ନୂଆପଡ଼ାରେ ବଢୁଛି କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାଷଣରୁ ସଂକେତ

ନୂଆପଡ଼ାରେ କଂଗ୍ରେସର ଶକ୍ତିବୃଦ୍ଧି ପାଉଛି। ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଅଭିଭାଷଣରେ ଏ ସଂକେତ ଦେଇଛନ୍ତି । ସିଧା ସିଧା କହିଛନ୍ତି ନୂଆପଡ଼ାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେଡି ସହ ନୁହେଁ ଏଥର ଲଢେଇ କଂଗ୍ରେସ ସହ ହେବ ବୋଲି ମୋତେ ଲାଗୁଛି। ଆମେ କେବେ ହେଲେ ଲଢ଼େଇକୁ ସାଧାରଣ ବୋଲି ଭାବି ନଥାଉ।
ଏ ନିର୍ବାଚନ ଏବେ ଏକ ପାଖିଆ ହେବାକୁ ଯାଉଛି। ବିଜେଡି ସହ ନୁହେଁ ଏଥର ଲଢେଇ କଂଗ୍ରେସ ସହ ହେବ ବୋଲି ମୋତେ ଲାଗୁଛି। ଯୋଡାକୁ ଘୋଡା ସାରି ନୁହେଁ। ବସନ୍ତ ପଣ୍ଡା ଜଣେ ଦକ୍ଷ ନେତା। ସେହିପରି ଢୋଲକିଆ ପରିବାର ସଂଗଠନ ଅଛି।ଏବେ ପଣ୍ଡା ଓ ଢୋଲକୀଆଙ୍କ ଡବଲ ଯୋଡି ନୂଆପଡା ନିର୍ବାଚନରେ ବିଜୟୀ କରାଇବେ। ନୂଆପଡାବାସୀ ସ୍ୱାଭିମାନି। ବିଜେଡି ବିଧାୟକ ପ୍ରାର୍ଥୀ ପାଇଲେ ନାହିଁ।ଏବେ ନୂଆପଡ଼ା ଦେଖିବ ଡବଲ ଇଂଜିନ ସରକାରର ଗତି। ଆଜି ବିଜେଡି କଂଗ୍ରେସରୁ ଅନେକ ସରପଞ୍ଚ ସମିତି ସଭ୍ୟ ବିଜେପିରେ ଯୋଗଦାନ କରିଛନ୍ତି। ପୂର୍ବରୁ କେବେ ଏତେ ବଡ଼ ମିଶ୍ରଣ ପର୍ବ ମୁଁ ଦେଖି ନଥିଲି। ଏ ସମାବେଶ ଦେଖି ବିଜେଡି ଛାତରେ ଛନକା ପସି ଯାଇଥିବ।କଂଗ୍ରେସରେ ଭୟରେ ଥିବ।ଏ ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ହୋଇ ଯାଇଛି। ଗତ 25 ଦିନରେ ନୂଆପଡ଼ାକୁ ଏହା ମୋର 3ୟ ଗସ୍ତ। ନୂଆପଡ଼ାର ଦାୟିତ୍ୱ ମୁଁ ନେବି। ପୂର୍ବରୁ କହିଥିଲି।ଏବେ ଏ ପ୍ରତିସ୍ମୃତି ପୁରଣ ପାଇଁ ଦାୟିତ୍ୱ ନେଇଛି। ଆମ ସରକାର ଯାହା କହେ ତାହା କରେ। ସେତେବେଳେ ବାଲେଶ୍ଵର ଉପନିର୍ବାଚନ ଓ ଧାମନଗର, ପଦ୍ମପୁର, ବିଜେପୁର ଓ ଝାରସୁଗୁଡା ରେ ଦାୟିତ୍ୱ ନେବି ବୋଲି କହିଥିଲେ।ହେଲେ ନିର୍ବାଚନ ସରିଲେ ଦାୟିତ୍ୱ ସାରିଯାଏ । ଆମେ କଥା ଦେଇ କଥା ରଖୁ। ଧାନ କ୍ୱିଣ୍ଟାଲ 3100 ଓ ସୁଭଦ୍ରା ଯୋଜନା କରିଛୁ। 24 ବର୍ଷ ସରକାର କରି ପାରି ନଥିଲେ ଆମେ 24 ମିନିଟ କ୍ୟାବିନେଟରେ ଏହା କରି ପାରିଛୁ। ନୂଆପଡ଼ା ଏବେ ନୂଆ ରେଳ ପ୍ରକଳ୍ପରେ ସାମିଲ ହୋଇଛି। ମୁଁ ଶ୍ରଦ୍ଧାଞ୍ଜଳି ସଭାରେ କହିଥିଲି।।ଏଥିରେ କୌଣସି ରାଜନୀତି ନାହିଁ। ମୁଁ ବିଧାୟକ ଥିଲି। ଅନେକ କାମରେ ଯାଏ ରାଜେନ୍ଦ୍ର ଭାଇଙ୍କ ପାଖକୁ ଯାଏ।ହେଲେ ସେ ନିଜର ଅସହାୟ ପ୍ରକାଶ କରନ୍ତି। ମୁଁ ମନ୍ତ୍ରୀ ସିନା ହୋଇଛି। ହେଲେ କାମ ତୃତୀୟ ମହଲାରୁ ହୁଏ ବୋଲି ସେ କହୁଥିଲେ। ତାଙ୍କର ଅଧୁରା ସ୍ଵପ୍ନକୁ ପୁରଣ କରିବା ପାଇଁ ତାଙ୍କ ପୁତ୍ର ଆଗକୁ ଆସିଛନ୍ତି। ସେ ବିଜେପିରେ ଏକାମ କରି ପାରିବି ଚିନ୍ତା କରି ସେ ବିଜେପିରେ ସାମିଲ ହୋଇଛନ୍ତି। ଗତ ସରକାରରେ କ୍ଷମତା କେନ୍ଦ୍ରୀଭୂତ ହୋଇ କାହା ପାଖରେ ଥିଲା ଆପଣ ଜାଣିଛନ୍ତି। ବିଜେଡି ନେତାମାନେ ଜୟଙ୍କ ବାବଦରେ ବ୍ୟକ୍ତିଗତ ଆକ୍ଷେପ କରାଗଲା। ଜୟଙ୍କ ଦେହରେ ରାଜେନ୍ଦ୍ରଙ୍କ ରକ୍ତ ନାହିଁ ବୋଲି କହିଲେ। ଏହା କେମିତି କହି ପାରିଲେ।ନବୀନ ବାବୁ ଜଣେ ଭଦ୍ର ଲୋକ। ନବୀନ ବାବୁ ଏ ଘୃଣ୍ୟ ଟିପଣିକୁ ନନ୍ଦା କଲେ ନାହିଁ। ଏ ଟିପିଣୀର ଲୋକ ନିର୍ବାଚନରେ ଜବାବ ଦେବେ।ନୂଆପଡାବାସୀ ସ୍ୱାଭିମାନି। ବିଜେଡି ବିଧାୟକ ପ୍ରାର୍ଥୀ ପାଇଲେ ନାହିଁ। ସେଥିପାଇଁ ପୋଡ଼ଶୀ ଜିଲାରୁ ପ୍ରାର୍ଥୀ ଖୋଜି ଛିଡା କରାଇଛନ୍ତି। ବାହାର ଜିଲା ପ୍ରାର୍ଥୀଙ୍କୁ ଏଠି ଗ୍ରହଣ କରନ୍ତି ନାହିଁ।କଂଗ୍ରେସ 24ରେ ବାହାର ପ୍ରାର୍ଥୀଙ୍କୁ ପ୍ରତ୍ୟାକ୍ଷାନ କରିଥିଲେ। ଏବେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ।
ଓଡ଼ିଆ ଝିଅକୁ ପଶ୍ଚିମବଙ୍ଗରେ ଗଣବଳତ୍କାର କରାଗଲା। ହେଲେ ବିଜେଡି ଓ କଂଗ୍ରେସ ଚୁପ ବୋଲି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ନବୀନଙ୍କ ନୂଆପଡା ସରପ୍ରାଇଜ : ଚର୍ଚ୍ଚା ଗୋଟେ ପଟେ, ବିଜେଡିର ରଣନୀତି ଭିନ୍ନପଟେ

ବଦଳିନାହାନ୍ତି ନବୀନ ପଟ୍ଟନାୟକ। ରାଜନୈତିକ ଆକଳନ ଗୋଟେ ପଟେ ନବୀନଙ୍କ ରଣନୀତି ଅନ୍ୟପଟେ । ନବୀନଙ୍କ ଆକଳନକୁ ନାଁ କିଏ କେବେ ଛୁଇଁଛି ନା ଛୁଇଁବ ।୨୪ ବର୍ଷ ଶାସନରେ ଏକଥା ବାରମ୍ବାର ପ୍ରମାଣିତ ହୋଇଛି। ସବୁବେଳେ ଓଡିଶା ରାଜନୀତିକୁ ସରପ୍ରାଇଜ ଦେଇଛନ୍ତି ନବୀନ ପଟ୍ଟନାୟକ। ନୂଆପଡ଼ା ଉପ ନିର୍ବାଚନ ପ୍ରାର୍ଥୀ ଚୟନରେ ମଧ୍ୟ ତାହା ପୁଣି ପ୍ରମାଣିତ ହୋଇଛି। ଦଳର ବରିଷ୍ଠ ନେତ୍ରୀ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ନୂଆପଡ଼ାର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ସ୍ନେହାଙ୍ଗିନି ଛୁରିଆଙ୍କୁ ବିଜେଡି ନୂଆପଡ଼ା ପ୍ରାର୍ଥୀ କରିଛନ୍ତି । ସ୍ନେହାଙ୍ଗିନି ଛୁରିଆ ବିଜେଡିର ନୂଆପଡ଼ା ପ୍ରାର୍ଥୀ କରି ଗଡ ବଜାୟ ରଖିବାକୁ ବଡ ପ୍ଲାନ କରିଛନ୍ତି ନବୀନ । ପ୍ରାର୍ଥୀ ଘୋଷଣା ସମୟରେ ନିଜେ ବିଜେଡି ସଭାପତି କହିଛନ୍ତି ସେ ନୂଆପଡ଼ା ଯାଇ ସ୍ନେହାଙ୍ଗିନି ଛୁରିଆଙ୍କ ପାଇଁ ପ୍ରଚାର କରିବେ। ସବୁ ନିର୍ବାଚନ ପରି ନୂଆପଡ଼ା ଉପ ନିର୍ବାଚନକୁ ବିଜେଡି ଗୁରୁତ୍ଵର ସହ ନେଇ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛି। ୨୦୦୯ ମସିହାରୁ ବିଜେଡି ଟିକେଟରୁ ଅତାବିରାରୁ ବିଧାୟିକା ପ୍ରାର୍ଥୀ
୨୦୧୪ ଓ ୨୦୧୯ ରେ ବଡ ବ୍ୟବଧାନରେ ଅତାବିରାରେ ବିଜୟ ହୋଇ ସ୍ନେହାଙ୍ଗିନି ଛୁରିଆ ନବୀନ ପଟ୍ଟନାୟକଙ୍କ ସରକାରରେ ବୟାନ ଓ ହସ୍ତତନ୍ତ ମନ୍ତ୍ରୀ ମନ୍ତ୍ରୀ ହୋଇଥିଲେ । ୨ ଥର ପାର୍ଟିର ମହିଳା ମୋର୍ଚ୍ଚାର ସଭାନେତ୍ରୀର ଦାୟିତ୍ୱ ମଧ୍ୟ ନେଇଛନ୍ତି । ନୂଆପଡ଼ା ଉପ ନିର୍ବାଚନ ପଶ୍ଚିମ ଓଡ଼ିଶା ରାଜନୀତି ପାଇଁ ବଡ ସବୁ ଦଳ ପାଇଁ ଏସିଡ ଟେଷ୍ଟ ହୋଇଥିବାରୁ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଚେହେରା ତଥା ବିଜେଡି ରାଜନୀତିର ବଡ଼ ମହିଳା ନେତ୍ରୀଙ୍କୁ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଅତାବିରାରୁ ସ୍ନେହାଙ୍ଗିନି ଛୁରିଆ ନୂଆପଡାକୁ ପ୍ରାର୍ଥୀ କରିବାରେ ମୁଖ୍ୟ କାରଣ ହେଉଛି ତାଙ୍କ ଘର ପଦମପୁରରେ। ନୂଆପଡ଼ାରେ ସେ ୪ବର୍ଷ ପର୍ଯ୍ୟବେକ୍ଷକ କାମ କରିଛନ୍ତି । ଜଣେ ଦଳିତ ନାରୀ ନେତ୍ରୀ ସେ। ନୂଆପଡ଼ାରେ ୧ଲକ୍ଷ ୨୦ ହଜାର ପାଖାପାଖି ଅଛି ଆଦିବାସୀ ଭୋଟ ଅଛି । ଦଳିତ ଭୋଟ ବି ଗୋଟେ ଫ୍ୟାକ୍ଟର।
ଅନ୍ୟପଟେ ବସନ୍ତ ପଣ୍ଡା ଗୋଷ୍ଠୀ, ପ୍ରସନ୍ନ ପାଢ଼ୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯଦୁମଣି ପାଣିଗ୍ରାହୀ ସମର୍ଥନ ମାନେ ଯଦି କିଛି ଭିନ୍ନ ରଣନୀତି କରନ୍ତି ତେବେ ଅଙ୍କ ବଦଳିଯିବ। ସେହିପରି କଂଗ୍ରେସ ପାଖେ ପ୍ରାର୍ଥୀ ନଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀ କରିଥବା ବେଳେ ବିଜେପି ବିଜେଡିର ବିଧାୟକ ଦିବଂଗତ ବିଧାୟକ ଙ୍କ ପୁଅକୁ ପ୍ରାର୍ଥୀ କରିଛି। ହେଲେ ବିଜେଡି ନିଜ ଦଳର ନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇଛି। ମୋଟା ମୋଟି ଭାବେ କହିବାକୁ ଗଲେ ନୂଆପଡ଼ାରେ ୩ଜଣ ଆମଦାନୀ ନେତାଙ୍କୁ ୩ପ୍ରମୁଖ ଦଳ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଛ୍ଚନ୍ତି। ତେଣୁ ନୂଆପଡ଼ା ବାସୀଙ୍କ କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ତାକୁ ଅପେକ୍ଷା।

ଦାୟିତ୍ୱ ଭୁଲିଗଲେ କି ଧର୍ମେନ୍ଦ୍ର ଓ ଭକ୍ତ

ଓଡ଼ିଶାର ଦୁଇ ଚର୍ଚ୍ଚିତ ରାଜନେତା ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ଭକ୍ତ ଦାସଙ୍କୁ ଉଭୟ ଦଳର ଶୀର୍ଷ ନେତୃତ୍ଵ ନିର୍ବାଚନ ପରିଚାଳନାର ଗୁରୁ ଦାୟିତ୍ବ ଦେଇଛନ୍ତି । ନୂଆପଡା ଉପ ନିର୍ବାଚନ ତାରିଖ ଘୋଷଣା ପରେ ବିହାର ରାଜନୀତିରେ ଭକ୍ତ ଦାସଙ୍କୁ ଦେଖିବାକୁ ମିଳୁନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡେରା ପକାଇ ରହିଛନ୍ତି । ଓଡ଼ିଶାର ଏହି ଦୁଇ ହେବିୱେଟ୍ ନେତା ଙ୍କ ଦକ୍ଷତା ବିହାର ରାଜନୀତିରେ ଦେଖିବାକୁ ମିଳି ଥାନ୍ତା। ହେଲେ ନିର୍ବାଚନ ପୂର୍ବରୁ ମଇଦାନ ଛାଡ଼ି ଦେଇଛନ୍ତି ଭକ୍ତ। ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ନୂଆପଡା ରାଜନୀତିରେ ଏଯାଏ ମୁଣ୍ଡ ପୁରେଇ ନାହାନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହାରି ଭିତରେ ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ
ବିହାରରେ ଆସିଲା ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା । ୭୧ ଜଣଙ୍କ ନାଁରେ ବାଜିଛି ମୋହର ।

ନୂଆପଡ଼ାରେ ୫୦ହଜାର ଭୋଟରେ ଜିତିବ ବିଜେପି: ସୁଜିତ କୁମାର

 ନୂଆପଡ ଉପ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆକଳନ । ନୂଆପଡାରୁ ଭୁବନେଶଣ୍ବର ଯାଏ ଚାଲିଛି ଭୋଟ ଚିନ୍ତା। କେଉଁ ଦଳ କେତେ ଭୋଟ ପାଇବ ଓ କିଏ ବିଜୟ ହେବ। ସେନେଇ ରାଜ୍ୟର ୩ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରି ଛନ୍ତି। କାହା ସପକ୍ଷରେ ଯିବ ନୂଆପଡା । ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଏଠାରେ ହେବାକୁ ଯାଉଛି ଉପ ନିର୍ବାଚନ । ତାରିଖ ଘୋଷଣା ପରେ ୩ ପ୍ରମୁଖ ଦଳ ଗଡ ଦଖଲ କରିବାକୁ ସଜବାଜ ଆରମ୍ଭ କରିଛନ୍ତି । ୨୦୨୪ ନିର୍ବାଚନ ପରେ ନୂଆପଡାରେ ହେବ ଉପ ନିର୍ବାଚନ।ପୁଣି ଭୋଟଙ୍କ ପାଖରେ ଅଗ୍ନିପରୀକ୍ଷା ଦେବେ ବିଜେପି , ବିଜେଡି ଓ କଂଗ୍ରେସ। କାହା ସପକ୍ଷରେ ଯିବ ନୂଆପଡା ଜନମତ । ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନରେ ବିଜେଡି ନୂଆପଡା ଦଖଲ କରିଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଖଣ୍ଡ ଭୋଟ ପାଇଁ ବଡ ବିଜୟ ହାସଲ କରିଥିଲେ । ୧୦ ବର୍ଷ ଧରି ଲଗାତର ବିଜେଡି ଏହି ଆସନ ଦଖଲ କରିଛି। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୂ ପରେ ନୂଆପଡାରେ ଉପ ନିର୍ବାଚନ ହେବାକୁ ଯାଉଛି। ବିଜେଡି ଏକ ଟିମ ଗଠନ କରି ନୂଆପଡା ଦଖଲ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।
ନୂଆପଡା ଉପ ନିର୍ବାଚନ ମଧ୍ୟ ଦୁଇ ଜାତୀୟ ଦଳ ପାଇଁ ଅଗ୍ନିପରୀକ୍ଷାର ବେଳେ । ୨୦୧୯ ଓ ୨୦୨୪ରେ ବିଜେଡି ନୂଆପଡା ଦଖଲ କରିଥିବାରୁ ଦୁଇ ଜାତୀୟ ଦଳ ପାଇଁ କିପରି ବିଜେଡିର ଗଡରେ ଧଶେଇ ପଶିବାକୁ ଉଦ୍ୟମ କରିଛନ୍ତି । ନୂଆପଡାବାସୀ ଉପ ନିର୍ବାଚନରେ ବିଜେପିର ବଡ ବିଜୟ ହେବ ବୋଲି ଆକଳନ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର। ୨୦୨୪ ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ଥିବା ଜାଣି ମଧ୍ୟ ସୁଜିତ୍ କୁମାର ବିଜେପି ଉପ ନିର୍ବାଚନରେ ୫୦ହଜାର ଭୋଟରେ ବିଜୟ କରିବ ବୋଲି ଭବିଷ୍ୟତ ବାଣୀ ଦେଇଛନ୍ତି । ସାଂସଦ ସୁଜିତ କୁମାର କହିଛନ୍ତି ଯେ
ଆସନ୍ତା ୧୬ତାରିଖରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ସମେତ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ। ଜୟ ଢୋଲକିଆଙ୍କ ପ୍ରାର୍ଥୀତ୍ବ ନେଇ ଦଳରେ କୌଣସି ଦ୍ଵନ୍ଦ ନାହିଁ। କେବଳ ଘୋଷଣା ବାକି ରହିଛି। ଆଜି କିମ୍ବା ଆସନ୍ତାକାଲି ଭିତରେ ପ୍ରାର୍ଥୀ ଘୋଷଣା ହେବ। ବିଜେପି ପ୍ରାର୍ଥୀ 50 ହଜାରରୁ ଅଧିକ ମାର୍ଜିନରେ ଜିତାଇବା ପାଇଁ ଉଦ୍ୟମ ହେଉଛି। 16 ତାରିଖରେ କଂଗ୍ରେସ ଓ ବିଜେଡିରୁ ପ୍ରାୟ 2 ହଜାର କର୍ମୀ ନାମାଙ୍କନ ଦିନ ବିଜେପିରେ ମିଶିବେ। ଜୟ ଙ୍କ ମିଶ୍ରଣ କୁ ନେଇ ଦଳ ଭିତରେ ଦେଖାଦେଇଥିବା ଅସନ୍ତୋଷ ଖୁବଶୀଘ୍ର ଦୂର ହେବ ବୋଲି ସୁଜିତ କୁମାର କହିଛନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ମାତ୍ର ୧୫, ୫୦୧ ଖଣ୍ଡ ଭୋଟ ପାଇଥିଲା ଏପରି ସ୍ଥିତିରେ ବିଜେପି ହିଁ ଭଲ ପ୍ରଦର୍ସନ କରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ନୂଆପଡା ଆସନରୁ ଚାରିଥର ଜିତିଥିଲେ । ତେଣୁ ନୂଆପଡାବାସୀ ଉପ ନିର୍ବାଚନରେ ଢୋଲକିଆ ପରିବାରକୁ ସମର୍ଥନ କରିବେ ବୋଲି ସାଂସଦ ସୁଜିତ୍ କୁମାର କହିଛନ୍ତି । ବିଜେଡି ଗଡରେ ଏଥର ବିଜେପି ବିଜୟ ଧ୍ବଜା ଉଡାଇବାକୁ ଜୋରଦାର ଅଣ୍ଟା ଭିଡିଛି ।

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ମମତା ବାନାର୍ଜୀଙ୍କ ମହିଳା ବିରୋଧୀ ବୟାନ ପ୍ରତିବାଦରେ ମହିଳା ମୋର୍ଚ୍ଚାର ବିକ୍ଷୋଭ_

_ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ମମତା ବାନାର୍ଜୀଙ୍କ ମହିଳା ବିରୋଧୀ ବୟାନ ପ୍ରତିବାଦରେ ମହିଳା ମୋର୍ଚ୍ଚାର ବିକ୍ଷୋଭ_

*ମହିଳାଙ୍କୁ ସୁରକ୍ଷା ଦେବାରେ ‘ମମତା’ ବିଫଳ, ‘ନବୀନ’ ନୀରବ: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ*

 ପଶ୍ଚିମବଙ୍ଗରେ ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି
 ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପଦାରେ ପଡ଼ିଛି
 ପ୍ରବାସୀ ଓଡ଼ିଆଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମମତା ବାନାର୍ଜୀ ଚୁପ୍ ରହୁଛନ୍ତି
 ଘଟଣାକୁ ନେଇ ନବୀନ ପଟ୍ଟନାୟକଙ୍କ ନୀରବତା, ଉଭୟଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛିି
ଭୁବନେଶ୍ୱର, ତା.୧୩/୧୦: ଓଡିଆ ଝିଅ ତଥା ପଶ୍ଚମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ଅମାବନୀୟ ଲଜ୍ଜାଜନକ । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ମେଡିକାଲ କ୍ୟାଂପସରେ ଥିବା ପୀଡିତା ଛାତ୍ରୀଙ୍କ ପ୍ରତି ଯେଉଁ ଭଳି ଅମାନୁଷିକ ଓ ବର୍ବରୋଚିତ ଘଟଣା ଘଟିଛି ତାହା ପଶ୍ଚିବଙ୍ଗର ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳ ିସ୍ଥିତିରେ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ଭଳି ଲଜ୍ଜ୍ୟାଜନକ ମନ୍ତବ୍ୟ ଦେଇଛନ୍ତି । ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର କାହାର ନାହିଁ । ଝିଅଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବା ଅତ୍ୟନ୍ତ ନିନ୍ଦନୀୟ । ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯଦି ଝିଅମାନେ ରାତିରେ ବାହାରିବା ଠିକ୍ ନୁହେଁ ବୋଲି କହିବେ, ତାଠାରୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ଆଉ କିଛି ନୁହେଁ । ଏହି ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପଦାରେ ପଡ଼ିଛି । ମମତା ବାନାର୍ଜୀଙ୍କ ମହିଳା ବିରୋଧୀ ଅଭିମୁଖ୍ୟକୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି । ଏହାର ପ୍ରତିବାଦରେ ଭୁବନେଶ୍ୱର ରାମ ମନ୍ଦିର ଛକରେ ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ ଡ.ବିଶ୍ୱାଳ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି । ଏଠାରେ ଆଇନଶୃଙ୍ଖଳା ବଜାୟ ରଖିବାରେ ମମତା ବାନାର୍ଜୀ ସରକାର ବିଫଳ ହୋଇଛି । ମହିଳାମାନଙ୍କ ପ୍ରତି ମମତା ବାନାର୍ଜୀଙ୍କର କୌଣସି ସହାନୁଭୂତି ନାହିଁ । ଟିଏମସି କର୍ମୀ ପଶ୍ଚିମବଙ୍ଗରେ ଗୁଣ୍ଡା ସାଜିଛନ୍ତି । ଆଉ ସେମାନଙ୍କୁ ମମତା ସରକାର ସୁରକ୍ଷା ଦେଉଛନ୍ତି । କେବଳ ନିର୍ବାଚନ ବେଳେ ପ୍ରବାସୀ ଓଡ଼ିଆଙ୍କ ଭୋଟ ମମତାଙ୍କୁ ଦରକାର । କିନ୍ତୁ ଭୋଟ ସରିଲେ ପ୍ରବାସୀଙ୍କୁ ପର କରି ଦେଉଛନ୍ତି ମମତା ବାନାର୍ଜୀ । ପ୍ରବାସୀ ଓଡ଼ିଆଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ମମତା ଚୁପ୍ ରହୁଛନ୍ତି । ଅନ୍ୟ ପଟେ ମମତା ବାନାର୍ଜୀଙ୍କ ଏହି ବେପରୁଆ ବୟାନ ବିରୋଧରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲୁନାହାନ୍ତି । ଘଟଣାକୁ ନେଇ ନବୀନ ପଟ୍ଟନାୟକ ନୀରବତା ଉଭୟଙ୍କ ମହିଳାବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ସହିତ ଘନିଷ୍ଠତାକୁ ବି ସ୍ପଷ୍ଟ କରିଛି । ବିଭିନ୍ନ ଘଟଣାରେ ଉଭୟ ପରସ୍ପରକୁ ସମର୍ଥନ ଦିଅନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ବି ନବୀନ ପଟ୍ଟନାୟକ ନୀରବତା ଅବଲମ୍ବନ କରି ନାରୀ ସୁରକ୍ଷା ଏବଂ ଓଡ଼ିଆବାସୀଙ୍କ ପ୍ରତି ତାଙ୍କ ହେୟ ମନୋଭାବକୁ ପ୍ରଦର୍ଶିତ କରିଛନ୍ତି ବୋଲି ଡା.ବିଶ୍ୱାଳ କହିଛନ୍ତି । ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ଶ୍ରୀମତୀ ଅର୍ଚ୍ଚନା ନାୟକ, ଉପସଭାପତି ଡ.ରଂଜିତା ସେଠୀ, ସାଧାରଣ ସଂପାଦିକା ରଶ୍ମୀରେଖା ଦାଶଙ୍କ ସମେତ ମହିଳା ମୋର୍ଚ୍ଚାର ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ)

ମହାନଦୀର ସୁରକ୍ଷା ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏ ଆନ୍ଦୋଳନ: ଅରୁଣ ସାହୁ

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦିଲ୍ଲୀରେ ବସିଲା ମହାନଦୀ ସଂସଦ
ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଉଚିତ:ଜଷ୍ଟିସ ଗୋପାଳ ଗୌଡ଼

ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦ ର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଆବଶ୍ୟକ l ଟ୍ରିବୁନାଲ ନୁହେଁ, ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହେବା ଆବଶ୍ୟକ ବୋଲି ସୁପ୍ରିମ କୋର୍ଟ ର ପୂର୍ବତନ ବିଚାରପତି ତଥା ଓଡିଶା ହାଇକୋର୍ଟ ର ପୂର୍ବତନ ମୁଖ୍ୟ ବିଚାର ପତି ଜଷ୍ଟିସ୍ ଗୋପାଳ ଗୌଡା କହିଛନ୍ତି l ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାରଙ୍କ ଦ୍ୱାରା ମାର୍ଚ୍ଚ 2018ରେ ପ୍ରତିଷ୍ଠିତ ମହାନଦୀ ଟ୍ରିବ୍ୟୁନାଲ ବିବାଦର ସମାଧାନ ଦିଗରେ ଏ ପର୍ଯ୍ୟନ୍ତ କିଛି ପ୍ରଗତି ହୋଇନି। କାବେରୀ ସହ ଅନ୍ୟାନ୍ୟ ନଦୀ ବିବାଦର ଉଦାହରଣ ଦେଇ ଜଷ୍ଟିସ୍ ଗୌଡା କହିଛନ୍ତି ଯେ ଜଳ ବିବାଦର ବିଚାର ବର୍ଷ ବର୍ଷ ଧରି ଚାଲିପାରେ l ମଧ୍ୟସ୍ଥତା ମାର୍ଗରେ ଗଲେ ଦ୍ରୁତ ସମାଧାନ ପ୍ରଦାନ ହୋଇ ପାରିବ ଏବଂ ଉଭୟ ପକ୍ଷଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ବର୍ତ୍ତମାନ ଓଡିଶା, ଛତିଶଗଡ ଓ଼ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର l ତେଣୁ, ମଧ୍ୟସ୍ଥତା ମାଧ୍ୟମରେ ସମାଧାନର ସମ୍ଭାବନା ଅଧିକ ହୋଇପାରେ।। ମହାନଦୀ ବଚାଓ ଆନ୍ଦୋଳନ ଏହି ନଦୀ ସହିତ ଜଡିତ ଲୋକଙ୍କ ଅଧିକାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇ ଆସୁଛି।
ଏକ ବିକଳ୍ପ ବିବାଦ ସମାଧାନ ପାଇଁ ଅନୁଷ୍ଠିତ ମହାନଦୀ ସଂସଦରେ ବହୁ ଆଇନଜୀବୀ,ରାଜନେତା, ଆଇନ ପ୍ରଣେତା, ଚିନ୍ତାନାୟକ, ପୂର୍ବତନ ପ୍ରଶାସନ ଏବଂ ନାଗରିକ ସମାଜ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ରାଜ୍ୟସଭା ସଂlସଦ ଏବଂ ସଂସଦର ପିଟିସନ୍ କମିଟିର ଅଧ୍ୟକ୍ଷ ଏନ ଡି ଗୁପ୍ତା କର୍ଯ୍ୟକ୍ରମ ରେ ଯୋଗ ଦେଇ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗକୁ ଏକ ଛୋଟ ଜଳ ବିବାଦ ଭାବରେ ବିଚାର କରାଯିବା ଅନୁଚିତ୍ l ଏହାର ପ୍ରଭାବ ବହୁତ ବ୍ୟାପକ ଏବଂ ଏହାର ସମାଧାନ ଆନ୍ତରାଜ୍ୟ ଜଳ ବିବାଦର ସମାଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ।
ଜଳ ପୁରୁଷ ରାଜେନ୍ଦ୍ର ସିଂ କହିଲେ ଯେ ମହାନଦୀ ଆମ ମା ସଦୃଶ l ମlକୁ ପଣ୍ୟ ବସ୍ତୁ ଭଳି ବିକ୍ରି କରିବା ର ମାନସିକତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l ମହାନଦୀ କୁ ମାତ୍ର 30 / 35 ଟି କର୍ପୋରେଟ ପରିବାର ନିଜ ଲାଭ ପାଇଁ ବ୍ୟବହାର କରି 5 କୋଟି ଲୋକଙ୍କୁ ମରଣ ମୁହଁ କୁ ଠେଲୁଛନ୍ତି ଓ଼ ଭୟlନକ ପରିବେଶ ଅସନ୍ତୁଳନକୁ ଡାକି ଆଣୁଛନ୍ତି l ସରକାର କର୍ପୋରେଟ ପ୍ରୀତି ଛାଡି ଲୋକଙ୍କ ପ୍ରୀତ ପାଇଁ କାର୍ଯ୍ୟ କରିବା ଉଚିତ l

ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଏଥିରେ ଯୋଗ ଦେଇ ମହାନଦୀ ର ସୁରକ୍ଷା ପାଇଁ ଆନ୍ଦୋଳନ କୁ ଦିଲ୍ଲୀ ରୁ ପଲ୍ଲୀ ପର୍ଯ୍ୟନ୍ତ ନେବାକୁ ଆହ୍ୱାନ ଦେଇଥିଲେ l
ବିଶିଷ୍ଟ ଆଇନ ଜୀବି ଶ୍ରୀ ବିଭୂପ୍ରସାଦ ତ୍ରିପାଠୀ କହିଲେ ଯେ ମହାନଦୀ ଜଳ ବିବାଦର ସମାଧାନ କ୍ଷେତ୍ରରେ ଆପୋଷ ଆଲୋଚନା କେବଳ ସରକାରୀ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଭିତରେ ସୀମିତ ନ ରହି ସମସ୍ତ ଅଂଶୀଦାରଙ୍କୁ ସାମିଲ କରିବା ଉଚିତ।
ମହାନଦୀ ବଞ୍ଚାଓ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ଜଳ ବିବାଦ ସମାଧାନ ସମ୍ପର୍କରେ ବିକଳ୍ପ ପଦ୍ଦତି ସମ୍ପର୍କରେ ଉପସ୍ଥାପନା କରିବା ସହିତ ଆପୋଷ ଆଲୋଚନା ପୂର୍ବରୁ ମହାନଦୀ ସହିତ ଜଡିତ ବିଭିନ୍ନ ଅଂଶୀଦାର ଗୋଷ୍ଠୀ ଓ ବ୍ୟକ୍ତି ବିଶେଷ ତଥା ରାଜନୈତିକ ଦଳ ମାନଙ୍କ ସହିତ ବୁଚାର ବିମର୍ଷ କରି ଏକ ସହମତି ଅଣା ଯିବା ନିହାତି ଜରୁରୀ ବୋଲି କହିଥିଲେ l
ନୂଆଦିଲ୍ଲୀରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ, ମହାନଦୀର ଉତ୍ପତ୍ତି ସ୍ଥାନରୁ ବଙ୍ଗୋପସାଗରରେ ଏହାର ମିଶ୍ରଣ ପର୍ଯ୍ୟନ୍ତ ମହାନଦୀ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ପ୍ରଦୂଷଣ, ଅତ୍ୟଧିକ ଶୋଷଣ ଏବଂ ନଦୀ ଜମି ର ଜବରଦଖଲ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ନଦୀ ଅଧିକାର କର୍ମୀମାନେଆଜିର ବୈଠକରେ ଯୋଗ ଦେଇଥିଲେ ଏବଂ ସେମାନଙ୍କର ସମର୍ଥନ ଜଣାଇଥିଲେ।
ପ୍ରକାଶ ଥାଉ କି ମହାନଦୀର ଉପର ମୁଣ୍ଡରେ ବହୁ ସଂଖ୍ୟକ ବନ୍ଧ ଏବଂ ବ୍ୟାରେଜ୍ ନିର୍ମାଣ ପରେ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ବିବାଦ ଉପୁଜିଥିଲା। ୨୦୦୪-୨୦୧୬ ମଧ୍ୟରେ ଛତିଶଗଡ଼ରେ ବେଆଇନ ବନ୍ଧ ବ୍ୟାରେଜ ଇତ୍ୟାଦି ନିର୍ମାଣ ପରିବେଶଗତ ଆଇନ ଉଲ୍ଲଂଘନ କରିଥିଲା ​​ଏବଂ ଜଳ ପ୍ରବାହକୁ ସୀମିତ କରିଥିଲା।
କେନ୍ଦ୍ର ସରକାର ୨୦୧୮ ମସିହାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରି ଥିଲେ ଏବଂ ମାମଲା ୭ ବର୍ଷ ଚାଲିଥିଲେ ମଧ୍ୟ କୌଣସି ଫଳାଫଳ ମିଳିନାହିଁ। ଏହାର କାର୍ଯ୍ୟକାଳ ଏପ୍ରିଲ ୨୦୨୬ ରେ ଶେଷ ହେଉଛି, ହେଲେ ବର୍ତ୍ତମାନ, ଦୁଇ ରାଜ୍ୟ ସରକାରଙ୍କ ମଧ୍ୟରେ ଅଧିକାରୀ ସ୍ତରୀୟ ଆଲୋଚନା ଚାଲିଛି, ଯାହା ପରେ ନଭେମ୍ବରରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ଜଷ୍ଟିସ୍ ଗୌଡା କହିଛନ୍ତି, ଯେତେବେଳେ ଦୁଇ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବେ, ସେମାନେ ମିଳିତ ଭାବରେ ଜଣେ ମଧ୍ୟସ୍ଥି ପ୍ରସ୍ତାବ ଦେବା ଉଚିତ।
ଆଜିର ଏହି କାର୍ଯ୍ୟକ୍ରମ ରେ କ୍ରିଷ୍ଣା ନଦୀ ତରଫରୁ ସତ୍ୟ ବୁଲସେଟ୍ଟୀ, ଗୋଦାବରୀ ତରଫରୁ ପ୍ରକାଶ ରାଓ, ଯମୁନା ନଦୀ ତରଫରୁ ରମେଶ ଶର୍ମା, ବିଶିଷ୍ଟ ସାମ୍ୱାଦିକ ରାଜେଶ ମହାପାତ୍ର ଙ୍କ ସମେତ ଅନେକ ଜାତୀୟ ସ୍ତରର ନଦୀ ଅଧିକାର କର୍ମୀ ଯୋଗ ଦେଇଥିଲେ l
ଓଡିଶା ରୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ର ଶ୍ରୀ ଲଳିତ ପଟନାୟକ, ମନୋଜ ଜେନା, ବିଜୟ ପ୍ରଧାନ, ସଚିକାନ୍ତ ପ୍ରଧାନ, ପ୍ରସନ୍ନ ବିଶୋଇ, ଅନାଦି ସାହୁ, ଟଙ୍କଧର ଦାସ, ଶରତ ରାଉତ ପ୍ରମୁଖ ପରିଚାଳନା କରିଥିଲେ l

ସମ ହସ୍ପିଟାଲ୍‌ର ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରୋ ଇଣ୍ଡିଆନ୍ ଜର୍ନାଲ ଅଫ୍ ର‌୍ୟୁମାଟୋଲଜି ଦ୍ୱାରା ସମ୍ମାନିତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଦ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋଙ୍କୁ ଇଣ୍ଡିଆନ୍ ଜର୍ନାଲ ଅଫ୍ ର‌୍ୟୁମାଟୋଲଜି ପକ୍ଷରୁ ସମ୍ମାନିତ କରାଯାଇଛି ।
ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର କ୍ଳିନିକାଲ୍ ଇମ୍ୟୁନୋଲୋଜି ଏବଂ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପାତ୍ରୋଙ୍କୁ ନୂଆ ଦିଲ୍ଲୀ ଠାରେ ଅକ୍ଟୋବର ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ର‌୍ୟୁମାଟୋଲଜି ପକ୍ଷରୁ ଆୟୋଜିତ ନ୍ୟାସ୍‌ନାଲ୍ ର‌୍ୟୁମାଟୋଲଜି କନଫରେନ୍ସ ‘ଇରାକନ୍ ୨୦୨୫’ ଅବସରରେ ଦ୍ୱିତୀୟ ଶ୍ରେଷ୍ଠ ଅରଜିନାଲ ରିସର୍ଚ୍ଚ ପେପର ଆୱାର୍ଡରେ ସମ୍ମାନିତ କରାଯାଇଛି ।
ପ୍ରଫେସର ପାତ୍ରୋଙ୍କର ଇମ୍ୟୁନୋଲଜି ଏବଂ ର‌୍ୟୁମାଟୋଲଜି ଚିକିତ୍ସା ଏବଂ ରୋଗୀ ସେବା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ଏବଂ ସଫଳତା ରହିଛି ।

ନୂଆପଡାରେ ନୂଆଦଳର ପ୍ରବେଶିକା ପରୀକ୍ଷା

ଓଡିଶାରେ ଗଠନ ହେବ ନୂଆ ଆଞ୍ଚଳିକ ଦଳ । ୨୦୨୪ ନିର୍ବାଚର ୨ମାସ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗିରହିଛି। ବିଜେପି, ବିଜେଡି ଓ କଂଗ୍ରେସକୁ ଛାଡି ଗଠନ ହେବ ବିକଳ୍ପ ରାଜନୈତିକ ଦଳ। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଅସନ୍ତୋଷ ନେତା ଓ ଓଡିଶାରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ନୂଆ ଆଂଚଳିକ ଦଳ ସାମ୍ନାକୁ ଆସିବ । ଏଥିନେଇ ଜୋରଦାର ହୋଇଛି ପ୍ରକ୍ରିୟା । ବିଜେଡି ବିକଳ୍ପ ଭାବେ ଏହି ଆଞ୍ଚଳିକ ଦଳ ମୁଣ୍ଡ ଟେକିବ ବୋଲି ଚର୍ଚ୍ଚା ହେଉଛି । ବିଜୁ ଜନତା ଦଳକୁ ଛାଡି ଦେଲେ ଓଡିଶାରେ କୌଣସି ଆଞ୍ଚଳିକ ଦଳ ସଫଳ ହୋଇନାହିଁ । ଏବେ ପୁଣିଥରେ ନୂଆ ଆଞ୍ଚଳିକ ଦଳ ହେବା ପାଇଁ ଭିତିରିଆ ନେତାମାନେ ଯେଉଁ ପାଗ ଭିଡୁଛନ୍ତି ତାହାର ମୂଳଦୂଆ ନୂଆପଡାରେ ପଡିବ । ଚର୍ଚ୍ଚା ହେଉଛି ନୂଆପଡାରେ ବିଜୁ ଲୋକଦଳ ନାଁରେ ଜଣେ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ ଆଞ୍ଚଳିକ ଦଳ ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି। ବିଜେଡି , ବିଜେପି ଓ କଂଗ୍ରେସର ବିକଳ୍ପ ଭାବେ ଏହି ପ୍ରାର୍ଥୀ ଭଭା ହେବେ। ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅଣ୍ଟା ଭିଡୁଥିବା ରାଜ୍ୟ ରାଜନୀତିର ଅନେକ ରାଜନେତାମାନେ ଏକାଠି ହୋଇ ପରୋକ୍ଷରେ ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ।
ନୂଆପଡା ଉପ ନିର୍ବାଚନରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ବିଜୁ ଲୋକଦଳ( ବିଏଲଡି) ତାହାର ପ୍ରାର୍ଥୀ ଚୟନ କସରତ ଶେଷ କରିଛି । ଉପ ନିର୍ବାଚନରେ ବିଏଲଡି ପ୍ରାର୍ଥୀ କେତେ ଭୋଟ ପାଉଛି ତାହା ହିଁ ବିଜୁ ଲୋକଦଳର ସମ୍ପଦ ହେବ ବୋଲି ନୂଆ ଆଞ୍ଚଳିକ ଦଳ ପାଇଁ ଅଣ୍ଟା ଭିଡୁଥିବା ନେତାଏ ଚିନ୍ତା କରିଛନ୍ତି । ଖୋଲାଖୋଲି ଭାବେ କହିଲେ ଆଞ୍ଚଳିକ ଦଳ ଗଠନ ପୂର୍ବରୁ ଏହା ପ୍ରବେଶିକା ପରୀକ୍ଷା । ଯଦି ଉପ ନିର୍ବାଚନର ପ୍ରବେଶିକା ପରୀକ୍ଷାରେ ପ୍ରାର୍ଥୀ ଭଲ ପ୍ରଦର୍ଶନ କରିବ। ତେବେ ୨୦୨୭ ପଂଚାୟତ ନିର୍ବାଚନରେ ପରେ ଓଡିଶାର ବିଜୁ ଲୋକଦଳ( ବିଏଲଡି) ରାଜନୈତିକ ଦଳ ଭାବେ ଛିଡାହେବ ଓଡିଶା ରାଜନୀତିରେ । ଯଦି ତାହା ନହୁଏ ତେବେ ବିଜେଡିର ବିକଳ୍ପ ନାହିଁ ତାହା ବି ପ୍ରମାଣିତ ହେବ ନୂଆପଡା ଉପ ନିର୍ବାଚନରେ । ତେବେ କିଏ ହେବ ସେ ପ୍ରାର୍ଥୀ ତାହାକୁ ନେଇ ରାଜ୍ୟ ରାଜନୀତିରେ ନାନା ଚର୍ଚ୍ଚା ଓ ଆଲୋଚନା ।

ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ

*ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ*

‘ *ସଶକ୍ତୀକରଣ, ସ୍ବଚ୍ଛତା ଓ ଉତ୍ତରଦାୟିତ୍ଵର ପ୍ରତୀକ ରହିଆସିଥିଲା ଆରଟିଆଇ’*

*’ସରକାର ତୁରନ୍ତ ଆୟୋଗର ଖାଲି ପଦବି ପୂରଣ କରନ୍ତୁ’*

‘ *ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ଦେବା ସରକାରଙ୍କ କାମ* ‘

ଭୁବନେଶ୍ୱର, ତା ୧୨.୧୦.୨୫ :- ସୂଚନା ଅଧିକାର ଆଇନ ବଳରେ ଗରିବରୁ ଗରିବ ମଧ୍ୟ ଅପିଲ କରି ନ୍ୟାୟ ପାଇପାରିବ ଏବଂ ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସହାୟକ ହେବ। ୟୁପିଏ ସରକାରଙ୍କ ଉଦ୍ଦେଶ୍ୟ ଥିଲା କାର୍ଯ୍ୟପାଳିକା ସାଧାରଣ ଜନତାଙ୍କୁ ସୂଚନା ପ୍ରଦାନ କରିବେ। ସରକାରଙ୍କ କାର୍ଯ୍ୟପଦ୍ଧତ୍ତି ସ୍ଵଚ୍ଛ ରହିବ, ସରକାରଙ୍କ ଉତ୍ତରଦାୟିତ୍ଵ ରହିବ। ସମାଜର ତଳ ସ୍ତରର ଲୋକଙ୍କୁ ନ୍ୟାୟ ମିଳିବ। କିନ୍ତୁ କେନ୍ଦ୍ର ସରକାର ଲୋକଙ୍କ ଅଧିକାର ପ୍ରତି ଅବହେଳା କରିଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ସୂଚନା ଅଧିକାର ଆଇନର ୨୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଥିଲେ। ସେ କହିଥିଲେ, କେନ୍ଦ୍ରରେ ୟୁପିଏ ସରକାର ଅମଳରେ ମନରେଗା, ଶିକ୍ଷା ଅଧିକାର ଆଇନ୍, ଖାଦ୍ୟ ସୁରକ୍ଷା ଆଇନ ଓ ଜଙ୍ଗଲ ସମ୍ପଦ ଅଧିକାର ଆଇନ ପରି ଅନେକ ବିଧିବ୍ୟବସ୍ଥା ହୋଇଥିଲା। ଆରଟିଆଇ ବଳରେ, ପେନସନରେ ଅବହେଳା ହେଲେ ସୂଚନା ସଂଗ୍ରହ କରି ନ୍ୟାୟ ମିଳିପାରୁଥିଲା। ସେମିତି ସମସ୍ତ କ୍ଷେତ୍ରରେ ଆର.ଟି.ଆଇ ସୂଚନା ଅବହେଳା କରି ଲୋକଙ୍କ ଅଧିକାରକୁ ସରକାର ଛଡାଇ ନେଇଛନ୍ତି। ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉଦ୍ୟମ ଏବଂ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ ୨୦୦୫ ମସିହାରେ ଆର୍ ଟି ଆଇ ଆଇନ ଲାଗୁ କରିବା ଭାରତରେ ଏକ ଐତିହାସିକ ପଦକ୍ଷେପ ଥିଲା। କିନ୍ତୁ କେନ୍ଦ୍ରର ବିଜେପି ସରକାର ଗଣତନ୍ତ୍ରର ପ୍ରତ୍ୟେକ ଅଙ୍ଗକୁ କ୍ରମାଗତ ଭାବରେ କାଟିବାରେ ଲାଗିଛନ୍ତି। ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ଖ୍ୟାତନାମା ଆଇନଜୀବୀ ଏବଂ ଆର.ଟି.ଆଇ କର୍ମୀ ସଂଗଠନର ଆଇନ ପରାମର୍ଶଦାତା ଶିବାନନ୍ଦ ରାୟ କହିଛନ୍ତି କି, ଆଜି ଆର୍ ଟି ଆଇ ଆଇନ ୨୦ ତମ ବାର୍ଷିକ ଉତ୍ସବ ପାଳନ କରୁଛି। ୧୯୭୭ ମସିହାରେ ବିଶିଷ୍ଠ ଆଇନଜୀବୀ ପାଲକିବାଲା ଏବଂ ଶାନ୍ତିଭୂଷଣ ନିର୍ବାଚନର ଦୁର୍ନୀତିକୁ ନେଇ ମାନ୍ୟବର ସୁପ୍ରିମକୋର୍ଟରେ ବିତର୍କ କରିଥିଲେ। ଯାହା ୧୯୭୫ ମସିହାରେ ଏହି ପ୍ରସଙ୍ଗ ସଂସଦରେ ଉତଥାପନ ହୋଇଥିଲା। ଶେଷରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚେଷ୍ଟାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଦ୍ୟମରେ ୨୦୦୫ ମସିହାରେ ଆର୍ ଟି ଆଇ ଆଇନ କାର୍ଯ୍ୟକାରୀ ହେଲା। ଆର୍ ଟି ଆଇର ମୂଳ କଥା ହେଲା ବିଧାୟକ, ସଂସଦ ବିଧାନସଭା କିମ୍ବା ସଂସଦରେ ଯେଉଁ ଉତ୍ତର ଆଣୁଥିଲେ ସାଧାରଣ ଲୋକ ମଧ୍ୟ ସେହି ତଥ୍ୟ ୧୦ ଟଙ୍କା ଡିପୋଜିଟ କରି ପାଇପାରିବ। ତେବେ ଦୁର୍ନୀତି ରୋକିବା ପାଇଁ ସାଧାରଣ ଲୋକଙ୍କ ଜାଣିବା ପାଇଁ ଯେଉଁ ଆଇନ ତିଆରି କରାଗଲା ସରକାର ଠିକ୍ ପରିଚାଳନା କରୁନାହାନ୍ତି। ସୂଚନା ଆଇନ ଅନ୍ତର୍ଗତ ୨୩ ଲକ୍ଷ କେସ ଏବଂ ୪ ଲକ୍ଷ ଅପିଲ ବିନା ଫୈସଲାରେ ପଡ଼ିରହିଛି। କେନ୍ଦ୍ରୀୟ ସୂଚନା କମିଶନ ଓଡ଼ିଶାର କମିଶନରେ ଠିକ୍ ଭାବରେ ନିଯୁକ୍ତି ମଧ୍ୟ କରୁନାହାନ୍ତି। ଓଡ଼ିଶାରେ ୨୦୦୦ ସୂଚନା କର୍ମୀ ଅଛନ୍ତି । ସେଠି ମଧ୍ୟରୁ ୯ ଜଣଙ୍କ ହତ୍ୟା ହୋଇସାରିଲାଣି। ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାଶ କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ବିଗତ ଦିନରେ ଏକ ବଡଧରଣର ଖଣି ଦୁର୍ନୀତିକୁ ନେଇ ଗୋଟିଏ ଆଇ.ଏ.ଏସ, ଆଇ.ପି.ଏସ ଓ ଆଇନଜୀବୀଙ୍କୁ ସାମିଲ କରି ଏକ କମିଟି ଗଠନ କରିଥିଲେ। ସେହି କମିଟିର ରିପୋର୍ଟ ନେଇ କାମାକ୍ଷା ପ୍ରସାଦ ସିଂହଦେଓ ଏବଂ ମୁଁ ତତ୍କାଳୀନ ଖଣି ମନ୍ତ୍ରୀ ଶିଶିରୱାଲାକୁ ଭେଟି ଏକ ରିପୋର୍ଟ ପ୍ରଦାନ କରିଥିଲୁ। ତାହା ପରେ ୟୁପିଏ ସରକାର ଖଣି ଦୁର୍ନୀତିକୁ ନେଇ ସାହା କମିଶନ ବସାଇଥିଲେ। ସୂଚନା କର୍ମୀ ସଂଗଠନ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଏହି ଆଇନ ବଳରେ ଅନେକ ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି। କୋଭିଡ ସମୟରେ ହୋଇଥିବା ଘୋର ଦୁର୍ନୀତିର ତଥ୍ୟ ଆଜି ପର୍ଯ୍ୟନ୍ତ ଶ୍ରୀ ପ୍ରଧାନଙ୍କୁ ସରକାର ଦେଇନାହାନ୍ତି। ମାନ୍ୟବର ସୁପ୍ରିମକୋର୍ଟ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ କେନ୍ଦ୍ର ସରକାର ମାନୁନାହାନ୍ତି। ଆଇ ଏ ଏସ୍ ଏବଂ ଉଚ୍ଚ ପଦସ୍ଥ ଅଫିସର ଆଇନକୁ ବେଖାତିର କରୁଛନ୍ତି। ସୂଚନା କର୍ମୀଙ୍କୁ ସୁରକ୍ଷା ଦରକାର। ସରକାର ତାହା ଯୋଗାଉ ନାହିଁ। ତେଣୁ ଆଜି ସୂଚନା ଆଇନ ଲାଗୁ ହୋଇଥିଲେ ମଧ୍ୟ ସାଧାରଣ ଜନତା ଏହାର ସୁଫଳ ପାଇପାରୁନାହାନ୍ତି ଏବଂ ସୂଚନା କର୍ମୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି । ମୋଟାମୋଟି ବିଜେପି ସରକାର ଉକ୍ତ ଆଇନକୁ ଅକାମୀ କରିବାରେ ଲାଗିଛନ୍ତି ବୋଲି ଶ୍ରୀ ରାୟ ମତବ୍ୟକ୍ତ କରିଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ୨୦୧୪ ମସିହା ଠାରୁ ସରକାର କ୍ରମାଗତ ଭାବେ ଆର୍ ଟି ଆଇ ଆଇନକୁ ଦୁର୍ବଳ କରିବାରେ ଲାଗିଛନ୍ତି। ୨୦୧୯ ସୂଚନା ସଂଶୋଧନ ଆଇନ ଉକ୍ତ ଆଇନକୁ ଅନେକ କ୍ଷତିଗ୍ରସ୍ତ କରିଛି। ଏହି ସଂଶୋଧନ ହେବା ଯୋଗୁଁ କାର୍ଯ୍ୟପାଳିକା ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରି ଦିଆଗଲା। କମିଶନଙ୍କ କାର୍ଯ୍ୟକାଳ ୫ ବର୍ଷ ଥିଲା, ଏବେ ତାହା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ। କେନ୍ଦ୍ରୀୟ ସୂଚନା କମିଶନଙ୍କ ସମସ୍ତ କାର୍ଯ୍ୟର ସର୍ତ୍ତାବଳି କାର୍ଯ୍ୟପାଳିକା ହାତରେ ସମର୍ପି ଦିଆଗଲା। ଡିପିଡିପି ଆଇନ ବଳରେ ସୂଚନା ଅଧିକାର ଆଇନର ପରିସୀମାକୁ ଅଧିକ ସଙ୍କୁଚିତ କରିଦିଆଗଲା। ସେହି ଆଇନକୁ ଆୟୁଧ କରି ସୁରକ୍ଷା ଏବଂ ବ୍ୟକ୍ତିଗତ ଆଳରେ ସୂଚନା ପ୍ରଦାନ କରିବାକୁ ବାରଣ କରାଗଲା। ରକ୍ଷା ମନ୍ତ୍ରଣାଳୟର ୮୩% ଆବେଦନକୁ ନାକଚ କରିଦେଲେ ତେବେ ଏଥିରେ ଯଥାର୍ଥତା ଅଛି ବୋଲି କହିପାରିବା। କିନ୍ତୁ ଅନ୍ୟ ମନ୍ତ୍ରଣାଳୟ ଗୁଡ଼ିକ ମଧ୍ୟ ବ୍ୟକ୍ତିଗତ ଗୋପନୀୟତା ଆଳରେ ସୂଚନା ଦେବାକୁ ମନା କରି ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ଓ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଗୋପନୀୟତା ଆଳରେ ଦିଆ ଯାଉନାହିଁ। କେନ୍ଦ୍ର ସରକାର ଏକ ପ୍ରକାର ନିୟମ କରିଦେଲେ ଯେ ଆଉ କିଛି ସୂଚନା ନ ଦେଲେ ମଧ୍ୟ ଚଳିବ। ସୂଚନା ଆଇନ ସଂଶୋଧନ ଫଳରେ ଓଡ଼ିଶା ଭୀଷଣ ଭାବେ କ୍ଷତିଗ୍ରସ୍ତ ହେଲା। ବିଜେଡି ଅମଲାତାନ୍ତ୍ରିକ ସରକାର ଥିଲା ଏବଂ ଏଥିପାଇଁ ତାଙ୍କୁ ସୂଚନା ଚପେଇବା ସହଜ ହୋଇଗଲା। ବର୍ଷକୁ ୬ ହଜାର ଆବେଦନ ନାକଚ କରିଦିଆଗଲା ଏବଂ କୈଫିୟତ ଦିଆଗଲା ଯେ ତଥ୍ୟ ମାଗିଲା ବେଳେ କୌଣସି ସ୍ପଷ୍ଟତା ନାହିଁ। ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କ ଏକା ବେଳେ ୨୨ ଗୋଟି ଆବେଦନକୁ ଖାରଜ କରିଦିଆଗଲା ଏବଂ ଏଥିରେ ମଧ୍ୟ କୌଣସି ସ୍ପଷ୍ଟତା ନାହିଁ ବୋଲି ଉଲ୍ଲେଖ କରାଗଲା। ଏହି ଭଳି ଅନ୍ୟ ଜଣେ ସୂଚନା କର୍ମୀ ହେମନ୍ତ ନାୟକ କୁଆଁସରେ ଜମି ଜବର ଦଖଲକୁ ନେଇ ତଥ୍ୟ ମାଗିଥିଲେ, ସାତ ବର୍ଷ ପର୍ଯ୍ୟନ୍ତ କେସ ପଡ଼ିରହିଲା ପରେ ତାଙ୍କୁ କିଛି ତଥ୍ୟ ଦିଆଯାଇ ପାରିବନାହିଁ ବୋଲି କୁହାଗଲା। ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ବିଭାଗ ତଥ୍ୟ ଦେଲା ନାହିଁ। ଆଇନକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କୌଣସି ପଦକ୍ଷେପ ନ ନିଆ ଯିବା ଯୋଗୁଁ ସାଧାରଣ ଜନତା ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେବା ସହିତ ସୂଚନା କର୍ମୀ ହତ୍ୟାର ଶିକାର ହେଉଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ନୂଆପଡା : ସମ୍ମାନ, ସ୍ୱାଭିମାନ ଓ ଆତ୍ମସମ୍ମାନର ଲଢେଇ

୨୪ ବର୍ଷ ପରେ ରାଜ୍ୟ ଶାସନର ପଟ ପରିବର୍ତନ ହେଲା। ବିଜେଡି ଶାସନରୁ ଗଲା, ଓଡ଼ିଶାରେ ଆରମ୍ଭ ହେଲା ବିଜେପିର ଶାସନ। ୧୬ମାସ ଭିତରେ ଶାସକ ବିଜେପିର ଲୋକପ୍ରିୟତା ସେମିତି କିଛି ବଢ଼ିନାହିଁ। ବରଂ ଲୋକଙ୍କ ମଧ୍ୟରେ ଗୋଟେ କଥା.. ହେ ବିଜେପି ଦ୍ଵାରା କିଛି ହେବନାହିଁ। ୧୬ମାସ ହେବ ସରକାର ସେମିତି କିଛି ବିକାଶ ଓ ଜନକଲ୍ୟାଣ କାମ କରିଛନ୍ତି ବୋଲି ଓଡିଶାବାସୀ ଅନୁଭବ କରିପାରିନାହାନ୍ତି । ହଁ ବିଜେପି ତାର ନିର୍ବାଚନୀ ପ୍ରତିଶ୍ରୁତି ଯାହା ଯେମିତି ୧୬ମାସରେ ପୂରଣ କରିବା କଥା କିଛି କରିଛି। କେତେକ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଆସିଛି। ହେଲେ ଓଡିଶାବାସି ଯାହା ଆଶା କରୁଥିଲେ ବିଜେପି ଶାସନରେ ଏଯାଏ ତାହା ପୂରଣ କରିପାରିନାହିଁ ବିଜେପି। ବରଂ ବିଜେଡିର ଯେଉଁ ସବୁ କାରଣ ପାଇଁ ଲୋକେ ବିଜେଡିକୁ ପ୍ରତ୍ୟାଖାନ କଲେ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି , ଠିକ୍ ସେହି ଧାରାରେ ବିଜେପି ଚାଲିଛି। ସାଧାରଣରେ ଗୋଟେ ଚର୍ଚ୍ଚା ହେଉଛି ବିଜେଡି ଓ ବିଜେପି ଶାସନ ମଧ୍ୟରେ ସେମିତି କିଛି ଫରକ୍ ନାହିଁ।

ବିଜେଡି ୨୪ବର୍ଷ ଲମ୍ବା ଶାସନରେ ରହିବା ପରେ ବିରୋଧୀ ଦଳ ଭୂମିକାରେ ଆସିଛି। ହେଲେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଶାସକ ବିଜେପି ବିରୋଧରେ ଯେପରି ଆଭିମୁଖ୍ୟ ଗ୍ରହଣ କରିବା କଥା ତାହା କରିପାରୁନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ବିଜେପି ବିରୋଧରେ ନୁହେଁ, ବରଂ ଆପୋଷ ବୁଝାମାଣାରେ ରାଜ୍ୟରେ ବିଜେଡି ବିରୋଧୀ ଦଳ ଭୂମିକା ଲିଭାଉଛି ତାହା ସାଧାରଣରେ ଚର୍ଚ୍ଚା ହେଉଛି। ଅଭିଯୋଗ ହେଉଛି ବିଜେଡି ବିଜେପିକୁ ଡରୁଛି। ବିଜେପିର ଶୀର୍ଷ ନେତୃତ୍ଵଙ୍କ ସହ ନବୀନ ପଟ୍ଟନାୟକଙ୍କ ଉତ୍ତମ ସମ୍ପର୍କ ଥିବାରୁ ବିଜେଡିି ଆକ୍ରମକ ଭୂମିକାରେ ଆସି ପାରୁନାହିଁ ବିଜେପି ବିରୋଧରେ ବିଭିନ୍ନ ପ୍ରସଂଗରେ । ହେଲେ ଏକଥା ଶତ ଯେ ଆଜି ବି ବିଜେଡି ସଙ୍ଗଠନ ରାଜ୍ୟରେ ବିଜେପି ଓ କଂଗ୍ରେସ ଠାରୁ ଶକ୍ତିଶାଳୀ।

କଂଗ୍ରେସ ୨୪ ବର୍ଷ ହେବ ରାଜ୍ୟରେ ଦୁର୍ବଳ ସ୍ଥିତିରେ ଅଛି। ଦଳ ଭିତରେ ଆଜିର ଦିନରେ ଏକତା ଆସିପାରିନାହିଁ। ହଁ ରାହୁଲ ଗାନ୍ଧିଙ୍କ ଓଡିଶାଗସ୍ତ ଓ ଏଆଇସିସି ଓଡ଼ିଶାକୁ ଫୋକସ କରିବା ପରେ ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀ ଟିକେ ମୁଣ୍ଡ ଟେକିଛନ୍ତି । ହେଲେ ଦଳର ମଙ୍ଗୁଆଳ ମାନଙ୍କ ମନ ଏକ ହୋଇନାହିଁ ଆଜି ଯାଏ। ଦଳ ଭିତରେ ଗୋଟିଏ କଥା ଚର୍ଚ୍ଚା ହେଉଛି ଯେ ପିସିସି ସଭାପତି ଏକଲାଚାଲୋ ନୀତିରେ ଦଳକୁ ଚଳାଉଛନ୍ତି । ଯାହା କଂଗ୍ରେସ ନେତାମାନେ ସହଜରେ ହଜମ କରିପାରୁନାହାନ୍ତି । ଦଳର ବଡ ଦୁର୍ବଳତା ହେଉଛି ଦଳର ଭୋଟ ହାର ଆଶା ଠାରୁ ଅଧିକ ତଳକୁ ଖସି ଯାଇଛି। ଏହାସହ ଆର୍ଥିକ୍ ସମ୍ବଳ ବି ଦଳ ପାଇଁ ଆଉ ଗୋଟେ ସମସ୍ୟା ।
ରାଜ୍ୟର ୩ ପ୍ରମୁଖ ଦଳର ଏପରି ସ୍ଥିତି ଭିତରେ ନଭେମ୍ବର ୧୧ତାରିଖରେ ହେବାକୁ ଯାଉଛି ନୂଆପଡା ଉପ ନିର୍ବାଚନ । କଂଗ୍ରେସ ଟିକେଟରୁ ଉପ ନିର୍ବାଚନ ଲଢ଼ିବେ ଘାଷୀରାମ ମାଝୀ । ବିଜେପି ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଦଳରେ ସାମିଲ କରି ପ୍ରାର୍ଥୀ କରିବ । ବିଜେଡି ଢୋଲକିଆ ଧର୍ମପତ୍ନୀ କିମ୍ବା ଅନ୍ୟ କାହାକୁ ପ୍ରାର୍ଥୀ କରିବ । ତେବେ ନୂଆପଡ଼ା ଉପ ନିର୍ବାଚନରେ ଯେ ତ୍ରିମୁଖି ଲଢ଼େଇ ହେବ ତାହା ଜଳଜଳ କରି ଦିଶିଲାଣି। ହେଲେ ଦିନକୁ ଦିନ ରାଜନୈତିକ ଗଣିତ ଯେମିତି ବଦଳୁଛି କିଏ ନୂଆପଡା ବାଜି ଜିତିବ ସେ ଚିତ୍ର ସ୍ପଷ୍ଟ ହୋଇପାରୁନି । ଆଗକୁ ୩ ପ୍ରମୁଖ ରାଜନୈତିକ ଦଳର ଯୋଦ୍ଧା ମଇଦାନକୁ ଓହ୍ଲାଇବା ପରେ ନୂଆପଡ଼ା ବାସୀ ମନସ୍ଥ କରିବେ କାହାକୁ ବିଧାନସଭା ପଠାଇବେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news