କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ…

ଭୁବନେଶ୍ୱର : କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍ ଭାରତ ପରାଶର । ପ୍ରଥମ ମନ୍ତ୍ରୀ ଭାବରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । ଆସନ୍ତା ଅକ୍ଟୋବର ୧୪ ତାରିଖରେ ଦଣ୍ଡ ବିଧାନ ରହିଛି ।
୧୯୯୯ ମସିହାରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ସେତେବେଳେ ବାଜପେୟୀ ସରକାରରେ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ତାଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଆଦି ମାମଲା ରୁଜୁ ହୋଇଥିଲା ।୧୯୯୯ରେ ବ୍ରହ୍ମଡିହ କୋଇଲା ବ୍ଲକରୁ କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡକୁ ଅହେତୁକ ଅନୁକମ୍ପା ଦେଖାଇ ବଣ୍ଟନ କରାଯାଇଥିବା ବେଳେ ଏଥିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ଦିଲ୍ଲୀପ ରାୟଙ୍କ ସମେତ ସେତେବେଳେ କୋଇଲା ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏମାନଙ୍କ ସହ କାଷ୍ଟ୍ରନ୍ ଟେକ୍ନୋଲୋଜିଜ୍ ଲିମିଟେଡ, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଓ କାଷ୍ଟ୍ରନ୍ ମାଇନିଂ ଲିମିଡେଟକୁ ବି ଦୋଷୀ ସାବ୍ୟସ୍ତ କରାଯାଇଛି ।

 

ଆଇପିଏଲରେ ଦିଲ୍ଲୀର ଦବଦବା…….

ଭୁବନେଶ୍ୱର : ଆଇପିଏଲ ସିଜିନ୍ ୨୦୨୦ ରେ ନିଜର ଆଧିପତ୍ୟ ବିସ୍ତାର କରିଛି ଦିଲ୍ଲୀ।ଗତ କାଲି ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲା ରେ ରୟାଲ ଚାଲେଞ୍ଜ ର ବାଙ୍ଗାଲୋରକୁ ୫୯ ରନ୍ ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ।ପ୍ରଥମେ ବେଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର ରେ ୪ ୱିକେଟ୍ ହରେଇ ୧୯୬ ସ୍କୋର କରିଥିଲା।ଦଳ ପକ୍ଷରୁ ସ୍ତୋଇନିସ୍ ସର୍ବାଧିକ ୨୬ ବଲ୍ ରେ ୫୩ ରନ୍ କରିଥିଲେ।ଜବାବରେ ବାଙ୍ଗାଲୋର ଆରମ୍ଭରୁ ୱିକେଟ୍ ହରେଇଥିଲା।ଦିଲ୍ଲୀ ର ଶାନିତ୍ ବିଲିଂ ଆଗରେ ମୁଣ୍ଡ ନୁଆଇଁ ଥିଲା ବାଙ୍ଗାଲୋର ଦଳ।ଦଳ ମାତ୍ର ୧୩୯ ରନ୍ କରିବାକୁ ସକ୍ଷମ ହୋଇଥିଲା।ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟ ତାଲିକାରେ ଶୀର୍ଷରେ ପହଞ୍ଚିଛି।ସେହିପରି ଆଜିର ମୁକାବିଲା ରେ ମୁମ୍ବାଇ ଇଣ୍ଡିଆନ – ରାଜସ୍ଥାନ ରୟାଲ କୁ ଭେଟିବା।ଦୁଇ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଉପ ନିର୍ବାଚନ ପାଇଁ ପାଗଭିଡିଲା କଂଗ୍ରେସ : ଆଜିଠୁ 6ଦିନିଆ ଗସ୍ତରେ ଚେଲ୍ଲା କୁମାର

ଭୁବନେଶ୍ୱର : କଂଗ୍ରେସ ର ନୂଆ ପ୍ରଭାରୀ ଡ. ଚେଲ୍ଲା କୁମାର ଆଜିଠାରୁ  ଠାରୁ ୬ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି  ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବା ପରେ ପୁରୀ ଗସ୍ତ କରିବେ ।ଏହାସହ ବୁଧବାର ଦିନ ଚେଲ୍ଲା କୁମାର ଙ୍କୁ କଂଗ୍ରେସ ଭବନରେ ସମ୍ବୋଧନା ଦିଆଯିବ ।ଅପରାହ୍ନ ରେ ବୈଠକ ହେବ ।ଦଳର ସାଙ୍ଘଠନିକ ସ୍ତିତି ନେଇ ବିଧାୟକ ,ଜିଲ୍ଲା ସଭାପତି ପୂର୍ବତନ ପିସସି ସଭାପତି ,ପୂର୍ବତନ କେନମନ୍ତ୍ରୀ,ପୂର୍ବତନ ବିରୋଧୀ ଦଳ ନେତା ,ବରିଷ୍ଠ କଂଗ୍ରେସ ନେତା ସାସଂଦ ମାନଙ୍କ ସହ ଆଲୋଚନା କରିବେ ।ପୁଣି ଗୁରୁବାର ବାକି ଥିବା କଂଗ୍ରେସ ନେତାଙ୍କ ସହ ଆଲୋଚନା କରି ତିର୍ତୋଲ ରେ ଏକ ନିର୍ବାଚନ ମଣ୍ଡଳୀର ଏକ କର୍ମୀ ସମ୍ମୀଳନିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।୧୦ ତାରିଖ ଦିନ ବାଲେଶ୍ଵର ଉପନିର୍ବାଚନ ପାଇଁ ବାଲେଶ୍ଵର ଗସ୍ତ କରି କିଶାନ ବଞ୍ଚାଓ ରାଲିରେ ଯୋଗଦେବେ ।ପ୍ରଭାରୀ ହେବା ପରେ ପ୍ରଥମଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଚେଲ୍ଲା କୁମାର ।ଆଗକୁ ଦୁଇଟି ଉପନିର୍ବାଚନ ଥିବାରୁ ଦଳୀୟ ନେତାମାନେ କିପରି ଏକଜୁଟ ହୋଇ ନିର୍ବାଚନ ଲଢିବେ ସେ ଗୁରୁମନ୍ତ୍ର ଦେବେ ଚେଲ୍ଲା କୁମାର ।

