ମହାନଦୀର ସୁରକ୍ଷା ପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏ ଆନ୍ଦୋଳନ: ଅରୁଣ ସାହୁ

- Advertisement -

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦିଲ୍ଲୀରେ ବସିଲା ମହାନଦୀ ସଂସଦ
ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଉଚିତ:ଜଷ୍ଟିସ ଗୋପାଳ ଗୌଡ଼

ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦ ର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଆବଶ୍ୟକ l ଟ୍ରିବୁନାଲ ନୁହେଁ, ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହେବା ଆବଶ୍ୟକ ବୋଲି ସୁପ୍ରିମ କୋର୍ଟ ର ପୂର୍ବତନ ବିଚାରପତି ତଥା ଓଡିଶା ହାଇକୋର୍ଟ ର ପୂର୍ବତନ ମୁଖ୍ୟ ବିଚାର ପତି ଜଷ୍ଟିସ୍ ଗୋପାଳ ଗୌଡା କହିଛନ୍ତି l ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାରଙ୍କ ଦ୍ୱାରା ମାର୍ଚ୍ଚ 2018ରେ ପ୍ରତିଷ୍ଠିତ ମହାନଦୀ ଟ୍ରିବ୍ୟୁନାଲ ବିବାଦର ସମାଧାନ ଦିଗରେ ଏ ପର୍ଯ୍ୟନ୍ତ କିଛି ପ୍ରଗତି ହୋଇନି। କାବେରୀ ସହ ଅନ୍ୟାନ୍ୟ ନଦୀ ବିବାଦର ଉଦାହରଣ ଦେଇ ଜଷ୍ଟିସ୍ ଗୌଡା କହିଛନ୍ତି ଯେ ଜଳ ବିବାଦର ବିଚାର ବର୍ଷ ବର୍ଷ ଧରି ଚାଲିପାରେ l ମଧ୍ୟସ୍ଥତା ମାର୍ଗରେ ଗଲେ ଦ୍ରୁତ ସମାଧାନ ପ୍ରଦାନ ହୋଇ ପାରିବ ଏବଂ ଉଭୟ ପକ୍ଷଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ବର୍ତ୍ତମାନ ଓଡିଶା, ଛତିଶଗଡ ଓ଼ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର l ତେଣୁ, ମଧ୍ୟସ୍ଥତା ମାଧ୍ୟମରେ ସମାଧାନର ସମ୍ଭାବନା ଅଧିକ ହୋଇପାରେ।। ମହାନଦୀ ବଚାଓ ଆନ୍ଦୋଳନ ଏହି ନଦୀ ସହିତ ଜଡିତ ଲୋକଙ୍କ ଅଧିକାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇ ଆସୁଛି।
ଏକ ବିକଳ୍ପ ବିବାଦ ସମାଧାନ ପାଇଁ ଅନୁଷ୍ଠିତ ମହାନଦୀ ସଂସଦରେ ବହୁ ଆଇନଜୀବୀ,ରାଜନେତା, ଆଇନ ପ୍ରଣେତା, ଚିନ୍ତାନାୟକ, ପୂର୍ବତନ ପ୍ରଶାସନ ଏବଂ ନାଗରିକ ସମାଜ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ରାଜ୍ୟସଭା ସଂlସଦ ଏବଂ ସଂସଦର ପିଟିସନ୍ କମିଟିର ଅଧ୍ୟକ୍ଷ ଏନ ଡି ଗୁପ୍ତା କର୍ଯ୍ୟକ୍ରମ ରେ ଯୋଗ ଦେଇ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗକୁ ଏକ ଛୋଟ ଜଳ ବିବାଦ ଭାବରେ ବିଚାର କରାଯିବା ଅନୁଚିତ୍ l ଏହାର ପ୍ରଭାବ ବହୁତ ବ୍ୟାପକ ଏବଂ ଏହାର ସମାଧାନ ଆନ୍ତରାଜ୍ୟ ଜଳ ବିବାଦର ସମାଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ।
ଜଳ ପୁରୁଷ ରାଜେନ୍ଦ୍ର ସିଂ କହିଲେ ଯେ ମହାନଦୀ ଆମ ମା ସଦୃଶ l ମlକୁ ପଣ୍ୟ ବସ୍ତୁ ଭଳି ବିକ୍ରି କରିବା ର ମାନସିକତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l ମହାନଦୀ କୁ ମାତ୍ର 30 / 35 ଟି କର୍ପୋରେଟ ପରିବାର ନିଜ ଲାଭ ପାଇଁ ବ୍ୟବହାର କରି 5 କୋଟି ଲୋକଙ୍କୁ ମରଣ ମୁହଁ କୁ ଠେଲୁଛନ୍ତି ଓ଼ ଭୟlନକ ପରିବେଶ ଅସନ୍ତୁଳନକୁ ଡାକି ଆଣୁଛନ୍ତି l ସରକାର କର୍ପୋରେଟ ପ୍ରୀତି ଛାଡି ଲୋକଙ୍କ ପ୍ରୀତ ପାଇଁ କାର୍ଯ୍ୟ କରିବା ଉଚିତ l

ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଏଥିରେ ଯୋଗ ଦେଇ ମହାନଦୀ ର ସୁରକ୍ଷା ପାଇଁ ଆନ୍ଦୋଳନ କୁ ଦିଲ୍ଲୀ ରୁ ପଲ୍ଲୀ ପର୍ଯ୍ୟନ୍ତ ନେବାକୁ ଆହ୍ୱାନ ଦେଇଥିଲେ l
ବିଶିଷ୍ଟ ଆଇନ ଜୀବି ଶ୍ରୀ ବିଭୂପ୍ରସାଦ ତ୍ରିପାଠୀ କହିଲେ ଯେ ମହାନଦୀ ଜଳ ବିବାଦର ସମାଧାନ କ୍ଷେତ୍ରରେ ଆପୋଷ ଆଲୋଚନା କେବଳ ସରକାରୀ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଭିତରେ ସୀମିତ ନ ରହି ସମସ୍ତ ଅଂଶୀଦାରଙ୍କୁ ସାମିଲ କରିବା ଉଚିତ।
ମହାନଦୀ ବଞ୍ଚାଓ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ଜଳ ବିବାଦ ସମାଧାନ ସମ୍ପର୍କରେ ବିକଳ୍ପ ପଦ୍ଦତି ସମ୍ପର୍କରେ ଉପସ୍ଥାପନା କରିବା ସହିତ ଆପୋଷ ଆଲୋଚନା ପୂର୍ବରୁ ମହାନଦୀ ସହିତ ଜଡିତ ବିଭିନ୍ନ ଅଂଶୀଦାର ଗୋଷ୍ଠୀ ଓ ବ୍ୟକ୍ତି ବିଶେଷ ତଥା ରାଜନୈତିକ ଦଳ ମାନଙ୍କ ସହିତ ବୁଚାର ବିମର୍ଷ କରି ଏକ ସହମତି ଅଣା ଯିବା ନିହାତି ଜରୁରୀ ବୋଲି କହିଥିଲେ l
ନୂଆଦିଲ୍ଲୀରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ, ମହାନଦୀର ଉତ୍ପତ୍ତି ସ୍ଥାନରୁ ବଙ୍ଗୋପସାଗରରେ ଏହାର ମିଶ୍ରଣ ପର୍ଯ୍ୟନ୍ତ ମହାନଦୀ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ପ୍ରଦୂଷଣ, ଅତ୍ୟଧିକ ଶୋଷଣ ଏବଂ ନଦୀ ଜମି ର ଜବରଦଖଲ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ନଦୀ ଅଧିକାର କର୍ମୀମାନେଆଜିର ବୈଠକରେ ଯୋଗ ଦେଇଥିଲେ ଏବଂ ସେମାନଙ୍କର ସମର୍ଥନ ଜଣାଇଥିଲେ।
ପ୍ରକାଶ ଥାଉ କି ମହାନଦୀର ଉପର ମୁଣ୍ଡରେ ବହୁ ସଂଖ୍ୟକ ବନ୍ଧ ଏବଂ ବ୍ୟାରେଜ୍ ନିର୍ମାଣ ପରେ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ବିବାଦ ଉପୁଜିଥିଲା। ୨୦୦୪-୨୦୧୬ ମଧ୍ୟରେ ଛତିଶଗଡ଼ରେ ବେଆଇନ ବନ୍ଧ ବ୍ୟାରେଜ ଇତ୍ୟାଦି ନିର୍ମାଣ ପରିବେଶଗତ ଆଇନ ଉଲ୍ଲଂଘନ କରିଥିଲା ​​ଏବଂ ଜଳ ପ୍ରବାହକୁ ସୀମିତ କରିଥିଲା।
କେନ୍ଦ୍ର ସରକାର ୨୦୧୮ ମସିହାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରି ଥିଲେ ଏବଂ ମାମଲା ୭ ବର୍ଷ ଚାଲିଥିଲେ ମଧ୍ୟ କୌଣସି ଫଳାଫଳ ମିଳିନାହିଁ। ଏହାର କାର୍ଯ୍ୟକାଳ ଏପ୍ରିଲ ୨୦୨୬ ରେ ଶେଷ ହେଉଛି, ହେଲେ ବର୍ତ୍ତମାନ, ଦୁଇ ରାଜ୍ୟ ସରକାରଙ୍କ ମଧ୍ୟରେ ଅଧିକାରୀ ସ୍ତରୀୟ ଆଲୋଚନା ଚାଲିଛି, ଯାହା ପରେ ନଭେମ୍ବରରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ଜଷ୍ଟିସ୍ ଗୌଡା କହିଛନ୍ତି, ଯେତେବେଳେ ଦୁଇ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବେ, ସେମାନେ ମିଳିତ ଭାବରେ ଜଣେ ମଧ୍ୟସ୍ଥି ପ୍ରସ୍ତାବ ଦେବା ଉଚିତ।
ଆଜିର ଏହି କାର୍ଯ୍ୟକ୍ରମ ରେ କ୍ରିଷ୍ଣା ନଦୀ ତରଫରୁ ସତ୍ୟ ବୁଲସେଟ୍ଟୀ, ଗୋଦାବରୀ ତରଫରୁ ପ୍ରକାଶ ରାଓ, ଯମୁନା ନଦୀ ତରଫରୁ ରମେଶ ଶର୍ମା, ବିଶିଷ୍ଟ ସାମ୍ୱାଦିକ ରାଜେଶ ମହାପାତ୍ର ଙ୍କ ସମେତ ଅନେକ ଜାତୀୟ ସ୍ତରର ନଦୀ ଅଧିକାର କର୍ମୀ ଯୋଗ ଦେଇଥିଲେ l
ଓଡିଶା ରୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ର ଶ୍ରୀ ଲଳିତ ପଟନାୟକ, ମନୋଜ ଜେନା, ବିଜୟ ପ୍ରଧାନ, ସଚିକାନ୍ତ ପ୍ରଧାନ, ପ୍ରସନ୍ନ ବିଶୋଇ, ଅନାଦି ସାହୁ, ଟଙ୍କଧର ଦାସ, ଶରତ ରାଉତ ପ୍ରମୁଖ ପରିଚାଳନା କରିଥିଲେ l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles