ଭୁବନେଶ୍ୱର : କୃଷି ବିଲ ନେଇ ଦେଶରେ ତାତି କମିନଥିବା ବେଳେ କୃଷକ ସମସ୍ୟା ନେଇ ଆଜି ବିଧାନସଭାରେ ବିରୋଧୀ ମୁଲତବୀ ପ୍ରସ୍ତାବ ଦେଇଛନ୍ତି l ବିଧାନସଭାର ଅଧିବେଶନ ର ୪ର୍ଥ ଦିନରେ କୃଷି ଓ କୃଷକ ଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଙ୍କ ଉଦାସୀନତା କୁ ନେଇ ବିରୋଧୀ ଙ୍କ ମୁଲତବୀ ନୋଟିସ ।ଏହାର ଉତ୍ତର ରଖିବେ କୃଷି ଓ କୃଷକ ଶଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ।ଏହାସହ ଆଜି ବିଧାନସଭା ରେ ବିଶ୍ଵବିଦ୍ୟାଳୟ ସଂସୋଧନ ବିଲ୍ ଉପରେ ମଧ୍ୟ ଆଲୋଚନା ହେବ ,ବିଲ ପାରିତ ନେଇ ଆଲୋଚନା କରାଯିବ ।ଶିଳ୍ପ ବିବାଦ( ଓଡିଶା ସଂସୋଧନ) ବିଲ୍ ଉପରେ ଆଲୋଚନା ହେବ ଏହିବିଲ୍ ପାରିତ ପାଇଁ ମଧ୍ୟ ଆଲୋଚନା ହେବ l
ତିର୍ତୋଲ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଦଳ ଛାଡିଲେ କୃଷ୍ଣଚନ୍ଦ୍ର
ଭୁବନେଶ୍ୱର : କଂଗ୍ରେସ ସହ 40ବର୍ଷ ରହି ଜଗତସିଂହପୁର ଓ ତିର୍ତୋଲ ଅଂଚଳର ଜଣେ ଦରଦୀ ମଣିଷ ତଥା ରାଜ୍ୟ କଂଗ୍ରେସର ସାମ୍ପଦକ କୃଷ୍ଣଚନ୍ଦ୍ର ମଲ୍ଲିକ କଂଗ୍ରେସକୁ ବାଏ ବାଏ କରିଛନ୍ତି l ଯାହା କି କଂଗ୍ରେସ ପାଇଁ ବଡ଼ ଝଟକା l ସ୍ଵର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ରାଜନୈତିକ ଜୀବନ ଆରମ୍ଭ ରୁ ବିଶ୍ଵାଳ ପରିବାର ର ଘନିଷ୍ଠ ସହଯୋଗି କୃଷ୍ଣ ଚନ୍ଦ୍ର ମଲ୍ଲିକ କଂଗ୍ରେସ ଛାଡ଼ିବା ଏବେ ତିର୍ତୋଲ ରାଜନୀତିକୁ ସରଗରମ କରିଛି l ଜଣେ ସୁ ସଂଗଠକ ,ସମାଜସେବୀ ସୁ ବକ୍ତୃତା ଓ ଜଗତସିଂହପୁର ର ଜଣାସୁଣା ର ସାମାଜିକ ସଂଗଠନ ବଉଳର ପ୍ରତିଷ୍ଠିତା ଶ୍ରୀମଲ୍ଲିକ କେଉଁ ଦଳରେ ମିଶିବେ ତାହାକୁ ନେଇ ଜଗତସିଂହପୁରରୁ ରାଜଧାନୀ ଯାଏ ଚର୍ଚ୍ଚା l ଚର୍ଚ୍ଚା ହେଉଛି ସେ ବିଜୁ ଜନତା ଦଳ ସହ ଯୋଗାଯୋଗରେ ଅଛନ୍ତି । ନଭେମ୍ୱର 3ତାରିଖରେ ଉପ ନିର୍ବାଚନ ହେବାକୁ ଯାଉଛି l ଏଥିପାଇଁ ସବୁ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି l ଆଉ ଠିକ ଏହି ସମୟରେ ଜଣକ ପରେ ଜଣେ କଂଗ୍ରେସ ନେତା ଦଳ ଛାଡ଼ିବା କଂଗ୍ରେସକୁ ଚିନ୍ତାରେ ପକାଇଛି l ଆଗୁଆ ନିର୍ବାଚନୀ ପ୍ରସ୍ତୁତ ଆରମ୍ଭ କରିଥିବା କଂଗ୍ରେସ ଯେ କେତେ ପ୍ରସ୍ତୁତ ତାହା ଜଣକ ପରେ ଜଣେ ନେତା ଦଳ ଛାଡ଼ିବାରୁ ସ୍ପଷ୍ଟ ହେଉଛି l ତେବେ ତିର୍ତୋଲ ବିଜେଡିର ପାଲା ଭାରୀ ଅଛି l ଏପରି ସମୟରେ କଂଗ୍ରେସ ଜଣେ ଟାଣୁଆ ନେତା ଦଳ ଛାଡ଼ିବା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଚିନ୍ତାରେ ପକାଇଛି l ତେବେ ଆଗକୁ କୃଷ୍ଣଚନ୍ଦ୍ର କେଉଁ ଦଳରେ ମିସୁଛନ୍ତି ତାହା ଦେଖିବାର କଥା l ତେବେ ଦଳ ଛାଡ଼ିବା ପରେ କୃଷ୍ଣଚନ୍ଦ୍ର ପ୍ରତିକ୍ରିୟା ମିଳିପାରିନାହିଁ l
ବରୁଆଁ ସେଣ୍ଟ ଜାଭିୟର ସ୍କୁଲରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ.
ଯାଜପୁର : ଦେଶର ଦୁଇ ମହାନାୟକ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କୁ ମନେ ପକାଉଛି। ଯାଜପୁର ବରୁଆଁ ସେଣ୍ଟ ଜାଭିୟର ସ୍କୁଲ ପରିସରରେ ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ବାପୁଙ୍କ ମନେପକାଇ
ବରୁଆଁ ସେଣ୍ଟ ଜାଭିୟର ସ୍କୁଲର ନିର୍ଦେଶକ ଧ୍ରୁବ କୁମାର ମହାପାତ୍ର କହିଥିଲେ ଯେ ଦେଶ ପାଇଁ ଏହି ଦୁଇ ମହାନ ଜନନାୟକ ଅବଦାନକୁ କେବେ ଭୁଲିହେବନି l ଯେତେଯାହା ହେଲେ ବି ଅହିଂସା ପଥରେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ ତାହା ବାପୁ ଆମକୁ ଶିଖାଇ ଯାଇଛନ୍ତି ବୋଲି ସେ କହିଥିଲେ l ସମାଜ ପ୍ରତି ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି କରିବାର ଅଛି l ତେଣୁ ଆଜିର ଦିନରେ ଆମେ ସଂକଳ୍ପ ନେବା ଆମେ ସତ ପଥରେ ଯିବା ଓ ସମାଜକୁ ଉଚିତ ମାଗରେ ନେବା ପାଇଁ କିଛି କାମ କରିବା l ଏହାପରେ ରଘୁପତୀ_ରାଘବ_ରାଜାରାମ, ପତିତ_ପାବନ_ସୀତାରାମ୍ ଗାନ କରାଯାଇଥିଲା l ସାମାଜିକ ଦୂରତା ଭିତରେ ମହାତ୍ମାଙ୍କୁମନେପକାଇଥିଲେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ l ସ୍କୁଲର ଅଧକ୍ଷ ହିମାଂଶୁ ଶେଖର ପଣ୍ଡା ବି ଗାନ୍ଧୀଙ୍କୁ ମନେ ପକାଇ ନିଜର ମନ୍ତବ୍ୟ ଦେଇଥିଲେ l
ଶେଷରେ ଶିକ୍ଷିୟତ୍ରୀ ନିବେଦିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷିୟତ୍ରୀ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଥିଲେ l
କଳାହାଣ୍ଡି ବିକାଶର ନୂଆ ପରିଚୟ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଳାହାଣ୍ଡିରେ ତିନିଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ
ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି feeder line ମଧ୍ୟ ଲୋକାର୍ପିତ କରିଛନ୍ତି।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ। ଲୋକଙ୍କୁ ଉନ୍ନତ ମାନର ବିଶ୍ବସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ। Power cut ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଯେ ଏହି ୨୨୦ କେଭି ଜୟପାଟଣା ଗ୍ରୀଡ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ଗ୍ରୀଡ ଦ୍ବାରା କଳାହାଣ୍ଡିର ଜନସାଧାରଣ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ସିଧାସଳଖ ବିଜୁଳି ଶକ୍ତି ପାଇପାରିବେ। ଆଗାମୀ ଦିନରେ ୪୭ କିଲୋମିଟର ଦୀର୍ଘ ଆଉ ଏକ ୧୩୨ କେଭି double circuit line ଜୁନାଗଡକୁ ସଂଯୁକ୍ତ କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ । ବର୍ତ୍ତମାନ ଏହା ଏକ ତ୍ବରିତ ବିକାଶଶୀଳ ଜିଲ୍ଲା ଭାବରେ ପରିଚୟ ସୃଷ୍ଟି କରିପାରିଛି । କୃଷି କ୍ଷେତ୍ରରେ ଜିଲ୍ଲାର ଦ୍ରୁତ ଉନ୍ନତି ହୋଇଛି। ଜଳସେଚନର ସୁବିଧା ପାଇଁ ରେତ ଜଳସେଚନ ପ୍ରକଳ୍ପ ସହିତ ଆହୁରି ଅନେକ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସରକାରୀ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ ପରିଣତ କରାଯାଇଛି। ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡିଶାର ଅର୍ଥନୈତିକ ଜୀବନଧାରା ହେବାକୁ ଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଯେ କଳାହାଣ୍ଡି ଜିଲ୍ଲାର ଅର୍ଥନୈତିକ ବିକାଶକୁ ମଧ୍ୟ ଏହା ତ୍ବରାନ୍ବିତ କରିବ ।
ବାନେର୍ ଠାରେ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡକ ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନତି ଆସିଛି । ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି । ବିଜୁ ଏକ୍ସପ୍ରେସ ୱେ ଦ୍ବାରା କଳାହାଣ୍ଡିରେ ଶିଳ୍ପ ବିକାଶ ହେବ ବୋଲି ସେ କହିଥିଲେ। ଆଜିର ବିଦ୍ୟୁତ ପ୍ରକଳ୍ପ ପାଇଁ ସେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।
ବିରୋଧୀ ଦଳର ନେତା ଶ୍ରୀ ପ୍ରଦୀପ୍ତ ନାଏକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିରେ ବିକାଶ ଆସିଛି। ବାମ କେନାଲ ତିଆରି ହେବା ପରେ କଳାହାଣ୍ଡି ଜିଲ୍ଲା ଏବେ ଧାନ ଉତ୍ପାଦନରେ ସୁନାମ ଅର୍ଜନ କରିଛି । ଦକ୍ଷିଣ କେନାଲର ନିର୍ମାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆଜିର ବିଦ୍ୟୁତ ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
ଏହି ଅବସରରେ କଳାହାଣ୍ଡିର କେତେକ ଜନସାଧାରଣ କାର୍ଯ୍ୟକ୍ରମରେ ଭାଗ ନେଇ ବିଦ୍ୟୁତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। OPTCLର ଅଧ୍ୟକ୍ଷ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ନରଲା ବିଧାୟକ ଶ୍ରୀ ଭୂପିନ୍ଦିର ସିଂ, ଉନ୍ନୟନ କମିଶନର ଯୋଗ ଦେଇଥିଲେ। ଶକ୍ତି ସଚିବ ସ୍ବାଗତ ଭାଷଣ ଦେଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଶକ୍ତିମନ୍ତ୍ରୀ କହିଲେ ଗତ 7 ବର୍ଷ ଯାଏ ବଢି ନଥିଲା ବିଲ : କି ଜବାବ ଦେଲେ ବିରୋଧୀ…
ଭୁବନେଶ୍ୱର : ବିଦ୍ୟୁତ ଦର OERC ନିର୍ଦ୍ଧାରଣ କରନ୍ତି। ଶେଷ ଥର ପାଇଁ 2013-14 ରେ ଦର ବଢିଥିଲା। ଗତ 7 ବର୍ଷ ଯାଏ ବଢି ନଥିଲା। ହେଲେ ଏ ଦର ବୃଦ୍ଧି BPL କି ଚାଷୀଙ୍କ ପାଇଁ ନୁହେଁ। ଏହା କେବଳ ଘରୋଇ ଓ ବ୍ୟବସାୟୀକ ପ୍ରତିଷ୍ଠାନ ପାଇଁ ଯେଉଁମାନେ 50 ୟୁନିଟରୁ ଅଧିକ ବ୍ୟବହାର କରୁଛନ୍ତି। କୋବିଡ଼ ସମୟରେ କେନ୍ଦ୍ର ସରକାରଙ୍କ NTPC, NHPC ଓ PGCIL ପ୍ରାୟ 68 ପଇସା ଦର ବଢ଼ିଛନ୍ତି। ଏହି ତୁଳନାରେ 20 ପଇସା ବଢ଼ାଇବା କେବଳ 4 ପ୍ରତିଶତ। ଉତ୍ପାଦନ, distribution ଓ transmission ସଂସ୍ଥାଙ୍କ ଦ୍ଵାରା ଗ୍ରୀଡ଼ ପହଞ୍ଚେ GRIDCO ପାଖକୁ। GRIDCO ଅନୁଧ୍ୟାନ ପରେ ଦିଆଯାଇଥାଏ। Aggregate Revenue Estimate ପାଇଁ OERC ଅନୁଧ୍ୟାନ କରି ନିଷ୍ପତ୍ତି ନିଅନ୍ତି। ଦେଶର ଗୋଟିଏ ରାଜ୍ୟକୁ ଛାଡ଼ିଲେ ଆମ ବିଦ୍ୟୁତ ଦର କମ। 2020 ମସିହାରେ GRIDCOକୁ 8275 କୋଟି ଟଙ୍କା ଆବଶ୍ୟକତା କରୁଛି। ବିତରଣ କଂପାନୀଙ୍କ ଠାରୁ 7615 କୋଟି ମିଳିବା ନିର୍ଦ୍ଧାରଣ ହୋଇଛି। ବାକି 660 କୋଟି ଆସିବ କେମିତି ? 2000 ମସିହାରେ ଓଡ଼ିଶା 1700 ମେଗାୱାଟ ବିଜୁଳି ଉତ୍ପାଦନ କରୁଥିଲା। ଏବେ ଏହା ବଢି 4500 ମେଗାୱାଟ ହୋଇଛି। 2000 ମସିହାରେ 16 ଲକ୍ଷ ବିଜୁଳି connection ଦିଆଯାଇଥିଲା। ଯାହା ଏବେ ବଢି 90 ଲକ୍ଷ ହୋଇଛି। ପ୍ରତି BPL ପରିବାରକୁ ବିଜୁଳି ସଂଯୋଗ ହୋଇଛି। ପୂର୍ବରୁ 50 ପ୍ରତିଶତ ଟ୍ରାନ୍ସମିଶନ loss ହେଉଥିଲା। ଏବେ ଏହା ବହୁତ କମିଛି। transformer ଓ ଅନ୍ୟାନ୍ୟ ବିଦ୍ୟୁତ ଉପକାରଣର upgradation ହୋଇଛି। october ପହିଲାରୁ ନୂତନ ଦର ଲାଗୁ ହେବ। ଗୃହରେ ଏହି ବିବୃତି ରଖିଛନ୍ତି ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।
ସେପଟେ ମାଧ୍ୟମରେ ସରକାର ଏହି ବଢାଇଛନ୍ତି। ଯଦି ବଢି ନଥିଲା, ଆଉ ଏକ ବର୍ଷ ବଢ଼ାଇ ନଥାନ୍ତେ। କୋବିଡ଼ ସମୟରେ କାହିଁକି ବୃଦ୍ଧି କଲେ। ବିତରକ ଶିଳ୍ପ ସଂସ୍ଥା ଉପରୁ ବାକି ବିଲ କାହିଁକି ଆଦାୟ କରୁ ନାହାନ୍ତି ? କରନା ସମୟରେ ବୃଦ୍ଧି ଲୋକ ବିରୋଧୀ। କେନ୍ଦ୍ର ସରକାର 84 କୋଟି ରିହାତି ଦେଇଛନ୍ତି। ଏଠି କାହିଁକି ନୁହେଁ? ଏହା ଗରିବ ପ୍ରତି ଅନ୍ୟାୟ। ଆବଶ୍ୟକ ପଡ଼ିଲେ, ଆର ବର୍ଷ ବଢ଼ାନ୍ତୁ। ମୋହନ ମାଝୀ ବିରୋଧୀ ଦଳ ମୁଖ୍ୟ ସଚେତକ
ଏଥରେ BPL ଉପରେ ଛାଡ ହୋଇନି। ଏହା ଡ୍ରାମା। ମଧ୍ୟବିତ୍ତ ପରିବାର ଓ ବ୍ୟବସାୟିଙ୍କ ତଂଟି କାଟିବାକୁ ହୋଇଛି। ବଡ଼ ଶିଳ୍ପପତିଙ୍କ ଦର ବଢିନି। ସେମାନଙ୍କ ଠାରୁ ଏମାନେ ଟଙ୍କା ନିଅନ୍ତି ବୋଲି OERC ଜରିଆରେ ବଢାଇଛନ୍ତି।ତାରା ବାହିନୀପତି କଂଗ୍ରେସ ବିଧାୟକ l
ଏଣିକି ଇ-ପେମେଂଟ ଜରିଆରେ କୋର୍ଟ ଫିସ
ଭୁବନେଶ୍ୱର : ବିଧାନସଭାରେ ପାରିତ ହେଲା କୋର୍ଟ ଫିସ ସଂଶୋଧନ ବିଲ। କୋଭିଡ୍ ମହାମାରୀ କୁ ଦୃଷ୍ଟି ରେ ରଖି ରାଜ୍ୟ ର ଉଚ୍ଚ ନ୍ୟାୟାଳୟ ଓ ଅଧସ୍ଥନ ନ୍ୟାୟାଳୟ ରେ ବହୁ କଟକଣା ଭିତରେ କୋର୍ଟ କାର୍ଯ୍ୟ ଚାଲୁଛି ।ରାଜ୍ୟ ସରକାର ଦେଇଥିବା କୋଭିଡ୍ ଗାଇଡ ଲାଇନ ଅନୁସାରେ ଉଚ୍ଚ ନ୍ୟାୟାଳୟ ମାମଲା ଗୁଡିକ ଇ-ଫାଇଲିଂ ଜରିଆରେ ଦାୟାର କରିବା ପାଇଁ ଅନୁମତି ଦେଇଛନ୍ତି ।।ଏହାଦ୍ବାରା ଇ-ପେମେଂଟ ମାଧ୍ୟମରେ କୋର୍ଟ ଫିସ୍ ପ୍ରଦାନ କରାଯିବାର ଆବଶ୍ୟକତା ଅନୁଭୂତ ହେଲା ।