ପ୍ରାର୍ଥୀ ଚୋରି ପାଇଁ ଲୋକେ ବିଜେପିକୁ ଶାସ୍ତି ଦେବେ : କଂଗ୍ରେସ

0
134

 ବର୍ଷର ରାଜନୀତିକୁ ଆଗାମୀ ଦିନରେ ଯେଭଳି ବିହାର ନିର୍ବାଚନ ଫଳାଫଳ ପ୍ରଭାବିତ କରିବ ଠିକ୍ ସେହିପରି ନୂଆପଡାର ଉପନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିକୁ ଏକ ନୂଆ ଦିସା ଦେଖାଇବ। ନୂଆପଡାରେ ବିଜେପି ଓ ବିଜେଡ଼ି ମଧ୍ୟରେ ସଲାକୁସ୍ଥିର ଲଢେଇ ଚାଲିଛି । କିନ୍ତୁ ଜନତା ନିଷ୍ପତି ନେଇସାରିଛନ୍ତି, ଲୋକଙ୍କ ନିଷ୍ପତି କଂଗ୍ରେସ ସପକ୍ଷରେ ରହିଛି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମତ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ସରକାରୀ କଳ ଓ କର୍ମଚାରୀଙ୍କୁ କାମରେ ଲଗାଇଛନ୍ତି ଡବଲ ଇଞ୍ଜିନ ସରକାର ।ଏମାନଙ୍କର ନୂଆପଡ଼ାବାସୀଙ୍କ ସହ କୌଣସି ସଂପର୍କ ନାହିଁ। ତେଣୁ ଲୋକମାନେ ସହଜରେ ଏମାନଙ୍କୁ ଗ୍ରହଣ କରୁନାହାନ୍ତି। ନୂଆପଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୋଲିସ ଦ୍ବାରା ଛାପା ମରାଯାଇଥିଲା। ହେଲେ ମିଳିଲା କଣ ?  ତେଣୁ ସରକାରୀ କର୍ମଚାରୀ ଓ ପୋଲିସ ମାଧ୍ୟମରେ ନିର୍ବାଚନ ପ୍ରଚାର ବିଜେପି ପାଇଁ ଫଳପ୍ରଦ ହେବନାହିଁ।  ଗତ ତିନୋଟି ନିର୍ବାଚନର ଫଳାଫଳ ଦେଖିଲେ ଏହା ଜଣାପଡୁଛି କି କ୍ରମାଗତ ଭାବେ ତାଙ୍କର ଭୋଟ ସଂଖ୍ୟା ବଢ଼ି ଚାଲିଛି। ସେ ୨୦୧୪ରେ ୨୬ ପ୍ରତିଶତ ଭୋଟ, ୨୦୧୯ ରେ ୨୭ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୨୪ ନିର୍ବାଚନରେ ଘାସିରାମ ମାଝୀ ସ୍ଵାଧୀନ ପ୍ରାର୍ଥୀ ହୋଇ ୫୧ ହଜାରରୁ ଅଧିକା ଭୋଟ ପାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ ପଚାରିଛନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ କାହାର ? ବିଜେପିର ନା ବିଜେଡିର। କାରଣ ଉଭୟ ଦଳ ସ୍ବର୍ଗତ ଢୋଲକିଆଙ୍କ ଫଟୋକୁ ନିଜ ନିଜ ବ୍ୟାନର ଓ ପୋଷ୍ଟରରେ ଲଗାଇ ପ୍ରଚାର କରୁଛନ୍ତି।  ମାଡ଼ା ଯୋଜନା ଓ କେବିକେ ଯୋଜନା ମାଧ୍ୟମରେ କଂଗ୍ରେସ ଅମଳରେ ନୂଆପଡାରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି। କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରରେ ରେଳମନ୍ତ୍ରୀ ଥିବା ବେଳେ ଖୋର୍ଦ୍ଧା ଓ ବଲାଙ୍ଗୀର ରେଳପଥ ପ୍ରକଳ୍ପକୁ ପ୍ରଶାସନିକ ମଞ୍ଜୁରୀ ମିଳିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେ କାର୍ଯ୍ୟ ଶେଷ ହୋଇନାହିଁ। ଏବେ ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ଵ କରୁଥିଲେ ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ କୌଣସି ଏକ୍ସପ୍ରେସ ଟ୍ରେନର ରହଣୀ ବ୍ୟବସ୍ଥା ଏ ଯାଏଁ ହୋଇନାହିଁ। ଏବେ କହୁଛନ୍ତି ୧୧ଶହ କୋଟି ଦେବେ। ତାହା ସମୁଦ୍ରକୁ ଶଙ୍ଖେ। ସରକାର ଛାତ୍ର, ଯୁବକ, ଚାଷୀ ଓ ମହିଳା ଙ୍କ ପାଇଁ କୌଣସି ଦୃଷ୍ଟି ଦେଇନାହାନ୍ତି। ଏବେ ବି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ଶିକ୍ଷିତ ,ବେକାରୀ ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।  ନାମାଙ୍କନ ଦାଖଲ ଦିନ ବିଜେପି ପ୍ରାର୍ଥୀ ଗାଡ଼ି ଉପରେ ଓ ବିଜେପି ନେତା ଗାଡି ଭିତରେ ଥାଇ ଯାଉଥିଲେ। ଏଥିରୁ ସ୍ପଷ୍ଟ ଯେ ବିଜେପିର ସାହସ ନାହିଁ ତଳକୁ ଓହ୍ଲାଇ ଲୋକଙ୍କୁ ସାଙ୍ଗରେ ନେଇ ଶୋଭାଯାତ୍ରା କରିବା ପାଇଁ। ଆମ ପ୍ରାର୍ଥୀଙ୍କ ସହ ଆମେ ପାଦରେ ଚାଲି ଚାଲି ଯାଇଥିଲୁ। ଏ କଥା ଜଳଜଳ କରି ଦେଖାଇଦେଲା କାହା ସହ ଲୋକ ଅଛନ୍ତି ଓ ଉତ୍ସାହ ଅଛି।ମୁଖ୍ୟମନ୍ତ୍ରୀ ସଭାରେ ଲୋକ ହେଲେ ନାହିଁ, । ଖାଦ୍ୟ ନଷ୍ଟ ହେଲା, ବାସୀ ଖାଦ୍ୟ ଖାଇ ୧୭ଟି ଗାଈ ମଲେ । ଏହାର ପ୍ରଭାବ ଆଗାମୀ ଦିନରେ ନୂଆପଡା ନିର୍ବାଚନ ବିଜେପି ଦେଖିବେ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭିକ ବକ୍ତବ୍ୟରେ ପିସିସି ମୁଖପାତ୍ର ଡ଼ ଦେବାଶିଷ ଭୂୟାଁ କହିଥିଲେ ଯେ ଯଦିଓ ଆମ ରାଜ୍ୟରୁ ମୌସୁମୀ ଫେରିଯାଇ ହାଲୁକା ଶୀତ ଆରମ୍ଭ ହେଲାଣି, କିନ୍ତୁ ଓଡ଼ିଶାରେ ଏବେ ବି ତାତି ଅନୁଭବ ହେଉଛି। ଏହି ତାତି ନୂଆପଡ଼ା ଉପନିର୍ବାଚନକୁ ନେଇ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ପିସିସିର ବରିଷ୍ଠ ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।