ଯାଜପୁର  : ଦେଶର ଦୁଇ ମହାନାୟକ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କୁ ମନେ ପକାଉଛି। ଯାଜପୁର ବରୁଆଁ ସେଣ୍ଟ ଜାଭିୟର ସ୍କୁଲ ପରିସରରେ ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ବାପୁଙ୍କ ମନେପକାଇ
ବରୁଆଁ ସେଣ୍ଟ ଜାଭିୟର ସ୍କୁଲର ନିର୍ଦେଶକ ଧ୍ରୁବ କୁମାର ମହାପାତ୍ର କହିଥିଲେ ଯେ ଦେଶ ପାଇଁ ଏହି ଦୁଇ ମହାନ ଜନନାୟକ ଅବଦାନକୁ କେବେ ଭୁଲିହେବନି  l ଯେତେଯାହା ହେଲେ ବି ଅହିଂସା ପଥରେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ ତାହା ବାପୁ ଆମକୁ ଶିଖାଇ ଯାଇଛନ୍ତି ବୋଲି ସେ କହିଥିଲେ l ସମାଜ ପ୍ରତି ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି କରିବାର ଅଛି l ତେଣୁ ଆଜିର ଦିନରେ ଆମେ ସଂକଳ୍ପ ନେବା ଆମେ ସତ ପଥରେ ଯିବା ଓ ସମାଜକୁ ଉଚିତ ମାଗରେ ନେବା ପାଇଁ କିଛି କାମ କରିବା l ଏହାପରେ ରଘୁପତୀ_ରାଘବ_ରାଜାରାମ, ପତିତ_ପାବନ_ସୀତାରାମ୍ ଗାନ କରାଯାଇଥିଲା l ସାମାଜିକ ଦୂରତା ଭିତରେ ମହାତ୍ମାଙ୍କୁମନେପକାଇଥିଲେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ l ସ୍କୁଲର ଅଧକ୍ଷ ହିମାଂଶୁ ଶେଖର ପଣ୍ଡା ବି ଗାନ୍ଧୀଙ୍କୁ ମନେ ପକାଇ ନିଜର ମନ୍ତବ୍ୟ ଦେଇଥିଲେ l

ଶେଷରେ ଶିକ୍ଷିୟତ୍ରୀ ନିବେଦିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷିୟତ୍ରୀ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଥିଲେ l