
ନଭେମ୍ବର ୧୧ ତାରିଖରେ ନୂଆପଡା ଉପ ନିର୍ବାଚନ ହେବା ଯାଉଛି। ୨୦୨୪ ନିର୍ବାଚନ ପରେ ପ୍ରଥମ ଉପ ନିର୍ବାଚନ ହେବ। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନୂଆପଡା ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି । ୩ ଦଳର ହେବିଓ୍ବେଟ ନେତାମାନେ ନୂଆପଡାରେ ଡେରା ପକାଇ ନିଜ ପ୍ରାର୍ଥୀ ସପକ୍ଷରେ ଭୋଟ ଯୋଗାଡରେ ଲାଗିଛନ୍ତି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନୂଆପଡା ଉପ ନିର୍ବାନରେ ଆକ୍ରୋଶ ରାଜନୀତି ସେତେ ବଢିବାରେ ଲାଗିଛି । ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଶାସକ ଦଳ ବିଜେପି ପ୍ରଶାସନ କଳକୁ ଅପବ୍ୟବହାର କରି ବିରୋଧୀଙ୍କୁ ଡରାଉଛି । କେତେବେଳେ କଂଗ୍ରେସ କାର୍ଯ୍ୟାଳୟରେ ପୋଲିସ ଚଢାଉ ତ କେତେବେଳେ ବିଜେଡି ନେତାଙ୍କ ଘରେ ରେଡ । ହେଲେ ଶାସକ ବିଜେପି କ୍ୟାମ୍ପରେ ରେଡ ହେଉନଥିବାରୁ ବିରୋଧୀ ଅଭିଯୋଗ କରିଛନ୍ତି, ଯେ ପ୍ରଶାସନ ଶାସନ ଦଳ କଥାରେ ବିରୋଧୀଙ୍କୁ ହଇରାଣ କରୁଛନ୍ତି।
ନୂଆପଡା ଉପ ନିର୍ବାଚନରେ ସବୁ ନିର୍ବାଚନ ପରି ଗୁରୁତର ସହ ନେଇ ନିର୍ବାଚନ ଲଢୁଛି ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ପୁରୁଣା ଢାଞ୍ଚାରେ ଉପ ନିର୍ବାଚନ ପରିଚାଳନା କରୁଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବଡ ବିଜୟ କରିବା ପାଇଁ ଦଳର ମଙ୍ଗୁଆଳମାନଙ୍କୁ ସେନାପତି ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ଦଳର ସପ୍ତରଥୀ କୁହାଯାଉଥିବା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂଞ୍ଜୟ ଦାସବର୍ମା, ଅରୁଣ ସାହୁ,ଅତନୁ ସବ୍ୟସାଚୀ ନାୟକ,ପ୍ରତାପ ଦେବ, ପ୍ରତାପ ଜେନା ନିର୍ବାଚନ ପରିଚାଳନାର ମୁଖ୍ୟ ଦାୟିତ୍ବ ରହିଛନ୍ତି ।
କାହିକିଁ ଚର୍ଚ୍ଚାରେ ବବି
ନୂଆପଡାରେ ୩ ଦଳର ପ୍ରାର୍ଥୀ ଯେତିକି ଚର୍ଚ୍ଚାରେ ଠିକ ସେହିପରି ସବୁଠୁ ଅଧିକ ଚର୍ଚ୍ଚାରେ ପୂର୍ବତନ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ( ବବି ଦାସ ) । ନବୀନଙ୍କ ସେନାପତି ଭାବେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗୀନୀ ଛୁରିଆକୁ ବିଜୟ ମୁକୁଟ ପିନ୍ଧାଇବା ପାଇଁ ଦିନ ରାତି ଏକ କରିଛନ୍ତି ବବି । ନୂଆପଡାର କୋମନା ବ୍ଲକରେ ବବି ବିଜେଡି ପାଇଁ କିପରି ଅଧିକ ଭୋଟ ଆସିବ ସେ ଦାୟିତ୍ବରେ ଅଛନ୍ତି । ବବି ଦାସଙ୍କ ରାଜନୈତିକ ଗୋଟି ଚାଳନାରେ ଏବେଠାରୁ ଚେତାଶୂନ୍ୟ ହେଲେଣୀ ଦୁଇ ଜାତୀୟ ଦଳ । ବିଶେଷ କରି ଶାସକ ବିଜେପି କିପରି ବବିଙ୍କ ରଣନୀତିକୁ ମାତ ଦେବ ସେନେଇ ଚିନ୍ତାରେ ପଡିଛି । ବିଜେଡି ଅଭିଯୋଗ କରିଛି ବବିକୁ ରୋକିବା ଶାସକ ବିଜେପି ଆକ୍ରୋଶମୂଳକ ରାଜନୀତି ନୀତିକୁ ଆପଣାଇଛି । ବବିଙ୍କୁ ବଦନାମ କରିବା ରଚାଯାଇଛି ମାମାଲର ରଣନୀତି । ଯାହାକୁ ନେଇ ରୋଚକ ସ୍ଥିତିରେ ନୂଆପଡା ରାଜନୀତି । ବବିଙ୍କ ନାଁରେ ମାମଲା ରୁଜୁ କରାଯିବ ସହ ତାଙ୍କ ଭୟବିତ କରିବାକୁ ଚେଷ୍ଟା କରାଯାଇଛି । ହେଲ ନବୀନଙ୍କ ସେନାପତି ପ୍ରଣବ କିନ୍ତୁ ଏ ସ ବୁ ହୀନ ରାଜନୀତି ଠାରୁ ଦୂରରେ ରହି ନିର୍ବାଚନ ପ୍ରଚାର ଓ ରଣନୀତିକୁ ଜୋରଦାର କରିଛନ୍ତି । ନବୀନ ପଟ୍ଟନାୟକ ନୂଆପଡା ନିର୍ବାଚନ ପରିଚାଳନାରେ ଶତାଧିକ ବିଜେଡି ନେତାଙ୍କୁ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ କାହିଁକି ଶାସକ ବିଜେପି ବବିଙ୍କୁ ଏତେ ଭୟ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ କରିଛି ବିଜେଡି । ପ୍ରଥମେ ଶାସକ ବିଜେପି କହୁଥିଲା ନୁଆପଡାରେ ବିଜେଡି ନୁହେଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଜେଡି ପ୍ରତି ନୂଆପଡାବାସୀ ସମର୍ଥନ ବଢୁଥିବାରୁ ଶାସକ ବିଜେପି ଔଷଧ ବଦଳରେ ଟାଟିଆ କାମୁଡୁଛି ବୋଲି ବିଜେଡି ବିଧାୟକ , ନେତା ଓ କର୍ମୀ ଅଭିଯୋଗ କରିଛନ୍ତି । ବିଜେଡି ନେତା ଲେଲିନ ମହାନ୍ତି କହିଛନ୍ତି ଯେ ପୋଲିସ ସହାୟତାରେ ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଶାସକ ବିଜେପି ମିଥ୍ୟା ମାମଲା ରୁଜୁ କରିପାରେ । ହେଲେ ପ୍ରଣବ ପ୍ରକାଶ ଦାସଙ୍କ ମନବଳ ମିଥ୍ୟା ମାମଲାରେ ଭାଙ୍ଗିଦେଇ ପାରିବନି ବୋଲି ବିଜେଡି କହିଛି । ହାରିବା ଭୟରେ ବିଜେପି ପୋଲିସର ସହାୟତା ନେଇଛି ବୋଲି ବିଜେଡି ଅଭିଯୋଗ କରିଛି । ଯାହାକୁ ନେଇ ନୂଆପଡା ଗ୍ରାଉଣ୍ଡରେ ମୁହାମୁହିଁ ଶାସକ ଓ ବିରୋଧୀ ।

ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ନେଇ ବିବିଧ ପ୍ରସଙ୍ଗରେ ଆୟୋଜିତ ଶିକ୍ଷା ଓ ଅନୁସନ୍ଧାନ ପାକ୍ଷିକ ଶୈକ୍ଷିକ ବକ୍ତୃତାମାଳା ସୋଆ ଫର୍ଟନାଇଟଲି ଏକାଡେମିକ ଲେକ୍ଚର ସିରିଜ (ସୋଫଲ୍)ର ଚତୁର୍ଥ ସଂସ୍କରଣ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ବୁଧବାର ଉନ୍ମୋଚିତ ହୋଇଯାଇଛି ।
ସୋଫଲମାଳାର ସଦ୍ୟତମ ସଂକଳନ ୨୫ ଜଣ ବିଶିଷ୍ଟ ଭାରତୀୟ ମହିଳା ବୈଜ୍ଞାନିକମାନଙ୍କୁ ନେଇ ଆଧାରିତ ହୋଇଥିôବା ବେଳେ ପ୍ରଫେସର ରୋହିଣୀ ଗୋଡ୍ବୋଲେ ଏବଂ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ‘ଲୀଳାବତିସ୍ ଡଟରସ’ରେ ସେମାନଙ୍କ ସମ୍ପର୍କରେ ବ୍ୟାଖ୍ୟା କରାଯାଇଛି । ଏହି ସଂସ୍କରଣରେ ପ୍ରଫେସର ରାମସ୍ୱାମୀଙ୍କ ଦ୍ୱାରା ରୋହିଣୀ ଗୋଡବୋଲେ ସ୍ମାରକୀ ବକ୍ତୃତା ମଧ୍ୟ ସ୍ଥାନୀତ କରାଯାଇଛି । ଏହି ବକ୍ତୃତାଗୁଡ଼ିକ ଡିଜିଟାଲ୍ ମାଧ୍ୟମରେ ପରିଚାଳନା କରାଯାଇଥିଲା ।
ଓଡ଼ିଶାର ୩ଜଣ ମହିଳା ବୈଜ୍ଞାନିକ ପ୍ରଫେସର ଶୀଖା ବର୍ମା, ପ୍ରଫେସର ପିୟମ୍ବଦା ମହାନ୍ତି ହେଜମାଦି ଏବଂ ପ୍ରଫେସର ପୁଷ୍ପା ଖାରେଙ୍କ ସମ୍ପର୍କରେ ଏହି ନୂତନ ସଂସ୍କରଣରେ ସାମିଲ କରାଯାଇଥିବା ବେଳେ ସୋଆର ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଏହାକୁ ସମ୍ପାଦିତ କରିଛନ୍ତି ।
ପୂର୍ବରୁ ୨୫ଟି ବକ୍ତୃତାକୁ ନେଇ ସୋଫଲମାଳାର ୩ଟି ସଂସ୍କରଣ ପ୍ରକାଶିତ ହୋଇସାରିଛି । ଫେବୃଆରୀ ୨୦, ୨୦୨୧ରେ ସୋଆର ପୂର୍ବତନ କୁଳପତି ଏବଂ ଦେଶର ବିଶିଷ୍ଟ ନ୍ୟୁରୋସର୍ଜନ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ଏହି ବକ୍ତୃତାମାଳାରେ ବର୍ତମାନ ପର୍ଯ୍ୟନ୍ତ ୧୧୨ଟି ବକ୍ତୃତା କାର୍ଯ୍ୟକ୍ରମ ହୋଇସାରିଛି ।
ପୁସ୍ତକ ଉନ୍ମୋଚନ ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜୀତ ମହାନ୍ତି, ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଡିସ୍ନାଲ୍ ରେଜିଷ୍ଟ୍ରାର ଆସୋସିଏଟ ପ୍ରଫେସର ଶଶାଙ୍କ ମିଶ୍ର, ବାୟୋମେଡିକାଲ୍ ବିଭାଗର ମୁଖ୍ୟ ଇଂ ମନୋରମା ପରିଡ଼ା ଓ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଉପସ୍ଥିତ ଥିଲେ ।

ବର୍ଷର ରାଜନୀତିକୁ ଆଗାମୀ ଦିନରେ ଯେଭଳି ବିହାର ନିର୍ବାଚନ ଫଳାଫଳ ପ୍ରଭାବିତ କରିବ ଠିକ୍ ସେହିପରି ନୂଆପଡାର ଉପନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିକୁ ଏକ ନୂଆ ଦିସା ଦେଖାଇବ। ନୂଆପଡାରେ ବିଜେପି ଓ ବିଜେଡ଼ି ମଧ୍ୟରେ ସଲାକୁସ୍ଥିର ଲଢେଇ ଚାଲିଛି । କିନ୍ତୁ ଜନତା ନିଷ୍ପତି ନେଇସାରିଛନ୍ତି, ଲୋକଙ୍କ ନିଷ୍ପତି କଂଗ୍ରେସ ସପକ୍ଷରେ ରହିଛି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମତ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ସରକାରୀ କଳ ଓ କର୍ମଚାରୀଙ୍କୁ କାମରେ ଲଗାଇଛନ୍ତି ଡବଲ ଇଞ୍ଜିନ ସରକାର ।ଏମାନଙ୍କର ନୂଆପଡ଼ାବାସୀଙ୍କ ସହ କୌଣସି ସଂପର୍କ ନାହିଁ। ତେଣୁ ଲୋକମାନେ ସହଜରେ ଏମାନଙ୍କୁ ଗ୍ରହଣ କରୁନାହାନ୍ତି। ନୂଆପଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୋଲିସ ଦ୍ବାରା ଛାପା ମରାଯାଇଥିଲା। ହେଲେ ମିଳିଲା କଣ ? ତେଣୁ ସରକାରୀ କର୍ମଚାରୀ ଓ ପୋଲିସ ମାଧ୍ୟମରେ ନିର୍ବାଚନ ପ୍ରଚାର ବିଜେପି ପାଇଁ ଫଳପ୍ରଦ ହେବନାହିଁ। ଗତ ତିନୋଟି ନିର୍ବାଚନର ଫଳାଫଳ ଦେଖିଲେ ଏହା ଜଣାପଡୁଛି କି କ୍ରମାଗତ ଭାବେ ତାଙ୍କର ଭୋଟ ସଂଖ୍ୟା ବଢ଼ି ଚାଲିଛି। ସେ ୨୦୧୪ରେ ୨୬ ପ୍ରତିଶତ ଭୋଟ, ୨୦୧୯ ରେ ୨୭ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୨୪ ନିର୍ବାଚନରେ ଘାସିରାମ ମାଝୀ ସ୍ଵାଧୀନ ପ୍ରାର୍ଥୀ ହୋଇ ୫୧ ହଜାରରୁ ଅଧିକା ଭୋଟ ପାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ ପଚାରିଛନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ କାହାର ? ବିଜେପିର ନା ବିଜେଡିର। କାରଣ ଉଭୟ ଦଳ ସ୍ବର୍ଗତ ଢୋଲକିଆଙ୍କ ଫଟୋକୁ ନିଜ ନିଜ ବ୍ୟାନର ଓ ପୋଷ୍ଟରରେ ଲଗାଇ ପ୍ରଚାର କରୁଛନ୍ତି। ମାଡ଼ା ଯୋଜନା ଓ କେବିକେ ଯୋଜନା ମାଧ୍ୟମରେ କଂଗ୍ରେସ ଅମଳରେ ନୂଆପଡାରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି। କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରରେ ରେଳମନ୍ତ୍ରୀ ଥିବା ବେଳେ ଖୋର୍ଦ୍ଧା ଓ ବଲାଙ୍ଗୀର ରେଳପଥ ପ୍ରକଳ୍ପକୁ ପ୍ରଶାସନିକ ମଞ୍ଜୁରୀ ମିଳିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେ କାର୍ଯ୍ୟ ଶେଷ ହୋଇନାହିଁ। ଏବେ ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ଵ କରୁଥିଲେ ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ କୌଣସି ଏକ୍ସପ୍ରେସ ଟ୍ରେନର ରହଣୀ ବ୍ୟବସ୍ଥା ଏ ଯାଏଁ ହୋଇନାହିଁ। ଏବେ କହୁଛନ୍ତି ୧୧ଶହ କୋଟି ଦେବେ। ତାହା ସମୁଦ୍ରକୁ ଶଙ୍ଖେ। ସରକାର ଛାତ୍ର, ଯୁବକ, ଚାଷୀ ଓ ମହିଳା ଙ୍କ ପାଇଁ କୌଣସି ଦୃଷ୍ଟି ଦେଇନାହାନ୍ତି। ଏବେ ବି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ଶିକ୍ଷିତ ,ବେକାରୀ ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ନାମାଙ୍କନ ଦାଖଲ ଦିନ ବିଜେପି ପ୍ରାର୍ଥୀ ଗାଡ଼ି ଉପରେ ଓ ବିଜେପି ନେତା ଗାଡି ଭିତରେ ଥାଇ ଯାଉଥିଲେ। ଏଥିରୁ ସ୍ପଷ୍ଟ ଯେ ବିଜେପିର ସାହସ ନାହିଁ ତଳକୁ ଓହ୍ଲାଇ ଲୋକଙ୍କୁ ସାଙ୍ଗରେ ନେଇ ଶୋଭାଯାତ୍ରା କରିବା ପାଇଁ। ଆମ ପ୍ରାର୍ଥୀଙ୍କ ସହ ଆମେ ପାଦରେ ଚାଲି ଚାଲି ଯାଇଥିଲୁ। ଏ କଥା ଜଳଜଳ କରି ଦେଖାଇଦେଲା କାହା ସହ ଲୋକ ଅଛନ୍ତି ଓ ଉତ୍ସାହ ଅଛି।ମୁଖ୍ୟମନ୍ତ୍ରୀ ସଭାରେ ଲୋକ ହେଲେ ନାହିଁ, । ଖାଦ୍ୟ ନଷ୍ଟ ହେଲା, ବାସୀ ଖାଦ୍ୟ ଖାଇ ୧୭ଟି ଗାଈ ମଲେ । ଏହାର ପ୍ରଭାବ ଆଗାମୀ ଦିନରେ ନୂଆପଡା ନିର୍ବାଚନ ବିଜେପି ଦେଖିବେ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭିକ ବକ୍ତବ୍ୟରେ ପିସିସି ମୁଖପାତ୍ର ଡ଼ ଦେବାଶିଷ ଭୂୟାଁ କହିଥିଲେ ଯେ ଯଦିଓ ଆମ ରାଜ୍ୟରୁ ମୌସୁମୀ ଫେରିଯାଇ ହାଲୁକା ଶୀତ ଆରମ୍ଭ ହେଲାଣି, କିନ୍ତୁ ଓଡ଼ିଶାରେ ଏବେ ବି ତାତି ଅନୁଭବ ହେଉଛି। ଏହି ତାତି ନୂଆପଡ଼ା ଉପନିର୍ବାଚନକୁ ନେଇ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ପିସିସିର ବରିଷ୍ଠ ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ଓଡିଶାବାସୀଙ୍କ ଦଳ ବିଜୁ ଜନତା ଦଳ। ଯେତେବେଳେ ଓଡ଼ିଶାର ସ୍ବାର୍ଥ ଓ ସ୍ୱାଭିମାନ କଥା ଉଠିବ ବିଜେଡି ଏକତା ବଳ ଦେଖାଇ ଓଡିଶାବାସୀଙ୍କ ପାଇଁ ଲଢେଇ ଜାରୀ ରଖିବ। ନୂଆପଡ଼ା ଉପ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ତୃଣମୂଳ କର୍ମୀ ଠାରୁ ଆରମ୍ଭ କରି ରାଜ୍ୟ ନେତୃତ୍ଵ ନେଉଥିବା ମଙ୍ଗୁଆଳମାନେ ଏକଜୁଟ ହୋଇ ବିଜେଡିର ଗଡ ନୂଆପଡାକୁ ପୁଣି ଶଙ୍ଖମୟ କରିବାକୁ ଜୋରଦାର ଉଦମ୍ୟ ଜାରୀ ରଖିଛନ୍ତି ।
ଦଳୀୟ ନେତା ଓ କର୍ମୀ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିଜୟ ମୁକୁଟ ପିନ୍ଧାଇବାକୁ ଦିନରାତି ଏକ କରିଦେଇଛନ୍ତି । ଘରେ ଘରେ ନବୀନ ପଟ୍ଟନାୟକଙ୍କ ବିକାଶ ବାର୍ତ୍ତା ପହଞ୍ଚାଇବା ସହ ୧୬ ମାସର ବିଜେପି ସରକାରଂକ ବିଫଳତାକୁ ନୂଆପଡ଼ା ଭୋଟରଙ୍କୁ ବୁଝାଉଛନ୍ତି। ଏଥିରୁ ପ୍ରମାଣିତ ହୋଇଛି ବିଜେଡି ଶକ୍ତିଶାଳୀ ଥିଲା ଓ ଆଜିର ଦିନରେ ଅଧିକ ଶକ୍ତିଶାଳୀ ହୋଇ ଅଛି।
୨୦୨୪ ନିର୍ବାଚନ ପରେ ଯେଉଁ ବିଜେଡି ନେତାଙ୍କ ବୟାନକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା, ବିଜେଡିରେ ଫାଟ, ଦଳ ଦୁଇଭାଗ, କାହାର କାହା ସହ ତାଳମେଳ ନାହିଁ ବୋଲି ଖବର ପ୍ରଚାରିତ ହେଉଥିଲା। ହେଲେ ତାହା ସବୁ ଭୁଲ ପ୍ରମାଣିତ କରିଛି ନୂଆପଡ଼ା ଉପ ନିର୍ବାଚନରେ ।
ନବୀନ ଙ୍କ ନିର୍ଦ୍ଦେଶରେ ନେତାଏ ଏକାଠି ହୋଇ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଲାଗି ପଡିଛନ୍ତି ।
ନୂଆପଡ଼ାରେ ବିଜେଡିର ବରିଷ୍ଠ ଓ କନିଷ୍ଠ ନେତାମାନେ ଏକହୋଇ ଏପରି ନିର୍ବାଚନ ପରିଚାଳନା ଓ ରଣନୀତି କରିଛନ୍ତି ତାହାକୁ ଦୁଇ ଜାତୀୟ ଦଳକୁ ଚିନ୍ତାରେ ପକାଇଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଗ୍ରାଉଣ୍ଡରେ ବିଜେଡି ସେତିକି ଶକ୍ତିଶାଳୀ ହେଉଛି। ନୂଆପଡା ଉପ ନିର୍ବାଚନରେ ଗାଁ ଗାଁ ରେ ଗୋଟିଏ ନାରା ଜୋରଦାର ହେଉଛି ଯାହା ସୋସିଆଲ ମିଡିଆରେ ନବୀନ ପୋଷ୍ଟ କରିଛନ୍ତି ନୂଆପଡ଼ାରେ ହେବ ବିଜୟ, ଆରମ୍ଭ ହେବ ନୂଆ ଧାରା ସେବା ଓ ବିକାଶର। ସେଥିପାଇଁ ତ ବିଜେଡି ନେତାଏ ଦମ୍ବୋକ୍ତି ପ୍ରକାଶ କରି କହିଛନ୍ତି ଶାସନ ବିଜେପିର, ଆସନ ହେବ ବିଜେଡିର।
ନଭେମ୍ୱର ୧୪ ତାରିଖ ଫଳାଫଳ ହିଁ ଏହି ସ୍ଲୋଗାନର ସତ୍ୟତା ପ୍ରମାଣିତ କରିବ ବୋଲି ବିଜେଡି କହିଛି।

ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ନୂଆପଡ଼ାରେ ନିର୍ବାଚନୀ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ଗୁରୁବାର ବିଜେଡି ପ୍ରାର୍ଥି
ନୀ ସ୍ନେହାଙ୍ଗିନୀ ଛୁରିଆ ନୁଆପଡା ବ୍ଲକ ଅଧୀନସ୍ଥ କୋଡୋମେରୀ, ଭୋଇରବାଡ଼ି, ସାଲିହା ଓ ଆମସେନାରେ ପଞ୍ଚାୟତରେ ପ୍ରଚାର ପାଇଁ ପହଞ୍ଚି ଥିବା ବେଳେ ସ୍ଥାନୀୟ ଜନତା ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ସହିତ ପାଛୋଟି ନେଇଥିଲେ ।
ଏହି ଅବସରରେ ଆୟୋଜିତ ଜନସଭାରେ ଶ୍ରୀମତୀ ଛୁରିଆ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ସମେତ ମହିଳା, କୃଷକ, ଆଦିବାସୀ ଓ ଦଳିତ ବର୍ଗ ଏବଂ ଶ୍ରମିକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ । ସ୍ଥାନୀୟ ବାସିନ୍ଦା ମୁଖ୍ୟତଃ କୃଷି, ଜଙ୍ଗଲ ଓ ଛୋଟମୋଟ ବ୍ୟବସାୟ ଉପରେ ନିର୍ଭର କରୁଥିବା ବେଳେ ଆଗକୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ନିରନ୍ତର ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
କେବଳ ସେମାନଙ୍କ ଜୀବନ ଜୀବିକା ନୁହେଁ, ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ନୂଆପଡ଼ାରେ ବିଜେଡି ଜିତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଦୃଷ୍ଟିଭଙ୍ଗି ନେଇ କାମ କରିବେ ବୋଲି ସ୍ଥାନୀୟ ଲୋକଙ୍କୁ ଶ୍ରୀମତୀ ଛୁରିଆ ଆଶ୍ୱାସନା ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିବା ଉନ୍ନୟନ ଓ ସମୃଦ୍ଧି ଯାତ୍ରାକୁ ଅବିରତ ଜାରି ରଖିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ଚାରି ପଞ୍ଚାୟତର ବାସିନ୍ଦା ସହମତି ପ୍ରକାଶ କରିଥିଲେ । ସେମାନେ କହିଥିଲେ ଯେ ନବୀନ ବାବୁଙ୍କ ଶାସନ କାଳରେ ଯେଉଁ ସବୁ ବିକାଶମୂଳକ କାର୍ଯ୍ୟ ହୋଇଛି ତାହା ଆଗକୁ ମଧ୍ୟ ଜାରି ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।
ଆଜି ଶ୍ରୀମତୀ ଛୁରିଆ ଚୁହୁରି, ଭୋଇରବାଡ଼ି, ସରେଇପାଲି, ମାଗୁରପାଣି ହାଟ, ଝାଲବାହାଲ, ଆମସେନା, ଚନାବେଡା ଗ୍ରାମରେ ଆୟୋଜିତ ଜନସଭାରେ ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ଃ ଅରୁଣ ସାହୁ କହିଥିଲେ ଯେ ନୂଆପଡ଼ାର ଲୋକମାନେ ଅତୀତରେ ବିଜେଡିକୁ ଅସାଧାରଣ ସମର୍ଥନ ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାକୁ ଯେତେବେଳେ ଆସିବେ, ଏହି ସମର୍ଥନ ମହାଦ୍ରୁମରେ ପରିଣତ ହେବ । ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ଜିତିବ ବୋଲି ସେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ରୀତା ସାହୁ, ରମେଶ ମାଝୀ, ପ୍ରଦୀପ ସାହୁ, ନିହାର ରଞ୍ଜନ ବେହେରା, ପ୍ରଶାନ୍ତ ବେହେରା ଓ ସାରଦା ଜେନା ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ରହି ନବୀନ ବାବୁଙ୍କ ପୂର୍ବପରି ଆଶୀର୍ବାଦ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।
ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନୂଆପଡ଼ାରେ ବିଜେଡିର ଶକ୍ତି କ୍ରମଶଃ ବଢ଼ିବାରେ ଲାଗିଛି । ଗୁରୁବାର ନୂଆପଡ଼ା ବ୍ଲକ ଅନ୍ତର୍ଗତ କେରମେଲୀ ପଞ୍ଚାୟତ ଠାରେ ଶତାଧିକ ବିଜେପି ଓ କଂଗ୍ରେସ ଯୁବ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ଦଶପଲ୍ଲା ବିଧାୟକ ରମେଶ ବେହେରା, ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତିଙ୍କ ଉପସ୍ଥିତିରେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ଯୁବ ନେତା ଓ କର୍ମୀ ବିଜେଡିରେ ଯୋଗ ଦେବା ସହ ଦଳ ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତାର ସଂକଳ୍ପ ନେଇଥିଲେ । ତେଜ ଶବର, ବିହାରୀ ଲାଲ୍ ଶବର, ଲାଲେଶ୍ୱର ମାଝୀ, ନିଳାମ୍ୱର ମାଝୀ, ପେଷ୍କର ମାଝୀ ପ୍ରମୁଖ ନିଜର ସମର୍ଥକମାନଙ୍କ ସହିତ ଶଙ୍ଖ ଧରିବା ସହ ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କ ଆସ୍ଥା ପ୍ରକଟ କରିଥିଲେ ।

ନୂଆପଡା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତା କର୍ମୀ ଙ୍କ ଚଳଚଞ୍ଚଳତା ବୃଦ୍ଧି ପାଇବାରେ ଲାଗିଛି । ତିନି ପ୍ରମୁଖ ଦଳ ବିଜେପି ବିଜେଡି କଂଗ୍ରେସ ନିର୍ବାଚନୀ ପ୍ରଚାର ସଙ୍ଗେସଙ୍ଗେ ଦଳୀୟ ସଂଗଠନ କୁ ଆହୁରି ମଜଭୂତ ଓ କର୍ମୀଙ୍କୁ ସକ୍ରିୟ କରିବାରେ ବ୍ୟସ୍ତ ।
ଏହି ମର୍ମରେ ଆଜି କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଞ୍ଚାୟତ ଅଧିନସ୍ଥ ଉଦୟବନ୍ଧ ଗ୍ରାମରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସ୍ତରିୟ ଏହି କର୍ମୀ ସମ୍ମିଳନୀ ରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ତଥା ଆଦିବାସି ବ୍ୟାପାର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ ।
ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ନିଜର ଅଭିଭାଷଣ ରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ବିଜେପି ହିଁ ଦେଶ ରେ ଆଦିବାସୀ ଜନଜାତି ମାନଙ୍କର ପ୍ରକୃତ ସାଥୀ । ଅଣ ବିଜେପି ଦଳ ମାନେ ନୀରିହ ସରଳ ଆଦିବାସୀ ଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଦେଶ ରେ ଓ ରାଜ୍ୟ ରେ ଶାସନ କରୁଥିଲେ । ଆଦିବାସୀ ଜନଜାତି ଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇ ତାଙ୍କ ଅଧିକାର କୁ ଲୁଣ୍ଠନ କରୁଥିଲେ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ରେ ବିଜେପି ସରକାର ଆସିଲା ପରେ ହିଁ ଆଦିବାସୀ ଜନଜାତି ଙ୍କ ସାମାଜିକ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ହାତକୁ ନେଇ ଆଦିବାସି ଜନଜାତି ଙ୍କୁ ତାଙ୍କର ଅଧିକାର ଦେଇଛି । ମୋଦୀ ସରକାର ର ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ସର୍ବାଧିକ ଲାଭ ଆଦିବାସି ଜନଜାତି ମାନେ ହିଁ ପାଇଛନ୍ତି । ଏଣୁ ଆଦିବାସୀ ଜନଜାତି ବିଜେପି ଉପରେ ବିଶ୍ବାସ ରଖି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରନ୍ତୁ । ଏହି ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି ।
ଏହି ବୈଠକ ରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଫକୀର ମୋହନ ନାଏକ ଉପସ୍ଥିତ ଥିଲେ ।

ନୂଆପଡା ଉପନିର୍ବାଚନ ପରିପେକ୍ଷୀରେ ସମସ୍ତ ରାଜନୈତିକ ଦଳ ସମସ୍ତ ଶକ୍ତି ବିନିଯୋଗ କରି ପ୍ରଚାର ପ୍ରସାର କରୁଛନ୍ତି ଏବଂ ନିଜ ବିଜୟକୁ ନେଇ ଆଶାବାଦୀ ଅଛନ୍ତି । ତେବେ ଘାସିରାମ ମାଝୀ ମାଟିର ପୁଅ ତାଙ୍କ ପ୍ରତି ଜନତାଙ୍କ ସମ୍ପୂର୍ଣ ସମର୍ଥନ ରହିଛି । ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଉଛି । ଯାହା ବିଜେପି ପାଇଁ ମୁଣ୍ଡବଥା ସୃଷ୍ଟି କରିଛି । ଏହାକ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପୂର୍ବତନ ବିଧାୟକ ତଥା ପିସିସିର ବରିଷ୍ଠ ଉପସଭାପତି ଡ଼ ଲଲାଟେନ୍ଦୁ ମହାପାତ୍ର ପ୍ରକାଶ କରିଛନ୍ତି କି ଦକ୍ଷିଣ ପଶ୍ଚିମ ଆଇଜି କନୱାର ବିଶାଳ ସିଂହ ଙ୍କୁ ଛୁଟିରେ ପଠାଯାଇ ତାଙ୍କ ସ୍ଥାନରେ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ୱ ରଖାଯାଇଛି। ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରାଯାଇ ତାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ତାହା ପୁଣି ଭୋଟ ଗ୍ରହଣ ଶେଷଦିନ ପର୍ଯ୍ୟନ୍ତ। ଏହା କଣ ସରକାରୀ ଦଳର କଂଗ୍ରେସର ବିଜୟ ସମ୍ଭାବନାକୁ ଭୟ ନୁହେଁ କି ?
ପୁଣି ଓଡିଶା ସରକାର ସମ୍ବିଧାନ ଏବଂ ଆଇନ କାନୁନକୁ ବେଖାତିର କରି ନୂଆପଡା କଂଗ୍ରେସ ଭବନ ଭିତରକୁ ରେଡ ଆଳରେ ପଶି କଂଗ୍ରେସ କର୍ମକର୍ତ୍ତାଙ୍କୁ ଭୟଭୀତ କରିବାର ଅପଚେଷ୍ଟା କରିଛି । ପୁଲିସ କେବେ ବିଜେପି କିମ୍ବା ବିଜେଡି ଅଫିସକୁ ଯାଇ ଅନୁସନ୍ଧାନ କରିଛି କି ? ଯଦି କରିନି ତେବେ କଂଗ୍ରେସ ଅଫିସକୁ ପଶିଲା କାହିଁକି ? କଂଗ୍ରେସର ନାରୀନେତ୍ରୀଙ୍କୁ ଭୟଭୀତ କରିବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିବା ସହ ଦୃଢ଼ ନିନ୍ଦା କରିଛନ୍ତି। ଏଥିରୁ ଯାହା ଜଣାପଡୁଛି କଂଗ୍ରେସ ପାଇଁ ପ୍ରଚାର କଲେ ଆମେ ପ୍ରତିଶୋଧ ନେବୁ, ଏହା ସରକାରୀ କଳର ପରୋକ୍ଷ ସନ୍ଦେଶ । ଗତ ଅକ୍ଟୋବର ୧୬/୧୭ ତାରିଖରେ ପୁଲିସ ୯୦ ଲକ୍ଷ ଟଙ୍କା ଜବତ କଲା । କାହିଁକି ଏବଂ ଏହା କାହାର ଟଙ୍କା ଆଜି ଯାଏ ପୁଲିସ କିମ୍ବା ଇଡି ପ୍ରକାଶ କରି ପାରିଲା ନାହିଁ । ଜଣେ ବ୍ୟବସାୟୀ ୨୦ ଲକ୍ଷ ଟଙ୍କାର ରସିଦ ଦେଖାଇ ନେଇଗଲେ। ସେତେବେଳେକୁ ଏହି ଟଙ୍କା କଂଗ୍ରେସ ଓ ପିସିସି ସଭାପତି ଭକ୍ତ ଦାସଙ୍କ ବୋଲି ଘୋର ଅପ୍ରଚାର କରା ଯାଇଥିଲା। ଯାହା ଶୁଣିବାକୁ ମିଳୁଛି ନରେଶ ଅଗ୍ରୱାଲ ନାମକ ବୋଲି ଜଣେ ବ୍ୟକ୍ତି ଯିଏ କି ଜଣେ ବିଜେପି ସାଂସଦଙ୍କ ଘନିଷ୍ଠ ସହଯୋଗୀ ଏହା ତାଙ୍କର ଅର୍ଥ ଥିଲା। ତେଣୁ ବାକିଆ ୭୦ ଲକ୍ଷ ଟଙ୍କାର ହିସାବ ନଦେଇ କାହିଁକି ଘଣ୍ଟ ଘୋଡେଇ ଦେଲା ପୋଲିସ ? ସରକାରୀ ଭାବେ କାହା ଟଙ୍କା ବୋଲି ପୋଲିସ କାହିଁକି ପ୍ରକାଶ କରୁନାହିଁ ? ଉପନିର୍ବାଚନରେ ବିଜେପି ଟଙ୍କା ନେଣ ଦେଣ କରୁ ଥିବାବେଳେ କଂଗ୍ରେସ କାର୍ଯ୍ୟାଳୟ ପୁଲିସ ରେଡ କରୁଛି । କଂଗ୍ରେସ ଲୋକପ୍ରିୟତାରେ ଆଗେଇ ଯାଇଛି, ଅକୁଣ୍ଠ ଜନ ସମର୍ଥନ ମିଳୁଛି ଏବଂ ନୂଆପଡ଼ାରେ “ଏକ ହି ନାମ ଘାସିରାମ” କଥା ଶୁଣି ବିଜେପି ଛାନିଆ ହୋଇ ପୁଲିସ ବାହିନୀ ଏବଂ ପ୍ରଶାସନକୁ ଉପଯୋଗ କରି କଳ, ବଳ ଓ କୌଶଳରେ ନିର୍ବାଚନ ଲଢ଼ିବାକୁ ବିଜେପି ଯୋଜନା କରୁଛି । କଂଗ୍ରେସ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରୁଛି ଯେ ପୋଲିସଏ ସମସ୍ତ ନିର୍ବାଚନ ବିରୋଧୀ କାର୍ଯ୍ୟକଳାପରେ ରୋକ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ଗତ ୬ ତାରିଖ ଘୋଷଣା କଲେ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶଙ୍କ କ୍ରମେ ଏଆଇସିସି ଅନୁମୋଦନ କରି ୭ ତାରିଖରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା। ଅଥଚ ୨୪ ବର୍ଷର ଲୋକଙ୍କ ବଳ କହୁଥିବା ବିଜେଡି ଓ ଦେଢ଼ ବର୍ଷରୁ ଉର୍ଦ୍ଧ୍ଵ ହେଲା ଶାସନରେ ବସିଥିବା ଡବଲ ଇଞ୍ଜିନ ଜାତୀୟ ଦଳଙ୍କୁ ପ୍ରାର୍ଥୀ ଖୋଜା ପଡିଲା, କୁସ୍ତି କସରତ କରିବାକୁ ପଡିଲା କାହାକୁ ପ୍ରାର୍ଥୀ କରାଯିବ । ଶେଷକୁ ବିଜେପି ଜଣେ ପ୍ରାର୍ଥୀଙ୍କୁ ବିଜେଡିରୁ ଉଧାରରେ ଆଣିବାକୁ ପଡିଲା ଏବଂ ବିଜେଡିକୁ ନୂଆପଡାରେ ମୁହଁ ମିଳିଲାନି ବୋଲି ବାହାରୁ ଉଧାର କରିବାକୁ ପଡିଲା । କଂଗ୍ରେସ ଗଣତନ୍ତ୍ରରେ ବିଶ୍ୱାସ କରେ ଆଜି ଆମ ସର୍ବୋଚ୍ଚ ନେତା ଗଣତନ୍ତ୍ର ବଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ଓ କଂଗ୍ରେସ ଲୋକଙ୍କ ପାଇଁ ପ୍ରତିଶୃତିବଦ୍ଧ । ନିର୍ବାଚନ ଅଧିକାରୀ ଏହି ନିର୍ବାଚନକୁ କିଭଳି ଅବାଧ, ନିରପେକ୍ଷ ଏବଂ ସୁଚାରୁରୂପେ ସମ୍ପାଦନ କରିବେ ଏହା ତାଙ୍କ ଦାୟିତ୍ୱ । ଭୟଭୀତ ହୋଇ ଉପନିର୍ବାଚନ ପାଇଁ ବିଜେପି ଗଣ୍ଡା ଗଣ୍ଡା ମନ୍ତ୍ରୀ ବିଧାୟକ ଏପରିକି ପରାଜିତ ପ୍ରାର୍ଥୀ ଆଦିଙ୍କୁ ନିର୍ବାଚନ ପ୍ରଚାରରେ ନିୟୋଜିତ କରିଛି, ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ କଂଗ୍ରେସର ମୁକାବିଲା କରିବା ପାଇଁ । ନୂଆପଡାରେ ଶିକ୍ଷା ,ସ୍ୱାସ୍ଥ୍ୟ, ଜଳସେଚନ, ବିଜୁଳି ଯାହା କୁହନ୍ତୁ ସବୁଠି କଂଗ୍ରେସର ଛାପ ରହିଛି। ନୂଆପଡା ବିଧାନସଭା କଳାହାଣ୍ଡି ସଂସଦ ଅଞ୍ଚଳର ଅଂଶବିଶେଷ ଥିଲା । ଶ୍ରୀ ଦାସ ସାଂସଦ ଥିବାବେଳେ ହସ୍ପିଟାଲ, ବିଜୁଳି, ରାସ୍ତାଘାଟ ସମସ୍ତ କାମ ହୋଇଥିଲା। ନୂଆପଡାରୁ ଜଗନ୍ନାଥ ପଟ୍ଟନାୟକ ବିଧାୟକ ଥିଲେ ଏବଂ ବିକାଶର କାର୍ଯ୍ୟକୁ ତ୍ଵରାନିତ କରିଥିଲେ । ନିର୍ବାଚନ ସମୟରେ ବିଜେପିର ନେତା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଆସି ୧୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଗତ ୧୬ ମାସ ଧରି ନୂଆପଡାକୁ ଅଣଦେଖା କାହିଁକି କରୁଥିଲେ ?ମୁଖ୍ୟମନ୍ତ୍ରୀ ନୂଆପଡାର ମୁଁ ଦାୟିତ୍ୱ ନେବି ବୋଲି ଅବାନ୍ତର କଥା କହୁଛନ୍ତି । ଏହାର ଅର୍ଥ କଣ ଓଡ଼ିଶାର ବାକି ଜିଲ୍ଲା ପ୍ରତି ଆପଣଙ୍କ ଦାୟିତ୍ୱ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଡ଼ ମହାପାତ୍ର। ନୂଆପଡାବାସୀ ବର୍ତ୍…

ନୂଆପଡା ଉପନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ: ଡ. ଅରୁଣ ସାହୁ
୫୦୦ ଦିନର ବିଜେପି ସରକାର ଚରମ ବିଫଳ
ନୂଆପଡା ଉପନିର୍ବାଚନରେ ବିଜେଡିର ବିଜୟ ଓଡିଶାବାସୀଙ୍କୁ ସଙ୍କେତ ଦେବ
ନୂଆପଡା ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ଉପସଭାପତି ତଥା ବିଧାୟକ ଡ଼. ଅରୁଣ ସାହୁ । ଗତ ୨୫ ବର୍ଷରେ ହୋଇଥିବା ଉପନିର୍ବାଚନ ଗୁଡିକରେ ୯୦ ପ୍ରତିଶତ ସଫଳତା ପାଇବାରେ ବିଜୁ ଜନତା ଦଳର ରେକର୍ଡ ରହିଛି । ନୂଆପଡା ଉପନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ବିଜେପି ଦଳ ନେତାମାନେ ନିର୍ବାଚନ ମୈଦାନକୁ ନ ଆସିକି ବହୁତ କଥା କହୁଥିଲେ କିନ୍ତୁ ବର୍ତ୍ତମାନ ନୂଆପଡାବାସୀ କହୁଛନ୍ତି ବିଜେଡିର ବିଜୟ ସୁନିଶ୍ଚିତ ।
ବିଜୁ ଜନତା ଦଳ ପ୍ରଚାର ପ୍ରସାରରେ ବହୁତ ଆଗରେ ରହିଛି ।
ବର୍ତ୍ତମାନ ନୂଆପଡାର ସମସ୍ତ ବ୍ଲକ, ମୁ୍ୟନିସିପାଲଟି, ଏନ୍ଏସି, ପଞ୍ଚାୟତ, ଗାଁ, ଗଳିକନ୍ଦି ଓ ସାହିମାନଙ୍କରେ ବିଜେଡି ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଦଳ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ବିଜେପି ସରକାର ଚରମ ବିଫଳ । ବିଫଳତାର ସବୁ ରେକର୍ଡ ଭାଙ୍ଗୁଛି ବିଜେପି ସରକାର । ୫୦୦ ଦିନ ହେଲା ଡବଲ ଇଂଜିନ ସରକାର ନୂଆପଡାରେ ମାଟି ଗାଣ୍ଡୁଏ ମଧ୍ୟ ପକେଇ ନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କୌଣସି ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ସେହିଭଳି ନୂଆପଡା ଉପନିର୍ବାଚନରେ ବିଜେପି ନେତାମାନେ ନୂଆପଡା ପାଇଁ ବହୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ।
ଉପନିର୍ବାଚନରେ ନୂଆପଡାବାସୀ ବିଜୁ ଜନତା ଦଳକୁ ବିପୁଳ ଭୋଟ ଦେଇ ସମଗ୍ର ଓଡିଶାକୁ ସଂକେତ ଦେବେ ଯେ, ବିଜେପି ସରକାର ସମସ୍ତ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାରେ ସରକାର ଗଢ଼ିବା ସହ ରାଜ୍ୟରେ ପୁଣି ଥରେ ସୁଶାସନ ଫେରି ଆସିବ । ଖାଲି ବାହାସ୍ପୋଟ ମାରି କଥା କହିବାରେ ସୀମିତ ବିଜେପି ସରକାର । ସାଧାରଣ ଲୋକଙ୍କ ସାମଗ୍ରୀକ ବିକାଶ ପ୍ରତି ସେମାନଙ୍କ ନିଘା ନାହିଁ ।
ପରିଣାମ ସ୍ୱରୁପ ରାଜ୍ୟରେ ଦୁର୍ନୀତି, ଦୁଷ୍କର୍ମ ଓ ଅପରାଧ ବଢିବାରେ ଲାଗିଛି । ତେଣୁ ଏହି ବିଫଳ ସରକାରଙ୍କୁ ଜବାବ ଦେବା ପାଇଁ ନୂଆପଡା ଉପନିର୍ବାଚନ ହେଉଛି ଉପଯୁକ୍ତ ସମୟ ବୋଲି ଶ୍ରୀ ସାହୁ କହିଥିଲେ ।
ନୂଆପଡ଼ା ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। 2 ଥର ନୂଆପଡ଼ା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କରିବେ ପ୍ରଚାର। ପ୍ରଥମ ଥର ଆସନ୍ତା ୩ ତାରିଖ ନୂଆପଡା ଗସ୍ତରେ ଆସି କୁମୋନାଠାରେ ସାଧାରଣ ସଭା କରି କରିବେ ପାୱାର ଶୋ। ସେହିପରି 7 ତାରିଖରେ ଦ୍ଵିତୀୟ ଥର ପାଇଁ ନୂଆପଡ଼ା ଗସ୍ତରେ ଆସି ଖରିଆଡ଼ ରୋଡ଼ଠାରୁ ନୂଆପଡା ଯାଏଁ
କରିବେ ବିଶାଳ ରୋଡ଼ ଶୋ। ଏଥିପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି ଚାଲିଛି।
1...222324...448Page 23 of 448
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy