
ବର୍ତ୍ତମାନ ନୂଆପଡାର ସମସ୍ତ ବ୍ଲକ, ମୁ୍ୟନିସିପାଲଟି, ଏନ୍ଏସି, ପଞ୍ଚାୟତ, ଗାଁ, ଗଳିକନ୍ଦି ଓ ସାହିମାନଙ୍କରେ ବିଜେଡି ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଦଳ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ବିଜେପି ସରକାର ଚରମ ବିଫଳ । ବିଫଳତାର ସବୁ ରେକର୍ଡ ଭାଙ୍ଗୁଛି ବିଜେପି ସରକାର । ୫୦୦ ଦିନ ହେଲା ଡବଲ ଇଂଜିନ ସରକାର ନୂଆପଡାରେ ମାଟି ଗାଣ୍ଡୁଏ ମଧ୍ୟ ପକେଇ ନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କୌଣସି ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ସେହିଭଳି ନୂଆପଡା ଉପନିର୍ବାଚନରେ ବିଜେପି ନେତାମାନେ ନୂଆପଡା ପାଇଁ ବହୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ।
ପରିଣାମ ସ୍ୱରୁପ ରାଜ୍ୟରେ ଦୁର୍ନୀତି, ଦୁଷ୍କର୍ମ ଓ ଅପରାଧ ବଢିବାରେ ଲାଗିଛି । ତେଣୁ ଏହି ବିଫଳ ସରକାରଙ୍କୁ ଜବାବ ଦେବା ପାଇଁ ନୂଆପଡା ଉପନିର୍ବାଚନ ହେଉଛି ଉପଯୁକ୍ତ ସମୟ ବୋଲି ଶ୍ରୀ ସାହୁ କହିଥିଲେ ।