() ଗୌତମ । ସପ୍ଟ ୱୟାର ଇଂଜିନିୟର । କାମର ପ୍ରେସର ଅଧିକ । ପୁଣି ବର୍ଷେ ହେବ ମହାମାରୀ କରୋନା ଯୋଗୁଁ ଲକ ଡ଼ାଉନ ଓ ସଟଡ଼ାଉନ ଭିତରେ କଟୁଛି ସମୟ । ଅଫିସର ଅତ୍ୟାଧୁନିକ ଲାଇଫ ଷ୍ଟାଇଲରୁ ସିଧା ଏବେ ୱାର୍କ ଫର ହୋମ । ଅଧିକାଂଶ ସମୟ ଲାପଟପ ସହ ବିତାଇବାକୁ ପଡ଼ୁଛି । ଅଫିସ କାମ ସହ ବେଳେବେଳେ ଲାପଟପ ସମ୍ମୁଖରେ ବସୁବସୁ ଗୌତମର ଗାଁ, ପିଲାଦିନ , ଚାଟଶାଳୀ କଥା ମନେ ପଡ଼ିଯାଉଛି । ଗାଁ ଚାଟଶାଳୀରେ ସ୍କୁଲର ଶ୍ରେଣୀ ଶିକ୍ଷକ ମହାମାରୀ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଥିଲେ ସେତେବେଳେ ସେ ଭୟାନକ କାହାଣୀ ଶୁଣି ଗୌତମ ସହ ତାର ସାଙ୍ଗମାନେ ବି ଡ଼ରିଯାଉଥିଲେ । ଆଉ ଠିକ ଏତିକି ବେଳେ ସାର କହନ୍ତି ଆରେ ପିଲେ ଆର ପୃଷ୍ଠା ଓଲଟାଅ । ଦେଖ ସେତେବେଳେ ମହାମାରୀ ବସନ୍ତ, ହଇଜା, ପ୍ଲେଗ ରୋଗରେ କିପରି ଲୋକମାନେ ମଶା, ମାଛ ି ପରି ମରୁଥିଲେ । ଏ ସବୁ ସେ ସମୟର ଚିତ୍ର । ରଘୁସାରଙ୍କ ଏପରି ବର୍ଣ୍ଣନା ଜ୍ଞାନ ଅପେକ୍ଷା ଅଧିକ ଭୟ ସୃଷ୍ଟି କରୁଥିଲା ମନରେ । ହେଲେ ସେତେବେଳେ କିନ୍ତୁ ସାର କହୁଥିଲେ ଦୁନିଆରେ ଏପରି ବେଳେବେଳେ ମହାମାରୀ ଆସିବ ଓ ଯିବ । ତେଣୁ ତାହାକୁ ଦୃଢତାର ସହ ମୁକାବିଲା କରିବା ଏ ମଣିଷ ସମାଜ ସକ୍ଷମ ହୋଇଥିଲା ଓ ଭଗବାନ ବାଟ ମଧ୍ୟ ଦେଖାଇଥିଲେ । ଏମିତି ଭାବନା ରାଇଜକୁ ଚାଲିଯାଇଥିବା ଗୌତମର ହଠାତ ଫୋନ ରିଙ୍ଗ ହେଲା । ଅଫିସରେ ତାର ସବୁଠାରୁ ପ୍ରିୟ ସହକର୍ମୀ ଫୋନରେ କହିଲା ଜାଣିଲୁ ଗୌତମ, ଆଜି ନାଁ ଆମ ସହଯୋଗୀ ରୋଜି କରୋନାରେ ଆଖି ବୁଝିଦେଲା । ବାସ ଏତିକିରେ ଗୌତମ ପୁରା ସ୍ତବ୍ଧ ହୋଇଗଲା । ଆଖିରୁ ତାହାର ଆପେ ଆପେ଼ ଲୁହ ପରେ ଲୁହ ଗଢିଲା । ଦୀର୍ଘ ନିଶ୍ୱାସ ପକାଇ ଭଗବାନକୁ ଡ଼ାକିଲା । କିଛି ସମୟ ଦୁଃଖରେ ଏମିତି ଭାଙ୍ଗୀପଡ଼ିଲା ଯେ ଲାପଟପ ସମ୍ମୁଖରେ ବସିବସି ତା ଆଖିରେ ନିଦ ଆସିଗଲା । ପୁଣି ସେ ଭାବନା ରାଇଜକୁ ଚାଲିଗଲା । କେମିତି ଥିଲା ସେ ସହକର୍ମୀ ରୋଜିର ସହ ତାର ସର୍ମ୍ପକ । ପିଲାଦିନରୁ ରୋଜି ସହ ସେ ପଢିଛିି , ବୁଲିଛି କେତେକଣ । ଏମିତିକି ସାହିତ୍ୟ ଦିଦି ଯେତେବେଳେ କ୍ଲାସରେ ବଉଳା ଗାଇ ଗପ ପଢାନ୍ତି ସେ କଥା ସେ ମନେପକାଇଛି । ବିପଦ ସମୟରେ କିପରି ସାହସର ସହ ଲଢିବାକୁ ହେବ ସେ ସନ୍ଦେଶ ସେ ପିଲାଦିନୁ ବୋଉଳା ଗାଈ ଗପରୁ ଜାଣିଛି । ତେଣୁ ଶତ୍ରୃ ଯେତେବେଳେ ଦୂରରେ ଥିବ ତାକୁ ଡ଼ରିବା ଏକ ସ୍ୱଭାବିକ କଥା । ହେଲେ ଶତ୍ରୃ ଯେତେବେଳେ ପାଖକୁ ଆସିଲାଣି ତାକୁ ସାମ୍ନା କରିବା ଓ ଲଢିବା ଆବଶ୍ୟକ । ମଣିଷ ସମାଜ ଆଗରେ ଏବେ ଅଦୃଶ୍ୟ ଶକ୍ତି ଭାବେ ଉଭା ହୋଇଛି କରୋନା ଓ ମହାମାରୀ ବ୍ଳାକ ଫଙ୍ଗସ । ତେଣୁ ଏହାକୁ ନେଇ ଭାଙ୍ଗିପଡ଼ିବା ଉଚିତ ନୁହେଁ । ଏହାକୁ ସାହସର ସହ ସାମ୍ନା କରିବାକୁ ଗୌତମ ପରି ଅନେକ ପିଲା ବହିରେ ପଢିଛନ୍ତି । ଯାହା ଆଜି ବାସ୍ତବ ଜୀବନରେ ସାମ୍ନା କରିବାକୁ ପଡ଼ୁଛି ସର୍ଭିଙ୍କୁ । ଗୌତମର ଏମିତି କେତେ କଣ ଭାବନା ର ମନକୁ ଆସିଛି ନିଦରେ । ଆଉ ଠିକ ଏତିକି ବେଳେ ପଡ଼ୋଶୀ ଘରର ଭାଉଜ ଆସି କବାଟ ବାଢେଇଲେ । କହିଲେ ଗୌତମ ନିଅ କ୍ଷୀରି ଖାଇବ । ଆମ ରୋଜିର ଜନ୍ମଦିନ …