ଜଣେ ପଦ୍ମବିଭୂଷଣ ଓ ପଦ୍ମଶ୍ରୀ ପାଇଲେ ଓଡ଼ିଶାରୁ ୫ ଜଣ

ଭୁବନେଶ୍ୱର :ଓଡ଼ିଶାରୁ ଜଣେ ପାଇଲେ ପଦ୍ମବିଭୂଷଣ ସୁଦର୍ଶନ ସାହୁ l ସେହିପରି ପଦ୍ମଶ୍ରୀ ପାଇଲେ ଓଡ଼ିଶାରୁ ୫ ଜଣ l

ପଦ୍ମଶ୍ରୀରେ ସମ୍ମାନିତ ଓଡ଼ିଶାରୁ

ଶ୍ରୀମତୀ ଶାନ୍ତି ଦେବୀ- ସମାଜ ସେବା

ଶ୍ରୀମତୀ ପୂର୍ଣ୍ଣମାସି ଜାନି- କଳା

ଶ୍ରୀ ରଜତ କୁମାର କର- ସାହିତ୍ୟ ଓ ଶିକ୍ଷା

ଡ. କ୍ରିଷ୍ଣା ମୋହନ ପାଠୀ- ଚିକିତ୍ସା ବିଜ୍ଞାନ

ଶ୍ରୀ ନନ୍ଦ ପୃଷ୍ଠି- ସାହିତ୍ୟ ଓ ଶିକ୍ଷା

ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ଭୁବନେଶ୍ୱର: ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ର ଶିଶୁ ରୋଗ ବିଭାଗରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି ।ଭିଏସ୍‌ଏସ୍ ମେଡିକାଲ କଲେଜ ବୁର୍ଲାର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ଉପରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି । ଏଥିସହିତ ସେ ନୂଆଦିଲ୍ଲୀ ସ୍ଥିତ ଏଏମ୍‌ସ୍ ଏବଂ ଲେଡି ହାର୍ଡିଙ୍ଗ୍ ମେଡିକାଲ୍ କଲେଜରେ ସିନିୟର ରେସିଡେନ୍‌ଟ ଭାବେ କାର୍ଯ୍ୟ କରିଛନ୍ତି ।ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ତାଙ୍କର ସୁଖ୍ୟାତି ରହିଛି ।ଡଃ ଦେ ପେଡିଆଟ୍ରିକ୍ ଇଂଟେନ୍‌ସିଭ୍ କେୟାର, ପେଡିଆଟ୍ରିକ୍ ହେମାଟୋଲୋଜି, ପେଡିଆଟ୍ରିକ୍ ନେଫ୍ରୋଲୋଜି, ଆଡୋଲେସେଂଟ ହେଲ୍‌ଥ କେୟାର, ନିଓନାଟୋଲୋଜି ଏବଂ ସଂକ୍ରମିତ ରୋଗଗୁଡ଼ିକର ଚିକିତ୍ସା କରିବା ଦିଗରେ ସଫଳତା ହାସଲ କରିଛନ୍ତି । ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଥିବା ଡଃ ଦେ ଅନେକ ଖ୍ୟାତନାମା କର୍ପୋରେଟ୍ ହସ୍ପିଟାଲ୍‌ଗୁଡ଼ିକରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଡଃ ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଶୁରୋଗ ବିଭାଗ (ଓପିଡି) ରେ ରୋଗୀମାନଙ୍କର ଚିକିତ୍ସା କରିବେ । ତାଙ୍କ ସହ ୬୩୭୨୯୦୦୦୧୦ ଫୋନ୍ ନମ୍ବରରେ ଯୋଗାଯୋଗ କରାଯାଇପାରିବ ।

ଯାଜପୁରର ପ୍ରତି କୋଣ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିବ : ପ୍ରଣବ

ଯାଜପୁର : ଯାଜପୁରିଆ ଓ ଯାଜପୁରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନୂଆ ସେଲ୍ଫି ପଏଣ୍ଟ ପାଲଟିଛି କୁସୁମା । ଆଉ ଏହା ପାଖରେ ଏବେ ନୂଆ ସେଲ୍ଫି ପଏଣ୍ଟ ପାଲଟିଗଲା  I LOVE ଯାଜପୁର କଟେଡ଼ । ସହରର ଛାତି ଉପରେ ପାନ ପତ୍ରର I love ଯାଜପୁର ଲେଖା । ଏ ପାନ ପତ୍ରକୁ ଦେଖିଲେ ସେଲ୍ଫି ପ୍ରେମୀ କେମିତିବା ନିଜକୁ ସେଲ୍ଫି ନେବାରୁ ଦୁରେଇ ରଖିବେ । ରବିବାର ଯାଜପୁର ବିଧାୟକ ଏହି କଟେଡ଼କୁ ସର୍ବ ସାଧାରଣ ପାଇଁ ଲୋକାର୍ପଣ କରିଛନ୍ତି । କେବଳ ସେତିକି ନୁହେଁ ଯାଜପୁରର ପ୍ରବେଶ ପଥରେ ମେକ୍ ଇନ ଇଣ୍ଡିଆ ଢାଞ୍ଚାରେ ନିର୍ମିତ ଦୂତମାନ ହରିଣ ସହ ସହରର ଶୋଭା ବର୍ଦ୍ଧନ କରିଛି । ଏହାସହ ବିଭିନ୍ନ ପ୍ରତିମୂର୍ତିକୁ ଉଦଘାଟନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ କୁସୁମା କୂଳରେ କରାଯାଇଥିବା “ଆଇ ଲଭ ଯାଜପୁର’’ ଏବଂ ପୌରପାଳିକା ସଫେଇ ପାଇଁ ବ୍ୟାଟେରୀ ଗାଡି ଉଦଘାଟନ କରିବା ପରେ ସହରର ଗାନ୍ଧୀ ଛକ ନିକଟରେ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ଏବଂ ପରିଶେଷରେ ସହରର ପ୍ରବେଶ ପଥ କିଆନାଳୀ କୂଳ ଠାରେ ଏକ ଧାବମାନ ହରିଣର ଲୌହ ମୂର୍ତିକୁ ଉଦଘାଟନ କରିଛନ୍ତି ବିଧାୟକ । ପରେ ବୈଦ୍ୟରାଜପୁର ଠାରେ ଏକ ରାତ୍ରିକାଳୀନ କ୍ରିକେଟ ମ୍ୟାଚକୁ ଉଦଘାଟନ କରିଛନ୍ତି । ଆଗାମୀ ଦିନରେ ଯାଜପୁର ସହରର ପ୍ରତି କୋଣ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ ବୋଲି କହିଛନ୍ତି ବିଧାୟକ । ଅନ୍ୟପଟେ ଅନାବଶ୍ୟକ ଲୁହା ଜିନିଷକୁ ସଂଗ୍ରହ କରି ୧୫ ଦିନର ସମୟ ଦେଇ ଏହି ପ୍ରତିମୂତ୍ତି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଦିବ୍ୟସିଂହ ସ୍ବାଇଁ।
ଏହି ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକ୍ରମ ଯାଜପୁରବାସୀଙ୍କୁ ଆନନ୍ଦିତ କରିଥିଵା ବେଳେ ଯାଜପୁର ବିଧାୟକଙ୍କ ଏପରି ଉଦ୍ୟମ ଯୋଗ ଆଜି ଯାଜପୁର ସହର ବିକାଶ ମୁଖୀ ହୋଇଛି ବୋଲି କହିଛନ୍ତି ସହରବାସୀ l ବିଶେଷକରି ନୂଆ ଯାଜପୁର ଗଠନ ଦିଗରେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦିନରାତି ଏକ କରି କାମ କରିଚାଲିଛନ୍ତି l ଯାଜପୁରବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ତାଙ୍କୁ ଯାଜପୁରକୁ ୧ ନମ୍ବର ଜିଲ୍ଲା ଭାବେ ଗଢିତୋଳିବାକୁ ବଳ ଯୋଗାଇଛି l ଏସବୁ କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧକ୍ଷ ଭଵ ପ୍ରସାଦ ଦାସଙ୍କ ନିଷ୍ଠା ବି କିଛି କମ ନୁହେଁ l

ନେଉଛ ଅଧିକ, ଦେଉଛ କମ : ପ୍ରଣବ…..

ଯାଜପୁର :  ଓଡ଼ିଶାରେ ଆଞ୍ଚଳିକ ଦଳର ଆବଶ୍ୟକ ଥିଲା ଓ ବିଜୁ ଜନତା ଦଳ ସେ ଦାୟିତ୍ୱ ନେଇ କାମ କରୁଛି l ଲୋକେ ଯାହା କହିବେ ସେପରି ବିଜେଡି ଶାସନ ଚାଲିବ l କାରଣ ବିଜେଡିର ମାଲିକ ହେଉଛନ୍ତି ଲୋକେ l ସେଥିପାଇଁ ଦଳ ସବୁବେଳେ ରାଜ୍ୟର ସ୍ୱାର୍ଥ ଓ ବିକାଶ ପାଇଁ କାମ କରୁଛି l 10ବର୍ଷ ହେବ ରାଜ୍ୟର ସ୍ୱାର୍ଥ ଓ ହକ ପାଇଁ ଲଢେଇ ମଧ୍ୟ କରୁଛି l ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଭାରତ ବର୍ଷ ରାଜନୀତିରେ ଓଡ଼ିଶା ଏକ ବିନ୍ଦୁ l ବିନ୍ଦୁରୁ ସାଗର l ରାଜ୍ୟରେ ଦେଶର ରାଜନୀତି କଥା ଯେତିକି ଲୋକଙ୍କୁ କହିବକଥା ତାହାଠାରୁ ଗୁରୁତ୍ୱ ପୁର୍ଣ ହେଲା ମୋ ରାଜ୍ୟର କିପରି ବିକାଶ ହେବ ସେ କଥା ଆଲୋଚନା କରିବା l ସବୁବେଳେ କେନ୍ଦ୍ରରେ ଯିଏ ସରକାର ରହିଲେ ସେମାନେ ଓଡିଶାକୁ ତାର ହକ ଠିକ ଦେଲେ ନାହିଁ l ଅଧିକ ଅର୍ଥ ନେଇ କମ ଅର୍ଥ ଦେଉଛନ୍ତି ଓଡିଶାକୁ l ତଥାପି କହୁଛନ୍ତି ଆମେ ସବୁ ଦେଉଛୁ l ପଚାରିଲେ କହୁଛନ୍ତି 5ହଜାର କୋଟି ମାଗିଥିଲ ଆମେ ବକେୟା ଅର୍ଥ 1ହଜାର କୋଟି  ଦେଲୁ l ସେ କୋଇଲା ରୟାଲିଟି ହେଉ କି ରେଳବାଇ ଅବା  ଧାନ ସବସିଡ଼ି ସବୁଥିଲେ କେନ୍ଦ୍ର ଓଡିଶାକୁ ତାର ପ୍ରାପ୍ୟ ସଠିକ ଦେଉନାହିଁ l ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ତେଣୁ ଯେଉଁମାନେ ଗାଁ ପିଣ୍ଡାରେ ବସି କେନ୍ଦ୍ର ସରକାର ଉପରେ ବଡ ବଡ କଥା କହୁଛନ୍ତି ସେମାନଙ୍କୁ ପ୍ରଶ୍ନ କର କାହିଁକି ଆମକୁ ଆମ ହକ ଦେଉନାହାନ୍ତି l ଆମକୁ ଆମ ହକ ଦେଲେ ବିକାଶ କାମ ଆହୁରୀ ଅଧିକ ହୋଇପାରନ୍ତା l ଆଜି ଯାଜପୁରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏପରି କହି ତେରେଛା ବାଣ ମାରିଛନ୍ତି କେନ୍ଦ୍ରକୁ l ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଜୟନ୍ତରା ପଂଚାୟତ କାର୍ଯ୍ୟାଳୟ ଗୃହ ଉଦଘାଟନ ଅବସରରେ ଅନୁଷ୍ଠିତ ସଭାରେ ପ୍ରଣବ ଏପରି କହିବା ସହ ଆଗକୁ ଜିଲ୍ଲାରେ ନିଜ ପଂଚାୟତ ଓ ଗାଁ ବିକାଶ ପାଇଁ ସଭିଏଁ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି l ରାଜ୍ୟ ସରକାର ସବୁବେଳେ ବିକାଶ କୁ ଫୋକସ କରିଛନ୍ତି l ଆଉ ଏହି ବିକାଶ ଧାରାରେ ତାଳଦେଇ ଚାଲିଛି ଯାଜପୁର l ଏହାସହ ରାଜ୍ୟରେ ଏଥର ଧାନ ସଂଗ୍ରହ 25ପ୍ରତିଶତ ଅଧିକ ହୋଇଛି ଓ ରାଜ୍ୟ ସରକାର ଗୋଟି ଗୋଟି କରି ସବୁ ଚାଷୀଙ୍କ ଧାନ କିଣିବେ ବୋଲି ସେ କହିଛନ୍ତି l ଏହାସହ କେନ୍ଦ୍ର ଧାନ ସଂଗ୍ରହରେ ଏଯାଏ ରାଜ୍ୟକୁ ସବସିଡି ବାବଦକୁ  6ହଜାର 40କୋଟି ଟଙ୍କା ଦେଇନାହିଁ l ହେଲେ ଓଡ଼ିଶାର ଏହି ହକ ପାଇଁ ବିଜେପି ଲଢେଇ ନକରି ସମ୍ବଲପୁରରେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ପ୍ରଣବ କହିଛନ୍ତି l ଯାଜପୁର ଜିଲ୍ଲାରେ ଏବେ ସ୍ୱାସ୍ଥ୍ୟ,ଶିକ୍ଷା, ଗମନାଗମନ, ଯୋଗାଯୋଗ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ବିକାଶ ଦେଖିବାକୁ ମିଳୁଛି l ଦଶରଥପୁରର ଜୟନ୍ତରା ପାଂଚୟତ ବ୍ଲକର ପ୍ରଥମ ପଂଚାୟତ ଭାବେ କାର୍ଯ୍ୟାଳୟ ଆଜି ବିଧାୟକ ଉଦଘାଟନ କରିଛନ୍ତି । ବିଧାୟକଙ୍କ ଉଦ୍ୟମ କ୍ରମେ ଏହାର ପାଖରେ କଲ୍ୟାଣମଣ୍ଡପ, ପାଂଚୟତ ଭବନ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏପରିକି ପାଂଚୟତ ପାଚେରୀ ନିର୍ମାଣ ପାଇଁ ବିଧାୟକ ଅର୍ଥ ମଂଜୁରୀ କରି ସାରିଛନ୍ତି ।ଆଜିର ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ବିଧାୟକଙ୍କୁ ଶତାଧିକ ବିଜେଡି କର୍ମୀ ବାଇକ ରାଲି ଯୋଗେ ପାଛୋଟି ନେଇଥିବା ବେଳେ ଜୟନ୍ତରା ପଂଚାୟତରେ ପଦଯାତ୍ରା କରିଥିଲେ ବିଧାୟକ । ବିଧାୟକଙ୍କ ଉଦ୍ୟମ କ୍ରମେ ଜୟନ୍ତରା ପରି ବନ୍ୟା ଦ୍ୱାରା ପ୍ରଭାବିତ ଅଂଚଳରେ ପ୍ରଶ୍ୱସ୍ତ ନଦୀ ବନ୍ଧ, ଭଦ୍ରକକୁ ଯୋଗାଯୋଗ ପାଇଁ ବ୍ରିଜ ଓ ଅନ୍ୟାନ୍ୟ ସମସ୍ତ ସୁବିଧାସୁଯୋଗ ଲୋକେ ପାଉଛନ୍ତି l ବିଧାୟକଙ୍କ ନୂତନ ଯାଜପୁର ଗଠନର ଲକ୍ଷ୍ୟ ଆଗାମୀ ଦିନରେ ସଫଳ ହେବାକୁ ଯାଉଛି । ଯାହାର ପ୍ରତିଛବି ଏବେ ଯାଜପୁରର ନୂତନ ରୂପ ରେଖକୁ ସ୍ପଷ୍ଟ ଅନୁମାନ କରି ହେଉଛି ।
ପ୍ରଥମରୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ ସାରା ଓଡ଼ିଶାରେ କିପରି ମା ମାନଂକର ଉନ୍ନତି ହେବ ଓ ସେମାନେ କିପରି ଭଲରେ ରହିବେ ସେ ଦିଗରେ ଆମ ସମସ୍ତଙ୍କୁ କାମ କରିବାକୁ ହେବ l ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାମାନଂକ ବିକାଶ କିପରି ହେବ ଓ ମହିଳାମାନେ ସବୁ କ୍ଷେତ୍ରରେ କିପରି ଆଗରେ ରହିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି l ଯେଉଁ ଦିଗରେ ବିଜେଡି କାମ କରୁଛି l

ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର : ସମ୍ବଲପୁରରେ ନିଜେ ଦେଲେ ଇସାରା…

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି l ତାହା ପୁଣି ପଶ୍ଚିମ ଓଡିଶାରୁ l ବିଜେପି ଫୋକସରେ ଥିବା ପଶ୍ଚିମ ଓଡ଼ିଶାରେ 2024 ସାଧାରଣ ନିର୍ବାଚନରେ   ନିର୍ବାଚନ ଲଢ଼ିବା ପାଇଁ ଏବେ ଠାରୁ କେନ୍ଦ୍ରମନ୍ତ୍ରୀ ମନବଳେଇଲେଣି l ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ମାରୋହରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମିତି  ଏକ କଥା କହିଛନ୍ତି, ଯାହା ଆଜି ନ ହେଲେ ବି ଆଗାମୀ ଦିନରେ ରାଜନୈତିକ ମହଲରେ ଚର୍ଚ୍ଚା ହେବ। ତାଙ୍କ କଥାର ଇସାରା ସିଧା ନିର୍ବାଚନ ଆଡ଼େ ଥିଲା। ହସି ହସି ବାବୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବା ନେଇ ଆତ୍ମଘୋଷଣା କରିଛନ୍ତି। ତେବେ ସେ କ’ଣ ଘୋଷଣା କରିଛନ୍ତି ତାହା ଉପରେ କର୍ଣ୍ଣପାତ କରିବା ନିହାତି ଜରୁରୀ।ଧର୍ମେନ୍ଦ୍ର ମଞ୍ଚ ଉପରୁ କହୁ କହୁ କହିଦେଲେ ଯେ, ରାଜା ସାହେବ ମାନେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ

 

ଚାହିଁଲେ  ସେ ତାଙ୍କ ଆସନରୁ ସାଂସଦ ପ୍ରାର୍ଥୀ (MP Candidate) ହୋଇ ନିର୍ବାଚନ ଲଢ଼ିବେ। ହସ ହସରେ ଧର୍ମେନ୍ଦ୍ରଙ୍କ ଏ ଦୁଇପଦ ଏଠାରେ ଅନେକ ପ୍ରଶ୍ନ ଛାଡ଼ି ଯାଇଛି। ଯେମିତି କି ପୂର୍ବରୁ ଆଦୌ ସାଧାରଣ ନିର୍ବାଚନୀ ମଇଦାନକୁ ଓହ୍ଲାଉ ନ ଥିବା ଧର୍ମେନ୍ଦ୍ର ଏବେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି କି? ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ଧର୍ମେନ୍ଦ୍ର ଓଡ଼ିଶା କୋଟାରୁ ପାର୍ଲିଆମେଣ୍ଟ (Parliament) ଯାଇନାହାନ୍ତି। ବିହାର ଓ ମଧ୍ୟପ୍ରଦେଶ ବାଟ ଦେଇ ରାଜ୍ୟସଭା ସଦସ୍ୟ ହୋଇଛନ୍ତି। 2004ରୁ 2009 ଯାଏ ସେ ଦେବଗଡ଼ର ସାଂସଦ ଥିଲେ l ତେଣୁ ପୁଣି ଥରେ ସେ ଆସନରୁ ନିର୍ବାଚନ ଲଢ଼ିବା ପାଇଁ କେନ୍ଦ୍ରମନ୍ତ୍ରୀ ମନବଳେଇଲେଣି l ଯାହା ଏବେ ପଶ୍ଚିମ ଓଡିଶା ରାଜନୀତିକୁ ସରଗରମ କରିଛି l

ଐତିହ୍ଯ ଓ ସଂସ୍କ୍ରୁତିର ସହରରେ ଝଲସିବ I LOVE ❤ JAJPURର କଟେଡ୍

ଐତିହ୍ଯ ଓ ସଂସ୍କ୍ରୁତିର ସହରରେ ଝଲସିବ I LOVE ❤ JAJPURର କଟେଡ୍

* ଆଧୁନିକତାର ରଂଗରେ ସଜେଇ ହେଲାଣି ଭାବର ସହର

* ରୂପ ଲାବଣ୍ଯରେ ବିଭୋର ସହରବାସୀ, ଆନମନା କରୁଛି କୁସୁମା

ଯାଜପୁର : ମେଟ୍ରୋ ନୁହେଁ କି ସ୍ମାର୍ଟ ସିଟି ନୁହେଁ । ଐତିହ ସଂସ୍କୃତିର ସହର ଯାଜପୁର । ଭାଇଚାରା ଭାବ ପ୍ରବଣତାର ସଙ୍ଗମ ସ୍ଥଳୀ। ଗଲା ୧୫ ବର୍ଷ ଭିତରେ ନୂଆ ରୂପରେ ସଜେଇ ହୋଇଛି ସମ୍ପୂର୍ଣ୍ଣ ସହର । ଯିଏ ଥରେ ଯାଜପୁର ଆସିଛି ସେ ଜାଣିଛି ତାର ରୂପ ଲାବଣ୍ୟ ବିଷୟରେ। ନୂଆ ଯାଜପୁର ଗଢିବା ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଯାଜପୁରର ବିକାଶ ରଥକୁ ଏକ ନୂଆ ଦିଗ ଦେଇଛନ୍ତି । ଯାହା ଅନ୍ୟ ଜିଲ୍ଲା ପାଇଁ ଆଜି ଉଦାହରଣ ସାଜିଛି । ଯାଜପୁରିଆଙ୍କ ପାଇଁ ଓ ସହରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନୂଆ ସେଲ୍ଫି ପଏଣ୍ଟ ପାଲଟିଛି କୁସୁମା । ଆଉ ଏହା ପାଖରେ ଏବେ ନୂଆ ସେଲ୍ଫି ପଏଣ୍ଟ ପାଲଟିବ I LOVE ଯାଜପୁର କଟେଡ଼ । ସହରର ଛାତି ଉପରେ ପାନ ପତ୍ରର I love ଯାଜପୁର ଲେଖା ହେବ। ଏ ପାନ ପତ୍ରକୁ ଦେଖିଲେ ସେଲ୍ଫି ପ୍ରେମୀ କେମିତିବା ନିଜକୁ ସେଲ୍ଫି ନେବାରୁ ଦୁରେଇ ରଖିବେ । ଆସନ୍ତାକାଲି ରବିବାର ଯାଜପୁର ବିଧାୟକ ଏହି କଟେଡ଼କୁ ସର୍ବସାଧାରଣ ପାଇଁ ଲୋକାର୍ପଣ କରିବେ । କେବଳ ସେତିକି ନୁହେଁ ଯାଜପୁରର ପ୍ରବେଶ ପଥରେ ମେକ୍ ଇନ ଇଣ୍ଡିଆ ଢାଞ୍ଚାରେ ନିର୍ମିତ ଦୂତମାନ ହରିଣ ସହରର ଶୋଭା ବର୍ଦ୍ଧନ କରିବ । ପୂର୍ବରୁ ସହରର କାନ୍ଥ ବାଡ଼ରେ ଐତିହ ସଂକୃତି ଓ ପରମ୍ପରାର ଗାଥା ଚିତ୍ରିତ ହୋଇଛି । ଆଉ ଆସନ୍ତାକାଲି ଲୋକାର୍ପିତ ଅପେକ୍ଷାରେ ରହିଥିବା ସେଲ୍ଫି ପଏଣ୍ଟ ଓ ମେକ୍ ଇନ ଇଣ୍ଡିଆର ଦୂତଗାମୀ ହରିଣ ସହରର ଶୋଭାକୁ ଦୁଇ ଗୁଣିତ କରିବ।

ବିରଜା କ୍ଷେତ୍ର ହେବ ଆବର୍ଜନା ମୁକ୍ତ : ସଫେଇ ଅଭିଯାନର ମଙ୍ଗ ଧରିଲେ ଭଵ…

ଯାଜପୁର : ବିରଜା କ୍ଷେତ୍ର ହେବ ଆବର୍ଜନା ମୁକ୍ତ। ସହରରର କେଉଁ କୋଣରେ ରହିବନି ଟିକେ ବି ଅଳିଆ । ଯାଜପୁରରେ ହେବ କର୍ପୋରେଟ ମଡେଲ । ଏଥିପାଇଁ ଦିନ ରାତି ଏକ କରି ପରିଶ୍ରମ କରୁଛନ୍ତି ପୂର୍ବତନ ପୌରାଧକ୍ଷ ଭଵ ପ୍ରସାଦ ଦାସ । ସେ ନିଜେ ଆବର୍ଜନା ଗାଡି ସହ ସହର ପରିକ୍ରମା କରିଛନ୍ତି । ଭବଙ୍କ ଏହି ସ୍ୱଚ୍ଛତା ଅଭିଯାନ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି।
ନୂତନ ଯାଜପୁର ଗଠନ କରିବା ପାଇଁ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯେଉଁ ସଂକଳ୍ପ ନେଇଛନ୍ତି ସେ ନୀଳ ନକ୍ସାକୁ ବାସ୍ତବ ରୂପ ଦେଉଛନ୍ତି ଭଵ । ଅଳିଆ ଆବର୍ଜନା ପାଇଁ ଯେମିତି ସହରର ସୌନ୍ଦର୍ଯ୍ୟକାରଣ ନଷ୍ଟ ନ ହୁଏ ତାକୁ ସେ ଗୁରୁତ୍ୱ ଦେଇଛନ୍ତି । ପୂର୍ବରୁ ଅଧିକାଂଶ ସମୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜେ ସହରକୁ ଆବର୍ଜନା ମୁକ୍ତ କରିବାକୁ ହାତରେ କୋଦାଳ ଧରିଛନ୍ତି । ପ୍ରଣବଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଭଵ ସବୁବେଳେ ସହର ବାସୀଙ୍କର ସୁଖ ଦୁଃଖର ସାଥି ହୋଇ କାମ   କରୁଛନ୍ତି l

କଟକରେ ନୂତନ ବସ୍‌ ଟର୍ମିନାଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି
ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଉତ୍ସବ ଆରମ୍ଭ
ନେତାଜୀ ଭାରତମାତାର ଅମୂଲ୍ୟ ରତ୍ନ – ମୁଖ୍ୟମନ୍ତ୍ରୀ
କଟକ ନେତାଜୀ ବସ୍‌ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓଡିଆବଜାରସ୍ଥିତ ନେତାଜୀଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯାଇ ରାଜ୍ୟବାସୀଙ୍କ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନର ଅଂଶସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଖାନନଗର ଠାରେ କଟକ ନେତାଜୀ ବସ୍‌ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନେତାଜୀ ଏହି କଟକ ମାଟିର ପୁଅ । ଏହି କଟକରେ ଜନ୍ମ ହୋଇଥିଲେ ଓ ବଡ ମଧ୍ୟ ହୋଇଥିଲେ । ଏହି କଟକ ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା । ତେଣୁ ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଯେତେବେଳେ ବି ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି, ସେତେବେଳେ ସେ ଭାବୁକ ହୋଇଯାନ୍ତି । ଦେଶ ପାଇଁ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ ବୋଲି ସେ କରିଥିଲେ । ଭାରତର ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ନେତାଜୀ ବସ୍‌ ଟର୍ମିନାଲକୁ ଦେଶର ଏକ ମଡେଲ ବସ୍‌ ଟର୍ମିନାଲ ଭାବରେ ଗଢାଯିବ । ଏଠାକୁ ଆସୁଥିବା ସମସ୍ତଙ୍କ ମନରେ ନେତାଜୀଙ୍କ ସ୍ମୃତି ଯେପରି ଜାଗ୍ରତ ହୋଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ। ନେତାଜୀଙ୍କର ଜୀବନୀ ଓ ସଂଗ୍ରାମର ଝଲକ ସବୁଠାରେ ଦେଖିବାକୁ ମିଳିବ ଏବଂ ଏଠାକୁ ଆସୁଥିବା ପ୍ରତିଟି ଲୋକ ନେତାଜୀଙ୍କ ସାହସ ଓ ଦେଶଭକ୍ତିର ବାର୍ତ୍ତା ନେଇ ଫେରିବ । ଏହି ବସ୍‌ ଟର୍ମିନାଲ ହଜାର ବର୍ଷର ସହର କଟକର ଗରିମାକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ନେତାଜୀଙ୍କୁ ଭାରତମାତାର ଅମୂଲ୍ୟ ରତ୍ନ ଭାବରେ ବର୍ଣ୍ଣନା କରି ତାଙ୍କର ଦୃଢ ନେତୃତ୍ବ, ସାହସ ଓ ଅତୁଳନୀୟ ଦେଶଭକ୍ତି ପାଇଁ ସେ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିବେ ବୋଲି ବର୍ଣ୍ଣନା କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ।
ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ହେବାକୁ ଯାଉଥିବା ଏହି ନୂତନ ବସ୍‌ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ । ଏଥିରେ ୧୧,୦୦୦ ବର୍ଗମିଟର ନିର୍ମିତ ଅଞ୍ଚଳରେ ୧୮୦ଟି ବସ୍‌ ରହିପାରିବ ।

ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ରପ୍ତାନି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ରାଜ୍ୟ ରପ୍ତାନି ପୁରସ୍କାର ସମାରୋହ -2021 ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ  |ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ରପ୍ତାନି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ବିଦେଶୀ ବାଣିଜ୍ୟ ଏବଂ ବାଣିଜ୍ୟର ଓଡିଶାର ଏକ ଚମତ୍କାର ଇତିହାସ ରହିଛି। କାଲିଙ୍ଗାର “ସାଧବ ପୁଆ” ର କିମ୍ବଦନ୍ତୀ ଆମର ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବିଦେଶ ବଜାରରେ ପ୍ରବେଶ କରି ଆମର ଅତୀତର ଗ glory ରବ ଫେରି ପାଇବା ପାଇଁ ପ୍ରେରଣା ଯୋଗାଇଥାଏ  ମୁଖ୍ୟମନ୍ତ୍ରୀ କହିଛନ୍ତି l ବ୍ୟବସାୟ କରିବା, 5T ଯାନ୍ତ୍ରିକ ପ୍ରୟୋଗ, ଗୁଣାତ୍ମକ ମାନକକରଣ ପାଇଁ ଭିତ୍ତିଭୂମି ସହାୟତା ଏବଂ ସୁବିଧା ମାଧ୍ୟମରେ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ମୋ ସରକାର ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି | ନୀତି ଆୟୋଗ ଦ୍ୱାରା ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚକାଙ୍କ (EPI) 2020 ରେ ଆମେ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଅଛୁ | ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରୟାସ କ୍ରମାଗତ ଭାବରେ ଆମର ରପ୍ତାନି କାରବାରକୁ ବୃଦ୍ଧି କରିବାରେ ଫଳ ଦେଉଛି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ COVID-19 ମହାମାରୀ ଦ୍ caused ାରା ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ସତ୍ତ୍ current େ ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରୁ ରପ୍ତାନି ଗତ ଆର୍ଥିକ ବର୍ଷର ସମାନ ଅବଧି ସହିତ ରପ୍ତାନି ମୂଲ୍ୟ ତୁଳନାରେ 55 ପ୍ରତିଶତ ବୃଦ୍ଧି ହୋଇଛି। ବିଶ୍ୱବ୍ୟାପୀ ଅବନତି ଏବଂ କଠୋର ଆନ୍ତର୍ଜାତୀୟ ପ୍ରତିଯୋଗିତା ସତ୍ତ୍ୱେ ଓଡ଼ିଶାର ରପ୍ତାନୀକାରୀଙ୍କ ଦ୍ୱାରା ଏହା ଏକ ଉଲ୍ଲେଖନୀୟ ସଫଳତା | ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଁ ରାଜ୍ୟ ରପ୍ତାନିକାରୀ ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଆଗାମୀ ବର୍ଷରେ ଏହି ଉନ୍ନତିମୂଳକ ଧାରା ଜାରି ରହିବ। ସ୍ଥାନୀୟ ଉତ୍ପାଦ ରପ୍ତାନିକୁ ସୁଗମ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ରପ୍ତାନି ପ୍ରୋତ୍ସାହନ କମିଟି ଗଠନ କରାଯାଇଛି। ସେଠାରେ ଅନେକ ସ୍ଥାନୀୟ MSME ଉତ୍ପାଦ ଅଛି ଯାହାର ବିଶ୍ market ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସାମର୍ଥ୍ୟ ଅଛି | ୟୁରୋପ ଏବଂ ଆମେରିକାର ବିଭାଗୀୟ ଷ୍ଟୋରଗୁଡିକ କାଲାହାଣ୍ଡି, କାନ୍ଦାଲ ଏବଂ ମାଲକାନଗିରିରୁ ଆମର ମହିଳା ସେଲ୍ଫ ହେଲ୍ପ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ ସହିତ ସଜାଯିବ |

ରପ୍ତାନି ବୃଦ୍ଧି ପାଇଁ ଉତ୍ପାଦର ଗୁଣବତ୍ତା ଏକ ଜରୁରୀ କାରଣ | ଏକ ଉତ୍ପାଦ କିମ୍ବା ସେବାର ଗୁଣାତ୍ମକ ଦିଗକୁ ବିଚାର କରିବାବେଳେ ଆମେ ବିଶ୍ୱ ସ୍ତରୀୟ ମାନକ ବିଷୟରେ ଚିନ୍ତା କରିବା ଆବଶ୍ୟକ |
ରାଜ୍ୟ ରପ୍ତାନି ପୁରସ୍କାର ବିଜେତାମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସମସ୍ତ ରପ୍ତାନିକାରୀଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ମୋର ଶୁଭେଚ୍ଛା ଜଣାଉଛି। ମିଳିତ ଭାବେ ଆମେ ଓଡ଼ିଶାକୁ ଦେଶର ଏକ ରପ୍ତାନି ହବ୍ କରିପାରିବା |
ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ଶିଳ୍ପ ଏବଂ ଏମଏସଏମଇ ଶ୍ରୀ ଦିବ୍ୟା ଶଙ୍କର ମିଶ୍ର କହିଛନ୍ତି ଯେ ପ୍ରାକୃତିକ ସଂରକ୍ଷଣ ସ୍ଥାନ, ସ୍ଥାନ ଏବଂ ସୁବିଧା ହେତୁ ଓଡିଶାର ଦେଶରେ ଏକ ପ୍ରମୁଖ ରପ୍ତାନୀକାରୀ ରାଜ୍ୟ ହେବାର ସମ୍ଭାବନା ରହିଛି।
ମୁଖ୍ୟ ସଚିବ, ବିକାଶ କମିଶନର, କୃଷି ଉତ୍ପାଦନ କମିଶନର 2017-18, 2018-19 ବର୍ଷ ପାଇଁ ମୁଖ୍ୟ ମିନିଷ୍ଟରଙ୍କ ତରଫରୁ ରପ୍ତାନିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଓଡିଶାର ମୋଟ 26 ରପ୍ତାନିକାରୀଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିଲା | ମୁଖ୍ୟ ଶାସନ ସଚିବ ଏମଏସଏମଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଗୁପ୍ତଚର (5-ଟି) ବ meeting ଠକକୁ ସଂଯୋଜନା କରିଥିଲେ।

କଟକ ଖାନନଗରକୁ ନୂଆରୂପ ଦେବେ ନବୀନ : ଗସ୍ତ ପୃର୍ବରୁ କାର୍ଯ୍ୟକ୍ରମ ସ୍ଥିତି ପରଖିଲେ ପ୍ରଣବ

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନୂଆରୂପର କାମ ଜୋରସୋର ଚାଲିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ କାମର ତଦାରଖ କରିଛନ୍ତି l ଭୁବନେଶ୍ୱର ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ କଟକ l ମୁଖ୍ୟମନ୍ତ୍ରୀ ଖାଁନ ନଗର ଠାରେ ବହୁପ୍ରତିକ୍ଷିତ ଆନ୍ତରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ ଶନିବାର କରିବେ l 12 ଏକର ପରିମିତ ଜମିରେ ହେବାକୁ ଯାଉଥିବା ଏହି ଷ୍ଟାଣ୍ଡ ଆଗାମୀ ଦିନରେ କଟକକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି। ଏଥିସହିତ ସହରବାସୀ ରାଜ୍ୟ ଓ ପଡୋଶୀ ରାଜ୍ୟର ଯାତ୍ରୀଙ୍କ ଦୀର୍ଘ ବର୍ଷର ଯାତାୟତ ସମସ୍ୟା ଦୂର ହେବାକୁ ଯାଉଛି l ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କଯ୍ୟକ୍ରମକୁ ସଫଳତାର ସହିତ ସମାପନ କରିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖିବାକୁ ମିଳିଛି। ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ କଟକ ଗସ୍ତ ପୂର୍ବରୁ କଟକ ଯାଇ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ସହ ପୁରା କାର୍ଯ୍ୟକ୍ରମର ତଦାରଖ କରିଛନ୍ତି l ଗ୍ରାଉଣ୍ଡକୁ ଯାଇ
ପୁରା କାର୍ଯ୍ୟକ୍ରମର ବୁଲି ଦେଖିଛନ୍ତି l ଆସନ୍ତାକାଲି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପୁଣ୍ୟଜନ୍ମ ତିଥି ଅବସର ରେକଟକ ସହର ତଥା ରାଜ୍ୟବାସୀ କୁଆଉ ଏକ ଉପହାର ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। 12 ଏକର ପରିମିତ ଜମିରେ ହେବାକୁ ଯାଉଛି,ଏହି ଆକର୍ଷଣୀୟ ବସ ଟର୍ମିନାଲ।ଏଠାରେ ଏକାଥରକେ 180 ଟି ବସ ରହିପାରିବ। ପୁରୁଣା ବସଷ୍ଟାଣ୍ଡ ରେ ଥିବା,ଅନୁଗୁଳ, ଭୁବନେଶ୍ୱର,ପୁରୀ ଷ୍ଟାଣ୍ଡରୁ ମଧ୍ୟ ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି, ଶିଳାନ୍ୟାସ ପରେ ଏହି ଜମି ଉପରେ ଉଛେଦ କାମ ଆରମ୍ଭ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି। କରୋନାରେ ବ୍ରେକ ଲାଗୁଥିବା ବିକାଶ ମୂଳକ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର l ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାରୁ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଏବେ ଉପକୂଳରୁ ଉତ୍ତର ଓ ଦକ୍ଷିଣ କରାଯିବା l ମୁଖ୍ୟମନ୍ତ୍ରୀ ଏହି ବିକାଶ ନକ୍ସାକୁ ଗ୍ରାଉଣ୍ଡ ନୀଳରୂପ ଦେଉଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l

Follow us

20,832FansLike
0FollowersFollow
14,700SubscribersSubscribe

Latest news