ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଟକ-ପୁରୀ ବାଇପାସ୍‌ ରୋଡରେ ଏଲଇଡି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଲୋକାର୍ପିତ….

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଟକ-ପୁରୀ ବାଇପାସ୍‌ ରୋଡରେ
ଏଲଇଡି ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଲୋକାର୍ପିତ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି । ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍‌ ରୋଡର ପଳାଶୁଣୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ଆଲୋକୀକରଣ କାର୍ଯ୍ୟକାରୀ କରାଯାଇଛି।

ଏହାଦ୍ବାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡିଚାଳକ ଓ ପଥଚାରୀ ମାନଙ୍କ ଯାତାୟତ ଅଧିକ ନିରାପଦ ହେବ ଏବଂ ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ବାରା ସଡକ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଟିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲ୍‌ଇଡି ଲାଇଟ ଲଗାଯାଇଛି ଏବଂ ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ ଲଗାଯାଇଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି।
ଭୁବନେଶ୍ବର ମହାନଗର ଅଞ୍ଚଳ ମଧ୍ୟରେ ନିଗମ ପକ୍ଷରୁ ଉଜ୍ଜଳ ଆଲୋକୀକରଣ କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ୪୦ ହଜାରରୁ ଅଧିକ ଲାଇଟ ଲଗାଯାଇଛି। ଖୁବ୍‌ଶୀଘ୍ର ଅଧିକ ଆଲୋକୀକରଣ ପାଇଁ ଆଉ ୬.୭ କୋଟି ଟଙ୍କା ବିନିଯୋଗ କରାଯିବ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବି‌ଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ବରର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ମ୍ୟୁନିସପାଲ ଆଡମିନିଷ୍ଟ୍ରେସନର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ସ୍ବାଗତ ଭାଷଣ ଦେଇଥିଲେ ଏବଂ ମହାନଗର ନିଗମର କମିଶନର ଶ୍ରୀ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଯାଜପୁରର ମୁନିସିପାଲିଟି ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ପ୍ରଣବ…

ଯାଜପୁର : ଯାଜପୁରର ମୁନିସିପାଲିଟି ହାଇସ୍କୁଲକୁ ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣଵ ପ୍ରକାଶ ଦାସ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି l ଏହି ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତୃପକ୍ଷ ଏବଂ ଆଲୁମିନି ସହ ଆଲୋଚନା କରିଛନ୍ତି ଯାଜପୁର ପୌର ପରିଷଦର ପୂର୍ବତନ ଅଧକ୍ଷ ଭବ ପ୍ରସାଦ ଦାସ । ଏହି ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ଗଢ଼ିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କହିଛନ୍ତି ବୋଲି ସେ କହିଥିଲେ l ବିଧାୟକ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରୁଥିବାରୁ ସ୍କୁଲ ତରଫରୁ ବିଧାୟକଙ୍କୁ ଧନ୍ୟବାଦ ଦିଆଯାଇଛି l

ଆଇ.ଟି.ଆଇ ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କଲେ ମୁଖ୍ୟମନ୍ତ୍ରୀ…

ଆଇ.ଟି.ଆଇ ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ
ଉପକୃତ ହେବେ ୩୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। କୋଭିଡ ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି ବାବଦରେ ଛାଡ ପାଇବେ।

