ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ ଉପରେ ଏକ ଆଲୋକପାତ…

ଭୁବନେଶ୍ୱର : ଗତକାଲି ରାଜ୍ୟ ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦ ଆଗତ ହୋଇଛି । ଆଜି ବିଭିନ୍ନ ଗଣମାଧ୍ୟମରେ ବିଧାନସଭାର ଆଲୋଚନା ସଂର୍କରେ ପ୍ରକାଶ ପାଇଛି । ତେବେ ଗୋଟିଏ କଥା ପ୍ରମୁଖ ଭାବେ ପ୍ରକାଶ ପାଇଛି ଯେ ମାନ୍ୟବର ସଦସ୍ୟ ଶ୍ରୀ ତାର୍ରାସାଦ ବାହିନୀପତି ବିଲଟିକୁ ଚିରି ଦେଲେ । ତେବେ ଶ୍ରୀ ବାହିନୀପତି କଅଣ କହିଲେ ଏବଂ କଅଣ କହିସାରି ବିଲଟିକୁ ଚିରି ଦେଲେ । ଏ କଥା ପ୍ରାୟତଃ କେହି ଉଲ୍ଲେଖ କରିନାହାନ୍ତି ।

ଆମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁ ଶ୍ରୀ ବାହିନୀପତି କଅଣ କହିଲେ ଏବଂ କଅଣ କହି ବିଲଟିକୁ ଚିରି ଦେଲେ । ଶ୍ରୀ ବାହିନୀପତି ତାଙ୍କ ବକ୍ତବ୍ୟରେ କହିଲେ ଯେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡିକ ନିମନ୍ତେ ଏମ.ଏଲ୍‌.ଏ. ଲ୍ୟାଡରୁ ୫୦ଲକ୍ଷ ଟଙ୍କା ଦେବା ନିମନ୍ତେ ସ୍ଥିରିକୃତ ହୋଇଛି । କିନ୍ତୁ ଆମକୁ ମହାବିଦ୍ୟାଳୟଗୁଡିକର ଗର୍ଭଣ୍ଣିଂ ବଡିର ସଭାପତି ଏପରିକି ସଦସ୍ୟ ଭାବରେ ରଖାଯିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ଆଗରୁ ନିଷ୍ପତି ହୋଈଛି । ଯଦିଓ ଏ କଥା ସହିତ ବିଲଟିର କୌଣସି ସଂପର୍କ ନାହିଁ ତଥାି ଏ କଥା କହି ଶ୍ରୀ ବାହିନୀପତି ବିଲଟିକୁ ଚିରି ଦେଲେ ।
ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପ୍ରୟାସ ନେଇ ସବୁ ଶିକ୍ଷାନୁଷ୍ଠାନ ଗୁଡିକ ରାଜନୀତି କରଣ ରୁ ମୁକ୍ତ ରଖି ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେହି ପ୍ରୟାସରେ ଏହି ବିଲ ଏକ ବଳିଷ୍ଟ ପଦକ୍ଷେ । ଯାହାକୁ ସମସ୍ତ ଶିକ୍ଷାବିତ ଅଭିଭାବକ ଓ ଛାତ୍ର ଛାତ୍ରୀମାନେ ପ୍ରାୟ ସମସ୍ତେ ସ୍ୱାଗତ କରିଛନ୍ତି । ଯଦିବା ଶ୍ରୀ ବାହିନୀପତି ଯାହା କହିଛନ୍ତି ସେଥିରେ ଏ ବିଲ ସହିତ କୈଣସି ସଂପର୍କ ନାହିଁ । ତେବେ ସେ କଥା ଅବତାରଣା କରିଛନ୍ତି । ତେବେ ଏ କଥା ଅବତାରଣା କରିବା କାରଣ ହେଲା ଯେଉଁ ତିନି ଜଣ ବିଧାୟକ ଗୋଟିଏ ଗୋଟିଏ ବିଶ୍ୱବଦ୍ୟାଳୟର ସିନେଟକୁ ଯାଉଥିଲେ ସେମାନେ ସିନେଟ ବ୍ୟବସ୍ଥାର ଉଚ୍ଛେଦ ହେବା ପରେ ଆଉ ଯାଇ ପାରିବେ ନାହିଁ । ତେବେ ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ସିନେଟରେ କୈଣସି ବୈଠକ ବସୁ ନଥିବା ଫଳରେ ସିନେଟ କେବଳ ଏକ ଆଳଙ୍କାରିକ ବ୍ୟବସ୍ଥା ହୋଇ ରହିାଇଥିଲା । ବିଶ୍ୱବିଦ୍ୟାଳୟ ପରିଚାଳନାରେ ସିନେଟର କୌଣସି ଅବଦାନ ନଥିଲା । ସବୁ କ୍ଷମତା ପ୍ରକୃତରେ ସିଣ୍ଡିକେଟ ବ୍ୟବସ୍ଥାରେ ରହିଥିଲା । ସବୁ କଥା ସିଣ୍ଡିକେଟରେ ଆଲୋଚନା ହୋଇ ନିଷ୍ପତି ନିଆଯାଉଛି ।
ଯେତେବେଳେ ତର୍ଜମା କରି ଦେଖାଗଲା ଯେ ବର୍ଷ ବର୍ଷ ଧରି ସିନେଟର ବୈଠକ ବସୁନାହିଁ, ଏବଂ ସିନେଟ ଦ୍ୱାରା କୌଣସି ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ, ସେତେବେଳେ ଏହାକୁ ଉଚ୍ଛେଦ କରାଗଲା । ତେବେ ସିନେଟ ବ୍ୟବସ୍ଥା ଉଚ୍ଚେଦ ହେବା ଦ୍ୱାରା ଏମ୍‌.ଏଲ୍‌.ଏ ମାନେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ ନାହିଁ କହି ଏହାକୁ ବିରୋଧ କରି ଶ୍ରୀ ବାହିନୀପତି ବିଲଟିକୁ ଚିରି ଦେଲେ । ତେବେ କୌଣସି ଗଣମାଧ୍ୟମରେ ଏ କଥା ପ୍ରକାଶ ପାଇଲା ନାହିଁ । ସେଥିପାଇଁ ଆମେ ଛୋଟିଆ ଗଣମାଧ୍ୟମ ହେଲେ ମଧ୍ୟ ଯାହା ସତ୍ୟ, ଯାହା ବିଧାନସଭାରେ କୁହାଗଲା ତାହାକୁ ଲୋକଲୋଚନକୁ ଆଣିବା ଓ ସତ୍ୟର ସାମ୍ନା କରିବାକୁ ପ୍ରୟାସ କରିଛୁ ।
ଯେଉଁ କଥା ସରକାର କଲେ ଏପରି କି ସରକାରୀ ଦଳର ବିଧାୟକମାନେ ମଧ୍ୟ ନୂତନ ବ୍ୟବସ୍ଥାରେ ସିନେଟ ଉଚ୍ଛେଦ ରେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ ନାହିଁ ବୋଲି ଲୋକମାନେ ଜାଣିବେ ସେତେବେଳେ ସେମାନେ ସରକାରଙ୍କ ଏଭଳି ପ୍ରୟାସକୁ ନିଶ୍ଚିତ ଭାବେ ସ୍ୱାଗତ କରିବେ । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ରାଜନିତିରୁ ମୁକ୍ତ ରିଖିବା ପାଇଁ ଏହା ନିଶ୍ଚିତ ରୂପେ ଏକ ବିଳିଷ୍ଟ ଦକ୍ଷେ । ଏହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥାରେ ପ୍ରଭୁତ ଉନ୍ନତି ଆଣିାରିବ ବୋଲି ବହୁ ବୃଦ୍ଧିଜୀବି ଏବଂ ଅଭିଭାବକମାନଙ୍କ ମତ ।
ଯାହା ବିଧାନସଭାରେ ଘଟୁଛି ତାହା ପ୍ରକାଶ କରିବା ପାଇଁ ଆମେ ନିରନ୍ତର ଉଦ୍ୟମ ଜାରୀ ରଖିଛୁ ଏବଂ ଜନସାଧାରଣଙ୍କ ନିକଟରେ ସତ୍ୟର ଅବତାରଣା କରିବା ପାଇଁ ପ୍ରୟାସ କରୁଛୁ ।

ସୌଜନ୍ୟ : ଏହା ଲେଖକଙ୍କ ନିଜସ୍ୱ ମତ,……

5T ର ସଂଜ୍ଞା ବୁଝାଇଲେ ବିଧାୟକ ଅମର ଶତପଥୀ…..

ଭୁବନେଶ୍ୱର :  ଧ୍ୟାନ ଆକର୍ଷଣ ନୋଟିସ ବେଳେ ଅମର ଶତପଥୀଙ୍କ ପ୍ରତିକ୍ରିୟା। ଏହା ଏକ ବୈଶିକ ମହାମାରୀ। ଏଭଳି କଥା ଉଠୁଛି ଯେପରି ଆମେ ଡାକି ଆଣୁଛୁ। ସରକାର ଚଞ୍ଚଳ ହୋଇ ସାଧାରଣ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି।ସବୁ ଜୀବନ ମୂଲ୍ୟବାନ।ବହୁ ମୂଲ୍ୟବାନ ଜୀବନ ରକ୍ଷା କରାଯାଇଛି। ମୁକାବିଲା ରେ ଓଡିଶା ମଡେଲ ଷ୍ଟେଟ।ଅନ୍ୟ ମାନେ ଅନୁକରଣ କରୁଛନ୍ତି।କୋଭିଡ ମୁକବିଳାରେ 5T ର ସଂଜ୍ଞା ବୁଝାଇଲେ ଅମର ଶତପଥୀ।ରାଜ୍ୟ ସରକାର ଟେଷ୍ଟି ହେଉଛି,ଟ୍ରେସିଂ,ଟେଲିନେଡିସିନ,ଟ୍ରିତମେଣ୍ଟ,ଟ୍ରାନସାରେନ୍ସୁ କୁ ଗୁରୁତ୍ୱ ଦେଉଛନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ତଥ୍ୟ ପ୍ରଦାନ କରୁଛନ୍ତି। ମାନବ ସମାଜ ପାଇଁ ଚ୍ୟାଲେନଜ।
କରୋନା ଏକ ଅଜଣା ରୋଗ। contact ରେ ରୋଗ ହେଇ ଯାଉଛି। ସରକାର ସ୍ଥାଣୁ ନୁହେଁ ଚଳଚଞ୍ଚଳ। ସିଏମ ଦୂରଦୃଷ୍ଟି ସମ୍ପନ୍ନ। ମୃତ୍ୟୁହାର କମ ଓ ପଜିଟିଭ କମ। କରୋନାରେ ଓଡିଶା ମଡେଲ। ସବୁଥିରେ ସରକାର ସ୍ଵଛତା ରଖିଛନ୍ତି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରତିକ୍ରିୟା।

ବିଧାନସଭାରେ ଶାସକ ଓ ବିରୋଧୀ କଣ କହିଲେ ପଢନ୍ତୁ …..

ଭୁବନେଶ୍ୱର : ସ୍ୱାଭାବିକ ଭାବେ ଆରମ୍ଭ ହେଲା ବିଧାନସଭା। ପ୍ରଶ୍ନକାଳ ବାତିଲ କୁ କଂଗ୍ରେସର ବିରୋଧ। ପ୍ରଶ୍ନକାଳ ବାତିଲ କରିବା ଦୁଃଖ ଦାୟକ।ଏଥିରେ ମୁଁ ସହମତି ନୁହେଁ। ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ବିବୃତ୍ତି ରଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

ଆରମ୍ଭ ହେଲା ଗୃହ କାର୍ଯ୍ୟ।ପ୍ରଥମ ଘଣ୍ଟାରେ ପ୍ରଶ୍ନକାଳ ନାହିଁ। ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ନ ଉଠାଇ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ।ଜଣେ ଲେଖାଏଁ ସଦସ୍ୟ ୭ ରୁ ୮ ମିନିଟ କହିବାକୁ ବାଚସ୍ପତିଙ୍କ ପରାମର୍ଶ। ପ୍ରଶ୍ନକାଳ ବାତିଲ ନିଷ୍ପତିକୁ କଂଗ୍ରେସ ବିଧାୟକଦଳ ନେତାଙ୍କ ବିରୋଧ।ଏହା ଗ୍ରହଣୀୟ ନୁହେଁ।ଆମ ଅଧିକାର କ୍ଷୁର୍ଣ୍ଣ ହେଉଛି

କୋଭିଡ ସମୟରେ ବଲାଙ୍ଗୀର କୋଭିଡ ସେଣ୍ଟରରେ ମହିଳା ଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଘଟଣାର ତଦନ୍ତ ହେଲାନାହିଁ। କିନ୍ତୁ ସମ୍ପୃକ୍ତ ଡାକ୍ତର ଙ୍କୁ ବଦଳି କରାଗଲା। ଘଟଣା ର ଅନୁସନ୍ଧାନ କରନ୍ତୁ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ବ୍ୟାପକ ଦୁର୍ନୀତି, କୋରନା ସ୍ଥିତି ବିଗିଡିବା,ଡ୍ରଗସ ମାଫିଆ ସକ୍ରିୟ,ବେକାରୀ ଓ ଦାଦନ ସମସ୍ୟା ଉଠାଇ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର।

ପ୍ରଶ୍ନକାଳ ବାତିଲ ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ…
ବାଚସ୍ପତି ଗୃହରେ ଚେୟାର ବସି ପ୍ରଶ୍ନକାଳ ବାତିଲ ହେଲା ବୋଲି କହିପାରିଥାନ୍ତେ । କିନ୍ତୁ ଘରେ ବସି କହିଲେ । ଯାହା ବିଧିକୁ ଖୁର୍ଣ୍ଣ କରୁଛି

ଲିଖିତ ପ୍ରଶ୍ନ ନ ମାଗିବାରୁ କ୍ଷୋଭ ପ୍ରକାଶ କଲେ ବିରୋଧୀ ଦଳ ନେତା। ଏହା ପରମ୍ପରା ବିରୋଧୀ। ବିଲ ଭଳି ବିଷୟକୁ ସଂଗେ ସଂଗେ ପାସ କରିବାକୁ ନାପସନ୍ଦ କଲେ ବିରୋଧୀ ଦଳ ନେତା। ପ୍ରବାସୀ ଶ୍ରମିକଙ୍କ କଥା ଉଠାଇଲେ ବିରୋଧୀ ଦଳ ନେତା। ତାଙ୍କୁ ରାଜ୍ୟରେ ସରକାର ରଖିପାରିଲେନି। କାମ ଦେଇପାରିଲେନି। ବାହାର କମ୍ପାନୀ 80 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା କଥା। କିନ୍ତୁ ମିଳୁନି। ଓଡ଼ିଶାରେ ପ୍ଲାଷ୍ଟିକ କାରଖାନା ଟିଏ ନାହିଁ। ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି।

ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା—-
ପ୍ରଶ୍ନକାଳ ବାତିଲ ନେଇ ଉଦବେଗ। ବିଶ୍ୱବିଦ୍ୟାଳୟ bill କୁ ବିରୋଧ।ପ୍ରବାସୀ ଓଡ଼ିଆଙ୍କୁ କାମ ନ ମିଳିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସାଢେ 16 ଲକ୍ଷ ଲୋକଙ୍କୁ କୌଣସି କାମ ଯୋଗାଇ ପାରି ନାହାନ୍ତି ସରକାର। ଜଳ ସେଚନରେ ବିଫଳ ହୋଇଛନ୍ତି। କୋଭିଡ ସମୟରେ ସାରା ରାଜ୍ୟରେ ପ୍ରବାସୀ ମାନେ ଫେରିଥିଲେ କିନ୍ତୁ ଯେପରି ରଖିବା କଥା ସରକାର ରଖିପାରିଲେନି ।ବାହାର ରାଜ୍ୟକୁ ଗଲେ କାମ ମିଳିବ ବୋଲି ବିଶ୍ୱାସ ରଖି ଯାଉଛନ୍ତି। ଓଡ଼ିଶାରେ ଫ୍ୟାକ୍ଟ୍ରିଟେ ହୋଇ ପାରିଲାନି।ସାମାନ୍ୟ ଜିନିଷ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି।ରାଜ୍ୟର କର୍ମସଂସ୍ଥାନ ସୁଯୋଗ ସୃଷ୍ଟି ହୋଇ ନପାରିଥିବା କହି ସମାଲୋଚନା କଲେ ବିରୋଧୀଦଳ ନେତା।କର୍ମ ସଂସ୍ଥାନ ଯୋଗାଇଥିଲେ ବାହାରକୁ ଯାଇନଥାନ୍ତେ ଓଡିଶା ଲୋକ। ୧୬ ଲକ୍ଷ ଯୁବକ ଯୁବତୀ କାମ ନପାଇ ବେକାର ହୋଇ ବୁଲୁଛନ୍ତି।

କୋଭିଡ ପରିଚାଳନା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। କରୋନା ପ୍ରସଙ୍ଗରେ ତଥ୍ୟ ଲୁଚାଉଛନ୍ତି ସରକାର।ପ୍ରଶ୍ନ ପଚାରାଯାଉଥଲେ ବି ତଥ୍ୟ ସଂଗ୍ରହ କରାଯାଉଛି କହୁଛନ୍ତି ସରକାର। ଲୋକ ମରୁଛନ୍ତି କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି।ପ୍ରତିଦିନ ୧୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି।ସରକାର କହୁଛନ୍ତି ୩ ହଜାର ରୁ ୪ ହଜାର।ଟେଷ୍ଟ କମୁଛି।ବିଧାନସଭାରେ ପ୍ରଥମ ଦିନରେ ୭୫୭ ହେଲା ୧୩୬ ପଜିଟିଭ।ଦ୍ୱିତୀୟ ଦିନରେ ୪୮ ପଜିଟିଭ।ମୋଟ ୧୦୩୭ ଟେଷ୍ଟ ହୋଇଥିଲା ୧୮୪ ପଜିଟିଭ।ଯାହାକି ହାରାହାରି ୧୮ ପ୍ରତିଶତ ପଜିଟିଭ।ଏହି ତଥ୍ୟକୁ ଦେଖିଲେ ୭୨ ଲକ୍ଷ ଲୋକ ପଜିଟିଭ ବାହାରିବେ।କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତୁ।କେତେ ଟିଏମସି ହେଲା,କେତେ ଖର୍ଚ୍ଚ ହେଲା,ଟିଏମସି ରେ କେତେ ଟେଷ୍ଟ ହେଲା ସେ ତଥ୍ୟ ଦେଉନାହାନ୍ତି। ପ୍ରତି ବ୍ଲକରେ ଦୈନିକ 500 ଓ ଜିଲ୍ଲାରେ 5ହଜାର କୋବିଡ ପରୀକ୍ଷା କରିବାକୁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ସଂନ୍ତୋଷ ସିଂ ସାଲୁଜା

ସଂସଦରେ ବି ପ୍ରଶ୍ନ ଉତ୍ତର ବାତିଲ ହୋଇଛି କୋରନାର କଠିନ ସମୟରେ। ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ହେଉଛି। ଫନି ହୋଇଛି କରନା ହୋଇଛି। ବନ୍ୟା ହେଲା। ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ସବୁ କରୁଛନ୍ତି। ହେଲେ ଶୁଣିବାକୁ ମିଳୁଛି, ଫନି ସମୟର ସହାୟତା ମିଳିନି। ବନ୍ୟା ସମୟ ସହାୟତା ଦିଆଗଲା। 50 କେଜି ଚାଉଳ ଆସିଲା। ହେଲେ ଚାଷୀ ନ ପାଇଥିବା ଅଭିଯୋଗ କରୁଛନ୍ତି। ବଡ଼ଚନା ବ୍ଲକରେ ବନ୍ଦୋବସ୍ତ ଓ ଚକବନ୍ଦୀ କାମ ସରିନି। ସେଠି ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଥିବା କହୁଛନ୍ତି। ଆପଣଙ୍କ ଜରିଆରେ ରାଜସ୍ୱ ମନ୍ତ୍ରୀଙ୍କୁ ବୈଠକ ଡ଼ାକିବାକୁ ଅନୁରୋଧ କରୁଛି।
ଅମର ପ୍ରସାଦ ଶତପଥୀ
ବିଜେଡି ବିଧାୟକ

କୋରନା ସମୟରେ ଗୃହରେ ବିବରଣୀ ରଖିବାକୁ ସମସ୍ତ ସଦସ୍ୟଙ୍କୁ ଅଂଶଗ୍ରହଣ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ଅଫିସର ଗ୍ୟାଲ୍ଲେରୀ, ଖାରବେଳ ଭବନ ଓ ଲୋକସେବା ଭବନ ରାଜସ୍ୱ କନ୍ଫରେନ୍ସ ହଲରେ ଉପସ୍ଥିତ ରହିବାକୁ କାହାଯାଇଛି। ଏହା ଭବିଷ୍ୟତର ପରମ୍ପରା ହେବ ନାହିଁ। କୋଭିଡ ଦୃଷ୍ଟିରୁ ଚଳିତ ଅଧିବେଶନରେ ସଦସ୍ୟ ଓ ସଦସ୍ୟା ଅଂଶ ଗ୍ରହଣ କରିବାକୁ ବ୍ୟବସ୍ତା କରାଯାଇଛି।ଯେଉଁ ବିଭାଗର ଆଲୋଚନା ଥିବା ସେହି ବିଭାଗର ଅଧିକାରୀ ମାନେ ଖାରବେଳ ଭବନ ,ଲୋକସେବା ଭବନ ଗ୍ରାମ ୟୁନ୍ନୟନ ସମ୍ମିଳନୀ କକ୍ଷ।ଏହା ଭବିଷ୍ୟତର ପରମ୍ପରା ଭାବେ ଗ୍ରହଣ କରାଯିବନି।ଗୃହରେ ଘୋଷଣା କଲେ ବାଚସ୍ପତି
ସୂର୍ଯ୍ୟ ପାତ୍ର, ବାଚସ୍ପତି

ମାସ୍କ ଦୁର୍ନୀତି ଲୋକୟୁକ୍ତଙ୍କ ପାଖରେ ବିଚାରାଧୀନ ଅଛି। ଯିଏ ଦୋଷୀ ତାଙ୍କୁ ରାଜ୍ୟ ସରକାର ଦଣ୍ଡ ଦେବେ ବୋଲି ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିବୃତି ରଖିଲେ । ଗୃହରେ ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିବୃତି। ମୁଲତବୀ ନୋଟିସ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତି।ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ନିୟନ୍ତ୍ରଣ ଭିତରେ ରହିଛି। ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି। ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮।ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରରେ ଥିଲା।କିନ୍ତୁ ପ୍ରବାସୀ ଫେରିବା ପରେ ବଢିଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। କୋଭିଡ କିଟ କ୍ରୟ ରେ ଦୁର୍ନୀତି ଅଭିଯୋଗ ଆସିଥିଲା।ଦୁର୍ନୀତି ଅଭିଯୋଗ ବିଚାର୍ରାଧୀନ ରହିଛି।ତଦନ୍ତ ଚାଲିଛି ।ଯିଏ ଦୋଷୀ ହେବ କାର୍ଯ୍ୟାନୁଷ୍ଠାନ ହେବ।
ଗୃହରେ ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିବୃତି। ମୁଲତବୀ ନୋଟିସ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିବୃତି।ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ନିୟନ୍ତ୍ରଣ ଭିତରେ ରହିଛି। ରାଜ୍ୟରେ ମୋଟ ସକ୍ରିୟ କେଶ 36 ହାଜରରୁ ଉର୍ଦ୍ଧ୍ବ ।ରାଜ୍ୟରେ 29 ହଜାର କରୋନା ରୋଗୀ ଆଇସୋଲେସନରେ ଅଛନ୍ତି 7348 ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି। ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮।ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରରେ ଥିଲା।କିନ୍ତୁ ପ୍ରବାସୀ ଫେରିବା ପରେ ବଢିଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।
କୋଭିଡ କିଟ କ୍ରୟ ରେ ଦୁର୍ନୀତି ଅଭିଯୋଗ ଆସିଥିଲା।ଦୁର୍ନୀତି ଅଭିଯୋଗ ବିଚାର୍ରାଧୀନ ରହିଛି।ତଦନ୍ତ ଚାଲିଛି ।ଯିଏ ଦୋଷୀ ହେବ କାର୍ଯ୍ୟାନୁଷ୍ଠାନ ହେବ।
ନବ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ

ବିଶ୍ୱ କଲା ନବୀନଙ୍କୁ ପ୍ରଶଂସା : WHO କହିଲା ଓଡିଶା କୋଭିଡ଼ ପରିଚାଳନା ପ୍ରଭାବଶାଳୀ….

ଭୁବନେଶ୍ୱର : ଓଡିଶା ର କୋଭିଡ୍ ପରିଚାଳନା କୁ ନେଇ WHO ବିଶ୍ଵ ସ୍ଵାସ୍ଥ୍ୟ ସଂଘଠନ ପ୍ରସଂସା କରିଛ ।କୋଭିଡ୍ ପରିଚାଳନା ନେଇ ଓଡ଼ିଶାର ଆଗୁଆ ପଦକ୍ଷେପ ଫଳପ୍ରଦ ହୋଇଥିବା WHO କହିଛି ।କୋଭିଡ୍ ପରିକ୍ଷଣ ଓ ରୋଗୀଙ୍କ ଯତ୍ନ ନେବା କ୍ଷେତ୍ରରେ ଓଡିଶା ପ୍ରସଂସିତ ହୋଇଛି ।ସେହିପରି ପରିଚାଳନା ରେ ପ୍ରଭାବାଶାଳୀ ଭାବରେ ମୁକାବିଲା କରିଛି ।ଏହାସହ ILI ଓ sari ସର୍ଭେ କୁ ବ୍ୟାପକ କରିଛି ।ଯାହାକୁ ନେଇ ପ୍ରଶଂସା କରିଛି ।ଗୋଟିଏ କୋଭିଡ୍ ପରିଚାଳନା ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି ସେହି ସମୟରେ WHO ଓଡ଼ିଶାର କୋଭିଡ୍ ପରିଚାଳନା କୁ ପ୍ରସଂସା କରିବା ନବୀନ ସରକାରଙ୍କ ସୁହାଇବ ।ଏହାସହ ଓଡ଼ିଶାରେ କୋଭିଡ୍ ସୁସ୍ଥ ହାର ଅଧିକ ଓ କମ ମୃତ୍ୟୁ ହାର ରହିଥିବା କୁ ମଧ୍ୟ ପ୍ରସଂସା କରିଛି WHO ।

ପୂର୍ବରୁ ମଧ୍ୟ WHO ପକ୍ଷରୁ ଓଡିଶା ସରକାରଙ୍କ କୋଭିଡ୍ ପରିଚାଳନା କୁ ପ୍ରସଂସା କରିଥିଲା ।ଆଗୁଆ କୋଭିଡ୍ ହସପିଟାଲ ନିର୍ମାଣ ଓ ଟେଷ୍ଟିଂ କୁ ନେଇ ପ୍ରସଂସା କରିଥିଲା ।ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଟିଟ୍ ମାଧ୍ୟମରେ ଜଣାଇଛନ୍ତି ।

ଯେତେବେଳେ ସାରା ବିଶ୍ୱ ଓଡିଶାକୁ କୋଭିଡ ପରିଚାଳନା ନେଇ ପ୍ରସଂଶା କରୁଛି l ସେତେବେଳେ ବିରୋଧୀ ଏହାକୁ ସମାଲୋଚନା କରିବା ସାଧାରଣରେ ପ୍ରଶ୍ନବାଚୀ ଉଠିଛି l କାରଣ ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜାତୀୟ ଓ ଆନ୍ତଜାତୀୟ ସ୍ତରରେ ଓଡ଼ିଶାର କୋଭିଡ ପରିଚାଳନାକୁ ପ୍ରଶଂସା କରାଯାଇଛି l ଆଜି who ଏହି ପ୍ରଶଂସା ରାଜ୍ୟ ସରକାରଙ୍କୁ ଅଧିକ ଉତ୍ସାହିତ କରିଛି ବୋଲି ଶାସକ ଦଳ କହିଛି l

ବିଜେଡି ନେତାଙ୍କୁ ନବୀନଙ୍କ ଚିଠି…..

ଭୁବନେଶ୍ୱର : ବିଜେଡି ର ସମସ୍ତ ସାସଂଦ ବିଧାୟକ ଜିଲ୍ଲା ସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ୧ମାସ ଧରି ରାଜ୍ୟ ବ୍ୟାପି ଜନସଚେତନତା ଅଭିଯାନ କରିବା ପାଇଁ ଚିଠିରେ ନବୀନ ଲେଖିଛନ୍ତି ।ସାମାଜିକ ଦୂରତା ମାସ୍କ ପିନ୍ଧିବା ଆଦି କୋଭିଡ୍ ନିୟମ ବିଷୟରେ ସଚେତନ କରିବା ପାଇଁ ନବୀନ ଚିଠି ରେ ଉଲ୍ଲେଖ କରିଛନ୍ତି ।କୋରୋନା ମହାମାରୀ କୁ ରୋକିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି ।ସେହିପରି ପ୍ଲାଜମା ଦାନ ,ରକ୍ତ ଦାନ ,ମୃତ ଶବ ସତ୍କାର କରିବା ପାଇଁ ଓଡିଶା ମୋ ପରିବାର ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି ।ଏହି କାର୍ଯ୍ୟ କୁ ଗୁରୁତର ସହ କରିବା ପାଇଁ ନବୀନ ଚିଠିରେ ଲେଖିଛନ୍ତି ।ଟିକା ନ ଆସିବା ପର୍ଯ୍ୟନ୍ତ ଲୋକମାନେ କିଭଳି ସତର୍କ ରହିବେ ସେନେଇ ଲୋକଙ୍କ ବୁଝେଇବା ପାଇଁ କହିଛନ୍ତି ।

ତିର୍ତୋଲ ଓ ବାଲେଶ୍ବର ପାଇଁ ନିର୍ବାଚନ ଅଧିକାରୀ ଙ୍କ ପ୍ରସ୍ତୁତି….

ଭୁବନେଶ୍ୱର : ତିର୍ତୋଲ ଓ ବାଲେଶ୍ବର ପାଇଁ ନିର୍ବାଚନ ଅଧିକାରୀ ଙ୍କ ପ୍ରସ୍ତୁତି।ଏନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ,ବାଲେଶ୍ବର ୨ଲକ୍ଷ ୨୬ ହଜାର ୫୮୬ ଭୋଟର ରହିଛନ୍ତି ସେହିପରି ତିର୍ତୋଲ ନିର୍ବାଚନ ମଣ୍ଡଳୀ ରେ ୨ଲକ୍ଷ ୩୮ ହଜାର ୫୬ ଭୋଟର ରହିଛନ୍ତି ।କୋଭିଡ୍ ସମୟରେ ନିର୍ବାଚନ ହେଉଥିବା ରୁ ନୂଆ ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ ।ଗୋଟିଏ ବୁଥ ରେ ୧୦୦୦ ଭୋଟର ଭୋଟ ଦେଇପାରିବେ ୩୪୬ ଟି ବୁଥ୍ ବାଲେଶ୍ବର ରେ କରାଯାଇଛି ।ସେହିପରି ତିର୍ତୋଲ ରେ ୩୭୩ ବୁଥ କରାଯାଇଛି ।ଯେହେତୁ ବୁଥ୍ ସଂଖ୍ୟା ବଢିଛି ସେହି ଅନୁସାରେ ଇଭିଏମ, ମେନ ପାଓ୍ବାର ମଧ୍ୟ ବଢାଯଇଛି।ଯେଉଁ ମାନଙ୍କ ପାଖରେ ଭୋଟର ଆଇଡି ନାହିଁ ସେମାନେ ପାନ କାର୍ଡ ଆଧା କାର୍ଡ ,ଡ୍ରାଇଭିଂ ଲାଇସେନ୍ସ ଆଦି ନେଇ ଯାଇପାରିବ ।ଏହିଭଳି ୧୧ଟି ଡକ୍ୟୁମେଣ୍ଟ ବ୍ୟବହାର କରିପାରିବେ ।ଏହାସହ ଆଜିଠାରୁ ମଡେଲ କୋଡ୍ ଅଫ କଣ୍ଡକ୍ଟ ଲାଗୁ କରାଯାଇଛି ।ଅପାରଧ ପୃଷ୍ଠଭୂମି ଥିବା ନେତା ମାନେ ତାହାର ପ୍ରଚାର କରିବେ ଖବର କାଗଜ କିମ୍ବା ବିଞ୍ଜାପନ ମଧ୍ୟମରେ ଜଣାଇବେ ।ଏହାସହ କେତେ ଲୋକ ବଡରାଲି ଆଟେଣ୍ଡ କରିବେ ସେନେଇ ମଧ୍ୟ ଜିଲ୍ଲା ପ୍ରସାସନ ଓ ପୋଲିସ କୁ ଜଣାଯାଇଛି ।ଏହାସହ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ ଲାଇନକୁ କଡାକଡି ପାଳନ କରିବା ପାଇଁ ନାହିଁ ନିର୍ଦ୍ଦେଶ ଦିଆଯାଇଛି ।ଯେଉଁ ଭୋଟର ମାନଙ୍କ ପାଖରେ କୋଭିଡ୍ ଲକ୍ଷଣ ଥିବା କିମ୍ବା ଶରୀର ର ଟେମ୍ପେରଚର ଅଧିକ ଥିବ ସେମାନେ ଶେଷ ଘଣ୍ଟା ରେ ଭୋଟ ଦେବେ ।ସେହି ସମୟରେ ମତଦାନ କେନ୍ଦ୍ର ରେ ଥିବା ଅଧିକାରୀ ମାନେ ପିପିଇ କିଟ୍ ପିନ୍ଧିବା ସହ ଅନ୍ୟ କୋଭିଡ୍ ଗାଇଡ ଲାଇନ ଫୋଲୋ କରିବେ ।M3 ମଡେଲ ଇଭିଏମ ମେସିନ ବ୍ୟବହାର କରାଯିବ ।ଏହି ମଡେଲ ଲାଟେଷ୍ଟ ଇଭିଏମ ବ୍ୟବହାର କରାଯିବ

ସାଂସଦ ସସ୍ମିତ ପାତ୍ର କରୋନାରେ ସଂକ୍ରମିତ: ଆଶୁ ଆରୋଗ୍ୟ କାମନା କଲେ ପ୍ରଣବ…

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଛି । ଜଣଙ୍କ ପରେ ଜଣେ ନେତା ସଂକ୍ରମଣ ହେଉଛନ୍ତି l ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକ, ଓ ସାଂସଦମାନେ  ଏହାର ଶିକାର ହେବାରେ ଲାଗିଛନ୍ତି ।

ଏହାରି ମଧ୍ୟରେ ସାଂସଦ ସସ୍ମିତ ପାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ସସ୍ମିତ ପାତ୍ର ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ମାନି ସେ ସଙ୍ଗରୋଧରେ ଥିବା କହିଛନ୍ତି । ଏହା ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ସାଂସଦ ସସ୍ମିତ ପାତ୍ର ପରାମର୍ଶ ଦେଇଛନ୍ତି ।

ରାଜ୍ୟସଭା ସାଂସଦ ଶ୍ରୀ ସସ୍ମିତ ପାତ୍ର, କୋଭିଡ-୧୯ ସଂକ୍ରମିତ ହେବା ପରେ ତାଙ୍କର  ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ଏହା ସହ ଅନ୍ୟ ବିଧାୟକ ଓ ମନ୍ତ୍ରୀମାନଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ  ସେ କାମନା କରିଛନ୍ତି l

ବିଦ୍ୟୁତ୍ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ – କଂଗ୍ରେସ

  • ଭୁବନେଶ୍ୱର :  ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନ୍‌ଗୋ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । କରୋନା ମହାମାରୀ ସମୟରେ ସବୁ ଶ୍ରେଣୀର ଉପଭୋକ୍ତା ଏବଂ ବିଶେଷକରି ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଛୋଟବଡ ଦୋକାନୀ, ବିଦ୍ୟୁତ୍ ବ୍ୟବହାରକାରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା କୃଷି ସହିତ ସଂପୃକ୍ତ ବିଦ୍ୟୁତ୍ ବ୍ୟବହାରକାରୀମାନେ ଏପର୍ଯ୍ୟନ୍ତ ଅଂଟା ସଳଖି ଛିଡା ହୋଇପାରି ନାହାନ୍ତି । ଏହି ବର୍ଗର ବିଦ୍ୟୁତ୍ ବ୍ୟବହାର ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟବହାରର ୫୭% ରୁ ଅଧିକ । ଅର୍ଥାତ୍ ବାର୍ଷିକ ବ୍ୟବହାର ହେଉଥିବା ହାରାହାରି ୩୬୦୦ ମେଗାୱାଟ୍‌ର ପାଖାପାଖି ୨ ହଜାର ମେଗାୱାଟ୍ ଏମାନେ ବ୍ୟବହାର କରିଥାନ୍ତି । ସାଧାରଣତଃ ଉପଭୋକ୍ତାଙ୍କ ମଧ୍ୟରୁ କେବଳ ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାକୁ ଛାଡି ଦେଲେ ଅନ୍ୟ ବ୍ୟବହାରକାରୀଙ୍କ ମଧ୍ୟରୁ ପାଖାପାଖି ୩୩% କର୍ମଜୀବୀ ଅଟନ୍ତି । ସେମାନଙ୍କ ଆୟର ବ୍ୟବସ୍ଥା ମଧ୍ୟ ଏପର୍ଯ୍ୟନ୍ତ ସରକାର ସଜାଡି ପାରିଲେନାହିଁ । ପ୍ରଦେଶ କଂଗ୍ରେସ ପୂର୍ବରୁ ଦାବି କରି ଆସିଥିଲା ଯେ ସରକାର ତୁରନ୍ତ କରୋନା ବର୍ଷ ପାଇଁ ବିଦ୍ୟୁତ୍ ଦର ଅତି କମ୍‌ରେ ୫୦% କମାନ୍ତୁ । ଏହା କେବଳ ସ୍ୱଳ୍ପ ଆୟକାରୀଙ୍କୁ ସାହାଯ୍ୟ ଦେଇନଥାନ୍ତା, ପରନ୍ତୁ ଛୋଟ ଛୋଟ ଘରୋଇ ଶିଳ୍ପର ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାନ୍ତା । ତାହା ନକରି ସରକାରଙ୍କ ପ୍ରଚ୍ଛନ୍ନ ସହମତିରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଦର ବୃଦ୍ଧି କରିଦେଲେ । ସରକାର ସଫେଇ ଦେଇ କହିଲେ ଯେ ଚାଷୀ ଓ ବିପିଏଲ୍ ଉପଭୋକ୍ତା ଏଥିରୁ ବାଦ୍ ଯାଇଛନ୍ତି । କିନ୍ତୁ ରାଜ୍ୟରେ ଚାଷୀମାନେ ଚାଷ ପାଇଁ ମାତ୍ର ୨% ବିଦ୍ୟୁତ୍ ବ୍ୟବହାର କରୁଥିବା ବେଳେ ବିପିଏଲ୍ ଉପଭୋକ୍ତାମାନେ ମାତ୍ର ୭% ବିଦ୍ୟୁତ୍ ବ୍ୟବହାର କରିଥାନ୍ତି । ଏଥିମଧ୍ୟରେ ୫୦ ୟୁନିଟ୍‌ରୁ କମ୍ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ୍ ସୀମିତ । ତେଣୁ ସରକାରଙ୍କ ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ ।
    ଖର୍ଚ୍ଚ ବଢ଼ିଯିବା ଆଳରେ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଓ ଏହାକୁ କ୍ରୟ କରୁଥିବା ଗ୍ରୀଡ୍‌କୋର ଦାବୀ ଫଳରେ ଏପରି ବୃଦ୍ଧି କରାଗଲା । ଗ୍ରୀଡ୍‌କୋ ମୁଖ୍ୟତଃ ସମସ୍ତ ଉତ୍ପାଦନକାରୀ ସଂସ୍ଥା ଙଚଏଉଖ, ଙଐଚଏଉ ବିଭିନ୍ନ ଉବକ୍ଟ୍ରଗ୍ଧସଙ୍ଖର ଚକ୍ଟଙ୍ଗରକ୍ସ ଚକ୍ଷବଦ୍ଭଗ୍ଧ ଓ ଶକ୍ତି ବିକ୍ର୍ରୟକାରୀ ସଂସ୍ଥାଠାରୁ ବିଦ୍ୟୁତ୍ କିଣିଥାଏ ଓ ବିତରକ କମ୍ପାନୀମାନଙ୍କୁ ଦେବା ସହିତ ଅନ୍ୟ ରାଜ୍ୟ ଗ୍ରୀଡ୍ ଓ ଜାତୀୟ ଗ୍ରୀଡ୍‌କୁ ମଧ୍ୟ ବିକ୍ରୀ କରିଥାଏ । ଏ ସଂପର୍କରେ ରାଜ୍ୟବାସୀଙ୍କ ସାମ୍ନାରେ ସରକାର ସ୍ପଷ୍ଟୀକରଣ ରଖିବା ଉଚିତ୍ । ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟୟର ୨୨% ଖୁବ୍ କମ୍ ଦରରେ ଅର୍ଥାତ୍ ପାଖାପାଖି ୟୁନିଟ୍ ପିଛା ୨ ଟଙ୍କାରେ ଓ ସୌର ବିଦ୍ୟୁତ୍‌ରୁ ମିଳୁଥିବା ୧୦% ୟୁନିଟ୍ ପିଛା ପାଖାପାଖି ୨ ଟଙ୍କା ୫୦ ପଇସାରେ ମିଳିଥାଏ । ସବୁ ମିଶି ବିଦ୍ୟୁତ୍ କ୍ରୟ ୟୁନିଟ୍ ପିଛା ୩ ଟଙ୍କା ୫୦ ପଇସାରୁ କେବେ ବି ଅଧିକ ନୁହେଁ । ତେବେ ୟୁନିଟ୍ ପିଛା ଏବେ ୮ ଟଙ୍କାରେ ବିକ୍ରୀ ପ୍ରସ୍ତାବ କାହା ସ୍ୱାର୍ଥରେ କରାଗଲା? ଗ୍ରୀଡ୍‌କୋର ପାଖାପାଖି ୭ ହଜାର କୋଟି ଟଙ୍କା ବିଭିନ୍ନ କମ୍ପାନୀ ଉପରେ ବକେୟା ପଡିଛି । ବିତରକ କମ୍ପାନୀମାନଙ୍କର ପାଖାପାଖି ୨ ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ବାକି ପଡିଛି । ରାଜ୍ୟ କଂଗ୍ରେସ ଓ ଉପଭୋକ୍ତା ମହାସଂଘ ବାରମ୍ବାର ଦାବୀ କରି ଆସିଛି ଯେ ଗତ କୋଡିଏ ବର୍ଷ ଭିତରେ ବିଦ୍ୟୁତ୍ ସଂପର୍କିତ ସମସ୍ତ ଆୟବ୍ୟୟର ହିସାବ ରାଜ୍ୟ ସିଏଜି ଦ୍ୱାରା ଅଡିଟ୍ କରାଯାଉ । କିନ୍ତୁ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି ।
    ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଗଣେଶ୍ୱର ବେହେରା ବିଦ୍ୟୁତ୍ ସଂସ୍କାର ବେଳର ମୂଳ ଲକ୍ଷ୍ୟ ସାଧନ ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ବିଚ୍ୟୁତ ହୋଇଛନ୍ତି କହି କ୍ଷୋଭ ପ୍ରକାଶ କରିଥିଲେ । ବିଦ୍ୟୁତ୍ ସଂସ୍କାର ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟୁତ୍ ବିତରଣ ଜନିତ କ୍ଷତି କମିବ, କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ଏ ପର୍ଯ୍ୟନ୍ତ ବିତରଣ ଜନିତ କ୍ଷତି ୩୭% ରୁ ଉର୍ଦ୍ଧ୍ୱ ରହିଲା । ଯାହାକି ଜାତୀୟ ହାରଠାରୁ ଦୁଇଗୁଣ ଅଧିକ ଓ କେତେକ ରାଜ୍ୟରେ ଏହି ହାର ୮% ରୁ ୧୦% ମଧ୍ୟରେ ରହିଛି । ସେଥିପାଇଁ ଗୋଟିଏ ଉଚ୍ଚ ବୈଷୟିକ ଜ୍ଞାନ ସଂପନ୍ନ ସ୍ୱାଧୀନ ସଂସ୍ଥା ଦ୍ୱାରା ଏନର୍ଜି ଅଡିଟ୍ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । କୌଣସି ବିତରକ କମ୍ପାନୀ ବିଦ୍ୟୁତ୍ ସରବରାହ ମାନ ବୃଦ୍ଧି ନିମନ୍ତେ ଗୋଟିଏ ବି ପଇସା ଖର୍ଚ୍ଚ କଲେ ନାହିଁ । ବରଂ ବାତ୍ୟା, ବନ୍ୟା, ବିଭିନ୍ନ ଗ୍ରାଂଟ୍ ଓ ବିଭିନ୍ନ ଋଣ ଆଦି ବାବଦରେ ୩୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଏ ମଧ୍ୟରେ ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଟାଟା ପରି ଏହିସବୁ କମ୍ପାନୀମାନଙ୍କୁ ଲୋକଙ୍କ ଅର୍ଥରୁ ମୋଟା ଅଙ୍କ ଦେବାର ପ୍ରତିଯୋଗୀତାରେ ଲାଗିଛନ୍ତି । ଲୋକଙ୍କ ପାଖରୁ ଦରବୃଦ୍ଧି କରି ହଜାରେ କୋଟି ଟଙ୍କା ବିତରଣ କମ୍ପାନୀକୁ ଟେକି ଦିଆଗଲା । ଅପରପକ୍ଷରେ କେନ୍ଦ୍ର ଏହି କମ୍ପାନୀକୁ ୮୪ କୋଟି ଟଙ୍କାର ପ୍ୟାକେଜ୍ ଦେବାର ଯେଉଁ ଘୋଷଣା କରିଛି ତାହା ସନ୍ଦେହ ସୃଷ୍ଟି କରୁଛି । ରାଜ୍ୟ ସରକାର କ’ଣ ସେସୁକୁ ଦୁର୍ବଳ କରିବାକୁ ୭ ବର୍ଷ ଧରି ଦର ବୃଦ୍ଧି କରିନଥିଲେ? ଟାଟା ନେବା ପରେ ଦର ବୃଦ୍ଧି କ’ଣ ପାଇଁ ଓ କାହା ସ୍ୱାର୍ଥରେ? ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ଯଥେଷ୍ଟ ବଢିଛି । ୧୯୯୯ ମସିହାରେ ୧୪.୨୫ ଲକ୍ଷ ଉପଭୋକ୍ତା ଥିବାସ୍ଥଳେ ୨୦୧୮-୧୯ ମସିହାରେ ୬୮.୫ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ଚାଷୀ ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ସାମଗ୍ରୀକ ଭାବରେ ୧୦ ପ୍ରତିଶତରୁ ଅଧିକା ନୁହେଁ, ତେଣୁ ବିଦ୍ୟୁତ୍ ଦର ବୃଦ୍ଧିରେ ସାଧାରଣ ଜନତା କ୍ଷତିଗ୍ରସ୍ତ ହେବେନାହିଁ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ । ପୂର୍ବରୁ ୧୯୯୯ ମସିହାରେ ଜଣେ ବିଦ୍ୟୁତ୍ କର୍ମଚାରୀ ପିଛା ୩୩ ଜଣ ଉପଭୋକ୍ତା ଥିବାସ୍ଥଳେ ବର୍ତମାନ ଏ ସଂଖ୍ୟା ୩୦୦ ରୁ ଅଧିକ । ସରକାର ବଡବଡ ଶିଳ୍ପସଂସ୍ଥା ଓ ଉଦ୍ୟୋଗପତିମାନଙ୍କ ଉପରେ ବାକି ପଡିଥିବା ହଜାର ହଜାର କୋଟି ଟଙ୍କା ଆଦାୟ କରିବା ପରିବର୍ତେ ମାତ୍ର ୬୬୦ କୋଟି ଟଙ୍କାର ଚାପକୁ ଭରଣା କରିବା ପାଇଁ ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଲେ । ୟୁପିଏ ସରକାର ସମୟରେ ଓଡିଶାରେ ୮ଟି ମାଇକ୍ରୋ ହାଇଡ୍ରୋ ପ୍ରୋଜେକ୍ଟ ହେବାକୁ ଥିଲା । କିନ୍ତୁ ବର୍ତମାନ ସୁଦ୍ଧା ସେ କାମ କରା ନଯିବାକୁ ନେଇ ଶ୍ରୀ ବେହେରା ଅସନ୍ତୋଷ ବ୍ୟକ୍ତ କରିଥିଲେ ।
    ଓଡିଶା ସରକାର ତୁରନ୍ତ ବର୍ଦ୍ଧିତ ବିଜୁଳି ଦରକୁ ପ୍ରତ୍ୟାହାର ନକଲେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଗାମୀ ଦିନରେ ବଡ ଧରଣର ଜନଆନ୍ଦୋଳନକୁ କଂଗ୍ରେସ ଦଳ ଓହ୍ଲାଇବ ବୋଲି ମୁଖପାତ୍ର ପ୍ରଶାନ୍ତ ଶତପଥି ଚେତାବନୀ ଦେଇଥିଲେ । କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍ ଦର ବୃଦ୍ଧି ଜନିତ ଅତିରିକ୍ତ ଆର୍ଥିକ ବୋଝ ନ ଲଦିବା ପାଇଁ ଶ୍ରୀ ଶତପଥି ରାଜ୍ୟ ସରକାରଙ୍କୁ ଅପିଲ୍ କରିଥିଲେ ।
    ଏହି ସାମ୍ବାଦିକ ସମ୍ମିଳନୀକୁ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସଂଯୋଜନା କରିଥିଲେ ।

ବିଶ୍ୱବିଦ୍ୟାଳୟର ଅଟୋନମିର ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବ ନାହିଁ: ଅରୁଣ ସାହୁ…

  • ଭୁବନେଶ୍ୱର : ବିଧାନସଭାରେ ବିଶ୍ୱ ବିଦ୍ୟାଳୟ ବିଲ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ l  ବିଶ୍ୱବିଦ୍ୟାଳୟ ବିଲ ନେଇ ଆସିଲେ ବିଶ୍ୱବିଦ୍ୟାଳୟର ଅଟୋନମିର ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବ ନାହିଁ ।ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ university ଆକ୍ଟ ଅନୁସାରେ ଚାଲିବ । ଏ ବିଲରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ । 3 ବର୍ଷରେ ରାଜ୍ୟ ସରକାର 1034 କୋଟି ଅନୁଦାନ ଦେଇଛନ୍ତି ।

ବିଧାନସଭାର ପ୍ରଥମ ଦିନ : ବିଲ ଚିରିଲେ, ଚର୍ଚ୍ଚାରେ ରହିଲେ ତାରା

ଭୁବନେଶ୍ୱର :କୋଭିଡ କଟକଣା ଭିତରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ। ଦିବଙ୍ଗତ ନେତା,କୋଭିଡ ଯୋଦ୍ଧା,ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍ଫରେନ୍ସି ରେ ଶୋକ ପ୍ରସ୍ତାବ ଆଗତ କଲେ। କିଛି ବରିଷ୍ଠ ବିଧାୟକ ଲୋକସେବା ଭାବନରୁ ଭିଡିଓ କନ୍ଫରେନ୍ସି ରେ ଉପସ୍ଥିତ ଥିବା ବେଳେ କିଛି ଜିଲ୍ଲା ପ୍ରଶାସନ ମୁଖ୍ୟ କାର୍ଯ୍ୟଲୟରୁ  ଯୋଗ ଦେଇଛନ୍ତି। ଅନ୍ୟ ମାନେ ଗୃହରେ ଉପସ୍ଥିତ ରହିବା ସହ ଦର୍ଶକ ଗ୍ୟାଲେରୀ ବାଚସ୍ପତି ଗ୍ୟାଲେରିରେ ବି ବିଧାୟକ ମାନେ ବସିବା ପାଇଁ ଆୟୋଜନ କରାଯାଇଛି । ଚଳିତ ଅଧିବେଶନରେ ପ୍ରଶ୍ନକାଳ ବାତିଲ କରାଯାଇଛି। ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ ଓ ମନ୍ତ୍ରୀ ମାସ୍କ ,ଫେସ ସିଲଡ଼ ଓ ଗ୍ଲୋବସ ବ୍ୟବହାର କରିଥିବା ଦେଖିବାକୁ ମିଳିଛି।ସମସ୍ତ ବିଧାୟକ ସାମାଜିକ ଦୁରତା ଅବଲମ୍ବନ କରିଥିବା ବେଳେ ସବୁ ସିଟ ଆଗରେ କାଚ କଭର ଲଗାଯାଇଛି। ସେପଟେ ବିଧାନସଭାର ପ୍ରଥମ ଦିନରେ ବିଧାୟକ ତାରା ବାହିନୀପତି ଚର୍ଚ୍ଚାକୁ ଆସିଛନ୍ତି l ବିଶ୍ୱ ବିଦ୍ୟାଳୟ ବିଲକୁ ବିରୋଧ କରି ତାରା ଏହାକୁ କଳା ବିଲ କହିଛନ୍ତି l ଗୃହ ଭିତରେ ବିଲକୁ ଚିରି ଦେଇଛନ୍ତି ତାରା l ଯାହା ଏବେ ଛାଡିଆଡେ ଚର୍ଚ୍ଚାର ବିଷୟ l

 

 

 

 

Follow us

20,832FansLike
0FollowersFollow
14,700SubscribersSubscribe

Latest news