() ମହାମାରୀ ସମୟରେ ବତ୍ୟାକୁ ସାହସର ସହ ମୁକାବିଲା କରିବା ପାଇଁ ଦଳୀୟ କର୍ମୀ ଓ ନେତାଙ୍କକ ମନରେ ସାହସ ଦେଇଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ୟାସ ବତ୍ୟା ପ୍ରଭାବିତ କରୁଥିବା ଯାଜପୁର, ଭଦ୍ରକ , ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଳାରେ ଦଳୀୟ କର୍ମୀ ଓ ନେତାଙ୍କ ମନରେ ସାହସ ଜୁଟାଇଛନ୍ତି ସେ । ଦଳୀୟ କର୍ମୀ ନେତାଙ୍କ ସହ ଘନଘନ ବୈଠକ କରି ପ୍ରଶାସନ ଯାହା ନିୟମ କରୁଛି ତାହାକୁ ମାନି ଚଳିବା ଓ ଏ ଦିଗରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ବାତ୍ୟା ପୂର୍ବରୁ ସ୍ଥାନାସ୍ତରିତ ଓ ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ପ୍ରଣବ l ଲୋକଙ୍କ ଆବଶ୍ୟକ ସାହାର୍ଯ୍ୟ ଓ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।
ତେଣୁ ବାତ୍ୟା ୟାସ ପାଇଁ ଯାଜପୁର ବିଧାୟକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଓ ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। 24ଘଣ୍ଟା ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ହେଲ୍ପ ଲାଇନ ନମ୍ବର ଦିଆଯାଇଛି l ଆବଶ୍ୟକ ହେଲେ ଦିଆ ଯାଇଥିବା ନଂ ଯୋଗେ ଯୋଗାଯୋଗ କରିବାକୁ କୁହାଯାଇଛି। ୮୨୮୦୦୧୦୯୯୯, ୯୭୭୭୦୮୫୬୭୦, ୯୧୭୮୭୯୯୨୩୧
ତେବେ ଲୋକଙ୍କ ପ୍ରତି ମୁହୁର୍ତରେ ବିପଦ ବେଳେ ରହିବାକୁ ପ୍ରଣବଙ୍କ ଏପରି ପ୍ରୟାସ ଅନ୍ୟ ନେତାଂକୁ ବାଟ ଦେଖାଇଛି l
ଲୋକଙ୍କ ପାଇଁ ପ୍ରଣବ ଖୋଲିଲେ ବାତ୍ୟା କଣ୍ଟ୍ରୋଲ ରୁମ…..
ବାତ୍ୟା ଓ ସୁନ୍ଦରୀ….
() ନନ୍ଦିପୁରିଆ ନନା । ଗାଁ ଶେଷ ମୁଣ୍ଡରେ ସଉଦା ଦୋକାନୀ । ଭାରି ଷୁଣ୍ଠି ଲୋକ । କାହାକୁ ଟଙ୍କାଟିଏ ଛାଡନନ୍ତି ନାହିଁ , କି କାହାକୁ ବାକି ଦିଅନ୍ତିନି । ବଜାରରେ ଯେଉଁ ସାମଗ୍ରୀ ଦର ୫ଟଙ୍କା ତାହା ନନ୍ଦିପୁରିଆ ନନା ଦୋକନାରେ ୮ଟଙ୍କା । ଚାଉଳ ,ଡ଼ାଲି, ଆଳୁ, ପିଆଜ , ହେଉ ଅବା ତେଲ, ବିସ୍କୁଟ , ଚେନାଚୁର, କି ସାମ୍ପ,ସାବୁନ । ଏମିତି ଥଣ୍ଡା, ଆଇସ୍ରିମ, ପର୍ଯ୍ୟନ୍ତ ମିଳେ ତାଙ୍କ ଦୋକାନରେ । ସବୁ ଦର ଚଢା । ଛୁଞ୍ଚି ଠାରୁ ଔଷଧ ଯାଏ ସବୁମିଳେ ନନ୍ଦିପୁରିଆ ଦୋକାନରେ । ଗାଁର ଗୋଟିଏ ବୋଲି ଦୋକାନ । ମୁଖ୍ୟ ବଜାରକୁ ଛାଡ଼ି ଦେଲେ ଆପପାଖ ୫ କିଲୋମିଟର ପର୍ଯ୍ୟନ୍ତ ଦୋକନା ନାହିଁ । ଷୁଣ୍ଠିଆ ନନା ନାଁରେ ବେଶ ପରିଚିତ ଆଖପାଖ ଅଂଚଳରେ ।
ମହାବତ୍ୟା ସମୟ । ଗାଁ ଲୋକେ ଦୁଇଦିନ ଆଗରୁ ମୁଖ୍ୟ ବଜାରକୁ ଯାଇ ଯାହା କିଣାକିଣି କରି ଆଣିଥାନ୍ତି । କିଛି ସବୁ ଜିନିଷ କିଣିକି ଆଣିଥିଲେ ମଧ୍ୟ ଘରେ ପହଞ୍ଚିଗଲା ବେଳେ ଭୂଲିଯାଇଥିବା ଆଉ କିଛି ଜିନିଷ ନନ୍ଦିପୁରିଆ ନନାଙ୍କ ଦୋକାନରୁ ଆଣନ୍ତିି । ହେଲେ ଗାଁରେ ଅନେକ ଏମିତି ଘର ଅଛି ଯେଉଁମାନେ ନନ୍ଦିପୁରିଆ ନନା ଦୋକାନରୁ କିଣିବାକୁ ବାଧ୍ୟ । ଏହାଛଡ଼ା କଲେଜ ବନ୍ଧରେ ଯେହେତୁ ନନାଙ୍କ ସଉଦା ଦୋକାନ । ତେଣୁ ହଷ୍ଟେଲ ଛାତ୍ରଛାତ୍ରୀ ବି ନନାଙ୍କ ଦୋକାନରୁ ସଉଦା ଓ ଆବଶ୍ୟକ ଜିନିଷ କିଣନ୍ତି । ତାଙ୍କୁ ଦରଦାମର ଫରକ କିଛି ପଡ଼େ ନାହିଁ । ସବୁଜିନିଷ ଅଧିକ ଦାମରେ ବିକ୍ରି କରୁଥିବା ନନ୍ଦିପୁରିଆ ନନାଙ୍କୁ ଯେମିତି ବାତ୍ୟା ବଡ଼ ସୁଯୋଗ ଦେଇଥାଏ । ବଜାରରେ ଦର ଯାହା ଥାଉ କା କାହିକିଁ , ଏ ସମୟରେ ନନା ପାଟିରୁ ଯାହା ଦାମ ବାହାରିଲା ତାହା ଦେବାକୁ ଆପଣ ବାଧ୍ୟ ।
ଏମିତି ବାତ୍ୟାପୂର୍ବ ଦିନ ଯୁକ୍ତ ତିନି ଛାତ୍ର ରୋଜି ମହାନ୍ତି ନନାଙ୍କ ଦୋକାନରୁ ସଉଦା କିଣିବାକୁ ଗଲା । ଯେ ଆଜି କାଲିର ଝିଅ । ପହଞ୍ଚିଛି କି କହିଲା ଅଙ୍କଲ ଆଜି ଟିକେ ଅଧିକ ଜିନିଷ ନେବି । ହେଲେ ମୋ ପାଖରେ ପଇସା ନାହିଁ, ପେଟିଏମ କି ଗୁଗୁଲ ପେ ରେ ପଇସା ଦେବି ଆପଣଙ୍କୁ । ନନ୍ଦିପୁରିଆ ନନାର ସୁନ୍ଦରୀଙ୍କ ପ୍ରତି ଟିକେ ଦୁୂର୍ବଳତା ଥାଏ । ସବୁ ପୁରୁଷଙ୍କର ସେମିତି ବି ସୁନ୍ଦର ଝିଅ ଦେଖିଲେ ଟିକେ ଆବଶ୍ୟକ ଠାରୁ ଅଧିକ ସହଯୋଗ କରିବାକୁ ଆଗେଇ ଆସନ୍ତି । ଏମିତି ନନାଙ୍କ ସ୍ତ୍ରୀ ଭାରି ମୋଟି ଓ ଦେଖିବାକୁ କାଳି । ତେଣୁ ନନା ସୁନ୍ଦରୀଙ୍କ ପ୍ରତି ଆକର୍ଷିତ ହେବା ସ୍ୱଭାବିକ । ଆଉ ରୋଜି ତ ଯୌବନର ପ୍ରଥମ ପାହାଚରେ । ଦେଖିବାକୁ ତୋଫା ଗୋରା ଓ ତନୁ ପତଳୀ । କହିବାକୁ ଗଲେ ଭାରି ସୁନ୍ଦରିଆ ଝିଅଟିଏ । ସେ ଖଣ୍ଡ ମଣ୍ଡଳରେ ରୋଜିର ଡ଼ିମାଣ୍ଡ ବି କିଛି କମ ନୁହେଁ । ତାହା ସହ ରୋଜିର ଆଧୁନିକ ଡ଼୍ରେସ । ଟୋକା ତ ଟୋକା , ୭୦ବର୍ଷ ବୁଢା ବି ରୋଜି କଲେଜ ଗଲା ବେଳେ କଣେଇ କଣେଇ ଚାର୍ହିଦିଅନ୍ତି । ତେଣୁ ରୋଜି ଯେତେବେଳେ ନାନାଙ୍କୁ କହିଛି ପଇସା ନାହିଁ, ହେଲେ ମୁଁ ଜିିନିଷ ନେବି ବାତ୍ୟା ଆସୁଛି । ତେଣୁ ନନ୍ଦିପୁରିଆ ନନା ଆଉ ମନା କଲା ନାହିଁ । ଜୀବନରେ କେବେ ବାକି ଦେଇନଥିବା ନନ୍ଦିପୁରିଆ ନନା ରୋଜିକୁ ୨୭ଶହ ୫୦ଟଙ୍କାର ଜିନିଷ ବାକି ଦେଲା । ରୋଜି ଜିନିଷ ନେବା ବେଳେ କହିଲା, ଅଙ୍କଲ ବାତ୍ୟା ଛାଡ଼ିଲେ ମୁଁ ଏଟିଏମକୁ ଯାଇ ପଇସା ଉଠାଇ ଆପଣଙ୍କର ସବୁ ଟଙ୍କା ଦେଇଦେବି । ଏହା କହି ହସିଦେଲା, କହିଲା ଅଙ୍କଲ ଆପଣଙ୍କ ପରି ଲୋକେ ଅଛନ୍ତି ବୋଲି ଆମେ ହଷ୍ଟେଲ ପିଲାମାନେ ଘର ଠାରୁ ଦୂରରେ ରହି ବି ଘର ଓ ଗାଁରେ ଥିବା ପରି ଲାଗୁଛି । ବାତ୍ୟା ଛାଡ଼ିଗଲା । ବାତ୍ୟାରେ ଭୟଙ୍କର କ୍ଷତି ହୋଇଥିବା ସ୍କୁଲ ,କଲେଜରେ ଲୋକେ ମାସକାଳ ଧରି ରହିବେ ବୋଲି ସରକାର ଘୋଷଣା କଲେ । ଅନ୍ୟପଟେ ବତ୍ୟା କ୍ଷୟକ୍ଷତିକୁ ଲକ୍ଷ କରି ସବୁ ପରୀକ୍ଷା ବିି ବାତିଲ କଲେ ସରକାର । ଏମିତି ବି ମହାମାରୀ ସମୟରେ ପରୀକ୍ଷା ହେବ କି ନାହିଁ ତାହା ଅନିଶ୍ଚିତତା ଭିତରେ ଥିଲା । ଆଉ ଠିକ ଏହି ସମୟରେ ବାତ୍ୟା ଆସିଲା । ତେଣୁ ସରକାରକ ସବୁ ପରୀକ୍ଷା ବାତିଲ କରି ସବୁ ପିଲାଙ୍କୁ ପାସ ବୋଲି ଘୋଷଣା କରିଦେଲେ । ରୋଜି ପରୀକ୍ଷା ବାତିଲ ହେବା କଥା ଶୁଣି , ଗାଁକୁ ପଳେଇଲା । ବିଚାର ନନ୍ଦିପୁରିଆ ନନାର ବାକି ପଇସା ବୁଡ଼ିଗଲା । ସେହିଦିନ ଠାରୁ ସୁନ୍ଦରୀ ନାରୀ ଓ ମହାବାତ୍ୟା କଥା ଶୁଣିଲେ ନନା ମନରେ କୋକୁଆ ଭୟ ।
ୟାସ୍ ମୁକାବିଲା : ଗ୍ରାଉଣ୍ଡରେ ନବୀନଙ୍କ ବ୍ରିଗେଡ, ଫୋକସରେ ଜିରୋ କାଜୁଆଲିଟି
() ମନରେ ମୁଖ୍ୟମନ୍ତ୍ରୀ ଗୋଟିଏ କଥା । ସାଢେ ଚାରିକୋଟି ଓଡ଼ିଶାବାସୀ ଆମର ପରିବାର । ସେମାନଙ୍କ ସୁରକ୍ଷା ଯୋଗାଇଦେବା ଆମର ଲକ୍ଷ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ନେଇ ବର୍ଷା, ପବନ ଓ କରୋନାକୁ ଖାତିର ନକରି ଜନସେବାରେ ଳାଗିିଛି ପୁରା ଶାସକ ଦଳ । ଗ୍ରାଉଣ୍ଡରେ ଯାହାର ନେତୃତ୍ୱ ନେଉଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ବାତ୍ୟା ୟାସ୍ ପ୍ରଭାବିତ ଜିଲ୍ଳାଗୁଡ଼ିକୁ ଘନଘନ ଗସ୍ତ କରି ସ୍ଥାନୀୟ ବିଧାୟକ, ନେତା ଓ କର୍ମୀଙ୍କକ ସହ ଆଲୋଚନା କରି ଦାୟିତ୍ୟ ବଣ୍ଟନ କରୁଛନ୍ତି । ଏହାସହ ବାତ୍ୟା ମୁକାବିଲା ନେଇ ହୋଇଥିବା ସବୁ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରୁଛନ୍ତି । ପ୍ରଶାସନର ସହଯୋଗରେ ବାତ୍ୟାକୁ ସଫଳତାର ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଥିବା ଲମ୍ବା ବ୍ଲୁପ୍ରିଣ୍ଟ କାର୍ଯ୍ୟର ଅଗ୍ରଗତିକୁ ମଧ୍ୟ ପ୍ରତି ମିନିଟରେ ସମୀକ୍ଷା କରାଯାଉଛି । ପ୍ରଥମ ଫୋକସରେ ରହିଚି ଲୋକମାନଙ୍କୁ କିପରି ଏହି ମହାମାରୀ ସମ୍ପର୍କରେ ବୁଝାସୁଝା କରି ନିରାପଦ ସ୍ଥାନକୁ ସ୍ଥାନାସ୍ତରିତ କରିବା । ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କା ଘରକୁ ନେବା । ଆଉ ସେଠାରେ କେମିତି ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହାର ଘନଘନ ସମୀକ୍ଷା କରୁଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ଶାସକ ଦଳର ନେତା ଓ କର୍ମୀଙ୍କ ବାତ୍ୟା ୟାସର ମୁକାବିଲା ପାଇଁ ଅଧିକରୁ ଅଧିକ ସାମିଲ କରି ଜନସେବାରେ ସେ ଲଗାଇଛନ୍ତି । ତିନିଦିନ ହେବ ଦିନ ରାତି ଏକ କରି ବିଜେଡ଼ି ପ୍ରଣବ ଗ୍ରାଉଣ୍ଡରେ କାମ କରିଚାଲିଛନ୍ତି । ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରପଡ଼ା ,ଜଗତସିଂହପୁର ଜିଲ୍ଲାକୁ ତୋଫାନି ଗସ୍ତ କରି ପୁରା ବିଜେଡ଼ିକୁ ମୁକାବିଲାରେ ସାମିଲ କରାଇ ଲୋକଙ୍କକୁ ସଚେତନ କରିବା ସହ ନିରାପଦ ସ୍ଥାନକୁ ସ୍ଥାନାସ୍ତରିତ କରୁଛନ୍ତି । ବାତ୍ୟାର ପୂର୍ବ ପ୍ରସ୍ତୁତି ଓ ପର ମୁକାବିଲା ନେଇ ବିଜେଡ଼ି ବିଧାୟକ , ନେତା ଓ କର୍ମୀଙ୍କୁ ଅବଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁକାବିଲା ରଣନୀତି ସଫଳ କରିବା ପାଇଁ ପ୍ରଣବ ସବୁକିଛି ଭୂଲିଯାଇ କାମ କରୁଛନ୍ତି । ଏହାସହ ବିଭିନ୍ନ ତଳିଆ ଅଂଚଳରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କ ସହ ପୁରା ସରକାରୀ କଳ ଓ ବିଜେଡ଼ି ରହିଛି ସେ ସାହସ ଦେଉଛନ୍ତି ।
ସବୁବେଳେ ଜନସେବାକୁ ଜୀବନର ମୂଳମନ୍ତ୍ର କରିଥିବା ପ୍ରଣବ ମହାମାରୀ କରୋନା ଓ ଏବେ ୟାସ ବାତ୍ୟାବେଳେ ଯେପରି ଗ୍ରାଉଣ୍ଡକୁ ଯାଇ ଲୋକସେବାରେ ଲାଗିଛନ୍ତି ତାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ବିପଦ ସମୟରେ ଲୋକଙ୍କକ ସହ ସାମିଲ ହୋଇ ସେମାନଙ୍କ ସୁଖ ଦୁଃଖର ସାଥି ହେବାକୁ ପ୍ରଣବ ନେତା ଓ କର୍ମୀଙ୍କୁ କହିବା ସହ ନେତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହା ନେତାଏ ସଠିକ ଭାବେ କରୁଛନ୍ତି କି ନାହିଁ ତାହାର ସମୀକ୍ଷା କରି ତାଗିତ ମଧ୍ୟ କରୁଛନ୍ତି । ସବୁଭୂଲି ଏବେ କେମିତି ରାଜ୍ୟବାସୀଙ୍କୁ ଏହି ମହାବିପତ୍ତିରୁ ରକ୍ଷା କରାଯାଇ ପାରିବ ସେନେଇ ସେ ବିଧାୟକ, ସାଂସଦ,ମନ୍ତ୍ରୀ, ଛାମୁଆ ସଂଗଠନର କର୍ମକର୍ତ୍ତା, ଦଳୀୟ କର୍ମୀଙ୍କ ସହ ମିଶି ଲୋକଙ୍କୁ ସାହାର୍ଯ୍ୟ ଓ ସହଯୋଗ କରୁଛନ୍ତି । ବାତ୍ୟା ପୂର୍ବରୁ ସ୍ଥାନାସ୍ତରିତ ଓ ବାତ୍ୟାପରେ କିପରି ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ ହେବ ଓ ସେଥିରେ ଜନପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତାଙ୍କ କର ଭୂମିକା ରହିବ ସେନେଇ ବି ଦଳୀୟ ନେତା ଓ କର୍ମୀଙ୍କ ସହ ପ୍ରଣବ ଘନଘନ ବୈଠକ କରି ଆଲୋଚନା ଜାରୀ ରଖିଛନ୍ତି । ଏକାଠି ହୋଇ ଲଢି ମହାବାତ୍ୟାକୁ ସଫଳତାର ସହ ମୁକିବିଲା କରିବା ସହ ମୁଖ୍ୟମନ୍ତ୍ରୀ ଜିରୋ କାଜୁଆଲିଟି ଉପରେ ଯେଉଁ ଫୋକସ କରିଛନ୍ତି ତାହାକୁ ସଫଳ କରିବା ପାଇଁ ପ୍ରଣବ ଫୁଲ ଦମରେ ଲାଗିପଡ଼ିଛନ୍ତି ।
ଯେତେବେଳେ ବି ରାଜ୍ୟବାସୀ ବିପଦରେ ପଡ଼ିଛନ୍ତି । ସେତେବେଳେ ନବୀନ ଦ୍ଦୂତ ହୋଇ ବିଜେଡ଼ି ନେତାମାନେ କିପରି ଲୋକଙ୍କ ସହ ରହିବେ ସେ ଦାୟିତ୍ୱ ନେଉଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ଯେଉଁଥି ପାଇଁ ୧୯୯୯ ମସିହା ମହାବାତ୍ୟା ପରେ ଯେତେଗୁଡ଼ିଏ ବାତ୍ୟା ଆସିଛି ତାହାକୁ ଓଡ଼ିଶା ସଫଳତାର ସହ ମୁକାବିଲା କରିଛି । ଯେଉଁଥି ପାଇଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାରେ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଅନ୍ୟମାନଙ୍କୁ ବାଟ ଦେଖାଇଛି । କାରଣ ନବୀନଙ୍କ ଓ ତାଙ୍କ ପୁରା ଟିମ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ସେଥିପାଇଁ ତ ବିଜେଡ଼ି ନେତାଏ ସବୁବେଳେ କହନ୍ତି ସାଢେ ଚାରିକୋଟି ଓଡ଼ିଶାବାସୀ ବିଜେଡ଼ି ପରିବାର । ଆଉ ଏହି ପରିବାର ହେଉଛି ବିଜେଡ଼ିର ବଳ । ସେପଟେ ବଙ୍ଗୋପସାଗରୁ ସ୍ଥଳଭାଗ ଆଡ଼କୁ ବାତ୍ୟା ୟାସ ଯେପରି ମାଡ଼ିଆସୁଛି । ବାଲେଶ୍ୱର-ଧାମରା ମଧ୍ୟରେ ଏହା ଲାଣ୍ଡଫଲ କରିବ । କିଏ କିଏ ଭିତରକନିଆ ଦେଇ ଯିବାର ସମ୍ଭାବନା ବି ଆକଳନ କରିଛନ୍ତି । ଘଣ୍ଟାକୁ ୧୭ କିମି ବେଗରେ ଆସୁଛି । ଆସନ୍ତାକାଲି ସକାଳେ ବାତ୍ୟା ୟାସ ଧାମରା –ବାଲେଶ୍ୱର ଦେଇ ଗତି କରିବ । ୟାସ ମହାବତ୍ୟା ହୋଇନଥିଲେ ମଧ୍ୟ ଏହାର ପ୍ରବଳ ପ୍ରଭାବ ରହିଛି । ଯାହା ଫଳରେ ପ୍ରବଳ ବର୍ଷା ଓ ପବନ ହେବା ଘର ଅନେକ କ୍ଷୟକ୍ଷତି ହେବାର ଆକଳନ କରାଯାଇଛି । ବାତ୍ୟା ପାଇଁ ୭ଲକ୍ଷ ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ସ୍ଥାନାସ୍ତରିତ କରିବା ପ୍ରୟାସ ଜାରୀ ରହିଛି । ଖାସ ଏଥିଲାଗି ପ୍ରଣବ ପ୍ରଭାବିତ ଜିଳ୍ଲାଗସ୍ତ କରି ପୁରା ବିଜେଡ଼ିଟିମକୁ ଜନସେବାରେ ଲଗାଇଛନ୍ତି ।
କୁଆଖିଆରେ କୋଭିଡ ହସ୍ପିଟାଲକୁ ଉଦଘାଟନ କଲେ ପ୍ରଣବ…..
.ଯାଜପୁର : କୁଆଖିଆ ସ୍ଥିତ ଭୂମିକା କୋଭିଡ ହସ୍ପିଟାଲକୁ ଉଦଘାଟନ କଲେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ଯାଜପୁରରେ ଘରୋଇ ସହାୟତାରେ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲାଯାଇଛି । ଫଳରେ ଏବେ ଜିଲ୍ଲାରେ କରୋନା ଚିକିତ୍ସାର ଭିତ୍ତିଭୂମି ଅଧିକ ସୁଦୃଢ ହୋଇଛି । ଏହାସହ ଯାଜପୁର ତଥା ଆଖ ପାଖ ଜିଲ୍ଲା ର ଗୁରୁତର କୋଭିଡ଼ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ବର ଯିବାକୁ ପଡିବ ନାହିଁ । ଯାଜପୁରର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ଼ ହସ୍ପିଟାଲ ଭାବରେ କାମ କରିବ ଏବଂ ରୋଗୀ ମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ଼ ଚିକିତ୍ସା ସୁବିଧା ପାଇ ପାରିବେ । ଚିକିତ୍ସା ର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଵେ ।ଏହି ହସ୍ପିଟାଲରେ 150 ଟି ଅକ୍ସିଜେନ ସଯୁକ୍ତ ବେଡ଼୍ ସହିତ 50ଟି ICU ବେଡ଼୍ ମଧ୍ୟ ରହିବ ।
ୟାସ୍କୁ ଏକାଠି ହୋଇ ଲଢିବା : ଭବ ପ୍ରସାଦ ..
ଯାଜପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶ ଅନୁସାରେ ଯାଜପୁରରେ ୟାସ୍ ବାତ୍ୟା ମୁକାବିଲା କରିବା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି । ଯାଜପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଯୁବ ବିଜେଡ଼ିି ନେତା ଭବ ପ୍ରସାଦ ଦାସ (ଲଲ) ଯାଜପୁର ଜିଲ୍ଳା ପ୍ରଶାସନ ସହ ମିଶି ଲୋକଙ୍କ ଜୀବନ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ବତ୍ୟା ଆଶ୍ରୟସ୍ଥଳି ବୁଲି ସବୁ ଭିତ୍ତିଭୂମି ତଦାରଖ କରିବା ସହ ଲୋକମାନେ କିପରି ସୁବିଧାରେ ସେଠାରେ ରହିବେ ସେନେଇ ଜିଲ୍ଳା ପ୍ରଶାସନ ସହ ଆଲୋଚନା କରିଛନ୍ତି । ବିଶେଷକରି ତଳିଆ ଅଂଚଳର ଲୋକମାନଙ୍କୁ ସୁରକ୍ଷତି ସ୍ଥାନକୁ ସ୍ଥାନାସ୍ତରିତ କରିବା ନେଇ ଲୋକଙ୍କ ପାଖକୁ ଯାଇ ବୁଝାସୁଝା କରୁଛନ୍ତି ଭବ । ଏହାସହ ଲୋକମାନେ କିପରି ଆଶ୍ରୟସ୍ଥଳରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ମହବତୀ, ଔଷଧ, ପାଣି, ଓ କରୋନା କଟକଣା ଭିତରେ ରହିବେ ତାହାର ସେ ତଦାରଖ କରିଛନ୍ତି । ଏହାସହ ଜିଲ୍ଳାପ୍ରଶାସନକୁ ସହଯୋଗ କରିବା ପାଇଁ ଯାଜପୁରବାସୀଙ୍କୁ ଅପିଲ କରିଛନ୍ତି । ସଫଳତାର ସହ କିପରି ବତ୍ୟା ମୁକାବିଲାର ପ୍ରସ୍ତୁତ କରାଯାଇଛି ଏନେଇ ଯାଜପୁର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକଙ୍କ ସହ ଘନଘନ ଆଲୋଚନା କରି ରିପୋର୍ଟ ମଧ୍ୟ ଦେଉଛନ୍ତି । ବିଶେଷକରି ମହାମାରୀ ସମୟରେ ବାତ୍ୟା ମୁକାବିଲାକୁ ଚ୍ୟାଲେଜଭାବେ ଗ୍ରହଣ କରି କାମ କରିବାକୁ ବିଜେଡ଼ି କର୍ମୀ ଓ ନେତାଙ୍କୁ ଏକାଠି କରି ଜନସେବା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଯାଜପୁରବାସୀଙ୍କ ସୁଖ ଦୁଃଖରେ ସବୁବେଳେ ଛିଡ଼ା ହୋଇଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଭବ ପ୍ରସାଦ ଦାସ “ୟାସ’ ସମୟରେ ଯାଜପୁରବାସୀଙ୍କ ସହ ରହି ସାହସ ଦେଇଛନ୍ତି । ଯାଜପୁରବାସୀ ଏକାଠି ହୋଇ ଲଢିଲେ ବାତ୍ୟା ଲଢେଇରେ ଆମେ ନିଶ୍ଚିତ ଜିତିବା ବୋଲି ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ କହିଛନ୍ତି ।
ମାଡି ଆସୁଛି ବାତ୍ୟା ୟାସ : ସ୍ୱତନ୍ତ୍ର ରିଲିଫ କମିଶନ କହିଲେ ଓଡିଶା ପୁରା ପ୍ରସ୍ତୁତ…
() ମାଡି ଆସୁଛି ବାତ୍ୟା ୟାସ…ଏହାକୁ ଦେଖି ରାଜ୍ୟ ସରକାର ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ବାତ୍ୟା ମୁକାବିଲା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନ । ସାମୁଦ୍ରିକ ଝଡରେ ପରିଣତ ହୋଇଛି ୟାସ । 26 ତାରିଖ ମଧ୍ୟନ୍ହରେ ସ୍ଥଳଲଭାଗ ଛୁଇଂବ । ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ବାଲେଶ୍ୱରରେ 4 ମିଟର ପର୍ଯ୍ୟନ୍ତ ଜୁଆର ଉଠିବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧକ । ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବା ଆଶଙ୍କା ଅଧିକ । ଏବେ ସୁଧା ଆଉଟରଂକ୍ଲାଉଡ଼ ଜନଗୁଣବର୍ଷ ହେଉଛି । ଧୀରେ ଧୀରେ ବର୍ଷ ବଢ଼ିବ। ଆଜିଠାରୁ ସ୍ଥାନାଂଟର୍ନ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ । ଆସନ୍ତା ଅପରାନ୍ହ ସୁଦ୍ଧା ସମସ୍ତ ଅଂଚଳରୁ ସ୍ଥାନାନତାରଣ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ରହିଛି । ସମସ୍ତଙ୍କୁ ଶୁଖିଲା ଖାଦ୍ୟ ସହ ଖାଦ୍ୟ ଯୋଗାଇଦିଆଜିବ । ସମସ୍ତଙ୍କୁ ମାସ୍କ ମଧ୍ୟ ଯୋଗାଇ ଦିଆଯିବ । ଛୋଟ ପିଲାମାନଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳରେ ବିସ୍କୁଟ ଦେବା ପାଇଁ କୁହାଯାଇଛି । ଆସ ଦିଦିମାନେ ଛତୁଆ ଯୋଗାଇ ଦେବା ପାଇଁ କୁହା ଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ହାଇ ଆଲର୍ଟ । ଏହା ସହିତ ଯାଜପୁର, କେନ୍ଦୁଝର ଜିଲାରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାପାଇଁ କୁହ ଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, କଟକ ଜିଲାପାଳଙ୍କୁ ମଧ୍ୟ ଆଲର୍ଟ ରହିବା ପାଇଁ କୁହ ଯାଇଛି । ବିଶେଷ କରି କଟକ ଓ ଭୁବନେଶ୍ୱର ସହରାଂଚଳର ତଳିଆ ଅଂଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଶକ୍ତି ବିଭାଗ ପକ୍ଷରୁ 12 ହଜାର କର୍ମଚାରୀ ନିଯୁକ୍ତ କରାଯାଇଛି । ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । 22 ଟି ଏନଡ଼ିଆରଫ ଟିମ ,50 ଟି ରୁ ଉର୍ଦ୍ଧ୍ବ ଓଡ୍ରାଫ, 150 ଫାୟାର ଟିମ ମୁତୟନ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଅତିରିକ୍ତ 30 ଟି ଏନଡ଼ିଆରଫଟିମ ଆସି ପହଞ୍ଚିବେ । ସର୍ବମୋଟ 52 ଏନଡ଼ିଆରଫ ଟିମ, 50 ରୁ 60 ଓଡ୍ରାଫ ଓ 200 ଟି ଫାୟାର ଟିମ ମୁତୟନ କରିବା ପାଇଁ ଆମେ ଯୋଜନା କରୁଛୁ । 35 ଟି ଟ୍ରି କଟର ଟିମ ନିୟୋଜିତ ହୋଇଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ 165 ଟି ସ୍ପେଶାଲାଇଜିଡ଼ ଇଂଜିନିୟରିଂ ଟିମ ଗଠନ କରାଯାଇଛି । ଯେଉଁମାନେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିବେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 330 ଟି ଟିମ ଗଠନ କରାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ବି ଟିମ ଗଠନ କରାଯାଇ
ୟାସ ମୁକାବିଲା : ୪ ଜିଲ୍ଳାରେ ପ୍ରଶାସନ ଓ ଦଳୀୟ କର୍ମୀଙ୍କ ସହ କଥା ହେଲେ ପ୍ରଣବ.. ସାହସର ସହ ମୁକିବାଲା କରିବାକୁ କଲେ ଅପିଲ..
()ସେ ଲୋକଙ୍କ ନେତା । ସବୁବେଳେ ଲୋକଙ୍କ ସହ ରହି ସେମାନଙ୍କ ସେବା କରିବା ପାଇଁ ପ୍ରସ୍ତୁତ । ଖାସ ଏଥିଲାଗି ଏବେ ଗ୍ରାଉଣ୍ଡକୁ ଯାଇ ବାତ୍ୟା,ବର୍ଷାକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିିଡ଼ିଛନ୍ତି । ମହାମାରୀ ସମୟରେ ବତ୍ୟାକୁ ସାହସର ସହ ମୁକାବିଲା କରିବା ପାଇଁ ଦଳୀୟ କର୍ମୀ ଓ ନେତାଙ୍କ ମନରେ ସାହସ ଦେଇଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ୨୬ ତାରିଖରେ ୟାସ ବାତ୍ୟା ପ୍ରଭାବିତ କରୁଥିବା ଯାଜପୁର, ଭଦ୍ରକ , ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଳାରେ ଦଳୀୟ କର୍ମୀ ଓ ନେତାଙ୍କ ମନରେ ସାହସ ଜୁଟାଇଛନ୍ତି ବବି । ଦଳୀୟ କର୍ମୀ ନେତାଙ୍କ ସହ ଘନଘନ ବୈଠକ କରି ପ୍ରଶାସନ ଯାହା ନିୟମ କରୁଛି ତାହାକୁ ମାନି ଚଳିବା ସହ ଏ ଦିଗରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ବାତ୍ୟା ପୂର୍ବରୁ ସ୍ଥାନାସ୍ତରିତ ଓ ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଲୋକଙ୍କୁ ଆବଶ୍ୟକ ସାହାର୍ଯ୍ୟ ଓ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ମହାମାରୀ ସମୟରେ ସର୍ତକତାର ସହ ମୁକାବିଲା କରିବାକୁ ସେ ନେତାଙ୍କୁ ବୁଝାଇଥିଲେ । ଜିଲ୍ଳା ପ୍ରଶାସନ ସହ ମଧ୍ଯ ଆଲୋଚନା କରି ଜିରୋ କାଜୁଲଆଟି ଉପରେ ଫୋକସ କରିଥିଲେ l କେବଳ ସେତିକି ନୁହେଁ, କୋଭିଡ଼ ଚିକିତ୍ସିତ ହେଉଥିବା ଲୋକମାନେ ଯେମିତି ଏହି ସମୟରେ ପ୍ରଭାବିତ ନହୁଅନ୍ତି ସେ ନେଇ ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବାତ୍ୟା ସମୟରେ ବିଜୁଳି କାଟ ହେଉଥିବାରୁ ବିଭିନ୍ନ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନେଇ ଦଳୀୟ ନେତାଙ୍କୁ ବୁଝାଇଲେ । ବିଶେଷକରି ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ କିପରି ପ୍ରଶାସନର ସହଯୋଗରେ ସୁରକ୍ଷିତ ସ୍ଥାନକୁ ଅଣାଯିବ ତାହା ଉପରେ ଫୋକସ କରିଥିଲେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କେବଳ ସେତେିକି ନୁହେଁ ପ୍ରଭିବତ ଜିଲ୍ଲାବାସୀମାନେ ବତ୍ୟା ସମୟରେ ଘରେ ରହିବାକୁ ମଧ୍ୟ ସେ ଅପିଲ କରିଛନ୍ତି । ରାଜ୍ୟ ସରକାର ୧୯୯୯ ମସିହାରୁ ସଫଳତାର ସହ ଯେତେ ଗୁଡ଼ିଏ ବାତ୍ୟା ଆସିଛି ତାହାର ସଫଳ ମୁକାବିଲା କରିଛନ୍ତି l ତେଣୁ ଲୋକମାନେ ବାତ୍ୟାକୁ ନେଇ ଭୟ ନକରି ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି l
ୟାସ ପାଇଁ ମୁଖ୍ୟମନ୍ତ୍ରୀ ବାର୍ତ୍ତା : ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ, ଡବଲ ମାସ୍କ ପିନ୍ଧନ୍ତୁ
ରାଜ୍ୟର ଜନସାଧାରଣଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା କରୁଛୁ
ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ,
ଡବଲ ମାସ୍କ ପିନ୍ଧନ୍ତୁ
ସୁରଷିତ ରୁହନ୍ତୁ।
ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ
ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଦୁଇଟି ଯାକ ଲଢ଼େଇ ଆମେ ନିଶ୍ଚୟ ଜିତିବା ।
ଭୁବନେଶ୍ୱର : ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍ନା କରୁଛୁ – କୋଭିଡ ଓ ବାତ୍ୟା ୟଶ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତର ରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଆହୁରି କହିଛନ୍ତି ଯେ ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଜରୁରୀ । ଡବଲ ବିପଦ ପାଇଁ ଡବଲ ମାସ୍କ। ତା ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି।
ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ୟଶ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଦେଖା ଦେଇଛି । ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କୋଭିଡ ର ମୁକାବିଲା ଆମକୁ କରିବାକୁ ହେବ ।
ଗତ ବର୍ଷ ମେ ମାସରେ ମଧ୍ୟ ଆମେ କୋଭିଡ ସହ ବାତ୍ୟା ଅମ୍ଫନ ର ସାମନା କରିଥିଲେ ଏବଂ ଲୋକଙ୍କ
ସହଯୋଗରେ ଆମେ ସଫଳତାର ସହ ସେ ପରିସ୍ଥିତିର ମୁକାବିଲା କରିଥିଲେ ବୋଲି ସେ ମନେପକାଇ ଦେଇଥିଲେ।
ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିପାରେ ବୋଲି ସେ ସତର୍କ କରିଥିଲେ। ସରକାର ବାତ୍ୟା ଓ କୋଭିଡ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।
ଜନସାଧାରଣଙ୍କୁ ଆହୁରି ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି ମିଶନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର (Civil society) ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ ।
ମୁଖ୍ୟମନ୍ତ୍ରୀ ପୁଣି ଥରେ ସମସ୍ତଙ୍କୁ ଦୁଇଟି ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ। ବାତ୍ୟା ଆଶ୍ରୟସ୍ଥଳରେ ଓ ଘରେ ପିନ୍ଧିବା ସହିତ ବାତ୍ୟା ଗଲା ପରେ ମଧ୍ୟ ଦୁଇଟି ମାସ୍କ ପିନ୍ଧିବା ଜାରି ରଖିବାକୁ ସେ ଅନୁରୋଧ କରିଥିଲେ ।
ପରିଶେଷରେ ଏହି ଦୁଇ ଲଢେଇରେ ବିଜୟ ପାଇଁ ପ୍ରଶାସନକୁ ପୁରା ସହଯୋଗ ଦେବାକୁ ସେ ନିବେଦନ କରିଥିଲେ ।
ପ୍ରଣବଙ୍କୁ ବାତ୍ୟା “ୟାସ” ର ମୁକାବିଲା ଚିନ୍ତା : ଦଳୀୟ ନେତା ଓ କର୍ମୀଙ୍କ ସହ କଲେ ଆଲୋଚନା…
ଭୁବନେଶ୍ୱର : ଆସୁଛି ବାତ୍ୟା ‘ୟାସ’ l ଏହାର ମୁକବଲା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ କରାଯାଇଛି l ପ୍ରଭାବିତ ହେବାକୁ ଥିବା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଜିଲ୍ଲାପାଳ ବିନୀତ ଭରଦ୍ୱାଜ ନିଜେ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାରେ ଦଶଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ୪୧୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାରେ ଦୁଇଟି ଓଡ୍ରାଫ ଟିମ ସହିତ ଗୋଟିଏ ଏନଡିଆରଏଫ ଟିମ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛିନ୍ତି। ଜିଲ୍ଲାର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସହିତ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୋଭିଡ ନିୟମ ପାଳନ କରି ବାତ୍ୟା ପ୍ରଭାବିତ ଲୋକ ମାନଙ୍କୁ ସ୍ଥାନାନ୍ତରିତ କରିବା ସହ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲାର ସମସ୍ତ ଉପଖଣ୍ଡ ଓ ଗ୍ରାମାଞ୍ଚଳରେ ଜେନେରେଟର ର ବ୍ୟବସ୍ଥା କରାଯାଇଛି। ପ୍ରଭାବିତ ମାନଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି l
ତେବେ ବାତ୍ୟା ପୂର୍ବରୁ ଓ ପରେ ଯେପରି କୌଣସି ସାଧାରଣ ଲୋକ ହଇରାଣ ନହୁଅନ୍ତି ତାହା ଉପରେ ଗୁତୁତ୍ୱ୍ ଦେବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି ) ପରାମର୍ଶ ଦେଇଛନ୍ତି l ଏହାସହ ତୁରନ୍ତ ଲୋକଙ୍କୁ କିପରି ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ନିଆଯିବ ସେ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି କରିବାକୁ ନିର୍ଦେଶ ଦେଇଛନ୍ତି l ଏହା କୋଭିଡ ସମୟରେ ବାତ୍ୟା ମୁକାବିଲାକୁ ସତର୍କର ସହ କରିବାକୁ ପରାମର୍ଶ ଦେଇଛନ୍ତି l ମୟୁରଭଞ୍ଜ ଜିଲ୍ଲାବାସୀ ଯେପରି କୌଣସି ବାତ୍ୟା ପୂର୍ବରୁ ଓ ପରେ ସମ୍ମୁଖୀନ ନହେବେ ତା ଉପରେ ବିଶେଷ ଧ୍ୟାନ ଦେବାକୁ ପ୍ରଣବ ଦଳୀୟ ବିଧାୟକ ଓ ନେତାଂକୁ କହିଛନ୍ତି l ଏନେଇ ମୟୂରଭଞ୍ଜ ବିଜେଡି ନେତାଙ୍କ ସହ VC ଜରିଆରେ ଆଲୋଚନା କରିଛନ୍ତି l ମୟୁରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅଛନ୍ତି ବବି l ସବୁବେଳେ ଜିଲ୍ଲାବାସୀଙ୍କ ଦୁଃଖ ସୁଖ ସାଥି ହୋଇ ସେ ଛିଡା ହୋଇଛନ୍ତି l
ମାସ୍କ ଓ ସ୍ତ୍ରୀ ….
() କୁହାଯାଏ ସ୍ୱାମୀ ଯେଉଁଠି ଥାଆନ୍ତୁ , ସ୍ତ୍ରୀ ସ୍ୱାମୀଙ୍କ ଉପରେ ସବୁବେଳେ ନଜର ରଖିଥାଏ । କହିବାକୁ ଗଲେ ସ୍ତ୍ରୀ ଠାରୁ ଅତ୍ୟନ୍ତ ବ୍ୟତିଗତ ସୁରକ୍ଷା କର୍ମୀ ଦୁନିଆରେ ଆଉ କେହି ହୋଇନପାରେ । ଏଥିପାଇଁ ବେଳେବେଳେ ସ୍ୱାମୀ ସିନା ଚିନ୍ତାରେ ପଡ଼େ , ହେଲେ ସ୍ତ୍ରୀ ସ୍ୱାମୀର ସୁରକ୍ଷା କବଚ ହୋଇ ସବୁବେଳେ ରହିବାକୁ ଭଲପାଏ । କାରଣ ସେ ପା ସାତ ଜନ୍ମର ସାଥି । ତା ପାଇଁ ତ ଦୁନିଆର ସବୁ ସମ୍ପର୍କକୁ ପଛରେ ପକାଇ ସ୍ୱାମୀ ହାତ ଧରି ଚାଲିଆସେ ଏକ ଦୁନିଆକୁ । ଆରେ ହଠାତ କାହିକିଁ ଏ ସ୍ୱାମୀ ଓ ସ୍ତ୍ରୀ ଚର୍ଚ୍ଚା । ପୁଣି ଏହି କରୋନା ସମୟରେ ଏତେ କଣ ଆବଶ୍ୟକ ପଡ଼ିଲା । ଲକଡ଼ାନରେ ଦିନ ରାତି ଘରେ ରହି ରହି ସ୍ୱାମୀ ଓ ସ୍ତ୍ରୀ ଭିତରେ ସମ୍ପର୍କ ଯେ କେତେବେଳେ କଣ ତାହା କହିବା ମୁସକିଲ । କେବଳ ଅନୁଭବ କରିବା କଥା ।
ଆରେ ଛାଡ଼ନ୍ତୁ କରୋନା ମହାମାରୀରେ ବାହାର ଦାୟିତ୍ୱ ସରକାର ନେଇଥିବା ବେଳେ ଘରର ଦାୟିତ୍ୱ ସ୍ତ୍ରୀ ହାତରେ ଦେଇଛନ୍ତି ସରକାର । ସଂକ୍ରମଣ ଚେନ ରୋକିବାରେ ସ୍ତ୍ରୀଙ୍କ ଭୂମିକା ବହୁତ ଏକଥା ସରକାର ଅନୁଭବ କରିଛନ୍ତି । ଯାହା ଏବେ ଘରେ ସ୍ତ୍ରୀକୁ ଅଧିକ ଶକ୍ତିଶାଳୀ କରିଛି ତାର କ୍ଷମତା । ସ୍ୱାମୀ ଯଦି ଭୁଲରେ ଘର ପାଖ କବାଟ ଖୋଲି ଗେଟ ଖୋଲିବାକୁ ଗଲା । ସ୍ତ୍ରୀ ଘର ଭିତରୁ ରଡ଼ି ଛାଡ଼ୁଛି ଏଇଟି ଏ ମାସ୍କ କଣ କେଉଁ ମ୍ୟୁଜିୟମରେ ରହିବ । କାହିକିଁ କିଣାହୋଇ ଆସିଛି । ଯେମିତି ନ୍ୟୁଜରେ ଫଟାଫଟ ଖବର ୫ଟି ମିନିଟରେ ୧୦୦ରୁ ଅଧିକ ଖବର ଆଙ୍କର ପଢିଦିଏ । ଠିକ ସେହି ଜୋସରେ ସ୍ୱାମୀଙ୍କୁ କହିଚାଲିଛି ସ୍ତ୍ରୀ । ବିଚରା ସ୍ୱାମୀ କଣ କରିବ । ଜୀବନ ବଂଚାଇବ ଠାରୁ ଭୟଙ୍କର ସ୍ତ୍ରୀର ଗାଳିରୁ ବଂଚିବା ପାଇଁ ପୁଣି ଘର ଭିତରକୁ ପଳାଇଆସେ । ଯେମିତି ସେହି କିଛି ସମୟ ଅଦୃଶ୍ୟ ଭୂତାଣୁକୁ ସ୍ତ୍ରୀର ଗାଳି ଭିତରେ ଦେଖିଦିଏ ସ୍ୱାମୀ । ଏମିତି ବି ଗଲାଥର ଲକ ଡ଼ାଉନରେ ସ୍ୱାମୀ ରୋଷେଇ କରିବା, ଘର ପୋଛିବା, ବାସନ ମାଜିବା, ସ୍ତ୍ରୀର ମୁଣ୍ଡ ବିନ୍ଧିଲେ ଚିପିଦେବା ସହ ବେଳେବେଳେ ମସାଜ ବି କରିଥିଲା । ଆଉ ଏତେସବୁ ନିୟମ ଭିତରେ ଦ୍ୱିତୀୟ ଲହରୀରେ ତାହା ଅଭ୍ୟାସରେ ପଡ଼ିଯାଇଥିଲେ ମଧ୍ୟ ଘର ଭିତରେ ମାସ୍କ ପିନ୍ଧିବା ଅଭ୍ୟାସ କିନ୍ତୁ କରିପାରିନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଡ଼ାକ୍ତର ଓ ବୈଜ୍ଞାନିକମାନେ କହୁଛନ୍ତି ଏଥର କରୋନା ବାୟୁରେ ବ୍ୟାପୁଛି । ତେଣୁ ଡ଼ବଲ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଏହାସହ ଘର ଭିତରେ ବି ମାସ୍କ ପିନ୍ଧିବାକୁ ଡ଼ାକ୍ତ୍ର ପରାମର୍ଶ ଦେଉଛନ୍ତି । ହେଲେ ଲକଡ଼ାଉନରେ ସ୍ତ୍ରୀ ପାଖରେ ୨୪ ଘଣ୍ଟା ଲକ ହୋଇଥିବା ସ୍ୱାମୀ ଯେ କଣ ଏତେ ନିୟମକୁ ମନେ ରଖିପାରୁଛି । ପୁରୁଷ ମନ ତ , ସବୁବେଳେ ଚଳଞ୍ଚଳ । ଏମିତି କେତେ କଣ । ଆଉ ଏସବୁ କଥା ଭିତରେ ଘର ଭିତରେ ଭଡାଟିଆଙ୍କ ସହ ଗପୁଗପୁ ପଡ଼େଶୀ ଘରର ବାବୁ ଜଣଙ୍କ ସ୍କୃଟି ଆସି ଗେଟ ପାଖରେ ଲାଗିଲା । ଗାଡ଼ିରେ ଥିବା ବାବୁ ଜଣକ କହିଲେ ଦାସବାବୁ ପାନ ଦୋକନା କଣ ଗୋଟେ ବି ଖୋଲାନାହିଁ । ଏକଥା ଶୁଣି ଦାସବାବୁ ଗେଟ ଖୋଲି ଟିକେ ପଡ଼ୋଶୀ ବାବୁଙ୍କୁ ଠିକଣା କହିବାକୁ ଗଲା ବେଳକୁ ଘର ଭିତରୁ ଶୁଭିଲା ମାସ୍କ ଘରେ ଅଛି କାହିକିଁ । ଏ କଥା କାଳେ ଦାସବାବୁଙ୍କକ ସ୍ତ୍ରୀ କହୁଥିଲେ ବୋଲି ଭଡ଼ାଟିଆ ମହାପାତ୍ରାବାବୁ ମତେ ସେଦିନ କହୁଥିଲେ । ସବୁ ଶୁଣି ମୁଁ କହିଲି ଜାଣିଲେ ମହାପାତ୍ର ବାବୁ ଏବେ ପା ସବୁଘରେ ଏମିତି ମାସ୍କ-ସ୍ତ୍ରୀ ଓ ମିଠାଗାଳି ଶୁଭୁଛି l ଏଥିପାଇଁ ତ ଜଣେ ଯୁବ ସାହିତ୍ୟିକ କହୁଥିଲେ ମାସ୍କ ପିନ୍ଧିଲେ ଡବଲ ଫାଇଦା ଜୀବନ ରହିବ ଓ ସ୍ତ୍ରୀର ଗାଳିରୁ ରକ୍ଷା ମିଳିବ l