ଆଗକୁ ଉପ ନିର୍ବାଚନ ଅଛି l ନୂଆ ପ୍ରଭାରୀ କଂଗ୍ରେସ ନେତାଙ୍କୁ କି ଗୁରୁମନ୍ତ୍ର ଦେଉଛନ୍ତି ତାହା ଦେଖିବାର କଥା l

ଅଧିକ ଶକ୍ତିଶାଳୀ ହେଉଛି ବିଜେଡି : ନେତୃତ୍ୱ ପ୍ରତି ଆକୃଷ୍ଟ ହେଉଛନ୍ତି ବିରୋଧି ନେତା

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ପରେ ଏବେ ନେତାଙ୍କ ମଧ୍ୟରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି । ଅଧିକାଂଶ ନେତାଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଦେଖି ନେତାଏ ଏବେ ବିଜେଡି ମୁହାଁ ହୋଇଛନ୍ତି । ଯାହା ରାଜ୍ୟ ରାଜନୀତି କୁ ସରଗରମ କରିଛି ।ତିର୍ତୋଲ ବିଧାନସଭା ମଣ୍ଡଳୀର କଂଗ୍ରେସ ଦଳର ବହୁ ସ୍ଥାନୀୟ  ମଙ୍ଗୁଆଳ  ଆଜି ବିଜେଡିରେ ସାମିଲ ହୋଇଛନ୍ତି ।୧୦ ରୁ ଅଧିକ ନେତା ଓ  ଶତାଧିକ ସମର୍ଥକଙ୍କ ସହ କୃଷ୍ଣଚନ୍ଦ୍ର ମଲ୍ଲିକ ବିଜେଡିରେ ଯୋଗଦେଇଛନ୍ତି । ପୂର୍ବତନ ପିସିସି ସେକେଟ୍ରାରୀ ତଥା ତୁଳଙ୍ଗ ଗ୍ରାମପଞ୍ଚାୟତର ସଦସ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ ଓ ଅନ୍ୟ ମାନଙ୍କୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରେ ସାମିଲ କରାଯାଇଛି । ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁ ମାନେ ବିଜେଡିରେ ସାମିଲ ହୋଇଛନ୍ତି ସେମାନଙ୍କୁ  ପ୍ରଣବ ଅଭିନନ୍ଦନ ଜଣାଇବା ସହ ତିର୍ତୋଲରେ ଦଳ ଅଧିକ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରିବା ପାଇଁ ଆହ୍ଵାନ ଦେଇଛନ୍ତି । ସେପଟେ କୃଷ୍ଣ ମଲ୍ଲିକ କହିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି  ଆଦର୍ଶ ଓ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଓ ପ୍ରଣବ ସାଂଗଠନିକ କାର୍ଯ୍ୟକଳାପରେ ଆମେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି । କଂଗ୍ରେସକୁ କଟାକ୍ଷ କରି କୃଷ୍ଣ କହିଛନ୍ତି ଯେ ଯେ ଯେଉଁ ଗାଁ ଛାଡିଲି ସେ ଗାଁ କଥା ମୁଁ ଆଲୋଚନା କରେନି । ପୂର୍ବତନ ପିସିସି ସେକ୍ରେଟାରୀ ତଥା ତୁଳଙ୍ଗ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ମେମ୍ବର କୃଷ୍ଣଚନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବ୍ଲକ ପୂର୍ବତନ ଚେୟାରମ୍ୟାନ ଏସ କେ ଅବଦୁଲ ଫୟଜ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି, କନକପୁର ସରପଞ୍ଚ ନମିତା ରାଉଳ, ତୁଳଙ୍ଗ ପଂଚାୟତ ପୂର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାଶ , ପିସିସି କନଭେନର ଦେବେନ୍ଦ୍ର କୁମାର ମଲ୍ଲିକ, କଂଗ୍ରେସ ନେତ୍ରୀ ନିବେଦିତା ମହାନ୍ତି, ତୁଳଙ୍ଗ ଜୋନ ସଭାପତି ଧୀରେନ୍ଦ୍ର କୁମାର ପାତ୍ର, ଇବ୍ରୀସିଂ ଗ୍ରାମ ପଞ୍ଚାୟତ ସଭାପତି ସନ୍ତୋଷ ଦାସ, ତିର୍ତ୍ତୋଲ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଓ କଂଗ୍ରେସ ନେତା ଶେଖ ମହତାବ ଅଲ୍ଲିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । କୃଷ୍ଣଚନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ୱରେ ଅନ୍ୟ ନେତା ମାନେ ବିଜେଡି ରେ ଯୋଗ ଦେବା ସହ ତିର୍ତ୍ତୋଲ ଉପନିର୍ବାଚନ ରେ ଦଳର ବିପୁଳ ବିଜୟ ହେବ ବୋଲି କହିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମ  ଅତନୁ ସବ୍ୟସାଚୀ ନାୟକ , ଦେବାଶିଷ ସାମନ୍ତରାୟ ଓ ଜନ୍ମେଜୟ ଲେଙ୍କା, ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ  ଉପସ୍ଥିତ ଥିଲେ ।

ବଦଳିବ କି ନିଳାଞ୍ଚଳ ଇସ୍ପାତ ନିଗମର ଭାଗ୍ୟ : ପୁଣି ଥରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ଜାଣିଲେ କର୍ମଚାରୀଙ୍କ ଦୁଃଖ… …

ଭୁବନେଶ୍ୱର : ଦେଶର ପ୍ରମୁଖ ପିଗ ଆଇରନ ଉପାôଦନକାରୀ କମ୍ପାନୀ ନିଳାଞ୍ଚଳ ଇସ୍ପାତ ନିଗମ ବର୍ଷେ ହେବ ଅଚଳହୋଇପଡ଼ିଛି । କେନ୍ଦ୍ର କ୍ୟାବିନେଟ ସରକାରୀ ଉଦ୍ୟୋଗୀ ପୁଞ୍ଜି ପ୍ରତ୍ୟାହାର କରିବା ନିଷ୍ପତି ପରେ ନୂଆ ନିଲାମୀ ହେବ ଓ ନିଳାଞ୍ଜଳର ଭାଗ୍ୟ ପରିବର୍ତ୍ତନ ହେବ ବୋଲି ସ୍ୱପ୍ନ ଦେଖାଇଥିଲେ । ବର୍ଷେ ହେବ ନିଳାଞ୍ଜଳ ବନ୍ଦ ହୋଇପଡ଼ିବା ଓ କର୍ମଚାରୀମାନେ ୬ମାସ ହେବ ଦରମା ପାଇନାହାନ୍ତି । ଯାହାକୁ ନେଇ ଆଜି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି ଏକ ପ୍ରତିନିଧି ଦଳ l ଏଥିରେ ନୀଳାଚଳ ଏକ୍ଜିକ୍ୟୁଟିଭ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀ ଅଜିତ ପ୍ରଦାନ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଯାଜପୁର ବିଜେପି ସଭାପତି ଗୌତମ ରାୟ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଖୁବ ଶୀଘ୍ର ନୂଆ ଦିଲ୍ଲୀ ଠାରେ ଆଉ ଏକ ଉଚ୍ଚସ୍ତରିୟ ବୈଠକ କରି କାରଖାନାର ଅଚଳାବସ୍ଥାକୁ ଦୂର କରିବାକୁ ପ୍ରତିଶୃତି ପ୍ରଦାନ କରିବା ସହିତ ସମସ୍ତ କର୍ମଚାରୀମାନେ ଏଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଯତ୍ନବାନ ହେବାକୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ପରାମର୍ଶ ଦେଇଥିଲେ। ସେପଟେ ତୁରନ୍ତ କିପରି କାରଖାନା ଚାଲିବ ସେ ଉପରେ ଉଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍‌ଟି ଦେବାକୁ ଦାବି ଜୋର ଧରିଛି ।
ନିଳାଞ୍ଚଳ ଇସ୍ପାତ କମ୍ପାନୀ ଆର୍ଥକ ଦୂରବସ୍ଥାର ସୁଧାର ଆଣିବା ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅବଗତ କରାଯାଇଥିଲେ । ଧୀରେଧୀରେ କମ୍ପାନୀର ଆର୍ଥକ ଅବସ୍ଥା ଭୁଷୁଡ଼ିବାରେ ଲାଗିଥିଲା । ଶେଷରେ ୨୦୧୯ ମସିହାରୁ କମ୍ପାନୀ ରୁଗୁଣ ଅବସ୍ଥାକୁ ଯିବା ସହ ୨୦୨୦ ମାର୍ଚ୍ଚ ମାସରୁ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । କମ୍ପାନୀର ୩ହଜାର ୫୦୦ କର୍ମଚାରୀ ଆଜକୁ ୬ମାସଦ ହେବ ଦରମା ବି ପାଇନାହାନ୍ତି ।
ନିଳାଞ୍ଚଳ ଇସ୍ପାତ ନିଗମରରେ ଏମଏମଟିସିର ସର୍ବାଧିକ ୪୯;୭୮ ୂପ୍ରତିଶତ ଅଂଶଧନ ଥିବାବେଳେ ଏନଏମଡ଼ିସିର ୧୦:୧୦ ପ୍ରତିଶତ , ମେକନ ଓ ଜେନର ୦: ୬୮ ପ୍ରତିଶତ ଅଂଶଧନ, ଓଏମସିର ୨୦;୪୭ ପ୍ରତିଶତ , ଓ ଇପିକଲର ୧୨ ପ୍ରତିଶତ ଅଂଶଧନ ରହିଛି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଓଡ଼ିଶାରେ ଏ ସମ୍ପର୍କରେ ପ୍ରତିନିଧି ଦଳ ସହ ଆଲୋଚନା କଲା ପରେ ନିଳାଞ୍ଚଳ ଇସ୍ପାତ ନିଗର ଭାଗ୍ୟ କଣ ହେବ ତାହାକୁ ଉପରେ ସଭିଁଙ୍କ ନଜର ।

ପର କରିଦେଲେ ପ୍ରଦୀପ : କିଏ କେମିତି ଜଣାଇଲେ ଶ୍ରଦ୍ଧାଞ୍ଜଳି ପଢନ୍ତୁ…

ଭୁବନେଶ୍ୱର : ସେ ଯେଉଁଠି ଠିଆ ହେଉଥିଲେ , ଯାତ୍ରା ଡ଼ାଇଲଗ କାହିଁ ଲୋକଙ୍କୁ ହସାଉଥିଲେ। ଏହି ଡ଼ାଇଲଗ ଆଉ ଏବେ ଶୁଣିବାକୁ ମିଳିବନି । କି ବିଧାନସଭା ଭିତରେ ପ୍ରଦୀପଙ୍କ ନିଆରା ଅନ୍ଦାଜରେ ବିରୋଧୀଙ୍କୁ ଉତ୍ତର ଦେବା ଆଉ କାନରେ ବାଜିବ ନାହିଁ। ସେ ଖୁସିରେ ଆର ପାରିକି ଚାଲିଗଲେ। ହେଲେ ସାରା ଓଡ଼ିଶାକୁ ଆଜି ଲୁହର ସାଗରରେ ବୁଡାଇ ଦେଲେ। ଯେମିତି ବିନା ଆହୁଲାରେ ଡଙ୍ଗାର ସତ୍ତା ନଥାଏ ଠିକ୍ ସେହିପରି ବିନା ମହାରଥିରେ ଓଡ଼ିଶାର ରାଜନିତୀର କୌଣସି ମାନେ ନାହିଁ। ବିଜୁବାବୁଙ୍କ ଅମଳରୁ ଓଡ଼ିଶା ରାଜନୀତିର ସେ ଥିଲେ ପୁରୋଧା। ୬୫ ବର୍ଷ ବୟସରେ ସେ ଏକ ଘରୋଇ ହସ୍ପିଟାଲରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।ତାଙ୍କ ବିୟୋଗରେ ଆଜି ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି। ରାଜ୍ୟର ଅନେକ ନେତା ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ତେବେ ଆସନ୍ତୁ ଜାଣିବା କିଏ କିପରି ପ୍ରଦୀପଙ୍କୁ ଝୁରୁଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ –
ଜନପ୍ରିୟ ରାଜନେତା, ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ମର୍ମାହତ। ବାସ୍ତବରେ ସେ ଥିଲେ ଲୋକଙ୍କ ନେତା ଓ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ। ମନ୍ତ୍ରୀ ଭାବେ ତାଙ୍କ ଭଲ କାର୍ଯ୍ୟ ଦ୍ୱାରା ଓଡ଼ିଶା କୃଷି କର୍ମଣ ପୁରସ୍କାର ହାସଲ କରିଥିଲା। ତାଙ୍କ ବିୟୋଗରେ ରାଜ୍ୟ ତଥା ବିଜୁ ଜନତା ଦଳ ଜଣେ ଦକ୍ଷ ନେତୃତ୍ୱଙ୍କୁ ହରାଇଲା।
ଅସାଧାରଣ ସାଙ୍ଗଠନିକ ଦକ୍ଷତା ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ପିପିଲି ନିର୍ବାଚନ ମଣ୍ଡଳୀବାସୀଙ୍କ ଅତ୍ୟନ୍ତ ପ୍ରିୟ ଥିଲେ। ଦୀର୍ଘବର୍ଷ ଧରି ଓଡ଼ିଶାର ବିକାଶରେ ତାଙ୍କ ଯୋଗଦାନ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
ପ୍ରଣବ ପ୍ରକାଶ ଦାସ (ବିଜେଡି ସଂଗଠନ ସମ୍ପାଦକ)-
ମୋ ବାପାଙ୍କର ସେ ଥିଲେ ଅତି ଘନିଷ୍ଠ l ସେ ମୋ ମାମୁଁ l ଆଜି ଏମିତି ଆମକୁ ପର କରି ଚାଲିଯିବେ କେବେ ଭାବି ନଥିଲୁ l ଅଣକଂଗ୍ରେସ ରାଜନୀତିରୁ ଛାତ୍ର ଜୀବନ ଆରମ୍ଭ କରି ୭ ଥର ବିଧାୟକ ହେବା ଓ ରାଜ୍ୟ ସରକାର  ବହୁ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଦାୟିତ୍ୱ ସଠିକ ଭାବେ ତୁଲାଇ ଥିଲେ l ସେ ସବୁବେଳେ ନିଜକୁ ଚଷା ପୁଅ ବୋଲି କହୁଥିଲେ l ଆଉ ପୁରା ଓଡିଶା ଜାଣେ ସେ ଜଣେ ଚଷା l ତାଙ୍କର ଅକାଳ ବିୟୋଗରେ ଓଡିଶା ରାଜନୀତିରେ ଏକ ଶୁନ୍ୟସ୍ଥାନ ପଡ଼ିରହିଲା l  ଏପରି କହି ପ୍ରଣବ ଆଉ କିଛି କହିପାରିନଥିଲେ l
ପ୍ରସନ୍ନ ଆଚାର୍ଯ୍ୟ (ରାଜ୍ୟସଭା ସାଂସଦ)-
ଓଡିଶା ରାଜନୀତିର ଅନ୍ୟତମ ଚର୍ଚିତ ଚେହେରା ବନ୍ଧୁ ପ୍ରଦୀପ୍ତ ମହାରଥୀ | ତାଙ୍କ ସହିତ ଚାଳିଶ ବର୍ଷର ସମ୍ପର୍କ | ମାଟି ଓ ମଣିଷ ସମସ୍ତଙ୍କ ସେ ଥିଲେ ପ୍ରିୟ | ମୁହଁ ବଡ , ହୃଦୟ ତା ଠାରୁ ବି ବିଶାଳ | ବିଜୁଙ୍କ ଅନୁଗାମୀ ,ନବୀନଙ୍କ ଅନୁଗତ , ତାଙ୍କର ବିୟୋଗ ଓଡ଼ିଶାର ରାଜନୀତି ଓ ଯାତ୍ରା ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତ | ତାଙ୍କ ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ।
ମନ୍ତ୍ରୀ ରଘୁନନ୍ଦନ ଦାସ-
ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି I ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ,ସ୍ବର୍ଗତ ମହାରଥୀଙ୍କ ବିୟୋଗ ଆମ ରାଜ୍ୟ ତଥା ରାଜନୈତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ନିଜ ଅଂଚଳ ତଥା ଓଡିଶାର ବିକାଶ ପାଇଁ ତାଙ୍କର ନେତୃତ୍ବ ସାଲିସ ବିହୀନ ଥିଲା । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଭାବରେ ତାଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ କାର୍ଯ୍ୟ ଦକ୍ଷତା ସମସ୍ତଙ୍କୁ ବିଶେଷ କରି ଯୁବପିଢିଙ୍କୁ ସର୍ବଦା ଅନୁପ୍ରାଣିତ କରୁଥିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିବା ସହିତ ସେ ଦିବଂଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଶୋକ ସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟ ସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି I
ମହେଶ୍ୱର ମହାନ୍ତି –
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଙ୍କ | ମହାରଥୀଙ୍କ ଆକସ୍ମିକ ବିୟୋଗ ସମସ୍ତଙ୍କ ପାଇଁ ଏକ ଶକ୍ତ ଧକ୍କା | ତାଙ୍କର ବିୟୋଗରେ କେବଳ ପୁରୀ ଜିଲ୍ଲା ନୁହଁ ବରଂ ସମଗ୍ର ଓଡିଶାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି | ତାହା କେବେ ପୂରଣ ହେବ ଭବିଷ୍ୟତ ହିଁ କହିବ | ଏ ଦୁଖଦଃ ଘଟଣାର ସାମ୍ନା କରିବା ପାଇଁ ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମହାପ୍ରଭୁ ଶକ୍ତି ଦିଅନ୍ତୁ |
ଜୟନ୍ତ କୁମାର ଷଢଙ୍ଗୀ ବିଧାୟକ, ପୁରୀ ସଦର-
ଓଡିଶା ଆଜି ହରେଇଛି ଜଣେ ସ୍ପଷ୍ଟବାଦୀ, ନିର୍ଭୀକ ଓ ଲୋକ ପାଇଁ ଲଢେଇ କରୁଥିବା ରାଜନେତା ଙ୍କୁ l ସ୍ଵର୍ଗତଃ ମହାରଥି ଙ୍କ ସହ କେବଳ ମୋର ରାଜନୈତିକ ସମ୍ପର୍କ ନଥିଲା ଥିଲା ଏକ ପାରିବାରିକ ସମ୍ପର୍କ l ବିଧାୟକ ହେବା ପାଇଁ ପ୍ରୋତ୍ସାହିତ କରୁଥିବା ଓ ବିଧାୟକ ହେବା ପରେ ମତେ ଉତ୍ସାହିତ କରୁଥିବା ଜଣେ ଗୁରୁଜନ ଙ୍କୁ ହରାଇ ଆଜି ମୁଁ ଦୁଃଖ ରେ ମିୟମ୍ରାଣ l ବିଜୁ ଜନତା ଦଳ ରେ ଏକାଠି କାମ କରିବା ଠାରୁ ବିଧାନସଭା ରେ ଏକାଠି ମିଶିବାର ସୁଯୋଗ ମିଳିଥିଲା ଓ ଗୁରୁଜନଙ୍କ ପରି ମତେ ସବୁବେଳେ ଉପଦେଶ ଦେଇଥିଲେ ସ୍ଵର୍ଗତଃ ମହାରଥି l ଏହା ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି l ପିପିଲି ଡେଲାଙ୍ଗ ରାଜନୀତି ର ଅପରାଜୟ ନେତୃତ୍ୱ ଥିଲେ ସ୍ଵର୍ଗତଃ ମହାରଥି l ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ସ୍ଵର୍ଗତଃ ମହାରଥି ଙ୍କ ଆତ୍ମାର ସଦ୍ଗତିଃ କାମନା କରିବା ପାଇଁ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି l
ନିରଞ୍ଜନ ପଟ୍ଟନାୟକ (ପିସିସି ସଭାପତି)
ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ।ଗତ କିଛିଦିନ ତଳେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସତ ହେଉଥିବା ବେଳେ ଦଳମତ ନିର୍ବିଶେଷରେ ଆଜି ସ୍ବର୍ଗତଃ ମହାରଥୀ ବାବୁଙ୍କ ବିୟୋଗ ଖବର ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।ପ୍ରଦୀପ ବାବୁଙ୍କ ବିୟୋଗ ଓଡିଶା ରାଜ୍ୟ ରାଜନୀତିରେ ଏକ ଅପୁରଣୀୟ କ୍ଷତି।ସେ ଜଣେ ସ୍ପଷ୍ଟବାଦୀ ଓ ନିର୍ଭୀକ ନେତା ଥିଲେ।ସ୍ବର୍ଗତଃ ମହାରଥୀ ବାବୁଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।
ସଞ୍ଜୟ ଦାସବର୍ମା (ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ)-
ଓଡିଶା ଅଣକଂଗ୍ରେସ ରାଜନୀତିର ଅଗ୍ରଜ ନେତା ତଥା ଦୀର୍ଘ ଚାରି ଦଶନ୍ଧି ଧରି ଓଡିଶା ରାଜନୈତିକ ଏବଂ ସାମାଜିକ ଜୀବନକୁ ପ୍ରଭାବିତ କରି ରଖିଥିବା ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ(ହେଡକ୍ୱାଟର୍ସ) ସଞ୍ଜୟ କୁମାର ଦାସବର୍ମା ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶ୍ରୀଯୁକ୍ତ ମହାରଥୀଙ୍କ ବିୟୋଗ କେବଳ ବିଜୁ ଜନତା ଦଳ ପାଇଁ ନୁହେଁ ବରଂ ସାରା ରାଜ୍ୟବାସୀଙ୍କ ପାଇଁ ଏକ ଅପୁରଣୀୟ କ୍ଷତି। ସେ ବିଜୁ ବାବୁଙ୍କ ନେତୃତ୍ୱରେ ଛାତ୍ରାବସ୍ଥାରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତାଙ୍କ ମାନବବାଦୀ ଚିନ୍ତାଧାରା ଏବଂ ସାଧାରଣ ମଣିଷର ସ୍ୱରକୁ ଶାଣିତଭାବେ ଉପସ୍ଥାପିତ କରିବାର ପ୍ରତିବଦ୍ଧତା ପାଇଁ ସେ ସବୁବେଳେ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ହୋଇ ରହିବେ। ଅତ୍ୟନ୍ତ ଦୃଢମନା ଜୀବନର ଲମ୍ବା ଯୁଦ୍ଧରେ ତାଙ୍କ ସାଲିସ ବିହୀନ ସଂଗ୍ରାମ ଯୁବ, ଛାତ୍ରଙ୍କୁ ସର୍ବଦା ଅନୁପ୍ରାଣିତ କରି ରଖିବ। ଦୀର୍ଘ ସାତ ଥର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାୟକ, ମନ୍ତ୍ରୀଭାବେ ଓଡିଶା ବିଧାନସଭାରେ ରାଜ୍ୟ ତଥା ପୁରୀ ବାସୀଙ୍କ ସମସ୍ୟାକୁ ଏକ ଶୈଳୀରେ ସେ ଉପସ୍ଥାପିତ କରିଆସୁଥିଲେ। ତାଙ୍କ ବିୟୋଗ କେବଳ ତାଙ୍କ ପରିବାର ବର୍ଗଙ୍କ ପାଇଁ ନୁହେଁ ବରଂ ସମଗ୍ର ରାଜ୍ୟବାସୀ , ବିଜୁ ଜନତା ଦଳ, ପୁରିବାସୀ ତଥା ସବୁ ବର୍ଗର ଜନସାଧାରଣଙ୍କ ପାଇଁ ଏକ ଅପୁରାଣୀୟ କ୍ଷତି। ଏଭଳି ଏକ ଦୁଃଖଦ ସମୟରେ ମୁଁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରୁଛି ଏ ଦୁଃଖକୁ ସହିବା ପାଇଁ ତାଙ୍କ ପରିବାର ବର୍ଗ, ସହଯୋଗୀ, ଶୁଭେଛୁଙ୍କୁ ଶକ୍ତି ଓ ଧାର୍ଯ୍ୟ ଦିଅନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।
କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର –
ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍ରୀ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ଶକ୍ତି,ଶିଳ୍ପ,ଏମଏସଏଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଗଭୀର ଶୋକ ପ୍ରକାଶ।
ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ (ପର୍ଯ୍ୟଟନ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ)-
ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍ରୀ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ପର୍ଯ୍ୟଟନ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଗଭୀର ଶୋକ ପ୍ରକାଶ।
ରଜନୀକାନ୍ତ ସିଂହ (ଉପ-ବାଚସ୍ପତି)-
ପୂର୍ବତନ ମନ୍ତ୍ରୀ ତଥା ପିପିଲିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ । ତାଙ୍କ ପରିବାରକୁ ଭଗବାନ ଧର୍ଯ୍ୟ ଓ ସାହାସ ଦିଅନ୍ତୁ ।
ପଦ୍ମନାଭ ବେହେରା –
ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ବିୟୋଗରେ ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି। ଜଣେ ନିର୍ଭୀକ ରାଜନେତା, ଦକ୍ଷ ସଂଗଠକ ଓ ସମାଜସେବୀ ଭାବରେ ନିଜର ପରିଚୟ ସୃଷ୍ଟି କରିଯାଇଛନ୍ତି। ସେ ସ୍ୱର୍ଗତ ମହାରଥୀ ଙ୍କ ଅମର ଆତ୍ମା ର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ବିଶ୍ୱଭୂଷଣ ହରିଚନ୍ଦନ(ଆନ୍ଧ୍ରପ୍ରଦେଶ ରାଜ୍ୟପାଳ)-
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥିଙ୍କ ବିୟୋଗ ଜନିତ ଖବର ଶୁଣି ଅତ୍ୟନ୍ତ ମର୍ମାହତ ହୋଇଛନ୍ତି । ତାଙ୍କର ବିୟୋରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ସେ ଓଡିଶାର ଜଣେ ଟାଣୁଆ ଓ ସାଧାରଣ ଲୋକର ନେତାଥିଲେ । ତାଙ୍କର ଅକାଳ ବିୟୋଗ ଓଡିଶା ରାଜନୀତିରେ ଅପୂରଣୀୟ ଶୂନ୍ୟାସ୍ଥାନ ସୃଷ୍ଟି କରିଛି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ପିପିଲି ଟାଇଗରଙ୍କ ଜୀବନ ଯାତ୍ରା…….

ଭୁବନେଶ୍ୱର : ସେଥିଲେ ପିପିଲି ଟାଇଗର l ରୋକ ଠୋକ କଥା କହୁଥିଲେ l ଯଦି କିଛି ଭୂଲରେ କହିଦେଉଥିଲେ ତେବେ କ୍ଷମା ମାଗଇଦେଉଥିଲେ l  ଏଥିପାଇଁ ସେ କେବେ କିଛି ଭାବୁ ନଥିଲେ l ଛୋଟ ବଡ଼ ସଭିଏଁ ସମାନ l ଏପରି ନେତା ଥିଲେ ପ୍ରଦୀପ ମହାରଥୀ l ସେଇ ବିନ୍ଦାସ ଠାଣି ଚାହାଣି ଆଉ ଦେଖିବାକୁ ମିଳିବନି । ହସି ହସି ବେଦମ୍ କରାଉଥିବା ତାଙ୍କର ସେଇ ପଦିଏ କଥା ଆଉ ଶୁଣିବାକୁ ମିଳିବନି । ବିଶାଳ ଚେହେରା ସାଙ୍ଗକୁ ବିଶାଳ ହୃଦୟର ସେହି ଅପରାଜେୟ ମଣିଷ ଜୀବନ ଯୁଦ୍ଧରେ କିନ୍ତୁ ହାରିଯାଇଛନ୍ତି । ସବୁଦିନ ପାଇଁ ସଂସାରରୁ ବିଦାୟ ନେଇଯାଇଛନ୍ତି ସମସ୍ତଙ୍କର ପ୍ରିୟ ପ୍ରଦୀପ ମହାରଥୀ । ‘ସରିନାହିଁ ରାଜନୀତି, ହାରିନାହିଁ ମହାରଥୀ’ ଡାଇଲଗ୍ ଆଉ ଶୁଣିବାକୁ ମିଳିବନି । ୬୫ ବର୍ଷ ବୟସରେ ହାରିଯାଇଛନ୍ତି ଏହି ମହାନ୍ ନାୟକ । ସରିଯାଇଛି ତାଙ୍କର ରାଜନୀତି ।

ଶ୍ରୀ ମହାରଥୀ କରୋନାରେ ଆକ୍ରାନ୍ତ ହୋଇ ଗତମାସ ୧୪ ତାରିଖରେ ସମ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ବିଶ୍ରାମ ନେବା ପରିବର୍ତ୍ତେ ନିର୍ବାଚନମଣ୍ଡଳୀରେ ଦିନରାତି ବୁଲିବା ଯୋଗୁଁ ପୁଣି ଅସୁସ୍ଥ ହୋଇପଡ଼ିଥିଲେ । ଅବସ୍ଥା ଗୁରୁତର ହେବାରୁ ତିନି ଦିନ ତଳେ ତାଙ୍କୁ ସମ୍ ଅଲଟିମେଟ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ ଭେଣ୍ଟିଲେଟରରେ ଥିଲେ । ଶେଷରେ ଆଖି ବୁଜିଦେଇଛନ୍ତି ।

ଶ୍ରୀ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଓ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ମେଦାନ୍ତ ହସ୍ପିଟାଲ୍ ନେବାକୁ ଯୋଜନା ହୋଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ଏହାର ସବୁ ବନ୍ଦୋବସ୍ତ କରିଥିଲେ । ତେବେ ଶେଷ ମୁହୁର୍ତ୍ତରେ ତାଙ୍କୁ ବାହାରକୁ ନେବା ସମ୍ଭବ ହେଲା ନାହିଁ । ବିକଳ୍ପ ବ୍ୟବସ୍ଥାରେ ମେଦାନ୍ତ ହସ୍ପିଟାଲ୍ ଡାକ୍ତରଙ୍କଠାରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ପରାମର୍ଶ ନିଆଯାଇଥିଲା । ସମ୍ ହସ୍ପିଟାଲ୍ ଡାକ୍ତରମାନଙ୍କୁ ସେମାନେ ଆବଶ୍ୟକ ସହଯୋଗ କରିଥିଲେ । ତେବେ ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିଲେନି । ରାତି ୨.୩୬ ମିନିଟ୍ ରେ ଆଖି ବୁଜିଦେଇଛନ୍ତି ।

୧୯୫୫ ମସିହା ଜୁଲାଇ ୪ ତାରିଖରେ ପିପିଲିରେ ଜନ୍ମ ଗ୍ରହଣ କରିଥିଲେ ମହାରଥୀ । ଅଶୀ ଦଶକରୁ ଛାତ୍ର ରାଜନୀତିର ଧାର ଧରିଥିଲେ । ପୁରୀ ଏସସିଏସ୍ କଲେଜରେ ପଢ଼ୁଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଲାଗୁ ହୋଇଥିବା ମିଶା ଆଇନ ବଳରେ ଗିରଫ ହୋଇଥିଲେ । ତା’ ପରେ ଏସସିଏସ୍ କଲେଜ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେହିଠାରୁ ମହାରଥୀଙ୍କ ରାଜନୈତିକ କ୍ୟାରିୟର୍ ର ମୂଳଦୂଆ ପଡ଼ିଥିଲା ।

ମହାରଥୀ ବିଜୁବାବୁଙ୍କର ଅତି ପ୍ରିୟ ହୋଇଯାଇଥିଲେ । ୧୯୮୫ ମସିହାରେ ବିଜୁବାବୁ ତାଙ୍କୁ ପିପିଲି ବିଧାନସଭା ଆସନରୁ ଟିକେଟ ଦେଇଥିଲେ । ସେଇ ପ୍ରଥମ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ମହାରଥୀ ୧୯୯୦ ନିର୍ବାଚନରେ ଦ୍ୱିତୀୟଥର ଜିତିଥିଲେ । ୧୯୯୫ ନିର୍ବାଚନରେ ମହାରଥୀ ହାରିଯାଇଥିଲେ ମଧ୍ୟ ତାପରଠାରୁ ଲଗାତର ୫ ଥର ଧରି ଜିତି ଆସିଛନ୍ତି । ଏହିଭଳି ୭ ଥର ପିପିଲି ଆସନରୁ ବିଧାୟକ ହୋଇଥିଲେ ମହାରଥୀ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଦୁଇ ଥର ପଞ୍ଚାୟତିରାଜ, କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ସେ ।

ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବରେ ତାଙ୍କର ଯଥେଷ୍ଟ ଖ୍ୟାତି ଥିଲା । ଅପେରା ଜଗତ ସହ ମଧ୍ୟ ସଂପୃକ୍ତ ହୋଇ ନିଜେ ଏକ ଅପେରା ପାର୍ଟି ଗଢ଼ିଥିଲେ । ମହାରଥୀଙ୍କ ଚେହେରା ଓ ଭାଷା ଗମ୍ଭୀର ଥିଲେ ମଧ୍ୟ ତାଙ୍କର ହୃଦୟ ଥିଲା ଅତ୍ୟନ୍ତ କୋମଳ । ଉପକାରୀ ଓ ସ୍ନେହୀ ମଣିଷ ଥିଲେ ସେ । କଥାର ଚାତୁରୀରେ ସମସ୍ତଙ୍କୁ ଆପଣାର କରିପାରୁଥିଲେ । ବିଧାନସଭାରେ ତାଙ୍କର ଭାଷଣ ଶୁଣିବାକୁ ସମସ୍ତଙ୍କର ଉକ୍ରଣ୍ଠା ରହୁଥିଲା । ଅତ୍ୟନ୍ତ ସ୍ପଷ୍ଟ ଭାବରେ ନିଜ ମତ ରଖୁଥିଲେ । ବିଭିନ୍ନ ପ୍ରସଙ୍ଗରେ ଗୃହର ସଦସ୍ୟ ଓ ସାମ୍ବାଦିକମାନଙ୍କୁ ହସାଇ ହସାଇ ବେଦମ୍ କରୁଥିଲେ । ଗୃହରେ ମହାରଥୀଙ୍କ ଅନୁପସ୍ଥିତି ସମସ୍ତଙ୍କୁ ବାରି ହୋଇଯାଉଥିଲା ।

ମହାରଥୀଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ମହାରଥୀଙ୍କ ମୃତ୍ୟୁ ଓଡ଼ିଶା ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ମାମୁଁଙ୍କ ଅକାଳ ବିୟୋଗରେ ଭଣଜା ଆଖିରେ ଲୁହ…..

ଭୁବନେଶ୍ୱର : ମୋ ବାପାଙ୍କର ସେ ଥିଲେ ଅତି ଘନିଷ୍ଠ l ସେ ମୋ ମାମୁଁ l ଆଜି ଏମିତି ଆମକୁ ପରକରି ଚାଲିଯିବେ କେବେ ଭାବି ନଥିଲୁ l ଅଣକଂଗ୍ରେସ ରାଜନୀତିରୁ ଛାତ୍ର ଜୀବନ ଆରମ୍ଭ କରି ୭ ଥର ବିଧାୟକ ହେବା ଓ ରାଜ୍ୟ ସରକାର  ବହୁ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଦାୟିତ୍ୱ ସଠିକ ଭାବେ ତୁଲାଇ ଥିଲେ l ସେ ସବୁବେଳେ ନିଜକୁ ଚଷା ପୁଅ ବୋଲି କହୁଥିଲେ l ଆଉ ପୁରା ଓଡିଶା ଜାଣେ ସେ ଜଣେ ଚଷା l ତାଙ୍କର ଅକାଳ ବିୟୋଗରେ ଓଡିଶା ରାଜନୀତିରେ ଏକ ଶୁନ୍ୟସ୍ଥାନ ପଡ଼ିରହିଲା l  ଏପରି କହି ପ୍ରଣବ ଆଉ କିଛି କହିପାରିନଥିଲେ l

ଏହାପରେ ସୂଚନା ଦେଲେ ଯେ ପରପାରିରେ ବିଜେଡି ର ତାଙ୍କର ପାର୍ଥିବ ଶରୀର ବାସଭବନ ସିଧା ।ପରେ ବିଧାନସଭାକୁ ନିଆଯିବ l ପରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟ ରେ ତାଙ୍କୁ ଦଳର ନେତା କର୍ମୀ ଶେଷ ସମ୍ମାନ ଜଣାଇଛନ୍ତି ।ଏହାପରେ ତାଙ୍କୁ ତାଙ୍କର ଫାର୍ମ ହାଉସ କୁ ନିଆଯିବ ।ଏବଂ ଅପରାହ୍ନ ରେ ପୁରୀ ସ୍ଵର୍ଗ ଦ୍ଵାର ରେ ଶେଷକୃତ୍ୟ ସମ୍ପନ କରାଯିବ  ବୋଲି  ପ୍ରଣବ ସୂଚନା ଦେଇଛନ୍ତି l ଏହି ଅବସରରେ ବହୁ ନେତା ମନ୍ତ୍ରୀ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି ।

ମହାରଥୀଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ…..

ଭୁବନେଶ୍ୱର : କରୋନାରେ ଚିକିତ୍ସିତ ହେଉଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ ଅସୁସ୍ଥ ଥିବା ଜାଣି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାର ଙ୍କ ସହ କଥା ହୋଇଛନ୍ତି । ଶିଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାରଥୀ ଚିକିତ୍ସା ହେଉଥିବା ଘରୋଇ  ହସପିଟାଲର ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଏହାସହ ତାଙ୍କୁ ଭଲ ଚିକିତ୍ସା ଦେବାପାଇଁ ମୁଖ୍ୟମନ୍ତ୍ରୀ  କହିଛନ୍ତି । ଯାହାଫଳରେ ଶିଘ୍ର ସୁସ୍ଥ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଫୋନ ଆଶା ରଖିଛନ୍ତି l

ଆଇପିଏଲ ସିଜନ୍ ର ପ୍ରଥମ ଡବଲ ହେଡର ଆଜି : କଣ ଆକଳନ କରିଛନ୍ତି କ୍ରୀଡା ବିଶେଷଜ୍ଞ…

ଭୁବନେଶ୍ୱର : ଚଳିତ ଆଇପିଏଲ ସିଜନ୍ ର ପ୍ରଥମ ଡବଲ ହେଡର ଆଜି ଖେଳାଯିବ। ପ୍ରଥମ ମ୍ୟାଚରେ ମୁଁହାମୁହିଁ ହେବେ ରୟାଲ ଚଳେଞ୍ଜର ବାଙ୍ଗାଲୋର – ରାଜସ୍ଥାନ ରୋୟାଲ୍।ଏହି ରୟାଲ ମୁକାବିଲା ରେ ସମସ୍ତଙ୍କ ନଜର ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଙ୍କ ଉପରେ ରହିବା କାରଣ ଚଳିତ ଆଇପିଏଲ ସିଜନରେ ବିରାଟ ଙ୍କ ବେଟ୍ ଚୁପ ରହିଛି।ଆଜିର ମାଚ୍ ତାଙ୍କ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ।ଦୁଇ ଦଳ ୪ ପଏଣ୍ଟ ସହ ପଏଣ୍ଟ ତାଲିକାରେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି। ଅନ୍ୟ ଏକ ରୋମାଞ୍ଚ କର୍ ମୁକାବିଲା ରେ ମୁହାଁ ମୁହିଁ ହେବେ ଦିଲ୍ଲୀ – କୋଲକୋତା।ସନ୍ଧ୍ୟା ୭.୩୦ ରେ ସାରଜା ରେ ଏହି ମ୍ୟାଚ ଖେଳାଯିବ।ଚମତ୍କାର ଖେଳ ପ୍ରଦର୍ଶନ କରି ଆସୁଥିବା ୟଙ୍ଗ ଟିମ୍ ଦିଲ୍ଲୀ ନିହାତି ଭଲ କ୍ରିକେଟ୍ ଖେଳିବା ଲକ୍ଷ ରେ ପଡିଆ କୁ ଓହ୍ଲାଇବା।ସେହିପରି କଲିକତା ମଧ୍ୟ ତାର ବିଜୟ ଧାରା ଅବ୍ୟହତ ରଖିବାକୁ ଚେଷ୍ଟା କରିବା।ଏହି ଦୃଷ୍ଟିରୁ ଶନିବାର କ୍ରିକେଟ୍ ପ୍ରେମୀ ଦୁଇ ଦୁଇ ମ୍ୟାଚ ର ଭରପୁର ମଜା ଉଠାଇବେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news