ପ୍ରକାଶ ପାଇଲା ଦଳ ସମ୍ପର୍କରେ ଜ୍ଞାନ ପରୀକ୍ଷା ଫଳ,
ପରୀକ୍ଷା କରିଥିଲେ ପ୍ରଣବ….
ପାର୍ଟି ଅଫିସରେ କରିଥିଲେ ପରୀକ୍ଷା
୨୦ ମିନିଟରେ ୨୫ ପ୍ରଶ୍ନର ଉତ୍ତର ଦେଇଥିଲେ ବିସିଜେଡି ନେତା
ପାସ ନେତାଙ୍କୁ ନବୀନ ଦେଲେ ପୁରସ୍କାର
ଭୁବନେଶ୍ୱର : ବିଜେଡି ସାଂଗଠିନକ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାମାନଙ୍କର ଯେଉଁ ପରୀକ୍ଷା କରାଇଥିଲେ ତାହାର ଫଳ ଆଜି ପ୍ରକାଶ ପାଇଛି । ନିଜ ଦଳକୁ, ଦଳର ନେତାଙ୍କୁ ଏବଂ ଯାହାଙ୍କ ନାଁରେ ଦଳ ପ୍ରତିଷ୍ଠା ହୋଇଛି ତାଙ୍କୁ ଛାତ୍ର ନେତାମାନେ କେତେ ଜାଣିଛନ୍ତି ସେସବୁର ପରୀକ୍ଷା କରାଇଥିଲେ ବିଜେଡି ସଂଗଠନ ସମ୍ପାଦକ l ପ୍ରଥମଥର ପାଇଁ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନୂଆ ଚିନ୍ତାଧାରାରେ ଛାତ୍ରଛାତ୍ରୀ ଦେଇଥିବା ଏପରି ପରୀକ୍ଷାର ଫଳ ଆଜି ପ୍ରକାଶ ପାଇଛି l ୨୦ ମିନିଟରେ ଛାତ୍ରଛାତ୍ରୀମାନେ ୨୫ଟି ପ୍ରଶ୍ନର ଉତ୍ତର ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦଳ ଓ ନେତାଙ୍କ ସଂପର୍କରେ କେତେ ଜ୍ଞାନ ଅଛି ସେ ସବୁର ପ୍ରମାଣ ପରୀକ୍ଷା କରାଇଥିଲେ ପ୍ରଣବ । ପରୀକ୍ଷାରେ ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକ ଓ ବିଜେଡି ସଂପର୍କରେ ୨୫ଟି ପ୍ରଶ୍ନ ରହିଥିଲା । ଏହାର ଉତ୍ତର ଦେଇଥିଲେ ଛାତ୍ର ପ୍ରତିନିଧି । ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜେଡ଼ିର ନୂଆପିଢିକୁ ବିଜୁ ଓ ନବୀନଙ୍କ ସଂପର୍କରେ କେତେକ ଜାଣିଛନ୍ତି ସେ ଦକ୍ଷତା ଏହି ପରୀକ୍ଷା ମାଧ୍ୟମରେ ମାପିଥିଲେ । ପ୍ରଥମଥର ପାଇଁ କାର୍ଯ୍ୟକାରିଣୀ ବୈଠକରେ ଏପରି ପରୀକ୍ଷା ଦେଇ ନୂଆ ଅନୁଭୂତି ସାଉଁଟିଥିଲେ ସମସ୍ତେ । କାର୍ଯ୍ୟକାରିଣୀରେ ଦୀର୍ଘ ଅଢେଇ ଘଣ୍ଟାର କସରତ ଭିତରେ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା l ଯେଉଁମାନେ ପରୀକ୍ଷାରେ ପାସ ହେବେ ସେମାନଙ୍କୁ ପୁରସ୍କାର ବାବଦରେ ଆଇ ଫୋନ ଦିଆଯିବ ବୋଲି ପ୍ରଣବ ଘୋଷଣା କରିଥିଲେ l
ପାଠ । ଆଜି ଯେଉଁମାନେ ସଠିକ ଉତ୍ତର ଦେଇ ଭଲ ନମ୍ବର ରଖିଛନ୍ତି ସେମାନଂକୁ ଆଇ ଫୋନ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ l ଛାତ୍ରଛାତ୍ରୀମାନେ ଦଳର ଏପରି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି l ବିଶେଷ କରି ସଂଗଠନ ସମ୍ପାଦକର ଦଳ ଓ ଦଳର ସଭାପତି ଓ ଛାତ୍ରଛାତ୍ରୀଙ୍କୁ ରାଜନୀତିର ଏପରି ନିଆରା ଶୈଳୀକୁ ବେଶ ପ୍ରସଂଶା କରିଛନ୍ତି l