ଆଶା ଠାରୁ ଅଧିକ…..

() ଆଶା କଲେ ନିରାଶ ହେବାକୁ ପଡ଼େ । ଆଶା ବିନା ବି ବଂଚିବା ମୁସକିଲ । ବେଳେବେଳେ ସମୟ ଚକ୍ରେରେ ଆଶା ଠାରୁ ଅଧିକ ବି ମିଳିଥାଏ । ତାହା ଭାଗ୍ୟ ନା ଭଲପାଇବା ତାହା ଭିନ୍ନ କଥା । ହେଲେ ଏଥିରୁ ମିଳେ ଭରପୁର ଖୁସି । ପରିବର୍ତ୍ତନଶୀଳ ଦୁନିଆରେ ସବୁ କିଛି ବଦଳିଯାଉଛି କ୍ଷଣିକ ମଧ୍ୟରେ । ଜୀବନର ଟ୍ରାକ ଯେ ହଠାତ ଲାଇନଚୁକ୍ତ ହୋଇ ନୂଆ ଦିଗରେ ଗତି କରିଚାଲିଛି । ଆଉ ତାହାରି ଭିତରେ ଆଶା, ସ୍ୱପ୍ନ ଓ ଭଲପାଇବା ଜୀବନର ସୂତାକୁ ମଜବୁତ କରୁଛି ଧୀରେଧୀରେ । ସଂଘର୍ଷ ଓ ଲଢେଇ ଭି୍‌ତରେ ସହଯୋଗର ସେତୁ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଉଛି ।
ଲକ୍‌ଡ଼ାଉନ ଓ ସଟଡ଼ାଉନ । ତାହାରୀ ଭିତରେ ଜୀବନ ଓ ଜୀବିକା । ସବୁକିଛ ି ଚାଲିଛି । କହିବାକୁ ଗଲେ ପୁରା ନୂଆ ସମୟ ଦେଇ ଗତି କରୁଛନ୍ତି ସିର୍ଭଁଏ । ଚିନୁ ବି ସେ ସମୟ ଦେଇ ଚାଲିଛି । ଆଶା,ଭରଷା, ବିଶ୍ୱାସ ଓ ହସଖୁସି ଭିତରେ ଦିନରାତି କେତେବେଳେ ବିତିଯାଉଛି ସେ ଜାଣିପାରୁନାହିଁ । ଘରେ ଠାରୁ ବହୁଦୂରରେ ରହୁଥିବା ଚିନୁ ହଠାତ ବିଶ୍ୱ ଯେଉଁ ଅଦୃଶ୍ୟ ଶକ୍ତିକୁ ସାମ୍ନା କଲା ସେ ବି ତାହାକୁ ଏଯାଏ ସାମ୍ନା କରିଚାଲିଛି । ପ୍ରତ୍ୟେଦି ଦିନ ଅଦୃଶ୍ୟ ଶକ୍ତି ସହ ଲଢିବାର ସାହସ ଜୁଟାଇ ନିଜ କାମ କରିଚାଲିଛି । ହେଲେ ପୂର୍ବରୁ ଯେମିତି କାମ ତାର ଜୀବନ ଥିଲା ସେଥିରେ ଅନେକ ପରିବତ୍ତ୍‌ର୍ନ ଘଟିଛି । ସେ ଦାୟିତ୍ୱବାନ ଓ ଯତ୍ନବାନ ବି । ଭୂତାଣୁ ଯେମିତି ସଭିଁଙ୍କୁ ସଚେତନ , ସର୍ତକ ଓ କଟକଣା ଜୀବନ ଶୈଳୀ ଶିଖାଇଛି ସେ ବି ସେହି ଗଣ୍ଡି ଭିତରେ ରହି ସବୁକିଛି କରିଚାଲିଛି । ବୃତ୍ତିଗତ ଜୀବନରେ ପୂର୍ବରୁ ଯେମତି ସାହାର୍ଯ୍ୟ ଓ ସହଯୋଗ ସହକର୍ମୀମାନେ କରୁଥିଲେ ଆଜି ବି ସେ ଧାରା ଜାରୀ ରହିଛି । ହେଲେ ଏହି ବର୍ଷେ ହେବେ ଯାହା କେବେ ସେ ଆଶା କରୁନଥିଲା , ତାଠାରୁ ଅଧିକ କିଛି ପାଇଛି ସେ । କର୍ମସଂସ୍ଥା ଓ ସହକର୍ମୀ ଠାରୁ ଆବଶ୍ୟକ ଠାରୁ ଅଧିକ ସହଯୋଗ ମିଳିବା ,କିଛି ପଡ଼ୋଶୀଙ୍କ ଠାରୁ ଘର ଠାରୁ ଅଧିକ ସ୍ନେହ ପାଇଛି ସେ । ପରିବର୍ତ୍ତନ ଶୀଳ ଜୀବନରେ, ପ୍ରକୃତିକୁ ଭଲ ପାଇବା , ଜୀବଜନ୍ତୁଙ୍କୁ ଭଲ ପାଇବା ଓ ସବୁ ସ୍ତରର ସମ୍ପର୍କକୁ ବୁଝିଛ ି ସେ । ମନରେ ସାହସ ଜୁଟାଇ ସବୁ ପରିସ୍ଥିତିକୁ ସାମ୍ନା କରିବା ଓ ଅନ୍ୟକୁ ସାହସ ଦେଇପାରିଛି ସେ । ଯାହା କେବେ ଚିନୁ ଭାବିନଥିଲା । ଏମିତିକି ସ୍ୱଜନଶୀଳତା , ଆମୋଦପ୍ରମୋଦ, କଳା, ସଂସ୍କୃତି , କ୍ରୀଡା଼. ଯୋଗ, ଭଗବାନଙ୍କ ସହ ସମ୍ପର୍କ ଓ ଖୋଲା ଜୀବନ ବି ଅନେକ ଫର୍ଦ୍ଧ ଆପେଆପେ ଯୋଡ଼ିହୋଇ ହୋଇଛି ତାହା ଜୀବନରେ । ଜୀବନ ଜିଇବାର କଳା ଶିଖିଛି ସେ ଏବଂ ନିଜକୁ ଖୋଜି ପାଇଛି । ସତରେ ଏ ଦୁନିଆ କେତେ ବିଚିତ୍ର ।

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ – ମୁଖ୍ୟମନ୍ତ୍ରୀ

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ – ମୁଖ୍ୟମନ୍ତ୍ରୀ

ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ପ୍ରଦାନ ଏବଂ ଟିକାକରଣ କେନ୍ଦ୍ରରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି । ରାଜ୍ୟରେ positive ହାର ମଧ୍ୟ କମିଛି । ଏ ସବୁ ପାଇଁ ଲକ୍‌ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂକ୍ରମଣ ହାରକୁ ସଂପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ଲୋକଙ୍କ ସହଯୋଗ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା ।

ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଯୋଗୁ ଅନେକ ପରିବାର ଛାରଖାର ହୋଇଯାଇଛି। ତେଣୁ କୋଭିଡ ମୃତକଙ୍କ ବିଧବା ଏବଂ ବାପା-ମା’ଙ୍କୁ ହରାଇଥିବା ପିଲାମାନେ ଯେପରି ତୁରନ୍ତ ସହାୟତା ପାଇପାରିବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବା କୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ସଂକ୍ରମଣ ରୋକିବାକୁ ମଇ ୨୪ ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କୋଭିଡରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସଂପର୍କୀୟ ମାନେ ରୋଗୀଙ୍କ ଅବସ୍ଥା ସଂପର୍କରେ ଯେପରି ସଠିକ ସୂଚନା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ Helf Desk ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ନିୟୋଜିତ କର୍ମଚାରୀମାନଙ୍କୁ ମାନବିକ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଟିକାକରଣ କୋଭିଡ ନିୟନ୍ତ୍ରଣ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଟିକାକରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଲୋକମାନେ ଯେପରି ସୁବିଧାରେ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ, ସେଥିପାଇଁ ସେମାନଙ୍କୁ ଟିକାକରଣ କେନ୍ଦ୍ରର ସ୍ଥାନ ଓ ସମୟ ସଂପର୍କରେ ପୂର୍ବରୁ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ ।

କୋଭିଡ ସଂକ୍ରମଣ ରୋକିବାରେ ଠିକ୍‌ ଭାବରେ ମାସ୍କ ପିନ୍ଧିବାର ବିଶେଷ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହା ଉପରେ ପ୍ରାଥମିକତା ଦେବାକୁ ପରାମଶ ଦେଇ ଥିଲେ ।ଗରିବ ଲୋକମାନେ ଯେପରି ସୁବିଧାରେ ମାସ୍କ ପାଇପାରିବେ, ସେଥିପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଧାୟକମାନେ ଖର୍ଚ୍ଚ କରି ମିଶନ ଶକ୍ତି ଗ୍ରୁପ ରୁ ସଗ୍ରହ କରିବାକୁ ପଦଷେପ ନିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଲକ୍‌ଡାଉନର ସୁଫଳକୁ ଅନୁଭବ କରି ଆଉ ଦୁଇ ସପ୍ତାହ ପାଇଁ ଏହାର ଅବଧିକୁ ବଢାଯାଇଛି ଏବଂ ଏହାକୁ କଡାକଡି ଭାବରେ କାର୍ଯ୍ୟକାରୀ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମଇ ୨୪ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ କରାଯିବ । ଏଥିପାଇଁ ସଂପୃକ୍ତ ବିଭାଗକୁ ଆବଶ୍ୟକ ଗାଇଡଲାଇନ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲାପାଳ ମାନେ Helf Desk ଗୁଡିକୁ ଉତ୍ତମ ରୂପେ ତଦାରଖ କରୁଛନ୍ତି ଏବଂ Oxygen Logistic ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଛି ବୋଲି ସେ କହିଥିଲେ ।

ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଉପସ୍ଥାପନା ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କହିଥିଲେ ଯେ ସାରା ଦେଶରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିବାରେ ଲାଗିଛି।

ଭାରତରେ ମଇ ୮ ତାରିଖରେ ଏହା ସର୍ବାଧିକ (Peak) ୪,୧୪,୧୮୮ ହୋଇଥିଲା । ଆଜି ଏହା ୨,୬୩,୦୨୧ ଅଛି। ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି। ଓଡିଶାରେ ସଂକ୍ରମଣ ମଇ ୧୩ ତାରିଖରେ ସର୍ବାଧିକ ହୋଇଥିଲା ଏବଂ ତା ପରଠାରୁ ଏହା କମିବାରେ ଲାଗିଛି ବୋଲି ସେ କହିଥିଲେ । ଆମର positivity rate ଗତ ସପ୍ତାହରେ ୨୧ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି। ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇବା ସତ୍ତ୍ବେ, positivity କମିବା ଏକ ଭଲ ସୂଚନା ବୋଲି ସେ କହିଥିଲେ। ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ ବୋଲି ସେ କହିଥିଲେ । ଆମର ମୃତ୍ୟୁହାର ୦.୪୦ରୁ କମି ୦.୩୭ ହୋଇଛି। ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଅଛି, ଯାହାକି ସାରା ଭାରତରେ ସର୍ବନିମ୍ନ ବୋଲି ସେ କହିଥିଲେ । ରାଜ୍ୟରେ ICU ବେଡ୍‌ର ସଂଖ୍ୟା ବୃଦ୍ଧି କରାଯାଇଛି ଏବଂ ଖୁବ୍‌ଶୀଘ୍ର ଆଉ ୩୬୮ଟି ICU ବେଡ୍‌ର ବ୍ୟବସ୍ଥା କରାଯିବ। ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ ବୋଲି ସେ ସୂଚନା ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ରାଜ୍ୟରେ ଲକ୍‌ଡାଉନ ଓ ବିଭିନ୍ନ କୋଭିଡ଼ ଗାଇଡଲାଇନର ଅନୁପାଳନ ପାଇଁ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଓଡିଶାରୁ ଅନ୍ୟ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୮୬୮ଟି ଟ୍ୟାଙ୍କର ଜରିଆରେ ୧୫୯୧୨ ମେଟ୍ରିକ ଟନ୍‌ ଅକ୍‌ସିଜେନ ପଠାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ଏମ୍‌. ଅକ୍ଷୟ କହିଥିଲେ ଯେ ଅଗ୍ନି ସୂରକ୍ଷା ପାଇଁ ୬୨ଟି କୋଭିଡ ହସ୍‌ପିଟାଲରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ବୈଠକରେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ଅବଜରଭର ଶ୍ରୀ ନିକୁଞ୍ଜ ବିହାରି ଧଳ, କଳାହାଣ୍ଡି-ନୂଆପଡାର ଅବଜର୍‌ଭର ଶ୍ରୀ ସତ୍ୟବ୍ରତ ସାହୁ, ଅନୁଗୁଳ-ଢେଙ୍କାନାଳର ଅବଜର୍‌ଭର ଶ୍ରୀ ବିଷ୍ଣୁପଦ ସେଠୀ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଂଜର ଜିଲ୍ଲାପାଳ, କଟକ ଓ ଭୁବନେଶ୍ବର ମ୍ୟୁନିସପାଲ କମିଶନର ମାନେ ସେମାନଙ୍କ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ସଂଚାଳନ କରିଥିଲେ।

ଗପିବି ମୁଁ କାହାସହ….

() ମହାନ୍ତି ବାବୁ । ସ୍ୱଭାବ ତାଙ୍କର ପୁରା ନିଆରା । ଦୁନିଆର ଗତି ଯୁଆଡ଼େ ଯାଉ , ତାଙ୍କର କିନ୍ତୁ ସେଥିରେ ଦେ ନେନ୍ ନାହିଁ । ସେ ଯେମିତି ଥିଲେ ଆଜି ବି ସେମିତି । କରୋନା, କଟକଣା , ଭୟ ସବୁ ଯେମିତି ତାଙ୍କ ପାଖରେ କିଛି ଅର୍ଥ ରଖେ ନାହିଁ । ତାଙ୍କର ଅଭ୍ୟାସରେ ସେ କିଛି ପରବର୍ତ୍ତନ କରିନାହାନ୍ତି । ସମୟ ପରିବର୍ତ୍ତନ ଦେଖି ପ୍ରେମିକ , ପ୍ରେମିକା, ଅମାନିଆ , ଚୋର, ସଭିଁଙ୍କ ଭିତରେ କିଛି ନା କିଛି ପରତ୍ତ୍‌ର୍ନ ଆସିଛି ହେଲେ ମହାନ୍ତି ବାବୁ କିନ୍ତୁ ବଦଳିନାହାନ୍ତି ।
ସକାଳ ହେଉ କି ସଂ୍‌ନ୍ଧ୍ୟା । ପରିବାର ,ପଡ଼ୋଶୀ ହୁଅନ୍ତୁ କି ଅପରିଚିତ । କିଛି ନା କିଛି ବିଷୟରେ ସେ ଗପିବାକୁ ଭଲ ପାଆନ୍ତିି । ତାଙ୍କର ପାଖରେ ଆମେରିକା, ଚୀନ, ପାକିସ୍ତାନ, ବ୍ରାଜିଲ, ଜର୍ମାନୀ କି ସାଉଥକୋରିଆ, ଉତ୍ତର କୋରିଆ ହେଉ ଅବା ଦେଶ ଓ ରାଜ୍ୟ । ସବୁର କିଛି ନା କିଛି ଖବର ତାଙ୍କୁ ଜଣାଥିବ । ରାଜନୀତି , ଅର୍ଥନୀତି , ଖେଳ , ବ୍ୟବସାୟ ଓ ସିନେମା ଠାରୁ ଆରମ୍ଭ କରି ଯାତ୍ରା ବିଷୟରେ ବି ସେ ଚର୍ଚ୍ଚା କରିବାକୁ ପଛାନ୍ତିନାହିଁ । ଏଥିଳାଗି ତାଙ୍କୁ କେବଳ ଜଣେ ସାଥି ଦରକାର । ମହାନ୍ତି ବାବୁଙ୍କ ବୟସ ବି ବେଶୀ ନୁହେଁ , ୪୨ ରୁ ୪୫ ବର୍ଷ ହେବ । ଚା ଦୋକନ , ବଜାର ଆଦିରେ ସବୁଦିନ କାହା ସହିତ ତ ନା କାହା ସହ ତାଙ୍କର ରାଜନୀତି କି ଅର୍ଥନୀତ ଅବା ବିଶ୍ୱ ଦୁନିଆର ହାଲହାଲ ନେଇ ଯୁକ୍ତି ହୁଏ । କହିବାକୁ ଗଲେ ପାଟି ଥକି ଗଳା ବସିଗଲା ଯାଏ ସେ ଗପନ୍ତି । ଘରେ ବି ସ୍ତ୍ରୀ ଓ ପରିବାର ଲୋକଙ୍କ ସହ ଗପନ୍ତି । ମୋଟାମୋଟି ଭାବେ କହିବାକୁୂ ଗଲେ ଜଣେ ଗପୁରା ମଣିଷ ସେ ।
ହେଲ ଏହି କରୋନା ଓ ସରକାରଙ୍କ ଲଡ଼ ଡ଼ାଉନ କଟକଣା ଯେମିତି ତାଙ୍କ ପାଇଁ ସେତେଟା ପ୍ରତିବନ୍ଦନ ଆଣିନାହିଁ । ସକାଳୁ ଯାଇ ସେ ଯେତେବେଳେ ସାଇରାମ ଚା ଦୋକାନରେ ପହଞ୍ଚିଲେ ସେତେବେଳେ ଚା ଦୋକାନୀ ଲୁଚାଛପାରେ ବିକୁଥିବା ଚା ବଢାଇ ଦେଇ କହିଲେ ମହାନ୍ତି ବାବୁ ଆପଣ ଟିକେ ଦୂରରେ ଯାଇ ଚା ପିଅନ୍ତୁ । ସରକାର କଟକଣା କରିଛନ୍ତି ଆମେ କେବଳ କ୍ଷୀର ହିଁ ବିକି ପାରୁବୁ ଚା ନୁହେଁ, । ଆପଣଙ୍କ ପରି କିଛି ନୀତିଦିନିଆ ଗ୍ରାହକପାଇଁ ସିନା ମୁଁ ଚା କରୁଛି । ବାଶ ଏତିକି କଥା । ଆଉ ମହାନ୍ତି ବାବୁଙ୍କୁ ସମ୍ଭାଳେ କିଏ । ଚା କପ ଧରି ସରକାର , କଟକଣା ଉପରେ ଗପିଚାଲିଲେ । ବିଚାର ଚା ଦୋକାନି କଣ କରିବ । କିଛି ନକହି ଚୁପ ରହିଲା । ହେଲେ ଜଣେ ଗପୁଥିବା ସମୟରେ ଯଦି ଆଉ କେହି ପାଳି ନଦେବ ଜଣେ ବେଶୀ ସମୟ ଗପି ପାରିବ ନାହିଁ । ତେଣୁ ମହାନ୍ତିବାବୁ ଯେତେ ଚା ଦୋକାନିକୁ ଡ଼ାକି କହୁଥିଲେ ହିଁ ଚା ଦୋକାନୀ ଶୁଣିଲା ନାହିଁ । ତେଣୁ ସେ ଚାଲିଲେ ପରିବାର କିଣିବା ପାଇଁ । ଲଡ଼ଡ଼ାଉନ କଟକଣା ପାଇଁ ପରିବାର ଦୋକାନରେ ଏତେ ଭିଡ଼ି ଯେ ଯିଏ ଯେତେପାରିଲେ ପରିବା ଘରକୁ ନେଇ ଚାଲିଲେ କିଣି ଏଇଟା ଆମ ମାନଙ୍କର ଅଭ୍ୟାସ । ତେଣୁ ମହାନ୍ତି ବାବୁଙ୍କୁ ଆଉ ପରିବା ଦୋକାନ ପାଖରେ ଗପିବାର ସୁଯୋଗ ଦେଖାଦେଲାନି । ଯାହା କିଛି ପରିବା କିଣି ସେଠାରୁ ଆସିଲେ । ଏମିତି ଆସୁଆସୁ ମହାନ୍ତି ବାବୁ ଯେତେବେଳେ ସିଗାରେଟ ଟାଣିବା ପାଇଁ ଗୋଟେ ଦୋକାନକୁ ଗଲେ , ସେଠାରେ ଜଣେ ବରିଷ୍ଠ ନାଗରିକଙ୍କ ସହ ତାଙ୍କର ଦେଖାହୋଇଗଲା । ବାସ ଟିକା ଅଭାବକୁ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ଜୋରଦାର ହେଲା । ଆଲୋଚନା ଏତିକି ସରଗମର ହେଲା ଯେ ଉଭୟ ଉଚ୍ଚସ୍ୱରରେ କଥା କହିବାରୁ ମାସ୍କ ମୁହଁରୁ ତଳକୁ ଖସିଗଲାନି । କିନ୍ତୁ କାହାର ସେଥିପ୍ରତି ନଜର ନାହିଁ । ୍‌କି କେହି ଚୁପ ହେଉନାହାନ୍ତି , ବରଂ ଉଭୟଙ୍କ ମଧ୍ୟରେ ଯୁକତ୍ତି ବଢିବାରେ ଲାଗିଥାଏ । ଠିକ ଏମିତି ବେଳେ ଦୋକାନୀ କହିଲା ଜାଣିଲେ ସାର ଏ କରୋନା ଆଉ କଟକଣା ଓ ସରକାର ଆମକୁ କିଛି କରେଇ ଦେବେନି, ଆମ ସଂସାର ବୁଡ଼ାଇବେ । ପୁଣି ଲକଡ଼ାଉନ ଅବଧି ୧୪ ଦିନ ପାଇଁ ବୃଦ୍ଧି କଲେଣୀ ସରକାର । ଏହାସହ ନିୟମ ବି କଡ଼ାକଡ଼ି । ସକାଳେ ଆଉ ଦୋକାନ ଖୋଲି ହେବନି ଏମିତି କଟକଣା ଭିତରେ । କାରଣ ୩୦ କିଲୋମିଟର ଦୂରରୁ ଆସି ଦୋକାନ ଖୋଲୁଖୋଲୁ ବେପାର କଣ ଟିକେ ହୋଇଥିବ କି ନାହିଁ ପୋଲିିସ ଆସି ନାଳିଆଖି ଦେଖାଇବ ଦୋକାନ ବନ୍ଦ କର । ତେଣୁ କାଲିଠୁ ଦୋକାନ ପୁରା ବନ୍ଦ । ସବୁବେଳେ ଗପଗପ ହେଉଥିବା ମହାନ୍ତି ବାବୁ ସିଗାରେଟ ଦୋକାନିର ଏକଥା ଶୁଣି ପୁରା ଚୁପ । ଅବସ୍ଥା କଣ ହେଉଥିବ ଓ ମହାନ୍ତି ବାବୁ କଣ ଚିନ୍ତା କରୁଥିବେ ତାହା କାହାକୁ ବା ଅଛପା.. କଣ ଏହା ତ ମହାନ୍ତି ବାବୁ ମନେ ମନେ ଭାବୁଥିବେ ମୁଁ ଗପିବି ମୁଁ କାହା ସହ…

ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲରେକୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ

 

ଯାଜପୁର ରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲରେ କୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ

ଭୂବନେଶ୍ୱର : କୋଭିଡ଼ ରୋଗୀ ଙ୍କ ଚିକିତ୍ସା ପାଇଁ ଯାଜପୁର ରେ ଘରୋଇ ସହାୟତା ରେ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି ।ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲା ର ଗୁରୁତର କୋଭିଡ଼ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ବର ଯିବା କୁ ପଡିବ ନାହିଁ ।

ଯାଜପୁର ର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ଼ ହସ୍ପିଟାଲ ଭାବରେ କାମ କରିବ ଏବଂ ରୋଗୀ ମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ଼ ଚିକିତ୍ସା ସୁବିଧା ପାଇ ପାରିବେ । ଚିକିତ୍ସା ର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଵେ ।ଏହି ହସ୍ପିଟାଲରେ 150 ଟି ଅକ୍ସିଜେନ ସଯୁକ୍ତ ବେଡ଼୍ ସହିତ 50ଟି ICU ବେଡ଼୍ ମଧ୍ୟ ରହିବ ୍

ପୁଣି ସରପଞ୍ଚଙ୍କୁ କରୋନା ମୁକାବିଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ….

ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

24 ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ । ମିଳିବ ପ୍ରୋତ୍ସାହନ ।

ପ୍ରତି ଗାଁ ରେ ଥିବା ଗାଁ କଲ୍ୟାଣ ସମିତି ସାମିଲ ହେବ କୋଭିଡ଼ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରେ ।ଦିଆଯିବ ପ୍ରୋତ୍ସାହନ

ଗାଁ ରେ ଲକ୍‌ଡାଉନ ଓ TMC ସଂପର୍କରେ ସରପଞ୍ଚମାନେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରିବେ

କୋଭିଡରେ ମୃତକଙ୍କ ବିଧବା ଓ ବାପା ମାଙ୍କୁ ହରାଇ ଥିବା ପିଲାଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ, ପିଲାଙ୍କୁ ମାଗଣା ଶିକ୍ଷା

ଅକ୍‌ସିଜେନ ଯୋଗାଣର ସୁପରିଚାଳନା ପାଇଁ ଗଠନ ହେବ ଟାସ୍କଫୋର୍ସ, ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ

ଭୁବନେଶ୍ବର : ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ । ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷଣ ନଜର ରଖିବା ସହ ସେମାନଙ୍କ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି ।ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ICU-HDU ଶଯ୍ୟାରେ ବୃଦ୍ଧି କରାଯାଇଛି । ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି । ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।ତ୍ରୁଟିଶୂନ୍ୟ ଅକ୍‌ସିଜେନ ଯୋଗାଣ ପାଇଁ ଅଧିକ ଅକ୍‌ସିଜେନ ସିଲିଣ୍ଡର, refilling ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି । ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍‌ସେଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍‌ସିଜେନ ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି । ଜରୁରୀ ଔଷଧ ଓ ଅକ୍‌ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଆମେ ସ୍ବତନ୍ତ୍ର ଦୃଷ୍ଟି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନ୍ୟ ରାଜ୍ୟ କୁ ଅକ୍ସିଜେନ ଯୋଗାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିଜ ରାଜ୍ୟର ଚାହିଦା ପୂରଣ ସହିତ ଆଜି ଓଡିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍‌ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି । ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା।ରାଜ୍ୟରେ ଅକ୍‌ସେଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଏକ ଟାକ୍‌ସଫୋର୍ସ ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ବ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି ଏବଂ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦିଆଯାଇଛି । ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାରେ ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଆଉଛି। ଘରୋଇ ଡାକ୍ତରଖାନା ମାନଙ୍କୁ ସାଥିରେ ନେଇ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହାଦ୍ବାରା ରୋଗୀ ଶୀଘ୍ର ଚିକିତ୍ସା ସେବା ପାଉଛନ୍ତି ଓ ସାରା ଦେଶରେ ଓଡିଶାର ମୃତ୍ୟୁ ହାର ସେଥିପାଇଁ କମ୍‌ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଲୋକଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହୁଏତ ଆଗକୁ କୋଭିଡର ଅନେକ ଲହର ଆସିପାରେ । ତେଣୁ ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ହେବ। କରୋନା ବିରୁଦ୍ଧରେ ସଫଳ ଲଢେଇ ପାଇଁ ଟିକାକରଣ ଆମର ମୁଖ୍ୟ ରଣକୌଶଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆମର ଲୋକମାନେ ଯେପରି ଶୀଘ୍ର ଟିକା ପାଇପାରିବେ, ସେଥିପାଇଁ ଆମେ ବିଶ୍ବ ବଜାରରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କରିଛୁ। ଵୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ କରୋନା ବିରୁଦ୍ଧରେ ଏହି ଲଢେଇରେ ଆମକୁ ମାର୍ଗ ଦେଖାଇବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

କୋଭିଡ ପରିଚାଳନାରେ ଗୋଷ୍ଠୀକୁ (community) ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି । ଲୋକଙ୍କୁ ସେବା ଯୋଗାଇବା ପାଇଁ ANM, ଆଶା, ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ କୋଭିଡ ପରିଚାଳନା କାମ ଜାରି ରହିଛି ବୋଲି ସେ କହିଥିଲେ ।

ଆସନ୍ତା ମଇ ୨୪ ତାରିଖରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ପ୍ରତି ଗାରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇ ଥିଲେ୍ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଗାଁରେ TMC ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ । ଗତବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସରକାର ଜୋନାଲ TMC ଆରମ୍ଭ କରି ସାରିଛନ୍ତି।

କୋଭିଡ ଯୋଗୁ ଅନେକ ପରିବାରର ଆତ୍ମୀୟସ୍ବଜନଙ୍କ ଅସମୟରେ ବିୟୋଗ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି ସାହସ ଦେଇ ଥିଲେ ।

କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ବର୍ତ୍ତମାନ କୋଭିଡର ଦ୍ବିତୀୟ ଲହର ମଧ୍ୟରେ ଅଛୁ । ଆଗକୁ ଆମକୁ କେତେ ଲହର ଓ କେତେ variantର ମୁକାବିଲା କରିବାକୁ ହେବ, ତାହା କେହି ଜାଣିନାହିଁ ।

ଦ୍ବିତୀୟ ଲହରର ପ୍ରଭାବ ହ୍ରାସ କରିବା ପାଇଁ ଆମେ ଲକ୍‌ଡାଉନ କରିଛୁ। କିନ୍ତୁ କେବଳ ଲକ୍‌ଡାଉନ ଏହାର ସମାଧାନ ନୁହେଁ। କାରଣ ଏହାଦ୍ବାରା ଅନେକ ଲୋକଙ୍କ ଜୀବିକା ଗଭୀର ଭାବରେ ପ୍ରଭାବିତ ହେଉଛି । ଏହା ଏକ ଲମ୍ବା ଲଢେଇ । ତେଣୁ ଲୋକଙ୍କୁ ସଚେତନତା ଜରିଆରେ ପ୍ରସ୍ତୁତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଭାବରେ ବାହାରେ ନ ବୁଲିବା ଏବଂ ଗହଳିକୁ ନ ଯିବା ଆଦି ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ।

ଭୂତାଣୁକୁ ରୋକିବାରେ ଏହା ଆମର ମୁଖ୍ୟ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେଣୁ ଏହି ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୃପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡିଶା ଅନେକ ଆହ୍ବାନକୁ ଦୃଢତାର ସହ ମୁକାବିଲା କରିଛି ଏବଂ ସମସ୍ତଙ୍କ ସହଯୋଗରେ କୋଭିଡ ଲଢେଇରେ ମଧ୍ୟ ଓଡିଶା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଯେହେତୁ ବିଧାୟକ ମାନେ ଅନେକ ଲୋକଙ୍କ ସହ ପ୍ରତିଦିନ ମିଶୁଛନ୍ତି, ତେଣୁ ନିଜର ଓ ନିଜ ପରିବାରର ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ ।

” ପ୍ରତ୍ୟେକ ଜୀବନ ମୂଲ୍ୟବାନ ‘। ଏହି ନୀତିରେ ହିଁ ଆମେ କାମ କରିଚାଲିଛୁ ଏବଂ ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର ତାଙ୍କର ସମସ୍ତ ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଏହି ଅବସରରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକ ମାନଙ୍କୁ କୋଭିଡ଼ ସକ୍ରମଣ ରୋକିବା ଦିଗରେ କାମ କରିବା ପାଇଁ ବିଧାୟକ ମାନଙ୍କୁ ଶପଥ ପାଠ କରାଇଥିଲେ ।ବୈଠକରେ ଵିଧାୟକ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ଦେଇ ଥିଲେ ।

ପ୍ରଣବଙ୍କ ରାସ୍ତାରେ ଯୁବ ନେତା…

ଯାଜପୁରରେ କେହି ରହିବେନି ଭୋକିଲା 

ପ୍ରଣବଙ୍କ ସେବା ପଥରେ ଯୁବନେତା 

ମହାମାରୀରେ ସାଜିଛନ୍ତି ଗରିବଙ୍କ ବନ୍ଧୁ 

ମଙ୍ଗଧରିଛନ୍ତି ଭଵ 

ଯାଜପୁର : ନବୀନ ନୂଆ ଓଡିଶାର ବିନ୍ଧାଣି । ୨୧ ବର୍ଷ ଶାସନ କାଳ ଭିତରେ ଓଡ଼ିଶା ଅନେକ ଉଥାନ ପତ୍ତନ ଦେଇ ଗତି କରିଛି । ହେଲେ ସବୁ ବିପଦର ସୁପରିଚାଳନା କରି ସାରା ଦେଶ ପାଇଁ ଉଦାହରଣ ସାଜିଛନ୍ତି । ଆଉ ଏ ସୁପରିଚାଳନା ସମ୍ଭବ ହୋଇଛି କେବଳ ନବୀନଙ୍କ ଦୂରଦୃଷ୍ଟି ଆଉ କାର୍ଯ୍ୟଶୈଳୀ ପାଇଁ । ଆଉ ଏବେ ଏ ମହାମାରୀ ସମୟରେ ନବୀନଙ୍କ ସେନାପତି ସାଜି ଏ ସବୁ କାମକୁ ସମ୍ଭାଳୁଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଲୋକଙ୍କ ସେବକ ଭାବରେ ସୁଖ ଦୁଃଖରେ ସବୁବେଳେ ପହଂଚି ଯାଆନ୍ତି ବବି । ତେଣୁ ତାଙ୍କୁ ସମସ୍ତେ ଭାଇ ବୋଲି ଡାକନ୍ତି ।  କରୋନାର ଦ୍ୱିତୀୟ ଲହର ସମୟରେ ସେ ସବୁବେଳେ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ବିଧାୟକ ମନ୍ତ୍ରୀଙ୍କୁ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ବୁଝିବାକୁ କହିଛନ୍ତି । ଆଉ ତାଙ୍କ ଏ ପଦିକ କଥାରେ ଯାଜପୁର ମାଟିର ଯୁବନେତା  ଅଭାବି ଲୋକର ଭୋକକୁ ଚିହ୍ନି ପାରିଛନ୍ତି l  ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଯୁବନେତାମାନେ  ଅଭାବି ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଡାକ୍ତର ଖାନା ଠାରୁ ଆରମ୍ଭ କରି ଫୁଟ ପାଥ ସବୁଠି ଯିଏ ବି ଅସହାୟ ଅବସ୍ଥାରେ ଥାଉ ତା ପାଖରେ ଖାଦ୍ୟ ନେଇ ପହଂଚି ଯାଉଛନ୍ତି ।  ଯାହାର ମଙ୍ଗ ଧରିଛନ୍ତି   ଯାଜପୁରର ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ l   ଏଥିରେ ତାଙ୍କୁ ଛାତ୍ର ବିଜେଡିର କର୍ମକର୍ତା ମାନେ ସାହାଯ୍ୟ କରୁଥିବାରୁ ଭବ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସ୍ୱାତି ଦେଖିଲା ସ୍ୱପ୍ନ…..

() ସ୍ୱାତିି ଶୋଇଛି । ନିଘୋଡ଼ ନିଦରେ । ନିଦରେ ତାର ସ୍ୱପ୍ନ ଆସିଛି । ଘର, ଗାଁ, ସାଙ୍ଗ ସାଥି ଏକଥା ସେ ସ୍ୱପ୍ନରେ ଦେଖୁଛୁ । ଏହି କରୋନା ସମୟରେ ଯେମିତି ତା ଆଖିକୁ ଆସିଛି କଳା ସ୍ୱପ୍ନ । ପ୍ରତ୍ୟେକ ଦିନ କରୋନା ସହ ଲଢୁଥିବା ସ୍ୱାତି ମନରେ କିନ୍ତୁ ହଠାତ ସ୍ୱପ୍ନରେ ଭୟ ସୃଷ୍ଟି ହୋଇଛି । ଆଉ ସେ ଭୟ ତା ସ୍ୱପ୍ନ ଭାବନାକୁ ଦୁଇଗୁଣିତ କରିଛି । କାହିକିଁ ସେ ଦେଖିଲା ଏମିତି ସ୍ୱପ୍ନ । ସତରେ କଣ ଯାହା ଘଟିଛୁ ତା ଗାଁରେ ତାହା ସେ ସ୍ୱପ୍ନରେ ଦେଖୁଛି । ନାଁ ତାହାର ସ୍ୱପ୍ନଟା ସେମିତି ସ୍ୱପ୍ନ ।
ସ୍ୱାତି ଶତପଥିୀ । ଏକ ଘରୋଇ ଡ଼ାକ୍ତରଖାନାରେ ସେବିକା ଭାବେ କାମ କରୁଛି । ଏହି କରୋନା ସମୟରେ ସେ ହେଉଛି ପୁରା ସମ୍ମୁଖଯୋଦ୍ଧା । ତାର ନିଷ୍ଠା, ପରିଶ୍ରମ ଯୋଗୁଁ ପ୍ରତ୍ୟେକ ଦିନ ସେ ମହାମାରୀ ଯୁଦ୍ଧରେ ବିଜୟ ହୋଇ ବହୁ ଲୋକଙ୍କୁ ନୂଆ ଜୀବନ ଦେଉଛି । ସାରା ବିଶ୍ୱ ଯେଉଁ ଅଦୃଶ୍ୟ ଭୂତାଣୁକୁ ଡ଼ରୁଛି , ସ୍ୱାତି କିନ୍ତୁ ତାହାକୁ ଭୟ କରୁନାହିଁ । ତା ସହ ପ୍ରତି ମିନିଟ ଲଢୁଛି ଓ ନିଜର କର୍ତ୍ତବ୍ୟ ସମ୍ପାଦନ କରେ । ଆରେ ଛାଡ଼ନ୍ତୁ ସେ କଥା , ଚାଲନ୍ତୁ ସ୍ୱାତି କଣ ସ୍ୱପ୍ନ ଦେଖିଲା ଜାଣିବା ଟିକେ । ବେଳେବେଳେ ମଣିଷ ଯାହା ଦେଖେ ଯାହା ଭାବେ ତାହା ସ୍ୱପ୍ନରେ ଆସେ । ୨ବର୍ଷ ହେବ ସ୍ୱାତି କରୋନା ରୋଗର ଭୟାଭୟ ଓ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ଦେଖିୁଛି ଓ ଜାଣୁଛି । କେତେବେଳେ ଖୁସି ହେଉଛି ତ ଆଉ କେତେବେଳେ ଦୁଃଖୀ । କାରଣ ତା ସେବାରେ ଯଦି କିଏ ନୂଆ ଜୀବନ ପାଉଛି ସେ ଖୁସି ..ଅନେକଙ୍କ ତ ମୃତ୍ୟୁ ହେଲାଣି ।ଆଉ ସେହି କଥା ଭାବି ବେଳେ ବେଳେ ସେ ଭାଙ୍ଗି ମଧ୍ୟ ପଡେ । ସହର ଛାଡ଼ି କରୋନା ସଂକ୍ରମଣ ଗାଁ ମୁହାଁ ହୋଇଛି । ଏକଥା ସ୍ୱାତି ଜାଣିବା ପରେ ଚିନ୍ତାରେ ପଡ଼ିଗଲା । ସେଦିନ ସ୍ୱପ୍ନରେ ଦେଖୁଛି , କରୋନା ସଂକ୍ରମଣ ବ୍ୟାପିବା ପରେ କିପରି ଅଛି ତା ଗାଁ , କେମିତି ଅଛନ୍ତି ତା ବାପା,ମାଆ,ଭାଇ, ଉଉଣୀ । ସେ ଚିନ୍ତା ତାକୁ ଘାରିଛି । ନିଜର ପରିବାର ଓ ଗାଁ କଥା ସେ ଜାଣିଛି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବି । ଏହାରି ଭିତରେ ତା ପ୍ରେମିକ ବାପି କଥା ବି ସେ ସ୍ୱପ୍ନରେ ଦେଖିଛି । ବାପି ଗାଁର ବଡ଼ ହୋଲସେଲ ବ୍ୟବସାୟୀ । ସ୍ୱାତି ମନର ପ୍ରିୟ ମଣିଷ । ସ୍ୱାତି ସିନା ନର୍ସଭାବେ ସହରରେ କାମ କରୁଛି , ହେଲେ ତା ମନ ଅଛି ଗାଁର ବାପି ପାଖରେ । ବାପିକୁ ଭଲଭାବେ ଜାଣେ ସ୍ୱାତି । ସେ ଭାରିି ବେଫିକର । କୌଣସି କଥାକୁ ଗୁରୁତ୍ୱର ସହ ନିଏ ନି । ସବୁ କଥାକୁ ହଲକା ଭାବେ ନିଏ । କରୋନା ରୋଗ ସମ୍ପର୍କରେ ସ୍ୱାତି ଯେତେବେଳେ ବାପିକୁ କହେ ଓ ତାର ଭୟାଭୟତା ବୁଝାଏ ବାପି କିନ୍ତୁ ଶୁଣେ ନାହିଁ । ହସରେ ଉଡ଼ାଇ ଦିଏ । କହେ ସେଟା ବଡ଼ବଡ଼ିଆ ଓ ସହରୀ ରୋଗ । ଆମେ ଗାଁ ଟୋକା ଆମର କିଛି ହେବ ନାହିଁ । ବେଳେବେଳେ କହେ ସ୍ୱାତି ଆମେ ଯେମିତି ପରିଶ୍ରମ କରୁଛି ସେ ଥଣ୍ଡା, ଜ୍ୱର ଓ କାଶ ରୋଗ ଆମକୁ କିଛି କରିବ ନାହିଁ । ଏମିତି କେତେ କଣ ସେ ଗପିଚାଲେ ସ୍ୱାତିକୁ ଫୋନରେ । ହଁ ଶେଷରେ କହେ ତୁ ଦେଖିକି ଥିବୁ । କଣ ଦରକାର ଆମର ସେ ଚାକିର କରିବା , ବାପା କହୁଥିଲେ ଏ ସିଜିନରେ ଆମ ବାହାଘର କରିବା ପାଇଁ । ଏମିତି ସ୍ୱପ୍ୱରେ କେତେକଣ ଦେଖିଚାଲିଥାଏ ସ୍ୱାତି । ହଠାତ ସ୍ୱପ୍ନ ଭାଙ୍ଗିଲା ବେଳକୁ ସକାଳ ୭ଟା । କାହିକିଁ କେଜାଣେ ସେ ହଠାତ ନ୍ୟୁଜ ଚ୍ୟାନେଲ ଲଗାଇଦେଲା … ଆଉ ତାପରେ ପୁଣି ଘୋର ନିଦରେ ଶୋଇପଡ଼ିଲା । କାରଣ ତାର ସେଦିନ ରାତି ଡ଼୍ୟୁଟି ଥାଏ । ….

ଦୂରଦର୍ଶୀ ନବୀନଙ୍କ ପଥରେ ପ୍ରଣବ……

ଭୁବନେଶ୍ୱର : ଓଡ଼ିଶାରେ ରହିବନି ରକ୍ତର ଅଭାବ l ମହାମାରୀ ସମୟରେ ବି ରକ୍ତଦାନ ଅଭିଯାନ ଜୋରଦାର କରିଛି ବିଜେଡି l ଲକ ଡାଉନ ପାଇଁ ରକ୍ତ ସଂଗ୍ରହ ଯେଉଁ ଅଭାବ ଦେଖାଦେଇଛି ତାହାକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନିର୍ଦେଶ ଦେଇଛନ୍ତି ସେହି ଅନୁସାରେ ଦଳ ରକ୍ତଦାନ ଅଭିଯାନ ଜୋରଦାର କରିଛି l ଆଉ ଯାହାର ନେତୃତ୍ୱ ନେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) l କୋଭିଡ କଟକଣା ଭିତରେ ପୁଣି ରାଜ୍ୟରେ ରକ୍ତଦାନ ଶିବିର ଆରମ୍ଭ କରିଛି ଦଳ l ବ୍ଲଡ଼ ବ୍ୟାଙ୍କ ଗୁଡ଼ିରେ ରକ୍ତ ଭରଣା କରିବାକୁ ଏହି ଅଭିଯାନର ମୂଳଲକ୍ଷ୍ୟ  ବୋଲି ବବି କହିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ଥର ନିର୍ଦ୍ଦେଶ ଥିଲା ଆଉ ଏଥର ବି ରହିଛି ଯେ ବିଜେଡି ଓଡ଼ିଶା ମୋ ପରିବାର ତରଫରୁ ଯେଉଁ କାର୍ଯ୍ୟକ୍ରମ ନେଇଛି ଜୀବନ ବିନ୍ଦୁର, ତାକୁ ବ୍ଲକ ଓ ପଂଚାୟତ ସ୍ତରରେ ରକ୍ତଦାନ ଶିବିର କୋଭିଡ ନିୟମ ଅନୁସାରେ କରିବାକୁ  ଯୋଜନା   କରିଛି l ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଅନୁସାରେ  ସବୁ ଚାଲିଛି l  ମୁଁ ତାଙ୍କ vision ରେ କାମ କରୁଛି। ସାରା ଦେଶ ତାଙ୍କ visionକୁ ମାନୁଛନ୍ତି। ଜାତୀୟ ଗଣମାଧ୍ୟମରୁ ଆରମ୍ଭ କରି opinion maker, editorial ସବୁ ତାଙ୍କୁ ଦୂରଦର୍ଶୀ କହୁଛନ୍ତି। ସେମାନେ ଖୋଲା ହୃଦୟରେ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ କହିବା ସହ ତାଙ୍କୁ ଅନୁସରଣ କରିବାକୁ କହୁଛନ୍ତି। ରକ୍ତଦାନ ଶିବିର ଉଦଘାଟନ କରି ଏହି ସୂଚନା ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ସୂଚନା ଥାଉକି ରକ୍ତ ଓ ପ୍ଲାସ୍ମା ସଂଗ୍ରହକୁ ଗୁରୁତ୍ୱକଟକରେ ମାତ୍ର 156 ୟୁନିଟ ରକ୍ତ ବଳିଛି। ଯାହା ଅଳ୍ପ କିଛି ଦିନରେ ସରିଯିବ। ରାଜ୍ୟର ଅନ୍ୟ ବ୍ଲଡ଼ ବ୍ୟାଙ୍କ ଗୁଡ଼ିକରେ ରକ୍ତ ହି ନାହିଁ। ଥଲେସେମିଆ ଓ ସିକିଲ ସେଲ ରୋଗୀଙ୍କ ସମେତ ଗୁରୁତର ଅସ୍ତ୍ରୋପଚାର ବାଧାପ୍ରାପ୍ତ ହେଉଛି। ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ଓଡ଼ିଶା ମୋ ପରିବାର ଜରିଆରେ ରକ୍ତଦାନ ଶିବିର କରି ବ୍ଲଡ଼ ବ୍ୟାଙ୍କ ଗୁଡ଼ିକୁ ରକ୍ତ ଯୋଗାଉଥିଲା। ହେଲେ ଲକ ଡାଉନ ଯୋଗୁ ରକ୍ତଦାନ ଶିବିର ହୋଇପାରୁ ନାହିଁ। ରକ୍ତର ଅଭାବ ଦୂର କରିବାକୁ ଲକ ଡାଉନ ସମୟରେ କଟକଣା ମାନି ପୁଣି ରକ୍ତଦାନ ଶିବିର ଆରମ୍ବ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଧୀରେ ଧୀରେ ଅଳ୍ପ ସଂଖ୍ୟାରେ ରକ୍ତ ସଂଗ୍ରହ କରିବା ପାଇଁ ବିଭିନ୍ନ ସ୍ଥାନରେ ଓଡ଼ିଶା ମୋ ପରିବାର ପକ୍ଷରୁ ଛୋଟ ଛୋଟ ରକ୍ତଦାନ ଶିବିର ଆରମ୍ଭ କରାଯାଉଛି। ତେବେ ଏଥର ରକ୍ତ ସହ ପ୍ଲାସ୍ମା ସଂଗ୍ରହ କରି କୋଭିଡ ରୋଗୀଙ୍କ ସେବା ଓ ଚିକିତ୍ସା ଜାରି ରଖିବା ପାଇଁ ଓଡ଼ିଶା ମୋ ପରିବାରକୁ ବ୍ୟାପକ ଭାବେ କାମ କରିବା ଦିଗରେ ଗୁରୁତ୍ୱ ଦେଇଛି l ଯାଜପୁରରେ ପ୍ରତି ରବିବାର ରକ୍ତଦାନ ଶିବିରରେ ସାମିଲ ହୋଇ ରକ୍ତଦାନକୁ ପ୍ରଣବ ଉତ୍ସାହିତ କରନ୍ତି l ବର୍ଷ ବର୍ଷ ଧରି ଅଶୋକ ଦାସ ଫାଉଣ୍ଡେସନ ପ୍ରତି ରବିବାର ରକ୍ତଦାନ ଶିବିର କରୁଛି l ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ l

ସମ କୋଭିଡ ହସ୍ପିଟାଲରୁ ଆସିଲା ବଡ଼ ଖବର : କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା–

0

ଭୁବନେଶ୍ୱର, ୧୬/୫: ହାରିବ କରୋନା, ଜିତିବ ମଣିଷ। ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ |
ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ
ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହେବା ପରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ | ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ରବିବାର ଆରୋଗ୍ୟ ଲାଭ କରିବା ସହ ଘରକୁ ଫେରିଛନ୍ତି |
ବୃଦ୍ଧା ଜଣଙ୍କ ସୁସ୍ଥ ହେବା ନେଇ ସମ କୋଭିଡ ହସ୍ପିଟାଲ କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପୁଅ ବିଶି ସାହୁ |
ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ରକ୍ତ ସମ୍ପର୍କ ଓ ଆତ୍ମ ସମ୍ପର୍କ…..

() କୁହାଯାଏ ଦୁନିଆର ଶ୍ରେଷ୍ଠ ସମ୍ପର୍କ ହେଉଛି ରକ୍ତ ସମ୍ପର୍କ । କାରଣ ରକ୍ତ ରକ୍ତକୁ ଟାଣେ । ଖାସ ସେଥିଲାଗି ରକ୍ତ ସମ୍ପର୍କ ଯେଉଁଠି ଥାଏ କେତେବେଳେ ନାଁ କେତେବେଳେ ମଣିଷର ଦୁର୍ବଳତା ସେହି ସର୍ମ୍ପକ ପାଖରେ ରହିଯାଏ । ହେଲେ ରକ୍ତ ସମ୍ପର୍କ ଠାରୁ ଏମତିକି କିଛି ସର୍ମ୍ପକ ଅଛି ଯାହା ଆତ୍ମକୁ ଆତ୍ମ ସହିତ ଯୋଡ଼େ । ଆଉ ଏ ସମ୍ପର୍କରେ ବି ଦୁର୍ବଳତା ଏତେ ଯେ ଏହାକୁ ବି ମାପିବା ମୁସକିଲ । ଏଇ ଯେମିତି ସେଦିନ କୋଭିଡ଼ କେୟାର ହସ୍ପିଟାଲରେ ଦାସ ମଉସା ଆଉ ଚୁଲବୁଲି ମାନି ମଧ୍ୟରେ ସମ୍ପର୍କ ଯୋଡ଼ି ହୋଇଯାଇଛି ।
ଦାସ ମଉସା । ବୟସର ଅପରାହ୍ନରେ ପହଞ୍ଚିଲେଣୀ । ହଠାତ ଅଦୃଶ୍ୟ ଭୂତାଣୁରେ ସେ ଆକ୍ରାନ୍ତ ହେଲେ । ଘରେ କିଛି ଦିନ ରହିବା ପରେ ପୁଅ, ଝିଅ,ବୋଉ, ନାତି, ନାତୁଣୀ ଓ ମାଉସୀଙ୍କୁ ଛାଡି କୋଭିଡ କେୟାର ହସ୍ପିଟାଲରେ ଭର୍ତି ହେଲେ । ସେ ସେଠାକୁ ଗଲା ବେଳକୁ ଆହୁରି ୨୩ ଜଣ ରୋଗୀ ସେ ୱାର୍ଡ଼ରେ ଅଛନ୍ତି । ପ୍ରଥମଦିନ ରାତି ଚିନ୍ତାରେ କଟିଲା । ରୋଗ ଯନ୍ତ୍ରଣାର କଷ୍ଟ ସହ ମାନସିକ ଚିନ୍ତାରେ ପଡ଼ିଗଲେ ଦାସବାବୁ । ଦୁଇଦିନ ପରେ ହଠାତ ଦାସବାବୁ ୱାର୍ଡ଼ରେ ଥିବା ଅନ୍ୟମାନଙ୍କୁ ଚାହିଲେ, ଦେଖିଲେ ଯେ କେମିତି ହସ୍ପିଟାଲ ୱାର୍ଡ଼ରେ ଜୀବନ କଟୁଛି । କିଏ କେମିତି ସମୟ କାଟୁଛି । କିଏ ଏ ସବୁ ଯନ୍ତ୍ରଣାକୁ ଭୂଲି ହସ ଖୁସିରେ ସମୟ କଟୁଛି । ହଠାତ ଦାସବାବୁ ତାଙ୍କ ସମ୍ମୁଖରେ ଚିକିତ୍ସିିତ ହେଉଥିବା ଏକ ତନୁ ପତଳୀ ସୁନ୍ଦରୀ ଝିଅ ଉପରେ ନଜର ପଡ଼ିଲା । ଦାସବାବୁ ଦେଖିଲେ ଯେ ସମାନ ରୋଗରେ ପୀଡ଼ିତ ହୋଇ ସେ କେତେ ଚିନ୍ତାରେ ସମୟ କାଟୁଛନ୍ତି । ହେଲେ ମମ୍ମୁଖରେ ଥିବା ଝିଅଟି କିନ୍ତୁ ବେଶ ଖୁସିରେ ସମୟ ବିିତାଉଛି । ଗୀତ ଶୁଣୁଛି, ମୋବାଇଲରେ ଚାଟିଙ୍ଗ କରୁଛି, କାହା କାହା ସହ ଭିଡ଼ିଓ କଲିଙ୍ଗ କରୁଛି , କଥାବାର୍ତା ସମୟରେ ହସି ହସି ବେଦନ ହୋଇଯାଉଛି ଫୋନରେ । ପୁଣି କେତେବେଳେ ବହି ପଢୁଛି ତ କେତେବେଳେ ବେଡ଼ରେ ଯୋଗ କରୁଛି । ଯେମିତି ପୁରା ୨୪ ଘଣ୍ଟା ସେ ସମୟକୁ ଉପଭୋଗ କରୁଛି । ଏସବୁ ଦେଖି ଦାସବାବୁ ମନେମନେ ଭାବୁଛନ୍ତି ହଁ ବୟସ ଅଛି , ସେ ଭଲ ସମୟ କଣ ଖରାପ ସମୟ କଣ ଜାଣିପାରୁଛି କି ? ଏମିତି କେତେ କଣ ଭିନ୍ନ ଭିନ୍ନ ଚିନ୍ତା । ମଝିରେ ମଝିରେ ଝିଅଟିର ଫୋନରେ ଗପିବା ତାଙ୍କ ମନରେ ବି ବିିରକ୍ତ ଭାବ ଆଣୁଥାଏ । ହେଲେ କଣ କରିବେ ସେ । ନାଁ କିଛି କହିପାରୁଥାନ୍ତି ନା କିଛି କରିପାରୁଥାନ୍ତି । ଏମିତି ସମୟ ବିତାଉଥାନ୍ତି । ହଠାତ ଦିନେ ଦାସବାବୁ ଅପରାହ୍ନ ୫ଟା ପରେ କଣ ହେଲା କେଜାଣେ ସେ କିନ୍ତୁ ବ୍ୟାକୁଳ ହେଲେ ପରିବାର ଲୋକଙ୍କୁ ଦେଖିବା ପାଇଁ । ଆଜିର ଆଣ୍ଡ୍ରୋଏଡ଼ ଫୋନର ତ ବ୍ୟବହାର ତାକୁ ଜଣାନାହିଁ କଣ କରିବେ । ନର୍ସ କି ଡ଼ାକ୍ତର କେହି ପାଖରେ ନାହାନ୍ତି । ତେଣୁ ବାଧ୍ୟ ହୋଇ ସମ୍ମୁଖ ବେଡ଼ରେ ଚିକିତ୍ସିତ ହେଉଥିବା ତନୁ ପତଳୀ ଝିଅଟିକୁ ଡ଼ାକିଲେ । ଝିଅଟି କହିଲା ମଉସା କଣ ହେଲା ? କଣ କହୁଛନ୍ତି । ଦେହ ଭଲ ଲାଗୁନି କି ? ଏମିତି କେତେକଣ ପ୍ରଶ୍ନ କଲା । ହେଲେ ଦାସବାବୁଙ୍କ ମାତ୍ର ଗୋଟିଏ ଉତ୍ତର ଆସିଲା ତୋ ମାଉସୀକୁ ଦେଖିବା ପାଇଁ ଭାରୀଇଚ୍ଛା ହେଉଛି । କଣ କରିବି କହ । ଏଇ ଫୋନରେ କେମିତି ଦେଖିବି ଜାଣିନାହିଁ । ହେଲେ ଝିଅ ତୁ ତ ଫୋନରେ ୨୪ ଘଣ୍ଟା ଗପୁଛି ଓ ଫୋନରେ ଦେଖୁଛୁ , ତେଣୁ ମତେ ଟିକେ ଦେଖାଇ ଦିଅନ୍ତୁନି । ଝିଅଟି କହିଲା ଦିଅନ୍ତୁ ମୋଉସା ଆପଣଙ୍କ ଫୋନ । ଆପଣଙ୍କ ଫୋନରେ ସେ ସୁବିଧା ଅଛି । ମୁଁ ସିଧା ସଳଖ ଆପଣଙ୍କ ପରିବାରକୁ ଏହି ଫୋନରେ ଆପଣଙ୍କୁ ଦେଖାଇଦେବି । ଏହାକହି ଝିଅଟି ସେ ଫୋନ ନେଇ ମଉସାଙ୍କ ବଡ଼ପୁଅକୁ ଭିଡ଼ିଓ କଲ କଲା ଓ ଶେଷରେ ପାଂଚଦିନ ପରେ ମଉସା ଭିଡ଼ିଓ କଲରେ ପରିବାର ଲୋକଙ୍କୁ ଦେଖି ବେଶ ଖୁସି ହେଲେ ଆଉ ମନଇଚ୍ଛା ଗପି ଚାଳିଲେ । ଏହାପର ଠାରୁ ଦାସ ମଉସାଙ୍କ ନଜର ଓ ମନରେ ପରିବତ୍ତର୍ନ ହେଲା ଝିଅଟି ପ୍ରତି । ଝିଅଟି ବିଷୟରେ କେତେକଣ ଭାବୁଥିବା ଦାସ ମଉସାର ସର୍ମ୍ପକ ଯେମିତି ଝିଅଟିର ଆତ୍ମ ସମ୍ପର୍କ ରହିଛି ସେ କଥା ଅନୁଭବ କଲେ ଦାସ ମଉସା । ଝିଅଟି ସହ ହସଖୁସିରେ କଥା ବାର୍ତା ହେଲେ ଓ ସବୁ କଥା ସେୟାର କଲେ । ଧୀରେଧରେ ସମ୍ପର୍କ ନିବିଡ଼ ହେଲା । ଏହାରି ଭିତରେ ଡ଼ାକ୍ତର ଆସି କହିଲେ ମଉସା ଆପଣ ଏବେ ସଂପୂର୍ଣ୍ଣ ସୁସ୍ଥ । କାଲି ଆପଣ ଡ଼ିସଚାର୍ଯ୍ୟ ହେବେ । ଡ଼ାକ୍ତରଙ୍କ ଠାରୁ ଏକଥା ଶୁଣି ଦାସ ମଉସା ଖୁସି ହେଲେ ସିନା । କାଲି ସେ କଥା ଭାବିଲେ ଓ ସେ ଝିଅ କଥା ବି ଭାବିଲେ । ଡ଼ାକ୍ତର ଗଲା ପରେ ଝିଅଟି ପାଖକୁ ଯାଇ କହିଲେ ମା’ରେ ମୁଁ ସ୍ଥୁସ୍ଥ ହୋଇଗଲି , କାଲି ଘରକୁ ଯିବି । ହେଲେ ତୋ ଭଲପାଇବା ସବୁଦିନ ମନେ ରହିବ । ତୋ ସହ ରକ୍ତ ସମ୍ପର୍କ ନଥିଲେ ମଧ୍ୟ ତୁ ରକ୍ତ ସର୍ମ୍ପକ ଠାରୁ ବହୁ ଉର୍ଦ୍ଦରେ । ତୋ ନମ୍ବର ଟା ମୋ ଫୋନରେ ସେଭ କରିଦେ । ମୁଁ ଘରକୁ ଗଲେ ତୋ ସହ କଥା ହେବି । ହେଲେ ତୁ କେବେ ଯିବୁ ଡ଼ାକ୍ତର ବାବୁ କଣ କହୁଛନ୍ତି । ତୋ ଦେହ ଭଲ ଅଛି ତ ? ଏମିତି କେତେ କଣ ମଉସା ପଚାରିଲେ । ଝିଅଟିର ଗୋଟିଏ ଉତ୍ତର ମଉସା ମୁଁ ଭଲ ଅଛି । ଆଉ କିଛି ଦିନ ପରେ ମୁଁ ଠିକ ହୋଇଯିବ । ଆପଣ ଏଠାରୁ ଗଲା ପରେ ମତେ ଭୁଲିବେନି ତ । ନିଜ ପରିବାର ମାଉସୀଙ୍କୁ ପାଖରେ ପାଇଁ ମତେ କଣ ଆଉ ମନେ ରଖିବେ । ଏକଥା ଶୁଣି ମଉସାଙ୍କ ଆଖିରେ ଲୁହ ଚାଲିଆସିଲା । ମଉସାଙ୍କୁ ଦେଖି ଚୁଲବୁଲି ଝିଅଟିର ଆଖିରୁ ବି ଲୁହ ଦି଼ିଟୋପା ଝରିଗଲା । ଆଉ ମାତ୍ର ୧୫ ଦିନର ସମ୍ପର୍କ ଭିତରେ ମଉସା ଓ ଝିଅର ଲହୁ ବୁଜାଇ ଦେଲା ରକ୍ତ ସମ୍ପର୍କ ଠାରୁ ବେଳେବେଳେ ଆତ୍ମ ବା ହୃଦୟ ସମ୍ପର୍କ ବି ବହୁତ ଦରକାର । …

Follow us

20,832FansLike
0FollowersFollow
14,700SubscribersSubscribe

Latest news