ବୁଲା ଗାଈ ଗୋରୁ ଓ କୁକୁର ଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦ୍ବିତୀୟ ପର୍ଯ୍ୟାୟ ରେ ପଞ୍ଚାବନ ଲଷ ଟଙ୍କା ସହାୟତା ମଞୁର ।

ବୁଲା ଗାଈ ଗୋରୁ ଓ କୁକୁର ଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦ୍ବିତୀୟ ପର୍ଯ୍ୟାୟ ରେ ପଞ୍ଚାବନ ଲଷ ଟଙ୍କା ସହାୟତା ମଞୁର ।

ଭୁବନେଶ୍ୱର : କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି ।ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ 48 ଟି ମ୍ୟୁନିସପାଲଟି ଓ 61 ଟିଏନ୍ଏ ସି ମାନଙ୍କୁ ପଞ୍ଚାବନ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ।ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ ।ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା ,କଟକ ,ସମ୍ବଲପୁର, ରାଉରକେଲା, ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା ,ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

ସୂଚନାଯୋଗ୍ୟ ଯେ ଗତ ନ୍ଅ ତାରିଖ ଦିନ ଏହି ଉଦ୍ଦେଶ୍ୟ ରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଷାଠିଏ ଲଷ ଟଙ୍କା ମଞୁର କରାଯାଇଥିଲା ।

ବିଜେଡ଼ି ନେତାଙ୍କୁ ପ୍ରଣବଙ୍କ ବାର୍ତ୍ତା : ସାଜ ବିପଦର ବନ୍ଧୁ

()  ସାଢେ ଚାରିକୋଟି ଓଡ଼ିଆ ମୋ ପରିବାର । ଏକଥା ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହନ୍ତି । ତେଣୁ ସେମାନଙ୍କ ଭଲମନ୍ଦ ବୁୂଝିବା ବିଜୁ ଜନତା ଦଳର ସମସ୍ତ ନେତା,କର୍ମୀଙ୍କ ପ୍ରଥମ କର୍ତ୍ତବ୍ୟ । ସେମାନେ ଯେମିତି ନିରବିଚ୍ଛିନ ଭାବେ ଭଲପାଇବା ଦେଇଛନ୍ତି । ଆମେ ମଧ୍ୟ ସେମାନଙ୍କୁ ସେପରି ଭଲ ପାଇବା ଦେବା । ଦଳୀୟ ସଭା ହେଉ ଅବା ବିଜେଡ଼ିର ପ୍ରତିଷ୍ଠା ଦିବସ କି ସମାବେଶ ଏକଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହନ୍ତି । ଆଉ ଏକଥାକୁ ଅକ୍ଷର ଅକ୍ଷରେ ପାଳନ କରନ୍ତି ଦଳର ନେତାମାନେ । ଆଉ ଯେଉଁଠି ବ୍ୟତିକ୍ରମ ଦେଖାଦିଏ , ନବୀନଙ୍କ ସବୁଠାରୁ ବିଶ୍ୱସ୍ତ ଦୂତ ତଥା ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସେଠାରେ ଉଭା ହୁଅନ୍ତି । କାରଣ ନବୀନଙ୍କ ପରି ବବି ମଧ୍ୟ ସବୁବେଳେ ଜନସେବା ପାଇଁ ରାଜନୀତିକୁ ଆସିଛନ୍ତି ବୋଲି କହନ୍ତି । ବିଶେଷକରି ବିପଦ ସମୟରେ ଲୋକମାନଙ୍କ ସହ ରହି ସେମାନଙ୍କ ଦୁଃଖ ବୁଝିବା ପାଇଁ ସବୁବେଳେ ସେ ଦଳୀୟ ବିଧାୟକ , ତୃରମୂଳସ୍ତର କର୍ମୀଙ୍କୁ ତାଗିତ କରନ୍ତି । ନିଜେ ରାଜଧାନୀରେ ନବସି ଗ୍ରାଉଣ୍ଡକୁ ଯାଇ ସ୍ଥିତର ସମୀକ୍ଷା କରନ୍ତି ବବି । ଯେଉଁଥି ପାଇଁ ସେ ନବୀନଙ୍କର ପ୍ରିୟ ।
କରୋନାର ଦ୍ୱିତୀୟ ଲହରୀ ଦ୍ରୃତ ସଂକ୍ରମଣ ହେଉଛି ।
ଏପରି ସାଂପ୍ରତିକ ପରିସ୍ଥିତିିରେ ଲୋକଙ୍କ ଜୀବନ କିପରି ସୁରକ୍ଷିତ ରହିବ ତାହା ଉପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିବା ଓ ଏପରି ବିପଦ ସମୟରେ କିପରି ନିଜ ଲୋକପରି ଦଳୀୟ ବିଧାୟକ,ମନ୍ତ୍ରୀ, ସାଂସଦ, ଓ ତୃଣମୂଳ କର୍ମକର୍ତ୍ତା ମାନେ କାମ କରିବେ ତାହାର ମଙ୍ଗ ଧରିଛନ୍ତି ବବି । ପ୍ରତ୍ୟେକ ଦିନ ଦଳୀୟ ନେତା ଓ କର୍ମୀଙ୍କ ବିପଦ ସମୟରେ ଓଡ଼ିଶାବାସୀଙ୍କ ବନ୍ଧୁ ହୋଇ କାମ କରିବାକୁ ସେ ପରାମର୍ଶ ଦେଉଛନ୍ତି । ଏହି ସମୟରେ ବିଧାୟକ , ମନ୍ତ୍ରୀ, ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ପ୍ରଣବ । କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ପାଇଁ ସଚେତନ କରିବା ସହ ମାସ୍କ ଘରେ ଘରେ ପହଞ୍ଚାଇବା , ଗରିବଙ୍କ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦେବା, ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ରକ୍ତଦାନ ଶିବିର କରିବା ନିଜ ନିର୍ବାଚନୀ ମଣ୍ଡଳୀରେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀ ଯେମିତି ସୁବିଧାରେ ସରକାରୀ ସୁବିଧା ସୁଯୋଗ ପାଇପାରିବ ସେ ବ୍ୟବସ୍ଥା କରାଇବା ଓ ନିଜ ନିର୍ବାଚନ ମଣ୍ଡଳୀରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ପାଇଁ ପ୍ରଣବ ବିଜେଡ଼ି ବିଧାୟକ ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏନେଇ ପ୍ରତ୍ୟେକ ଦିନ ଘନଘନ ବୈଠକ କରି ନେତାଙ୍କ କାର୍ଯ୍ୟଦକ୍ଷତା ମାପୁଛନ୍ତି ସେ । କେବଳ ସେତିକି ନୁହେଁ, ସୁବିଧା ଓ ଅସୁବିଧା କଥା ମଧ୍ୟ ବୁଝୁଛନ୍ତି ।
କୋଭିଡ଼ ପରିଚଳନା ନେଇ ଫେସ ଟୁ ଫେସ ଆଲୋଚନା କରି ବବି ନେତାଙ୍କ ମନବଳ ଶକ୍ତିଶାଳୀ କରିବା ସହ ତାଗିତ ମଧ୍ୟ କରୁଛନ୍ତି । ଯାହାର ପ୍ରଭାବ ରାଜ୍ୟବାସୀ ଅନୁଭବ କରୁଛନ୍ତି । କେଉଁଠି ମନ୍ତ୍ରୀ ନିଜେ ଡ଼୍ରାଇଭର ସାଜି କରୋନା ରୋଗୀଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଉଛନ୍ତି ତ କେଉଁଠି ବିଜେଡ଼ି ଜିଲ୍ଲାସଭାପତି, ଯୁବ ଓ ଛାତ୍ରନେତାମାନେ କରୋନାରେ ମୃତ୍ୟୁ ଘଟୁଥିବା ଲୋକଙ୍କ ଶବ ସଂସ୍କାର କରୁଛନ୍ତି । ନବୀନ ଓ ବବିଙ୍କ ନୀତି, ଆଦର୍ଶରେ ବହୁ ଯୁବ ଓ ଛାତ୍ରନେତା ମାନେ ଏବେ ପୁରା ଓଡ଼ିଶାରେ ମାସ୍କ, ସାନିଟାଇଜର, ଲୋକଙ୍କୁ ସଚେତନ କରିବା ସହ ଜୀବଜନ୍ତୁ ଖାଦ୍ୟ ଦେବାରେ ଲାଗିପଡ଼ିଛନ୍ତି । ଆଗାମୀ ଦିନରେ ଏହି ଅଭିଯାନ ଆହୁରୀ ଜୋରଦାର ହେବ ବୋଲି ଦଳୀୟ ନେତାଏ କହିଛନ୍ତି ।

ନିରବ ପ୍ରାର୍ଥନା…

() ଅପରାହ୍ନରେ  ହଠାତ  ଦିବ୍ୟା ନିଜ ଫେସବୁକ ଖୋଲି ଦେଖୁଥାଏ । ଦିବ୍ୟା ସହ ଫେସବୁକରେ ତାର ଫ୍ରେଣ୍ଡଥିବା ସାଙ୍ଗମାନେ କିଏ କଣ ଅପଲୋଡ଼ କରିଛନ୍ତି ତାହାକୁ ଦେଖି ସେ ଲାଇକ ଓ କମେଣ୍ଟ ଦେଉଥାଏ । ହଠାତ ଦେଖିଲା ସାନୁ ଜ୍ୟୋତିର ଏକ ଫଟୋ ଅପଲୋଡ଼ କରି ଲେଖିଛି , ହେ ଭଗବାନ ମୋ ସାଙ୍ଗକୁ ଜଲଦି କୋଭିଡ଼ରୁ ମୁକ୍ତ କର । ଏହାସହ ସେ ଲେଖିଛି, ଜ୍ୟୋତି ତୁ ଚିନ୍ତା କରେନା ତୁ ଶୀଘ୍ରସୁସ୍ଥ ହୋଇଯିବୁ । ସାନୁର ଏହି ଫେସବୁକ୍ ପୋଷ୍ଟ ପାଖରେ ରହିଗଲା ଦିବ୍ୟା । ଦୁଇ ଚାରିଥର ସାନୁର ପୋଷ୍ଟ ପଢିଲା ଓ ଭଲଭାବେ ଦେଖିଲା । ତାପରେ ଜ୍ୟୋତିର ଫେସବୁକ୍ ଏକାଉଣ୍ଟକୁ ସର୍ଚ୍ଚ କରି ଦେଖିଲା। ପୁରା ନାମ
ଜ୍ୟୋତି ପ୍ରକାଶ ମହାପାତ୍ର । ବୟସ ୩୩ । ଘର ଭୁବନେଶ୍ୱରର କଳିଙ୍ଗନଗର ଅଚଂଳରେ । ପେଶାରେ ସେ ଜଣେ ସାମ୍ବାଦିକ । ଖୁବ କମ ଦିନରେ ସାମ୍ବାଦିକ ଜଗତରେ ସେ ବେଶ ସୁନାମ ଅର୍ଜନ କରିଛି ଓ ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛି । କରୋନା ସମୟରେ ସେ ହେଉଛି ସମ୍ମୁଖ ଯୋଦ୍ଧା । କାରଣ କରୋନା ସର୍ମ୍ପକରେ ଟିକନିକ ଖବର ଲୋକଙ୍କ ପାଖରେ ପହଞ୍ଚାଇବା ତାହାର ପ୍ରଥମ କତ୍ତବ୍ୟ । ସେ ଟିକେ ଡ଼ରୁଆ ପିଲାହେଲେ ମଧ୍ୟ ଖବର ସଂଗ୍ରହ ବେଳେ କିନ୍ତୁ ଗଣମାଧ୍ୟମ ଜଗତରେ ସେ ସିଂହ । ସଭିଁଙ୍କ ସହ ଭଲ ସମ୍ପର୍କ ଓ ହସଖୁସୀର ଜଣେ ଯୁବ ସାମ୍ବାଦିକ ସେ । କରୋନାର ଦ୍ୱିତୀୟ ଲହରୀ ଦ୍ରୃତ ସଂକ୍ରମଣ ହେଉଥିବାରୁ ହଠାତ ଖବର ସଂଗ୍ରହ ବେଳେ ସେ ଅସୁସ୍ଥ ଅନୁଭବ କଲା । ସଂନ୍ଧ୍ୟାକୁ ତାକୁ ଜ୍ୱର ହେବା ସହ ଦେହହାତ ଘୋଳାବିନ୍ଧା ହେଲା । ତେଣୁ ଜଣେ ସଚେତନ ଯୁବକ ଭାବେ ସେ ତାପର ଦିନ କରୋନା ଟେଷ୍ଟ କରିବାରୁ ତାର ରିର୍ପୋଟ ପଜିଟିଭ ଆସିଲା । ସେ କରୋନରେ ଆକ୍ରାନ୍ତ । ଡ଼ାକ୍ତର ପରାମର୍ଶ କ୍ରମେ ଔଷଧ ଖାଉଛି । ଏବେ ସେ ହୋମଆଇସୋଲେସନରେ । ଆଉ ଏକଥା ସେ ତାର କଲେଜ ଦିନର ପ୍ରିୟ ସାଙ୍ଗ ସାନୁକୁ କହିଲା । ସାନୁ ବ୍ୟସ୍ତ ହୋଇଗଲା । ଭଲମନ୍ଦ କଥା ବି ବୁଝିଲା । ହେଲେ ସାନୁ ଭାରି ସୋସିଆଲ ମିଡ଼ିଆ ପ୍ରେମୀ । ଜ୍ୟୋତି ସାନୁ ସହ ଭିଡ଼ିଓ କଲ ବେଳେ କଥାବର୍ତ୍ତା ହେବାର ଫଟୋକୁ ସେ ନିଜ ଫେସବୁକରେ ଅପଲୋଡ଼ କରିଦେଲା । ଆଉ କଲେଜ ବେଳେ ଏକା କ୍ଲାସରେ ପଢୁଥିବା ଦିବ୍ୟା ଅପରାହ୍ନରେ ଏହି ପୋଷ୍ଟକୁ ଦେଖି ଚିନ୍ତାରେ ପଡ଼ିଗଲା । ତେବେ ଦିବ୍ୟା କଣ ଜ୍ୟୋତିର ପୁରୁଣା ପ୍ରେମିକା କି ? ନା ଦିବ୍ୟା ସାନୁ ଓ ଜ୍ୟୋତି ସହ ବିଜେବି କଲେଜରେ ପଢୁଥିଲେ । ଇଂରାଜୀ ଅନର୍ସ ରଖି । ସେଠୁ ଚିହ୍ନାଜଣା । ହଁ ସେ ଜ୍ୟୋତିର ପ୍ରେମିକା ନୁହେଁ । ହେଲେ ଜ୍ୟୋତି ପ୍ରତି ତାର ଆକର୍ଷଣ ଥିଲା । କହିବାକୁ ଗଲେ ଟିକେ ଦୁର୍ବଳତା । ଯେମିତି ପ୍ରତି ମଣିଷ ସମୟ ସହ ତାଳଦେଇ କାହା ପ୍ରତି ଟିକେ ଆକର୍ଷିତ ହୋଇଥାଏ । ଠିକ ସେମିତି ଦିବ୍ୟା , କଲେଜ ସମୟରେ ଟିକେ ଆକର୍ଷିତ ହୋଇଥିଲା ଜ୍ୟୋତି ପ୍ରତି । ହେଲେ ଏହା ଭଲପାଇବା ନୁହେଁ, କି ପ୍ରେମ । ଏମିତିକି କିଏ କାହାକୁ ଏକଥା କେବେ କହିନାହାନ୍ତି । ଆଜି କଲେଜ ସରିବାର ୮ବର୍ଷ ପରେ ଏହି ଆକର୍ଷଣ ଦିବ୍ୟାକୁ ଚିନ୍ତାରେ ପକାଇଦେଲା । କରୋନାର ଦ୍ୱିତୀୟ ଲହରୀ ବହୁତ ମାରତ୍ମକ । ଅନେକ ଯୁବଗୋଷ୍ଠୀଙ୍କ ଅକାଳରେ ବିୟୋଗ ଘଟୁଛି । ଏସବୁ ଚିନ୍ତା କରି ଦିବ୍ୟା ମୁଣ୍ଡ ବୁଲାଇଲା । ସେ କଣ କରିବ ଭାବିପାରିଲା ନାହିଁ । ଯେମିତି ସାନୁର ପୋଷ୍ଟ ତାକୁ ବିଚଳିତ କଲା । ସେ କଣ କରିବ କଣ ନକରିବ ତାହା କିଛି ସମୟ ପାଇଁ ଭାବିପାରିଲା ନାହିଁ । ମନକୁ ପାପ ବି ଛୁଁ ଥାଏ । କାରଣ ପ୍ରତ୍ୟେକ ଲୋକଙ୍କ ମନକୁ ଅସୁବିଧା ସମୟରେ ଆଗେ ଖରାପ ବା ପାପ ଚିନ୍ତା ଘାରେ । ଦିବ୍ୟାକୁ ବି ଘାରିଲା । ଠିକ ଏତିକି ବେଳେ ଝରକା ପଟୁ ପଡ଼ୋଶୀ ଘରର ମାମି ଡ଼ାକ ଛାଡ଼ିଲା । ଲୋ ଦିବ୍ୟା ଆଜି ସଂଞ୍ଜ ଦେବୁନାହିଁ କି ? ମନ୍ଦିର ଯିବୁନି କି ? ଆସୁନୁ, କଣ ଏତେ ଡ଼େରୀ । ଦିବ୍ୟା ମାମି ଡ଼ାକ ଶୁଣି କିଛି ସମୟ ନିରବ ରହିବା ପରେ ନରମ ସ୍ୱରରେ କହିଲା ମାମି ଚାଲ ମୁଁ ଯାଉଛି । ତାପରେ ଠାକୁର ଘରକୁ ଯାଇ ଦୁଇଟା ଦ୍ୱୀପ କଲା । ସବୁବେଳେ ଦିବ୍ୟା ନିଜର ପାଂଚ ବର୍ଷରୁ ସାନ ଝିଅକୁ ନେଇ ମନ୍ଦିର ଯାଏ । ଆଜି ବି ଗଲା । ମନ୍ଦିରରେ ପହଞ୍ଚି ଦୀପ ଲଗାଇ ପ୍ରାର୍ଥନା କଲା । ଏହି ସମୟରେ ଦିବ୍ୟାର ସାଙ୍ଗ ମାମି କହିଲା କଣ ହୋଇଛି କିଲୋ ତୋର । ଆଜି ଏତେ ଡ଼େରୀ । ପୁଣି ହାତରେ ଦୁଇଟା ଦ୍ୱୀପ । ସବୁବେଳେ ଗୋଟିଏ ଦ୍ୱୀପ ନେଇ ମନ୍ଦିର ଆସୁଥିବା ଦିବ୍ୟା କିନ୍ତୁ ମାମିର ଏ ପ୍ରଶ୍ନର ଉତ୍ତର କଣ ଦେବ ତାହା କିଛିି ସମୟ ପାଇଁ ଭାବିପାରିଲା ନାହିଁ । ଶେଷରେ କହିଲା ମାମି ଲୋ । ଏ କରୋନା ଜଲଦି କିପରି କମିଯାଉ ଓ ଆମର ଚିହ୍ନା ଲୋକମାନେ କିପରି ଏଥିରୁ ମୁକ୍ତି ପାଆନ୍ତୁ ଏଥିଲାଗି ଆଜି ଗୋଟିଏ ଦ୍ୱୀପ ଝାଳି ମା ମଙ୍ଗଳାଙ୍କ ପାଖରେ ପ୍ରାର୍ଥନା କରିବି । ମାମି ଆଉ କିଛି ନକହି କହିଲା ମୁଁ ଯାଉଛି ଲୋ ଦିବ୍ୟା , ତେଣେ ମୋର କେତେ କାମ । ତୁ ଆସେ । ଏହାପରେ ଦିବ୍ୟା ଝିଅକୁ ବସାଇ ମନ୍ଦିର ଦ୍ୱୀପ ଲଗାଇ ପ୍ରାର୍ଥନା କଲା । କିଛି ସମୟ ନିରବ ପ୍ରାର୍ଥନା କରି ମନେମନେ ଜ୍ୟୋତିକୁ ମା ଜଲଦି ଭଲ କରିଦେ ବୋଲି ଭାବବିହ୍ୱୋଳ ହୋଇ ଗୃହରୀ ପ୍ରାର୍ଥନା କରି ମାଙ୍କକୁ ଜଣାଇଲା । ଠିକ ଏହି ସମୟରେ କୁନିଝିଅ ସେହ୍ନା କହିଲା ମମି ଚାଲ ଘରକୁ ଯିବା । ଆଉ ଦିବ୍ୟାର ନିରବ ପ୍ରାର୍ଥନା ବି ଭାଙ୍ଗିଗଲା । ମାଙ୍କୁ ମୁଣ୍ଡିଆ ମାରି ଯେତେବେଳେ ଚାହିଁଲା , ଦେଖିଲା ଫୁଲଟିଏ ଯୋଗକୁ ମାଙ୍କ ମଥାରୁ ଖସିପଡ଼ିଲା । ବାସ ଖୁସିରେ ଦିବ୍ୟା ଘରକୁ ଫେରିଲା । ଦିବ୍ୟା ପରି ଆଜି ଅନେକ ଜ୍ୟୋତି ଓ ନିଜର ପ୍ରିୟଜନଙ୍କ ଆଶୁ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ଏପରି ନିରବ ପ୍ରାର୍ଥନା କରୁଛନ୍ତି ।

ମୋବାଇଲ ରୁ ମିଳିବ କୋଭିଡ ପରୀକ୍ଷା ରିପୋର୍ଟ…

ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ ‘Covid-19 Test Report’ ସୁବିଧାର ଶୁଭାରମ୍ଭ ।

ମୋବାଇଲ ରୁ ମିଳିବ କୋଭିଡ ପରୀକ୍ଷା ରିପୋର୍ଟ।

ରିପୋର୍ଟ ପାଇଁ ପରୀକ୍ଷା କେନ୍ଦକୁ ଯିଵା ଦରକାର ନାହିଁ ।

ଭୁବନେଶ୍ୱର : ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା; ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବା ସହ ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ। ସ୍ୱାସ୍ଥ୍ୟ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କୁ ରିପୋର୍ଟ ସଂଗ୍ରହ କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ।

ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏଥିସହ ଏହି ରିପୋର୍ଟରେ ଥିବା କ୍ୟୁଆର କୋଡ୍ ଯୋଗେ ପ୍ରାଧିକୃତ ସାଂସ୍ଥ ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ମହାମାରୀ ବିରୋଧରେ ଲଢ଼େଇରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ।”

ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟବାସୀଙ୍କ ମୂଲ୍ୟବାନ ଜୀବନ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, “ଆମେ କୋଭିଡ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆରଟି ପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରୁଛୁ। ଯେଉଁଠାରେ ଲୋକମାନଙ୍କୁ ପ୍ରତିଦିନ ସେବା ଯୋଗାଇ ଦିଆଯିବ। ଯାହା ଆମର କୋଭିଡ ମହାମାରୀ ବିରୋଧୀ ଲଢେଇରେ ଆହୁରି ଦୃଢତା ଭରିବ।”

ପରୀକ୍ଷା ରିପୋର୍ଟ ଅତ୍ୟନ୍ତ ସୁବିଧାଜନକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ‘5T’ ଅଧୀନରେ ଏହି ଆରଟି ପିସିଆର ରିପୋର୍ଟ ୱେବସାଇଟ୍ ଆରମ୍ଭ କରାଯାଇଛି। ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଓଟିପି ଦ୍ୱାରା ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରକୁ ରିପୋର୍ଟ ପଠାଯିବାର ବ୍ୟବସ୍ଥା ହୋଇଛି। ଜନସାଧାରଣଙ୍କ ସୁବିଧା ପାଇଁ https://covid19regd.odisha.gov.in/SamplCollectionDetails.aspx ୱେବସାଇଟକୁ https://statedashboard.odisha.gov.in ସହିତ ସଂଯୋଗ କରାଯାଇଛି।

ଏହି ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର କହିଛନ୍ତି, “ଅନେକ ସମୟରେ ଲୋକମାନେ କୋଭିଡ ରିପୋର୍ଟ ପାଇବା ପାଇଁ ପରୀକ୍ଷା କେନ୍ଦ୍ରରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନର କଠିନ ସମୟରେ ନିଜ ନମୁନା ପରୀକ୍ଷା ରିପୋର୍ଟ ଜାଣିବା ନେଇ ଉତ୍କଣ୍ଠା ରହିବା ସ୍ୱାଭାବିକ ଏବଂ ଲୋକମାନେ ନମୁନା ପରୀକ୍ଷା ପାଇଁ ଦେଇ ସଙ୍ଗେସଙ୍ଗେ ରିପୋର୍ଟ ଆଶା କରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ଆମେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିଧାସଳଖ ଲୋକଙ୍କୁ ନମୁନା ପରୀକ୍ଷା ରିପୋର୍ଟ ପ୍ରଦାନର ବ୍ୟବସ୍ଥା କରିଛୁ। ଏହି ସୁବିଧା ଗ୍ରାମପଞ୍ଚାୟତସ୍ତରରେ ‘ମୋ ସେବା କେନ୍ଦ୍ର’ରେ ମଧ୍ୟ ଉପଲବ୍ଧ କରାଯାଇଛି।”

ନେତାଙ୍କୁ ପ୍ରଣବଙ୍କ ନିର୍ଦ୍ଦେଶ : ସଂକ୍ରମଣରେ ଲଗାଅ ବ୍ରେକ, ଲୋକଙ୍କୁ କରାଅ ଅଧିକ ସଚେତନ ..

()କରୋନାର ଦ୍ୱିତୀୟ ଲହରୀର ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାର ଜୋରଦାର ଉଦ୍ୟମ କରିବା ସହ ଅନେକ କଟକଣା ଲଗାଇଛନ୍ତି । ବିଶେଷକରି ସଂକ୍ରମଣ ଗାଁ ମୁହାଁ ହୋଇଥିବାରୁ ଏବେ ସ୍ୱାସ୍ଥ୍ୟ ବିଭାଗର ଫୋକସରେ ଗାଁ । ଘରେ ଘରେ ବୁଲି ସର୍ଭେ କରିବା ସହ ଥଣ୍ଡା,କାଶ,ଜର ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଆଶା, ଅନଙ୍ଗବାଡ଼ି ଓ ଗାଁ ମୁଖିଆ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ଦାୟିତ୍ୱରେ ସ୍ଥାନୀୟ ନିିର୍ବାଚିତ ପ୍ରତିନିଧି ଓ ଛାମୁଆ ସଂଗଠନର କର୍ମକର୍ତ୍ତାମାନଙ୍କର କଣ ଦାୟିତ୍ୱ ରହିବ । ଏହାକୁ ଏବେ ଅଧିକ ଗୁରୁତ୍ୱ ଦେଇଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ନିଜ ଜିଲ୍ଳାରୁ ଏହି ଅଭିଯାନକୁ ଜୋରଦାର କରିଛନ୍ତି ସେ । ସଂକ୍ରମଣ ଯେପରି ଜିଲ୍ଲାରେ ଅଧିକ କାୟା ବିସ୍ତାର ନକରିବ ସେନେଇ ପ୍ରତ୍ୟେକ ଦିନ ପ୍ରଣବ ସକାଳ ଓ ସଂନ୍ଧ୍ୟାରେ ଜିଲ୍ଲାର ସମସ୍ତ ବିଧାୟକ, ନିର୍ବାଚିତ ପ୍ରତିନିଧି, ଓ ଛାତ୍ର,ଯୁବ, ମହିଳା ପରି ଛାମୁଆ ସଂଗଠନର କର୍ମକତ୍ତାଙ୍କ ସହ ଆଲୋଚନା କରୁଛନ୍ତି । କରୋନା ରୋଗ ସମ୍ପର୍କରେ ଲୋକଙ୍କୁ କିପରି ଅଧିକ ସଚେତନ କରିବ ହେବ ଓ ସ୍ୱାସ୍ଥ୍ୟସେବା କିପରି ଜିଲ୍ଲାରେ ପ୍ରତ୍ୟେକ ଲୋକଙ୍କ ପାଖରେ ସହଜରେ ପହଞ୍ଚିବ ତାହାକୁ ଫୋକସ କରିଛନ୍ତି ପ୍ରଣବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ବିଭିନ୍ନ ପଂଚାୟତରେ ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଦିର ଭିତ୍ତିଭୂମି ସମୀକ୍ଷା କରିବା ସହ ବିଧାୟକ ଓ ଜନ ପ୍ର୍ରତିନିଧିଙ୍କ ଠାରୁ କଣ ସମସ୍ୟା ରହିଛି ଓ କିପରି ସମାଧାନ କରିହେବ ସେନେଇ ଭର୍ଚୁଆଲ ବୈଠକରେ ଆଲୋଚନା କରୁଛନ୍ତି । କରୋନା ମହାମାରୀ ସମୟରେ ଯେପରି ଜିଲ୍ଳାରେ କେହି ଭୋକିଲା ରହିବେ ନାହିଁ ତାହା ଉପରେ ବୈଠକରେ ବିଶେଷ ଅଲୋଚନା କରାଯାଇଛି । ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ମାନେ ରନ୍ଧା ଓ ଶୁଖିଲା ଖାଦ୍ୟ ଲୋକଙ୍କୁ ପ୍ରତ୍ୟେକ ଦିନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଣବ । ଏହାସହ ରକ୍ତ ଅଭାବକୁ ଦୂର କରିବା ପାଇଁ ରକ୍ତାଦନ ଶିବିରକୁ ବ୍ୟାପକ କରିବାକୁ ବୈଠକରେ ଆଲୋଚନା ହୋଇଛି । ମହାମାରୀ ସମୟରେ ସବୁ ଭୁଲି ଲୋକସେବାରେ ଅଧିକ ସମୟ ଦେବା ପାଇଁ ନେତା ଓ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଣବ । ଏହସହ ପ୍ରତ୍ୟେକ ଶନିବାର ଓ ରବିବାର ଯାଜପୁର ଜିଲ୍ଳାର ବିଭିନ୍ନ ସ୍ଥାନକୁ ଯାଇ ଗ୍ରାଉଣ୍ଡରେ ସ୍ଥିତିର ସମୀକ୍ଷା କରୁଛନ୍ତି । ଏହାସହ ଜିଲ୍ଲାବାସୀ କିପରି କୋଭିଡ଼ ସମୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ନିଜ ଜିଲ୍ଳାରେ ପାଇବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଯାଜପୁରରେ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲର ବ୍ୟବସ୍ଥା କରାଗଲା । ଫଳରେ ଜିଲ୍ଳା ଓ ଆଖପାଖ ଅଂଚଳର ଲୋକମାନେ ଘର ପାଖରେ ଉନ୍ନତ ଚିକିତ୍ସା ପାଇବା ସହ କଟକ ଓ ଭୁବନେଶ୍ୱରକୁ ଯିବାକୁ ପଡ଼ିବ ନାହିଁ ସେ ବ୍ୟବସ୍ଥା କଲେ । ଯାଜପୁରରେ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ସରକାର କୋଭିଡ଼ ହସ୍ପିଟାଲ ଭାବରେ କାମ କରିବ ଏବଂ ରୋଗୀମାନେ ସେଠାରେ ମାଗଣାରରେ କୋଭିଡ଼ ଚିକିତ୍ସା ପାଇ ପାରିବେ । ଏହି ନୂତନ ହସ୍ପିଟାଲରେ ୧୫୦ ଟି ଅକ୍ସିଜେନ ସଂଯୁକ୍ତ ବେଡ଼ ସହିତ ୫୦ଯି ଂଜଯ ବେଡ଼ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ପାଇଁ ଏପରି ଘୋଷଣାକୁ ଜିଲ୍ଳାର ସମସ୍ତ ବିଧାୟକ ଓ ଜିଲ୍ଳାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସବୁବେଳେ ଯାଜପୁରବାସୀଙ୍କ ସୁଖ ଓ ଦୁଃଖର ସାଥି ହୋଇ ଛିଡ଼ାହୋଇଛନ୍ତି ପ୍ରଣବ । ଖାସ ସେଥିପାଇଁ କ୍ଷମତା, ପଦପଦବୀ ଠାରୁ ବହୁ ଦୂରରେ ରହି ସେ ଜନସେବାରେ ସବୁବେଳେ ଲାଗିପଡ଼ିଛନ୍ତି ।

ସମରେ ବିରଳ ଅସ୍ତ୍ରୋପଚାର…….

*ସମରେ ବିରଳ ଅସ୍ତ୍ରୋପଚାର,*
*୧୨ ଦିନର ଶିଶୁର ଜୀବନ ବଂଚାଇଲେ ଡାକ୍ତର*

ଭୁବନେଶ୍ୱର: ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର |

ଶିଶୁଟିର ଜନ୍ମରୁ ହିଁ ନିଶ୍ୱାସ ନେବାରେ ସମସ୍ୟା ରହିଥିଲା | ଶିଶୁ ଶରୀରର ଛାତି ଓ ପେଟ ମଧ୍ୟରେ ଥିବା ଡାୟାଫ୍ରାମ ରେ ଏକ ବଡ଼ ଛିଦ୍ର ଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା | ଏହା ଏକ ଜନ୍ମଗତ ତ୍ରୁଟି ହୋଇଥିବା ବେଳେ ତଳିପେଟରେ ଥିବା ଅନ୍ତ୍ର ଇତ୍ୟାଦି ଛାତିକୁ ଚାଲିଯାଉଥିଲା ବୋଲି ଏହି ବିରଳ ଅସ୍ତ୍ରୋପଚାର ସମ୍ପାଦନ କରିଥିବା ହସ୍ପିଟାଲର ପେଡ଼ିଆଟ୍ରିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ସୂଚନା ଦେଇଛନ୍ତି |

ଡକ୍ଟର ପ୍ରଧାନ କହିଛନ୍ତି ଯେ ସମ କୁ ଆସିବା ପୂର୍ବରୁ ଶିଶୁଟିର ୧୦ ଦିନ ଧରି ବାହାରେ ଚିକିତ୍ସା ହୋଇଥିଲେ ମଧ୍ୟ ହସ୍ପିଟାଲ କୁ ଆସିବା ସମୟରେ ତାର ଅବସ୍ଥା ଖୁବ ସଙ୍କଟାପନ୍ନ ଥିଲା | ମେ ୧୦ ତାରିଖ ଦିନ ହସ୍ପିଟାଲରେ ଭର୍ତି ହେବା ସମୟରେ ସେ ନିଶ୍ୱାସ ନେବାରେ ଖୁବ କଷ୍ଟ ଅନୁଭବ କରୁଥିଲା ବୋଲି ଡକ୍ଟର ପ୍ରଧାନ କହିଛନ୍ତି |ଶିଶୁଟିର ଅମ୍ଳଜାନ ସ୍ତର ୪୦ ପ୍ରତିଶତକୁ ଖସିଆସିଥିବାରୁ ଏଭଳି ପରିସ୍ଥିତିରେ ଶିଶୁର ଜୀବନ ବଞ୍ଚାଇବା ଏକ ଚାଲେଞ୍ଜ ଆହ୍ବାନ କରିଥିଲା |ଶିଶୁଟିକୁ ଈଂଟ୍ୟୁବ୍ୱେଟେଡ଼ କରାଯାଇ ତାର ଅବସ୍ଥା ସ୍ଥିର କରାଯିବା ପରେ ମେ ୧୨ ତାରିଖ ଦିନ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଥିଲେ |

ଅପରେସନ ଦ୍ୱାରା ଶିଶୁର ଜୀବନ ବଞ୍ଚି ଯାଇଥିବା ବେଳେ ସେ ସୁସ୍ଥ ହୋଇ ଗୁରୁବାର ଦିନ ହସ୍ପିଟାଲ ରୁ ଡିସ୍ଚାର୍ଜ ହୋଇଛି |

ସ୍କୃତି ତମେ…..

() ହଠାତ ଆକାଶରେ କଳା ବାଦଲ ଖେଳିଗଲା । ମଧ୍ୟାହ୍ନରେ ଯେମିତି ଅନ୍ଧାର ମାଡ଼ିଆସିଲା । ବାସ ୧ ଘଣ୍ଟା ଧରି ମୁଶଳ ଧାରାରେ ବର୍ଷା ହେଲା , ମଝିରେ ମଝିରେ ଘଡ଼ଘଡ଼ି ସହ ବିଜୁଳି ମାରୁଥାଏ । ଲାଇନ ବି ପଳାଇଲା । ବାସ ଏତିକି ବେଳେ ଘର ଠାରୁ ଦୂରରେ ରହୁଥିବା ମୁନାର ନିଦ ଭାଙ୍ଗିଗଲା । ଝରକା ଖୋଲିଲା ବେଳକୁ ବର୍ଷାର ଟୁପଟୁପ ଶଦ୍ଧ । ଅନ୍ୟମାନଙ୍କ ପରି ମୁନା ବି ଲାଇନ ପଳାଇଥିବାରୁ ବାରଣ୍ଡାରେ ଚେୟାର ପକାଇ ବସିଲା । ସେହି ଘରେ ଥିବା ପଡ଼ୋଶୀ ଭାଉଜ , ଭାଇ, ମଉସା, ମାଉସୀ, କୁନି ଝିଅ, ଓ ଉପରେ ଘରେ ରହୁଥିବା ସିଲା ଓ ସୋନି ସମସ୍ତେ ପଦାକୁ ପଳାଇଆସିଲେ । ଆଉ ତା ପରେ ଆରମ୍ଭ ହୋଇଗଲା ଗପ । ଯେମିତି ବର୍ଷା ଏମାନଙ୍କୁ ଏକଜୁଟ କରିବା ପାଇଁ ଏକ ବୈଠକ ଡ଼ାକିଲା । ଭାଉଜଙ୍କ ପୁଅ ମଣ୍ଟୁ ଭାରି ଦୃଷ୍ଟ । ବର୍ଷାରେ ଭିଜିବାକୁ ଓ ଖେଳିବାକୁ ସେ ଭାରି ଭଲପାଏ । ସମସ୍ତେ ଗପରେ ମାତିଥିବା ବେଳେ ମଣ୍ଟୁ କିନ୍ତୁ ଛାତ ଉପରୁ ପଢୁଥିବା ବର୍ଷା ପାଣିରେ ହାତଦେଖାଇ ଖେଳୁଥାଏ । ତାହାରି ଭିତରେ ସେ ଅଧା ଓଦା ହୋଇଗଲାଣୀ । ଆଉ ଠିକ ଏହି ସମୟରେ ହେମନ୍ତ ଭାଇଙ୍କ ଝିଅ କିନ୍ତୁ ବାରଣ୍ଡା କାଗଜ ଡ଼ଙ୍ଗା ଭସାଇ ନାଚୁଥାଏ । ଦୁଇଟି ପିଲାଙ୍କ ବର୍ଷା ସହ ଏ ସର୍ମ୍ପକ ଦେଖି ସେଠାରେ ଥିବା ଭାଇ,ଭାଉଜ , ମଉସା ଓ ୪ଜଣ ଯୁବକ ଓ ଯୁବତୀଙ୍କ ମନେ ପଡ଼ିଯାଇଛି ବର୍ଷା ସ୍‌ୃତି । ପ୍ରଥମେ ଘର ମାଲିକ ମଉସା : ଆରମ୍ଭ କଲେ , ଏ କି ବର୍ଷା ଅଳ୍ପ ସମୟ ହେବ , ତାପରେ ଗରମ ଆଉ ଗରମ । ଆମ ସମୟରେ ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହୁଥିବା । ଗାଁ ଦାଣ୍ଡରେ କୃତିମ ବନ୍ୟା ଉପୁଜୁଥିଲା । ବେଙ୍ଗ ରଡ଼ି ସାଙ୍ଗକୁ ମାଟିକାନ୍ଥ ପଡ଼ିଯିବାର ଭୟ । ଆଉ ବର୍ଷାର ପ୍ରଥମ ଟୋପାରେ ମାଟିର ବାସ୍ନା ଆଜିଭାରୀ ମନେପଡ଼ୁଛି । ମଉସାଙ୍କ କଥା ସରିନାହିଁ । ୫୫ବର୍ଷୀୟ ରାଜାଭାଇ କହିଲେ ମଉସା ଆପଣଙ୍କ ସମୟ ତ ଛାଡ଼ନ୍ତୁ ଆମ ବେଳେ ବି ସେମିତି ଟିକେ ଥିଲା ..
ରାଜାଭାଇ- ବର୍ଷା ଆସିଲା ପୂର୍ବରୁ ଆମେ ଗାଈକୁ ଗୁହାଳରେ ବାନ୍ଧିବା ସହ ପୁରୁଣା ଛାତରେ ପଲିଥିନ ଘୋଡ଼ାଇବାରେ ଲାଗିପଡ଼ୁ । ଏହାପରେ ବି ଘରର କେତେକ ସ୍ଥାନରେ ବର୍ଷା ପାଣି ପଡ଼େ । ସେଠାରେ ସବୁ ବାଲଟି, ମଗ, ମାଣ୍ଡିଆ , ବେଲା , ଆଦି ଯାହା ଥାଏ ତାହା ରଖ୍‌ୁ । ଏହାସହ ଅଖା ପକାଉ ଓ ଡ଼ିବିରି ଜାଳି ବସିଥାଉ । ମନେମନେ ବିରକ୍ତ ହୋଇ କହୁ କେଉଁଠି ଥିଲା ଏ ବର୍ଷା । ରାଜାଭାଇଙ୍କର କଥା ସରିନି ଭାଉଜ ଆରମ୍ଭ କରିଦେଲେ ….
ଭାଉଜ : କୁହାନା ସେ ବର୍ଷା କଥା । ଆମେ ବହୁତ ହଇରାଣ ହେଉ । ସଂଜ ହୋଇଆସୁଥାଏ , ହଠାତ ବର୍ଷା ଏମିତି ଜୋରରେ ହେବ ଯେ ସଫା ଓ ଧୁଆ ଲୁଗା ସବୁ ଛାତ ଉପରୁ ଆଣିଲା ବେଳକୁ ମଣିଷ ପୁରା ଭିଜି ଯାଇଥିବ । ତାପରେ ପୁଣି ଲୁଗା ବଦଳାଇ କୁଲା କି ଭଙ୍ଗାଛତା ଧରି ଗାଁ ଦେବୀଙ୍କ ପାଖରେ ଆଳତୀ କରି ଫେରିଲା ବେଳକୁ ପୁଣି ଓଦା । ତା ଭିତରେ ଶଶୁର କହୁଥିବ ରାଣୀ ମାଆ ଟିକେ ଅଦା ପକାଇ ଚା କର , ସ୍ମାମୀ କହୁଥିବେ ବାଇଗଣି କି ପକୁଡ଼ି ଟିକେ ଛାଣିଲେ ହୁଅନ୍ତାନି । ଆଉ ଛୁଆଙ୍କ କଥା ତ ନକହିଲେ ଭଲ । …ଠିକ ଏତିକି ବେଳେ ତଳେ ମୁନା ଆରମ୍ଭ କରିଦେଲା କଥା
ମୁନା- ମୋର ମନେ ପଡ଼ୁଛି ଆମେ ଖେଳପଡ଼ିଆରେ ଖେଳୁଥାଉ । ହଠାତ ଜୋରେ ବର୍ଷା ହେଲା । କିଏ କୁଆଡ଼େ ଦୌଡ଼ିଗଲୁ । ଆଉ ବିହାରା,ଟୁନା, କୁନିପୁଅ , ଭଜନା ଓ କାଳିଆ କିିନ୍ତୁ କୁଆଡ଼େ ନଯାଇ ପାରି ଦେବଦାରୁ ବଣରେ ଗୋଟେ ଗଛମୂଳେ ଚିଡ଼ାହେଲେ । ବିଜୁଳି ଯେତିକି ଜୋରେ ମାରୁଥାଏ ପରସ୍ପର ପରସ୍ପରକୁ ସେତିକି ପାଖକୁ ଚାଲି ଆସୁଥାନ୍ତି । ଆଉ ବର୍ଷା ଛାଡ଼ିବା ପରେ ପୋଖରୀର ୁ ପାଣି ଉଛୁଳି ରାସ୍ତାକୁ ଆସୁଥାଏ । ପୋଖରୀରେ ଥିବା ମାଛ ବି ପାଣିସହ ରାସ୍ତା ଉପରକୁ ଆସନ୍ତି । ଅନ୍ୟମାନଙ୍କ ସହ ୫ଜଣ ସାଙ୍ଗ ଝିପିଝିପି ବର୍ଷାରେ ଭିଜିଭିଜି ମାଛ ଧରୁ ଓ ସେହି ମାଛରେ ଅନେକ ସମୟରେ ଟୁନାଘରେ ଭୋଜି କରୁ । ଭାରି ମଜା …ଏମିତି କେତେକଣ ମୁନା ଗପିଲା ।
ସଂନ୍ଧ୍ୟା ଧୀରେଧୀରେ ହୋଇଆସୁଥାଏ । ସଭିଁଙ୍କ ଠାରୁ ବର୍ଷାର ଏପରି ସ୍କୃତି ଶୁଣିବା ଭିତରେ ସୋନି ଓ ସିଲା କିନ୍ତୁ ସ୍‌ୃତି ଅପେକ୍ଷା ବାସ୍ତବତାକୁ ବେଶୀ ମନେପକାଇ ଉପଭୋଗ କରୁଥାନ୍ତି । ଯେମତି ବର୍ଷା ସେମାନଙ୍କୁ ପ୍ରଥମ ପ୍ରେମରେ ଭିଜାଇଛି । ସୋନି ଚୁପ ଥାଏ , ସିଲା କିନ୍ତୁ ଚୁପ ନରହି କହିଲା ଭାଉଜ ଜାଣନ୍ତି ବର୍ଷା ଚାଡ଼ିବା ପରେ ଆକାଶ କି ସୁନ୍ଦର ଦିଶେ , ଆକାଶରେ ଇନ୍ଦ୍ରଧନୁ ପଡ଼େ , ଆମ ଘର ପାଖରେ ଥିବା ପାହାଡ଼ା ପୁୁୂରା ଶାଗୁଆ ଦିଶେ, ଟିକେ ଟିକେ ଥଣ୍ଡା ଲାଗେ ଭାରି ମଜାଲାଗେ । ତା ସହ ସଂନ୍ଦ୍ୟା ବେଳକୁ ବେଙ୍ଗ ରଡ଼ି ଭାରିଚିଡ଼ା ଲାଗେ ନା ..ଁ , ଆଉ ଦାଣ୍ଡ ଘରୁ ବାଡ଼ି ଘରକୁ ଗଲା ବେଳେ ପାଣି କାଦୁଅରେ ଗୋଡ଼ ଚପର ଚପର ହୁଏ । ଆଉ ଏବେ ଏ ସହରରେ ରହିଲେ ବର୍ଷା ଆସିଲେ ଓ ହେଲେ ଖାଲି ମୋବାଇଲରେ ଫଟୋ ଉଠାଇ ଅପଲୋଡ଼ କରିବାକୁ ଭାରି ଇଚ୍ଛା ହେଉଛି । ଏକଥା ଶୁଣି ମୁନା ହସିକି କହିଲା ଗୋଟେ ହୁସି ତ…. ବାସ ଏମିତି ବେଳେ ଘର ଭିତରେ ଥିବା ମାଉସି କହିଲେ ଆରେ ବୋହୁ ସଂଜ ହେଲାଣୀ ସଂଜ ଦେବୁନି କି ? ଆସ ଠିକ ଏତିକି ବେଳେ ଲାଇନ ପଳେଇ ଆସିଲା , ଆଉ ସବୁ ପଳେଇଲେ ।

ଭାବନା ରାଇଜ….

() ଗୌତମ । ସପ୍ଟ ୱୟାର ଇଂଜିନିୟର । କାମର ପ୍ରେସର ଅଧିକ । ପୁଣି ବର୍ଷେ ହେବ ମହାମାରୀ କରୋନା ଯୋଗୁଁ ଲକ ଡ଼ାଉନ ଓ ସଟଡ଼ାଉନ ଭିତରେ କଟୁଛି ସମୟ । ଅଫିସର ଅତ୍ୟାଧୁନିକ ଲାଇଫ ଷ୍ଟାଇଲରୁ ସିଧା ଏବେ ୱାର୍କ ଫର ହୋମ । ଅଧିକାଂଶ ସମୟ ଲାପଟପ ସହ ବିତାଇବାକୁ ପଡ଼ୁଛି । ଅଫିସ କାମ ସହ ବେଳେବେଳେ ଲାପଟପ ସମ୍ମୁଖରେ ବସୁବସୁ ଗୌତମର ଗାଁ, ପିଲାଦିନ , ଚାଟଶାଳୀ କଥା ମନେ ପଡ଼ିଯାଉଛି । ଗାଁ ଚାଟଶାଳୀରେ ସ୍କୁଲର ଶ୍ରେଣୀ ଶିକ୍ଷକ ମହାମାରୀ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଥିଲେ ସେତେବେଳେ ସେ ଭୟାନକ କାହାଣୀ ଶୁଣି ଗୌତମ ସହ ତାର ସାଙ୍ଗମାନେ ବି ଡ଼ରିଯାଉଥିଲେ । ଆଉ ଠିକ ଏତିକି ବେଳେ ସାର କହନ୍ତି ଆରେ ପିଲେ ଆର ପୃଷ୍ଠା ଓଲଟାଅ । ଦେଖ ସେତେବେଳେ ମହାମାରୀ ବସନ୍ତ, ହଇଜା, ପ୍ଲେଗ ରୋଗରେ କିପରି ଲୋକମାନେ ମଶା, ମାଛ ି ପରି ମରୁଥିଲେ । ଏ ସବୁ ସେ ସମୟର ଚିତ୍ର । ରଘୁସାରଙ୍କ ଏପରି ବର୍ଣ୍ଣନା ଜ୍ଞାନ ଅପେକ୍ଷା ଅଧିକ ଭୟ ସୃଷ୍ଟି କରୁଥିଲା ମନରେ । ହେଲେ ସେତେବେଳେ କିନ୍ତୁ ସାର କହୁଥିଲେ ଦୁନିଆରେ ଏପରି ବେଳେବେଳେ ମହାମାରୀ ଆସିବ ଓ ଯିବ । ତେଣୁ ତାହାକୁ ଦୃଢତାର ସହ ମୁକାବିଲା କରିବା ଏ ମଣିଷ ସମାଜ ସକ୍ଷମ ହୋଇଥିଲା ଓ ଭଗବାନ ବାଟ ମଧ୍ୟ ଦେଖାଇଥିଲେ । ଏମିତି ଭାବନା ରାଇଜକୁ ଚାଲିଯାଇଥିବା ଗୌତମର ହଠାତ ଫୋନ ରିଙ୍ଗ ହେଲା । ଅଫିସରେ ତାର ସବୁଠାରୁ ପ୍ରିୟ ସହକର୍ମୀ ଫୋନରେ କହିଲା ଜାଣିଲୁ ଗୌତମ, ଆଜି ନାଁ ଆମ ସହଯୋଗୀ ରୋଜି କରୋନାରେ ଆଖି ବୁଝିଦେଲା । ବାସ ଏତିକିରେ ଗୌତମ ପୁରା ସ୍ତବ୍ଧ ହୋଇଗଲା । ଆଖିରୁ ତାହାର ଆପେ ଆପେ଼ ଲୁହ ପରେ ଲୁହ ଗଢିଲା । ଦୀର୍ଘ ନିଶ୍ୱାସ ପକାଇ ଭଗବାନକୁ ଡ଼ାକିଲା । କିଛି ସମୟ ଦୁଃଖରେ ଏମିତି ଭାଙ୍ଗୀପଡ଼ିଲା ଯେ ଲାପଟପ ସମ୍ମୁଖରେ ବସିବସି ତା ଆଖିରେ ନିଦ ଆସିଗଲା । ପୁଣି ସେ ଭାବନା ରାଇଜକୁ ଚାଲିଗଲା । କେମିତି ଥିଲା ସେ ସହକର୍ମୀ ରୋଜିର ସହ ତାର ସର୍ମ୍ପକ । ପିଲାଦିନରୁ ରୋଜି ସହ ସେ ପଢିଛିି , ବୁଲିଛି କେତେକଣ । ଏମିତିକି ସାହିତ୍ୟ ଦିଦି ଯେତେବେଳେ କ୍ଲାସରେ ବଉଳା ଗାଇ ଗପ ପଢାନ୍ତି ସେ କଥା ସେ ମନେପକାଇଛି । ବିପଦ ସମୟରେ କିପରି ସାହସର ସହ ଲଢିବାକୁ ହେବ ସେ ସନ୍ଦେଶ ସେ ପିଲାଦିନୁ ବୋଉଳା ଗାଈ ଗପରୁ ଜାଣିଛି । ତେଣୁ ଶତ୍ରୃ ଯେତେବେଳେ ଦୂରରେ ଥିବ ତାକୁ ଡ଼ରିବା ଏକ ସ୍ୱଭାବିକ କଥା । ହେଲେ ଶତ୍ରୃ ଯେତେବେଳେ ପାଖକୁ ଆସିଲାଣି ତାକୁ ସାମ୍ନା କରିବା ଓ ଲଢିବା ଆବଶ୍ୟକ । ମଣିଷ ସମାଜ ଆଗରେ ଏବେ ଅଦୃଶ୍ୟ ଶକ୍ତି ଭାବେ ଉଭା ହୋଇଛି କରୋନା ଓ ମହାମାରୀ ବ୍ଳାକ ଫଙ୍ଗସ । ତେଣୁ ଏହାକୁ ନେଇ ଭାଙ୍ଗିପଡ଼ିବା ଉଚିତ ନୁହେଁ । ଏହାକୁ ସାହସର ସହ ସାମ୍ନା କରିବାକୁ ଗୌତମ ପରି ଅନେକ ପିଲା ବହିରେ ପଢିଛନ୍ତି । ଯାହା ଆଜି ବାସ୍ତବ ଜୀବନରେ ସାମ୍ନା କରିବାକୁ ପଡ଼ୁଛି ସର୍ଭିଙ୍କୁ । ଗୌତମର ଏମିତି କେତେ କଣ ଭାବନା ର ମନକୁ ଆସିଛି ନିଦରେ । ଆଉ ଠିକ ଏତିକି ବେଳେ ପଡ଼ୋଶୀ ଘରର ଭାଉଜ ଆସି କବାଟ ବାଢେଇଲେ । କହିଲେ ଗୌତମ ନିଅ କ୍ଷୀରି ଖାଇବ । ଆମ ରୋଜିର ଜନ୍ମଦିନ …

ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର, :କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ | ଏହି କ୍ରମରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ | ତେବେ ସମ କୋଭିଡ ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |ମୁରଲୀଧରଙ୍କର ପାର୍କିନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ଆଗରୁ ବ୍ରେନଷ୍ଟ୍ରୋକ ମଧ୍ୟ ହୋଇସାରିଛି |କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ ଭାବେ କଥା ମଧ୍ୟ କହି ପାରୁନଥିଲେ |

ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ ଯତ୍ନର ସହ ସେବା କରିଥିଲେ ସମ କୋଭିଡ ର ଡାକ୍ତର ଓ ନର୍ସ |
ଦୀର୍ଘ ୧୧ ଦିନ ମଧ୍ୟରେ ତାଙ୍କ ସହ ଏକ ଅନାବିଳ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା ବୋଲି କହିଛନ୍ତି ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ |
ମୁରଲୀଧର ହସ୍ପିଟାଲରୁ ଡିସ୍ଚାର୍ଜ ହେବା ସମୟରେ ବେଶ ଆନନ୍ଦିତ ଥିଲେ। ସେ ଯିବା ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା |କୋଭିଡର ଦ୍ଵିତୀୟ ଲହରୀ ସମୟରେ ଭୁବନେଶ୍ୱରର ୯୦ ଓ ୯୮ ବର୍ଷୀୟା ଦୁଇ ଜଣ ବୃଦ୍ଧା ସମ କୋଭିଡ ହସ୍ପିଟାଲ ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ଜନସେବାରେ ବବି ବ୍ରିଗେଡ …

ଯାଜପୁର: କେହି ଭୋକିଲା ରହିବେନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆହ୍ନାନ ଦେଇଛନ୍ତି ତାହାକୁ ଅକ୍ଷରେ ଅକ୍ଷରେ ଗ୍ରାଉଣ୍ଡରେ ପାଳନ କରୁଛି ବିଜେଡ଼ି । କୋରାପୁଟରୁ ମୟୁରଭଞ୍ଜର ଓ ଭୁବନେଶ୍ୱରରୁ -ଯାଜପୁର । ୩୦ଟି ଜିଲ୍ଲାରେ ଏହି ଅଭିଯାନ ଜୋରଦାର କରିଛି ବିଜେଡ଼ି । ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏହାର ମଙ୍ଗ ଧରିଛନ୍ତି । ମହାମାରୀ ସମୟରେ ଓଡ଼ିଶାର କୌଣସି ଲୋକ ଯେମିତି ଭୋକିଲା ନ ରହିବେ ତାହାକୁ ସେ ଗୁରୁତ୍ୱ ଦେଇଛନ୍ତି । ଗରିବ ଲୋକଙ୍କୁ ସାହାର୍ଯ୍ୟ ଓ ସହଯୋଗ କରିବା ପାଇଁ ସେ କର୍ମୀ ଓ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମରେ ଲଗାଇଛନ୍ତି । ଏବେ ଯାଜପୁର ନିର୍ବାଚନୀ ମଣ୍ଡଳୀର ଅନ୍ୟ ଜିଲ୍ଲାପାଇଁ ଉଦାହରଣ ସାଜିଛି ।
ମହାମାରୀ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ବବି ବିଗ୍ରେଡ଼ ପୁରା ନିର୍ବାଚନୀ ମଣ୍ଡଳୀରେ ଜନସେବାରେ ଲାଗିଛି । ଅସାହୟ, ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । କେବଳ ସେତିକି ନୁହେଁ, କରୋନା ମହାମାରୀରୁ କିପରି ଦୂରେଇ ରହିବେ , ସେନେଇ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି । ଘର ଘର ବୁଲି ଲୋକଙ୍କ ଭଲ ମନ୍ଦ ବୁଝିବା ସହ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି । ବିଶେଷ କରି ଯୁବ ଓ ଛାତ୍ର ବିଗ୍ରେଡ଼ ଭୂତାଣୁ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ମାସ୍କ, ସାନିଟାଇଜର, ଗାମୁଛା ଯୋଗାଇ ଦେଉଛନ୍ତି । ଯାଜପୁର ନିର୍ବାଚନୀ ମଣ୍ଡଳୀର ଦଶରଥପୁର ବ୍ଲକରେ ବିିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଆଦର୍ଶରେ ଅନୁପ୍ରାଣିତ ହୋଇ ମଙ୍ଗଳପୁର ବଜାର,ମଙ୍ଗଳପୁର ଥାନା, କନିକାଡ଼ାରେ କରୋନା ବିରୋଧରେ ଲଢେଇ କରିବା ପାଇଁ ସହାୟକ ସାଜିଥିବା ସାମଗ୍ରୀ ଲୋକଙ୍କୁ ବାଣ୍ଟିଥିଲେ ।
କେବଳ ସେତିକି ନୁହେଁ । ଏହାସହ ନିର୍ବାଚନ ମଣ୍ଡଳୀର ବୁଲା ଗାଇ, ଗୋରୁ , କୁକୁରମାନଙ୍କୁ ମଧ୍ୟ ଖାଦ୍ୟ ଦେଉଛନ୍ତି । ମହାମାରୀ ସମୟରେ ଯେମିତି ଜୀବଜନ୍ତୁମାନେ ଖାଦ୍ୟର ଅଭାବରେ ଡ଼ହଳ ବିକଳ ନ ହୁଅନ୍ତି ତାହା ଉପରେ ବି ଗୁରୁତ୍ୱ ଦେଇଛନ୍ତି ଛାତ୍ର ଓ ଯୁବନେତାମାନେ । ପୁରା ଜିଲ୍ଲାରେ ବିଧାୟକ ପ୍ରଣବ ପ୍ରକାଶଙ୍କ ଦିଗ ଦର୍ଶନରେ ଚାଲଥିବା ଏହି ସେବା କାର୍ଯ୍ୟର ନେତୃତ୍ୱ ନେଇଛନ୍ତିି ଯୁବ ବିିଜେଡ଼ି ନେତା ତଥା ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ।
ରାଜ୍ୟରେ କରୋନା ମହାମାରୀ ସମୟରେ ଯେମିତି ରକ୍ତ ଅଭାବ ନ ଦେଖାଦିଏ ସେନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିିଜେଡ଼ି ସ୍ୱତନ୍ତ୍ର ରକ୍ତଦାନ ଅଭିଯାନ ଆରମ୍ଭ କରିଛି । ଜିଲ୍ଲାସ୍ତରରେ ତାହାକୁ ବି ବିଧାୟକ ପ୍ରଣବ ପ୍ରକାଶ ଦାସ ବିଶେଷ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରକ୍ତ ଅଭାବକୁ ମେଣ୍ଟାଇବା ପାଇଁ ୟଙ୍ଗ ବିଗ୍ରେଡ଼ ମାନଙ୍କୁ ବ୍ୟାପକ ରକ୍ତଦାନ ଶିବିରି କରିବାକୁ ପ୍ରଣବ ଆହ୍ନାନ କରିଛନ୍ତି । ଯାଜପୁର ନିର୍ବାଚନୀ ମଣ୍ଡଳୀରେ ଓଡ଼ିଶା -ମୋ ପରିବାର ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ପ୍ରତ୍ୟେକ ରବିବାର ରକ୍ତଦାନ ଶିବିର ଆୟୋଜନ କରାଯାଇ ଜିଲ୍ଲାର ରକ୍ତଅଭାବ ଦୂର କରାଯାଉଛି । ଖୋଦ ପ୍ରଣବ ମଧ୍ୟ ଅନେକ ସମୟରେ ନିଜେ ରକ୍ତଦାନ କରି ଯୁବପିଢିଙ୍କୁ ଉତ୍ସାହିତ କରୁଛନ୍ତି ରକ୍ତଦାନ କରିବା ପାଇଁ । ସବୁ ଜନସେବାକୁ ଅଧିକ ତ୍ୱାରାନୀତି କରିବା ପାଇଁ ପ୍ରତ୍ୟେକ ଦିନ ଭର୍ଚୁଆଲ ମାଧ୍ୟମରେ ବୈଠକ କରି ଯୁବ ଓ ଛାତ୍ରନେତାଙ୍କୁ ସେ ଉତ୍ସାହିତ କରୁଛନ୍ତି । ରାଜ୍ୟବ୍ୟାପୀ ଚାଲିଥିବା ରକ୍ତଦାନ ଶିବିରରେ ଯାଜପୁର ଜିଲ୍ଲାର ବଡ଼ଭାଗ ରହିଛି ସେ ପ୍ରତିଶ୍ରୃତି ପ୍ରଣବଙ୍କୁ ଦେଉଛନ୍ତି ଯୁବ ଓ ଛାତ୍ରନେତାମାନେ । ସାରା ଓଡ଼ିଶାକୁ ନିଜର ପରିବାର କହୁଥିବା ମୁଖ୍ୟମନ୍ତ୍ରୀଙ୍କ ଓ ବିଜୁ ଜନତା ଦଳ ଯେ ଜନସେବା ପାଇଁ ଉତ୍ସର୍ଗିକୃତ ତାହା ପ୍ରଣବଙ୍କ ନିର୍ବାଚନୀ ମଣ୍ଡଳୀରୁ ଆରମ୍ଭ କରି ପୁରା ଓଡ଼ିଶାରେ ବିଜେଡ଼ିର ସେବା ଅଭିଯାନ ପ୍ରମାଣିତ କରୁଛି । ମାନବ ସେବା ହିଁ ମାଧବ ସେବା ଏକଥାକୁ ବିଜେଡ଼ି ଯୁବ ଓ ଛାତ୍ରନେତାମାନେ ଯେମିତି ମୁ୍‌ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ଭଲଭାବରେ ଶିଖିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news