ ସହ କଣ କରିଛନ୍ତି ତା ସହ କିଛି ଜଣାପଡ଼ିନଥିବା ବେଳେ ଘଟଣାର ୩୦ ଘଣ୍ଟା ବିତିଥିଲେ ବି ପୋଲିସ ଏ ପର୍ଯ୍ୟନ୍ତ ୩ ଜଣ ଅଭିଯୁକ୍ତଙ୍କୁ ଧରିପାରିନାହିଁ । ରାଜ୍ୟ ସରକାର ଓ ଆଇନ ବିଭାଗ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପିସିସି ସାଧାରଣ ସମ୍ପାଦକ ୟାସିର ନୱାଜ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଗୋପନ ମାର୍ଥା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୂଦୀପ ସାମଲ ସାମିଲ ହୋଇଥିବା ବେଳେ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଙ୍କ ନେତୃତ୍ୱ ରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏକଜୁଟ ହୋଇ ପୁରୀ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।ଏହି ଘେରାଉ ରେ ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ସେମାନଙ୍କ କୁଶପୁତ୍ତଳିକା ଜାଳିବା ସହ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଜୋର-ଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲା ଜ଼ିଲ୍ଲା ଯୁବ କଂଗ୍ରେସ ।

ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିଜେଡିର ସମୂହ ଦୀପଦାନ

ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦିଲ୍ଲୀ ଏମ୍ସରେ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ବଳଙ୍ଗା ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସମୂହ ଦୀପଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି, ବରିଷ୍ଠ ନେତା ଶ୍ରୀ ବିଜୟ ନାୟକ, ଶ୍ରୀ ଗୌତମ ହରିଚନ୍ଦନ, ଶ୍ରୀ ସନ୍ତୋଷ ବେଜ୍, ଶ୍ରୀ ଶିବ ପ୍ରସାଦ ବେହେରା, ଶ୍ରୀ ଚନ୍ଦ୍ରଶେଖର ମଲିଆ, ଶ୍ରୀ ଶିବ ନାରାୟଣ କିରଣ, ଶ୍ରୀମତୀ ମହାମାୟା ସ୍ୱାଇଁ, ଶ୍ରୀମତୀ ମାନସୀ ସୁନ୍ଦରାୟ, ଶ୍ରୀମତୀ ଛବି ଦାସ, ଶ୍ରୀମତୀ ଭାରତୀ ସିଂ, ଶ୍ରୀମତୀ ସମିତା ମହାନ୍ତି, ଶ୍ରୀମତୀ ପୁଷ୍ପା ରାଉତ, ଶ୍ରୀମତୀ ପଦ୍ମଜା ପ୍ରିୟଦର୍ଶିନୀ, କେ ଶାନ୍ତି, ଶ୍ରୀ ଅଶ୍ୱୀନ ସୁନ୍ଦରାୟ, ଶ୍ରୀ ଦାଶରଥୀ ଗରାବଡୁ, ଶ୍ରୀ ଦେବାଶିଷ ମହାପାତ୍ର, ଶ୍ରୀ ରାଜେଶ ପାତ୍ର, ଶ୍ରୀ ଗୋପାଳ ମାକଡାମ ଓ ଶ୍ରୀମତୀ ଛବି ସ୍ୱାଇଁ ପ୍ରମୁଖ ରହିଥିଲେ ।

ସୌମ୍ୟଙ୍କ ରାହୁଲ ଅବତାର 

ଆଜି ସୋସିଆଲ ମିଡିଆରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଫଟୋ ଭାଇରାଲ ହେଉଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଷ୍ଟାଇଲରେ ହାତରେ ସମ୍ବିଧାନ ପୁସ୍ତକ ଧରିଛନ୍ତି ସୌମ୍ୟ ରଜଂନ ପଟନାୟକ।

ସୌମ୍ୟଙ୍କ ଫୋଟୋକୁ ନେଇ ପୁଣି ସେ କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତପରେ ବହୁ ନେତା କଂଗ୍ରେସକୁ ଘରବାହୁଡ଼ା କରିବାକୁ ଅଣ୍ଟା ଭିଡିଛନ୍ତି। ତେବେ ଫୋଟୋ କୁ ନେଇ ସୌମ୍ୟ ପଟ୍ଟନାୟକ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ବବିଙ୍କ ଘରେ ଶୁଭେଚ୍ଛୁଙ୍କ ଭିଡ 

ନେତା ଓ କର୍ମୀଙ୍କ ସମ୍ପର୍କ ଏମିତି। କେହି କାହା ଦୁଃଖ ସହିପାରନ୍ତିନି ।ନେତା କର୍ମୀ ସହ ସବୁବେଳେ , କର୍ମୀ ବି ନେତାଙ୍କ ପାଖରେ ସବୁ ସମୟରେ। ଓଡିଶାର ଭଉଣୀ ମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଲାଗି ବିଜେଡି ସରକାର ବିରୋଧରେ ଲଢେଇ ଜୋରଦାର କରିଛି । ନବୀନ ନିର୍ଦ୍ଦେଶରେ ତାଙ୍କ ସେନାପତି ପ୍ରଣବ ପ୍ରକାଶ ଦାସ ଏ ଲଢ଼େଇ ଲଢି ଆହତ ହୋଇଛନ୍ତି । ପୋଲିସର ବର୍ବରତା ଆକ୍ରମଣରେ ଗୋଡରେ ଗଭୀର ଆଘାତ ଲାଗିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ।ସୁସ୍ଥ ହେବା ପରେ ମେଡିକାଲରୁ ଡ଼ିସଚାର୍ଜ ପରେ ରବିବାର ଯାଜପୁର କାଳୀମେଘା ବାସଭବନରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ଉପସଭାପତି ପ୍ରଣବ ପ୍ରକାଶ ଦାସ (ବବି)। ନିଜର ପ୍ରିୟନେତାଙ୍କ ଆସିବା ଖବର ପାଇଁ କାଳୀମେଘାରେ ଭେଟିବାକୁ କର୍ମୀ ଓ ନେତାଙ୍କ ଅସମ୍ଭାଳ ଭିଡ ଲାଗିଥିଲା ଦିନ ତମାନ। ପ୍ରଣବ ବି କର୍ମୀଙ୍କ ଭଲ ପାଇବା ଦେଖି ସମସ୍ତଙ୍କୁ ଗୋଟେ କଥା କହୁଥାନ୍ତି ମୁଁ ଭଲରେ ଅଛି। ତମ ମାନଙ୍କ ଆଶିର୍ବାଦ ମୋ ସହ ଅଛି। ମୁଁ ଲଢ଼େଇ କରିବାକୁ ଶତ ପ୍ରତିଶତ ବଳ ପାଇଛି।

ଜୁଲାଇ ୧୦ତାରିଖରେ ବାଲେଶ୍ଵର ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ଲୋକସେବା ଭବନ ଘେରାଉ ଡାକରା ଦେଇଥିଲା। ବିଜେପି ସରକାର ସମୟରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଥିବା ବେଳେ ଦୁଷ୍କର୍ମ , ହତ୍ୟା ମଧ୍ୟ ବଢ଼ିବଢି ଚାଲିଛି।ଏହା ବିରୋଧରେ ମୁଖ୍ୟ ବିରୋଧୀ ବିଜେଡି ରାଜ୍ୟ ସରକାର ବିରୋଧରେ ଋଣହୁଙ୍କାର ଦେଇଥିଲା।୫ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ଏକାଠି ହୋଇ ବାଲେଶ୍ଵର ଛାତ୍ରୀ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିଜେଡି ପ୍ରତିବାଦ ସଭା ଆରମ୍ଭ କରୁକରୁ ପୋଲିସ ଆରମ୍ଭ କରିଦେଲା ଦମନଲୀଳା। ଠିକ୍ ସେହି ସମୟରେ ପ୍ରଣବ ପ୍ରକାଶ ଦାସ (ବବି) ଭିଡକୁ ନିୟନ୍ତ୍ରଣ କରିବାରେ ଲାଗିଥାନ୍ତି । ଠିକ୍ ଏମିତି ବେଳେ ପାଣି ଓ ଟିୟର ଗ୍ୟାସ ମାଡ ଆରମ୍ଭ କରିଦେଲା ପୋଲିସ।

ବାସ ଏତିକି ବେଳେ କର୍ମୀଙ୍କୁ ନିୟନ୍ତ୍ରଣ କରିଥିଲେ ବବି। ପୋଲିସର ରବର ଗୁଳି ବବିଙ୍କ ଗୋଡରେ ବାଜିଥିଲା। ପରେ ଜଣକ ଜଣେ ନେତା ଆହତ ହେଲେ। ପ୍ରଣବ ପ୍ରକାଶ ଦାସ ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଲେ। ଦୁଇ ଦିନପରେ ଡ଼ିସଚାର୍ଜ ହୋଇ ଘରକୁ ଫେରିବା ପରେ ନିଜର ପ୍ରିୟନେତାଙ୍କୁ ଭେଟିବା ପାଇଁ ଶୁଭେଚ୍ଛୁଙ୍କ ଭିଡ ଜମିଥିଲା। ଶହଶହ ସଂଖ୍ୟକ ମହିଳା କାଳୀମେଘାରେ ପ୍ରଣବଙ୍କୁ ଭେଟି ଆଶିର୍ବାଦ ଦେଇଛନ୍ତି।

ପ୍ରଥମଥର ପାଇଁ ବିଜେଡି ମୁଖ୍ୟ ବିରୋଧୀ ଦଳର ଦାୟିତ୍ୱ ତୁଲାଉଛି।୨୪ବର୍ଷ ଶାସକ ଦଳରେ ରହିବା ବେଳେ ବିଜେଡି ଯେମିତି ଓଡିଶାବାସୀଙ୍କ ସେବା କରୁଥିଲା, ଠିକ୍ ସେମିତି ଭୂମିକା ବିରୋଧୀ ଦଳରେ ମଧ୍ୟ ଲିଭାଉଛି। ବର୍ଷେ ହେବ ବିଜେପି ଶାସନରେ ଓଡ଼ିଶାରେ ଯେଉଁ ସବୁ ସମସ୍ୟା ଦେଖାଦେଇଛି ତାହାକୁ ନେଇ ଓଡ଼ିଶାରେ ଦେଶରେ ବଦନାମ ହୋଇଛି। ତେଣୁ ଓଡିଶାବାସୀ କିପରି ସୁରକ୍ଷିତ ଓ ଭଲରେ ରହିବେ ସେଥିପାଇଁ ବିଜେଡି ନେତାମାନେ ଗୁଳି ଖାଇବାକୁ ପଚେଇବେ ନାହିଁ ବୋଲି କହିଛନ୍ତି । ନବୀନଙ୍କ ସେନାପତି ସାଜି ବିଜେପିର କୁଶାସନ ଓ ଜନ ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ଲଢ଼େଇ ଜାରୀ ରଖିଛନ୍ତି ଯାଜପୁରର ଲଢ଼ୁଆ ପୁଅ ପ୍ରଣବ ପ୍ରକାଶ ଦାସ ବୋଲି ବିଜେଡି ନେତାଏ କହିଛନ୍ତି ।

ରାଜ୍ୟରେ ମହିଳା ଓ ଛାତ୍ରୀ ଅସୁରକ୍ଷିତ ହୋଇଥିବାର ସଦ୍ୟତମ ନମୁନା: ବିଜେଡି

 ଛାତ୍ରୀ ଆତ୍ମହୁତି ଘଟଣାକୁ ଏକ ସପ୍ତାହ ନପୂରୁଣୁ ଆଜି ପିପିଲି ନିକଟବର୍ତ୍ତୀ ବଳଙ୍ଗାଠାରେ ଜଣେ ନାବାଳିକାକୁ ତିନିଜଣ ଦୁର୍ବୁତ୍ତ କିରୋସିନି ଢାଳି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ ହୋଇଛି, ଯାହା ରାଜ୍ୟର ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ଅସୁରକ୍ଷିତ ହୋଇ ପଡ଼ିଥିବା ସ୍ପଷ୍ଟ ହେଉଛି ବୋଲି ବିଜୁ ଜନତା ଦଳ କହିଛି।ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଟ ସାଧାରଣ ସମ୍ପାଦକ ଶ୍ରୀମତୀ ଟୁକୁନି ସାହୁ ଓ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ରାଜ୍ୟ ସରକାରଙ୍କ ଉପରେ ବର୍ଷୀଛନ୍ତି। ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ରାଜଧାନୀଠାରୁ ମାତ୍ର ୫୦ କିମି ଦୂର ଓ ବଳଙ୍ଗା ଥାନାଠାରୁ ମାତ୍ର ୧ କିମି ଦୂରରେ ସ୍ପଷ୍ଟ ଦିବାଲୋକରେ ଜଣେ ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ତିନିଜଣ ଦୃର୍ବୁତ୍ତ କିରୋସିନି ଢାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଛନ୍ତି । ଗତ ଶନିବାର ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀ ଆତ୍ମହୁତି ଘଟଣା ଲୋକଲୋଚନକୁ ଆସିଥିବା ବେଳେ, ଆଜି ଶନିବାରରେ, ବଳାଙ୍ଗା ଠାରେ ସ୍ପଷ୍ଟ ଦିବାଲୋକରେ ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କରା ଯାଇଛି। ଏହା ରାଜ୍ୟର ଆଇନଶୃଙ୍ଖଳା ବିପର୍ୟ୍ୟସ୍ତର ସଦ୍ୟତମ ନମୁନା । ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଡବଲ ଇଂଜିନ ସରକାର ଡବଲ ଵିକାଶ ସହିତ ଡବଲ ମା ମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନ କରିବେ ବୋଲି କହିଥିଲେ, କିନ୍ତୁ, ରାଜ୍ୟରେ ମହିଳା ସୁରକ୍ଷା ଏବେ ବିପଦରେ ପଡିଛି। ଆଜି ଝିଅଟିଏ ଘରୁ ବାହାରି ଗଲା ବେଳେ, ସେ ସୁରକ୍ଷିତ ଫେରିବ କି ନାହିଁ, ସେନେଇ ତାର ପରିବାର ବର୍ଗ ଚିନ୍ତାରେ ରହୁଛନ୍ତି।ଶ୍ରୀମତୀ ସୁଲୋଚନା ଦାସ କହିଥିଲେ, ପୁଣି ଥରେ ସେଇ ଛାତି ଥରା ଦୃଶ୍ୟ। ବର୍ତ୍ତମାନ ପୀଡିତା ନାବାଳିକା ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଦେହ ପ୍ରାୟ ୭୦ରୁ ୭୫% ପୋଡି ଯାଇଛି ବୋଲି ଏମ୍ସ ତରଫରୁ ସୂଚନା ଦିଆଯାଇଛି । ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସକୁ ଏୟାଲିଫ୍ଟ କରାଯାଇ ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉ । ତାଛଡା, ଏହି ଅପରାଧରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉ।ସେ କହିଥିଲେ, ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣା, ବହୁ ଚର୍ଚ୍ଚିତ ଏଫ୍ଏମ କଲେଜ ଆତ୍ମାହୁତି ଘଟଣା ପରେ ଆଜିର ଏହି ବର୍ବରୋଚିତ କାଣ୍ଡ ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଗତ ୧ ବର୍ଷରେ ବିଜେପି ଶାସନରେ ନାରୀ ଓ ଛାତ୍ରୀ ନିର୍ୟାତନା ଅହେତୁକ ବୃଦ୍ଧି ପାଇଛି ଓ ରାଜ୍ୟରେ ନାରୀ ଅସୁରକ୍ଷିତ ହୋଇପଡିଛନ୍ତି ।
ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଲୋକଲୋଚନକୁ ଆସୁଥିବା ବେଳେ ସରକାରଙ୍କର ଦୃଢ କାର୍ୟ୍ୟାନୁଷ୍ଠାନ ଅଭାବରୁ ଅପରାଧୀମାନଙ୍କର ମନୋବଳ ବୃଦ୍ଧି ପାଉଛି ।ଏ ସରକାରରେ ଅପରାଧୀ ମାନେ ଖୁଲମଖୁଲା ସାହାସ କରି ନାରୀ ଓ ଛାତ୍ରୀମାନଙ୍କ ବିରୋଧରେ ଅପରାଧୀକ କାର୍ୟ୍ୟ ଘଟାଇ ଚାଲିଛନ୍ତି । ସରକାରଙ୍କ ନିଦ୍ରାଭଙ୍ଗ ହେଉ ଏବଂ ତୁରନ୍ତ ବିହିତ ପଦକ୍ଷେପ ନିଅନ୍ତୁ।ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଆମେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ବୋଲି ଶ୍ରୀମତୀ ଦାସ କହିଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news