କୋର୍ଟ ଫିସ ଅଧିନିୟମ ୧୮୭୦ ବ୍ୟବସ୍ଥା ଅନୁସାରେ କେବଳ କୋର୍ଟ ଫିସ ଷ୍ଟାମ୍ପ ଦ୍ଵାରା ହିଁ ବ୍ୟବସ୍ଥା ଥିଲା । ଏବେ ଏହାକୁ ସଂସୋଧନ କରିବା ପାଇଁ ବ୍ଯବସ୍ଥା ହୋଇଛି ।ଏଣିକି ଇ-ପେମେଂଟ ଜରିଆରେ କୋର୍ଟ ଫିସ ପ୍ରଦାନ ଓ ଫେରସ୍ତ କରାଯିବା ର ବ୍ୟବସ୍ଥା ରହିଛି । କୋଭିଡ୍ ୧୯ କୁ ଆଖିଆଗରେ ରଖି ମକଦ୍ଦମା କାରୀ ଓ ଅନ୍ୟ ବ୍ୟକ୍ତି ମାନେ ନ୍ୟାୟିକ ବ୍ୟବସ୍ଥା ରେ ସୁବିଧା ପାଇପାରିବେ ।ଏହାକୁ ଆଜି ବିଧାନସଭା ରେ ପାସ କରାଯାଇଛି ।
ବିଧାନସଭା ସମ୍ମୁଖରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା
ଭୁବନେଶ୍ୱର : ମା ଆଉ ପୁଅ l 20ମିନିଟର ଡ୍ରାମା l ତାହା ପୁଣି ସବୁଠାରୁ ଅଧିକ ସୁରକ୍ଷା ବଳୟରେ ଥିବା ସ୍ଥାନରେ l ଆଜି ବିଧାନସଭା ସମ୍ମୁଖରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା ଦେଖିଛନ୍ତି ଦେଖଣା ହାରୀ । କଡା ସୁରକ୍ଷା ସତ୍ତ୍ବେ ମା’ ବେକରେ ଛୁରୀ ଲଗାଇଲା ପୁଅ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗାନ୍ଧୀ ମାର୍ଗରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହେଲେ କଡା ସୁରକ୍ଷା ସତ୍ତ୍ବେ ଯୁବକଙ୍କ ଏଭଳି ଅଦ୍ଭୁତ କାଣ୍ଡ ଦେଖିବାକୁ ମିଳିଥିଲା ।
ସୂଚନାନୁସାରେ ନୟାଗଡ଼ ଦଶପଲ୍ଲାର ଯୁବକ ଜିତେନ୍ଦ୍ର ପାଲ ତାଙ୍କ ମା’ ଝରଣାଙ୍କ ବେକରେ ଛୁରୀ ଲଗାଇ ମାରି ଦେବାକୁ ଉଦ୍ୟମ କରିଥିଲେ । ବହୁ ସମୟ ଧରି ରାସ୍ତାରେ ଚାଲିଥିଲା ଯୁବକଙ୍କ ହାଇଡ୍ରାମା । ଯୁବକଙ୍କ ଏଭଳି ଅଦ୍ଭୁତ କାଣ୍ଡ ପାଇଁ ଗାନ୍ଧୀ ମାର୍ଗରେ ଟ୍ରାଫିକ ଜାମ ହେବା ସହ ଯୁବକଙ୍କୁ କାବୁ କରିବାକୁ ପୋଲିସ ନାକେଦମ ହୋଇପଡିଥିଲା । ତେବେ ଦୀର୍ଘ ସମୟର ସଂଘର୍ଷ ପରେ ଶେଷରେ ପୋଲିସ ଯୁବକ ଜିତେନ୍ଦ୍ରଙ୍କୁ କାବୁ କରିଛି ।ବିଧାନସଭା ସମ୍ମୁଖରେ ମା’ ବେକରେ ଛୁରୀ ଲଗାଇଲା ପୁଅସେପଟେ ଜିତେନ୍ଦ୍ରକୁ କାବୁ କରିବା ପରେ ମା’ ଝରଣା କହିଛନ୍ତି ଯେ, ଦୀର୍ଘ 7 ବର୍ଷ ହେବ ଜଣେ ଲୋକର ଆତ୍ମା ପୁଅ ଦେହରେ ରହିଛି । ପୂର୍ବରୁ ମଧ୍ୟ ଜିତେନ୍ଦ୍ର ଘରୁ ଭୁବନେଶ୍ବରକୁ ପଳେଇ ଆସିଥିଲେ । ପରେ ମା’ ଓ ମାମଁ ତାଙ୍କୁ ବୁଝେଇ ସୁଝେଇ ଘରକୁ ନେଇଥିଲେ ।
ବିଧାନସଭାରେ ଉଠିଲା ନୀଳାଚଳ ଇସ୍ପାତରେ କର୍ମଚାରୀଙ୍କୁ ଦରମା ନ ମିଳିବା କଥା….
ଭୁବନେଶ୍ୱର : ଯାଜପୁର ଜିଲ୍ଲା ନୀଳାଚଳ ଇସ୍ପାତରେ କର୍ମଚାରୀଙ୍କୁ ଦରମା ନ ମିଳିବା ପ୍ରସଙ୍ଗ ଗୃହରେ ଉଠାଇଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଗତ ଫେବୃଆରୀ ମାସରୁ ଦରମା ମିଳିନି। 1600 executive ଓ non- executive ଏବଂ 2200 ଶ୍ରମିକ। ଦରମା ନ ପାଇ ଭୋଗରେ 18 ପ୍ରତିଶତ ଶ୍ରମିକ ମୃତ୍ୟୁବରଣ କଲେଣି। ଏମାନେ ଆଦିବାସୀ ଯେଉଁମାନଙ୍କୁ ଜମି ବଦଳରେ ଥଇଥାନ କରାଯାଇଛି। 30 ବର୍ଷୀୟ କିଶୋର ଜେନା ଆତ୍ମହତ୍ୟା କଲେଣି। ଏହି କାରଖାନା MMTC, କେନ୍ଦ୍ର ସରକାରଙ୍କ Ministry of Commerce ଅଧୀନରେ ଆସୁଛି। OMC ଓ IPICOLଙ୍କ ସହଭାଗିତା ଅଛି। ହେଲେ MMTC ଦରମା ଦେବା କଥା। ତେଣୁ ଦୁଇଟି ନିର୍ଦେଶ ଦେବାକୁ ଅନୁରୋଧ:
1. OMC ଓ IPICOL ଜରିଆରେ MMTCକୁ ଦରମା ଦେବାକୁ ନିର୍ଦ୍ଦେଶ
2. 200 କୋଟି ଟଙ୍କାର ଉତ୍ପାଦନ ସରି ପଡ଼ି ରହିଛି। ଏହାକୁ କିଣିବା ପାଇଁ SAIL Bokaro ଓ ରାଉରକେଲା ଇଚ୍ଛା ପ୍ରକଟ କରିଛନ୍ତି। ସେମାନଙ୍କୁ ନିର୍ଦେଶ ଦେବାକୁ ଅନୁରୋଧ କି କିଣିବା ପରେ ନୀଳାଚଳ ଇସ୍ପାତ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାନ୍ତୁ। ଯାହା ଫଳରେ ଦରମା ପ୍ରଦାନ ହୋଇପାରିବ।
ଶନିବାର ଅଫିସ ବନ୍ଦ : ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ କାମ…
ଭୁବନେଶ୍ୱର : ଅକ୍ଟୋବର ୧ ତାରିଖରୁ କୋଭିଡ୍ ଗାଇଡ଼ କୁ କଡାକଡି କରିଛନ୍ତି ରାଜ୍ୟ ସରକାର ।ଏଣିକି ସବୁ ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।ଏହାସହ କଟକ ଭୁବନେଶ୍ୱର ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ସ୍ଵତନ୍ତ୍ର ଗାଇଡଲାଇନ କରିଛନ୍ତି ସରକାର । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ କାମ କରିବାକୁ ଗାଇଡଲାଇନ ରେ ନିର୍ଦ୍ଦେଶ ଦିଆଯାଇଛି ।ତେବେ ସ୍ଵାସ୍ଥ୍ୟ ସେବା ,ଏସଆରସି କାର୍ଯ୍ୟାଳୟ ,ଅଗ୍ନି ଶମ ପୋଲିସ ,ମୁନିସପାଲିଟି ସେବା ଯୋଗାଉଥିବା କାର୍ଯ୍ୟାଳୟ ର ଶତ ପ୍ରତିଶତ କର୍ମଚାରୀ ରହିବେ । ସାଧାରଣ ପ୍ରସାସନ ବିଭାଗ ପକ୍ଷରୁ ଏହି ଗାଇଡଲାଇନ ରେ କୁହାଯାଇଛି ଯେ ଯେଉଁଠି ୫୦ ପ୍ରତିଶତ କର୍ମଚାରୀ ଆସିବେ ସେଠାରେ ଦପ୍ତର ମୁଖ୍ୟ ନିଷ୍ପତ୍ତି ନେବେ ।ଏହାସହ ବିଧାନସଭା ଚାଲୁଥିବାରୁ ଏହସହ ଜଡ଼ିତ ସରକାରୀ ଅଫିସର ମାନେ ଅଫିସ ଆସିବାକୁ କୁହାଯାଇଛି ।କୋଭିଡ୍ କୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି














