ଆରମ୍ଭ ହେଲା ମୟୁରଭଂଜ ପ୍ରିମିୟର ଲିଗ : ଖେଳ ଦେଖିଲେ ପ୍ରଣବ..

ମୟୁରଭଞ୍ଜ :  କ୍ରୀଡ଼ାବିତ ପ୍ରତିଭାକୁ ଆଗକୁ ନେବା ଓ ଗାଁରେ ଥିବା ପ୍ରତିଭାବାନ ଖେଳାକୁ ସୁଯୋଗ ଦେବା ପାଇଁ ବିଜେଡି ସବୁ ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ପ୍ରିମିୟମ ଲିଗର ଆୟୋଜନ କରିଛି । ବିଭିନ୍ନ କ୍ରୀଡାର ପ୍ରସାର ଓ ପ୍ରଚାର ସହ ସଫଳ ଆୟୋଜନ କରି ସାରା ବିଶ୍ୱରେ ଓଡିଶା ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l ଆଉ ଏବେ ଗାଁ ଦାଣ୍ଡରୁ ଖେଳାଳିକୁ ପ୍ରୋତ୍ସାହନ କରିବା ପାଇଁ ଶାସକ ବିଜେଡି ଦଳ ଲମ୍ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି l ଯାହା ଓଡିଶା ସବୁଠାରୁ ବଡ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲାରୁ ଆରମ୍ଭ ହୋଇଛି l ଶନିବାର ବିଜେଡି ସଂଗଠନ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଏମପିଏଲ ବା ମୟୁରଭଂଜ ପ୍ରିମିୟର ଲିଗ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି l ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରଣବ ଯୋଗଦେଇ ଥିଲେ l ଏହାସହ ଖୁବଶୀଘ୍ର ବାରିପଦା ଷ୍ଟାଡିୟମରେ କିପରି ଫ୍ଲୋଡ୍ଡ ଲାଇଟ ବ୍ୟବସ୍ଥା ହେବ ସେ ନେଇ ପ୍ରଣବ ଫୋକସ କରିଥିଲେ l ନିଜେ ଷ୍ଟାଡିୟମ ବୁଲି ଦେଖିବା ସହ ଫ୍ଲୋଡ୍ଡ ଲାଇଟ ବ୍ୟବସ୍ଥା କିପରି କରାଯିବ ତାହାର ସମୀକ୍ଷା କରିଥିଲେ l
ସୂଚନା ଥାଉକି ବିଜେଡି ପକ୍ଷରୁ ଆୟୋଜିତ ଏହି ପ୍ରିମିୟର ଲିଗ ପ୍ରଥମେ ପଞ୍ଚାୟତ,ବ୍ଲକ ଏବଂ ପରେ ଜିଲ୍ଲା ସ୍ତରରେ ହେବ ବୋଲି ଜଣାପଡିଛି । ରାଜ୍ୟ ସରକାର କ୍ରିଡାକୁ ପ୍ରଧାନ୍ୟ ଦେଇଆସୁଥିବାରୁ ଦଳ ଏପରି ଆୟୋଜନ କରୁଛି । ଆନ୍ତର୍ଜାତୀ ସ୍ତରର କ୍ରିଡା କାର୍ଯ୍ୟକ୍ରମ ରାଜ୍ୟରେ ହେଉଛି । କ୍ରିଡା କ୍ଷେତ୍ରର ବିକାଶ ପାଇଁ ମେଗା କାର୍ୟ୍ୟକ୍ରମ ଚାଲିଛି । ତେବେ ଖେଳାଳି ମାନଂକୁ ଉତ୍ସାହିତ କରିବା ପାଇଁ କ୍ରିକେଟ ଓ ଫୁଟବଲ ବିଜେତା ଟିମ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ଥିବା ବେଳେ ରନର୍ସ ଅପ ପାଇଂ ୫୦ ହଜାର ଟଙ୍କା । ମ୍ୟାନ ଅଫ ଦି ସିରିଜ ପାଇଂ ହିରୋ ସିବିଜି ଏକ୍ସଟ୍ରିମ ୧୬୦ ଆର ବାଇକ ରହିଛି ।

ଅଙ୍ଗନୱାଡି, ସହାୟିକାମାନେ ହକ ପାଇବେ, କେନ୍ଦ୍ର ଅବହେଳା ବିରୋଧରେ ଲଢେଇ ହେବ : ଭଵ

ଯାଜପୁର : କରୋନା ସମୟରେ ସେମାନେ ସାଜିଥିଲେ ଯୋଦ୍ଧା l ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ତଥ୍ୟ ସଂଗ୍ରହ କରିଥିଲେ l ଆଜି କରୋନା ପ୍ରକୋପ କମିଛି l ହେଲେ ମହାମାରୀ ସମୟରେ ଅଙ୍ଗନୱାଡି କର୍ମୀଙ୍କ କାମ ପ୍ରଶଂସନୀୟ    ଓ ତାହା ସବୁବେଳେ ମନେ ରହିବ l ତେଣୁ ମା ମାନେ କେମିତି ଭଲରେ ରହିବେ ସେ ଦିଗରେ ଆମେ ସମସ୍ତେ ଆଗେଇ ଆସିବା ଉଚିତ l ଯାଜପୁରର କଲ୍ୟାଣୀ ମଣ୍ଡପଠାରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ମାନଙ୍କୁ ନେଇ ଅନୁଷ୍ଠିତ ସାଂଗଠନିକ ବୈଠକରେ ଯୋଗଦେଇ ଏକଥା  କହିଛନ୍ତି ପୂର୍ବତନ ପୌରାଦକ୍ଷ ଭବପ୍ରସାଦ ଦାସ l ଓଡିଶା ସରକାର ସବୁ ବେଳେ ଅଙ୍ଗନଓ୍ବାଡି କର୍ମୀଙ୍କୁ ଗୁରୁତ୍ବ ଦେବା ସହ ସବୁ ପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଥିଲେ l ଏହାସହ ଅଙ୍ଗନଓ୍ବାଡି କର୍ମୀ ସହାୟିକା ସାମୁଖ୍ୟ ମାନଙ୍କ ବିଭିନ୍ନ ସମସ୍ୟା କିପରି ସମାଧାନ ହେବ ସେ ଉପରେ ଭବ ଆଲୋକପାତ କରିଥିଲେ l ସେ ଆହୁରୀ କହିଥିଲେ ଯେ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆପଣଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, ଠିକ ସମୟରେ ଆପଣମାନଙ୍କ  ଦାବି ପୂରଣ ଦିଗରେ ଉଚିତ ପଦକ୍ଷେପ ନେବେ l

ଏହି ଅବସରରେ ଅଲ ଓଡିଶା ଅଙ୍ଗନଓ୍ବାଡି କର୍ମୀ ସହାୟିକା ସାମୁଖ୍ୟ ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା କେନ୍ଦ୍ର ସରକାର ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନଙ୍କୁ ଅଣଦେଖା କରୁଥିବା ପ୍ରସଙ୍ଗ ଉଠାଇଥିଲେ l କେନ୍ଦ୍ର ସରକାର ବାରମ୍ବାର ଦରମା ବଢାଇବାକୁ କହିଥିବା ବେଳେ ତାହା ଆଜିଯାଏ ହୋଇପାରୁନି ବୋଲି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା l କେନ୍ଦ୍ରର ଅବହେଳା ବଢି ଚାଲିଥିବା ବେଳେ ଦରକାର ପଡିଲେ ସାମୁଖ୍ୟ ପକ୍ଷରୁ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାଵନୀ ଦିଆଯାଇଛି l ତେବେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ବୀମା କରିଛନ୍ତି ଅଙ୍ଗନୱାଡି କର୍ମୀଙ୍କ ପାଇଁ l ଆଗକୁ ଅଙ୍ଗନୱାଡି କର୍ମୀଙ୍କ ଦାବି ପୂରଣ କରାଯିବା ଉପରେ ସରକାର ପଦକ୍ଷେପ ନେବେ  l ଏହି ବୈଠକରେ ୫ ଶହରୁ ଅଧିକ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ରହିଥିଲେ।….

ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର…….

ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି
ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ସଂଖ୍ୟା ପହଞ୍ଚିଲା ୧୧୩
ଭୁବନେଶ୍ବର : ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ବାସ୍ଥ୍ୟ, ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ, ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଖଣି ବିଭାଗର ୨ ଜଣ ଅଧିକାରୀ ତଥା ବଲାଙ୍ଗୀର ମୂରିବାହଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅନ୍ୟ ୫ ଜଣଙ୍କୁ କିଛି ଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।
ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ମଦନ ମୋହନ ବିଶ୍ବାଳ। ଶ୍ରୀ ବିଶ୍ବାଳଙ୍କ ବିରୁଦ୍ଧରେ ୯ଟି ଭିଜିଲାନ୍‌ସ କେସ୍‌ ରହିଛି । ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଥିଲା । ସେହିପରି ସରକାରୀ କାର୍ଯ୍ୟରେ ତାଙ୍କର ଆନ୍ତରିକତା ଅଭାବ ରହିଥିଲା ଏବଂ ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ସୌଜନ୍ୟ ମଧ୍ୟ ସେ ରକ୍ଷା କରୁ ନଥିଲେ।
ଶ୍ରୀ ରମେଶ ଚନ୍ଦ୍ର ମହାଲିକ, ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀ ଶ୍ରୀ ମହାଲିକଙ୍କ ବିରୁଦ୍ଧରେ ୪ଟି ଭିଜିଲାନ୍‌ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା । ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ଆନ୍ତରିକତା ଓ ସୌଜନ୍ୟର ଅଭାବ ତାଙ୍କ ଠାରେ ଥିଲା ।
ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ଶ୍ରୀ ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା । ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍‌ସ ମାମଲା ରହିଛି ।
ସେହିପରି ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍‌ସ ମାମଲା ରହିଛି । ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି ।
ଜଂଗଲ ବିଭାଗର ସହକାରୀ ବନ ସଂରକ୍ଷକ ଶ୍ରୀ ଲକ୍ଷ୍ଣଣ କୁମାର ପ୍ରଧାନଙ୍କ ବିରୁଦ୍ଧରେ ୨ଟି ଭିଜିଲାନ୍‌ସ କେସ ରହିଛି । ଶ୍ରୀ ଭରତ କୁମାର ଘଡେଇ ଜଙ୍ଗଲ ବିଭାଗର ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍‌ସ କେସ୍ ରହିଛି । ଶ୍ରୀ ପ୍ରଦୀପ କୁମାର ଭୋଇ, ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍‌ସ କେସ ରହିଛି । ଏମାନଙ୍କୁ ସମସ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଭୁବନେଶ୍ବରର ଯୁଗ୍ମ ଶ୍ରମ କମିଶନର ଶ୍ରୀ ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜିନାଲ ଶ୍ରମ କମିଶନର ଶ୍ରୀମତୀ ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଉପରୋକ୍ତ ୯ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୧୩ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହେଲେ ଛାତ୍ର ବିଜେଡ଼ି କର୍ମକର୍ତ୍ତା…..

ଭୁବନେଶ୍ୱର : ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ବାତାବରଣ ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ, ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଜୁବାବୁଙ୍କ ମହାନତା କୁ ପାଥେୟ କରି ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏହି ପରିପରେକ୍ଷୀରେ ଆଜି ଗତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ବିଜୁ ଛାତ୍ର ଜନତା ଦଳର ପ୍ରଥମ ୧୦ ଜଣ କର୍ମକର୍ତ୍ତା ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିର୍ତୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଯୋଡ଼ି ହୋଇ ପୁରସ୍କୃତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବା ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ହେଲେ ଅବଦୁଲ ହବିବ, ଅମରେନ୍ଦ୍ର ଧଲ୍, ହେମନ୍ତ କୁମାର ସାହୁ, ଇପ୍ସିତା ସାହୁ, ସ୍ଥିତପ୍ରଜ୍ଞା ପଣ୍ଡା, ରଶ୍ମି ରଞ୍ଜନ ପରିଡ଼ା, ରଞ୍ଜିତ ଦାସ, ସ୍ମୃତି ଦାସ, ସୌମ୍ୟ ପ୍ରକାଶ ବିଶ୍ଵାଳ ଓ ଆଶୁତୋଷ ସାହୁ।
ଏହି କାର୍ଯ୍ୟକ୍ରମକୁ ପାଥେୟ କରି ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ଆହୁରି ଅଧିକ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିବ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ତ୍ରିପାଠୀ କହିଥିଲେ।ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ ପରିଚାଳନା କରୁଥିଲେ।ଏହା ସହ ଏହି କାର୍ଯ୍ୟକ୍ରମରେ ଭିର୍ତୁଆଲ ପ୍ଲାଟଫର୍ମ ରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ,ବିଜୁ ଯୁବ ଜନତା ଦଳ ସଭାପିତ ବ୍ୟମୋକେଶ ରାୟ,ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ସମସ୍ତ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କର୍ମକର୍ତ୍ତା ସମେତ ବହୁ ପ୍ରାନ୍ତରରୁ ଛାତ୍ରଛତ୍ରୀମାନେ ମଧ୍ୟ ଯୋଗଦାନ କରିଥିଲେ।

ପାସ ନେତାଙ୍କୁ ପୁରସ୍କାର : ପ୍ରଣବ କରିଥିଲେ ପରୀକ୍ଷା, ନବୀନ ଦେଲେ ପୁରସ୍କାର

ପ୍ରକାଶ ପାଇଲା ଦଳ ସମ୍ପର୍କରେ ଜ୍ଞାନ ପରୀକ୍ଷା ଫଳ, 
ପରୀକ୍ଷା କରିଥିଲେ ପ୍ରଣବ….
ପାର୍ଟି ଅଫିସରେ କରିଥିଲେ ପରୀକ୍ଷା
୨୦ ମିନିଟରେ ୨୫ ପ୍ରଶ୍ନର ଉତ୍ତର ଦେଇଥିଲେ ବିସିଜେଡି ନେତା
ପାସ ନେତାଙ୍କୁ ନବୀନ ଦେଲେ ପୁରସ୍କାର

ଭୁବନେଶ୍ୱର :  ବିଜେଡି ସାଂଗଠିନକ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାମାନଙ୍କର ଯେଉଁ ପରୀକ୍ଷା କରାଇଥିଲେ ତାହାର ଫଳ ଆଜି ପ୍ରକାଶ ପାଇଛି । ନିଜ ଦଳକୁ, ଦଳର ନେତାଙ୍କୁ ଏବଂ ଯାହାଙ୍କ ନାଁରେ ଦଳ ପ୍ରତିଷ୍ଠା ହୋଇଛି ତାଙ୍କୁ ଛାତ୍ର ନେତାମାନେ କେତେ ଜାଣିଛନ୍ତି ସେସବୁର ପରୀକ୍ଷା କରାଇଥିଲେ ବିଜେଡି ସଂଗଠନ ସମ୍ପାଦକ l ପ୍ରଥମଥର ପାଇଁ  ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନୂଆ ଚିନ୍ତାଧାରାରେ ଛାତ୍ରଛାତ୍ରୀ ଦେଇଥିବା ଏପରି ପରୀକ୍ଷାର ଫଳ ଆଜି ପ୍ରକାଶ ପାଇଛି l  ୨୦ ମିନିଟରେ ଛାତ୍ରଛାତ୍ରୀମାନେ ୨୫ଟି ପ୍ରଶ୍ନର ଉତ୍ତର ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦଳ ଓ ନେତାଙ୍କ ସଂପର୍କରେ କେତେ ଜ୍ଞାନ ଅଛି ସେ ସବୁର ପ୍ରମାଣ ପରୀକ୍ଷା କରାଇଥିଲେ ପ୍ରଣବ । ପରୀକ୍ଷାରେ ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକ ଓ ବିଜେଡି ସଂପର୍କରେ ୨୫ଟି ପ୍ରଶ୍ନ ରହିଥିଲା । ଏହାର ଉତ୍ତର ଦେଇଥିଲେ ଛାତ୍ର ପ୍ରତିନିଧି । ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜେଡ଼ିର ନୂଆପିଢିକୁ ବିଜୁ ଓ ନବୀନଙ୍କ ସଂପର୍କରେ କେତେକ ଜାଣିଛନ୍ତି ସେ ଦକ୍ଷତା ଏହି ପରୀକ୍ଷା ମାଧ୍ୟମରେ ମାପିଥିଲେ । ପ୍ରଥମଥର ପାଇଁ କାର୍ଯ୍ୟକାରିଣୀ ବୈଠକରେ ଏପରି ପରୀକ୍ଷା ଦେଇ ନୂଆ ଅନୁଭୂତି ସାଉଁଟିଥିଲେ ସମସ୍ତେ । କାର୍ଯ୍ୟକାରିଣୀରେ ଦୀର୍ଘ ଅଢେଇ ଘଣ୍ଟାର କସରତ ଭିତରେ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା l ଯେଉଁମାନେ ପରୀକ୍ଷାରେ ପାସ ହେବେ ସେମାନଙ୍କୁ ପୁରସ୍କାର ବାବଦରେ ଆଇ ଫୋନ ଦିଆଯିବ ବୋଲି ପ୍ରଣବ ଘୋଷଣା କରିଥିଲେ l
ପାଠ । ଆଜି ଯେଉଁମାନେ ସଠିକ ଉତ୍ତର ଦେଇ ଭଲ ନମ୍ବର ରଖିଛନ୍ତି ସେମାନଂକୁ ଆଇ ଫୋନ ଉପହାର    ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ଛାତ୍ରଛାତ୍ରୀମାନେ ଦଳର ଏପରି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି l ବିଶେଷ କରି ସଂଗଠନ ସମ୍ପାଦକର ଦଳ ଓ ଦଳର ସଭାପତି ଓ ଛାତ୍ରଛାତ୍ରୀଙ୍କୁ ରାଜନୀତିର ଏପରି ନିଆରା ଶୈଳୀକୁ ବେଶ ପ୍ରସଂଶା କରିଛନ୍ତି l

ବବି ଆକର୍ଷଣରେ : ପଦ୍ମଛାଡି ଶଙ୍ଖ ଫୁଙ୍କିଲେ….

ଯାଜପୁର : ସ୍ୱପ୍ନରେ ଯାହା ଭାବିବା ଭୂଲ , ତାହା ଏବେ ବାସ୍ତବ ରୂପ ନେଉଛି ଯାଜପୁର ଜିଲ୍ଲାରେ । ଅଶୀ ଦଶକରେ ବିଜୁ ପଟ୍ଟନାୟକ ଫୋକସରେ ଥିବା ଯାଜପୁର ଜିଲ୍ଲା ଏବେ ବିକାଶର ପଥେ ଆଗେଇ ଚାଲିଛି ।ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରୁଛନ୍ତି ତାଙ୍କ ପୁତ୍ର ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାଜୁପର ଯୁବ ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଠିନ ପ୍ରରିଶ୍ରମ ଓ ଉଦମ୍ୟ ଜିଲ୍ଳାକୁ ଏବେ ନୂଆରୂପ ନେଉଛି । ତାହା ସମ୍ଭବ ହୋଇ ପାରିଛିି ଯାଜପୁର ରାଜନୀତିର ଯୁଗଳବନ୍ଦୀ ଯୋଡ଼ି ପାଇଁ । ସମସ୍ତଙ୍କୁୂ ଏକାଠି କରି ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକ୍ରମ ଦ୍ରୃତ ଗତିରେ ଆଗେଇ ନେଉଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ । ଆଉ ଏହି ଆକର୍ଷଣରେ ବିରୋଧୀ କ୍ୟାମ୍ପର ଶତାଧିକ ନେତା ବିଜେଡିରେ ସାମିଲ ହେଉଛନ୍ତି l ଦୁଇ ଦିନ ତଳେ ପ୍ରଣବ ଦଶରଥପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବୁଧବାର ଦଶରଥପୁର ବ୍ଳକ ଖଣ୍ଡରା ପଞ୍ଚାୟତରେ ସୁଧଗୋବିନ୍ଦ ଗ୍ରାମର ବହୁ ବିଜେପି କର୍ମୀ BJD ରେ ଯୋଗ ଦେଇଛନ୍ତି । ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ ଆଦର୍ଶ ଓ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଏବଂ କର୍ଣାଟକ କେଶରୀ ଦାସଙ୍କ ଦୃଢ ନେତୃତ୍ୱରେ ଆସ୍ଥା ରଖି ସୁଧଗୋବିନ୍ଦ ଗ୍ରାମର ବହୁ କର୍ମୀ BJP ଛାଡି BJDରେ ସାମିଲ ହୋଇଛନ୍ତି। ଏମାନଙ୍କ ଯୋଗଦାନ ଫଳରେ ଦଶରଥପୁର ବିଜେଡି ଅଧିକ ଶକ୍ତିଶାଳୀ ହୋଇଛି ବୋଲି ଭଵ କହିଛନ୍ତି l

ପୁଣି ପ୍ରଣବ ସାଜିଲେ ଉଦାହରଣ : ପୋଷ୍ୟ ସ୍କୁଲ ଦାୟିତ୍ୱ ନେଇଥିବା ବାରିପଦାର କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସମସ୍ୟା ବୁଜିଲେ…

ଭୁବନେଶ୍ୱର :ସ୍କୁଲମାନଙ୍କର ଭିର୍ତ୍ତିଭୂମୀ ବଢାଇବା ପାଇଁ ମୋ ସ୍କୁଲ ଯୋଜନାର ରୂପରେଖ ବନାଇଛନ୍ତି ମୁଖ୍ୟମନ୍ତ୍ରୀ l ପ୍ରତ୍ୟେକ ବିଧାୟକ, ମନ୍ତ୍ରୀ,ସାଂସଦ, ହାଇକୋର୍ଟ ଜଜ ଅଫିସର ମାନେ, ଓ ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ 3ଟି ଲେଖାଏ ସ୍କୁଲକୁ ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ କରିଛନ୍ତି l ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇନଥିବା ବେଳେ ପ୍ରଥମ ବିଧାୟକ ଭାବେ କିନ୍ତୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟକୁ ବାସ୍ତବରୂପ ଦେବାରେ ଆଗେଇ ଆସିଛନ୍ତି l ପ୍ରଥମ ପଦକ୍ଷେପ ଭାବେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୩ଟି ସ୍କୁଲକୁ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି l ମଙ୍ଗଳବାର ବାରିପଦାର ଏମ କେ ସି ହାଇସ୍କୁଲ ପରିସରରେ ବିଧାୟକ ପ୍ରଣବ ପ୍ରକାଶ ଦାସ ପହଁଚିଯାଇଥିଲେ । ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟ ବାରିପଦାର କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପରେ ଏହା ଥିଲା ତାଙ୍କର ପ୍ରଥମ ଗସ୍ତ। ଏହି ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତୃପକ୍ଷ ଏବଂ ଆଲୁମିନି ସହ ଆଲୋଚନା କରିଥିଲେ ବିଜେଡି ସଂଗଠନ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ। ଖୁବଶୀଘ୍ର ଏହି ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ରେ ଗଢ଼ିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ପ୍ରତିଶୃତି ଦେଇଥିଲେ l ମୁଖ୍ୟମନ୍ତ୍ରୀ ଅପିଲର 24ଘଣ୍ଟା ଭିତରେ ପ୍ରଣବଙ୍କ ଏପରି ଉଦ୍ୟମ ଏବେ ଅନ୍ୟ ବିଧାୟକଙ୍କ ପାଇଁ ଉଦାହରଣ ସାଜିଛି l ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ପରି କଥା କମ କାମ ଅଧିକରେ ବିଶ୍ୱାସ ରଖୁଥିବା ପ୍ରଣବ ନିଜର ଏପରି ପରିଶ୍ରମ ମନଭାବ ପାଇଁ ସଭିଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି l ସୂଚନା ଥାଉକି ପ୍ରଣବ କୋରାପୁଟ ଜୟପୁରର ହାଇସ୍କୁଲ, ମୟୂରଭଞ୍ଜର ଏମକେସି ହାଇସ୍କୁଲ, ଭୁବନେଶ୍ୱରର ଆଇଆରସି ଭିଲେଜ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି l

ଏକ ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : 72ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟ ବାସୀଙ୍କୁ କଣ କହିଲେ ମୁଖ୍ୟମନ୍ତ୍ରୀ ପଢନ୍ତୁ…..
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେହିପରି ସହିଦ୍ ହୋଇଥିବା ଆମର କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଭାରତ ବହୁ ଭାଷା, ବହୁ ଧର୍ମ ଓ ବହୁ ଜାତିକୁ ବହୁ ମତ, ବହୁ ବର୍ଣ୍ଣ, ବହୁ ବିଶ୍ବାସକୁ ନେଇ ଗଠିତ ହୋଇଛି । ବିଭିନ୍ନ ଅଞ୍ଚଳର ଭୂଗୋଳ ମଧ୍ୟ ଭିନ୍ନ ଭିନ୍ନ । ଏହି ବିବିଧତା ହିଁ ଆମର ସବୁଠାରୁ ବଡ ଶକ୍ତି ।ଏହା ହିଁ ଆମ ସଂସ୍କୃତିକୁ, ଆମ ସମାଜକୁ, ସମୃଦ୍ଧ କରିଛି। ଆମ ସମ୍ବିଧାନରେ ଏହା ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ଏବଂ ସମସ୍ତଙ୍କ ପାଇଁ ବିକାଶର ସମାନ ସୁଯୋଗ ସୃଷ୍ଟି କରିଛି ।
ଆମ ବିବିଧତାର ସୁରକ୍ଷା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ସମସ୍ତେ କାମ କରିବା ଦରକାର। ଏହା ଆମର ଗଣତନ୍ତ୍ରକୁ ଅଧିକ vibrant କରିବା ସହ ଦେଶକୁ ଆହୁରି ଶକ୍ତିଶାଳୀ କରିବ ।
ଓଡିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଜି visible (ଦୃଶ୍ୟମାନ) ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି। ଚାଷୀର ରୋଜଗାର ବଢିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି ।
ବିଭିନ୍ନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ବତନ୍ତ୍ର । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି । ଜନଜାତି ବର୍ଗର ବିକାଶ ଓ କଲ୍ୟାଣ ପାଇଁ ଆମର କାର୍ଯ୍ୟକ୍ରମ ସେମାନଙ୍କୁ ସଫଳ ଭାବରେ ବିକାଶର ମୁଖ୍ୟଧାରାରେ ଯୋଡି ପାରିଛି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ବିକାଶର ସୂର୍ଯ୍ୟ ଲୋକଙ୍କ ମନରେ ନୂଆ ଆଶା ସଂଚାର କରିଛି ।
ଆପଣ ଜାଣନ୍ତି, ଗତ ୧୦ ମାସ ହେଲା ସାରା ବିଶ୍ବ କରୋନା ସହ ଲଢୁଛି । ଓଡିଶା କରୋନା ମହାମାରୀ କୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି ଏହି ଅବସରରେ ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ ଓ ସେବାକୁ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଟୀକା ଆସିଥିଲେ ମଧ୍ୟ କୋଭିଡ ଗାଇଡଲାଇନ୍‌କୁ କଡାକଡି ଭାବରେ ପାଳନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।

ଏକ ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ । କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ । ଏକ ନୂଆ ଓଡିଶା ଗଠନ ଦିଗରେ ଆମର ଉଦ୍ୟମରେ ମୁଁ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି ।
ଜୟହିଂଦ

ଯାଜପୁରରେ ୭୨ତମ ସାଧାରଣତନ୍ତ୍ର ଦିବସ : ଗାନ୍ଧିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ଭଵ

ଯାଜପୁର : ଆଜି ୭୨ତମ ସାଧାରଣତନ୍ତ୍ର ଦିବସ । ସବୁଠି ଉଡୁଛି ତ୍ରିରଙ୍ଗା । ଭୁବନେଶ୍ୱର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ଅନୁଷ୍ଠିତ ହୋଇଛି l ଯାଜପୁରରେ ପରେଡରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିଥିଲେ l ସେହିପରି ସାଧାରଣତନ୍ତ୍ର ଦିବସ ଅବସରରେ ଗାନ୍ଧିଛକ ଠାରେ ଗାନ୍ଧିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ l ତାଙ୍କ ସହ ଯୁବ ବିଜେଡିର କର୍ମକର୍ତ୍ତାମାନେ ଗାନ୍ଧିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ରାଷ୍ଟ୍ରୀୟ ସଂଗୀତ ଗାନ କରିଲେ। ଦେଶ ସ୍ୱାଧୀନତାରେ ଗାନ୍ଧୀଙ୍କ ଭୂମିକାକୁ ମନେ ପକାଇଥିଲେ ସଭିଏଁ l

୩ଟି ସ୍କୁଲକୁ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ପ୍ରଣବ……..

ଭୁବନେଶ୍ୱର : ବିଧାୟକ, ମନ୍ତ୍ରୀ, ଅଫିସର ମାନେ ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ କରିବା ପରେ ସୋମବାର ମନ୍ତ୍ରୀ, ବିଧାୟକ, ଅଫିସର ମାନେ ଏହି ଅଭିଯାନରେ ନିଜକୁ ସାମିଲ କରିଛନ୍ତି l ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୩ଟି ସ୍କୁଲକୁ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି l ତାହା ହେଲା କୋରାପୁଟ ଜୟପୁରର ହାଇସ୍କୁଲ, ମୟୂରଭଞ୍ଜର ଏମକେସି ହାଇସ୍କୁଲ, ଭୁବନେଶ୍ୱରର ଆଇଆରସି ଭିଲେଜ ହାଇସ୍କୁଲ l ଏହି ୩ଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ପ୍ରଣବ l

Follow us

20,832FansLike
0FollowersFollow
14,700SubscribersSubscribe

Latest news