ସବୁଜ ରଙ୍ଗରେ ରଙ୍ଗେଇଲା ନବରଙ୍ଗପୁର : ଉମରକୋଟରେ ନୂଆ ଉର୍ଜା ଭରିଲେ ବବି

ନବରଙ୍ଗପୁର : ସବୁଜମୟ ହୋଇଛି ନବରଙ୍ଗପୁର l ଏଥର ପୌର ଓ ପଂଚାୟତ ନିର୍ବାଚନ ଉମରକୋଟ ବି ସବୁଜମୟ l ଆଉ ଭୂଲ କରିବନି, ଏକ ହୋଇ ଓ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ କରି ମୁଖ୍ୟମନ୍ତ୍ରୀଙ୍କୁ ପୌର ଓ ପଂଚାୟତ ନିର୍ବାଚନରେ ଉମରକୋଟର ସବୁଠି ବିଜୟ କରି ଉପହାର ଦେବା l ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ନବରଙ୍ଗପୁର ଜିଲ୍ଲାର ରାୟିଘର ବ୍ଲକର ରାୟିଘର ମିନି ଷ୍ଟାଡିୟମ ଠାରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ବିଧାୟକ ପ୍ରାର୍ଥୀ ଜତିନ୍ଦ୍ର ଗଣ୍ଡ ତାଙ୍କ ପତ୍ନୀ ତଥା ଉମରକୋଟ ବିଧାୟିକା ପ୍ରାର୍ଥୀନୀ ଯଶୋଦା ଗଣ୍ଡ, କଂଗ୍ରେସ ସମର୍ଥିତ, ବିଜେପି ସମର୍ଥିତ ସରପଞ୍ଚ ଓ ପୂର୍ବତନ ସମିତି ସଭ୍ୟ ଏବଂ ୩ ହଜାରରୁ ଉର୍ଦ୍ଧ୍ବ କର୍ମୀ କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ଏପରି ଧମ୍ଭକ୍ତି ପ୍ରକାଶ କରିଛନ୍ତି l ଏହାସହ ଉମରକୋଟରେ ବିଜେଡି ଏବେ ଯେପରି ଶକ୍ତିଶାଳୀ ହୋଇଛି ସେ ବିଜେଡି ନେତା, କର୍ମୀଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରଣବ ନିଜ ଅଭିଭାଷଣରେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଲୋକମାନଙ୍କ ପ୍ରତି କର୍ତ୍ତବ୍ୟନିଷ୍ଠ ଏବଂ ନିଃସ୍ଵାର୍ଥପର ଭଲପାଇବା ଦେଖି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ), ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତି ନବରଙ୍ଗପୁର ବିଜେଡି କର୍ମୀ ଓ ନେତାଙ୍କ ଭିତରେ ଜୋସ ଭରିଦେଇଛି l ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ,ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ଶ୍ରୀଯୁକ୍ତ ମନୋହର ରାନ୍ଧାରି, ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ, ରାଜ୍ୟ ପରିଷଦ ସଦସ୍ୟ ଅର୍ଜୁନ ତ୍ରିପାଠୀ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁବାସ ଗଣ୍ଡ ଓ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଡିଜିଟାଲ ପ୍ଲାଟଫର୍ମରେ ଯାଜପୁର ହେବ ୧ ନମ୍ବର: ସଂକଳ୍ପ ନେଲା ଛାତ୍ର ବିଜେଡି..

ଯାଜପୁର : ସୋସିଆଲ ମିଡିଆରେ ବିଜେଡି ଓ ମୁଖ୍ଯମନ୍ତ୍ରୀଙ୍କ ସଂପର୍କରେ ଆଉ ନିନ୍ଦା ପ୍ରଚାର ସହିବନି ବିଜୁ ଛାତ୍ର ଜନତା ଦଳ l ଅପପ୍ରଚାରକାରୀଙ୍କୁ ତଥ୍ଯ ଭିତ୍ତିକ ଜବାବ ଦେବାକୁ ଛାତ୍ର ବିଜେଡି ନିଜକୁ ପ୍ରସ୍ତୁତ କରିଛି । ବିରଜା କ୍ଷେତ୍ରରୁ ଏହି ଅଭିଯାନ ଆରମ୍ଭ କରିଛି ଦଳ l ଆଜି ବିଜୁ ଛାତ୍ର ଜନତା ଦଳ ଯାଜପୁର ଜିଲ୍ଲା ତରଫରୁ ଅମ୍ବିକାମଣ୍ଡପ ଠାରେ ଏକ ସମ୍ବର୍ଦ୍ଧନା ସଭା ଏବଂ digital workshop ଅନୁଷ୍ଠିତ ଏନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ l ଜିଲ୍ଲା ସଭାପତି ସୌମ୍ୟପ୍ରକାଶ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଯାଜପୁରର ପୂର୍ବତନ ପୋୖରାଧକ୍ଷ ଭାବପ୍ରସାଦ, ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ଜିଲ୍ଲା ଛାତ୍ର ପର୍ଯ୍ୟବେକ୍ଷକ ଅଜିତ ବେହେରା,ସ୍ୱାଗତିକା ମହାନ୍ତି ପ୍ରମୁଖ ଯୋଗଦେଇ ଜିଲ୍ଲାରେ କିପରି ଡିଜିଟାଲ ପ୍ଲାଟଫର୍ମକୁ ଛାତ୍ର ବିଜେଡି ଜରିଆରେ ଅଧିକ ଶକ୍ତିଶାଳୀ କରାଯିବ ତାହାରି ଉପରେ ଆଲୋଚନା କରିଥିଲେ l ଏହି ଅବସରରେ ଛାତ୍ର ନେତାମାନେ କହିଥିଲେ ଯେ ଏବେ ଆଦୌ ଢିଲା ହେବାର ସମୟ ନୁହେଁ। ପ୍ଲାଟଫର୍ମ ତିଆରି ସରିଛି ବିଲ୍ଡିଂ ତିଆରି ବାକି। ତେଣୁ ସେ ନୂଆ ସୋପାନ ଗଢ଼ିବାରେ ଛାତ୍ର ନେତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ୨୪ ଘଣ୍ଟା ଦଳ କଥା ଭାବିବା ଓ ନେତାଙ୍କର କାମକୁ ସବୁଠି ପହଞ୍ଚାଇବା ଆମର କର୍ତ୍ତବ୍ଯ ହେବା ଦରକାର ବୋଲି ଛାତ୍ର ନେତାମାନେ ଉପସ୍ଥିତ ଛାତ୍ର ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା କମିଟିର ସମସ୍ତ କର୍ମକର୍ତା ସମସ୍ତ ବ୍ଲକ ମୁନ୍ସୀପାଲିଟିର ସଭାପତି ମାନେ ଯୋଗ ଦେଇ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ଏବଂ digital drive ରେ ଯାଜପୁର ଜିଲ୍ଲା କିଭଳି ୧ ନମ୍ବର ଜିଲ୍ଲା ହେବ ସେ ଦିଗରେ କାମ କରିବାକୁ ସଂକଳ୍ପ ନେଇଥିଲେ l ଶେଷରେ ଜିଲ୍ଲାରବରିଷ୍ଠ କର୍ମକର୍ତା ମାନଙ୍କୁ ବ୍ଲକ ଓ ମୁନ୍ସୀପାଲିଟିର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି l ସେମାନେ ହେଲେ ଯାଜପୁର ଦିନେଶ ସାହୁ,ଦଶରଥପୁର ସଞ୍ଜୟ ବେହେରା, ଧର୍ମଶାଳା ପାର୍ଥ ମହାପାତ୍ର ବିଂଝାରପୁର ସଂଗ୍ରାମ ସାଗର ଦେଓ
ଯାଜପୁର ମୁନ୍ସୀପାଲିଟି ନିହାର ରଞ୍ଜନ, ବରୀ ଦେବାଶିଷ ବରାଳରସୁଲପୁର ରୋମିଓ ରୋପଣ ରାଉତ, କୋରେଇ ସ୍ମୃତି ରଂଜନ ଦାସ, ସୁକିନ୍ଦା ମନୋଜ ସାମଲ ଦାନଗଦି ସୁଶାନ୍ତ ପଣ୍ଡା, ବ୍ୟାସନଗର ସମ୍ବିତ ଜେନା, ବଡ଼ଚଣା ପାଇଁ ସନ୍ଦୀପ ମହାପାତ୍ର ଦାୟିତ୍ୱ ଦିଆଯାଇଛି l

କେନ୍ଦ୍ର ବଜେଟରେ ଓଡିଶାର ଭାଗ କମିବ : ନବୀନ

ଭୁବନେଶ୍ୱର : କୋଭିଡ ପରବର୍ତ୍ତି ସ୍ଥିତିରେ ଏହା ହେଉଛି ପ୍ରଥମ ବଜେଟ୍ ଏବଂ ସେଠାରେ ଅନେକ ନୂତନ ଚ୍ୟାଲେଞ୍ଜ ଅଛି ଯାହା ଏହି ବଜେଟ୍ ସମାଧାନ କରିବ ବୋଲି ଆଶା କରାଯାଉଛି । ବଜେଟରେ କେତେକ ସକରାତ୍ମକ ଦିଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅଭିବୃଦ୍ଧି ପାଇଁ କ୍ୟାପିଟାଲ ଇନଭେଷ୍ଟମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ସେହିପରି କୋଭିଡ୍ ଭ୍ୟାକସିନ୍ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି । ବିତ୍ତୀୟ ନିଅଣ୍ଟ ଭରଣା ପାଇଁ କଠୋର ନିଷ୍ପତ୍ତି ନିଆଯାଇଛି । ଆତ୍ମନିର୍ଭର ଭାରତ ପାଇଁ ମଧ୍ୟମ ଓ ଦୀର୍ଘକାଳୀନ ଭିଜନ ପ୍ରସ୍ତୁତ କରାଯାଇଛି । ତେବେ କେନ୍ଦ୍ରୀୟ ଟିକସରେ ଓଡ଼ିଶା ବ୍ୟାପକ ଭାବେ ପ୍ରଭାବିତ ହେବ । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ହରାଇବ ୧୦,୮୪୦କୋଟି । ସେହିପରି ପଞ୍ଚଦଶ ଅର୍ଥ କମିଶନ ସୁପାରିସରେ କମିବ ଓଡ଼ିଶାର ଭାଗ । ଆସନ୍ତା ୫ବର୍ଷ ପାଇଁ ଅର୍ଥ କମିଶନ ହାର ୪.୬ରୁ ୪.୫%କୁ ହ୍ରାସ ପାଇବ ବୋଲି ନବୀନ କହିଛନ୍ତି ।

ରାଜ୍ୟ ପାଇଁ ରେଳବାଇ ଓ ରାଜପଥରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ସମେତ ସାମାଜିକ କ୍ଷେତ୍ରରେ ଅଧିକ ପୁଞ୍ଜିର ଆବଶ୍ୟକତା ରହିଛି । ଏଥିସହ ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି ନବୀନ କହିଛନ୍ତି । ମହିଳା, ଚାଷୀ, MSMEକୁ ଋଣ ଦେବାରେ ବ୍ୟାଙ୍କକୁ ଉତ୍ତରଦାୟୀ କରାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଓଡ଼ିଶା ପରି ଗ୍ରୀନ କେନ୍ଦ୍ରୀୟ ବଜେଟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । କେନ୍ଦ୍ର ବଜେଟରେ ମିଶନ ଶକ୍ତିକୁ ଦିଆଯାଇଛି ପ୍ରାଧାନ୍ୟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଏଥିସହ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍‌ କରିବାକୁ ଦାବି କରିବା ସହ ଓଡ଼ିଶା ଏନେଇ ଲଢେଇ ଜାରି ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁଲୋଚନା ଦାସଙ୍କ ବହିସ୍କାର ଦାବି କଳା କଂଗ୍ରେସ…

ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସଙ୍କ ବହିସ୍କାର ଦାବି କଳା କଂଗ୍ରେସ
ଭୁବନେଶ୍ୱର : ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ମହାସଂଘ, ପଳାସପଲ୍ଲୀ ସମେତ ରାଜ୍ୟର ଏପରି ବହୁ ଦିବ୍ୟାଙ୍ଗ ଅନୁଷ୍ଠାନରେ ବ୍ୟାପକ ଅର୍ଥ ତୋଷାରପାତ, ପିଲା ନଥାଇ ଅନୁଷ୍ଠାନରେ ପିଲା ଦେଖାଇ ଅର୍ଥ ହରିଲୁଟ ଓ ଦିବ୍ୟାଙ୍ଗ ଭାଇଭଉଣୀଙ୍କ ଅଭିଯୋଗର ଆଦୌ କର୍ଣ୍ଣପାତ ନକରିବା, ନିଜ ନିଜର କର୍ତବ୍ୟରେ ସଂପୂର୍ଣ୍ଣ ଅବହେଳା କରିବା ସହ ଫେରାର ସୁରେଶ ଚନ୍ଦ୍ର ବେହେରାଙ୍କୁ ଅହେତକୁ ଅନୁକମ୍ପା ଦେଖାଇ ପୁରସ୍କୃତ କରିବା ଓ ମୁଖ୍ୟମନ୍ତ୍ରୀ ମହାଶୟଙ୍କ ଠାରୁ ପୁରସ୍କାର ଦେବା, ଅର୍ଥ ହେର ଫେରର ଅଡିଟ ନକରିବା ଆଦି ଘଟଣାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା, ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସଙ୍କୁ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ବହିସ୍କାର କରିବାକୁ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଓ ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଦୃଢ଼ ଦାବି କରିଛନ୍ତି । ଏପରିକି ଅର୍ଥ ହେରଫେର, ତୋଷାରପାତକୁ ନେଇ ଆସନ୍ତାକାଲି କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଲୋକାୟକ୍ତଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବାକୁ ଶ୍ରୀଯୁକ୍ତ ଗୁରୁ ସୂଚନା ଦେଇଛନ୍ତି । ବିଭାଗୀୟ ସଚ୍ଚିବ ଓ ଉପସଚ୍ଚିବ ଶ୍ରୀଯୁକ୍ତ ଅମ୍ବିକା ପଟ୍ଟନାୟକଙ୍କ ସଂପୃକ୍ତିର ନିରପେକ୍ଷ ତଦନ୍ତ କରିବାକୁ ଶ୍ରୀଯୁକ୍ତ ଗୁରୁ ଓ ମହାପାତ୍ର ଦୃଢ଼ ଦାବି କରିଛନ୍ତି । ପ୍ରକାଶଥାଉକି ଜାନୁଆରୀ ୨୫ରେ ପିସିସି ଜାନୁଆରୀ ୨୫ରେ ପିସିସି ଅନୁସନ୍ଧାନ କମିଟି ଘଟଣାସ୍ଥଳ ପରିଦର୍ଶନ ଓ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ପରେ ପଳାସପଲ୍ଲୀ ଅନୁଷ୍ଠାନର ସଂପାଦକ ସୁରେଶକୁ ପୋଲିସ ଗିରଫ ନକରିବା, ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସୁରେଶକୁ ସମସ୍ତ କାର୍ଯ୍ୟରେ ଅବିବାହିତା ମଧୁ ମଞ୍ଜରୀ ଧଳ ସକ୍ରିୟ ସହଯୋଗ କରିଆସୁଥିବାରୁ ଆଜି ପୋଲିସ୍ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇ ନିଜ କାମ ସାରିଦେବା ଉଚିତ୍ ନଥିଲା । ଏପରି ଘଟଣାରେ ବହୁ ପ୍ରଭାବଶାଳୀ ରାଜନେତା, ସରକାରୀ ବାବୁ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସଂପୃକ୍ତି ଥିବାରୁ ସେମାନଙ୍କର କଲ ରେକର୍ଡକୁ ଯାଂଚ କରିବା ପାଇଁ ପିସିସିର ପ୍ରାକ୍ତନ ମୁଖପାତ୍ର ଶ୍ରୀଯୁକ୍ତ ଗୁରୁ ଦୃଢ଼ ଦାବି କରିଛନ୍ତି । ଯେପର୍ଯ୍ୟନ୍ତ ଏ ଘଟଣାର ପର୍ଦାଫାଶ ନ ହୋଇଛି କଂଗ୍ରେସ ନୀରବରେ ରହିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ଗୁରୁ ଓ ଶ୍ରମତୀ ମହାପାତ୍ର ପ୍ରକାଶ କରିଛନ୍ତି । ଭିନ୍ନକ୍ଷମ ଆୟୋଗଙ୍କ ଗଣମାଧ୍ୟମରେ ବିବୃତି ଯଦି ସତ ହୋଇଥାଏ ତେବେ ନୈତିକତା ଦୃଷ୍ଟିରୁ ଏତେଦିନ ଚୁପ ରହିବା ତାଙ୍କର ଅସଲ ଚିତ୍ର, ଚେହେରା, ଚରିତ୍ର ଚାଲକୁ ପରିପ୍ରକାଶ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ପ୍ରକାଶ କରିଛନ୍ତି । ନିଜ ପଦବୀର ପଦମର୍ଯ୍ୟାଦାକୁ ହାନି କରିବା, ଆୟୋଗର ଗାରିମାକୁ ନଷ୍ଟ କରିବା ସବୁ ଜାଣିବି ଚୁପ ରହିବା, ଏପରି ଅନୁଷ୍ଠାନର ଅଡିଟ ଆଦି ନହେବା ଓ ଅର୍ଥ ତୁଷାରପାତ ଘଟଣାର ତଦନ୍ତ କରି ସତ୍ୟାସତ୍ୟକୁ ପର୍ଦାଫାଶ ନକରିବା ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ଶ୍ରୀଯୁକ୍ତ ଗୁରୁ ମତବ୍ୟକ୍ତ କରିଥିଲେ । ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ସ୍ୱାଭିମାନ ଜଳାଞ୍ଜଳି ଦେଇଥିବାରୁ ମନ୍ତ୍ରୀ ପଣ୍ଡା ଏବଂ ଆୟୋଗ ଅଧ୍ୟକ୍ଷା ଦାସ ତୁରନ୍ତ ଇସ୍ତଫା ଦେବାକୁ ଉଭୟ ନେତା ଦାବୀ କରିଛନ୍ତି ।

ଯବାନ ହୋଇ ଲଢ଼, ଅପପ୍ରଚାର ବିରୋଧରେ : ପ୍ରଣବ..

ଭଦ୍ରକ ପରେ କୋରାପୁଟରେ ବିଜେଡି ନେତା ଓ କର୍ମୀଙ୍କୁ ପ୍ରଣବଙ୍କ ମନ୍ତ୍ର : ଲୋକଙ୍କ ପାଇଁ ଅଧିକ କାମ କର,

ଲୋକେ ବିଜେଡିର ମାଲିକ. 

ଶୋଷଣ ବିରୋଧରେ ନୁହେଁ , ଏବେ ଭାଷଣ ବିରୋଧରେ ଲଢ଼ିଇ
ମୁଖ୍ଯମନ୍ତ୍ରୀ ନୁଆ ଓଡିଶା ଗଠନର ହୁଅ ସାରଥୀ
ତୃଣମୂଳ ସ୍ତରରେ ସଂଗଠନକୁ କର ଫୋକସ

କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୁଅ l ଅଧିକରୁ ଅଧିକ ସମୟ ଲୋକଙ୍କ ପାଇଁ କାମ କର l କାରଣ ଲୋକେ ହେଉଛନ୍ତି ବିଜେଡ଼ର ମାଲିକ l ସେମାନଙ୍କ ସୁଖ ଦୁଃଖର ସାଥି ହୋଇ ସବୁବେଳେ ଛିଡା ହେବାକୁ ପଡିବ l ତାହାଲେ ଯାଇ ମୁଖ୍ୟମନ୍ତ୍ରୀ ଯେଉଁ ନୂଆ ଓଡିଶା ଗଠନର ସ୍ବପ୍ନ ଦେଖିଛନ୍ତି ତାହା ବାସ୍ତବ ରୂପନେବ l ଆମ ସରକାର ସବୁବେଳେ ବିକାଶକୁ ଗୁରୁତ୍ୱ ଦିଏ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କାମ ଅଧିକ କରିବାକୁ ପସନ୍ଦ କରନ୍ତି l ଆଜି କିଛି ଦଳ କେବଳ ଭାଷଣରେ ଚାଲିଛନ୍ତି l ଅପପ୍ରଚାରରେ ମାତିଛନ୍ତି l  ଆମ ସମସ୍ତଙ୍କୁ ଏହା ଉପରେ ନଜର ଦେବାକୁ ହେବ l ଲୋକଙ୍କୁ ସତ ଜଣାଇବାକୁ ପଡିବ l କୋରାପୁଟରେ ବିଜେଡି କର୍ମୀ ଓ ନେତାଙ୍କୁ ଏପରି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l  ଆଜି କୋରାପୁଟରେ  ଅନୁଷ୍ଠିତ ବିଜେଡି କର୍ମୀ ସମାବେଶକୁ ଉଦବୋଧନ ଦେଇ ପ୍ରଣବ କେନ୍ଦ୍ର ବିରୋଧରେ ବର୍ଷିବା ସହ ଏବେ ମିଥ୍ୟା ଭାଷଣ ବିରୋଧରେ ଲଢେଇ କରିବାକୁ ବିଜେଡି ନେତାଂକୁ ଆହ୍ୱାନ ଦେଇଛନ୍ତି l ପ୍ରଣବ କହିଛନ୍ତି ଯେ ଏବେ ଶୋଷଣ ନୁହେଁ, ଭଷଣ ବିରୁଦ୍ଧରେ ଲଢିବାକୁ ପଡିବ l ତେଣୁ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ମଜବୁତ କରିବାକୁ ପଡିବ l ଏହାସହ କୋରାପୁଟ ଜିଲ୍ଲାର ବିକାଶ ରଥକୁ ଆହୁରୀ ଆଗେଇ ନେବାକୁ ସେ ପରାମର୍ଶ ଦେଇଥିଲ l ଏହି ଅବସରରେ ଯୁବ ଓ ଛାତ୍ର ମାନଂକୁ ଆହ୍ୱାନ କରି ସେ କହିଥିଲେ ଯେ ଦଳକୁ ଅଧିକ ମଜବୁତ କରିବା ପାଇଁ ଅଧିକ ସମୟ ଦିଅ l ନିଜ ନିଜ ଅଞ୍ଚଳରେ ନେତ୍ରୁତ୍ୱ ନେବାର ଦାୟିତ୍ୱ ଆପଣଙ୍କ ଉପରେ ରହିଛି। ତେଣୁ ପ୍ରତ୍ୟେକ ଗରିବ ଲୋକଙ୍କ ସେବା କରିବାକୁ ସେ ଯୁବ ଓ ଛାତ୍ର ନେତାଂକୁ ପରାମର୍ଶ ଦେଇଥିଲେ ନିଜ ଭାଷଣରେ ପ୍ରଣବ l

ଏହି ଅବସରରେ ସମ୍ମିଳନୀରେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଚଦ୍ର ସାରଥୀ ବେହେରା, ଜିଲ୍ଲା ବିଜେଡି ସଭାପତି,ଲକ୍ଷ୍ମୀପୁର ବିଧାୟକ, ବିଜେଡି କର୍ମୀ ଓ ନେତାମାନେ ଉପସ୍ଥିତ ରହି ଆଗାମୀ ଦିନରେ ଜିଲ୍ଲାରେ ସଂଗଠନ କିପରି ତୃଣମୂଳ ସ୍ତରରେ ଅଧିକ ମଜବୁତ ହେବ ତାହାରି ଉପରେ ଆଲୋଚନା କରିଥିଲେ l

ଅଶୋକ ସ୍ମାରକୀ କ୍ରିକେଟ ମ୍ୟାଚ ଆରମ୍ଭ……

ଯାଜପୁର : ଯାଜପୁର କିଲାପଡିଆ ଗ୍ରାଉଣ୍ଡରେ ନବମ ଅଶୋକ ଦାସ ମେମୋରିଆଲ କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି l ଏହି କ୍ରିକେଟ୍ ଟୁର୍ନାମେଣ୍ଟକୁ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ତଥା ଯାଜପୁରର ବରିଷ୍ଠ ରାଜନେତା ଯଯାତି କେଶରୀ ଦାସ ଉଦଘାଟନ କରିଛନ୍ତି l  ଶ୍ରୀ ଦାସ ଖେଳାଳି ମାନଙ୍କୁ ସ୍ୱାଗତ କରିବା ସହ ଖେଳାଳୀ ମାନଙ୍କୁ ଖେଳୁଆଡ଼ ମନଭାଵ ନେଇ ଖେଳିବାକୁ କହିଥିଲେ । ତାଙ୍କ ସହ ଯାଜପୁରର ଯୁବ ନେତା ଭଵ ପ୍ରସାଦ ଦାସ ଉପସ୍ଥିତ ଥିଲେ l
ଉଦଘାଟନ ମ୍ୟାଚରେ ଭଦ୍ରକ ଚରମ୍ପା କଟକ ଟିମକୁ ଭେଟିଥିଲା। ଏଥିରେ ମୋଟ 8ଟି ଦଳ ଭାଗ ନେଇଛନ୍ତି l ଆସନ୍ତା 8ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ବିଜେତା ଟିମକୁ 50ହଜାର ଟଙ୍କା ପୁରସ୍କାର ଦିଆଯିବ l

କେବେ ଶୋଷଣ ବିରୋଧରେ ଲଢୁଥିଲେ, ଏବେ ଭାଷଣ ବିରୋଧରେ ଲଢ଼ିବା : ପ୍ରଣବ

ବିଜେଡି ଯୁବ ଓ ଛାତ୍ର ନେତାଙ୍କୁ ପ୍ରଣବଙ୍କ ମନ୍ତ୍ର : କହିଲେ ସାଜ ନବୀନଙ୍କ ରକ୍ଷକ କବଜ

କେବେ ଶୋଷଣ ବିରୋଧରେ ଲଢୁଥିଲେ, ଏବେ ଭାଷଣ ବିରୋଧରେ ଲଢ଼ିବା
* ନବୀନଙ୍କ ବିରୋଧରେ ମିଛ ପ୍ରଚାରକକୁ ଦିଅ ତଥ୍ଯ ଭିତ୍ତିକ ଜବାବ
* ମୁଖ୍ଯମନ୍ତ୍ରୀ ଲକ୍ଷ୍ୟ ଓ ତାଙ୍କ ନୀତି ଘରେ ଘରେ ଜଣାଅ

() ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଭଦ୍ରକରେ ଅନୁଷ୍ଠିତ ଛାତ୍ର ଓ ଯୁବ ସମାବେଶକୁ ଉଦବୋଧନ ଦେଇ କେନ୍ଦ୍ର ବିରୋଧରେ ବର୍ଷିବା ସହ ଏବେ ମିଥ୍ୟା ଭାଷଣ ବିରୋଧରେ ଲଢେଇ କରିବାକୁ ଆହ୍ୱାନ ଦେଇଛନ୍ତି l ପ୍ରଣବ କହିଛନ୍ତି ଯେ ଏବେ କେନ୍ଦ୍ରରେ ଜୁଲାର ସରକାର ଚାଲିଛି। ପୂର୍ବରୁ ଶୋଷଣର ସରକାର ବିରୁଦ୍ଧରେ ଆମେ ଲଢୁଥିଲୁ । ଆଉ ଏବେ ଭାଷଣର ସରକାର ବିରୁଦ୍ଧରେ ଲଢିବା l ଶୋଷଣ ବିରୁଦ୍ଧରେ ଲଢିଲଢି ରାଜ୍ଯରୁ କଂଗ୍ରେସକୁ ନିପାତ କରିଛୁ। ଏବେ ଭଷଣ ବିରୁଦ୍ଧରେ ଲଢିଲଢି ନିପାତ କରିବୁ ବୋଲି ପ୍ରଣବ ଉପସ୍ଥିତ ଯୁବ ଓ ଛାତ୍ର ନେତାଂକୁ କହିଥିଲେ l ଏହାସହ ଏବେ ସୋସିଆଲ ମିଡିଆରେ ଯେପରି ବିଭ୍ରାନ୍ତି କରାଯାଉଛି ତାହାର କଡାଜବାବ ଦେବାକୁ ସେ କହିଥିଲେ l ଉଦାହରଣ ଦେଇ ପ୍ରଣବ କହିଥିଲେ ଯେ ଏବେ ପୁରା ବିଶ୍ୱ ଏକ ସୂତ୍ରରେ ଯୋଡି ହୋଇଛି l ହେଲେ ତଥାପି ପୃଥିବୀରେ ଭୟ, ଆତଙ୍କବାଦ ଏବଂ ବିଛିନ୍ନତାବାଦ ରହିଛି l ଏହାକୁ ଆମକୁ ପ୍ରତିରୋଧ କରିବାକୁ ହେବ l ସେହିପରି ବିଜେପି ନାଁ ନନେଇ ପ୍ରଣବ କହିଥିଲେ ଯେ ଏବେ କିଛି ଲୋକ ଓ ରାଜନୈତିକ ଦଳ ଅଯଥା ରାଜନୀତି କରୁଛନ୍ତି l ରାଜ୍ୟ ସରକାର ସବୁ ଧାନ ଉଠାଇବାକୁ ପ୍ରତିଶୃତିବଦ୍ଧ। କିନ୍ତୁ ଚାଉଳ ଉଠାଇବା ପାଇଁ କେନ୍ଦ୍ର ସହଯୋଗ କରୁନି। ମାତ୍ର ଦୁଇ ହଜାର କୋଟି ପ୍ରଦାନ କଲେ ପଶ୍ଚିମ ଓଡ଼ିଶାରେ ଗୋଟିଏ ବି ଧାନ ରହିବ ନାହିଁ। ଏକଥା ଯେତେବେଳେ ବିଜେଡି ସାଂସଦ ମାନେ ଉଠାଇଲେ ସେତେବେଳେ ବଡ ବଡ କଥା କହୁଥିବା ରାଜନୈତିକ ଦଳ ଓ ତାଙ୍କର mp ମାନେ ସହଯୋଗ କଲେ ନାହିଁ l ଏଥିରୁ ଚାଷୀଙ୍କ ପ୍ରତି ସେମାନଙ୍କ ଦରଦ କେତେ ତାହା ସ୍ପଷ୍ଟ ଜଣାପଡୁଛି l ତେଣୁ ସୋସିଆଲ ମିଡିଆରେ ଚାଲିଥିବା ଅପପ୍ରଚାରକୁ ଦୃଢ ହସ୍ତରେ ଜବାବ ଦେବାକୁ ଯୁବ ଛାତ୍ର ନେତୃତ୍ବ ଙ୍କୁ ମୁଁ ଆହ୍ବାନ କରୁଛି । ଯୁବଛାତ୍ର ମାନେ ସବୁ ସମୟରେ ନବୀନ ପଟ୍ଟନାୟକଙ୍କ ସହ ରହି ବିକାଶ କାମକୁ ଆଗେଇ ନେବେ ବୋଲି ଭଦ୍ରକରେ ପ୍ରଣବ ଦମ୍ଭକ୍ତି ପ୍ରକାଶ କରିଛନ୍ତି l ଯୁବ ଓ ଛାତ୍ର ମାନଂକୁ ଆହ୍ୱାନ କରି ସେ କହିଥିଲେ ଯେ
ଚିତାବାଘ ଭଳି ସାହସ ଓ ଦକ୍ଷତା ତୁମ ଭିତରେ ଭରି ରହିଛି। ସମ୍ଭାବନାର ଏକ ବଡ଼ ଦାୟିତ୍ୱ ଆପଣଙ୍କ ମୁଣ୍ଡ ଉପରେ। ସାରା ରାଜ୍ଯରେ ସମ୍ଭାବନା ଓ ସୁଯୋଗର ସ୍ବର୍ଣ୍ଣିମ ବେଳାଭୂମି ତିଆରି କରିଛନ୍ତି ମୁଖ୍ଯମନ୍ତ୍ରୀ। ଏହାକୁ ଆଗକୁ ନେବା ନିଜ ନିଜ ଅଞ୍ଚଳରେ ନେତ୍ରୁତ୍ୱ ନେବାର ଦାୟିତ୍ୱ ଆପଣଙ୍କ ଉପରେ ରହିଛି। ବିଜେଡିର ବଡ଼ ଶକ୍ତି ହେଉଛନ୍ତି ଏହାର ଯୁବଛାତ୍ର ଗୋଷ୍ଠୀ ବୋଲି ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ଅବସରରେ କହିଥିଲେ l ପୀଢ଼ିପରେ ପୀଢ଼ି ନେତାଙ୍କୁ ତିଆରି କରିଛନ୍ତି ମୁଖ୍ଯମନ୍ତ୍ରୀ। ପ୍ରତିଥର ତାଙ୍କ ଉପରେ ଲୋକଙ୍କର ଆସ୍ଥା ଓ ଭରସା ବଢୁଛି। ସମସ୍ତ ସ୍ୱାର୍ଥ ତ୍ଯାଗ କରି ସେ ସବୁବେଳେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ କଥା ଚିନ୍ତା କରୁଛନ୍ତି। ଏଭଳି ସ୍ଥିତିରେ ତାଙ୍କର ମନ୍ତ୍ରରେ ଅନୁପ୍ରାଣିତ ହୋଇ ତାଙ୍କର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଣବ। ନବୀନିଜୀମ୍ କଣ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାର କାମ ଛାତ୍ର ନେତାଙ୍କର ବୋଲି ସେ କହିଛନ୍ତି। ୨୦ ବର୍ଷ ତଳେ ଦେଶବାସୀ ଯେଉଁ ଓଡ଼ିଶାକୁ ଭୋକର ଭୁଗୋଳ ବୋଲି ଜାଣୁଥିଲେ ଆଜି ଏହା ଏକ ସମ୍ଭାବନାର ରାଜ୍ଯ ହୋଇପାରିଛି। ତାହା କଳାହାଣ୍ଡିରୁ ଆରମ୍ଭ ହୋଇଛି l ତେଣୁ ପ୍ରତ୍ୟେକ ଗରିବ ଲୋକଙ୍କ ସେବା କରିବାକୁ ସେ ଯୁବ ଓ ଛାତ୍ର ନେତାଂକୁ ପରାମର୍ଶ ଦେଇଥିଲେ ନିଜ ଭାଷଣରେ l
ଏହି ଅବସରରେ ସେ ଛାତ୍ର ଓ ଯୁବଙ୍କୁ କହିଥିଲେ ଯେ ଏବେ ଆଦୌ ଢିଲା ହେବାର ସମୟ ନୁହେଁ। ପ୍ଲାଟଫର୍ମ ତିଆରି ସରିଛି ବିଲ୍ଡିଂ ତିଆରି ବାକି। ତେଣୁ ସେ ନୂଆ ସୋପାନ ଗଢ଼ିବାରେ ଛାତ୍ର ନେତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ୨୪ ଘଣ୍ଟା ଦଳ କଥା ଭାବିବା ଓ ନେତାଙ୍କର କାମକୁ ସବୁଠି ପହଞ୍ଚାଇବା ଆମର କର୍ତ୍ତବ୍ଯ ହେବା ଦରକାର ବୋଲି ପ୍କଣବ କହିଛନ୍ତି l ଏବେ ଯୁବ ଛାତ୍ର ନେତାମାନେ ନବୀନ ଦ୍ୱାରା ଅନୁପ୍ରାଣିତ ହୋଇ ନାଚିବେ ଓ ଲଢ଼ିବେ l

Follow us

20,832FansLike
0FollowersFollow
14,700SubscribersSubscribe

Latest news